Categories
ଆଜିର ଖବର ରାଜ୍ୟ ଖବର ସିନେମା

ମୁକ୍ତିଲାଭ କଲା ଓଡ଼ିଆ ଚଳଚ୍ଚିତ୍ର ‘ନିୟତି’

ଭୁବନେଶ୍ଵର: ଏସ ଥ୍ରୀ ମୁଭିଜ ସହିତ ରିସା ଫିଲ୍ମସର ପ୍ରଯୋଜନା ଏବଂ ସମରେଶ ରାଉତରାୟଙ୍କ ପ୍ରସ୍ତୁତିରେ ନିର୍ମିତ ହୋଇଥିବା ଓଡ଼ିଆ ଚଳଚ୍ଚିତ୍ର ନିୟତି ସାରା ଓଡିଶାର କୋଡିଏ ଟି ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଛି। ଚଳଚ୍ଚିତ୍ର ନିୟତି ର ପ୍ରିମିଅର ଶୋ ସ୍ଵାତି ସିନେପ୍ଲେକ୍ସ ଠାରେ ଅନୁଷ୍ଠିତ ହୋଇଥିଲା। ଓଡ଼ିଆ ସିନେମା ଜଗତର ଅନେକ ପ୍ରଯୋଜକ, ନିର୍ଦ୍ଦେଶକ ତଥା ଅଭିନେତା ଅଭିନେତ୍ରୀ ମାନେ ଚଳଚ୍ଚିତ୍ର ଦେଖିବା ପାଇଁ ତଥା ସିନେପ୍ରେମୀ ଙ୍କ ମନରେ ଓଡ଼ିଆ ସିନେମା ପ୍ରତି ଆଗ୍ରହ ବଢେଇବା ପାଇଁ ଉପସ୍ଥିତ ଥିଲେ।

ନିର୍ଦ୍ଦେଶକ ଅବତାର ସିଂ, ପ୍ରଯୋଜକ ଅକ୍ଷୟ ପରିଜା, ପ୍ରଣବ ଦାସ, ସଚ୍ଚିକାନ୍ତ ଜେନା, ବିନି ପଟ୍ଟନାୟକ, ଶ୍ରୀଧର ମାର୍ଥା, ଏନ ଗଙ୍ଗାଧର ରେଡ୍ଡୀ, ଗଦାଧର ପୁଟି, ସୁଶାନ୍ତ ମଣି, ଯୁବ ପ୍ରଯୋଜକ ତଥା ନିର୍ଦ୍ଦେଶକ ଅନୁପମ ପଟ୍ଟନାୟକ, ଅଭିନେତ୍ରୀ ଅନୁ ଚୌଧୁରୀ, ଅଭିନେତା ପାର୍ଥ ସାରଥୀଙ୍କ ସମେତ ଚଳଚ୍ଚିତ୍ରର ପ୍ରଯୋଜକ ତଥା ବରିଷ୍ଠ ଅଭିନେତା ସମରେଶ ରାଉତରାୟ, ସୁଧାଂଶୁ ନାରାୟଣ ଦାଶ (ସାନୁ), ପ୍ରେମଲଥା ରାଉତରାୟ, ଦିବ୍ୟା ମହାନ୍ତି, ପୁପୁଲ ଭୂୟାଁ, ଶୁଭ୍ରାଂଶୁ, ଉଦିତ, କେକେ, ବିଷାନ, ଅଭିଜିତ, ଅଙ୍କିତ ଉପସ୍ଥିତ ଥିଲେ।

ଚଳଚ୍ଚିତ୍ର ଟି ର ନିର୍ଦ୍ଦେଶନା ଭାର ଜଣେ ଯୁବ ନିର୍ଦ୍ଦେଶକ ଙ୍କ କାନ୍ଧରେ ଥିବା ବେଳେ ଏକ ନିଚ୍ଛକ ମୌଳିକ କାହାଣୀକୁ ନେଇ ନିର୍ମାଣ କରିଛନ୍ତି। ଗତାନୁଗତିକ ସମାଜ ର ଘଟଣାବଳୀ କୁ ନେଇ ଯୁବ ସମାଜ ଙ୍କ ଉପରେ ଗୁରୁତ୍ୱ ଦେଇ ନିର୍ମିତ ଚଳଚ୍ଚିତ୍ର ନିୟତି।

କିଛି ବର୍ଷ ହେବ ଓଡ଼ିଆ ସିନେମା ର ଧାରା ବଦଳି ଥିବା ବେଳେ ପ୍ରଯୋଜନା ସଂସ୍ଥା ତରଫରୁ ମଧ୍ୟ ଏହି ସିନେମା ମାଧ୍ୟମରେ ସେଇ ପ୍ରୟାସ ଜାରି ରଖିଛନ୍ତି। ବଳିଷ୍ଠ କାହାଣୀ ସହିତ ପ୍ରବୀଣ ନୂଆ ପୁରୁଣା କଳାକାର ଙ୍କୁ ନେଇ ନିର୍ମାଣ ହୋଇଛି ଚଳଚ୍ଚିତ୍ର ନିୟତି। ସମସ୍ତ ସିନେ ପ୍ରେମୀ ତଥା କଳାକାର ମାନେ ଏହି ଚଳଚ୍ଚିତ୍ର ଦେଖିବା ସହିତ ଉତ୍ସାହିତ କରିବା ଉଚିତ ବୋଲି ପ୍ରଚାର ପ୍ରସାର ମୁଖ୍ୟ ପ୍ରଣୟ ଜେଠୀ ମତ ପ୍ରକାଶ କରିଛନ୍ତି।

Categories
ଆଜିର ଖବର ଖେଳ ରାଜ୍ୟ ଖବର

ରାଜ୍ୟରେ ପୂର୍ଣ୍ଣ ପ୍ରେକ୍ଷାଳୟ ସହ ୫୦ ଦିନରେ ପହଞ୍ଚିଲା ଓଡ଼ିଆ ଚଳଚ୍ଚିତ୍ର ‘ପ୍ରତୀକ୍ଷା’

ଭୁବନେଶ୍ବର: ବହୁଦିନ ପରେ ଓଡିଶାରେ ଓଡ଼ିଆ ସିନେମାର ସ୍ବର୍ଣ୍ଣିମ ଯୁଗ ଫେରିଛି। ରାଜ୍ୟରେ ପୂର୍ଣ୍ଣ ପ୍ରେକ୍ଷାଳୟ ସହ ୫୦ ଦିନ ସଂପୂର୍ଣ୍ଣ କରିଛି ସୁପରହିଟ୍ ଓଡ଼ିଆ ଚଳଚ୍ଚିତ୍ର ‘ପ୍ରତୀକ୍ଷା’। ଏହି ଅବସରରେ ଭୁବେଶ୍ବରର ସ୍ତୁତି ସିନେମା ହଲରେ ଅନୁଷ୍ଠିତ ହୋଇଥିଲା ଏକ ସେଲେବ୍ରେସନ୍ ଉତ୍ସବ। ଏଥିରେ ଯୋଗଦେଇଥିଲେ ଓଡ଼ିଆ ସିନେମାର ମହାନ୍ କଳାକାର ପ୍ରଶାନ୍ତ ନନ୍ଦ, ସିଦ୍ଧାନ୍ତ ମହପାତ୍ର, ସାଂସଦ ସୁଲତା ଦେଓ, ନିର୍ଦ୍ଦେଶକ ଅନୁପମ ପଟ୍ଟନାୟକ, କ୍ରିଏଟିଭ୍ ହେଡ ମୁଖ୍ୟ ପ୍ରଣୟ ଜେଠୀ, ଲାଇନ୍‌ ପ୍ରଡ୍ୟୁସର ଗୋପାଳ ଘଡେଇ ଓ ଚଳଚ୍ଚିତ୍ରର ସମସ୍ତ କଳାକାର ଓ ଟେକ୍ନିସିଆନ୍ ଉପସ୍ଥିତ ଥିଲେ। ଏହି ଅବସରରେ ସ୍ତୁତି ସିନେମା ହଲର ମାଲିକ ବିଜେନ୍ଦ୍ର ମହାନ୍ତି (ବାବୁଲି ବାବୁ) ଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା।

ଆସନ୍ତାକାଲି ଭୁବନେଶ୍ବରସ୍ଥିତ ସିନେପୋଲିସ୍ ରେ ଆୟୋଜିତ ହେବ ‘ପ୍ରତୀକ୍ଷା’ ଏକ ବିଶେଷ ସ୍କ୍ରିନିଂ ଆୟୋଜିତ ହେବ। ଏଥିରେ ହିନ୍ଦୀ ଚଳଚ୍ଚିତ୍ର ଜଗତର ସୁନାମଧନ୍ୟ କଳାକାର ଶ୍ରୀଯୁକ୍ତ ଅନୁପମ ଖେର ଯୋଗଦେବାର କାର୍ଯ୍ୟକ୍ରମ ରହିଛି।

ଉଲ୍ଲେଖ ଯୋଗ୍ୟ ଯେ ବିଶିଷ୍ଟ ଲେଖକ ଗୌରହରି ଦାସଙ୍କ କ୍ଷୁଦ୍ରଗଳ୍ପ ଉପରେ ଆଧାରିତ ଏକ ମଧ୍ୟବିତ୍ତ ଓଡ଼ିଆ ପରିବାରର ଆଶା, ଆକାଂକ୍ଷା, ସ୍ଵପ୍ନ ଓ ନୈରାଶ୍ୟର କାହାଣୀ ଉପରେ ପର୍ଯ୍ୟବେସିତ ହୋଇଛି। ପ୍ରଯୋଜନା ସଂସ୍ଥା ଅମୀୟ ପଟ୍ଟନାୟକ ପ୍ରଡକ୍ଟସନ ପକ୍ଷରୁ ନିର୍ମିତ ଏହି ଚଳଚ୍ଚିତ୍ରରେ ରୋ଼ଶନ୍ ବିଶୋଇ ଏହି ଚଳଚ୍ଚିତ୍ରର ଚିତ୍ରନାଟ୍ୟ ଓ ସଂଳାପ ଲେଖିଥିବା ବେଳେ ଅଙ୍କେଶ ଆନନ୍ଦ ଓ ଆଶିଷ ପ୍ରଧାନ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ଏବଂ ବର୍ଷା ପଟ୍ଟନାୟକ ଏହାର କାର୍ଯ୍ୟନିର୍ବାହୀ ପ୍ରଯୋଜିକା ଦାୟିତ୍ଵ ନିର୍ବାହ କରିଛନ୍ତି।

ଏହି ଚଳଚ୍ଚିତ୍ରରେ ଦ୍ଵୀପନ୍ୱିତ ଦାସ, ବର୍ଷା ପଟ୍ଟନାୟକ, ସିଦ୍ଧାନ୍ତ ମହାପାତ୍ର, ଚୌଧୁରୀ ଜୟ ପ୍ରକାଶ ଦାସ, ରୋ଼ଶନ୍ ବିଶୋଇ, ଦୀପକ ଉପାଧ୍ୟାୟ, ଶୀଲା ତ୍ରିପାଠୀ, ଅବକାଶ ମିଶ୍ର, ରୂପମ୍ବିକା ନାୟକ ପ୍ରମୁଖ ଅଭିନୟ କରିଛନ୍ତି। ଦୀର୍ଘ ଦିନର ବ୍ୟବଧାନ ପରେ ଏକ ଓଡ଼ିଆ ଚଳଚ୍ଚିତ୍ର ସାରା ରାଜ୍ୟରେ ଦର୍ଶକଙ୍କୁ ପ୍ରେକ୍ଷାଳୟ ମୁହାଁ କରାଇବା ସହ ବଲିଉଡରେ ସଫଳତାର ଫର୍ଦ୍ଦ ଯୋଡ଼ିବାରେ ସମର୍ଥ ହୋଇଛି।

Categories
ଆଜିର ଖବର ମନୋରଂଜନ ରାଜ୍ୟ ଖବର ସିନେମା

ଦ୍ଵିତୀୟ ଦିନରେ ଓଡ଼ିଆ ସିନେମା ବଞ୍ଚାଅ ଅଭିଯାନ ପଦଯାତ୍ରା

ଭୁବନେଶ୍ୱର: ଓଡ଼ିଆ ସିନେମାକୁ ଓଡ଼ିଶାରେ ହଲ୍ ମିଳୁନି। ୨୦୦୮ ମସିହାରୁ ମିଳୁନି ସବ୍‌ସିଡି ସୁବିଧା। ଫାଇଲ୍ ଭିତରେ ପଡ଼ିଛି ଓଡ଼ିଆ ସିନେମା ନୀତି। ଏଭଳି ସ୍ଥିତିରେ ଓଡ଼ିଆ ସିନେମାର ଭବିଷ୍ୟତକୁ ନେଇ ଚିନ୍ତାରେ ପଡ଼ିଛନ୍ତି ପ୍ରଯୋଜକ ଓ ନିର୍ଦ୍ଦେଶକ। ଏସବୁ ସମସ୍ୟାର ସମାଧାନ ସହ ଓଡ଼ିଆ ସିନେମାକୁ ସଫଳତାର ଶୀର୍ଷରେ ପହଞ୍ଚାଇବା ଲାଗି ଆଜି ଦ୍ଵିତୀୟ ଦିନରେ ପହଁଚିଛି ଓଡ଼ିଆ ସିନେମା ବଞ୍ଚାଅ ଅଭିଯାନ ପଦଯାତ୍ରା।

ସନ୍ଧ୍ୟାରେ ‘’ଓଡ଼ିଆ ସିନେମା ବଞ୍ଚାଅ- ଆସ ଓଡ଼ିଆ ସିନେମାକୁ ଆଗେଇ ନେବା’’ ସ୍ଲୋଗାନ ଦେଇ ସ୍ଥାନୀୟ ଜୟଦେବ ଭବନରୁ ରାଜଭବନ ଯାଏ ଏକ ପଦଯାତ୍ରା ଯାଇଥିଲା। ଶେଷରେ ରାଜଭବନ ଛକରେ ମଧୁବାବୁଙ୍କ ପ୍ରତିମୂର୍ତ୍ତି ତଳେ ପ୍ରତିବାଦ ପଦଯାତ୍ରାରେ ଯାଇଥିବା
ପ୍ରଯୋଜକ, ନିର୍ଦ୍ଦେଶକ ନିଜ ଦାବି ଉପସ୍ଥାପନ କରିଥିଲେ।

କାର୍ଯ୍ୟକ୍ରମରେ ପ୍ରଯୋଜକ ସଚ୍ଚିକାନ୍ତ ଜେନା, ଶ୍ରୀଧର ମାର୍ଥା, ସଞ୍ଜୟ ପାତ୍ର, ତପନ କୁମାର ଦାସ, ଅଭିନେତା ତଥା ନିର୍ଦ୍ଦେଶକ ନାରାୟଣ ପତି, ପ୍ରଯୋଜକ ଅଜୟ ମହାନ୍ତି, ଅଭିନେତା ସୌମ୍ୟ ରଞ୍ଜନ ଦାଶ, ସମୀକ୍ଷକ ଖଗେଶ୍ୱର ଜୟପୁରିଆ, ଚଳଚ୍ଚିତ୍ର ସଂଗଠକ ଭରତ ପ୍ରଧାନ, ଓଲିଉଡ କ୍ରିଏଟିଭ୍ ହେଡ୍ ପ୍ରଣୟ ଜେଠୀ ପ୍ରମୁଖ ଯୋଗ ଦେଇଥିଲେ। ଓଲିଉଡ କ୍ରିଏଟିଭ୍  ହେଡ୍ ଶ୍ରୀ ଜେଠୀ କହିଛନ୍ତି, ଓଡ଼ିଆ ଚଳଚ୍ଚିତ୍ର ଦୁନିଆର ବିଭିନ୍ନ ସମସ୍ୟାକୁ ନେଇ ଏ ପଦଯାତ୍ରା ଆରମ୍ଭ ହୋଇଛି।

ଏହା ପ୍ରତିଦିନ ସନ୍ଧ୍ୟା ୫ଟା ସମୟରେ ଅନୁଷ୍ଠିତ ହେବ। ଯେ ପର୍ଯ୍ୟନ୍ତ ସରକାର କୌଣସି ସ୍ଥାୟୀ ପଦକ୍ଷେପ ଗ୍ରହଣ ନ କରିଛନ୍ତି ସେ ପର୍ଯ୍ୟନ୍ତ ପଦଯାତ୍ରା ଚାଲୁରହିବ। ଆମର ଆଶା ଓ ବିଶ୍ଵାସ ରହିଛି ସରକାର ନିଶ୍ଚିତ ଭାବେ ଏଥିପ୍ରତି ଦୃଷ୍ଟି ଦେବେ ଏବଂ କାର୍ଯ୍ୟକ୍ରମ ଗ୍ରହଣ କରିବେ।

ଏ ପଦଯାତ୍ରାରେ ସାଧାରଣ ଜନତା ବି ସାମିଲ ହେବେ ଏବଂ ସହଯୋଗ କରିବେ ବୋଲି ଦୃଢ ଆଶା। ଚଳଚ୍ଚିତ୍ର ନିର୍ମାଣ କରି ଯଦି ମୁକ୍ତିଲାଭ କରିବା ପାଇଁ ଡିଷ୍ଟ୍ରିଵ୍ୟୁଟର ଆଉ ହଲ୍ ମାଲିକଙ୍କ ସହଯୋଗ ନ ରହିବ ତେବେ ଚଳଚ୍ଚିତ୍ର ଶିଳ୍ପର ଭବିଷ୍ୟତ ଆଶା ଆଶାରେ ରହିଯିବ।

Categories
ଆଜିର ଖବର ମନୋରଂଜନ ରାଜ୍ୟ ଖବର ସିନେମା

ଓଡିଆ ଚଳଚିତ୍ର ଜଗତ ପାଇଁ ଦୁଃଖ ଖବର, ସବୁଦିନ ପାଇଁ ଆଖି ବୁଜିଲେ ଏହି ଅଭିନେତ୍ରୀ

ଭୁବନେଶ୍ବର: ଓଡିଆ ଚଳଚିତ୍ର ଜଗତ ପାଇଁ ପୁଣି ଆସିଛି ଏକ ଦୁଃଖଦ ଖବର। ଆଉ ଜଣେ ଓଡିଆ ଅଭିନେତ୍ରୀଙ୍କର ଆଜି ଭୁବନେଶ୍ବରର ଏକ ହସପିଟାଲରେ ମୃତ୍ୟୁ ହୋଇଛି। ସେ ହେଲେ ଅଭିନେତ୍ରୀ ତିଳୋତ୍ତମା ଖୁଣ୍ଟିଆ। ଚଳଚିତ୍ର ବ୍ୟକ୍ତିଙ୍କ ନିକଟରେ ସେ ତିଳ ଅପା ଭାବେ ପରିଚିତ।

ବହୁ ଦିନ ହେଲା ତାଙ୍କର ସ୍ୱାସ୍ଥ୍ୟ ଖରାପ ରହିିଥିବାରୁ ତାଙ୍କୁ ଅକ୍ଟୋବର ପାଞ୍ଚ ତାରିଖରେ ଉତ୍କଳ ହସ୍ପିଟାଲ ରେ ଭର୍ତ୍ତି କରାଯାଇଥିଲା। ଆଜି ସଂଧ୍ୟା ସମୟରେ ହାଟ୍ ଆଟାକ୍ ରେ ତାଙ୍କର ଦେହାନ୍ତ ହୋଇଛି । ମୃତ୍ୟ ବେଳକୁ ତାଙ୍କୁ 49ବର୍ଷ ହୋଇଥିଲା । ବହୁ ଧାରାବାହିକ ସିନେମା ରେ ସେ ଅଭିନୟ କରିଥିଲେ। ତାଙ୍କ ବିୟୋଗରେ ଓଡିଆ ସିନେ ଜଗତରେ ଶୋକର ଛାୟା ଖେଳିଯାଇଛି।

Categories
ଆଜିର ଖବର ରାଜ୍ୟ ଖବର ସିନେମା

ଲକ୍ଷ୍ମୀପୂଜାରେ ଆସୁଛି “ପ୍ରେମରେ ରିସ୍କ ହେଲା ମତେ ଇସ୍କ”

ଭୁବନେଶ୍ବର: ଲକ୍ଷ୍ମୀପୂଜାରେ ଆସୁଛି ନୂଆ ଓଡ଼ିଆ ସିନେମା।  ୟୁଏସ ମୋସନ ପିକ୍ଚର୍ସ ଓ କେ ମୁରଲୀ କ୍ରିଷ୍ଣା ଫିଲ୍ମସ ମିଳିତ ସହଯୋଗରେ ମୁକ୍ତିଲାଭ କରିବାକୁ ଯାଉଛି “ପ୍ରେମରେ ରିସ୍କ ହେଲା ମତେ ଇସ୍କ”। ନିକଟରେ ଏହି ସିନେମାର ଅଡିଓ ରିଲିଜ ହୋଇସାରିଥିବା ବେଳେ ଲକ୍ଷ୍ମୀ ପୂଜାରେ ସିନେମା ମୁକ୍ତିଲାଭ କରିବ। ଏନେଇ ପ୍ରଡକ୍ସନ ହାଉସ ସୂଚନା ଦେଇଛି।

ୟୁଏସ ମୋସନ ପିକ୍ଚର୍ସ ବ୍ୟାନରରେ ନିର୍ମିତ ଏହି ଚଳଚ୍ଚିତ୍ରର ପ୍ରଯୋଜନା ଦାଇତ୍ୱରେ ରହିଛନ୍ତି ସଞ୍ଜୟ ପାତ୍ର ଓ ଉମେଶ ସାହୁ। ସିନେମାର ନିର୍ଦ୍ଦେଶନା ଦେଇଛନ୍ତି କେ ମୁରଲୀ କ୍ରିଷ୍ଣା। ଡ଼ଃ ରଜନୀ ରଞ୍ଜନ ସିନେମାର ସଂଳାପ ଲେଖିଥିବା ବେଳେ ସଞ୍ଜୟ ଓ ସିତୁ ସଂଗୀତ ନିର୍ଦ୍ଦେଶନା ଦେଇଛନ୍ତି। ହ୍ୟୁମାନ ସାଗର, ଅସୀମା ପଣ୍ଡା, କୁଳଦୀପ, ଅର୍ପିତା, ସତ୍ୟଜିତ, ନାଭ୍ୟା, ଲିପ୍ସା, ସୁଶାନ୍ତ ପ୍ରମୁଖ କଣ୍ଠଦାନ କରିଛନ୍ତି। ସତ୍ୟାନନ୍ଦ ନାୟକ, ଉମେଶ ସାହୁ, ଏମ ଜେବି ବଣ୍ଟି, ପିଣ୍ଟୁ ଗୀତ ରଚନା କରିଥିବା ବେଳେ ସୁରୟନ ରଥ ନୃତ୍ୟ ନିର୍ଦ୍ଦେଶନା ଦେଇଛନ୍ତି।

ଶୈଳେନ୍ଦ୍ର ଓ ଦିବ୍ୟା ସିନେମାରେ ମୁଖ୍ୟ ଭୂମିକାରେ ନଜର ଆସିଛନ୍ତି। ଟୁଲୁ, ଶୁଭ୍ରାଂଶୁ, ଚିନ୍ତାମଣୀ, ଅଞ୍ଜନା, ରବି ମିଶ୍ର, ରତନ ମେହେର, କାଳିଆ ଷଣ୍ଢ ପ୍ରମୁଖ ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି। ଆଗାମୀ ଲକ୍ଷ୍ମୀପୂଜାରେ ସିନେମା ମୁକ୍ତିଲାଭ କରିବ ବୋଲି କ୍ରିଏଟିଭ ହେଡ଼ ପ୍ରଣୟ ଜେଠୀ ସୂଚନା ଦେଇଛନ୍ତି।

Categories
ଆଜିର ଖବର ମନୋରଂଜନ ରାଜ୍ୟ ଖବର ସିନେମା

ଦୀପାବଳିରେ ମୁକ୍ତିଲାଭ କରିବ ଝିଲିକଙ୍କ ‘ରୁଦ୍ରାଣୀ’

ଭୁବନେଶ୍ୱର: ଦୀପାବଳିରେ ପ୍ରେକ୍ଷାଳୟକୁ ଆସିବ ‘ରୁଦ୍ରାଣୀ’। ଦୀପାବଳିରେ ମୁକ୍ତିଲାଭ କରିବ ଏହି ବହୁ ପ୍ରତିକ୍ଷୀତ ଓଡିଆ ସିନେମା। ଯାହାକୁ ନେଇ ଦର୍ଶକଙ୍କ ମହଲରେ ଉତ୍ସାହ ବଢ଼ିଯାଇଛି। ଝିଲିକ ମୋସନ ପିକ୍ଚର୍ସ ବ୍ୟାନରରେ ନିର୍ମିତ ଏହି ସିନେମାରେ ମୁଖ୍ୟ ଭୂମିକାରେ ନିଜେ ଝିଲିକ ଭଟ୍ଟାଚାର୍ୟ୍ୟ ନଜର ଆସିବେ। ପ୍ରଯୋଜିକା ସହ ମୁଖ୍ୟ ନାୟିକା ଭାବେ ଝିଲିକ ସିନେମାରେ ଆସୁଥିବା ବେଳେ ଏହା ତାଙ୍କ ଜୀବନର ଶ୍ରେଷ୍ଠ ଅଭିନୟ ବୋଲି କହିଛନ୍ତି ଝିଲିକ।

ସମ୍ପୂର୍ଣ୍ଣ ଭିନ୍ନ ସ୍ୱାଦର ସିନେମା ହେଉଛି ‘ରୁଦ୍ରାଣୀ’। ଯେଉଁଥିରେ ମିଛର ଉହାଡ ଭିତରେ କେମିତି ସତ୍ୟ ଲୁଚିଯାଏ ଓ ସତ୍ୟର ସନ୍ଧାନ କରିବା କେତେ କଷ୍ଟକର ତାହା ଚିତ୍ରଣ ହୋଇଛି। ମୌଳିକ ଓଡିଆ କାହାଣୀ ସହ ନାରୀଶକ୍ତିକୁ ଗୁରୁତ୍ୱ ମିଳିଛି ସିନେମାରେ। ଏମିତି ଏକ ଘଟଣାର ପର୍ଦ୍ଦାଫାଶ କରିବାକୁ ଝିଲିକ ନେଇଛନ୍ତି ନୂଆ ଅବତାର। ରୁଦ୍ରାଣୀ ଭାବେ ତାଙ୍କୁ ଦର୍ଶକ ଦେଖିବାକୁ ପାଇବେ। ଏହି ସିନେମାର କାହାଣୀ, ଚିତ୍ରନାଟ୍ୟ ଓ ନିର୍ଦ୍ଦେଶନା ଦେଇଛନ୍ତି କେ ମୂରଲୀ କ୍ରିଷ୍ଣା। ମୂରଲୀଙ୍କ ସହ ଝିଲିକ ପୂର୍ବରୁ ‘ଜଗା ହାତରେ ପଘା’ ସିନେମା କରି ସାରିଛନ୍ତି। ସେହି ଚଳଚ୍ଚିତ୍ରଟି ବେଶ ସଫଳତା ପାଇଥିବା ବେଳେ ‘ରୁଦ୍ରାଣୀ’ ମଧ୍ୟ ବେଶ ସଫଳତା ପାଇବ ବୋଲି ପୁରା ଟିମ୍ ଆଶାବାଦୀ।

ଏହି ସିନେମା ନିର୍ମାଣ ବେଳେ ଝିଲିକ ଚାରି ମାସର ଗର୍ଭବତୀ ଥିଲେ। ଗର୍ଭବତୀ ଥିବା ବେଳେ ସିନେମା ସୁଟିଂ କରି ପରେ ଯାଆଁଳା ଛୁଆଙ୍କୁ ଜନ୍ମ ଦେଇଥିଲେ ଝିଲିକ। ସିନେମାର ନାୟିକା ଭାବେ ଗର୍ଭବତୀ ଥାଇ ବି ତାଙ୍କ ପାଇଁ ସିନେମା ସୁଟିଂରେ କୌଣସି ବିଳମ୍ବ ହୋଇନଥିଲା।

ସେହିଭଳି ସିନେମାରେ ସଂଳାପ ଲେଖିଛନ୍ତି ଡ. ରଜନୀ ରଞ୍ଜନ ଓ କ୍ୟାମେରା ପରିଚାଳନା କରିଛନ୍ତି ଇଶ୍ୱର ବାରିକ। ପ୍ରେମାନନ୍ଦ ଏଥିରେ ସଙ୍ଗୀତ ନିର୍ଦ୍ଦେଶନା ଦେଇଥିବା ବେଳେ କ୍ରିଏଟିଭ ହେଡ ରହିଛନ୍ତି ପ୍ରଣୟ ଜେଠୀ। ଚଳଚ୍ଚିତ୍ରର କାର୍ୟ୍ୟକାରୀ ପ୍ରଯୋଜକ ଭାବେ ଦାଇତ୍ୱ ତୁଲାଇଛନ୍ତି ଅରୁଣ ସ୍ବାଇଁ ଓ ଋତୁରାଜ ଖଟୁଆ। ଅନ୍ୟମାନଙ୍କ ମଧ୍ୟରେ ଶୁଭାଶିଷ ଶର୍ମା (ମଣ୍ଟୁ), ଲୋହିତାକ୍ଷ ପଟ୍ଟନାୟକ, ନବାଗତା ମୁସ୍କାନ, ବାପି ବାବୁ, ବବି ମିଶ୍ର, ପିଣ୍ଟୁ ନନ୍ଦ, ଭିକି ମିଶ୍ର, ଜୀବନ ପଣ୍ଡା, ଇଲୁ ବାନାର୍ଜୀ, ଟିଲୁ, ପ୍ରତିଭା ପଣ୍ଡା, ଶୁଭଙ୍କରୀ, ଅନୁରାଧା, ଗୁଡୁ, ଅମର, ସରୋଜ, ଧରିତ୍ରୀ ପ୍ରମୁଖ ଅଭିନୟ କରିଛନ୍ତି।

Categories
ଆଜିର ଖବର ମନୋରଂଜନ ରାଜ୍ୟ ଖବର ସିନେମା

ନୂଆ ଓଡ଼ିଆ ସିନେମା ‘ଟିକେ ଟିକେ ଅଚିହ୍ନା ତୁ’ର ଶୁଭ ମହୁରତ

ଭୁବନେଶ୍ବର: ଆମର ଷ୍ଟୁଡିଓ ଓ ଏଏନଏ ପ୍ରଡକ୍ସନ ମିଳିତ ସହଯୋଗୀତା ରେ ନିର୍ମୀତ ନୂଆ ଓଡ଼ିଆ ସିନେମା ‘ଟିକେ ଟିକେ ଅଚିହ୍ନା ତୁ’ର ଶୁଭ ମହୁରତ ଅନୁଷ୍ଠିତ ହୋଇଛି। ତାପସ ସାରଘରିଆଙ୍କ ନିର୍ଦ୍ଦେଶିତ ଏହି ସିନେମାର ନାୟକ ଭୂମିକାରେ ସ୍ୱରାଜ ଓ ନାୟିକା ଭାବେ ଭୂମିକାଙ୍କୁ ଦେଖିବାକୁ ମିଳିବ। ଆମର ଷ୍ଟୁଡିଓ ଓ ଆନ୍ନା ପ୍ରଡକସନ ବ୍ୟାନରରେ ସିନେମାଟି ନିର୍ମାଣ ହୋଇଛି। ସିନେମାର କାହାଣୀ, ଚିତ୍ରନାଟ୍ୟ ଓ ସଂଳାପ ଲେଖିଛନ୍ତି ଭରଦ୍ୱାଜ ପଣ୍ଡା।

ଅନ୍ୟମାନଙ୍କ ମଧ୍ୟରେ ପ୍ରଦ୍ୟୁମ୍ନ ଲେଙ୍କା, ଶୁଭମ, କେ କେ, ବିଘ୍ନେଶ୍ୱର ପଣ୍ଡା ଓ ସୋମା ଭୌମିକ ନଜର ଆସିବେ। ପ୍ରେମାନନ୍ଦ ଏଥିରେ ସଂଗୀତ ନିର୍ଦ୍ଦେଶନା ଦେଇଛନ୍ତି। ଆରସିଏମ ଶ୍ରୀ ଜଗନ୍ନାଥ ମନ୍ଦିର ପରିସରରେ ସିନେମାର ଶୁଭ ମହୁରତ ଅନୁଷ୍ଠିତ ହୋଇଥିବା ବେଳେ ସୁଟିଂ ଆରମ୍ଭ ହୋଇଯାଇଛି। ପୁର୍ବରୁ “ତୁ ମୋ ଲଭ୍ ଷ୍ଟୋରୀ” ସ୍ୱରାଜ ଓ ଭୂମିକା ଯୋଡିକୁ ଦର୍ଶକେ ବେଶ ପସନ୍ଦ କରିଛନ୍ତି। ତେଣୁ ଏଥର ଏହି ଯୋଡ଼ି ପୁଣି ସୁପରହିଟ ହେବ ବୋଲି ପ୍ରଯୋଜନା ସଂସ୍ଥା କହିଛି।

Categories
ଆଜିର ଖବର ମନୋରଂଜନ ରାଜ୍ୟ ଖବର

କଞ୍ଚାଲଙ୍କାରେ ଧମାଲ କରୁଛି ‘ବଦମାସ ଟୋକା’

ଭୁବନେଶ୍ଵର: ଓଟିଟି ପ୍ଲାଟଫର୍ମ କଞ୍ଚାଲଙ୍କା ଆପରେ ଷ୍ଟ୍ରିମିଂ ହେଉଛି ନୂଆ ଓଡିଆ ସିନେମା ‘ବଦମାସ ଟୋକା’। ଅଗଷ୍ଟ ୧୯ରୁ ଏହାର ଷ୍ଟ୍ରିମିଂ ଆରମ୍ଭ ହୋଇଛି। ଏସ କେ ଏଣ୍ଟରଟେନମେଣ୍ଟ ବ୍ୟାନରରେ ନିର୍ମିତ ଏହି ସିନେମାରେ ନାୟକ ସାଜିଛନ୍ତି ଉଦୟନ ଅପରଜିତ। ଉଦୟନଙ୍କ ବିପକ୍ଷରେ ନାୟିକା ରହିଛନ୍ତି ବେଙ୍ଗଲୀ ସୁନ୍ଦରୀ ମାଳବିକା ବାନାର୍ଜୀ। ଟିନଏଜକୁ ନେଇ ସିନେମାଟି ନିର୍ମାଣ ହୋଇଛି। ଯେଉଁଥିରେ ଉଦୟନଙ୍କ ନାଁ ରହିଛି ରୁଦ୍ର ଓ ସେ ଜଣେ କଲେଜ ଛାତ୍ର ଭାବେ ନଜର ଆସିଛନ୍ତି। କଲେଜ ଛାତ୍ରରୁ ବଦମାସ ଟୋକା ପର୍ଯ୍ୟନ୍ତ ଯାତ୍ରାକୁ ଚମତ୍କାର ଢ଼ଙ୍ଗରେ ପରିବେଷଣ କରାଯାଇଛି।

ଓଡିଆ ଓଟିଟି ପ୍ଲାଟଫର୍ମ କଞ୍ଚାଲଙ୍କା ଆରମ୍ଭରୁ ଦର୍ଶକଙ୍କ ହୃଦୟରେ ରାଜ କରି ଚାଲିଛି। ଏହାକୁ ଟକ୍କର ଦେବା ଭଳି ପ୍ଲାଟଫର୍ମ ଓଡିଶାରେ ନଥିବା ବେଳେ ଦମଦାର କଣ୍ଟେଣ୍ଟ ଦର୍ଶକଙ୍କ ମନ କିଣିଛି। ନିକଟରେ ରିଲିଜ ହୋଇଥିବା ଗ୍ୟାଙ୍ଗସ ଅଫ ପୁରୀକୁ ୫୦ଲକ୍ଷରୁ ଅଧିକ ଦର୍ଶକ ଦେଖି ସାରିଥିବା ବେଳେ ସ୍ୱର୍ଗତ ମିହିର ଦାସଙ୍କ ଅଭିନୀତ ଭିଜାମାଟିର ସ୍ୱର୍ଗ ଆଜି ବି ଜୀବନ୍ତ ହୋଇ ରହିଛି। ବ୍ରେକଅପ୍ ରୁଲସ, ମେନ ଫର ସେଲ, ଏକ୍ସପୋଜ, ଏ ମନ ମାନେନା ଭଳି କଣ୍ଟେଣ୍ଟ ପାଇଁ କଞ୍ଚାଲଙ୍କା ଓଡିଆ ଓଟିଟି ଦୁନିଆରେ ବାଦଶାହ ହୋଇପାରିଛି।

Categories
ଆଜିର ଖବର ମନୋରଂଜନ ରାଜ୍ୟ ଖବର ସିନେମା

ଓଡିଆ ସିନେମା “କିସ୍‌ମିସ୍‌”ର ରିଲିଜ ହେଲା ଅଡିଓ

ଭୁବନେଶ୍ୱର: ଭୁବନେଶ୍ୱରର ଏକ ତାରକା ହୋଟେଲ ଠାରେ ନୂଆ ଓଡିଆ ଚଳଚ୍ଚିତ୍ର କିସ୍‌ମିସ୍‌ର ଅଡିଓ ରିଲିଜ ଅନୁଷ୍ଠିତ ହୋଇଛି। ଝିଲିକ୍ ମୋସନ ପିକ୍‌ଚର୍ସର ବ୍ୟାନରରେ ନିର୍ମିତ ଏହି ସିନେମାରେ ଝିଲିକ୍ ଭଟ୍ଟାଚାର୍ଯ୍ୟ ଅଭିନେତ୍ରୀରୁ ପ୍ରଯୋଜିକା ସାଜିଥିବା ବେଳେ ସୁଶାନ୍ତ ମଣି ଏଥିରେ ନିର୍ଦ୍ଦେଶନା ଦେଇଛନ୍ତି। ଅଡିଓ ରିଲିଜ କାର୍ଯ୍ୟକ୍ରମରେ ସମାଜସେବୀ ପ୍ରତିମା ଘଡାଇ , ନିର୍ଦ୍ଦେଶକ ସୁଶାନ୍ତ ମଣି, ପ୍ରଜୋଜିକା ଝିଲିକ୍ ଭଟ୍ଟାଚାର୍ଯ୍ୟ ସଙ୍ଗୀତ ନିର୍ଦ୍ଦେଶକ ଅଭିଜିତ୍ ମଜୁମଦାର, ବସନ୍ତ ନାୟକ ପ୍ରଡକ୍ସନ୍ ରପ୍ରଯୋଜକ ଟୁଟୁ ନାୟକ ଓ ସିନେମାର ନାୟକ- ନାୟିକା ସ୍ୱରାଜ ବାରିକ – ଶିବାନୀ ସଙ୍ଗିତାଙ୍କ ସହ କ୍ରିଏଟିଭ ହେଡ଼ ପ୍ରଣୟ ଜେଠୀ ପ୍ରମୁଖ ଉପସ୍ଥିତ ଥିଲେ।

କିସ୍‌ମିସ୍ ଚଳଚ୍ଚିତ୍ରରେ ମୋଟ ୪ଟି ଗୀତ ରହିଛି। ୪ଟି ଯାକ ଗୀତ ଲେଖିଛନ୍ତି ଡ. ନିର୍ମଳ ନାୟକ। “ସବୁ ଲଭ ଷ୍ଟେରୀ” ଗୀତଟିକୁ ଗାଇଛନ୍ତି ସ୍ୱୟମ୍ ପାଢୀ ଓ ଅନ୍ତରା ଚକ୍ରବର୍ତ୍ତି। ସେହିପରି “ତୋ ପ୍ରେମ ଜାଲରେ” ଗୀତରେ ଶଶାଙ୍କ ଶେଖର ଓ ଅମ୍ରିତା ନାୟକ କଣ୍ଠ ଦାନ କରିଥିବା ବେଳେ “ନ ଶୁଣିଲେ ନାହିଁ ଯା” ଗୀତଟିରେ ସତ୍ୟଜିତ ପ୍ରଧାନ ଓ ଜାଗୃତି ମିଶ୍ର କଣ୍ଠ ଦାନ କରିଛନ୍ତି । ଅନ୍ୟପଟେ “ବୋଲ ବୋଲ ବୋଲ” ଗୀତଟିରେ ତାରିକ୍ ଅଜିଜ୍ ଓ ଦିପ୍ତିରେଖା ପାଢୀ କଣ୍ଠ ଦାନ କରିଛନ୍ତି।

ଅଗଷ୍ଟ ୩୧ ଗଣେଷ ପୂଜାରେ ପରଦାକୁ ଆସିବ ‘କିସ୍ ମିସ୍‌’। ପୂର୍ବରୁ ସ୍ୱରାଜ-ଶିବାନୀ ଯୋଡିଙ୍କୁ ବଡ ପରଦାରେ ଦେଖି ସାରିଛନ୍ତି ଦର୍ଶକ। ତେବେ ଏଥିରେ ଉଭୟଙ୍କ ଲଭ, ରୋମାନ୍ସ ସହ ଆକ୍ସନ ଦେଖିବାକୁ ମିଳିବ। ପ୍ରେମକୁ ନେଇ କାହାଣୀ ଆଗକୁ ବଢ଼ିଥିବା ବେଳେ ସ୍ୱରାଜ ଓ ଶିବାନୀଙ୍କ ଅଭିନୟ ମନ କିଣିନେବ। ପ୍ରିତିରାଜ, ନୀତୁ ସିଂ, ମାନିନୀ, ଲିଙ୍କନ ପଟ୍ଟନାୟକ,ସୋମେନ୍ ପୂଜାରୀ, ଧରିତ୍ରୀ ପ୍ରମୁଖ ସିନେମାରେ ସାଥୀ କଳାକାର ଭାବେ ନଜର ଆସିଛନ୍ତି। ସ୍ୱରାଜ ଏହି ଚଳଚ୍ଚିତ୍ରରେ ପ୍ରଥମ ଥର ପାଇଁ ଦୃଷ୍ଟିହୀନ ଭାବେ ଅଭିନୟ କରିଛନ୍ତି। ଓଡିଶା ଭିତରେ ସିନେମାର ସୁଟିଂ ହୋଇଥିବା ବେଳେ କେବଳ ଗୀତ ଗୁଡିକ ଓଡିଶା ବାହାରେ ସୁଟିଙ୍ଗ୍ ହୋଇଛି। ଅନେକ ଦିନ ପରେ ଗଣେଷ ପୂଜାରେ ସିନେମା ରିଲିଜ ହେଉଥିବାରୁ ଦର୍ଶକଙ୍କ ନିକଟତର ହେବାକୁ ଲକ୍ଷ୍ୟ ରଖାଯାଇଛି। ସାରା ଓଡିଶାର ବିଭିନ୍ନ ସିନେମା ହଲରେ ‘କିସ୍ ମିସ୍‌’ ମୁକ୍ତିଲାଭ କରିବ। ପୂର୍ବରୁ ଝିଲିକ ମୋସନ ପିକଚର୍ସ ବ୍ୟାନରରେ ରୁଦ୍ରାଣୀ, ତୋର ମୋର କଟି, ତୁ ମୋର ସିଏ ମଧ୍ୟ ପ୍ରସ୍ତୁତ ହୋଇ ମୁକ୍ତିଲାଭ ଅପେକ୍ଷାରେ ରହିଛି।

Categories
ବିଶେଷ ଖବର ମନୋରଂଜନ ରାଜ୍ୟ ଖବର ସିନେମା

ଅଭିନେତ୍ରୀ ପ୍ରକୃତି ମିଶ୍ରଙ୍କୁ ଗୋଡାଇ ଗୋଡାଇ ବାଡେଇଲେ ଅଭିନେତା ବାବୁସାନଙ୍କ ପତ୍ନୀ

ଭୁବନେଶ୍ବର: ଆଜି ସକାଳୁ ଭୁବନେଶ୍ବରର ସତ୍ୟନଗର ନିକଟରେ ଘଟିଯାଇଛି ଏକ ଭିନ୍ନ ପ୍ରକାରର ଦୃଶ୍ୟ। ଏହି ଦୃଶ୍ୟଟି ହେଉଛି ଅଭିନେତା ବାବୁସାନଙ୍କୁ ପତ୍ନୀ ତୃପ୍ତି, ଅଭିନେତ୍ରୀ ପ୍ରକୃତି ମିଶ୍ରଙ୍କୁ ଦେଉଛନ୍ତି ଉତ୍ତମ ମଧ୍ୟମ। ଅର୍ଥାତ ତାଙ୍କ ଚୁଟି ଭିଡି ଛେଚୁଛନ୍ତି। ଏପରିକି ତାଙ୍କୁ ରାସ୍ତାରେ ଗୋଡାଇ ଗୋଡାଇ ମାଡ ମାରୁଥିବାର ଦେଖାଯାଇଛି। ଏହି ଘଟଣାକୁ ସ୍ଥାନୀୟ ଲୋକେ ବେଶ୍ ଉପଭୋଗ କରିବା ସହିତ ମୋବାଇଲରେ ଭିଡିଓ ରେକର୍ଡ କରିଛନ୍ତି।

ଘଟଣାରୁ ଜଣାପଡିଛି ଯେ, ବାବୁସାନ ତାଙ୍କର ଫରଚ୍ୟୁନର ଗାଡିରେ ପ୍ରକୃତି ମିଶ୍ରଙ୍କ ଧରି କୁଆଡେ ଯାଉଥିଲେ। ଏହି ଖବର ପାଇବା ପରେ ବାବୁସାନଙ୍କ ପତ୍ନୀ ତାଙ୍କୁ ଅନୁସରଣ କରି ସତ୍ୟନଗର ନିକଟରେ ଧରିଥିଲେ। ଗାଡି ଅଟକାଇ ସେ ବାବୁସାନଙ୍କ କଲର ଧରି ଗାଡିରୁ ଝିଙ୍କି ଦେଲେ।

ଏପରି ପରିସ୍ଥିତି ଦେଖି ବାବୁସାନ ଇତଃସ୍ତତ ହୋଇପଡିଲେ। ପ୍ରକୃତି ମଧ୍ୟ କଣ କରିବେ ବୋଲି କିଛି ଜାଣିପାରିଲେ ନାହିଁ। ଏହାପରେ ତୃପ୍ତି, ପ୍ରକୃତି ମିଶ୍ରଙ୍କୁ ଗାଡି ଭିତରେ ଉତ୍ତମମଧ୍ୟମ ଛେଚି ଚାଲିଲେ। ତାଙ୍କ ଟୁଟି ଭିଡାଭିଡି କଲେ। ଏ ସବୁ ଦୃଶ୍ୟ ଦେଖିବାକୁ ସେଠାରେ ଲୋକଙ୍କ ଭିଡ ଜମି ସାରିଥିଲା। ସମସ୍ତେ ବାବୁସାନ ଓ ପ୍ରକୃତି ମିଶ୍ରଙ୍କୁ ଚିହ୍ନି ଭିଡିଓ ଉତ୍ତୋଳନ କରିବାକୁ ଲାଗିଲେ।

ପ୍ରକୃତି ଏହି ପରିସ୍ଥିତିରୁ ମୁକୁଳିବା ପାଇଁ ସେ ସେହି ଗାଡିରୁ ଧାଇଁ ଧାଇଁ ପଳାଇଯିବାକୁ ଚେଷ୍ଠା କରୁଥିଲେ। ହେଲେ ତୃପ୍ତି ତାଙ୍କୁ ଗୋଡାଇ ଗୋଡାଇ ମାରିବାକୁ ଆରମ୍ଭ କରିଦେଲେ। ସ୍ଥାନୀୟ ଲୋକଙ୍କର କହିବା କଥା ଯେ ତୃପ୍ତି ବଡ ପାଟିରେ ପ୍ରକୃତିକୁ ମାଡ ମାରି ‘ମୋ ଘର କାହିଁକି ଭାଙ୍ଗୁଛୁ’ ବୋଲି କହୁଥାନ୍ତି। ତେବେ ଏ ନେଇ କେହି ଥାନାରେ ଅଭିଯୋଗ କରି ନାହାଁନ୍ତି।

Categories
ଆଜିର ଖବର ରାଜ୍ୟ ଖବର ସିନେମା

‘ଭାଇ’ର ପୋଷ୍ଟର ଓ ଫାଷ୍ଟ ଲୁକ ରିଲିଜ

ଭୁବନେଶ୍ବର: ପୂର୍ବରୁ ତାଣ୍ଡବ ଏବଂ ଚଳିତବର୍ଷ ରଜରେ ରିଲିଜ୍ ହୋଇଥିବା ଓଡିଆ ସିନେମା ଗୁପଚୁପର ନିର୍ଦ୍ଦେଶକ ଥିବା ପୃଥିରାଜ ପଟ୍ଟନାୟକ ଓଡିଆ ସିନେମାପ୍ରେମୀଙ୍କ ପାଇଁ ନୂଆ ସିନେମା ‘ଭାଇ’ ନେଇ ଆସୁଛନ୍ତି। ଆଜି ତାର ପୋଷ୍ଟର ଏବଂ ଫାଷ୍ଟ ଲୁକ୍ ରିଲିଜ୍ ହୋଇଛି।

ଏହାର ମୁଖ୍ୟ ଚରିତ୍ରରେ ଅମ୍ଳାନ, ସୁଜିତ, ଦିବ୍ୟା, ଅନନ୍ୟା ଥିବାବେଳେ ଖଳନାୟକ ଚରିତ୍ରରେ ବିକାଶ ଅଭିନୟ କରୁଛନ୍ତି। ଏହାର କାହାଣୀ ଚିତ୍ରନାଟ୍ୟ ଓ ନିର୍ଦ୍ଦେଶନା ଦେଇଛନ୍ତି ପୃଥିରାଜ। ସଂଳାପ ରବିନାରାୟଣ ଦାସ ଲେଖିଛନ୍ତି। ଗୀତ ଅରୁଣ ମନ୍ତ୍ରୀ ଓ ରଞ୍ଜନ ନାୟକ ରଚନା କରିଥିବା ବେଳେ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ନବ ଓ ସରୋଜ। ନୃତ୍ୟ ସଂଯୋଜନା କରିବେ କବିର।

ଡିଓପିରେ ରୁଦ୍ରକାନ୍ତ ସିଂହ, ସମ୍ପାଦନରେ ମାନସ କୁମାର ସାହୁ, କଳା ନିର୍ଦ୍ଦେଶନାରେ ବିପିନ ବିହାରୀ ଓଝା, ରୂପସଜ୍ଜାରେ ରଞ୍ଜନ, ପ୍ରଡକ୍ସନ ଡିଜାଇନରେ ସଚି ବାବୁ ଏବଂ ପବ୍ଲିସିଟି ଡିଜାଇନ୍ ଦାୟିତ୍ଵରେ ଆଝାର ଅଲୀ ରହିଛନ୍ତି। ସେହିପରି ସିନେମାର କ୍ରିଏଟିଭ ହେଡ଼ ରହିଛନ୍ତି ପ୍ରଣୟ ଜେଠୀ।

ଏହି ସିନେମାରେ ସୁଟିଂ ଏଇ ମାସ ଶେଷ ସପ୍ତାହରୁ ଆରମ୍ଭ ହେବ। ଓଡ଼ିଶା ସମେତ ବାହାରେ ସୁଟିଂ ହେବାର ଅଛି। ଯଦିଓ ଏଇ ବର୍ଷ ଭିତରେ ସିନେମାଟି ମୁକ୍ତି ଲାଭ କରିବାର ଯୋଜନା ରହିଛି।

Categories
ବିଶେଷ ଖବର ମନୋରଂଜନ ରାଜ୍ୟ ଖବର ସିନେମା

ଅଭିନେତା ରାଇମୋହନ ପରିଡାଙ୍କ ଆତ୍ମହତ୍ୟାକୁ ବିଶ୍ବାସ କରିପାରୁ ନାହାଁନ୍ତି ସାଥୀ କଳାକାର

ଭୁବନେଶ୍ଵର: ବରିଷ୍ଠ ଅଭିନେତା ରାଇମୋହନ ପରିଡାଙ୍କ ପରଲୋକରେ ଓଡିଆ ସିନେମା ଜଗତ ଏବଂ ସିନେପ୍ରେମୀ ସ୍ତବ୍ଧ ହୋଇପଡିଛି। ସେ ଆଜି ଆତ୍ମହତ୍ୟା କରିଥିବା ଜଣାପଡିଛି। ସେ ତାଙ୍କ ପଳାଶୁଣି ପ୍ରାଚୀ ବିହାର ଘରେ ଆତ୍ମହତ୍ୟା କରିଛନ୍ତି। ହେଲେ ଆତ୍ମହତ୍ୟାର କାରଣ ଏ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ।

୯୦ ରୁ ଅଧିକ ଓଡିଆ ଚଳଚ୍ଚିତ୍ରରେ ରାଇମୋହନ ପରିଡା ଅଭିନୟ କରିଥିବା ବେଳେ ଯାତ୍ରାରେ ମଧ୍ୟ ଅନେକ ନାଟକରେ ନିଜର କଳା ପ୍ରଦର୍ଶନ କରିଛନ୍ତି। ରାଇମୋହନ ୧୫ ରୁ ଅଧିକ ବଙ୍ଗାଳୀ ସିନେମାରେ ମଧ୍ୟ ଅଭିନୟ କରିଛନ୍ତି।

ସେ ୧୯୬୩ ମସିହା ଜୁଲାଇ ୧୦ ତାରିଖରେ କେନ୍ଦୁଝର ଜିଲ୍ଲାରେ ଜନ୍ମଗ୍ରହଣ କରିଥିଲେ। ସେ ୧୯୮୫ ମସିହାରୁ ଅଭିନୟରେ ପାଦ ଥାପିଥିଲେ। ଓଡିଶା ଆଉ ପଶ୍ଚିମବଙ୍ଗରେ ରାଇମୋହନ ଘରେ ଘରେ ଲୋକପ୍ରିୟ ଥିବା ବେଳେ ଏଭଳି ଘଟଣା ଶୁଣି ସବୁଆଡେ ଶୋକର ଛାୟା ଖେଳିଯାଇଛି।

ସିଦ୍ଧାନ୍ତ ମହାପାତ୍ର- ତାଙ୍କର ବିୟୋଗରେ ବରିଷ୍ଠ ଅଭିନେତା ସିଦ୍ଧାନ୍ତ ମହାପାତ୍ର ଶୋକ ପ୍ରକାଶ କରିଛନ୍ତି। ସେ ଏହି ଖବରକୁ କେବେ ବି ବିଶ୍ବାସ କରିପାରୁ ନାହାଁନ୍ତି। ସେ କହିଛନ୍ତି ଯେ. ତାଙ୍କ ସହିତ 10 ଦିନ ତଳେ ଦେଖା ହୋଇଥିଲା। ସେତେବେଳେ ସେ ମାନସିକ ସ୍ତରରେ ବେଶ୍ ଦୃଢ ଥିଲେ। ହେଲେ ସେ କାହିଁକି ଆତ୍ମହତ୍ୟା କଲେ ତାହାକୁ ସେ ବିଶ୍ବାସ କରିପାରୁ ନାହାଁନ୍ତି।

ଶ୍ରୀତମ ଦାସ- ଅନ୍ୟତମ ବରିଷ୍ଠ ଅଭିନେତା ଶ୍ରୀତମ ଦାସ ମଧ୍ୟ ଏହି ଖବରକୁ ବିଶ୍ବାସ କରିପାରୁ ନାହାଁନ୍ତି। ତାଙ୍କ ମତରେ ସେ କୌଣସି ଅସୁବିଧାରେ ନ ଥିଲେ। ଆର୍ଥିକ ଦୃଷ୍ଟିରୁ ହେଉ କିମ୍ବା ପାରିବାରିକ କଥା। ସେଥିରେ କୌଣସି ଅସୁବିଧା ନ ଥିଲେ। ହେଲେ ସେ ଆତ୍ମହତ୍ୟା କରିବେ ତାହା ଅବିଶ୍ବସନୀୟ। ଏହା ଉପରେ ତଦନ୍ତ ହେବା ଦରକାର।

ଉଷସୀ ମିଶ୍ର- ଅଭିନେତ୍ରୀ ଉଷସୀ ମିଶ୍ର ମଧ୍ୟ ବିଶ୍ବାସ କରିପାରୁ ନାହାଁନ୍ତି। ରାଇଭାଇ କାହିଁକି ଆତ୍ମହତ୍ୟା କରିବେ ଏହାକୁ ସେ ଜାଣିପାରୁ ନାହାଁନ୍ତି। ସେ କହିଛନ୍ତି ଯେ, ରାଇମୋହନ ଏପରି ଏକ କଳାକାର ଯେ କି ସିନେମା, ଯାତ୍ରା ଏବଂ ଟେଲିଭିଜନରେ ଅଭିନୟ କରିପାରିଛନ୍ତି।

Categories
ଆଜିର ଖବର ମନୋରଂଜନ ରାଜ୍ୟ ଖବର

ଜୁନ୍ ୧୨ ରୁ ଓ୍ଵାର୍ଲଡ ଟିଭି ପ୍ରିମିୟରରେ ଜୀ ସାର୍ଥକର ନୂଆ ସିନେମା ‘ମୋ ପଣତକାନିରେ ତୁ’

ଭୁବନେଶ୍ୱର: ଜୀ ସାର୍ଥକର ନୂଆ ସିନେମା ‘ମୋ ପଣତକାନିରେ ତୁ’ର ଅଡିଓ ରିଲିଜ୍ ହୋଇ ଯାଇଛି। ଜୁନ୍ ୧୨ ରେ ଫିଲ୍ମଟି ଜୀ ସାର୍ଥକ ରେ ଓ୍ଵାର୍ଲଡ ଟେଲିଭିଜନ ପ୍ରିମିୟର ହେଉଥିବା ବେଳେ ଏହାର କାହାଣୀ ଓ ଗୀତଗୁଡିକ‌ ଲୋକାଦୃତ ହେବ ବୋଲି ଜୀ ସାର୍ଥକ ପକ୍ଷରୁ ପ୍ରକାଶ କରାଯାଇଛି।

ଫିଲ୍ମର ଗୀତଗୁଡିକୁ ସଂଗୀତରେ ସଜାଇଛନ୍ତି ବୈଦ୍ୟନାଥ ଦାଶ। ଫିଲ୍ମର ସବୁ ଗୀତ ଦର୍ଶକଙ୍କ ମନକୁ ଛୁଇଁବ ବୋଲି ପୁରା ଟିମ୍ ଆଶାବାଦୀ। ଗୀତ ଗୁଡ଼ିକୁ ରଚନା କରିଛନ୍ତି ଅରୁଣ ମନ୍ତ୍ରୀ, ଡ଼ ଶୁଭ ଦାସ, ସୂର୍ଯ୍ୟ ମହାପାତ୍ର, ନିହାର ପ୍ରିୟାଶିଷ୍ ଓ କଣ୍ଠଦାନ କରିଛନ୍ତି ହ୍ୟୁମାନ ସାଗର, କୁଲଦୀପ ପଟ୍ଟନାୟକ, ସୁଭାଶିଷ ସାହୁ, ଅସୀମା ପଣ୍ଡା, ସଞ୍ଜୁ, ଅର୍ପିତା ଚୈଧୁରୀ। ମ୍ୟୁଜିକ ଆରେଞ୍ଜମେଣ୍ଟ କରିଛନ୍ତି ରାଜା ଅନୀଲ।

ଜୀ ସାର୍ଥକ ଫିଲ୍ମସ ବ୍ୟାନରରେ ନିର୍ମାଣ ହେଇଛି ଏହି ନୂଆ ସିନେମା ‘ମୋ ପଣତକାନିରେ ତୁ’। ଏହି ଚଳଚ୍ଚିତ୍ରରେ ଦର୍ଶକ ଦେଖିବେ ନୂଆ ଯୋଡ଼ି ଜ୍ୟୋତି ରଞ୍ଜନ ଓ ଶ୍ରଦ୍ଧାଙ୍କୁ। ଫିଲ୍ମର ଆକର୍ଷଣ ରହିଛି ଭେଟରାନ ଅଭିନେତ୍ରୀ ମହାଶ୍ୱେତାଙ୍କ ସୀତା ଦେବୀ ଭୂମିକାରେ ଅଭିନୟ।

ଫିଲ୍ମର ଅନ୍ୟ ଏକ ଗୁରୁତ୍ବପୂର୍ଣ୍ଣ ଦାୟିତ୍ବ ନିର୍ବାହ କରିଛନ୍ତି କମେଡିଆନ ହରିହର ମହାପାତ୍ର। ଅଭିନୟ ସାଙ୍ଗକୁ କାହାଣୀ ନିଜେ ହରିହର ଲେଖିଥିବା ବେଳେ ପିନୁ ନାଏକ ନିର୍ଦ୍ଦେଶନା ଦେଇଛନ୍ତି। ଫିଲ୍ମର ପ୍ରଯୋଜନା କରିଛନ୍ତି ପ୍ରଦ୍ୟୁମ୍ନ ଲେଙ୍କା।

ଜୀ ସାର୍ଥକ ପୂର୍ବରୁ “ଦିଦିନମସ୍କାର” ଓ “ଡିଟେକଟିଭ୍ କରନ୍ ଅର୍ଜୁନ” ଭଳି ଚଳଚ୍ଚିତ୍ର ଭେଟି ଦେଇଥିବା ବେଳେ ଜୁନ୍ ୧୨ତାରିଖ ସଂଧ୍ୟା ୫:୩୦ରେ ଫିଲ୍ମ ‘ମୋ ପଣତକାନିରେ ତୁ’ର ଓ୍ବାର୍ଲଡ ଟିଭି ପ୍ରିମିୟର ହେବ।

Categories
ବିଶେଷ ଖବର

ଓଡିଆ ସିନେମାରେ ଏକ ଯୁଗର ଅବସାନ, ଆଉ ନାହାନ୍ତି ବିଜୟ ମହାନ୍ତି

ଓଡିଆ ସିନେମାର ଅନ୍ୟତମ ଯୁଗ ନାୟକ ବିଜୟ ମହାନ୍ତିଙ୍କର ଆଜି ସନ୍ଧ୍ୟାରେ ପରଲୋକ ଘଟିଛି। ଗତ ପଚାଶ ବର୍ଷ ଧରି ଓଡିଆ ସିନେମା, ରଙ୍ଗମଞ୍ଚ ଓ କଳା ଶିକ୍ଷା କ୍ଷେତ୍ରରେ ଅନୁପମ ଅବଦାନ ରଖି ଆସିଥିବା ମହାନ ଅଭିନେତା ବିଜୟ ମହାନ୍ତିଙ୍କର ମୃତ୍ୟୁରେ ଓଡିଆ କଳା ଜଗତ ସ୍ତବ୍ଧ ହୋଇ ପଡିଛି। ୧୯୭୭ ମସିହାରେ ଦୁଇଟି ପ୍ରସିଦ୍ଧ ସିନେମା “ଚିଲିକା ତୀରେ” ଏବଂ “ନାଗଫାଶ” ଜରିଆରେ ବିଜୟ ମହାନ୍ତିଙ୍କର ଅଭିନୟ ଜୀବନ ଆରମ୍ଭ ହୋଇଥିଲା। ଉଭୟ ନାୟକ ଏବଂ ଖଳ ନାୟକ ଭୂମିକାରେ ଓଡିଶାର ଦର୍ଶକ ତାଙ୍କୁ ଭଲ ପାଇ ଆସିଛନ୍ତି।

୮, ଏପ୍ରିଲ, ୧୯୫୦ ରେ ବିଜୟ ମହାନ୍ତି କେନ୍ଦ୍ରାପଡା ଜିଲାର ପାଣ୍ଡିରି ଗାଁରେ ଜନ୍ମଗ୍ରହଣ କରିଥିଲେ। ତେବେ ତାଙ୍କର ପିଲାଦିନ ବିତିଥିଲା ବାରିପଦାରେ। ବାରିପଦା ଗୋଟେ ସମୟରେ ଓଡିଆ ସିନେମାକୁ ସର୍ବାଧିକ ସଫଳ କଳାକାର ଦେଇଥିଲା। ରାଷ୍ଟ୍ରୀୟ ନାଟ୍ୟ ବିଦ୍ୟାଳୟର ଜଣେ ସଫଳ ସ୍ନାତକ ଭାବରେ ତାଙ୍କର ଅଭିନୟ  ଜୀବନ ଏକ ସଫଳ ଆଧାର ପାଇଥିଲା। ସିନେମା ଓ ରଙ୍ଗମଞ୍ଚ ସହିତ ତାଙ୍କର ସମ୍ପର୍କ ଆଜୀବନ ନିବିଡ ହୋଇ ରହିଥିଲା।

ନାଗଫାଶ, ଚିଲିକା ତୀରେ, ଦଣ୍ଡା ବାଳୁଙ୍ଗା, ଜାଗା ହାତରେ ପଘା, ସହରୀ ବାଘ, ହାକିମ ବାବୁ, ଶଙ୍ଖା ସିନ୍ଦୁର, ଅସ୍ତରାଗ, ସ୍ଵପ୍ନ ସାଗର, ରାମ ରହିମ, କାବେରୀ, ଭୁଲି ହୁଏନା ଥୁ ଆରମ୍ଭ କରି ଲଭ ଡଟ କମ ପର୍ୟନ୍ତ ଶତାଧିକ ସିନେମାରେ ବିଜୟ ମହାନ୍ତିଙ୍କର ଅଭିନୟ ଓଡିଆ ଦର୍ଶକଙ୍କୁ ବାନ୍ଧି ରଖିଥିଲା। ସେ ଥିଲେ ଓଡିଆ ସିନେମାରେ ଅଭିନୟର ଜୀବନ୍ତ କିମ୍ବଦନ୍ତୀ। ଜୀବନର ବାସ୍ତବତା ସହିତ ଚରିତ୍ରର ବ୍ୟକ୍ତିତ୍ବକୁ ଏକାକାର କରିବାରେ ତାଙ୍କର ତୁଳନା ନାହିଁ। ଓଡିଆ ସିନେମାର ଅନ୍ୟତମ ମହାନାୟକ ଭାବରେ ତାଙ୍କର କୌଣସି ବିକଳ୍ପ ନାହିଁ।

ଜଣେ ଅଭିନେତା ଭାବରେ ସେ ଶୀର୍ଷ ସ୍ଥାନରେ ପହଞ୍ଚିଥିଲେ, କିନ୍ତୁ ଉତ୍କଳ ସଙ୍ଗୀତ ମହା ବିଦ୍ୟାଳୟର ନାଟ୍ୟ ଅଧ୍ୟାପକ ଓ ଅଧ୍ୟକ୍ଷ ଭାବରେ ଶହ ଶହ ଅଭିନେତା ଓ ଅଭିନେତ୍ରୀ ତିଆରି କରିବାରେ ତାଙ୍କର ବିଶେଷ ଅବଦାନ ରହିଥିଲା। ଜଣେ ସଫଳ ନାଟ୍ୟକାର ଭାବରେ ତାଙ୍କୁ ଓଡିଶା ସାହିତ୍ୟ ଏକାଡେମି ପୁରସ୍କାର ମଧ୍ୟ ମିଳିଥିଲା।

ନିଜର ନିଖୁଣ ଅଭିନୟ ଲାଗି ସେ ରାଜ୍ୟର ସର୍ବୋଚ୍ଚ ସିନେମା ପୁରସ୍କାର “ଜୟଦେବ ପୁରସ୍କାର” ରେ ତାଙ୍କୁ ସମ୍ମାନୀତ କରାଯାଇଥିଲା। ତେବେ ଓଡିଶାବାସୀଙ୍କର ହୃଦୟରେ ସେ ସବୁଦିନ ଶିଖର ନାୟକ ଭାବରେ ଆମର ହୋଇ ରହିଥିବେ।