Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ପାଖେଇ ଆସୁଛି ମନ୍ତ୍ରମୁଗ୍ଧର ମୁକ୍ତିଲାଭ ଦିବସ
ଆଜିର ଖବର

ପାଖେଇ ଆସୁଛି ମନ୍ତ୍ରମୁଗ୍ଧର ମୁକ୍ତିଲାଭ ଦିବସ

April 17, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link
ପାଖେଇ ଆସୁଛି ମନ୍ତ୍ରମୁଗ୍ଧର ମୁକ୍ତିଲାଭ ଦିବସ
ପାଖେଇ ଆସୁଛି ମନ୍ତ୍ରମୁଗ୍ଧର ମୁକ୍ତିଲାଭ ଦିବସ

ଭୁବନେଶ୍ଵର: ଓଡ଼ିଆ ସିନେ ଦର୍ଶକଙ୍କ ପାଇଁ ଏକ ନୂଆ ସମ୍ଭାବନା ନେଇ ଆସୁଛି ମନ୍ତ୍ରମୁଗ୍ଧ। ମଲ୍ଟି ୟଙ୍ଗ ଷ୍ଟାର୍ସଙ୍କୁ ନେଇ ନିର୍ମାଣ ହୋଇଥିବା ମନ୍ତ୍ରମୁଗ୍ଧ ସାରା ଓଡ଼ିଶାରେ ଆସନ୍ତା ମେ ୧ ତାରିଖରେ ମୁକ୍ତିଲାଭ କରିବା ଖବର ପ୍ରାୟ ସବୁ ସିନେପ୍ରେମୀଙ୍କ ପାଖରେ ଅଛି। ଓଡ଼ିଆ ଚଳଚ୍ଚିତ୍ର ନିର୍ମାଣର ଧାରା ପରିବର୍ତ୍ତନର ସୂତ୍ରଧର, ଯୁବ ପ୍ରଯୋଜକ ତଥା ନିର୍ଦ୍ଦେଶକ ଅନୁପମ ପଟ୍ଟନାୟକଙ୍କର ଭିନ୍ନ ଏକ ପରିକଳ୍ପନା ମନ୍ତ୍ରମୁଗ୍ଧ।

ଅତ୍ୟାଧୁନିକ ଭିଏଫଏକ୍ସ, ଗ୍ରାଫିକ୍ସ, ହରର୍, କମେଡି ସାଙ୍ଗକୁ ମ୍ୟୁଜିକ୍ ସବୁକିଛି ଓଡ଼ିଆ ଚଳଚ୍ଚିତ୍ର ଜଗତ ପାଇଁ ନୂଆ ଅନୁଭୂତି ଯୋଗାଇବ। ନିକଟରେ ମୁକ୍ତିଲାଭ କରିଥିବା ଗୀତଗୁଡିକ କୋଟି ଓଡ଼ିଆଙ୍କ ହୃଦୟ ଜିତି ସାରିଛି। ଗୋଟିଏ ଗୀତରେ ଚାରି ଜଣ ନାୟକ ଓ ନାୟିକାଙ୍କ ଅଭିନୟର ଯାଦୁ ଦେଖିବେ ଦର୍ଶକ।

ଗଞ୍ଜାମ ଜିଲ୍ଲାର ଧରାକୋଟର ସେଇ ପ୍ରାଚୀନ ରାଜପ୍ରସାଦରେ ଦୀର୍ଘ ୫୦ ଦିନ ଧରି ସୁଟିଂ ହୋଇଥିବା ଛାତିଥରା ଦୃଶ୍ୟ ମନ୍ତ୍ରମୁଗ୍ଧ ମାଧ୍ୟମରେ ଦେଖିବେ ଦର୍ଶକ। ଧରାକୋଟର ପ୍ରାଚୀନ ରାଜ ପ୍ରସାଦରେ ରହିଛି ଅନେକ ଐତିହ୍ୟ।

ଓଡ଼ିଆ ମାନଚିତ୍ରରେ ତାର ସ୍ୱତନ୍ତ୍ର ପରିଚୟ ରହିଛି, ହେଲେ ଆଜି ବି ଅବହେଳିତ ହୋଇ ରହିଛିଧରାକୋଟ ରାଜବାଟୀ। ସେହି ରାଜବାଟୀରେ ଘଟୁଥିବା ଏକ ହରର୍ କାହାଣୀକୁ ଦେଖେଇବା ସହିତ ସେଇ ଐତିହାସିକ ସ୍ଥାନକୁ ଚଳଚ୍ଚିତ୍ର ମାଧ୍ୟମରେ ଲୋକଲୋଚନକୁ ଆଣିବାକୁ ପ୍ରୟାସ କରିଛନ୍ତି ନିର୍ଦ୍ଦେଶକ ଅନୁପମ ପଟ୍ଟନାୟକ।

ଏକ ବଡ଼ ଷ୍ଟାରକାଷ୍ଟ ସହିତ ପରଦାକୁ ଆସିବା ପାଇଁ ମନ୍ତ୍ରମୁଗ୍ଧ ପ୍ରସ୍ତୁତ ହୋଇସାରିଛି। ନାୟକ ସନୋଜ, ମନ୍ମୟ, ସାର୍ଥକ, ନାୟିକା ଭୂମିକା ଦାଶ, ସୂର୍ଯ୍ୟମୟୀ, ବର୍ଷା ପଟ୍ଟନାୟକ, ଦୀପନ୍ୱିତ, ନିଶାନ୍ତ,ହର ରଥ, ବରିଷ୍ଠ ଅଭିନେତା ଚୌଧୁରୀ ଜୟପ୍ରକାଶ ଦାସଙ୍କ ସମେତ ଆହୁରି ଅନେକ କଳାକାର ମନ୍ତ୍ରମୁଗ୍ଧରେ ନଜର ଆସିବେ। ଅନୁପମ ପଟ୍ଟନାୟକ ଏବଂ ବର୍ଷା ପଟ୍ଟନାୟକଙ୍କ ପ୍ରଯୋଜିତ ମନ୍ତ୍ରମୁଗ୍ଧରେ ତାଙ୍କର ପୁରା ଟିମ୍ ର ସହଯୋଗ ରହିଥିବା ବେଳେ ଓଲିଉଡ଼ ସିନେ ଇଣ୍ଡଷ୍ଟ୍ରିରେ ଆଗାମୀ ଦିନରେ ଏହି ଚଳଚ୍ଚିତ୍ର ଚହଳ ସୃଷ୍ଟି କରିବ ବୋଲି କାର୍ଯ୍ୟନିର୍ବାହୀ ପ୍ରଯୋଜକ ଗୋପାଳ ଚନ୍ଦ୍ର ଘଡ଼ାଇ ପ୍ରକାଶ କରିଛନ୍ତି।

ଓଡିଆ ସିନେମା ମନ୍ତ୍ରମୁଗ୍ଧ
Share. Facebook Twitter LinkedIn Email WhatsApp Copy Link

Related Posts

ଲିଙ୍ଗରାଜ ମନ୍ଦିରରେ ସେବାୟତ ବିବାଦ: ରାତିରୁ ନୀତିକାନ୍ତି ବନ୍ଦ

September 18, 2026

ଭାରତୀୟ-ଆମେରିକୀୟ କଂଗ୍ରେସ ସଦସ୍ୟଙ୍କ ବିଶ୍ୱାସଘାତକତା!: ଶୁଳ୍କ ଲାଗୁ କରିବାକୁ ଦେଲେ ଭୋଟ୍

September 18, 2026

ମମତା ବାନାର୍ଜୀଙ୍କ ପରେ ଏବେ ନିର୍ବାଚନ କମିଶନଙ୍କ ନିକଟକୁ ନାମ ପଠାଇଲେ ରୀତବ୍ରତ ଗୋଷ୍ଠୀ

September 18, 2026

ଆଉ କିଛି ସମୟ ପରେ ଏସୀୟ କ୍ରୀଡ଼ାର କ୍ୱାର୍ଟରଫାଇନାଲ: ଜାପାନକୁ ଭେଟିବ ଟିମ୍ ଇଣ୍ଡିଆ

September 18, 2026
Latest News

ଲିଙ୍ଗରାଜ ମନ୍ଦିରରେ ସେବାୟତ ବିବାଦ: ରାତିରୁ ନୀତିକାନ୍ତି ବନ୍ଦ

September 18, 2026

ଭାରତୀୟ-ଆମେରିକୀୟ କଂଗ୍ରେସ ସଦସ୍ୟଙ୍କ ବିଶ୍ୱାସଘାତକତା!: ଶୁଳ୍କ ଲାଗୁ କରିବାକୁ ଦେଲେ ଭୋଟ୍

September 18, 2026

ମମତା ବାନାର୍ଜୀଙ୍କ ପରେ ଏବେ ନିର୍ବାଚନ କମିଶନଙ୍କ ନିକଟକୁ ନାମ ପଠାଇଲେ ରୀତବ୍ରତ ଗୋଷ୍ଠୀ

September 18, 2026

ଆଉ କିଛି ସମୟ ପରେ ଏସୀୟ କ୍ରୀଡ଼ାର କ୍ୱାର୍ଟରଫାଇନାଲ: ଜାପାନକୁ ଭେଟିବ ଟିମ୍ ଇଣ୍ଡିଆ

September 18, 2026

ପୁରୁଣା ରୂପା ଅଳଙ୍କାରକୁ ଦିଅନ୍ତୁ ନୂଆ ଲୁକ୍‌; ଜାଣନ୍ତୁ ସଫା କରିବାର ସହଜ ଉପାୟ

September 18, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.