Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଓଡିଆ ସିନେମାରେ ଏକ ଯୁଗର ଅବସାନ, ଆଉ ନାହାନ୍ତି ବିଜୟ ମହାନ୍ତି
ବିଶେଷ ଖବର

ଓଡିଆ ସିନେମାରେ ଏକ ଯୁଗର ଅବସାନ, ଆଉ ନାହାନ୍ତି ବିଜୟ ମହାନ୍ତି

July 20, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଓଡିଆ ସିନେମାର ଅନ୍ୟତମ ଯୁଗ ନାୟକ ବିଜୟ ମହାନ୍ତିଙ୍କର ଆଜି ସନ୍ଧ୍ୟାରେ ପରଲୋକ ଘଟିଛି। ଗତ ପଚାଶ ବର୍ଷ ଧରି ଓଡିଆ ସିନେମା, ରଙ୍ଗମଞ୍ଚ ଓ କଳା ଶିକ୍ଷା କ୍ଷେତ୍ରରେ ଅନୁପମ ଅବଦାନ ରଖି ଆସିଥିବା ମହାନ ଅଭିନେତା ବିଜୟ ମହାନ୍ତିଙ୍କର ମୃତ୍ୟୁରେ ଓଡିଆ କଳା ଜଗତ ସ୍ତବ୍ଧ ହୋଇ ପଡିଛି। ୧୯୭୭ ମସିହାରେ ଦୁଇଟି ପ୍ରସିଦ୍ଧ ସିନେମା “ଚିଲିକା ତୀରେ” ଏବଂ “ନାଗଫାଶ” ଜରିଆରେ ବିଜୟ ମହାନ୍ତିଙ୍କର ଅଭିନୟ ଜୀବନ ଆରମ୍ଭ ହୋଇଥିଲା। ଉଭୟ ନାୟକ ଏବଂ ଖଳ ନାୟକ ଭୂମିକାରେ ଓଡିଶାର ଦର୍ଶକ ତାଙ୍କୁ ଭଲ ପାଇ ଆସିଛନ୍ତି।

୮, ଏପ୍ରିଲ, ୧୯୫୦ ରେ ବିଜୟ ମହାନ୍ତି କେନ୍ଦ୍ରାପଡା ଜିଲାର ପାଣ୍ଡିରି ଗାଁରେ ଜନ୍ମଗ୍ରହଣ କରିଥିଲେ। ତେବେ ତାଙ୍କର ପିଲାଦିନ ବିତିଥିଲା ବାରିପଦାରେ। ବାରିପଦା ଗୋଟେ ସମୟରେ ଓଡିଆ ସିନେମାକୁ ସର୍ବାଧିକ ସଫଳ କଳାକାର ଦେଇଥିଲା। ରାଷ୍ଟ୍ରୀୟ ନାଟ୍ୟ ବିଦ୍ୟାଳୟର ଜଣେ ସଫଳ ସ୍ନାତକ ଭାବରେ ତାଙ୍କର ଅଭିନୟ  ଜୀବନ ଏକ ସଫଳ ଆଧାର ପାଇଥିଲା। ସିନେମା ଓ ରଙ୍ଗମଞ୍ଚ ସହିତ ତାଙ୍କର ସମ୍ପର୍କ ଆଜୀବନ ନିବିଡ ହୋଇ ରହିଥିଲା।

ନାଗଫାଶ, ଚିଲିକା ତୀରେ, ଦଣ୍ଡା ବାଳୁଙ୍ଗା, ଜାଗା ହାତରେ ପଘା, ସହରୀ ବାଘ, ହାକିମ ବାବୁ, ଶଙ୍ଖା ସିନ୍ଦୁର, ଅସ୍ତରାଗ, ସ୍ଵପ୍ନ ସାଗର, ରାମ ରହିମ, କାବେରୀ, ଭୁଲି ହୁଏନା ଥୁ ଆରମ୍ଭ କରି ଲଭ ଡଟ କମ ପର୍ୟନ୍ତ ଶତାଧିକ ସିନେମାରେ ବିଜୟ ମହାନ୍ତିଙ୍କର ଅଭିନୟ ଓଡିଆ ଦର୍ଶକଙ୍କୁ ବାନ୍ଧି ରଖିଥିଲା। ସେ ଥିଲେ ଓଡିଆ ସିନେମାରେ ଅଭିନୟର ଜୀବନ୍ତ କିମ୍ବଦନ୍ତୀ। ଜୀବନର ବାସ୍ତବତା ସହିତ ଚରିତ୍ରର ବ୍ୟକ୍ତିତ୍ବକୁ ଏକାକାର କରିବାରେ ତାଙ୍କର ତୁଳନା ନାହିଁ। ଓଡିଆ ସିନେମାର ଅନ୍ୟତମ ମହାନାୟକ ଭାବରେ ତାଙ୍କର କୌଣସି ବିକଳ୍ପ ନାହିଁ।

ଜଣେ ଅଭିନେତା ଭାବରେ ସେ ଶୀର୍ଷ ସ୍ଥାନରେ ପହଞ୍ଚିଥିଲେ, କିନ୍ତୁ ଉତ୍କଳ ସଙ୍ଗୀତ ମହା ବିଦ୍ୟାଳୟର ନାଟ୍ୟ ଅଧ୍ୟାପକ ଓ ଅଧ୍ୟକ୍ଷ ଭାବରେ ଶହ ଶହ ଅଭିନେତା ଓ ଅଭିନେତ୍ରୀ ତିଆରି କରିବାରେ ତାଙ୍କର ବିଶେଷ ଅବଦାନ ରହିଥିଲା। ଜଣେ ସଫଳ ନାଟ୍ୟକାର ଭାବରେ ତାଙ୍କୁ ଓଡିଶା ସାହିତ୍ୟ ଏକାଡେମି ପୁରସ୍କାର ମଧ୍ୟ ମିଳିଥିଲା।

ନିଜର ନିଖୁଣ ଅଭିନୟ ଲାଗି ସେ ରାଜ୍ୟର ସର୍ବୋଚ୍ଚ ସିନେମା ପୁରସ୍କାର “ଜୟଦେବ ପୁରସ୍କାର” ରେ ତାଙ୍କୁ ସମ୍ମାନୀତ କରାଯାଇଥିଲା। ତେବେ ଓଡିଶାବାସୀଙ୍କର ହୃଦୟରେ ସେ ସବୁଦିନ ଶିଖର ନାୟକ ଭାବରେ ଆମର ହୋଇ ରହିଥିବେ।

ଓଡିଆ ସିନେମା ବିଜୟ ମହାନ୍ତି
Share. Facebook Twitter LinkedIn Email WhatsApp Copy Link

Related Posts

ଭୁବନେଶ୍ୱରର ଦୁଇ ପ୍ରମୁଖ କରିଡରରେ ପାଇଲଟ୍ ଭିତ୍ତିରେ ‘ବସ୍ ପ୍ରାଥମିକତା ଲେନ୍’ ପାଇଁ ଯୋଜନା ଆରମ୍ଭ

August 14, 2026

ମୌସୁମୀ ଅଧିବେଶନ ଶେଷ ହେବା ମାତ୍ରେ ବିରୋଧୀ-ସରକାର ମୁହାଁମୁହିଁ: ରାହୁଲଙ୍କୁ ଟାର୍ଗେଟ କଲେ କେନ୍ଦ୍ରମନ୍ତ୍ରୀ

August 14, 2026

ସଂସଦର ମୌସୁମୀ ଅଧିବେଶନ: ଉଭୟ ସଦନରେ ୧୨ ବିଲ୍‌ ଗୃହୀତ

August 13, 2026

“ପ୍ରଧାନମନ୍ତ୍ରୀ ମୋଦି କାହିଁକି ସାମ୍ବାଦିକ ସମ୍ମିଳନୀ କରୁନାହାଁନ୍ତି?”: ରାହୁଲ ଗାନ୍ଧୀଙ୍କ ବଡ଼ ଆକ୍ରମଣ

August 13, 2026
Latest News

ବିପଦ ସଙ୍କେତ ଉପରେ ବୈତରଣୀ, ଜଳମଗ୍ନ ଯୋଡ଼ା-ବଡ଼ବିଲ

August 14, 2026

ପ୍ରବଳ ବର୍ଷା: ମୟୂରଭଞ୍ଜରେ ଆଜି ସବୁ ସ୍କୁଲ୍ ବନ୍ଦ

August 14, 2026

ମାଥିଲି ଆଇ.ଟି.ଆଇ.ରେ ଇଭି ଟେକ୍ନୋଲୋଜି ଉତ୍କର୍ଷ କେନ୍ଦ୍ରର ଭିତ୍ତିପ୍ରସ୍ତର ରଖିଲେ ଶିଳ୍ପ ମନ୍ତ୍ରୀ

August 14, 2026

ବାଂଲାଦେଶ ଗସ୍ତ କରିବ କି ଟିମ୍ ଇଣ୍ଡିଆ?: ବିସିସିଆଇ ଜାରି କଲା ଅପଡେଟ୍‌

August 14, 2026

ଶକ୍ତି ବିଭାଗର ବିଭିନ୍ନ ପ୍ରସ୍ତାବିତ ପ୍ରକଳ୍ପ ସମ୍ପର୍କରେ ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ

August 14, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.