Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଡିଆରଡିଓ ଦ୍ବାରା ଅତି ସ୍ବଳ୍ପ ଦୂରତା ବିଶିଷ୍ଟ ବାୟୁ ପ୍ରତିରକ୍ଷା ପ୍ରଣାଳୀ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ
ଆଜିର ଖବର

ଡିଆରଡିଓ ଦ୍ବାରା ଅତି ସ୍ବଳ୍ପ ଦୂରତା ବିଶିଷ୍ଟ ବାୟୁ ପ୍ରତିରକ୍ଷା ପ୍ରଣାଳୀ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ

September 27, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ଵର: ପ୍ରତିରକ୍ଷା ଗବେଷଣା ଓ ବିକାଶ ସଂଗଠନ (ଡିଆରଡିଓ) ଦ୍ବାରା ଅତି ସ୍ବଳ୍ପ ଦୂରତା ବିଶିଷ୍ଟ ବାୟୁ ପ୍ରତିରକ୍ଷା ପ୍ରଣାଳୀ (ଭିଏସଏଚଓଆରଏଡିଏସ) କ୍ଷେପଣାସ୍ତ୍ରର ଦୁଇଟି ପରୀକ୍ଷଣ ସଫଳ ହୋଇଛି। ୨୭ ସେପ୍ଟେମ୍ବର, ୨୦୨୨ ମଙ୍ଗଳବାର ଦିନ ଓଡ଼ିଶା ଉପକୂଳ ଚାନ୍ଦିପୁର ସ୍ଥିତ ସମନ୍ବିତ ପରୀକ୍ଷଣ ଘାଟି ଠାରେ ଭୂପୃଷ୍ଠରେ ରଖାଯାଇଥିବା ଏକ ପୋର୍ଟେବଲ ଲଞ୍ଚର ବା ଉତକ୍ଷେପଣ ଯାନରୁ ଏହି କ୍ଷେପଣାସ୍ତ୍ରର ଫ୍ଲାଇଟ୍‌ ଟେଷ୍ଟ କରାଯାଇଥିଲା।

ଭିଏସଏଚଓଆରଏଡିଏସ ହେଉଛି ଏକ ପୋର୍ଟେବଲ ବା ମାନବ ବାହିତ ବାୟୁ ପ୍ରତିରକ୍ଷା ପ୍ରଣାଳୀ (ମ୍ୟାନପ୍ୟାଡ) ଯାହାକୁ ହାଇଦ୍ରାବାଦସ୍ଥିତ ଡିଆରଡିଓର ଗବେଷଣା କେନ୍ଦ୍ର ଇମାରତ (ଆରସିଆଇ) ଦ୍ବାରା ଡିଜାଇନ କରାଯାଇଛି। ଡିଆରଡିଓ ପ୍ରୟୋଗଶାଳା ଏବଂ ଭାରତୀୟ ଉଦ୍ୟୋଗ ଜଗତର ସହଭାଗିତାରେ ଏହି ସ୍ବଦେଶୀ କ୍ଷେପଣାସ୍ତ୍ରକୁ ନିର୍ମାଣ କରାଯାଇଛି।

ଭିଏସଏଚଓଆରଏଡିଏସରେ ରହିଛି କ୍ଷୁଦ୍ର ଆକୃତିର ପ୍ରତିକ୍ରିୟା ନିୟନ୍ତ୍ରଣ ପ୍ରଣାଳୀ (ଆରସିଏସ) ଏବଂ ସମନ୍ବିତ ଏଭିଓନିକ୍ସ ଭଳି ବହୁ ନୂଆ ଜ୍ଞାନକୌଶଳ। ଏସବୁ ଅତ୍ୟାଧୁନିକ ବ୍ୟବସ୍ଥା ଆଜିର ପରୀକ୍ଷଣ ସମୟରେ ସଫଳତା ପୂର୍ବକ ପ୍ରମାଣିତ ହୋଇଥିଲା। ଏହି କ୍ଷେପଣାସ୍ତ୍ରରେ ଥିବା ଦୁଇଟିକିଆ ସଲିଡ୍‌ ମୋଟର କ୍ଷମତା ଯାହାକି ଆକାଶମାର୍ଗରୁ ଆସୁଥିବା କମ ଉଚ୍ଚତା ବିଶିଷ୍ଟ ବିପଦକୁ ଅଳ୍ପ ଦୂରତାରେ ଧ୍ବଂସ କରିବାରେ ସକ୍ଷମ ହୋଇପାରିବ।  ସହଜରେ ପରିବହନ କରିବା ଲାଗି ଏହି କ୍ଷେପଣାସ୍ତ୍ର ଓ ଏହାର ଲଞ୍ଚରକୁ ଅଧିକ ଅନୁକୂଳ କରାଯାଇଛି । ଆଜି ସମ୍ପାଦନ କରାଯାଇଥିବା ଦୁଇଟି ଯାକ ଆକାଶମାର୍ଗ ପରୀକ୍ଷଣ ବା ଫ୍ଲାଇଟ୍‌ ଟେଷ୍ଟ ମିଶନର ସବୁ ଲକ୍ଷ୍ୟ ସମ୍ପୂର୍ଣ୍ଣ ଭାବେ ହାସଲ କରିଥିଲା।

ମାନନୀୟ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଏହି ପରୀକ୍ଷଣ ପାଇଁ ଡିଆରଡିଓ ଏବଂ ଏହାର ଉଦ୍ୟୋଗ ସହଯୋଗୀମାନଙ୍କୁ ଅଭିନନ୍ଦନ ଜଣାଇବା ସହିତ ସେମାନଙ୍କୁ ଉଚ୍ଚ ପ୍ରଶଂସା କରି କହିଛନ୍ତି ଯେ ଏହି ନୂଆ କ୍ଷେପଣାସ୍ତ୍ରରେ ଆଧୁନିକ ପ୍ରଯୁକ୍ତି ରହିଛି ଯାହାକି ସେନାବାହିନୀର ପ୍ରଯୁକ୍ତିଗତ ସାମର୍ଥ୍ୟକୁ ଆହୁରି ବଢ଼ାଇ ଦେବ। ଏହି ଉଲ୍ଲେଖନୀୟ ସଫଳତା ପାଇଁ ସମ୍ପୂର୍ଣ୍ଣ ଭିଏସଏଚଓଆରଏଡିଏସ ଟିମ୍‌କୁ ପ୍ରତିରକ୍ଷା ଗବେଷଣା ଓ ବିକାଶ ବିଭାଗର ସଚିବ ତଥା ଡିଆରଡିଓର ଅଧ୍ୟକ୍ଷ ଅଭିନନ୍ଦନ ଜଣାଇଛନ୍ତି।

କ୍ଷେପଣାସ୍ତ୍ର ଡିଆରଡିଓ ସଫଳ ପରୀକ୍ଷଣ
Share. Facebook Twitter LinkedIn Email WhatsApp Copy Link

Related Posts

ସୁନା ଏବଂ ରୂପା ମୂଲ୍ୟରେ ବଡ଼ ହ୍ରାସ: ଯାଞ୍ଚ କରନ୍ତୁ ଆଜିର ଦର

September 29, 2026

ଭଣଜା ଆଖି ଆଗରେ ମାମୁଙ୍କୁ ଗୁଳି, ସାମାନ୍ୟ ବଚସାରୁ କଣ୍ଟାମାଳରେ ଘଟିଲା ସାଂଘାତିକ ଘଟଣା

September 29, 2026

CEC ଜ୍ଞାନେଶ କୁମାର ଓ SIR କୁ ନେଇ ଦେଶରେ ଉତ୍ତାପ: ବିରୋଧୀଙ୍କ ଆକ୍ରମଣ ଭିତରେ ବିଜେପି-ଜେଡିୟୁର ପଲଟା ଜବାବ

September 29, 2026

ଭିଜିଲାନ୍ସ ଜାଲରେ କାରଖାନା ଓ ବଏଲର ବିଭାଗ ସହକାରୀ ନିର୍ଦ୍ଦେଶକ: ଏକକାଳୀନ ୭ଟି ଠିକଣାରେ ଚଢ଼ଉ

September 29, 2026
Latest News

ସୁନା ଏବଂ ରୂପା ମୂଲ୍ୟରେ ବଡ଼ ହ୍ରାସ: ଯାଞ୍ଚ କରନ୍ତୁ ଆଜିର ଦର

September 29, 2026

ଭଣଜା ଆଖି ଆଗରେ ମାମୁଙ୍କୁ ଗୁଳି, ସାମାନ୍ୟ ବଚସାରୁ କଣ୍ଟାମାଳରେ ଘଟିଲା ସାଂଘାତିକ ଘଟଣା

September 29, 2026

ପ୍ରତ୍ୟେକ UPI ପେମେଣ୍ଟରୁ ସରକାର କେତେ ରୋଜଗାର କରନ୍ତି? ଜାଣନ୍ତୁ MDR ଓ ଏହାର ସମ୍ପୂର୍ଣ୍ଣ ଆର୍ଥିକ ହିସାବ

September 29, 2026

CEC ଜ୍ଞାନେଶ କୁମାର ଓ SIR କୁ ନେଇ ଦେଶରେ ଉତ୍ତାପ: ବିରୋଧୀଙ୍କ ଆକ୍ରମଣ ଭିତରେ ବିଜେପି-ଜେଡିୟୁର ପଲଟା ଜବାବ

September 29, 2026

ଭିଜିଲାନ୍ସ ଜାଲରେ କାରଖାନା ଓ ବଏଲର ବିଭାଗ ସହକାରୀ ନିର୍ଦ୍ଦେଶକ: ଏକକାଳୀନ ୭ଟି ଠିକଣାରେ ଚଢ଼ଉ

September 29, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.