Categories
ଆଜିର ଖବର ଜାତୀୟ ଖବର

ଡିଆରଡିଓର ପୂର୍ବତନ ମହାନିର୍ଦ୍ଦେଶକଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀଙ୍କ ଶୋକ

ନୂଆଦିଲ୍ଲୀ; ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରତିରକ୍ଷା ଗବେଷଣା ଏବଂ ବିକାଶ ସଂଗଠନ (ଡିଆରଡିଓ)ର ପୂର୍ବତନ ମହାନିର୍ଦ୍ଦେଶକ ଡ. ଭି. ଏସ. ଅରୁଣାଚଲମଙ୍କ ବିୟୋଗରେ ଗଭୀର ଶୋକବ୍ୟକ୍ତ କରିଛନ୍ତି।

ଏକ ଟ୍ୱିଟରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ‘‘ଡ. ବି ଏସ ଅରୁଣାଚଲମଙ୍କ ବିୟୋଗ ବୈଜ୍ଞାନିକ ସମୁଦାୟ ଏବଂ ରଣନୀତିକ ବିଶ୍ୱରେ ଏକ ବଡ଼ ଶୂନ୍ୟସ୍ଥାନ ଛାଡ଼ିଯାଇଛି। ତାଙ୍କର ଜ୍ଞାନ, ଗବେଷଣା ପ୍ରତି ପ୍ରଗାଢ଼ ଉତ୍ସାହ ଏବଂ ଭାରତର ସୁରକ୍ଷା କ୍ଷମତାକୁ ମଜଭୁତ କରିବାରେ ସମୃଦ୍ଧ ଯୋଗଦାନ ନିମନ୍ତେ ତାଙ୍କର ଯଥେଷ୍ଟ ପ୍ରଶଂସା କରାଯାଇଛି। ତାଙ୍କ ପରିବାର ଏବଂ ଶୁଭଚିନ୍ତକମାନଙ୍କ ପ୍ରତି ସମବେଦନା। ଓମ ଶାନ୍ତି।’’

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଡିଆରଡିଓ ଦ୍ବାରା ଅତି ସ୍ବଳ୍ପ ଦୂରତା ବିଶିଷ୍ଟ ବାୟୁ ପ୍ରତିରକ୍ଷା ପ୍ରଣାଳୀ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ

ଭୁବନେଶ୍ଵର: ପ୍ରତିରକ୍ଷା ଗବେଷଣା ଓ ବିକାଶ ସଂଗଠନ (ଡିଆରଡିଓ) ଦ୍ବାରା ଅତି ସ୍ବଳ୍ପ ଦୂରତା ବିଶିଷ୍ଟ ବାୟୁ ପ୍ରତିରକ୍ଷା ପ୍ରଣାଳୀ (ଭିଏସଏଚଓଆରଏଡିଏସ) କ୍ଷେପଣାସ୍ତ୍ରର ଦୁଇଟି ପରୀକ୍ଷଣ ସଫଳ ହୋଇଛି। ୨୭ ସେପ୍ଟେମ୍ବର, ୨୦୨୨ ମଙ୍ଗଳବାର ଦିନ ଓଡ଼ିଶା ଉପକୂଳ ଚାନ୍ଦିପୁର ସ୍ଥିତ ସମନ୍ବିତ ପରୀକ୍ଷଣ ଘାଟି ଠାରେ ଭୂପୃଷ୍ଠରେ ରଖାଯାଇଥିବା ଏକ ପୋର୍ଟେବଲ ଲଞ୍ଚର ବା ଉତକ୍ଷେପଣ ଯାନରୁ ଏହି କ୍ଷେପଣାସ୍ତ୍ରର ଫ୍ଲାଇଟ୍‌ ଟେଷ୍ଟ କରାଯାଇଥିଲା।

ଭିଏସଏଚଓଆରଏଡିଏସ ହେଉଛି ଏକ ପୋର୍ଟେବଲ ବା ମାନବ ବାହିତ ବାୟୁ ପ୍ରତିରକ୍ଷା ପ୍ରଣାଳୀ (ମ୍ୟାନପ୍ୟାଡ) ଯାହାକୁ ହାଇଦ୍ରାବାଦସ୍ଥିତ ଡିଆରଡିଓର ଗବେଷଣା କେନ୍ଦ୍ର ଇମାରତ (ଆରସିଆଇ) ଦ୍ବାରା ଡିଜାଇନ କରାଯାଇଛି। ଡିଆରଡିଓ ପ୍ରୟୋଗଶାଳା ଏବଂ ଭାରତୀୟ ଉଦ୍ୟୋଗ ଜଗତର ସହଭାଗିତାରେ ଏହି ସ୍ବଦେଶୀ କ୍ଷେପଣାସ୍ତ୍ରକୁ ନିର୍ମାଣ କରାଯାଇଛି।

ଭିଏସଏଚଓଆରଏଡିଏସରେ ରହିଛି କ୍ଷୁଦ୍ର ଆକୃତିର ପ୍ରତିକ୍ରିୟା ନିୟନ୍ତ୍ରଣ ପ୍ରଣାଳୀ (ଆରସିଏସ) ଏବଂ ସମନ୍ବିତ ଏଭିଓନିକ୍ସ ଭଳି ବହୁ ନୂଆ ଜ୍ଞାନକୌଶଳ। ଏସବୁ ଅତ୍ୟାଧୁନିକ ବ୍ୟବସ୍ଥା ଆଜିର ପରୀକ୍ଷଣ ସମୟରେ ସଫଳତା ପୂର୍ବକ ପ୍ରମାଣିତ ହୋଇଥିଲା। ଏହି କ୍ଷେପଣାସ୍ତ୍ରରେ ଥିବା ଦୁଇଟିକିଆ ସଲିଡ୍‌ ମୋଟର କ୍ଷମତା ଯାହାକି ଆକାଶମାର୍ଗରୁ ଆସୁଥିବା କମ ଉଚ୍ଚତା ବିଶିଷ୍ଟ ବିପଦକୁ ଅଳ୍ପ ଦୂରତାରେ ଧ୍ବଂସ କରିବାରେ ସକ୍ଷମ ହୋଇପାରିବ।  ସହଜରେ ପରିବହନ କରିବା ଲାଗି ଏହି କ୍ଷେପଣାସ୍ତ୍ର ଓ ଏହାର ଲଞ୍ଚରକୁ ଅଧିକ ଅନୁକୂଳ କରାଯାଇଛି । ଆଜି ସମ୍ପାଦନ କରାଯାଇଥିବା ଦୁଇଟି ଯାକ ଆକାଶମାର୍ଗ ପରୀକ୍ଷଣ ବା ଫ୍ଲାଇଟ୍‌ ଟେଷ୍ଟ ମିଶନର ସବୁ ଲକ୍ଷ୍ୟ ସମ୍ପୂର୍ଣ୍ଣ ଭାବେ ହାସଲ କରିଥିଲା।

ମାନନୀୟ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଏହି ପରୀକ୍ଷଣ ପାଇଁ ଡିଆରଡିଓ ଏବଂ ଏହାର ଉଦ୍ୟୋଗ ସହଯୋଗୀମାନଙ୍କୁ ଅଭିନନ୍ଦନ ଜଣାଇବା ସହିତ ସେମାନଙ୍କୁ ଉଚ୍ଚ ପ୍ରଶଂସା କରି କହିଛନ୍ତି ଯେ ଏହି ନୂଆ କ୍ଷେପଣାସ୍ତ୍ରରେ ଆଧୁନିକ ପ୍ରଯୁକ୍ତି ରହିଛି ଯାହାକି ସେନାବାହିନୀର ପ୍ରଯୁକ୍ତିଗତ ସାମର୍ଥ୍ୟକୁ ଆହୁରି ବଢ଼ାଇ ଦେବ। ଏହି ଉଲ୍ଲେଖନୀୟ ସଫଳତା ପାଇଁ ସମ୍ପୂର୍ଣ୍ଣ ଭିଏସଏଚଓଆରଏଡିଏସ ଟିମ୍‌କୁ ପ୍ରତିରକ୍ଷା ଗବେଷଣା ଓ ବିକାଶ ବିଭାଗର ସଚିବ ତଥା ଡିଆରଡିଓର ଅଧ୍ୟକ୍ଷ ଅଭିନନ୍ଦନ ଜଣାଇଛନ୍ତି।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଓଡିଶା ଉପକୂଳରୁ କୁଇକ୍‍ ରିଆକ୍ସନ୍ ସର୍ଫେସ୍ ଟୁ ଏୟାର ମିସାଇଲ୍ ବ୍ୟବସ୍ଥାକୁ ସଫଳତାର ସହିତ ପରୀକ୍ଷଣ

ଭୁବନେଶ୍ବର: ପ୍ରତିରକ୍ଷା ଅନୁସନ୍ଧାନ ଏବଂ ବିକାଶ ସଂଗଠନ (ଡିଆରଡିଓ) ଏବଂ ଭାରତୀୟ ସେନା ଓଡ଼ିଶା ଉପକୂଳର ଚାନ୍ଦିପୁର ସ୍ଥିତ ସମନ୍ୱିତ ପରୀକ୍ଷଣ ଘାଟୀ (ଆଇଟିଆର)ରୁ କୁଇକ୍‍ ରିଆକ୍ସନ୍ ସର୍ଫେସ୍ ଟୁ ଏୟାର ମିସାଇଲ୍ (କ୍ୟୁଆରଏସଏଏମ) ବ୍ୟବସ୍ଥାର  ପରୀକ୍ଷଣକୁ ସଫଳତାର ସହ ସମାପ୍ତ କରିଛନ୍ତି। ଭାରତୀୟ ସେନା ଦ୍ୱାରା ମୂଲ୍ୟାଙ୍କନ ପରୀକ୍ଷଣର ଏକ ଅଂଶ ଭାବରେ ଏହି ପରୀକ୍ଷା କରାଯାଇଥିଲା।

ବିଭିନ୍ନ ପରିସ୍ଥିତିରେ ଅସ୍ତ୍ରଶସ୍ତ୍ରର ମାରକ କ୍ଷମତାକୁ ଆକଳନ କରିବା ପାଇଁ ବିଭିନ୍ନ ପ୍ରକାରର ବିପଦକୁ ଠାବ ସହିତ ଆକାଶରେ ଆସୁଥିବା ଦ୍ରୁତଗାମୀ ଲକ୍ଷ୍ୟ ବିରୁଦ୍ଧରେ ଏହି ପରୀକ୍ଷା କରାଯାଇଥିଲା, ଯେଉଁଥିରେ ଦୂରଗାମୀ ମଧ୍ୟମ ଉଚ୍ଚତା, ସ୍ୱଳ୍ପ ଦୂରତା, ଅଧିକ ଉଚ୍ଚତାରେ ଲକ୍ଷ୍ୟକୁ ପରିଚାଳନା, କମ୍ ଉଚ୍ଚତାରେ ରାଡାର ଦ୍ୱାରା ଏହାକୁ ଠାବ କରିବା ସହିତ ଲକ୍ଷ୍ୟଭେଦ ଏବଂ ସାମୂହିକ ଭାବେ ଦୁଇଟି କ୍ଷେପଣାସ୍ତ୍ରକୁ କ୍ରମାଗତ ଭାବରେ ଛଡାଯାଇଥିଲା। ଉଭୟ ଦିନ ଓ ରାତି ପରିସ୍ଥିତିରେ ଏହାର କାର୍ଯ୍ୟଦକ୍ଷତାକୁ ମଧ୍ୟ ମୂଲ୍ୟାଙ୍କନ କରାଯାଇଥିଲା।

ଏହି ପରୀକ୍ଷଣ ସମୟରେ, ଅତ୍ୟାଧୁନିକ ନିୟନ୍ତ୍ରଣ ବ୍ୟବସ୍ଥା ଏବଂ ୱାରହେଡ୍ ଚେନ୍ ସହିତ କଣ୍ଟ୍ରୋଲ୍ ଆଲଗୋରିଦମ ଅସ୍ତ୍ର ପ୍ରଣାଳୀର ଶତ ପ୍ରତିଶତ ସଠିକତାର ସହ ମିଶନର ସମସ୍ତ ଉଦ୍ଦେଶ୍ୟ ପୂରଣ ହୋଇଥିଲା। ଆଇଟିଆର ଦ୍ୱାରା ନିୟୋଜିତ ଟେଲିମେଟ୍ରି, ରାଡାର ଏବଂ ଇଲେକ୍ଟ୍ରୋ ଅପ୍ଟିକାଲ୍ ଟ୍ରାକିଂ ସିଷ୍ଟମ୍ (ଇଓଟିଏସ୍‍) ପରି ଅନେକ ଯନ୍ତ୍ରାଂଶ ଦ୍ୱାରା ଏକତ୍ର ହୋଇଥିବା ତଥ୍ୟରୁ ଏହାର କାର୍ଯ୍ୟଦକ୍ଷତା ନିଶ୍ଚିତ ହୋଇଛି। ଏହି ଉତକ୍ଷେପଣ ସମୟରେ ଡିଆରଡିଓ ଏବଂ ଭାରତୀୟ ସେନାର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

ଏହି ପରୀକ୍ଷଣଗୁଡିକ ସ୍ୱଦେଶୀ ରେଡିଓ ଫ୍ରିକ୍ୱେନ୍ସି (ଆରଏଫ୍‌) ସନ୍ଧାନକାରୀ, ଭ୍ରାମ୍ୟମାଣ ଲଞ୍ଚର୍‌, ସମ୍ପୂର୍ଣ୍ଣ ସ୍ୱୟଂଚାଳିତ କମାଣ୍ଡ ଏବଂ କଣ୍ଟ୍ରୋଲ୍ ସିଷ୍ଟମ୍‌, ସିସିଟିଭି ଏବଂ ମଲ୍ଟି ଫଙ୍କସନ୍ ରାଡାର ସହିତ ସମସ୍ତ ସ୍ୱଦେଶୀ-ବିକଶିତ ସବ୍‌-ସିଷ୍ଟମକୁ ନେଇ ଚୂଡାନ୍ତ ପରୀକ୍ଷଣ କରାଯାଇଥିଲା। କ୍ୟୁଆରଏସଏଏମ୍‍ ଅସ୍ତ୍ର ପ୍ରଣାଳୀର ସ୍ୱତନ୍ତ୍ରତା ହେଉଛି ଏହା ସର୍ଚ୍ଚ ଏବଂ ଟ୍ରାକ୍ ସାମର୍ଥ୍ୟ ଏବଂ ଅଳ୍ପ ସମୟରେ ଉତକ୍ଷେପଣ କରିପାରିବ। ଏହା ପୂର୍ବରୁ କରାଯାଇଥିବା ପରୀକ୍ଷା ସମୟରେ ଏହା ପ୍ରମାଣିତ ହୋଇଛି।

ସଫଳ ପରୀକ୍ଷଣ ପାଇଁ ରକ୍ଷାମନ୍ତ୍ରୀ ରାଜନାଥ ସିଂହ ଡିଆରଡିଓ ଏବଂ ଭାରତୀୟ ସେନାକୁ ପ୍ରଶଂସା କରିଛନ୍ତି। ସେ ଆତ୍ମବିଶ୍ୱାସର ସହ ଦର୍ଶାଇଛନ୍ତି ଯେ ସଶସ୍ତ୍ର ବାହିନୀ ପାଇଁ କ୍ୟୁଆରଏସଏଏମ୍‍ ଅସ୍ତ୍ର ପ୍ରଣାଳୀ ଏକ ଉତ୍କୃଷ୍ଟ ଶକ୍ତି ହେବ।

ପ୍ରତିରକ୍ଷା ଆର ଆଣ୍ଡ ଡି ସଚିବ ଏବଂ ଡିଆରଡିଓର ଅଧ୍ୟକ୍ଷ ସଫଳ ପରୀକ୍ଷଣ ସହିତ ଜଡିତ ଟିମ୍‍ଙ୍କୁ ଅଭିନନ୍ଦନ ଜଣାଇଛନ୍ତି ଏବଂ କହିଛନ୍ତି ଯେ ଭାରତୀୟ ସେନାରେ ସାମିଲ ପାଇଁ ଏହା ବର୍ତ୍ତମାନ ସମ୍ପୂର୍ଣ୍ଣ ପ୍ରସ୍ତୁତ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଡିଆରଡିଓ ଏବଂ ଭାରତୀୟ ନୌସେନା ଦ୍ୱାରା ଓଡ଼ିଶା ଉପକୂଳରେ ସମ୍ପନ୍ନ ହେଲା ଫ୍ଲାଇଟ୍‌ ଟେଷ୍ଟ

ଭୁବନେଶ୍ୱର: ଓଡ଼ିଶା ଉପକୂଳ ଚାନ୍ଦିପୁରସ୍ଥିତ ସମନ୍ୱିତ ପରୀକ୍ଷଣ ଘାଟୀ (ଆଇଟିଆର)ରୁ ୨୩ ଅଗଷ୍ଟ, ୨୦୨୨ରେ ଭୂପୃଷ୍ଠରୁ ଆକାଶମାର୍ଗକୁ ଭୂଲମ୍ବ ମାରକ କ୍ଷମତା ବିଶିଷ୍ଟ ସ୍ୱଳ୍ପ ଦୂରଗାମୀ କ୍ଷେପଣାସ୍ତ୍ର (ଭିଏଲ-ଏସଆରଏସଏଏମ)ର ସଫଳ ପରୀକ୍ଷଣ କରାଯାଇଛି। ପ୍ରତିରକ୍ଷା ଗବେଷଣା ଓ ବିକାଶ ସଂଗଠନ (ଡିଆରଡିଓ) ଏବଂ ଭାରତୀୟ ନୌସେନା ଦ୍ୱାରା କ୍ଷେପଣାସ୍ତ୍ରର ଫ୍ଲାଇଟ୍‌ ଟେଷ୍ଟ ସଫଳତାପୂର୍ବକ ସମ୍ପନ୍ନ କରାଯାଇଥିଲା। ଫ୍ଲାଇଟ୍‌ ଟେଷ୍ଟ ବା ଆକାଶମାର୍ଗ ପରୀକ୍ଷଣ ସମୟରେ କ୍ଷେପଣାସ୍ତ୍ରର ଭୂଲମ୍ବ (ଭର୍ଟିକାଲ) ମାରକ କ୍ଷମତା ଜାଣିବା ଲାଗି ଚେଷ୍ଟା କରାଯାଇଥିଲା। ଆକାଶମାର୍ଗରେ ଥିବା ଏକ ଦ୍ରୁତଗାମୀ ମାନବବିହୀନ ଲକ୍ଷ୍ୟ ଉଦ୍ଦେଶ୍ୟରେ ଭାରତୀୟ ନୌସେନାର ଏକ ଜାହାଜରୁ କ୍ଷେପଣାସ୍ତ୍ରକୁ ନିକ୍ଷେପ କରାଯାଇଥିଲା। ଏହି କ୍ଷେପଣାସ୍ତ୍ରରେ ଲାଗିଥିବା ସମ୍ପୂର୍ଣ୍ଣ ସ୍ୱଦେଶୀ ରେଡିଓ ଫ୍ରିକୁଏନ୍ସି (ଆରଏଫ) ସିକର୍‌ ବା ଲକ୍ଷ୍ୟଭେଦ ପ୍ରଣାଳୀ ଉଚ୍ଚ ସଠିକତା ସହିତ ନିର୍ଦ୍ଧାରିତ ଲକ୍ଷ୍ୟକୁ ଧ୍ୱଂସ କରିବାରେ ସଫଳ ହୋଇଥିଲା। ଡିଆରଡିଓ ଦ୍ୱାରା ସମ୍ପୂର୍ଣ୍ଣ ସ୍ୱଦେଶୀ ପଦ୍ଧତିରେ ଭିଏଲ-ଏସଆରଏସଏଏମ ପ୍ରଣାଳୀକୁ ଡିଜାଇନ ଏବଂ ବିକଶିତ କରାଯାଇଛି।

ପରୀକ୍ଷଣ ସମୟରେ, ଫ୍ଲାଇଟ୍‌ ଡେଟାକୁ ବ୍ୟବହାର କରି କ୍ଷେପଣାସ୍ତ୍ରର ଗତିପଥ ଏବଂ ପ୍ରଦର୍ଶନ ମାନକ ଅନୁଧ୍ୟାନ କରାଯାଇଥିଲା। ଚାନ୍ଦିପୁର ଆଇଟିଆର ପକ୍ଷରୁ ମୁତୟନ କରାଯାଇଥିବା ରାଡାର, ଇଲେକ୍ଟ୍ରୋ-ଅପ୍ଟିକାଲ ଟ୍ରାକିଂ ସିଷ୍ଟମ (ଇଓଟିଏସ) ଏବଂ ଟେଲିମେଟ୍ରୀ ପ୍ରଣାଳୀ ଭଳି ବିଭିନ୍ନ ଦୂର ମାପନ ଉପକରଣ ସହାୟତାରେ ଏସବୁ ତଥ୍ୟ ସଂଗ୍ରହ କରାଯାଇଥିଲା। ଏହି କ୍ଷେପଣାସ୍ତ୍ର ପ୍ରଣାଳୀର ଡିଜାଇନ ଏବଂ ଏହାକୁ ବିକଶିତ କରିବାରେ ପ୍ରତିରକ୍ଷା ଗବେଷଣା ଓ ବିକାଶ ପ୍ରୟୋଗଶାଳା (ଡିଆରଡିଏଲ), ହାଇଦ୍ରାବାଦର ରିସର୍ଚ୍ଚ ସେଣ୍ଟର ଇମାରତ ଏବଂ ପୁଣେର ଆର ଏଣ୍ଡ ଡି ଇଞ୍ଜିନିୟର୍ସ ଭଳି ବିଭିନ୍ନ ଡିଆରଡିଓ ପ୍ରୟୋଗଶାଳାର ଯୋଗଦାନ ରହିଥିଲା। ଏସବୁ ପ୍ରୟୋଗଶାଳାର ବରିଷ୍ଠ ବୈଜ୍ଞାନିକମାନେ କ୍ଷେପଣାସ୍ତ୍ର ପ୍ରଣାଳୀର ପରୀକ୍ଷଣକୁ ଅନୁଧ୍ୟାନ କରିଥିଲେ।

ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଭିଏଲ-ଏସଆରଏସଏଏମ କ୍ଷେପଣାସ୍ତ୍ର ପ୍ରଣାଳୀର ସଫଳ ଆକାଶମାର୍ଗ ପରୀକ୍ଷଣ ନିମନ୍ତେ ଡିଆରଡିଓ, ଭାରତୀୟ ନୌସେନା ଏବଂ ଏହା ସହ ଜଡ଼ିତ ସମସ୍ତଙ୍କୁ ଉଚ୍ଚ ପ୍ରଶଂସା କରିଛନ୍ତି। ଏହି କ୍ଷେପଣାସ୍ତ୍ର ଭାରତୀୟ ନୌସେନାର ଶକ୍ତିକୁ ବହୁଗୁଣିତ କରିବ ବୋଲି ସେ କହିଛନ୍ତି।

ସଫଳ ଫ୍ଲାଇଟ୍‌ ଟେଷ୍ଟରେ ନିୟୋଜିତ ସବୁ ବୈଜ୍ଞାନିକ ଏବଂ ଅନ୍ୟ ଅଧିକାରୀମାନଙ୍କୁ ପ୍ରତିରକ୍ଷା ଗବେଷଣା ଓ ବିକାଶ ବିଭାଗ ସଚିବ ତଥା ଡିଆରଡିଓର ଅଧ୍ୟକ୍ଷ ଡକ୍ଟର ଜି. ସତୀଶ ରେଡ୍ଡୀ ଅଭିନନ୍ଦନ ଜଣାଇଛନ୍ତି। ସେ କହିଛନ୍ତି ଯେ, ଏହି ପରୀକ୍ଷଣ କ୍ଷେପଣାସ୍ତ୍ର ପ୍ରଣାଳୀର ପ୍ରଭାବଶୀଳତାକୁ ପ୍ରମାଣିତ କରିଛି। ସେ ଆହୁରି କହିଛନ୍ତି ଯେ ସମୁଦ୍ର ଉପରେ ଦୋଳାୟମାନ ଗତିରେ ଆସୁଥିବା ବିପଦ (ସି-ସ୍କିମିଂ ଟାର୍ଗେଟ) ସମେତ ଆକାଶମାର୍ଗରୁ ଆସୁଥିବା ସବୁ ପ୍ରକାର ସ୍ୱଳ୍ପ ଦୂରଗାମୀ ବିପଦକୁ ବିଧ୍ୱଂସ କରିବାରେ ଏହି କ୍ଷେପଣାସ୍ତ୍ର ପ୍ରଣାଳୀ ଭାରତୀୟ ନୌସେନାର କ୍ଷମତାକୁ ଅଧିକ ସୁଦୃଢ଼ କରିବ।

Categories
ଆଜିର ଖବର ଜାତୀୟ ଖବର

ଓଡ଼ିଶା ଉପକୂଳରୁ ଭିଏଲ-ଏସଆର ସାମ୍‌ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ

ଭୁବନେଶ୍ବର: ଓଡ଼ିଶା ଉପକୂଳ ଚାନ୍ଦିପୁର ସ୍ଥିତ ସମନ୍ବିତ ପରୀକ୍ଷଣ ଘାଟୀ (ଆଇଟିଆର) ଠାରେ ଭୂପୃଷ୍ଠରୁ ଆକାଶକୁ ମାଡ଼ କରାଯାଇପାରୁଥିବା ସ୍ୱଳ୍ପ ଦୂରଗାମୀ କ୍ଷେପଣାସ୍ତ୍ର (ଭିଏଲ-ଏସଆର ସାମ୍‌)ର ଭୂଲମ୍ବ ଉତକ୍ଷେପଣ କରାଯାଇଛି। ୨୪ ଜୁନ୍‌ ୨୦୨୨ରେ ପ୍ରତିରକ୍ଷା ଗବେଷଣା ଓ ବିକାଶ ସଂଗଠନ (ଡିଆରଡିଓ) ଏବଂ ଭାରତୀୟ ନୌସେନାର ମିଳିତ ଉଦ୍ୟମରେ ଏହି କ୍ଷେପଣାସ୍ତ୍ରର ଫ୍ଲାଇଟ୍‌ ଟେଷ୍ଟ ବା ଆକାଶମାର୍ଗ ପରୀକ୍ଷଣ ସଫଳ ହୋଇଛି। ଭିଏଲ-ଏସଆର ସାମ୍‌ କ୍ଷେପଣାସ୍ତ୍ର ହେଉଛି ଯୁଦ୍ଧ ଜାହାଜରେ ଖଞ୍ଜା ହେଉଥିବା ଏକ ଅସ୍ତ୍ର ପ୍ରଣାଳୀ, ଯାହାକି ସମୁଦ୍ର ପତନ ଉପରେ କ୍ଷୀପ୍ର ବେଗରେ ଆସୁଥିବା ଲକ୍ଷ୍ୟ ବା ସି ସ୍କିମିଂ ଟାର୍ଗେଟ ସମେତ ଆକାଶମାର୍ଗରୁ ଆସୁଥିବା ବିଭିନ୍ନ ପ୍ରକାର ବିପଦ ଏବଂ ଯୁଦ୍ଧାସ୍ତ୍ରକୁ ନିଷ୍କ୍ରିୟ କରିବାକୁ ସକ୍ଷମ।

ଆକାଶମାର୍ଗରେ ଏକ ନକଲି ବିମାନରୁ ଦ୍ରୁତ ଗତିରେ ଆସୁଥିବା ଲକ୍ଷ୍ୟ ବିରୋଧରେ ଏହି କ୍ଷେପଣାସ୍ତ୍ର ପ୍ରଣାଳୀକୁ ଉତକ୍ଷେପଣ କରାଯାଇଥିଲା ଏବଂ ଏହା ସଫଳତା ପୂର୍ବକ ନିର୍ଦ୍ଧାରିତ ଲକ୍ଷ୍ୟ ଭେଦ କରିବାରେ ସକ୍ଷମ ହୋଇଥିଲା। ଚାନ୍ଦୀପୁର ଆଇଟିଆର ପକ୍ଷରୁ ନିୟୋଜିତ ହୋଇଥିବା ଏକାଧିକ ଟ୍ରାକିଂ ଉପକରଣ ମାଧ୍ୟମରେ କ୍ଷେପଣାସ୍ତ୍ରର ଗତି ଓ ମାର୍ଗ ସମେତ ସମସ୍ତ କାର୍ଯ୍ୟକ୍ଷମତା ମାପଦଣ୍ଡ ନିରୀକ୍ଷଣ କରାଯାଇଥିଲା। ଡିଆରଡିଓ ଏବଂ ଭାରତୀୟ ନୌସେନାର ବରିଷ୍ଠ ଅଧିକାରୀମାନେ ଏହି କ୍ଷେପଣାସ୍ତ୍ର ପରୀକ୍ଷଣର ସମ୍ପୂର୍ଣ୍ଣ ପ୍ରକ୍ରିୟାକୁ ଅନୁଧ୍ୟାନ କରିଥିଲେ।

ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଏହି କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ ପାଇଁ ଡିଆରଡିଓ, ଭାରତୀୟ ନୌସେନା ଏବଂ ଉଦ୍ୟୋଗ ଜଗତକୁ ଅଭିନନ୍ଦନ ଜଣାଇଛନ୍ତି। ସେ କହିଛନ୍ତି ଯେ, ଏହି କ୍ଷେପଣାସ୍ତ୍ର ପ୍ରଣାଳୀ ସାମିଲ ହେବା ଫଳରେ ଆକାଶମାର୍ଗରୁ ଆସୁଥିବା ବିପଦ ବିରୋଧରେ ଭାରତୀୟ ନୌସେନାର ଯୁଦ୍ଧ ଜାହାଜ ଗୁଡ଼ିକର କ୍ଷମତା ଆହୁରି ବୃଦ୍ଧି ପାଇବ।

ନୌସେନା ମୁଖ୍ୟ ଆଡମିରାଲ ଆର. ହରି କୁମାର ଭିଏଲ-ଏସଆର ସାମ୍‌ର ସଫଳ ଫ୍ଲାଇଟ୍‌ ଟେଷ୍ଟ ପାଇଁ ଭାରତୀୟ ନୌସେନା ଏବଂ ଡିଆରଡିଓ କର୍ତ୍ତୃପକ୍ଷଙ୍କୁ ପ୍ରଶଂସା କରିଛନ୍ତି। ସେ କହିଛନ୍ତି ଯେ, ସ୍ୱଦେଶୀ କ୍ଷେପଣାସ୍ତ୍ର ପ୍ରଣାଳୀ ବିକଶିତ ହେବା ଦ୍ବାରା ଭାରତୀୟ ନୌସେନାର ପ୍ରତିରକ୍ଷା ସାମର୍ଥ୍ୟ ଅଧିକ ସୁଦୃଢ଼ ହେବ।

ଏହି ସଫଳ ଫ୍ଲାଇଟ୍‌ ଟେଷ୍ଟରେ ସାମିଲ ଥିବା ଦଳକୁ ପ୍ରତିରକ୍ଷା ଗବେଷଣା ଓ ବିକାଶ ବିଭାଗ ସଚିବ ତଥା ଡିଆରଡିଓ ଅଧ୍ୟକ୍ଷ ଡକ୍ଟର ଜି. ସତୀଶ ରେଡ୍ଡୀ ପ୍ରଶଂସା କରିଛନ୍ତି। ସେ କହିଛନ୍ତି ଯେ, ଭାରତୀୟ ନୌସେନାର ଯୁଦ୍ଧ ଜାହାଜରେ ସ୍ୱଦେଶୀ ଅସ୍ତ୍ର ପ୍ରଣାଳୀ ସାମିଲ ହେବା ଏହି କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣରୁ ପ୍ରମାଣିତ ହୋଇଛି। ସେ ଆହୁରି କହିଛନ୍ତି ଯେ, ଏହି କ୍ଷେପଣାସ୍ତ୍ର ପ୍ରଣାଳୀ ଭାରତୀୟ ନୌସେନାର ଶକ୍ତିକୁ ବହୁଗୁଣିତ କରିବ ଏବଂ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ‘ଆତ୍ମନିର୍ଭର ଭାରତ’ ସଂକଳ୍ପୁ ସାକାର କରିବା ଦିଗରେ ଏକ ଆଉ ଏକ ମାଇଲଖୁଣ୍ଟ ସାବ୍ୟସ୍ତ ହେବ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଓଡ଼ିଶା ଉପକୂଳରୁ ଏସଏଫଡିଆର ଜ୍ଞାନକୌଶଳର ସଫଳ ପରୀକ୍ଷା କଲା ଡିଆରଡିଓ

ବାଲେଶ୍ଵର: ପ୍ରତିରକ୍ଷା ଗବେଷଣା ଓ ବିକାଶ ସଂଗଠନ (ଡିଆରଡିଓ) ପକ୍ଷରୁ ‘ସଲିଡ୍‌ ଫୁଏଲ୍‌ ଡକ୍ଟେଡ୍‌ ରାମଜେଟ୍‌’ (ଏସଏଫଡିଆର) ବୁଷ୍ଟର ଜ୍ଞାନକୌଶଳର ସଫଳ ପରୀକ୍ଷଣ ସମ୍ପନ୍ନ ହୋଇଛି। ଓଡ଼ିଶା ଉପକୂଳ ଚାନ୍ଦିପୁରସ୍ଥିତ ସମନ୍ବିତ ପରୀକ୍ଷଣ କ୍ଷେତ୍ର (ଆଇଟିଆର)ରୁ ୮ ଏପ୍ରିଲ, ୨୦୨୨ରେ ଏହି କ୍ଷେପଣାସ୍ତ୍ର ପ୍ରଣାଳୀର ଫ୍ଲାଇଟ୍‌ ଟେଷ୍ଟ କରାଯାଇଥିଲା।  ଏହି ଜଟିଳ କ୍ଷେପଣାସ୍ତ୍ର ପ୍ରଣାଳୀରେ ରହିଥିବା ସବୁ ଜରୁରି ଉପକରଣର ଭରସାଯୋଗ୍ୟ ପରିଚାଳନା ଆଜିର ସଫଳ ପରୀକ୍ଷଣରେ ପ୍ରଦର୍ଶିତ ହୋଇଥିଲା ଏବଂ ମିଶନର ସବୁ ଲକ୍ଷ୍ୟ ହାସଲ କରାଯାଇଥିଲା।

ଏସଏଫଡିଆର ଆଧାରିତ ପରିଚାଳନା ଶକ୍ତି ଶବ୍ଦ ଠାରୁ ଦ୍ରୁତ ବେଗରେ ଯାଇ ଅଧିକ ଦୂରବର୍ତ୍ତୀ ସ୍ଥାନରେ ଥିବା ବିପଦକୁ ଧ୍ବଂସ କରିବା ଲାଗି ଏକ କ୍ଷେପଣାସ୍ତ୍ରକୁ ସକ୍ଷମ କରିଥାଏ।  ଆଇଟିଆର ପକ୍ଷରୁ ନିୟୋଜିତ ଟେଲିମେଟ୍ରୀ, ରାଡାର ଏବଂ ଇଲେକ୍ଟ୍ରୋ ଅପ୍ଟିକାଲ ଟ୍ରାକିଂ ପ୍ରଣାଳୀ ଭଳି ସଂଖ୍ୟାଧିକ ଦୂରମାପନ ଉପକରଣ କରଣ ଦ୍ବାରା ସଂଗୃହିତ ତଥ୍ୟ ମାଧ୍ୟମରେ ଏହି କ୍ଷେପଣାସ୍ତ୍ର ପ୍ରଣାଳୀର ପ୍ରଦର୍ଶନ ସଠିଥିବା ସୁନିଶ୍ଚିତ କରାଯାଇ ପାରିଥିଲା। ହାଇଦ୍ରାବାଦ ଇମାରତସ୍ଥିତ ଗବେଷଣା କେନ୍ଦ୍ର ଏବଂ ପୁଣେସ୍ଥିତ ହାଇ ଏନର୍ଜି ମ୍ୟାଟେରିଆଲ୍ସ ରିସର୍ଚ୍ଚ ଲାବ୍ରୋଟୋରୀ ଭଳି ଡିଆରଡିଓର ଅନ୍ୟ ପରୀକ୍ଷାଗାର ସହିତ ମିଶି ହାଇଦ୍ରାବାଦସ୍ଥିତ ପ୍ରତିରକ୍ଷା ଗବେଷଣା ଓ ବିକାଶ (ଡିଆରଡିଓ) ପରୀକ୍ଷାଗାର ପକ୍ଷରୁ ଏହି ଏସଏଫଡିଆର ଜ୍ଞାନକୌଶଳ ବିକଶିତ କରାଯାଇଛି।

ଏସଏଫଡିଆରର ସଫଳ ପରୀକ୍ଷଣ ନିମନ୍ତେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଡିଆରଡିଓକୁ ଶୁଭକାମନା ଜଣାଇଛନ୍ତି। ଦେଶରେ ଗୁରୁତ୍ବପୂର୍ଣ୍ଣ କ୍ଷେପଣାସ୍ତ୍ର ଜ୍ଞାନକୌଶଳ ବିକାଶ ଦିଗରେ ଏହା ଏକ ମହତ୍ବପୂର୍ଣ୍ଣ ମାଇଲଖୁଣ୍ଟ ବୋଲି ପ୍ରତିରକ୍ଷା ମନ୍ତ୍ରୀ କହିଛନ୍ତି। ସେହିପରି ପ୍ରତିରକ୍ଷା ଗବେଷଣା ଓ ବିକାଶ ବିଭାଗ ସଚିବ ତଥା ଡିଆରଡିଓ ଅଧ୍ୟକ୍ଷ ଡକ୍ଟର ଜି. ସତୀଶ ରେଡ୍ଡୀ ଏହି ପ୍ରଣାଳୀର ଡିଜାଇନ, ବିକାଶ ଏବଂ ପରୀକ୍ଷଣରେ ସମ୍ପୃକ୍ତ ବୈଜ୍ଞାନିକମାନଙ୍କୁ ଉଚ୍ଚ ପ୍ରଶଂସା କରିଛନ୍ତି। ସେ କହିଛନ୍ତି ଯେ ଏସଏଫଡିଆର ଜ୍ଞାନକୌଶଳର ବିକାଶ ଫଳରେ ଆକାଶରୁ ଆକାଶକୁ ଲକ୍ଷ୍ୟଭେଦ କରିପାରୁଥିବା କ୍ଷେପଣାସ୍ତ୍ରର ଦୂରଗାମୀ କ୍ଷମତା ବୃଦ୍ଧି କରାଯାଇପାରିବ।

Categories
ଆଜିର ଖବର ରାଜ୍ୟ ଖବର

ବାଲେଶ୍ଵର: ଭୂପୃଷ୍ଠରୁ ଆକାଶକୁ ଲକ୍ଷ୍ୟଭେଦ କରିପାରୁଥିବା ମଧ୍ୟମ ଦୂରଗାମୀ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ

ବାଲେଶ୍ଵର: ପ୍ରତିରକ୍ଷା ଗବେଷଣା ଏବଂ ବିକାଶ ସଂଗଠନ (ଡିଆରଡିଓ) ପକ୍ଷରୁ ଓଡ଼ିଶା ଉପକୂଳ ଚାନ୍ଦୀପୁରସ୍ଥିତ ସମନ୍ବିତ ପରୀକ୍ଷଣ ଘାଟୀରୁ ମଧ୍ୟମ ଦୂରତାବିଶିଷ୍ଟ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ କରାଯାଇଛି। ମାର୍ଚ୍ଚ ୨୭, ୨୦୨୨ରେ ଭୂପୃଷ୍ଠରୁ ଆକାଶମାର୍ଗକୁ ଲକ୍ଷ୍ୟଭେଦ (ଏମଆରସାମ) କ୍ଷମତା ଥିବା ଏହି କ୍ଷେପଣାସ୍ତ୍ରର ଦୁଇଟି ସଫଳ ଫ୍ଲାଇଟ୍‌ ଟେଷ୍ଟ ସମ୍ପାଦିତ ହୋଇଛି। ଏହା ହେଉଛି ଏମଆରସାମ୍‌ କ୍ଷେପଣାସ୍ତ୍ରର ଭାରତୀୟ ସେନା ସଂସ୍କରଣ। ଲାଇଭ୍‌ ଫାୟାରିଂ ପରୀକ୍ଷଣର ଅଂଶବିଶେଷ ସ୍ବରୂପ ଆକାଶ ମାର୍ଗରେ ଦ୍ରୁତବେଗରେ ଗତିଶୀଳ ହେଉଥିବା ଲକ୍ଷ୍ୟକୁ ଭେଦ କରିବା ଲାଗି କ୍ଷେପଣାସ୍ତ୍ରର ଫ୍ଲାଇଟ୍‌ ଟେଷ୍ଟ କରାଯାଇଥିଲା।

ଏହି କ୍ଷେପଣାସ୍ତ୍ର ଆକାଶ ମାର୍ଗରେ ଥିବା ଲକ୍ଷ୍ୟକୁ ଠାବ କରିବା ସହିତ ସେଗୁଡ଼ିକୁ ସମ୍ପୂର୍ଣ୍ଣ ଭାବେ ଧ୍ବଂସ କରି ଦେଇଥିଲା। ଉଭୟ ଦୂରତାରେ କ୍ଷେପଣାସ୍ତ୍ର ସିଧାସଳଖ ଲକ୍ଷ୍ୟଭେଦ କରିବାରେ ସଫଳ ହୋଇଥିଲା। ମଧ୍ୟମ ଉଚ୍ଚତା ଏବଂ ଲମ୍ବା ଦୂରତାରେ ଥିବା ଲକ୍ଷ୍ୟ ଭେଦ କରିବା ଲାଗି ପ୍ରଥମ କ୍ଷେପଣାସ୍ତ୍ର ଉତକ୍ଷେପଣ କରାଯାଇଥିଲା। ଅନ୍ୟପଟେ କମ୍‌ ଉଚ୍ଚତାରେ ଥିବା କମ୍‌ ଦୂରତାବିଶିଷ୍ଟ ଲକ୍ଷ୍ୟକୁ ଭେଦ କରିବା ଲାଗି ଦ୍ବିତୀୟ ବାର କ୍ଷେପଣାସ୍ତ୍ର ଉତକ୍ଷେପଣ କରାଯାଇଥିଲା।

ଏହି ଏମଆରସାମ୍‌ ସଂସ୍କରଣର କ୍ଷେପଣାସ୍ତ୍ର ଭୂପୃଷ୍ଠରୁ ଆକାଶମାର୍ଗକୁ ନିକ୍ଷେପ କରାଯାଇପାରିବ। ଏହାକୁ ଡିଆରଡିଓ ଏବଂ ଇସ୍ରାଏଲର ‘ଇସ୍ରାଏଲ ଏରୋସ୍ପେସ୍‌ ଇଣ୍ଡଷ୍ଟ୍ରିଜ୍‌’ (ଆଇଏଆଇ) ଦ୍ବାରା ମିଳିତ ଭାବେ ବିକଶିତ କରାଯାଇଛି। ଭାରତୀୟ ସେନାର ବ୍ୟବହାର ପାଇଁ ଏହି କ୍ଷେପଣାସ୍ତ୍ର ନିର୍ମାଣ କରାଯାଇଛି। ଏମଆରସାମ ସେନା ଅସ୍ତ୍ର ପ୍ରଣାଳୀରେ ବହୁମୁଖୀ କାର୍ଯ୍ୟକ୍ଷମତା ବିଶିଷ୍ଟ ରାଡାର, ମୋବାଇଲ୍‌ ଉତ୍‌କ୍ଷେପଣ ପ୍ରଣାଳୀ ଏବଂ ଅନ୍ୟାନ୍ୟ ବାହନ ସଂଯୋଗ ହୋଇଛି। ଡେଲିଭରେବଲ କନଫିଗୁରେସନ ବା ନିକ୍ଷେପ ଯୋଗ୍ୟ ଅସ୍ତ୍ର ପ୍ରଣାଳୀ ସହିତ ଏହି ଫ୍ଲାଇଟ୍‌ ଟେଷ୍ଟ କରାଯାଇଥିଲା। ଚାନ୍ଦୀପୁର ଆଇଟିଆର ପକ୍ଷରୁ ନିୟୋଜିତ ରାଡାର, ଇଲେକ୍ଟ୍ରୋ-ଅପ୍ଟିକାଲ ଟ୍ରାକିଂ ସିଷ୍ଟମ ଏବଂ ଟେଲିମେଟ୍ରୀ ଭଳି ଦୂରତା ମାପନ ଉପକରଣ ମାଧ୍ୟମରେ ଏହି କ୍ଷେପଣାସ୍ତ୍ରର ଅସ୍ତ୍ର ପ୍ରଣାଳୀର ପ୍ରଦର୍ଶନ ସଂକ୍ରାନ୍ତ ତଥ୍ୟ ସଂଗ୍ରହ କରାଯାଇଥିଲା। ପରୀକ୍ଷଣ ସମୟରେ ଡିଆରଡିଓ ଏବଂ ଭାରତୀୟ ସେନାର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

‘ଏମଆରସାମ-ଆର୍ମୀ’ ଅସ୍ତ୍ର ପ୍ରଣାଳୀର ସଫଳ ଫ୍ଲାଇଟ୍‌ ପରୀକ୍ଷଣ ପାଇଁ ଡିଆରଡିଓ, ଭାରତୀୟ ସେନା ଏବଂ ପ୍ରତିରକ୍ଷା ଉଦ୍ୟୋଗ ଜଗତକୁ ପ୍ରତିରକ୍ଷା ମନ୍ତ୍ରୀ ଶ୍ରୀ ରାଜନାଥ ସିଂ ଅଭିନନ୍ଦନ ଜଣାଇଛନ୍ତି। ସେ କହିଛନ୍ତି, ଦୁଇଟି ପରୀକ୍ଷଣ ସଫଳ ହେବା ଦ୍ବାରା ଗୁରୁତ୍ବପୂର୍ଣ୍ଣ ଦୂରତାରେ ଥିବା ଲକ୍ଷ୍ୟକୁ ଭେଦ କରିବାରେ ଅସ୍ତ୍ର ପ୍ରଣାଳୀର କ୍ଷମତା  ପ୍ରମାଣିତ ହୋଇଛି।

ଏମଆରସାମ ସେନାବାହିନୀ ସଂସ୍କରଣ ଷେପଣାସ୍ତ୍ରର ଫ୍ଲାଇଟ୍‌ ଟେଷ୍ଟ ସଫଳ ହୋଇଥିବାରୁ ଏଥିରେ ସମ୍ପୃକ୍ତ ରହିଥିବା ବିଶେଷଜ୍ଞମାନଙ୍କୁ ପ୍ରତିରକ୍ଷା ଗବେଷଣା ଓ ବିକାଶ ବିଭାଗ ସଚିବ ତଥା ଡିଆରଡିଓର ଅଧ୍ୟକ୍ଷ ଡକ୍ଟର ଜି. ସତୀଶ ରେଡ୍ଡୀ ପ୍ରଶଂସା କରିଛନ୍ତି। ସେ କହିଛନ୍ତି ଯେ, ‘ଆତ୍ମନିର୍ଭର ଭାରତ’ ଲକ୍ଷ୍ୟ ହାସଲ ଦିଗରେ ଏସବୁ ପରୀକ୍ଷଣର ସଫଳତା ଏକ ଗୁରୁତ୍ବପୂର୍ଣ୍ଣ ମାଇଲଖୁଣ୍ଟ।

Categories
ଆଜିର ଖବର ଜାତୀୟ ଖବର

ବାଲେଶ୍ଵର: ଭୁପୃଷ୍ଠରୁ ଭୂପୃଷ୍ଠ ଲକ୍ଷ୍ୟଭେଦୀ ‘ପ୍ରଳୟ’ ବାଲିଷ୍ଟିକ୍ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ

ବାଲେଶ୍ଵର: ଚୀନ୍ ଏବଂ ପାକିସ୍ତାନ ମଧ୍ୟରେ ତିକ୍ତତା ମଧ୍ୟରେ ଭାରତ କ୍ରମାଗତ ଭାବରେ ନିଜର ସାମରିକ ସାମର୍ଥ୍ୟ ବୃଦ୍ଧି କରୁଛି। ଆଜି ସଫଳତାର ସହ ଭୂପୃଷ୍ଠରୁ ଭୂପୃଷ୍ଠ ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ପ୍ରଳୟକୁ ଭାରତ ପରୀକ୍ଷଣ କରିଛି।

ଏହି କ୍ଷେପଣାସ୍ତ୍ର ୧୫୦ କିଲୋମିଟରରୁ ୫୦୦ କିଲୋମିଟର ମଧ୍ୟରେ ଲକ୍ଷ୍ୟକୁ ଛୁଇଁପାରେ। ଏହି କ୍ଷେପଣାସ୍ତ୍ର ଓଡିଶା ଉପକୂଳବର୍ତ୍ତୀ ଡ. ଏପିଜେ ଅବଦୁଲ କଲାମ ଦ୍ୱୀପରୁ ଉତକ୍ଷେପଣ କରାଯାଇଛି। ପ୍ରତିରକ୍ଷା ଅନୁସନ୍ଧାନ ଏବଂ ବିକାଶ ସଂଗଠନ (ଡିଆରଡିଓ) ଦ୍ୱାରା ଏହି କ୍ଷେପଣାସ୍ତ୍ର ପ୍ରସ୍ତୁତ କରାଯାଇଛି। ଏହି କ୍ଷେପଣାସ୍ତ୍ର ଏକ ଟନ୍ ପର୍ଯ୍ୟନ୍ତ ୱାରହେଡ୍ ବହନ କରିପାରିବ।

ଏହାପୂର୍ବରୁ, ଭାରତ ପରମାଣୁ ଅସ୍ତ୍ର ବହନ କରିବାକୁ ସକ୍ଷମ ମଧ୍ୟମ ଦୂରଗାମୀ ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ‘ଅଗ୍ନି ପ୍ରାଇମ’ କୁ ସଫଳତାର ସହ ପରୀକ୍ଷଣ କରିଥିଲା। ଦୁଇ ହଜାର କିଲୋମିଟର ଦୂରତାକୁ ଲକ୍ଷ୍ୟ ଭେଦ କରିବା ଏହା ସକ୍ଷମ। ଏହି କ୍ଷେପଣାସ୍ତ୍ରକୁ ଓଡିଶାର ବାଲାଶ୍ଵରରେ ପରୀକ୍ଷଣ କରାଯାଇଥିଲା। ଏହି କ୍ଷେପଣାସ୍ତ୍ରକୁ ଡିଆରଡିଓ ର ବୈଜ୍ଞାନିକମାନେ ମଧ୍ୟ ପ୍ରସ୍ତୁତ କରିଥିଲେ/

ଅଗ୍ନି -୧ ଏବଂ ଅଗ୍ନି-୨ ସିରିଜ୍ କ୍ଷେପଣାସ୍ତ୍ର ଅପେକ୍ଷା ଡିଆରଡିଓ ଅଗ୍ନି-ପ୍ରାଇମକୁ ଅଧିକ ଉନ୍ନତ କରିଛି। ଯଦିଓ ଏହାର ପରିସର କମ୍, କିନ୍ତୁ ଏଥିରେ ଅଗ୍ନି-୫ ର ଟେକ୍ନୋଲୋଜି ବ୍ୟବହୃତ ହୋଇଛି। ଶତ୍ରୁର କ୍ଷେପଣାସ୍ତ୍ର ପ୍ରତିରକ୍ଷା ପ୍ରଣାଳୀକୁ ଚକମା ଦେବାରେ ଏହା ମଧ୍ୟ ସଫଳ ହୋଇପାରେ। ପାକିସ୍ତାନର ସ୍ୱଳ୍ପ ଦୂରଗାମୀ ପରମାଣୁ କ୍ଷେପଣାସ୍ତ୍ର ବିରୁଦ୍ଧରେ ଭାରତ ଏହି କ୍ଷେପଣାସ୍ତ୍ର ପ୍ରସ୍ତୁତ କରିଛି।

ଏହି ମାସ ଆରମ୍ଭରେ ଭାରତ ଦୁଇଟି କ୍ଷେପଣାସ୍ତ୍ର ପରୀକ୍ଷଣ କରିଥିଲା। ଡିସେମ୍ବର ୮ ତାରିଖରେ, ଭାରତ ସୁଖୋଇ ଯୁଦ୍ଧ ବିମାନରୁ ସୁପରସୋନିକ୍ କ୍ରୁଜ୍ କ୍ଷେପଣାସ୍ତ୍ର ବ୍ରାହ୍ମୋସର ବାୟୁ ସଂସ୍କରଣକୁ ସଫଳତାର ସହ ପରୀକ୍ଷଣ କରିଥିଲା। ଏହି କ୍ଷେପଣାସ୍ତ୍ରଟି ଓଡିଶାର ଚାନ୍ଦିପୁର ଇଣ୍ଟିଗ୍ରେଟେଡ୍ ଟେଷ୍ଟ ରେଞ୍ଜରୁ ସଫଳତାର ସହ ପରୀକ୍ଷଣ କରାଯାଇଥିଲା। ପ୍ରତିରକ୍ଷା ଅନୁସନ୍ଧାନ ଏବଂ ବିକାଶ ସଂଗଠନ ଏହାକୁ ବ୍ରହ୍ମୋସ ବିକାଶରେ ଏକ ପ୍ରମୁଖ ସଫଳତା ବୋଲି ବର୍ଣ୍ଣନା କରିଛି ଏବଂ ଏହା ଦେଶ ମଧ୍ୟରେ ବ୍ରହ୍ମୋସ କ୍ଷେପଣାସ୍ତ୍ରର ଉତ୍ପାଦନ ପ୍ରଣାଳୀର ରାସ୍ତା ସଫା କରିବ ବୋଲି କହିଛି।

ଏହାର ଗୋଟିଏ ଦିନ ପୂର୍ବରୁ ଅର୍ଥାତ୍ ଡିସେମ୍ବର ୭ ତାରିଖରେ, ଭାରତ ଏକ ସ୍ୱଳ୍ପ ଦୂରଗାମୀ ଭୂପୃଷ୍ଠରୁ ବାୟୁ କ୍ଷେପଣାସ୍ତ୍ର (VL-SRSAM) କୁ ସଫଳତାର ସହ ପରୀକ୍ଷଣ କରିଥିଲା। ଏହି ବାୟୁ ପ୍ରତିରକ୍ଷା ପ୍ରଣାଳୀ କେବଳ ୧୫ କିଲୋମିଟର ଦୂରତାରେ ଲକ୍ଷ୍ୟକୁ ଛୁଇଁପାରେ।

ନୌସେନା ଯୁଦ୍ଧ ଜାହାଜ ପାଇଁ ଡିଆରଡିଓ ଦ୍ୱାରା ଏହା ପ୍ରସ୍ତୁତ ହେଉଛି। ଏହି କ୍ଷେପଣାସ୍ତ୍ର ନୌସେନାର ଯୁଦ୍ଧ ଜାହାଜ ପାଇଁ ଆକାଶରୁ ଆସୁଥିବା ବିପଦକୁ ନଷ୍ଟ କରିଦେବ। ଏହି କ୍ଷେପଣାସ୍ତ୍ର ପୁରୁଣା ବାରକ-୧ ସର୍ଫେସ ଟୁ ଏୟାର ମିସାଇଲ ସ୍ଥାନ ନେବ। ଏବଂ ବାୟୁରୁ ଆସୁଥିବା ବିପଦକୁ ୩୬୦-ଡ଼ିଗ୍ରୀ ସୁରକ୍ଷା ଯୋଗାଇବ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ସୁପରସୋନିକ କ୍ଷେପଣାସ୍ତ୍ର ସହାୟତାରେ ଟର୍ପେଡୋର ଓଡିଶାର ହ୍ୱିଲରଦୀପରୁ ସଫଳତାର ସହ ପରୀକ୍ଷଣ

ଭୁବନେଶ୍ବର: ପ୍ରତିରକ୍ଷା ଗବେଷଣା ଓ ବିକାଶ ପରଷଦ (ଡିଆରଡିଓ) ଦ୍ୱାରା ବିକଶିତ ସୁପରସୋନିକ କ୍ଷେପଣାସ୍ତ୍ର ଦ୍ୱାରା ସଂଚାଳିତ ଟର୍ପେଡୋ ପ୍ରଣାଳୀକୁ ଆଜି(୧୩-୧୨-୨୧) ଓଡିଶାର ହ୍ୱିଲର ଦୀପରୁ ସଫଳତାର ସହ ପରୀକ୍ଷା କରାଯାଇଛି। ଏଥିରେ  ଅତ୍ୟାଧୁନିକ କ୍ଷେପଣାସ୍ତ୍ର ଭିତିକ ଟର୍ପେଡୋ ସଞ୍ଚାଳନ ଅଭିଯାନରେ କ୍ଷେପଣାସ୍ତ୍ରର ସମ୍ପୂର୍ଣ୍ଣ ରେଞ୍ଜ ସାମର୍ଥ୍ୟ ମଧ୍ୟ ସଫଳତାର ସହ ପରକ୍ଷା କରାଯାଇଛି। ପାରମ୍ପରିକ ଟର୍ପେଡୋ ଦୂରତାଠାରୁ ଯଥେଷ୍ଟ ଅଧିକ, ଏହି ପଦ୍ଧତି ଅତ୍ୟାଧୁନିକ ବୁଡାଜାହାଜର  ଯୁଦ୍ଧ ସାମର୍ଥ୍ୟକୁ ଦୃଷ୍ଟିରେ ରଖି ବିକଶିତ ହୋଇଛି।

ଏହି ପରୀକ୍ଷାକୁ ସମ୍ପୂର୍ଣ୍ଣଭାବେ ଇଲେକ୍‌ଟ୍ରୋ ଅପଟିକ୍ ଟେଲିମାଟ୍ରି ପଦ୍ଧତି ଓ ବିଭିନ୍ନ ରେଂଜର ରାଡାର ଇତ୍ୟାଦି ଦ୍ୱାରା ଅନୁଶୀଳନ କରାଯାଇଥିଲା। ଏହି କ୍ଷେପଣାସ୍ତ୍ର ଭୂମିଗତ ଭ୍ରାମ୍ୟମାଣ ପ୍ରକ୍ଷେପକ ଯାନରୁ ଛଡାଯାଇଥିଲା।

ଅନେକ ଡିଆରଡିଓ ପରୀକ୍ଷାଗାର ଏପରି ଅତ୍ୟାଧୁନିକ କ୍ଷେପଣାସ୍ତ୍ର ପଦ୍ଧତି ବିକଶିତ କରୁଛନ୍ତି। ଏହାର ବିଭିନ୍ନ ଉପପ୍ରଣାଳୀ ବିକଶିତ କରିବା ନିମନ୍ତେ ଅନେକ ଶିଳ୍ପ ସଂସ୍ଥା ମଧ୍ୟ ସହାୟତା କରିଛନ୍ତି।

ଏହି ସୁପରସୋନିକ କ୍ଷେପଣାସ୍ତ୍ର ସଂଚାଳିତ ଟର୍ପେଡୋ ପଦ୍ଧିତର ସଫଳ ପରୀକ୍ଷା ପାଇଁ ପ୍ରତିରକ୍ଷାମନ୍ତ୍ରୀ ଶ୍ରୀ ରାଜନାଥ ସିଂ ଏଥିରେ ସଂଶ୍ଳିଷ୍ଟ ବିଶେଷଜ୍ଞଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଏହା ଭବିଷ୍ୟତ ପାଇଁ ପ୍ରତିରକ୍ଷା ପଦ୍ଧତିର ଦେଶୀୟ ବିକାଶର ବଳିଷ୍ଠ ଉଦାହରଣ ବୋଲି ଶ୍ରୀ ସିଂ କହିଛନ୍ତି।

ପ୍ରତିରକ୍ଷା ଗବେଷଣା ଓ ବିକାଶ ସଚିବ ତଥା ଡିଆରଡିଓ ଅଧ୍ୟକ୍ଷ ଡକ୍ଟର ଜି ସତୀଶ ରେଡ୍ଡୀ ଏଥିରେ ସଂଶ୍ଳିଷ୍ଟ ସମସ୍ତ ପ୍ରତିରକ୍ଷା ବିଶେଷଜ୍ଞଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଏହା ଭବିଷ୍ୟତରେ ପ୍ରତିରକ୍ଷା ବିଭାଗର ଆତ୍ମନିର୍ଭରଶୀଳତା ସହ ନୌସେନାର ଶକ୍ତି ବୃଦ୍ଧିରେ ସହାୟକ ହେବ ବୋଲି  କହିଛନ୍ତି।

Categories
ଆଜିର ଖବର ଜାତୀୟ ଖବର

ଡିଆରଡିଓ ଏବଂ ଭାରତୀୟ ବାୟୁସେନାର ମିଳିତ ଭାବେ ଦୂରଗାମୀ ବୋମାର ସଫଳ ପରୀକ୍ଷଣ

ଭୁବନେଶ୍ବର: ପ୍ରତିରକ୍ଷା ଗବେଷଣା ଓ ବିକାଶ ସଂଗଠନ (ଡିଆରଡିଓ) ଓ ଭାରତୀୟ ବାୟୁସେନା (ଆଇଏଏଫ) ଆଜି (୨୯-୧୦-୨୦୨୧) ମିଳିତଭାବେ ଭାରତରେ ନିର୍ମିତ ଦୂରଗାମୀ ବୋମାକୁ ଆକାଶମାର୍ଗରେ ସଫଳତାର ସହ ପରୀକ୍ଷା କରିଛନ୍ତି। ଏହି ଦୂରଗାମୀ ବୋମା ଭାରତୀୟ ବାୟୁସେନାର ବିମାନରୁ ନିକ୍ଷେପ କରାଯିବାର ନିର୍ଦ୍ଧାରିତ ସମୟ ମଧ୍ୟରେ ଭୂପୃଷ୍ଠରେ ଥିବା ଲକ୍ଷ୍ୟସ୍ଥଳ ସଠିକ୍ ଭେଦ କରିଥିଲା।

କାର୍ଯ୍ୟକ୍ରମର ସମସ୍ତ ଲକ୍ଷ୍ୟ ସଫଳ ହୋଇଥିଲା। ଅନେକ ଦୂର ସଂମ୍ବେଦୀ ଯନ୍ତ୍ର ଯେପରି ଇଲେକ୍ଟ୍ରୋ ଅପଟିକାଲ ଟ୍ରାକିଂ ସିଷ୍ଟମ (ଇଓଟିଏସ) ଓ ଚାନ୍ଦିପୁର ସମନ୍ୱିତ ପରୀକ୍ଷା ଘାଟୀରେ ମୁତୟନ ଟେଲି ମେଟ୍ରୀ ଓ ରାଡାର ଦ୍ୱାରା ବୋମା ପରୀକ୍ଷା ଦକ୍ଷତାର ଟିକିନିକି ପର୍ଯ୍ୟବେକ୍ଷଣ କରାଯାଇଥିଲା।

ଏହି ଦୂରଗାମୀ ବା (ଏଲଆର) ବୋମା ହାଇଦ୍ରାବାଦସ୍ଥିତ ଡିଆରଡିଓ ଇମରାଓ ଗବେଷଣା କେନ୍ଦ୍ରଦ୍ୱାରା ବିକଶିତ ହୋଇଥିଲା। ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂ ଏହି ସଫଳତା ପାଇଁ ଡିଆରଡିଓ, ଆଇଏଏଫ ଓ ଏଥିସହ ସଂଶ୍ଳିଷ୍ଟ ସମସ୍ତଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଡିଆରଡିଓ ଅଧ୍ୟକ୍ଷ ଡକ୍ଟର ଜି. ସତୀଶ ରେଡ୍ଡୀ ଏକ ବାର୍ତ୍ତା ଦେଇ ଏହି ଦୂରଗାମୀ ବୋମାର ସଫଳ ପରୀକ୍ଷା ଭାରତର ନିଜସ୍ୱ ଆୟୁଧ ନିର୍ମାଣର ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ବୋଲି କହିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଗୁରୁତର ରୋଗୀଙ୍କ ପାଇଁ ୫ ହଜାର ୨-ଡିଜି ପାଉଚ ମଗାଇଲେ ଓଡିଶା ସରକାର

ଭୁବନେଶ୍ବର: ଓଡିଶା ସରକାର ୫ ହଜାର ୨-ଡିଜି ପାଉଚ ମଗାଇଛନ୍ତି। ଗୁରୁତର କରୋନା ଆକ୍ରାନ୍ତଙ୍କ ଚିକିତ୍ସା ପାଇଁ ୫ ହଜାର ୨-ଡିଜି ପାଉଚ ମଗାଯାଇଛି। ଏନେଇ ସ୍ୱାସ୍ଥ୍ୟ ବିଭାଗ ଏସିଏସ ପ୍ରଦୀପ୍ତ ମହାପାତ୍ର ସୂଚନା ଦେଇଛନ୍ତି।

ବର୍ତ୍ତମାନ ଡିଆରଡିଓ ଏବଂ ଡକ୍ଟର ରେଡ୍ଡୀ ମିଳିତ ଭାବେ ଏହି ଔଷଧକୁ ପ୍ରସ୍ତୁତ କରୁଛନ୍ତି। ଏହା ଗୁରୁତର ରୋଗୀଙ୍କୁ ସୁସ୍ଥ କରିବାରେ ସହାୟକ ହେବ ବୋଲି ଦାବି କରାଯାଉଛି। ତେବେ ଏହି ଔଷଧ ଜୁନ ୧୦ ତାରିଖ ପରେ ଓଡିଶାରେ ପହଞ୍ଚିବ ବୋଲି ଆଶା କରାଯାଉଛି।

Categories
ଆଜିର ଖବର ଜାତୀୟ ଖବର ସ୍ବାସ୍ଥ୍ୟ

ଦୁଇ ଦିନରେ ଆସିବ କୋଭିଡ଼ ରୋଗୀଙ୍କ ପାଇଁ ଡିଆରଡିଓ ଦ୍ଵାରା ବିକଶିତ ଔଷଧ ‘୨-ଡିଜି’

ନୂଆଦିଲ୍ଲୀ: କରୋନା ଭୂତାଣୁକୁ ନଷ୍ଟ କରିବା ପାଇଁ ଡିଆରଡିଓ ଦ୍ଵାରା ‘୨-ଡିଜି’ ଔଷଧ ପ୍ରସ୍ତୁତ କରାଯାଇଛି। ଏହି ଔଷଧର ୧୦ ହଜାର ଡୋଜର ପ୍ରଥମ ବ୍ୟାଚ ଆଜି କିମ୍ବା କାଲି ଭିତରେ ମିଳିବା ଆଶା କରାଯାଉଛି। ଏହା ସହ ଆବଶ୍ୟକତାକୁ ଦେଖି ଏହାର ଉତ୍ପାଦନ କ୍ଷମତା ବଢାଇବା ଉପରେ ଜୋର ଦିଆଯାଉଛି।

ଡିଆରଡିଓ ବୈଜ୍ଞାନିକଙ୍କ ଦ୍ଵାରା ପ୍ରସ୍ତୁତ କରାଯାଇଥିବା ଏହି ଔଷଧକୁ ଜରୁରୀକାଳୀନ ବ୍ୟବହାର ପାଇଁ ଅନୁମତି ମିଳିଛି। ଯାହା କରୋନା ଭୂତାଣୁ ବିରୋଧ ଲଢେଇରେ ବଡ ସହାୟକ ହେବ। ହାଇଦ୍ରାବାଦ ବ୍ୟତୀତ ଅନ୍ୟ କେନ୍ଦ୍ରରେ ‘୨-ଡିଜି’ କୁ ଅଧିକ ମାତ୍ରାର ଉତ୍ପାଦନ ଆରମ୍ଭ କରାଯାଇଛି।

ଏହାର ବ୍ୟବହାର ଦ୍ଵାରା ଆକ୍ରାନ୍ତଙ୍କୁ ସୁସ୍ଥ କରିବା ସହ ଅମ୍ଳଜାନ ଅଭାବକୁ ହ୍ରାସ କରିବ। ଏହି ଔଷଧ ଯୋଗୁଁ ଲୋକେ ବହୁତ ଶୀଘ୍ର ସୁସ୍ଥ ହେଉଛନ୍ତି। ଏବଂ ଏହା ଆକ୍ରାନ୍ତଙ୍କ ପାଇଁ ଅମ୍ଳଜାନ ମଧ୍ୟ କମ ଆବଶ୍ୟକତା କରିଥାଏ।

Categories
ଆଜିର ଖବର ଜାତୀୟ ଖବର

ଡିଆରଡିଓ ପକ୍ଷରୁ ସଲିଡ୍ ଫୁଏଲ ଡକ୍ଟେଡ୍ ରାମଜେଟ୍ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ

ନୂଆଦିଲ୍ଲୀ: ପ୍ରତିରକ୍ଷା ଗବେଷଣା ଓ ବିକାଶ ସଂଗଠନ (ଡିଆରଡିଓ) ପକ୍ଷରୁ ସଫଳତା ପୂର୍ବକ ସଲିଡ ଫୁଏଲ ଡକ୍ଟେଡ ରାମଜେଟ (ଏସଏଫଡିଆର) ପ୍ରଯୁକ୍ତି ଆଧାରିତ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ ସମ୍ପନ୍ନ ହୋଇଛି। ଓଡ଼ିଶା ଉପକୂଳ ଚାନ୍ଦିପୁରସ୍ଥିତ ସମନ୍ୱିତ ପରୀକ୍ଷଣ ସ୍ଥଳୀରୁ ମାର୍ଚ୍ଚ ୦୫, ୨୦୨୧ ପୂର୍ବାହ୍ନ ସାଢ଼େ ଦଶଟା ସମୟରେ ଏହାର ସଫଳ ଆକାଶମାର୍ଗ ପରୀକ୍ଷଣ (ଫ୍ଲାଇଟ୍ ଟେଷ୍ଟ) କରାଯାଇଥିଲା। ଏହାର ବୁଷ୍ଟର ମୋଟର ଏବଂ ନୋଜଲ ଲେସ୍ ମୋଟର ସମେତ ସମସ୍ତ ଉପ-ପ୍ରଣାଳୀ ଆଶାନୁରୂପ କାର୍ଯ୍ୟ କରିଥିଲା। ଏହି ପରୀକ୍ଷଣ ସମୟରେ ସଲିଡ ଫୁଏଲ ଡକ୍ଟେଡ ରାମଜେଟ ପ୍ରଯୁକ୍ତି ସହିତ ବହୁ ନୂତନ ପ୍ରଯୁକ୍ତି ପ୍ରମାଣିତ ହୋଇଥିଲା।

ସଲିଡ ଫୁଏଲ ଡକ୍ଟେଡ ରାମଜେଟ ପ୍ରଯୁକ୍ତିର ସଫଳ ପରୀକ୍ଷଣ ହେବା ପରେ ଡିଆରଡିଓକୁ ଏକ ନୂତନ ପ୍ରଯୁକ୍ତି ଲାଭ ମିଳିପାରିଛି। ଯାହାଫଳରେ ଆକାଶରୁ ଆକାଶମାର୍ଗକୁ ନିକ୍ଷେପ କରି ହେଉଥିବା ଦୂରଗାମୀ କ୍ଷେପଣାସ୍ତ୍ର ବିକଶିତ କରିବାରେ ସହାୟକ ହୋଇପାରିବ। ବର୍ତ୍ତମାନ ବିଶ୍ୱର ମାତ୍ର ହାତଗଣତି କେତୋଟି ଦେଶ ନିକଟରେ ଏହି ପ୍ରଯୁକ୍ତି ଉପଲବ୍ଧ ରହିଛି। ଏହାଛଡ଼ା ନୋଜଲ-ଲେସ ବୁଷ୍ଟର ଯୋଗୁ ସଂଖ୍ୟାଧିକ ରାମଜେଟ୍ ଅପରେସନ ସହ ତାଳମେଳ ସ୍ଥାପନ କରିବାରେ ସହାୟତା ମିଳିପାରିବ।

କ୍ଷେପଣାସ୍ତ୍ରର ପ୍ରଦର୍ଶନକୁ ଆଇଟିଆର ପକ୍ଷରୁ ନିୟୋଜିତ ଇଲେକ୍ଟ୍ରୋ ଅପ୍ଟିକାଲ, ରାଡାର ଓ ଟେଲିମେଟ୍ରି ଉପକରଣ ସହାୟତାରେ ନିରୀକ୍ଷଣ କରାଯାଇଥିଲା। ଏହା ମିଶନ ଲକ୍ଷ୍ୟର ସଫଳତାକୁ ସୁନିଶ୍ଚିତ କରିଥିଲା। ପ୍ରତିରକ୍ଷା ଗବେଷଣା ଓ ବିକାଶ ଲାବ୍ରୋଟୋରୀ (ଡିଆରଡିଏଲ), ରିସର୍ଚ୍ଚ ସେଣ୍ଟ ଇମାରତ (ଆରସିଆଇ) ଏବଂ ହାଇ ଏନର୍ଜି ମ୍ୟାଟେରିଆଲ୍ସ ରିସର୍ଚ୍ଚ ଲାବ୍ରୋଟୋରୀ (ଏଚଇଏମଆରଏଲ) ସମେତ ବିଭିନ୍ନ ଡିଆରଡିଓ ଲ୍ୟାବର ବରିଷ୍ଠ ବୈଜ୍ଞାନିକମାନେ ଏହି ନିକ୍ଷେପଣକୁ ଅନୁଧ୍ୟାନ କରିଥିଲେ।

ଏସଏଫଡିଆରର ସଫଳ ପରୀକ୍ଷଣ ନିମନ୍ତେ ପ୍ରତିରକ୍ଷା ମନ୍ତ୍ରୀ ଶ୍ରୀ ରାଜନାଥ ସିଂ ଡିଆରଡିଓର ବୈଜ୍ଞାନିକ, ଭାରତୀୟ ବାୟୁ ସେନା ଓ ଉଦ୍ୟୋଗ ଜଗତକୁ ଅଭିନନ୍ଦନ ଜଣାଇଛନ୍ତି।

ପ୍ରତିରକ୍ଷା ଗବେଷଣା ଓ ବିକାଶ ବିଭାଗ ସଚିବ ତଥା ଡିଆରଡିଓର ଅଧ୍ୟକ୍ଷ ଡ. ଜି. ସତୀଶ ରେଡ୍ଡୀ ମଧ୍ୟ ଏହି ସଫଳ ପରୀକ୍ଷଣରେ ସମ୍ପୃକ୍ତ ଦଳକୁ ଅଭିନନ୍ଦନ ଜ୍ଞାପନ କରିଛନ୍ତି।

Categories
ବିଶେଷ ଖବର

କୋଭିଡ-19 ସଂକ୍ରମଣ ରୋକିବା ଲାଗି ଡିଆରଡିଓ ପ୍ରସ୍ତୁତ କରିଛି ଦୁଇଟି ବିଶୋଧକ ଯନ୍ତ୍ର. ବିନା ସ୍ପର୍ଶରେ ହେବ ବିଶୋଧନ

ନୂଆଦିଲ୍ଲୀ, କୋଭିଡ-19 ସଂକ୍ରମଣ ରୋକିବା ଦିଗରେ ପ୍ରତିରକ୍ଷା ଗବେଷଣା ଓ ବିକାଶ ସଂଗଠନ (DRDO) ନିରବଚ୍ଛିନ୍ନ ପ୍ରୟାସ ଜାରି ରଖିଛି । ଏହା ନିଜର ବୈଜ୍ଞାନିକ ଓ ବୈଷୟିକ ଦକ୍ଷତାକୁ  ଉପଯୋଗ  କରି ବର୍ତ୍ତମାନ ପାଇଁ ଆବଶ୍ୟକ ଦ୍ରବ୍ୟମାନ ପ୍ରସ୍ତୁତ କରୁଛି। ଏହି ପରୀପ୍ରେକ୍ଷୀରେ ମହାମାରୀ କାଳରେ ବିଭିନ୍ନ ସ୍ଥାନକୁ ଜୀବାଣୁ ମୁକ୍ତ କରିବା ପାଇଁ ଦୁଇଟି ଦ୍ରବ୍ୟ ବିକଶିତ କରିଛି ।

Automatic Miss Belt sanitizer defenses unique (MCO) କ୍ଷୁଦ୍ର ଯୁକ୍ତ ବିଶୋଧକ ସିଂଚନ । ଅଗ୍ନି ବିସ୍ଫୋରକ ଏବଂ ପରିବେଶ ନୀରାପତ୍ତା କେନ୍ଦ୍ର (CPFES)  ଏହାର ବିଶେଷଜ୍ଞ ଜ୍ଞାନ ଉପଯୋଗ କରି କ୍ଷୁଦ୍ର ଯୁକ୍ତ ବିଶୋଧକ ସିଂଚନ ବିକଶିତ କରିଛନ୍ତି । ଏହି ସ୍ପର୍ଶ ବିହୀନ ଆଲକହଲ ଯୁକ୍ତ ସାନିଟାଇଜର କୌଣସି କାର୍ଯ୍ୟାଳୟରେ ପ୍ରବେଶ କରିବା ପୂର୍ବରୁ ହାତର ବିଶୋଧକଭାବେ କାର୍ଯ୍ୟ କରିବ ।

ଏକ Altrasonic censor ଦ୍ୱାରା ହାତର ସ୍ପର୍ଶ  ବିନା ଏହାକୁ ପ୍ରୟୋଗ କରି ହେବ । ଏଥିରୁ ନିର୍ଗତ ଏକ ଧୂଆଁଳିଆ ମିଶ୍ରଣର ସ୍ପ୍ରେ ଦ୍ୱାରା ହାତକୁ ପୁରାପୁରି ବିଶୋଧନ କରିହେବ । ଏହି ବିଶୋଧକ ଏକାନ୍ତବାସ, ସଂଗରୋଦ୍ଧ ସ୍ଥାନକୁ ଯିବା ଆସିବା ବେଳେ ମଧ୍ୟ ବିଶୋଧନ ପାଇଁ ବ୍ୟବହାର କରାଯାଇ ପାରିବ ।

UV-C Sanitation box and held  UV – Device ପ୍ରତିରକ୍ଷା ଓ ଅନ୍ୟାନ୍ୟ ବିଜ୍ଞାନ ପ୍ରତିଷ୍ଠାନ (DITAS) ଏବଂ ଆଣବିକ ଔଷଧ ଏବଂ ଅନ୍ୟାନ୍ୟ ବିଜ୍ଞାନ(INMA) ଦିଲ୍ଳୀସ୍ଥିତ ପ୍ରତିରକ୍ଷା ଗବେଷଣା ବିକାଶ ସଂଗଠନ(DRDO) ବିଜ୍ଞାନ ଗବେଷଣା ମିଳିତ ଭାବେ ଏକ ବିଶୋଧକ ଯନ୍ତ୍ର ନିର୍ମାଣ କରିଛନ୍ତି । ଏଥିରୁ ନିର୍ଗତ ରଶ୍ମୀ କୋଭିଡ-19ରେ ରହିଥିବା ସଂକ୍ରମଣ ଜୀବାଣୁ ଗୁଡିକୁ ନଷ୍ଟ କରିଦେଇ ପାରିବ । ଏହି UV-C ମେସିନ ଅଣୁ ଜୀବଗୁଡକୁ ଖୁବ ଶୀଘ୍ର ମାରିଦେଇ ପାରିବ । ଏହା ଜୀବାଣୁଗୁଡିକ ନଷ୍ଟ କରିବା ସହ ପରିବେଶର କୌଣସି କ୍ଷତି କରିବ ନାହିଁ । ଏହି UV-C ବକ୍ସ ମୋବାଇଲ ଫୋନ୍, ଟାବଲେଟ, ଟର୍ଚ୍ଚ ଅଫିସର ଫାଇଲ, ଟଙ୍କା ପଇସା ଭଳି ବ୍ୟକ୍ତିଗତ ଆସବାବଗୁଡିକୁ ଜୀବାଣୁ ମୁକ୍ତ କରିବାରେ  UV-C  lamp ଗୋଟିଏ ମିନିଟ୍ ପାଇଁ କୋଭିଡ-19 ଭୂତାଣୁଗୁଡିକୁ ନିଷ୍କ୍ରିୟ କରିପାରିବ ।

8 ୱାଟ ଯୁକ୍ତ ଏହି UV-C lamp ପାଖରେ ପଡିଲେ କୌଣସି ଅଫିସରେ ଥିବା  ଆସବାବପତ୍ରଗୁଡିକୁ ଭଲ ଭାବେ ବିଶୋଧନ କରିପାରିବ । ଏହାଫଳରେ କାର୍ଯ୍ୟାଳୟ ପରିସ ର ଓ ସର୍ବ ସାଧାରଣ  ସ୍ଥାନଗୁଡିକୁ କୋଭିଡ଼-19 ଭୂତାଣୁ ମୁକ୍ତ କରିପାରବ ।