Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଓଡ଼ିଶା ଉପକୂଳରୁ ପ୍ରଳୟ କ୍ଷେପଣାସ୍ତ୍ରର କ୍ରମାଗତ ଦୁଇଟି ସଫଳ ପରୀକ୍ଷଣ
ଆଜିର ଖବର

ଓଡ଼ିଶା ଉପକୂଳରୁ ପ୍ରଳୟ କ୍ଷେପଣାସ୍ତ୍ରର କ୍ରମାଗତ ଦୁଇଟି ସଫଳ ପରୀକ୍ଷଣ

July 29, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ଵର: ପ୍ରତିରକ୍ଷା ଗବେଷଣା ଏବଂ ବିକାଶ ସଂଗଠନ (ଡିଆରଡିଓ) ପ୍ରଳୟ କ୍ଷେପଣାସ୍ତ୍ର ପ୍ରଣାଳୀର କ୍ରମାଗତ ଦୁଇଟି ସଫଳ ପରୀକ୍ଷଣ କରିଛି। ଓଡ଼ିଶା ଉପକୂଳସ୍ଥିତ ଡକ୍ଟର ଏପିଜେ ଅବଦୁଲ କଲାମ ଦ୍ୱୀପରୁ ଜୁଲାଇ ୨୮ ଏବଂ ୨୯ ତାରିଖ ଦୁଇ ଦିନ ଧରି ଏହି ପରୀକ୍ଷଣ କରାଯାଇଥିଲା। ସର୍ବାଧିକ ଏବଂ ସର୍ବନିମ୍ନ ଦୂରତାରେ ଏହି କ୍ଷେପଣାସ୍ତ୍ର ପ୍ରଣାଳୀର ଲକ୍ଷ୍ୟଭେଦ କ୍ଷମତାକୁ ପ୍ରମାଣିତ କରିବା ଲାଗି ବ୍ୟବହାରକାରୀ ମୂଲ୍ୟାଙ୍କନ ପରୀକ୍ଷଣର ଅଂଶବିଶେଷ ସ୍ୱରୂପ ଏହି ପରୀକ୍ଷଣ କରାଯାଇଥିଲା। କ୍ଷେପଣାସ୍ତ୍ରଗୁଡ଼ିକ ନିର୍ଦ୍ଦିଷ୍ଟ ଗତିପଥକୁ ସଠିକ୍ ଭାବରେ ଅନୁସରଣ କରିଥିଲେ ଏବଂ ସମସ୍ତ ପରୀକ୍ଷଣ ଉଦ୍ଦେଶ୍ୟ ପୂରଣ କରି ସମ୍ପୂର୍ଣ୍ଣ ସଠିକତା ସହିତ ଲକ୍ଷ୍ୟଭେଦ କରିଛନ୍ତି। ସମସ୍ତ ଉପ-ପ୍ରଣାଳୀ ଆଶା ଅନୁଯାୟୀ କାର୍ଯ୍ୟ କରିଥିଲା। ନିର୍ଦ୍ଦିଷ୍ଟ ପ୍ରଭାବ ବିନ୍ଦୁ ନିକଟରେ ଅବସ୍ଥିତ ଜାହାଜରେ ନିୟୋଜିତ ଉପକରଣଗୁଡ଼ିକ ସମେତ ସମନ୍ୱିତ ପରୀକ୍ଷଣ ଘାଟି ଦ୍ୱାରା ନିୟୋଜିତ ବିଭିନ୍ନ ଟ୍ରାକିଂ ସେନ୍ସର ଦ୍ୱାରା ସଂଗୃହିତ ପରୀକ୍ଷଣ ତଥ୍ୟ ବ୍ୟବହାର କରି ଏହାକୁ ଯାଞ୍ଚ କରାଯାଇଥିଲା।

ପ୍ରଳୟ ହେଉଛି ଏକ ସ୍ୱଦେଶୀ ଭାବରେ ବିକଶିତ କଠିନ ପ୍ରପେଲାଣ୍ଟ କ୍ୱାସି-ବାଲିଷ୍ଟିକ୍ କ୍ଷେପଣାସ୍ତ୍ର। ଉଚ୍ଚ ସଠିକତା ସୁନିଶ୍ଚିତ କରିବା ପାଇଁ ଏହା ଅତ୍ୟାଧୁନିକ ମାର୍ଗଦର୍ଶନ ଏବଂ ଦିଗ ନିର୍ଣ୍ଣୟ ପ୍ରଣାଳୀକୁ ବ୍ୟବହାର କରିଥାଏ। ଏହି କ୍ଷେପଣାସ୍ତ୍ର ବିଭିନ୍ନ ଲକ୍ଷ୍ୟ ବିରୁଦ୍ଧରେ ସଂଖ୍ୟାଧିକ ପ୍ରକାରର ଯୁଦ୍ଧାସ୍ତ୍ର ବହନ କରିବାକୁ ସକ୍ଷମ। ପ୍ରତିରକ୍ଷା ଗବେଷଣା ଓ ବିକାଶ ପରୀକ୍ଷାଗାର, ଉନ୍ନତ ପ୍ରଣାଳୀ ପରୀକ୍ଷାଗାର, ଅସ୍ତ୍ରଶସ୍ତ୍ର ଗବେଷଣା ଓ ବିକାଶ ପ୍ରତିଷ୍ଠାନ, ଉଚ୍ଚ ଶକ୍ତି ସାମଗ୍ରୀ ଗବେଷଣା ପରୀକ୍ଷାଗାର, ପ୍ରତିରକ୍ଷା ଧାତୁ ଗବେଷଣା ପରୀକ୍ଷାଗାର, ଟର୍ମିନାଲ ବାଲିଷ୍ଟିକ୍ସ ଗବେଷଣା ପରୀକ୍ଷାଗାର, ଗବେଷଣା ଓ ବିକାଶ ପ୍ରତିଷ୍ଠାନ (ଇଞ୍ଜିନିୟର) ଏବଂ ଆଇଟିଆର ଇତ୍ୟାଦି ଡିଆରଡିଓର ବିଭିନ୍ନ ପରୀକ୍ଷାଗାର ଏବଂ ରିସର୍ଚ୍ଚ ସେଣ୍ଟର୍‌ ଇମାରତ୍‌ ସମେତ ଭାରତ ଡାଇନାମିକ୍ସ ଲିମିଟେଡ, ଭାରତ ଇଲେକ୍ଟ୍ରୋନିକ୍ସ ଲିମିଟେଡ୍‌ ଏବଂ ଅନ୍ୟ ଶିଳ୍ପ ଓ ଏମଏସଏମଇ ଅଂଶୀଦାରଙ୍କୁ ନେଇ ଏହି କ୍ଷେପଣାସ୍ତ୍ର ପ୍ରଣାଳୀକୁ ବିକଶିତ କରାଯାଇଛି।

ଡିଆରଡିଓର ବରିଷ୍ଠ ବୈଜ୍ଞାନିକ, ବ୍ୟବହାରକାରୀ ପ୍ରତିନିଧି ରୂପେ ଭାରତୀୟ ବାୟୁସେନା ଏବଂ ସ୍ଥଳସେନାର ବରିଷ୍ଠ ଅଧିକାରୀଙ୍କ ସହିତ ଶିଳ୍ପ ପ୍ରତିନିଧିମାନେ ଉଡ଼ାଣ ପରୀକ୍ଷଣ ଦେଖିଥିଲେ।

ରକ୍ଷା ମନ୍ତ୍ରୀ ରାଜନାଥ ସିଂହ ସଫଳ ଉଡ଼ାଣ ପରୀକ୍ଷଣ ପାଇଁ ଡିଆରଡିଓ, ସଶସ୍ତ୍ର ବାହିନୀ ଏବଂ ଶିଳ୍ପ ସଂସ୍ଥାଗୁଡ଼ିକୁ ପ୍ରଶଂସା କରିଛନ୍ତି। ଆଧୁନିକ ପ୍ରଯୁକ୍ତିବିଦ୍ୟାରେ ସଜ୍ଜିତ ଏହି କ୍ଷେପଣାସ୍ତ୍ର ବିପଦ ବିରୁଦ୍ଧରେ ଦେଶର ସେନାବାହିନୀକୁ ଆହୁରି ପ୍ରଯୁକ୍ତି ଆଧାରିତ ପ୍ରୋତ୍ସାହନ ଦେବ ବୋଲି ସେ କହିଛନ୍ତି।

ପ୍ରତିରକ୍ଷା ଗବେଷଣା ତଥା ବିକାଶ ବିଭାଗର ସଚିବ ଏବଂ ଡିଆରଡିଓର ଅଧ୍ୟକ୍ଷ ଡକ୍ଟର ସମୀର ଭି କାମତ ଏହି କ୍ଷେପଣାସ୍ତ୍ର ପ୍ରସ୍ତୁତ କରିଥିବା ଦଳଗୁଡ଼ିକୁ ଅଭିନନ୍ଦନ ଜଣାଇଛନ୍ତି। ସେ କହିଛନ୍ତି ଯେ ଏହି ପର୍ଯ୍ୟାୟ-୧ ଉଡ଼ାଣ ପରୀକ୍ଷଣର ସଫଳ ସମାପ୍ତି ନିକଟ ଭବିଷ୍ୟତରେ ସଶସ୍ତ୍ର ବାହିନୀରେ ଏହି ପ୍ରଣାଳୀକୁ ସାମିଲ କରିବା ପାଇଁ ପଥ ପ୍ରଶସ୍ତ କରୁଛି।

Drdo ଡିଆରଡିଓ
Share. Facebook Twitter LinkedIn Email WhatsApp Copy Link

Related Posts

ପୁର୍ବ ଶତ୍ରୁତାକୁ ନେଇ ଯୁବକଙ୍କୁ ନିର୍ମମ ହତ୍ୟା

April 15, 2026

ରାଘବ ଚଢାଙ୍କୁ ମିଳିବ Z ସିକ୍ୟୁରିଟି!: ସୁରକ୍ଷା ପ୍ରତ୍ୟାହାର କରିଥିଲେ ପଞ୍ଜାବର AAP ସରକାର

April 15, 2026

ଆଜି  ପ୍ରକାଶ ପାଇବ CBSE ର ଦଶମ ପରୀକ୍ଷା ଫଳ!: ଯାଞ୍ଚ କରନ୍ତୁ ଫଳାଫଳ

April 15, 2026

ରାସଗୋବିନ୍ଦପୁରରେ ଛାତ୍ରୀ ମୃତ୍ୟୁ ମାମଲା: କେନ୍ଦ୍ରାଞ୍ଚଳ RDC ତଦନ୍ତ ନିର୍ଦ୍ଦେଶ

April 15, 2026
Latest News

ପୁର୍ବ ଶତ୍ରୁତାକୁ ନେଇ ଯୁବକଙ୍କୁ ନିର୍ମମ ହତ୍ୟା

April 15, 2026

ରାଘବ ଚଢାଙ୍କୁ ମିଳିବ Z ସିକ୍ୟୁରିଟି!: ସୁରକ୍ଷା ପ୍ରତ୍ୟାହାର କରିଥିଲେ ପଞ୍ଜାବର AAP ସରକାର

April 15, 2026

ଆଜି  ପ୍ରକାଶ ପାଇବ CBSE ର ଦଶମ ପରୀକ୍ଷା ଫଳ!: ଯାଞ୍ଚ କରନ୍ତୁ ଫଳାଫଳ

April 15, 2026

ବିହାରର ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେଲେ ସମ୍ରାଟ ଚୌଧୁରୀ: ଜେଡିୟୁରୁ ଦୁଇ ଉପମୁଖ୍ୟମନ୍ତ୍ରୀ

April 15, 2026

ରାସଗୋବିନ୍ଦପୁରରେ ଛାତ୍ରୀ ମୃତ୍ୟୁ ମାମଲା: କେନ୍ଦ୍ରାଞ୍ଚଳ RDC ତଦନ୍ତ ନିର୍ଦ୍ଦେଶ

April 15, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.