ନୂଆଦିଲ୍ଲୀ: ଆରଜେଡି ସାଂସଦ ମନୋଜ ଝା ଅକ୍ଟୋବର ୨୦ ତାରିଖରୁ ୨୪ ତାରିଖ ମଧ୍ୟରେ ପାକିସ୍ତାନ ଯିବାକୁ ଚାହୁଁଥିଲେ, କିନ୍ତୁ ଭାରତ ସରକାର ତାଙ୍କୁ ପାକିସ୍ତାନ ଯିବାକୁ ଅନୁମତି ଦେଇନାହାଁନ୍ତି। ଚତୁର୍ଥ ଆସମା ଜାହାଙ୍ଗୀର ସମ୍ମିଳନୀ ପାଇଁ ମନୋଜ ଝା ପାକିସ୍ତାନ ଯିବାକୁ ଅନୁମତି ମାଗିଥିଲେ ମଧ୍ୟ ରାଜନୈତିକ କାରଣ ଦର୍ଶାଇ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଅନୁମତି ଦେଇନାହିଁ।