Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ନ୍ୟୁମୋକୋକଲ ଟିକା ଅଭାବ ସମ୍ପର୍କିତ ଗଣମାଧ୍ୟମ ଖବର ମିଥ୍ୟା ଏବଂ ଭ୍ରମାତ୍ମକ: ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ
ଆଜିର ଖବର

ନ୍ୟୁମୋକୋକଲ ଟିକା ଅଭାବ ସମ୍ପର୍କିତ ଗଣମାଧ୍ୟମ ଖବର ମିଥ୍ୟା ଏବଂ ଭ୍ରମାତ୍ମକ: ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ

October 8, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link
ରାଷ୍ଟ୍ରବ୍ୟାପୀ ଏଚପିଭି ଟିକାକରଣ ଅଭିଯାନ
ଆଜି ୧୪ ବର୍ଷର ବାଳିକାଙ୍କ ପାଇଁ ରାଷ୍ଟ୍ରବ୍ୟାପୀ ଏଚପିଭି ଟିକାକରଣ ଅଭିଯାନର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ନିକଟରେ ଏକ ଜାତୀୟ ଦୈନିକ ଖବରକାଗଜରେ ସାରା ଦେଶରେ ନ୍ୟୁମୋକୋକଲ (ପିସିଭି) ଟିକା ଅଭାବ ସମ୍ପର୍କିତ ଖବର ପ୍ରକାଶିତ ହୋଇଛି। ଏଥିରେ ରାଜ୍ୟ ସ୍ୱାସ୍ଥ୍ୟ ଅଧିକାରୀ (ଏସଆଇଓ, ମହାରାଷ୍ଟ୍ର ସାମିଲ ଅଛନ୍ତି)ଙ୍କ ଉଦ୍ଧୃତି ଦେଇ ଟେଣ୍ଡର ବିଳମ୍ବ ଯୋଗୁଁ ସାରା ଦେଶରେ ମାସକରୁ ଅଧିକ ସମୟ ଧରି ଲକ୍ଷ ଲକ୍ଷ ଶିଶୁଙ୍କ ଟିକାକରଣ ବାଧାପ୍ରାପ୍ତ ହୋଇଥିବା ଲେଖାଯାଇଛି।

ଏହି ଖବର ଭ୍ରମାତ୍ମକ ଓ ଅସତ୍ୟ ତଥ୍ୟ ପ୍ରଦାନ କରୁଛି।

ଅକ୍ଟୋବର ୭,୨୦୨୨ ପର୍ଯ୍ୟନ୍ତ ଉପଲବ୍ଧ ତଥ୍ୟ ଅନୁଯାୟୀ ପିସିଭି ଟିକାର ପର୍ଯ୍ୟାପ୍ତ ଡୋଜ ଉପଲବ୍ଧ ଅଛି। ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡିକରେ ସମୁଦାୟ ୭୦,୧୮, ୮୧୭ (୭୦.୧୮ ଲକ୍ଷ) ପିସିଭି ଡୋଜ ଉପଲବ୍ଧ ଅଛି। ଏଥିରୁ ୩,୦୧,୭୯୪ (୩.୦୧ ଲକ୍ଷ) ପିସିଭି ଡୋଜ ମହାରାଷ୍ଟ୍ର ରାଜ୍ୟରେ ରହିଛି।

ସେହିପରି କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟର ଏଚଏମଆଇଏସ ତଥ୍ୟ ଅନୁଯାୟୀ ଜାନୁୟାରୀ ୨୦୨୨ରୁ ସେପ୍ଟେମ୍ବର ୨୦୨୨ ଅବଧି ମଧ୍ୟରେ କେନ୍ଦ୍ର ସରକାର ଯୋଗାଇ ଦେଇଥିବା ସମୁଦାୟ ୩,୨୭,୬୭,୦୨୮ (୩.୨୭ କୋଟି) ପିସିଭି ଡୋଜ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳଗୁଡିକ ଦ୍ୱାରା ଉପଯୋଗ ହୋଇଛି। ଏଥିରେ ମହାରାଷ୍ଟ୍ର ରାଜ୍ୟରେ ୧୮,୮୦,୭୨୨ (୧୮.୮୦ ଲକ୍ଷ) ପିସିଭି ଡୋଜ ସାମିଲ ରହିଛି।

୨୦୨୨-୨୩ ବର୍ଷ ପାଇଁ କିଣା ହୋଇଥିବା ପିସିଭି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳଗୁଡିକୁ ଯୋଗାଣ ଆରମ୍ଭ ହୋଇଛି।

ଶିଶୁ ମୃତ୍ୟୁର ପ୍ରମୁଖ କାରଣ ମଧ୍ୟରୁ ନିମୋନିଆ ଅନ୍ୟତମ ଓ ଏହି ସମସ୍ୟାର ସଠିକ ମୁକାବିଲା ପାଇଁ ଭାରତ ସରକାର ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରିଛନ୍ତି।

୨୦୧୭ରେ ଭାରତ ସରକାରଙ୍କ ଦ୍ୱାରା ପର୍ଯ୍ୟାୟ କ୍ରମେ ସର୍ବାଧିକ ପ୍ରଭାବିତ ପାଞ୍ଚଟି ରାଜ୍ୟ ଯଥା- ବିହାର, ହିମାଚଳ ପ୍ରଦେଶ, ମଧ୍ୟପ୍ରଦେଶ, ରାଜସ୍ଥାନ ଓ ଉତ୍ତର ପ୍ରଦେଶରେ ନ୍ୟୁମୋକୋକଲ କଂଜୁଗେଟ ଭ୍ୟାକ୍ସିନ (ପିସିଭି) ଆରମ୍ଭ ହୋଇଥିଲା। ପରେ ପିସିଭିକୁ ସାର୍ବଜନୀନ ଟିକାକରଣ କାର୍ଯ୍ୟକ୍ରମ (ୟୁଆଇପି) ଅନ୍ତର୍ଗତ ସାରା ଦେଶରେ ଆରମ୍ଭ କରାଯାଇଥିଲା।

ଏବେ ପିସିଭି ଭାରତର ସାର୍ବଜନୀନ ଟିକାକରଣ କାର୍ଯ୍ୟକ୍ରମ (ୟୁଆଇପି)ର ଅଭିନ୍ନ ଅଙ୍ଗ ପାଲଟିଛି ଓ ୨ କୋଟି ୭୧ ଲକ୍ଷ ନବଜାତକଙ୍କୁ ବିନା ମୂଲ୍ୟରେ ପ୍ରଦାନ କରାଯାଉଛି। ଏହାକୁ ତିନି ଡୋଜ ସୂଚୀ (୬ ସପ୍ତାହ, ୧୪ ସପ୍ତାହ ଓ ୯ରୁ ୧୨ମାସ ମଧ୍ୟରେ ବୁଷ୍ଟର ଡୋଜ) ଅନୁଯାୟୀ ପ୍ରଦାନ କରାଯାଉଛି।

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ
Share. Facebook Twitter LinkedIn Email WhatsApp Copy Link

Related Posts

ଦୁଇ-ତୃତୀୟାଂଶ ଲକ୍ଷ୍ୟରେ ଏନଡ଼ିଏ : ୨୪ ଆସନ ନିର୍ବାଚନରେ ବଦଳିବ କି ସଂସଦୀୟ ସମୀକରଣ?

June 5, 2026

UP CM Birthday: ଯୋଗୀ ଆଦିତ୍ୟନାଥଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ

June 5, 2026

ବିଜେପିକୁ ବଡ଼ ଝଟକା! ଦଳ ଛାଡ଼ି ନୂଆ ରାଜନୈତିକ ଆନ୍ଦୋଳନର ଆରମ୍ଭ କଲେ ଅନ୍ନାମଲାଇ

June 5, 2026

RBI Repo Rate: ଅପରିବର୍ତ୍ତିତ ରହିଲା ଚଳିତ ଆର୍ଥିକ ବର୍ଷର ରେପୋ ରେଟ, ଆରବିଆଇର ଘୋଷଣା

June 5, 2026
Latest News

ଦୁଇ-ତୃତୀୟାଂଶ ଲକ୍ଷ୍ୟରେ ଏନଡ଼ିଏ : ୨୪ ଆସନ ନିର୍ବାଚନରେ ବଦଳିବ କି ସଂସଦୀୟ ସମୀକରଣ?

June 5, 2026

UP CM Birthday: ଯୋଗୀ ଆଦିତ୍ୟନାଥଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ

June 5, 2026

ବିଜେପିକୁ ବଡ଼ ଝଟକା! ଦଳ ଛାଡ଼ି ନୂଆ ରାଜନୈତିକ ଆନ୍ଦୋଳନର ଆରମ୍ଭ କଲେ ଅନ୍ନାମଲାଇ

June 5, 2026

RBI Repo Rate: ଅପରିବର୍ତ୍ତିତ ରହିଲା ଚଳିତ ଆର୍ଥିକ ବର୍ଷର ରେପୋ ରେଟ, ଆରବିଆଇର ଘୋଷଣା

June 5, 2026

ଉଚ୍ଚ ଯୋଗ୍ୟତା ଲୁଚାଇ ଚାକିରି ପାଇବା ଅନ୍ୟାୟ: ସୁପ୍ରିମକୋର୍ଟ

June 5, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.