Categories
ଆଜିର ଖବର ଜାତୀୟ ଖବର ସ୍ବାସ୍ଥ୍ୟ

ଦେଶରେ 841 ଟି ନୂଆ କରୋନା ମାମଲା ଚିହ୍ନଟ, 3 ରୋଗୀ ମୃତ

ନୂଆଦିଲ୍ଲୀ: ଭାରତରେ 841 ଟି ନୂଆ କରୋନା ମାମଲା ଚିହ୍ନଟ ହୋଇଛି, ଯାହା ଗତ 227 ଦିନ ମଧ୍ୟରେ ସର୍ବାଧିକ। ଚିକିତ୍ସାରେ ସଂକ୍ରମଣର ମାମଲା ହେଉଛି 4,309। ଆଜି ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଏହି ସୂଚନା ରହିଛି। ପରିସଂଖ୍ୟାନ ଅନୁଯାୟୀ, ଗତ 24 ଘଣ୍ଟା ମଧ୍ୟରେ କରୋନା ସଂକ୍ରମଣ ହେତୁ 3 ଜଣଙ୍କର ମୃତ୍ୟୁ ଘଟିଛି।

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ଵାରା ସକାଳ 8 ଟାରେ ଅପଡେଟ୍ ହୋଇଥିବା ତଥ୍ୟ ଅନୁଯାୟୀ 24 ଘଣ୍ଟା ମଧ୍ୟରେ କେରଳ, କର୍ଣ୍ଣାଟକ ଏବଂ ବିହାରରେ ଜଣେ ଲେଖାଏଁ ରୋଗୀ ସଂକ୍ରମଣରେ ମୃତ୍ୟୁ ବରଣ କରିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଓଏସଡି ସୁଧାଂଶ୍ ପନ୍ତଙ୍କ ଏମ୍ସ ଭୁବନେଶ୍ୱର ପରିଦର୍ଶନ

ଭୁବନେଶ୍ୱର: ଗୌରବମୟ ପ୍ରଥମ ଦଶନ୍ଧିର ଯାତ୍ରା ଅବସରରେ ଏମ୍ସ ଭୁବନେଶ୍ୱର ଓଡ଼ିଶା ତଥା ପଡୋଶୀ ରାଜ୍ୟର ଜନସାଧାରଣଙ୍କୁ ଗୁଣବତ୍ତାପୂର୍ଣ୍ଣ ସ୍ୱାସ୍ଥ୍ୟ ସେବା ଯୋଗାଇଦେବାରେ ଅଗ୍ରଣୀ ଭୂମିକା ନିର୍ବାହ କରିଛି। ରୋଗୀସେବା କ୍ଷେତ୍ରରେ ଏହି ଜାତୀୟ ସ୍ୱାସ୍ଥ୍ୟ ପ୍ରତିଷ୍ଠାନ ଦେଶରେ ଏକ ନୂତନ ବ୍ରାଣ୍ଡ୍ ସୃଷ୍ଟି କରିଛି ଏବଂ ଅନ୍ୟାନ୍ୟ ଜାତୀୟ ସ୍ୱାସ୍ଥ୍ୟାନୁଷ୍ଠାନଗୁଡିକ ପାଇଁ ଅନୁକରଣୀୟ ହୋଇପାରିଥିବା କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟର ଓଏସ୍ଡି ସୁଧାଂଶ୍ ପନ୍ତ ପ୍ରକାଶ କରିଛନ୍ତି।

ଶ୍ରୀ ପନ୍ତ ଆଜି ଏମ୍ସ ଭୁବନେଶ୍ୱର ପରିଦର୍ଶନ କରିବା ଅବସରରେ ଏପରି ମତବ୍ୟକ୍ତ କରିଛନ୍ତି। ଏମ୍ସରେ ସ୍ୱାସ୍ଥ୍ୟସେବାର ସମୀକ୍ଷା କରିବା ସହିତ ଏହି ଗସ୍ତ ସମୟରେ ଶ୍ରୀ ପନ୍ତ ରୋଗୀଙ୍କ ସହ ସିଧାସଳଖ ବାର୍ତ୍ତାଳପ କରିବା ସହିତ ବିଭିନ୍ନ ପ୍ରସଙ୍ଗରେ ସେମାନଙ୍କର ମତାମତ ଲୋଡ଼ିଥିଲେ।

ଏମ୍ସ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡ. ଆଶୁତୋଷ ବିଶ୍ବାସ ଶ୍ରୀ ପନ୍ତଙ୍କୁ ସ୍ବାଗତ କରିବା ସହିତ ଏହି ପ୍ରମୁଖ ଜାତୀୟ ଅନୁଷ୍ଠାନର ବିଭିନ୍ନ କୃତିତ୍ବ ଏବଂ ଭବିଷ୍ୟତର ଯୋଜନା ସମ୍ପର୍କରେ ବିସ୍ତୃତ ବିବରଣୀ ପ୍ରଦାନ କରିଥିଲେ।

ରୋଗୀମାନଙ୍କ ସହ କଥାବାର୍ତ୍ତା ସମୟରେ ଶ୍ରୀ ପନ୍ତ ଏମ୍ସରେ ପ୍ରଦାନ କରାଯାଉଥିବା ସ୍ୱାସ୍ଥ୍ୟସେବା ସମ୍ବନ୍ଧରେ ସେମାନଙ୍କ ମତାମତକୁ ଧ୍ୟାନର ସହ ଶୁଣିଥିଲେ। ରୋଗୀଙ୍କୁ ସହୃଦୟତାର ସହିତ ପ୍ରଦାନ କରାଯାଉଥିବା ଉତ୍ତମ ଚିକିତ୍ସା ସେବା ନିମନ୍ତେ ଏମ୍ସର ଚିକିତ୍ସକ ଏବଂ କର୍ମଚାରୀଙ୍କ ନିଷ୍ଠାପର ଉଦ୍ୟମକୁ ସେ ପ୍ରଶଂସା କରିଥିଲେ। ଏହି ଅବସରରେ ଶ୍ରୀ ପନ୍ତ ମେଡିସିନ୍ ବିଭାଗ ସମେତ ଏକାଧିକ ୱାର୍ଡ ପରିଦର୍ଶନ କରି ସ୍ଥିତି ସମୀକ୍ଷା କରିଥିଲେ।

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଓଏସ୍ଡି ଏମ୍ସ ଭୁବନେଶ୍ୱରରେ ପ୍ରଦାନ କରାଯାଉଥିବା ବିଭିନ୍ନ ଅତ୍ୟାଧୁନିକ ଚିକିତ୍ସା ବ୍ୟବସ୍ଥା ବୁଲି ଦେଖିବା ସହିତ ଜଟିଳ ରୋଗର ଚିକିତ୍ସାରେ ବ୍ୟବହୃତ ଅତ୍ୟାଧୁନିକ ଜ୍ଞାନକୌଶଳ ସମ୍ପର୍କରେ ସୂଚନା ସଂଗ୍ରହ କରିଥିଲେ। ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ପ୍ରଯୁକ୍ତିବିଦ୍ୟାର ପ୍ରୟୋଗ କରି ଜନସାଧାରଣଙ୍କୁ ସୁବିଧା ପ୍ରଦାନ କରିବାର ପ୍ରତିବଦ୍ଧତା ନିମନ୍ତେ ଏମ୍ସର ପଦକ୍ଷେପକୁ ସାଧୁବାଦ ଜଣାଇଥିଲେ ଶ୍ରୀ ପନ୍ତ।

ପରେ ଏମ୍ସର ବିଭାଗୀୟ ମୁଖ୍ୟମାନଙ୍କ ସହିତ ଆଲୋଚନା କାଳରେ ଡାକ୍ତରୀ ଶିକ୍ଷା, ଗବେଷଣା ଏବଂ ରୋଗୀସେବା କ୍ଷେତ୍ରରେ ଏହି ଅନୁଷ୍ଠାନର ଅଗ୍ରଣୀ ଭୂମିକା ସମ୍ପର୍କରେ ଆଲୋକପାତ କରିଥିଲେ ଶ୍ରୀ ପନ୍ତ। ଏନେଇ ଚିକିତ୍ସକମାନଙ୍କର ନିଷ୍ଠା ଏବଂ କଠିନ ପରିଶ୍ରମକୁ ସେ ପ୍ରଶଂସା କରିଥିଲେ। ବିଭିନ୍ନ କ୍ଷେତ୍ରରେ ସଫଳତା ନିମନ୍ତେ ଏମ୍ସ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡ. ବିଶ୍ବାସଙ୍କୁ ଅଭିନନ୍ଦନ ଜଣାଇଥିଲେ ଶ୍ରୀ ପନ୍ତ। ଏହି ଜାତୀୟ ସ୍ବାସ୍ଥ୍ୟ ପ୍ରତିଷ୍ଠାନର ସାମଗ୍ରୀକ ବିକାଶ ନିମନ୍ତେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଆବଶ୍ୟକ ସହାୟତା ଯୋଗାଇଦେବା ନିମନ୍ତେ ପ୍ରତିଶ୍ରୁତିବଦ୍ଧ ବୋଲି ପ୍ରକାଶ କରିଥିଲେ ଶ୍ରୀ ପନ୍ତ।
ସୂଚନାଯୋଗ୍ୟଯେ ଚଳିତ ମାସ ୩୧ରୁ ସୁଧାଂଶ ପନ୍ତ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ସଚିବ ଭାବେ ଦାୟିତ୍ବ ଗ୍ରହଣ କରିବେ।

ଏହି ଗସ୍ତ ସମୟରେ ଡିନ୍ ଡ. ପି ଆର ମହାପାତ୍ର, ଡ. ସତ୍ୟଜିତ ମିଶ୍ର, ଡ. ସୌଭାଗ୍ୟ ଜେନା, ଭାରପ୍ରାପ୍ତ ମେଡିକାଲ୍ ଅଧୀକ୍ଷକ ଡ. ପ୍ରଭାସ ରଂଜନ ତ୍ରିପାଠୀ, ଡିଡିଏ ରବି ପ୍ରକାଶ, ବରିଷ୍ଠ ପ୍ରଶାସନିକ ଅଧିକାରୀ ରଶ୍ମି ରଞ୍ଜନ ସେଠୀଙ୍କ ସମେତ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

Categories
ଆଜିର ଖବର ଜାତୀୟ ଖବର

କୋୱିନ୍‌ ତଥ୍ୟ ଗୋପନୀୟତା ଉଲ୍ଲଂଘନ ପ୍ରସଙ୍ଗ: ସ୍ପଷ୍ଟୀକରଣ ଦେଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ: ଦେଶରେ କୋଭିଡ ଟିକା ନେଇଥିବା ହିତାଧିକାରୀଙ୍କ ଗୋପନୀୟ ତଥ୍ୟ ସାମାଜିକ ଗଣମାଧ୍ୟମରେ ପ୍ରକାଶ ପାଇବା ସହିତ ତଥ୍ୟ ଗୋପନୀୟତା ଉଲ୍ଲଙ୍ଘନ ନେଇ କେତେକ ଗଣମାଧ୍ୟମ ରିପୋର୍ଟରେ ଦାବି କରାଯାଇଛି। ଏସବୁ ରିପୋର୍ଟରେ ଅଭିଯୋଗ କରାଯାଇଛି ଯେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର କୋ-ୱିନ ପୋର୍ଟାଲରେ ତଥ୍ୟ ଗୋପନୀୟତା ଉଲ୍ଲଙ୍ଘନ କରାଯାଇଛି। କୋଭିଡ ୧୯ ଟିକା ନେଇଥିବା ହିତାଧିକାରୀଙ୍କ ସବୁ ତଥ୍ୟ ଏହି ପୋର୍ଟାଲରେ ସଂରକ୍ଷିତ ହୋଇ ରହିଛି।

ସାମାଜିକ ଗଣମାଧ୍ୟମ ମଞ୍ଚ ଟ୍ୱିଟ୍ଟରରେ କରାଯାଇଥିବା କେତେକ ପୋଷ୍ଟରେ ଦାବି କରାଯାଇଛି ଯେ, ଟେଲିଗ୍ରାମ (ଅନଲାଇନ ବାର୍ତ୍ତାପ୍ରେରଣ ଆପ୍ଲିକେସନ) ବିଓଟି ବ୍ୟବହାର କରାଯାଇ ଟିକା ନେଇଥିବା ବ୍ୟକ୍ତିବିଶେଷଙ୍କ ଗୋପନୀୟ ତଥ୍ୟକୁ ଆକ୍ସେସ ବା ହାସଲ କରାଯାଇଛି। ରିପୋର୍ଟରେ ଦର୍ଶାଯାଇଛି ଯେ ବିଓଟି ମାଧ୍ୟମରେ ଜଣେ ହିତାଧିକାରୀଙ୍କ ମୋବାଇଲ ନମ୍ବର କିମ୍ବା ଆଧାର ନମ୍ବର ଦିଆଯାଇ ସମ୍ପୃକ୍ତ ବ୍ୟକ୍ତିବିଶେଷଙ୍କ ତଥ୍ୟ ହାସଲ କରାଯାଇଛି।

ଏଠାରେ ସ୍ପଷ୍ଟ କରି ଦିଆଯାଉଛି ଏଭଳି ରିପୋର୍ଟଗୁଡ଼ିକର କୌଣସି ଆଧାର ନାହିଁ ଏବଂ ମନ୍ଦ ଉଦ୍ଦେଶ୍ୟ ରଖି ପ୍ରସାରିତ କରାଯାଇଛି। ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର କୋ-ୱିନ୍‌ ପୋର୍ଟାଲ ତଥ୍ୟ ଗୋପନୀୟତା କ୍ଷେତ୍ରରେ ସମ୍ପୂର୍ଣ୍ଣ ଭାବେ ସୁରକ୍ଷିତ। ଅଧିକନ୍ତୁ, ୱେବ୍‌ ଆପ୍ଲିକେସନ ଫାୟାରୱାଲ୍‌, ଆଣ୍ଟି-ଡିଡିଓଏସ, ଏସଏସଏଲ/ଟିଏଲଏସ, ନିୟମିତ ବିପଦ ମୂଲ୍ୟାଙ୍କନ, ପରିଚୟ ଏବଂ ଆକ୍ସେସ ପରିଚାଳନା ଆଦି ସୁବିଧା ସହିତ କୋ-ୱିନ ପୋର୍ଟାଲରେ ଯଥେଷ୍ଟ ସୁରକ୍ଷା ପଦକ୍ଷେପ ଗ୍ରହଣ କରାଯାଇଛି। କୋୱିନ୍‌ ପୋର୍ଟାଲରେ ଥିବା ତଥ୍ୟର ସୁରକ୍ଷା ସୁନିଶ୍ଚିତ କରିବା ପାଇଁ ସବୁପ୍ରକାର ପଦକ୍ଷେପ ଗ୍ରହଣ କରାଯାଇଛି କିମ୍ବା କରାଯାଉଛି।

କୋୱିନ୍‌ ପୋର୍ଟାଲ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଦ୍ୱାରା ବିକଶିତ କରାଯାଇଛି ଏବଂ ଏହା ମନ୍ତ୍ରଣାଳୟ ମାଲିକାନାରେ ରହି ପରିଚାଳିତ ହେଉଛି। କୋୱିନ୍‌ର ବିକାଶ ଏବଂ ନୀତିଗତ ପ୍ରସଙ୍ଗରେ ବିଚାର କରିବା ଲାଗି ଏକ କ୍ଷମତାପ୍ରାପ୍ତ ଟିକା ପରିଚାଳନା ଗୋଷ୍ଠୀ (ଇଜିଭିଏସି) ଗଠନ କରାଯାଇଥିଲା। ଜାତୀୟ ସ୍ୱାସ୍ଥ୍ୟ କର୍ତ୍ତୃପକ୍ଷର ପୂର୍ବତନ ମୁଖ୍ୟ କାର୍ଯ୍ୟନିର୍ବାହୀ ଇଜିଭିଏସିର ଅଧ୍ୟକ୍ଷତା କରିଥିଲେ ଏବଂ ଏଥିରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଏବଂ ଇଲେକ୍ଟ୍ରୋନିକ୍ସ, ସୂଚନା ଓ ପ୍ରଯୁକ୍ତି ମନ୍ତ୍ରଣାଳୟର ସଦସ୍ୟମାନେ ସାମିଲ ରହିଥିଲେ।

କୋୱିନ ଡେଟା ଆକ୍ସେସ ବା ତଥ୍ୟ ହାସଲବର୍ତ୍ତମାନ ଟିକା ନେଇଥିବା ହିତାଧିକାରୀଙ୍କ ବ୍ୟକ୍ତିଗତ ସ୍ତରର ତଥ୍ୟ ହାସଲ କରିବା ଲାଗି ତିନୋଟି ପର୍ଯ୍ୟାୟ ଦେଇ ଗତି କରିଥାଏ ଯାହାକି ନିମ୍ନରେ ଦିଆଗଲା:

ହିତାଧିକାରୀଙ୍କ ଡ୍ୟାଶବୋର୍ଡ ଟିକା ନେଇଥିବା ବ୍ୟକ୍ତିବିଶେଷ ନିଜର ପଞ୍ଜିକୃତ ମୋବାଇଲ ନମ୍ବରକୁ ଆସିଥିବା ଓଟିପି ପ୍ରାମାଣିକରଣ କରିବା ପରେ କୋ-ୱିନ୍‌ ତଥ୍ୟ ହାସଲ କରିପାରିବେ।

କୋୱିନ୍ଅଧିକୃତ ବ୍ୟବହାରକାରୀ ଟିକା ଦେଇଥିବା ବ୍ୟକ୍ତି ପ୍ରାମାଣିକ ଲଗ୍‌ଇନ୍‌ ତଥ୍ୟ ଦାଖଲ କରି ଟିକା ନେଇଥିବା ବ୍ୟକ୍ତିବିଶେଷଙ୍କ ବ୍ୟକ୍ତିଗତ ସ୍ତରର ତଥ୍ୟ ହାସଲ କରିପାରିବେ। କିନ୍ତୁ ଜଣେ ଅଧିକୃତ ବ୍ୟବହାରକାରୀ କେତେଥର କୋୱିନ୍‌ ସିଷ୍ଟମକୁ ଖୋଲି ତଥ୍ୟ ଦେଖୁଛନ୍ତି ତାହା କୋୱିନ୍‌ ସିଷ୍ଟମ ଅନୁଧ୍ୟାନ କରିଥାଏ ଏବଂ ରେକର୍ଡ ରଖିଥାଏ।

ଏପିଆଇ ଆଧାରିତ ଆକ୍ସେସ କୋ-ୱିନ୍‌ ଏପିଆଇଗୁଡ଼ିକର ଅଧିକୃତ ଆକ୍ସେସ ପାଇଥିବା ତୃତୀୟ ପକ୍ଷ ଆପ୍ଲିକେସନଗୁଡ଼ିକ ହିତାଧିକାରୀ ଓଟିପି ପ୍ରମାଣିକତା ଜରିଆରେ ଟିକା ନେଇଥିବା ହିତାଧିକାରୀଙ୍କ ବ୍ୟକ୍ତିଗତ ସ୍ତରର ତଥ୍ୟକୁ ଦେଖିପାରିବେ।

ଟେଲିଗ୍ରାମ ବିଓଟି

ବିନା ଓଟିପିରେ ଟିକା ନେଇଥିବା ହିତାଧିକାରୀଙ୍କ ତଥ୍ୟକୁ କୌଣସି ବିଓଟିରେ ଶେୟାର କରାଯାଇ ପାରିବ ନାହିଁ।

ଟିକା ନେଇଥିବା ବୟସ୍କ ହିତାଧିକାରୀଙ୍କ ଠାରୁ କେବଳ ଜନ୍ମ ବର୍ଷ (ୱାଇଓବି)ର ତଥ୍ୟ ସଂଗ୍ରହ କରାଯାଇଥିବା ବେଳେ ଅନଲାଇନ୍‌ ମିଡିଆ ପୋଷ୍ଟରେ ବିଓଟି ଜରିଆରେ ଜନ୍ମ ତାରିଖ (ଡିଓବି) ତଥ୍ୟ ହାସଲ କରାଯାଇଥିବା ଦାବି କରାଯାଇଛି।

ହିତାଧିକାରୀଙ୍କ ଠିକଣା ନିଆଯିବାର କୌଣସି ବ୍ୟବସ୍ଥା ନାହିଁ।

କୋ-ୱିନକୁ ବିକଶିତ କରିଥିବା ଦଳ ଏହା ସୁନିଶ୍ଚିତ କରିଛନ୍ତି ଯେ, ବିନା ଓଟିପିରେ ତଥ୍ୟ ହାସଲ କରିବା ଭଳି କୌଣସି ସାର୍ବଜନୀନ ଏପିଆଇ ନାହିଁ । ଉପରୋକ୍ତ ବ୍ୟତୀତ,  ଏପରି କେତେକ ଏପିଆଇ ଅଛନ୍ତି ଯେଉଁମାନଙ୍କୁ ତଥ୍ୟ ପ୍ରଦାନ କରିବା ଲାଗି ଆଇସିଏମଆର ଭଳି ତୃତୀୟ ପକ୍ଷଙ୍କ ସହିତ ଯୋଡ଼ା ଯାଇଛି। ରିପୋର୍ଟରେ ଏହା ମଧ୍ୟ କୁହାଯାଇଛି ଯେ ଏଭଳି ଏକ ଏପିଆଇରେ ଆଧାର ସହ ଜଡ଼ିତ ମୋବାଇଲ ନମ୍ବରରୁ କଲ କରି ତଥ୍ୟ ବା ଡେଟା ଶେୟାର କରିବାର ସୁବିଧା ରହିଛି। ତେବେ, ଏହି ଏପିଆଇ ମଧ୍ୟ ବିଶେଷ ପ୍ରକାରର ଏବଂ ଏଥିରେ ତଥ୍ୟ ପାଇଁ ଅନୁରୋଧ କେବଳ ବିଶ୍ୱସନୀୟ ଏପିଆଇରୁ ସ୍ୱୀକାର କରାଯାଏ ଯାହାକୁ କୋ-ୱିନ ଆପ୍ଲିକେସନ ଦ୍ୱାରା ଶ୍ୱେତ ତାଲିକାଭୁକ୍ତ ବା ହ୍ୱାଇଟ୍‌ ଲିଷ୍ଟେଡ୍‌ କରାଯାଇଛି।

ଏହି ତଥ୍ୟ ଗୋପନୀୟତା ଉଲ୍ଲଙ୍ଘନ ପ୍ରସଙ୍ଗରେ ଅନୁଧ୍ୟାନ କରିବା ଏବଂ ରିପୋର୍ଟ ଦାଖଲ କରିବା ନିମନ୍ତେ ଭାରତୀୟ କମ୍ପ୍ୟୁଟର ଜରୁରିକାଳୀନ ପ୍ରତିକ୍ରିୟା ଟିମ୍‌ (ସିଇଆରଟି-ଇନ୍‌)କୁ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଅନୁରୋଧ କରାଯାଇଛି। ଏହାବ୍ୟତୀତ, କୋ-ୱିନର ବର୍ତ୍ତମାନର ସୁରକ୍ଷା ଉପାୟର ସମୀକ୍ଷା କରିବା ଲାଗି ଏକ ଆନ୍ତରିକ ଅଭ୍ୟାସ ଆରମ୍ଭ କରାଯାଇଛି।

ସିଇଆରଟି-ଇନ୍‌ ନିଜ ପ୍ରାରମ୍ଭିକ ରିପୋର୍ଟରେ ଦର୍ଶାଇଛି ଯେ ଟେଲିଗ୍ରାମ ବିଓଟିର ବ୍ୟାକଏଣ୍ଡ ଡେଟାବେସ୍‌ କୋୱିନ୍‌ ଡେଟାବେସର ଏପିଆଇ ସହିତ ସିଧାସଳଖ ସମ୍ପର୍କ  ସ୍ଥାପନ କରୁନାହିଁ।

Categories
ଆଜିର ଖବର ଜାତୀୟ ଖବର ସ୍ବାସ୍ଥ୍ୟ

ଉପର ମୁହାଁ କରୋନା ସଂକ୍ରମଣ: ୧୬ ହଜାରରୁ ଉର୍ଦ୍ଧ୍ଵ ସକ୍ରିୟ ରୋଗୀଙ୍କ ସଂଖ୍ୟା

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣର ଗତି ପୁଣି ଥରେ ଚିନ୍ତା ବଢାଇଛି। ପ୍ରତିଦିନ ହଜାର ହଜାର ନୂଆ ମାମଲା ସାମ୍ନାକୁ ଆସୁଛି, ଯାହା ସାଧାରଣ ଲୋକଙ୍କୁ ତଥା ସରକାରଙ୍କୁ ଭୟଭୀତ କରିଛି। ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ଵାରା ପ୍ରକାଶିତ ସର୍ବଶେଷ ତଥ୍ୟକୁ ଦେଖିଲେ, ଗତ ୨୪ ଘଣ୍ଟା ମଧ୍ୟରେ ୨ ହଜାର ୯୯୪ ଟି ନୂଆ ମାମଲା ପଞ୍ଜିକୃତ ହୋଇଛି।

ଯାହାପରେ ଦେଶରେ ବର୍ତ୍ତମାନ ସାକରିଆୟ ରୋଗୀଙ୍କ ସଂଖ୍ୟା ୧୬ ହଜାର ୩୫୪କୁ ବୃଦ୍ଧି ପାଇଛି। ଏଥି ସହିତ ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୧ ହଜାର ୮୪୦ ଲୋକ ଆରୋଗ୍ୟ ଲାଭ କରିଛନ୍ତି। ତେବେ ମୋଟ ଆରୋଗ୍ୟ ହୋଇଥିବା ଲୋକଙ୍କ ସଂଖ୍ୟା ୪ କୋଟି ୪୧ ଲକ୍ଷ ୭୧ ହଜାର ୫୫୧ କୁ ବୃଦ୍ଧି ପାଇଛି।

Categories
ଆଜିର ଖବର ଜାତୀୟ ଖବର ସ୍ବାସ୍ଥ୍ୟ

ଦେଶରେ ଛଅ ମାସ ମଧ୍ୟରେ ଚିହ୍ନଟ ହେଲେ ସବୁଠୁ କମ ଦୈନିକ ଆକ୍ରାନ୍ତ: ୮ ମୃତ

ନୂଆଦିଲ୍ଲୀ: ଗତ ୨୪ ଘଣ୍ଟା ମଧ୍ୟରେ ଭାରତରେ କରୋନାରେ ୧ ହଜାର ୫୪୨ ଆକ୍ରାନ୍ତ ଚିହ୍ନଟ। ଗତ ୬ ମାସ ମଧ୍ୟରେ ରିପୋର୍ଟ ହୋଇଥିବା ସର୍ବନିମ୍ନ ଦୈନିକ ମାମଲା। ଆଜିର ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ମୋଟ ସଂକ୍ରମିତ ସଂଖ୍ୟା ୪ କୋଟି ୪୬ ଲକ୍ଷ ୩୨ ହଜାର ୪୩୦ କୁ ବୃଦ୍ଧି ପାଇଛି। ଆଜି ସକାଳ ୮ ଟାରେ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ୱାରା ଅପଡେଟ୍ ହୋଇଥିବା ତଥ୍ୟ ଅନୁଯାୟୀ, ଚିକିତ୍ସିତ ହେଉଥିବା ରୋଗୀଙ୍କ ସଂଖ୍ୟା ୨୬ ହଜାର ୪୪୯ କୁ ହ୍ରାସ ପାଇଛି।

ସଂକ୍ରମଣ ହେତୁ ଆଉ ଆଠ ଜଣ ରୋଗୀଙ୍କ ମୃତ୍ୟୁ ସହିତ ମୋଟ ମୃତ୍ୟୁ ସଂଖ୍ୟା ୫ ଲକ୍ଷ ୨୮ ହଜାର ୯୧୩ କୁ ବୃଦ୍ଧି ପାଇଛି। ବର୍ତ୍ତମାନ ପର୍ଯ୍ୟନ୍ତ ଦେଶରେ ମୋଟ ୪ କୋଟି ୪୦ ଲକ୍ଷ ୭୭ ହଜାର ୬୮ ରୋଗୀ ସଂକ୍ରମଣମୁକ୍ତ ହୋଇଛନ୍ତି।

Categories
ଆଜିର ଖବର ଜାତୀୟ ଖବର ସ୍ବାସ୍ଥ୍ୟ

ନ୍ୟୁମୋକୋକଲ ଟିକା ଅଭାବ ସମ୍ପର୍କିତ ଗଣମାଧ୍ୟମ ଖବର ମିଥ୍ୟା ଏବଂ ଭ୍ରମାତ୍ମକ: ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ

ନୂଆଦିଲ୍ଲୀ: ନିକଟରେ ଏକ ଜାତୀୟ ଦୈନିକ ଖବରକାଗଜରେ ସାରା ଦେଶରେ ନ୍ୟୁମୋକୋକଲ (ପିସିଭି) ଟିକା ଅଭାବ ସମ୍ପର୍କିତ ଖବର ପ୍ରକାଶିତ ହୋଇଛି। ଏଥିରେ ରାଜ୍ୟ ସ୍ୱାସ୍ଥ୍ୟ ଅଧିକାରୀ (ଏସଆଇଓ, ମହାରାଷ୍ଟ୍ର ସାମିଲ ଅଛନ୍ତି)ଙ୍କ ଉଦ୍ଧୃତି ଦେଇ ଟେଣ୍ଡର ବିଳମ୍ବ ଯୋଗୁଁ ସାରା ଦେଶରେ ମାସକରୁ ଅଧିକ ସମୟ ଧରି ଲକ୍ଷ ଲକ୍ଷ ଶିଶୁଙ୍କ ଟିକାକରଣ ବାଧାପ୍ରାପ୍ତ ହୋଇଥିବା ଲେଖାଯାଇଛି।

ଏହି ଖବର ଭ୍ରମାତ୍ମକ ଓ ଅସତ୍ୟ ତଥ୍ୟ ପ୍ରଦାନ କରୁଛି।

ଅକ୍ଟୋବର ୭,୨୦୨୨ ପର୍ଯ୍ୟନ୍ତ ଉପଲବ୍ଧ ତଥ୍ୟ ଅନୁଯାୟୀ ପିସିଭି ଟିକାର ପର୍ଯ୍ୟାପ୍ତ ଡୋଜ ଉପଲବ୍ଧ ଅଛି। ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡିକରେ ସମୁଦାୟ ୭୦,୧୮, ୮୧୭ (୭୦.୧୮ ଲକ୍ଷ) ପିସିଭି ଡୋଜ ଉପଲବ୍ଧ ଅଛି। ଏଥିରୁ ୩,୦୧,୭୯୪ (୩.୦୧ ଲକ୍ଷ) ପିସିଭି ଡୋଜ ମହାରାଷ୍ଟ୍ର ରାଜ୍ୟରେ ରହିଛି।

ସେହିପରି କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟର ଏଚଏମଆଇଏସ ତଥ୍ୟ ଅନୁଯାୟୀ ଜାନୁୟାରୀ ୨୦୨୨ରୁ ସେପ୍ଟେମ୍ବର ୨୦୨୨ ଅବଧି ମଧ୍ୟରେ କେନ୍ଦ୍ର ସରକାର ଯୋଗାଇ ଦେଇଥିବା ସମୁଦାୟ ୩,୨୭,୬୭,୦୨୮ (୩.୨୭ କୋଟି) ପିସିଭି ଡୋଜ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳଗୁଡିକ ଦ୍ୱାରା ଉପଯୋଗ ହୋଇଛି। ଏଥିରେ ମହାରାଷ୍ଟ୍ର ରାଜ୍ୟରେ ୧୮,୮୦,୭୨୨ (୧୮.୮୦ ଲକ୍ଷ) ପିସିଭି ଡୋଜ ସାମିଲ ରହିଛି।

୨୦୨୨-୨୩ ବର୍ଷ ପାଇଁ କିଣା ହୋଇଥିବା ପିସିଭି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳଗୁଡିକୁ ଯୋଗାଣ ଆରମ୍ଭ ହୋଇଛି।

ଶିଶୁ ମୃତ୍ୟୁର ପ୍ରମୁଖ କାରଣ ମଧ୍ୟରୁ ନିମୋନିଆ ଅନ୍ୟତମ ଓ ଏହି ସମସ୍ୟାର ସଠିକ ମୁକାବିଲା ପାଇଁ ଭାରତ ସରକାର ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରିଛନ୍ତି।

୨୦୧୭ରେ ଭାରତ ସରକାରଙ୍କ ଦ୍ୱାରା ପର୍ଯ୍ୟାୟ କ୍ରମେ ସର୍ବାଧିକ ପ୍ରଭାବିତ ପାଞ୍ଚଟି ରାଜ୍ୟ ଯଥା- ବିହାର, ହିମାଚଳ ପ୍ରଦେଶ, ମଧ୍ୟପ୍ରଦେଶ, ରାଜସ୍ଥାନ ଓ ଉତ୍ତର ପ୍ରଦେଶରେ ନ୍ୟୁମୋକୋକଲ କଂଜୁଗେଟ ଭ୍ୟାକ୍ସିନ (ପିସିଭି) ଆରମ୍ଭ ହୋଇଥିଲା। ପରେ ପିସିଭିକୁ ସାର୍ବଜନୀନ ଟିକାକରଣ କାର୍ଯ୍ୟକ୍ରମ (ୟୁଆଇପି) ଅନ୍ତର୍ଗତ ସାରା ଦେଶରେ ଆରମ୍ଭ କରାଯାଇଥିଲା।

ଏବେ ପିସିଭି ଭାରତର ସାର୍ବଜନୀନ ଟିକାକରଣ କାର୍ଯ୍ୟକ୍ରମ (ୟୁଆଇପି)ର ଅଭିନ୍ନ ଅଙ୍ଗ ପାଲଟିଛି ଓ ୨ କୋଟି ୭୧ ଲକ୍ଷ ନବଜାତକଙ୍କୁ ବିନା ମୂଲ୍ୟରେ ପ୍ରଦାନ କରାଯାଉଛି। ଏହାକୁ ତିନି ଡୋଜ ସୂଚୀ (୬ ସପ୍ତାହ, ୧୪ ସପ୍ତାହ ଓ ୯ରୁ ୧୨ମାସ ମଧ୍ୟରେ ବୁଷ୍ଟର ଡୋଜ) ଅନୁଯାୟୀ ପ୍ରଦାନ କରାଯାଉଛି।

Categories
ଆଜିର ଖବର ସ୍ବାସ୍ଥ୍ୟ

ଦେଶରେ କମୁଛି ସଂକ୍ରମଣ: ୧.୩୧ ଲକ୍ଷ ଅତିକ୍ରମ କଲା ସକ୍ରିୟ ରୋଗୀଙ୍କ ସଂଖ୍ୟା

ନୂଆଦିଲ୍ଲୀ: ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ଵାରା ପ୍ରକାଶିତ ରିପୋର୍ଟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ଭାରତରେ ୧୨ ହଜାର ୭୫୧ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୧୬ ହଜାର ୪୧୨ ଜଣ ଲୋକ ଆରୋଗ୍ୟ ହୋଇଛନ୍ତି। ଏହି ସମୟରେ, ସକ୍ରିୟ ରୋଗୀଙ୍କ ସଂଖ୍ୟା ୧ ଲକ୍ଷ ୩୧ ହଜାର ୮୦୭ କୁ ବୃଦ୍ଧି ପାଇଛି। ଗୋଟିଏ ଦିନ ପୂର୍ବରୁ ଅର୍ଥାତ୍ ଅଗଷ୍ଟ ୮ ତାରିଖରେ ୧୬ ହଜାର ୧୬୭ ନୂତନ ମାମଲା ପଞ୍ଜିକୃତ ହୋଇଥିଲା। ଅଗଷ୍ଟ ୭ ତାରିଖରେ ୧୮ ହଜାର ୭୩୮ ଟି ନୂତନ ମାମଲା ଚିହ୍ନଟ ହୋଇଥିବା ବେଳେ ଅଗଷ୍ଟ ୬ ତାରିଖରେ ୧୯ ହଜାର ୪୦୬ ଟି ନୂତନ ମାମଲା ଏବଂ ଅଗଷ୍ଟ ୪ ତାରିଖରେ ୧୯ ହଜାର ୮୯୩ ଟି ନୂତନ ମାମଲା ପଞ୍ଜିକୃତ ହୋଇଛି।

Categories
ଆଜିର ଖବର ଜାତୀୟ ଖବର ସ୍ବାସ୍ଥ୍ୟ

କ୍ରମାଗତ ତୃତୀୟ ଦିନ ପାଇଁ ୨୧ ହଜାରରୁ ଅଧିକ ଆକ୍ରାନ୍ତ ଚିହ୍ନଟ, ୧.୫ ଲକ୍ଷ ଅତିକ୍ରମ କଲା ସକ୍ରିୟ ମାମଲା

ନୂଆଦିଲ୍ଲୀ: ଭାରତରେ କରୋନା ବୃଦ୍ଧି ଯୋଗୁଁ ସାଧାରଣ ଲୋକଙ୍କ ଚିନ୍ତା ବଢାଇ ଦେଇଛି। ଦେଶରେ କରୋନା ସଂକ୍ରମଣର ଶୀଘ୍ର ବିସ୍ତାର ହେତୁ ଲୋକଙ୍କ ମଧ୍ୟରେ ଭୟ ରହିଛି। ଶନିବାର କ୍ରମାଗତ ତୃତୀୟ ଦିନ ପାଇଁ ୨୧ ହଜାରରୁ ଅଧିକ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ କୋଭିଡ୧୯ ର ୨୧ ହଜାର ୪୧୧ ଟି ନୂଆ ମାମଲା ରିପୋର୍ଟ ହୋଇଛି। କିନ୍ତୁ ଏହି ସଂଖ୍ୟା ଶୁକ୍ରବାର ତୁଳନାରେ ସାମାନ୍ୟ କମ୍ ଅଟେ। ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୬୭ ଜଣ କରୋନା ସଂକ୍ରମିତ ରୋଗୀ ପ୍ରାଣ ହରାଇଛନ୍ତି। ଏଥି ସହିତ କରୋନାର ସକ୍ରିୟ ମାମଲା ସଂଖ୍ୟା ଦେଢ ଲକ୍ଷ ଅତିକ୍ରମ କରିଛି।

କରୋନା ଆକ୍ଟିଭ୍ କେସ୍ ୧ ଲକ୍ଷ ୫୦ ହଜାର ୧୦୦ ରେ ପହଞ୍ଚିଛି। ଏହା ସହିତ କରୋନା ସଂକ୍ରମଣରୁ ସୁସ୍ଥ ହେବା ପରେ ୨୦ ହଜାର ୭୨୬ ରୋଗୀ ସେମାନଙ୍କ ଘରେ ପହଞ୍ଚିଛନ୍ତି।

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ରିପୋର୍ଟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ କରୋନାରେ ୬୭ ଜଣଙ୍କର ମୃତ୍ୟୁ ହୋଇଛି। ସାରା ଦେଶରେ କରୋନା ସଂକ୍ରମଣ ହେତୁ ଏପର୍ଯ୍ୟନ୍ତ ୫ ଲକ୍ଷ ୨୫ ହଜାର ୯୯୭ ଲୋକ ପ୍ରାଣ ହରାଇଛନ୍ତି।

Categories
ଆଜିର ଖବର ଜାତୀୟ ଖବର ସ୍ବାସ୍ଥ୍ୟ

ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ଚିହ୍ନଟ ହେଲେ ୧୬ ହଜାରରୁ ଅଧିକ ଆକ୍ରାନ୍ତ, ୩୧ ମୃତ

ନୂଆଦିଲ୍ଲୀ: ଦେଶରେ କରୋନା ଭାଇରସ୍ ମାମଲା କମିବାର ନାଁ ଧରୁନାହିଁ। ଦୈନିକ ୧୫ ହଜାରରୁ ଅଧିକ ନୂତନ ମାମଲା ରେକର୍ଡ କରାଯାଉଛି, ଯାହା ଚିନ୍ତାର କାରଣ ଅଟେ। ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ଵାରା ପ୍ରକାଶିତ ତଥ୍ୟ ଅନୁଯାୟୀ ଗତ ୨୪ ଘଣ୍ଟା ମଧ୍ୟରେ ୧୬ ହଜାର ୧୦୩ ଟି ନୂଆ କରୋନା ମାମଲା ପଞ୍ଜିକୃତ ହୋଇଛି। ଏହି ସମୟ ମଧ୍ୟରେ ୩୧ ଜଣଙ୍କର ମୃତ୍ୟୁ ହୋଇଛି।

ଶନିବାର ରେକର୍ଡ ହୋଇଥିବା ତଥ୍ୟ ପରେ ବର୍ତ୍ତମାନ ଦେଶରେ ସକ୍ରିୟ ମାମଲା ସଂଖ୍ୟା ୧ ଲକ୍ଷ ୧୧ ହଜାର ୭୧୧ କୁ ବୃଦ୍ଧି ପାଇଛି। ଗତ ଦିନରେ ଦେଶରେ ୧୩ ହଜାର ୯୨୯ ରୋଗୀ ଏହି ମହାମାରୀରୁ ଆରୋଗ୍ୟ ଲାଭ କରିଛନ୍ତି। ଗତକାଲି ତୁଳନାରେ କରୋନା ମାମଲାରେ ହ୍ରାସ ଘଟିଛି। ଗତକାଲି ଦେଶରେ ୧୭ ହଜାର ୯୨ ନୂତନ କୋଭିଡ ମାମଲା ରିପୋର୍ଟ ହୋଇଥିଲା। ସେହି ସମୟରେ ୨୯ ଜଣ ରୋଗୀଙ୍କ ମୃତ୍ୟୁ ହୋଇଥିଲା।

Categories
ଆଜିର ଖବର ଜାତୀୟ ଖବର ସ୍ବାସ୍ଥ୍ୟ

ଦେଶରେ ଗତ ୨୪ଘଣ୍ଟା ମଧ୍ୟରେ ଚିହ୍ନଟ ହେଲେ ୧୭ ହଜାରରୁ ଅଧିକ ଆକ୍ରାନ୍ତ, ୨୯ ମୃତ

ନୂଆଦିଲ୍ଲୀ: ଗତ କିଛି ଦିନ ହେବ ଦେଶରେ କରୋନା ସଂକ୍ରମଣର ଗତି ପୁଣି ଥରେ ବୃଦ୍ଧି ପାଇଛି। ଗତ ୨୪ ଘଣ୍ଟା ମଧ୍ୟରେ ୧୭ ହଜାରରୁ ଅଧିକ ନୂତନ କରୋନା ମାମଲା ପଞ୍ଜିକୃତ ହୋଇଛି। ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ଵାରା ପ୍ରକାଶିତ ରିପୋର୍ଟ ଅନୁଯାୟୀ ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୧୭ ହଜାର ୯୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହି ସମୟ ମଧ୍ୟରେ ୨୯ ଜଣ ରୋଗୀଙ୍କ ମୃତ୍ୟୁ ହୋଇଥିବାବେଳେ ୧୪ ହଜାର ୬୮୪ ରୋଗୀ ସୁସ୍ଥ ହୋଇଛନ୍ତି। ରିପୋର୍ଟ ଅନୁଯାୟୀ, ସକ୍ରିୟ ମାମଲା ୧ ଲକ୍ଷ ୯ ହଜାର ୫୬୮ ରେ ପହଞ୍ଚିଛି।

ଏହି ପାଞ୍ଚଟି ରାଜ୍ୟରେ ସର୍ବାଧିକ ସଂକ୍ରମିତ ରୋଗୀ ଅଛନ୍ତି:

ଏହି ରାଜ୍ୟଗୁଡିକ ମଧ୍ୟରେ କେରଳ ପ୍ରଥମ ସ୍ଥାନରେ ରହିଛି। କାରଣ ଏଠାରେ ୩ ହଜାର ୯୦୪ ଟି ନୂଆ ମାମଲା ପଞ୍ଜିକୃତ ହୋଇଛି। ଏହା ପରେ ମହାରାଷ୍ଟ୍ର ଦ୍ୱିତୀୟ ସ୍ଥାନରେ ଅଛି ଯେଉଁଠାରେ ୩ ହଜାର ୨୪୯ ଟି କରୋନା ମାମଲା ରୁଜୁ ହୋଇଛି। ତୃତୀୟ ସ୍ଥାନରେ ତାମିଲନାଡୁ ରହିଛି। ଗତ ୨୪ ଘଣ୍ଟା ମଧ୍ୟରେ ଏଠାରେ ୨ ହଜାର ୩୮୫ ନୂତନ କରୋନା ମାମଲା ପଞ୍ଜିକୃତ ହୋଇଥିବାବେଳେ ପଶ୍ଚିମବଙ୍ଗରେ ୧ ହଜାର ୭୩୯ ଏବଂ କର୍ଣ୍ଣାଟକର ୧ ହଜାର ୭୩ ନୂତନ ରୋଗୀ ଚିହ୍ନଟ ହୋଇଛନ୍ତି। ସମଗ୍ର ଦେଶରେ କରୋନା ମାମଲାରେ ଏହି ପାଞ୍ଚଟି ରାଜ୍ୟର ଅଂଶ ୭୨.୨୫ ପ୍ରତିଶତ ଅଟେ। କେବଳ କେରଳରୁ ୨୨.୮୪ ପ୍ରତିଶତ ମାମଲା ରୁଜୁ ହୋଇଛି।

Categories
ଆଜିର ଖବର ଜାତୀୟ ଖବର ସ୍ବାସ୍ଥ୍ୟ

ଦେଶରେ କରୋନା ମାମଲାରେ ବୃଦ୍ଧି, ୨୪ ଘଣ୍ଟାରେ ୧୨ ହଜାର ୮୪୭ ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ: ଦେଶରେ କରୋନା ଭାଇରସ୍ ସଂକ୍ରମଣ ଦ୍ରୁତ ଗତିରେ ବୃଦ୍ଧି ପାଉଛି। ଗତ ୨୪ ଘଣ୍ଟା ମଧ୍ୟରେ ୧୨ ହଜାର ୮୪୭ ନୂତନ ମାମଲା ପଞ୍ଜିକୃତ ହୋଇଛି, ଯାହା ଗତକାଲିଠାରୁ ଅଧିକ। ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ୱାରା ପ୍ରକାଶିତ ତଥ୍ୟ ଅନୁଯାୟୀ, ଗୁରୁବାର ଦିନ ଦେଶରେ ୧୨ ହଜାର ୨୧୩ ଟି ନୂଆ ମାମଲା ରୁଜୁ ହୋଇଥିଲା। କିନ୍ତୁ ଆଜି ଏହି ମାମଲା ୧୨ ହଜାର ୮୪୭ କୁ ବୃଦ୍ଧି ପାଇଛି। ଏହି ସମୟ ମଧ୍ୟରେ ସଂକ୍ରମଣ ହେତୁ ୧୪ ଜଣ ରୋଗୀଙ୍କ ମୃତ୍ୟୁ ଘଟିଛି।

ତଥ୍ୟ ଅନୁଯାୟୀ, ବର୍ତ୍ତମାନ ଦେଶରେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୬୩ ହଜାର ୬୩ କୁ ବୃଦ୍ଧି ପାଇଛି। ଅନ୍ୟ ପଟେ ଯଦି ଆମେ ମୋଟ ମାମଲାକୁ ଦେଖିବା, ତେବେ ଏହି ସଂଖ୍ୟା ୪ କୋଟି ୩୨ ଲକ୍ଷ ୭୦ ହଜାର ୫୭୭ ରେ ପହଞ୍ଚିଛି। ଏହା ବ୍ୟତୀତ କରୋନା ଅବଧି ଆରମ୍ଭରୁ ଦେଶରେ ୫ ଲକ୍ଷ ୨୪ ହଜାର ୮୧୭ ଲୋକଙ୍କ ମୃତ୍ୟୁ ଘଟିଛି।

Categories
ଆଜିର ଖବର ଜାତୀୟ ଖବର ସ୍ବାସ୍ଥ୍ୟ

ଗତ ୨୪ ଘଣ୍ଟା ମଧ୍ୟରେ ୮ ହଜାରରୁ ଅଧିକ ଆକ୍ରାନ୍ତ ଚିହ୍ନଟ, ୪୦ ହଜାର ଅତିକ୍ରମ କଲା ସକ୍ରିୟ ମାମଲା

ନୂଆଦିଲ୍ଲୀ: ଦେଶରେ କରୋନା ଦ୍ରୁତ ଗତିରେ ବୃଦ୍ଧି ଘଟିଛି। ଗତ ୨୪ ଘଣ୍ଟା ମଧ୍ୟରେ ୮୩୨୯ ନୂତନ ମାମଲା ରିପୋର୍ଟ ହୋଇଛି, ଯାହା ପରେ ସକ୍ରିୟ ମାମଲା ସଂଖ୍ୟା ୪୦ ହଜାର ୩୭୦ କୁ ବୃଦ୍ଧି ପାଇଛି। ଏହି ସମୟ ମଧ୍ୟରେ କରୋନା ଯୋଗୁଁ ୧୦ ଜଣଙ୍କର ମୃତ୍ୟୁ ଘଟିଛି।

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ଵାରା ପ୍ରକାଶିତ ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ୪ ହଜାର ୨୧୬ ଜଣ ଲୋକ କରୋନାରୁ ଆରୋଗ୍ୟ ଲାଭ କରିଛନ୍ତି, ଯାହା ପରେ ପୁନରୁଦ୍ଧାର ସଂଖ୍ୟା ୪ କୋଟି ୨୬ ଲକ୍ଷ ୪୮ ହଜାର ୩୦୮ କୁ ବୃଦ୍ଧି ପାଇଛି।

ଯଦି ଆମେ ଦେଶରେ ସଂକ୍ରମିତ ସମୁଦାୟର ଆକଳନକୁ ଦେଖିବା, ତେବେ ଏହି ସଂଖ୍ୟା ୪ କୋଟି ୩୨ ଲକ୍ଷ ୧୩ ହଜାର ୪୩୫ ରେ ପହଞ୍ଚିଛି। ଏଥି ସହିତ, ଏହି ମହାମାରୀ ହେତୁ ପ୍ରାଣ ହରାଇଥିବା ଲୋକଙ୍କ ସଂଖ୍ୟା ୫ ଲକ୍ଷ ୨୪ ହଜାର ୭୫୭ କୁ ବୃଦ୍ଧି ପାଇଛି।

Categories
ଆଜିର ଖବର ଜାତୀୟ ଖବର ସ୍ବାସ୍ଥ୍ୟ

ଗତ ୨୪ ଘଣ୍ଟା ମଧ୍ୟରେ ୩,୮୦୫ ଆକ୍ରାନ୍ତ ଚିହ୍ନଟ, ୨୨ ମୃତ୍ୟୁ

ନୂଆଦିଲ୍ଲୀ: ପୁଣିଥରେ ଭାରତରେ କରୋନା ମାମଲାରେ ବୃଦ୍ଧି ହେଉଛି। ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ଵାରା ପ୍ରକାଶିତ ରିପୋର୍ଟ ଅନୁଯାୟୀ ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୩ ହଜାର ୮୦୫ ଜଣ କରୋନାରେ ସଂକ୍ରମିତ ହୋଇଛନ୍ତି। ଗତକାଲି ଅର୍ଥାତ୍ ମଇ ୬ ତାରିଖରେ ୩ ହଜାର ୫୪୫ ନୂତନ ମାମଲା ଚିହ୍ନଟ କରାଯାଇଥିଲା। ଏହି ସମୟରେ ୨୭ ଜଣ ରୋଗୀଙ୍କ ମୃତ୍ୟୁ ମଧ୍ୟ ହୋଇଥିଲା।

ଏଥି ସହିତ ଆଜିର ରିପୋର୍ଟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ଏହି ସଂକ୍ରମଣ ହେତୁ ୨୨ ଜଣ ରୋଗୀଙ୍କ ମୃତ୍ୟୁ ଘଟିଛି। ଏହି ସମୟରେ ୩ ହଜାର ୧୬୮ ରୋଗୀ ଏହି ସଂକ୍ରମଣରୁ ଆରୋଗ୍ୟ ଲାଭ କରିଛନ୍ତି। ସକ୍ରିୟ ମାମଲାଗୁଡ଼ିକ ବିଷୟରେ କହିବାକୁ ଗଲେ, ବର୍ତ୍ତମାନ ଦେଶରେ ସକ୍ରିୟ ମାମଲା ୨୦ ହଜାର ୩୦୩ କୁ ବୃଦ୍ଧି ପାଇଛି।

Categories
ଆଜିର ଖବର ଜାତୀୟ ଖବର ସ୍ବାସ୍ଥ୍ୟ

କ୍ରମାଗତ ଭାବେ ବୃଦ୍ଧି ପାଉଛି କରୋନା, ଗତ ୨୪ ଘଣ୍ଟା ମଧ୍ୟରେ ୨୫୨୭ ନୂତନ ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ: ଦେଶରେ ପୁଣି ଥରେ କରୋନାର ବିପର୍ଯ୍ୟୟ ବୃଦ୍ଧି ପାଇବାରେ ଲାଗିଛି। ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୨୫୨୭ ଟି ନୂଆ ମାମଲା ପଞ୍ଜିକୃତ ହୋଇଛି। ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ୱାରା ଶନିବାର ପ୍ରକାଶିତ ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ କରୋନା ଯୋଗୁଁ ୩୩ ଜଣଙ୍କର ମୃତ୍ୟୁ ହୋଇଛି। ଦେଶରେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୧୫,୦୭୯ କୁ ବୃଦ୍ଧି ପାଇଛି। ଗତ ୨୪ ଘଣ୍ଟା ମଧ୍ୟରେ ୧,୬୫୬ ରୋଗୀ କରୋନା ସଂକ୍ରମଣରୁ ଆରୋଗ୍ୟ ଲାଭ କରିଛନ୍ତି। ସରକାରଙ୍କ ସ୍ଵାରା ପ୍ରକାଶିତ ରିପୋର୍ଟ ଅନୁଯାୟୀ ବର୍ତ୍ତମାନ ଦେଶରେ ସୁସ୍ଥ ହାର ୯୮.୭୫% ରହିଛି। ଏଥି ସହିତ, ବର୍ତ୍ତମାନ ପର୍ଯ୍ୟନ୍ତ ଲୋକଙ୍କୁ ୧୮୭.୪୬ କୋଟି ଟିକା ଡୋଜ ଦିଆଯାଉଛି।

ଦେଶର ରାଜଧାନୀରେ ମଧ୍ୟ ମାମଲାଗୁଡ଼ିକ ଦ୍ରୁତ ଗତିରେ ବୃଦ୍ଧି ପାଉଛି। ଶୁକ୍ରବାର ଦିନ ଦିଲ୍ଲୀରେ ଏକ ହଜାରରୁ ଅଧିକ କରୋନା ମାମଲା ରୁଜୁ ହୋଇଛି। ଦିଲ୍ଲୀର ପଜିଟିଭିଟି ହାର ୪.୬୪ ପ୍ରତିଶତରେ ପହଞ୍ଚିଛି। ଗତ ଅଢେଇ ମାସ ମଧ୍ୟରେ ଦିଲ୍ଲୀରେ କରୋନା ମାମଲା ସର୍ବାଧିକ ହୋଇଛି। ସକ୍ରିୟ କରୋନା ରୋଗୀଙ୍କ ସଂଖ୍ୟା (ଦିଲ୍ଲୀ କୋଭିଡ କେସ୍) ହଜାରେ ଅତିକ୍ରମ କରିଛି। ଗତ ୨୪ ଘଣ୍ଟା ମଧ୍ୟରେ, ୧୦୪୨ ଟି ନୂଆ କରୋନା ମାମଲା ଆସିଛି। ଫେବୃଆରୀ ୧୦ ତାରିଖ ଠାରୁ ରାଜଧାନୀରେ ସର୍ବାଧିକ ସଂଖ୍ୟକ ମାମଲା ଦେଖିବାକୁ ମିଳିଛି। ଏହାପୂର୍ବରୁ ଫେବୃଆରୀ ୧୦ ତାରିଖ ୨୦୨୨ରେ ୧୧୦୪ ଟି ମାମଲା ରୁଜୁ ହୋଇଥିଲା। ଆଜି କରୋନା ସଂକ୍ରମଣ ହାର ୪.୬୪ ପ୍ରତିଶତ ଅଟେ। ସକ୍ରିୟ କରୋନା ରୋଗୀଙ୍କ ସଂଖ୍ୟା ୩୨୫୩ କୁ ବୃଦ୍ଧି ପାଇଛି।

Categories
ବିଶେଷ ଖବର ସ୍ବାସ୍ଥ୍ୟ

ଭାରତରେ ସୁଧୁରୁଛି ସ୍ଥିତି, କରୋନା ମାମଲାରେ 55.7 ପ୍ରତିଶତ ହ୍ରାସ: ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ

ନୂଆଦିଲ୍ଲୀ: ଭାରତରେ କରୋନାର ଦ୍ଵିତୀୟ ତରଙ୍ଗରେ 1 କୋଟି 94 ଲକ୍ଷ 31 ହଜାର 743 ମାମଲା ରିପୋର୍ଟ ହୋଇଥିବାବେଳେ ତୃତୀୟ ତରଙ୍ଗରେ 77 ଲକ୍ଷ 42 ହଜାର 652 ମାମଲା ପଞ୍ଜିକୃତ ହୋଇଛି। ଦେଶରେ କରୋନା ସ୍ଥିତି ସୁଧୁରିବା ସହ ମୃତ୍ୟୁ ହାର ମଧ୍ୟ ବହୁତ କମ୍ ରହିଛି। ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଏହି ସୂଚନା ଦିଆଯାଇଛି। ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଯୁଗ୍ମ ସଚିବ କହିଛନ୍ତି ଯେ, ହାରାହାରି ଗୋଟିଏ ସପ୍ତାହ ପାଇଁ ବିଶ୍ୱରେ ହାରାହାରି 15 ଲକ୍ଷରୁ ଅଧିକ ମାମଲା ରିପୋର୍ଟ କରାଯାଉଛି। ସାରା ବିଶ୍ୱରେ 6 କୋଟି 18 ଲକ୍ଷ 12 ହଜାର 031 ସକ୍ରିୟ ମାମଲା ଅଛି। ଜାନୁଆରୀ 19 ତାରିଖରେ ଗୋଟିଏ ଦିନରେ 42.3 ଲକ୍ଷ ମାମଲା ଆସିଥିଲା। ଗତ ଦୁଇ ସପ୍ତାହ ମଧ୍ୟରେ ସାରା ବିଶ୍ୱରେ କରୋନା ମାମଲାରେ ହ୍ରାସ ଘଟିଛି। ଜର୍ମାନୀରେ ସର୍ବାଧିକ ମାମଲା ରହିଛି, ତା’ପରେ ଋଷ ଏବଂ ଦକ୍ଷିଣ କୋରିଆ ସର୍ବାଧିକ ମାମଲା ରହିଛି।

ଦକ୍ଷିଣ କୋରିଆରେ ମାମଲା ବୃଦ୍ଧି ପାଉଛି ବୋଲି ସେ କହିଛନ୍ତି। ଏହା ବ୍ୟତୀତ ଭିଏତନାମ, ମାଲେସିଆ, ହଂକଂ, ଥାଇଲ୍ୟାଣ୍ଡ ଏବଂ ନ୍ୟୁଜିଲ୍ୟାଣ୍ଡରେ ମଧ୍ୟ ମାମଲା ବୃଦ୍ଧି ପାଉଛି। ଜାନୁଆରୀ 19 ରୁ 25 ପର୍ଯ୍ୟନ୍ତ, ପ୍ରତିଦିନ ହାରାହାରି 34,26,369 ମାମଲା ରହିଥିଲା। ସେହି ସମୟରେ, ଫେବୃଆରୀ 23 ରୁ ମାର୍ଚ୍ଚ 1 ପର୍ଯ୍ୟନ୍ତ ହାରାହାରି ଦୈନିକ ମାମଲା 15,17,418 ଅଟେ। ଭାରତରେ 55.7 ପ୍ରତିଶତ ମାମଲାରେ ହ୍ରାସ ଘଟିଛି। ଭାରତରେ ମୃତ୍ୟୁ ହାର 76.6 ପ୍ରତିଶତ ହ୍ରାସ ପାଇଥିବାବେଳେ ଏହା ବିଶ୍ୱରେ 22.8 ପ୍ରତିଶତ ଅର୍ଥାତ୍ ଭାରତର ଅବସ୍ଥା ଭଲ ଅଛି।

ବିଶ୍ବରେ ପିକ୍ ପୂର୍ବରୁ 9,04,253 ଥିଲା, ଯାହା 4.67 ପ୍ରତିଶତ ବୃଦ୍ଧି ପାଇ 42,34,712 ରେ ପହଞ୍ଚିଥିଲା। ଦେଶରେ ଏକ ଆଶଙ୍କା ଥିଲା ଯେ, ପିକ୍ 19,39,686 ହେବ। କିନ୍ତୁ ରେକର୍ଡ ପିକ୍ 4,14,188 ଭାଙ୍ଗିନାହିଁ। ଅର୍ଥାତ୍ ସାମାଜିକ ପ୍ରଶାସନ ଏକ ଉତ୍ତମ କାର୍ଯ୍ୟ କରିଛି। ଦ୍ୱିତୀୟ ତରଙ୍ଗ 117 ଦିନ (20 ମାର୍ଚ୍ଚ ରୁ 14 ଜୁଲାଇ 2021) ପର୍ଯ୍ୟନ୍ତ ଚାଲିଥିଲା ​​ଏବଂ ତୃତୀୟ ତରଙ୍ଗ 42 ଦିନ (4 ଜାନୁଆରୀରୁ 14 ଫେବୃଆରୀ 2022) ପର୍ଯ୍ୟନ୍ତ ଚାଲିଥିଲା। ଦ୍ୱିତୀୟ ତରଙ୍ଗ ସମୟରେ, 19431743 ମାମଲା ରିପୋର୍ଟ ହୋଇଥିବାବେଳେ ତୃତୀୟ ତରଙ୍ଗରେ 7742652 ମାମଲା ପଞ୍ଜିକୃତ ହୋଇଥିଲା। ଦ୍ୱିତୀୟ ତରଙ୍ଗରେ 252038 ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ତୃତୀୟ ତରଙ୍ଗରେ 27118 ଜଣ ଲୋକ କରୋନା ଯୋଗୁଁ ପ୍ରାଣ ହରାଇଛନ୍ତି।

ସେ କହିଛନ୍ତି ଯେ, ଦ୍ୱିତୀୟ ତରଙ୍ଗ ସମୟରେ ଜନସଂଖ୍ୟାର ମାତ୍ର 2.1% କରୋନା ଟିକା ପାଇଛନ୍ତି। ତୃତୀୟ ତରଙ୍ଗ ସମୟରେ 97 ପ୍ରତିଶତ ଲୋକ ପ୍ରଥମ ଡୋଜ ନେଇଥିଲେ ଏବଂ 82 ପ୍ରତିଶତ ଲୋକ ଉଭୟ ଡୋଜ ନେଇଥିଲେ। 2022 ମସିହାରେ ଟୀକାକରଣ ନେଇନଥିବା ଜନସଂଖ୍ୟାରେ 92% ମୃତ୍ୟୁ ଘଟିଥିଲା।

Categories
ବିଶେଷ ଖବର ସ୍ବାସ୍ଥ୍ୟ

ବୁଷ୍ଟର ଡୋଜ ଏବଂ କିଶୋରମାନଙ୍କ ଟୀକାକରଣ: ରାଜ୍ୟଗୁଡିକ ସହ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ପ୍ରସ୍ତୁତି ସମୀକ୍ଷା

ନୂଆଦିଲ୍ଲୀ: କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ ଆଜି ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶ ସହିତ ଭିଡିଓ କନଫରେନ୍ସିଂ ଜରିଆରେ ଏକ କର୍ମଶାଳାରେ ଅଧ୍ୟକ୍ଷତା କରିଥିଲେ। ଏଥିରେ ୧୫-୧୮ ବର୍ଷ ବୟସ୍କ ପିଲାମାନଙ୍କ ଟିକାକରଣ କାର୍ଯ୍ୟକାରୀ କରିବା ନେଇ ଆଲୋଚନା କରାଯାଇଥିଲା। ସେହିପରି ଦୁର୍ବଳ ବର୍ଗର ଲୋକମାନଙ୍କ ପାଇଁ ପ୍ରତିଷେଧକ ଡୋଜ ଦିଆଯିବା ନିମନ୍ତେ ହୋଇଥିବା ପ୍ରସ୍ତୁତି ମଧ୍ୟ ସମୀକ୍ଷା କରାଯାଇଥିଲା। ଏହି ଦୁର୍ବଳ ବର୍ଗଙ୍କ ମଧ୍ୟରେ ସ୍ୱାସ୍ଥ୍ୟସେବା କର୍ମୀ, ସମ୍ମୁଖ ଯୋଦ୍ଧା ଏବଂ ୬୦ ବର୍ଷରୁ ଅଧିକ ବୟସ୍କ ଲୋକମାନେ ସାମିଲ ରହିଛନ୍ତି ଯେଉଁମାନେ ପୂର୍ବରୁ କୌଣସି ରୋଗରେ ପୀଡ଼ିତ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨୫ ଡିସେମ୍ବର ୨୦୨୧ରେ କରିଥିବା ଘୋଷଣା ଅନୁଯାୟୀ ୧୫-୧୮ ବର୍ଷ ବୟସ୍କ ପିଲାମାନଙ୍କ ପାଇଁ ସୋମବାର ୩ ଜାନୁଆରୀ, ୨୦୨୨ ତାରିଖ ଠାରୁ ଟିକାକରଣ ଆରମ୍ଭ କରାଯିବ। ଅନ୍ୟପକ୍ଷରେ ଦୁର୍ବଳ ବର୍ଗଙ୍କୁ ତୃତୀୟ ଡୋଜ୍‌ ପ୍ରତିଷେଧକ ଟିକା ସୋମବାର ୧୦ ଜାନୁଆରୀ, ୨୦୨୨ ଠାରୁ ଦିଆଯିବ। ଏ ସମ୍ପର୍କରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ଡିସେମ୍ବର ୨୭, ୨୦୨୧ରେ ବିସ୍ତୃତ ମାର୍ଗଦର୍ଶିକା ଜାରି କରାଯାଇଥିଲା।

୧୫-୧୮ ବର୍ଷ ବୟସ୍କ ପିଲାମାନଙ୍କ ଟିକାକରଣ ସନ୍ଦର୍ଭରେ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶମାନଙ୍କୁ କେତେକ ଗୁରୁତ୍ୱପୂର୍ଣ୍ଣ ସୂଚନା ଦିଆଯାଇଛି। ଏହି ବୟସବର୍ଗର ଜନସଂଖ୍ୟାକୁ କେବଳ ’କୋଭାକ୍ସିନ’ ହିଁ ଦିଆଯିବ। ଏଥିନିମନ୍ତେ ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶମାନଙ୍କୁ ‘କୋଭାକ୍ସିନ’ର ଅତିରିକ୍ତ ଡୋଜ୍‌ ଯୋଗାଇ ଦିଆଯିବ। କେନ୍ଦ୍ର ସରକାର ଆସନ୍ତା କିଛିଦିନ ମଧ୍ୟରେ ସମସ୍ତ ରାଜ୍ୟ ଏବଂ କେନ୍ଦ୍ର ଶାସିତ ପ୍ରଦେଶମାନଙ୍କୁ ‘କୋଭାକ୍ସିନ’ ଯୋଗାଣ ସାରଣୀ ଯୋଗାଇଦେବେ। ଏହାର ସମ୍ଭାବ୍ୟ ହିତାଧିକାରୀ ଜାନୁଆରୀ ୧ ତାରିଖ ଠାରୁ କୋୱିନ ପ୍ଲାଟଫର୍ମରେ ଅନଲାଇନ ପଞ୍ଜୀକରଣ କରାଇପାରିବେ କିମ୍ବା ଜାନୁଆରୀ ୩ ତାରିଖ ଠାରୁ ଟିକାକରଣ ଆରମ୍ଭ ହେବା ପରେ ନିଜେ ଟିକା କେନ୍ଦ୍ରକୁ ଯାଇ ୱାକ୍‌ଇନ ଅଫଲାଇନ ପଞ୍ଜୀକରଣର ଲାଭ ନେଇପାରିବେ। ଯେଉଁମାନଙ୍କର ଜନ୍ମ ୨୦୦୭ କିମ୍ବା ତା’ପୂର୍ବରୁ ହୋଇଛି କେବେଳ ସେହିମାନେ ହିଁ ଏହି ଶ୍ରେଣୀ ଅଧୀନରେ ଟିକା ନେବା ପାଇଁ ଯୋଗ୍ୟ ଅଟନ୍ତି।

୧୫-୧୮ ବର୍ଷ ବୟସ ବର୍ଗଙ୍କ ଟିକାକରଣ ସଂକ୍ରାନ୍ତରେ ସମସ୍ତ ନିର୍ଦ୍ଧାରିତ ପ୍ରୋଟୋକଲ ପାଳନ କରାଯିବ। ହିତାଧିକାରୀମାନଙ୍କୁ ଅଧ ଘଣ୍ଟା ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ହେବ। ଏହି ସମୟରେ ଏଇଏଫଆଇ ପାଇଁ ସେମାନଙ୍କର ଅନୁଧ୍ୟାନ କରାଯିବ। ୨୮ ଦିନ ପରେ ହିଁ ସେମାନେ ଦ୍ୱିତୀୟ ଡୋଜ୍‌ ନେବା ପାଇଁ ଯୋଗ୍ୟ ହେବେ। ରାଜ୍ୟମାନେ ୧୫-୧୮ ବର୍ଷ ବୟସ୍କ ପିଲାମାନଙ୍କ ପାଇଁ ସ୍ୱତନ୍ତ୍ର କୋଭିଡ ଟିକାକରଣ କେନ୍ଦ୍ର ପ୍ରତିଷ୍ଠା କରିପାରିବେ। ଏ ସମ୍ପର୍କରେ ରାଜ୍ୟମାନଙ୍କୁ ସୂଚନା ଦିଆଯାଇଛି ଯାହାକି କୋୱିନ ପ୍ଲାଟଫର୍ମରେ ପ୍ରଦର୍ଶିତ କରାଯାଇଛି। ସ୍ୱତନ୍ତ୍ର ସମର୍ପିତ ଟିକାକରଣ କେନ୍ଦ୍ର ପ୍ରତିଷ୍ଠା ହେବା ଫଳରେ ଟିକାକରଣରେ କୌଣସି ଦ୍ୱନ୍ଦ୍ୱ ରହିବ ନାହିଁ। ୧୫-୧୮ ବର୍ଷ ପିଲା ଏବଂ ଅନ୍ୟ ବୟସ ବର୍ଗର ପିଲାମାନଙ୍କୁ ଟିକା ଦେବା କ୍ଷେତ୍ରରେ ଯେପରି କୌଣସି ଭ୍ରମ ସୃଷ୍ଟି ନହେବ ତାହା ସୁନିଶ୍ଚିତ କରିବା ଲାଗି ରାଜ୍ୟମାନଙ୍କୁ ଭିନ୍ନ ଟିକାକରଣ ଦଳ ଓ ଭିନ୍ନ ଧାଡ଼ି ବ୍ୟବସ୍ଥା କରିବା ପାଇଁ ରାଜ୍ୟମାନଙ୍କୁ ପରାମର୍ଶ ଦିଆଯାଇଥିଲା। ପିଲାଙ୍କ ପାଇଁ ଅଲଗା ଓ ବୟସ୍କଙ୍କ ପାଇଁ ଅଲଗା ଧାଡ଼ି ରହିବ। ଯାହାଫଳରେ ଟିକାକରଣ କ୍ଷେତ୍ରରେ ଦ୍ୱନ୍ଦ୍ୱାତ୍ମକ ସ୍ଥିତିକୁ ଦୂର କରାଯାଇ ଏହାକୁ ସୁବ୍ୟବସ୍ଥିତ କରାଯାଇପାରିବ।

ଟିକାର ପ୍ରତିଷେଧକ ଡୋଜ୍‌ ପ୍ରଦାନ କରାଯିବାକୁ ନେଇ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ କେତେକ ଗୁରୁତ୍ୱପୂର୍ଣ୍ଣ ଦିଗ ଉପରେ ଆଲୋକପାତ କରିଥିଲେ। ହିତାଧିକାରୀ ଦ୍ୱିତୀୟ ଡୋଜ କୋଭିଡ ପ୍ରତିଷେଧକ ଟିକା ନେବାର ୯ ମାସ (୩୯ ସପ୍ତାହ) ପରେ ପ୍ରତିଷେଧକ ଡୋଜ୍‌ ନେବାକୁ ଯୋଗ୍ୟ ହୋଇପାରିବେ। ପୂର୍ବରୁ କୌଣସି ରୋଗରେ ପୀଡ଼ିତ ହିତାଧିକାରୀମାନଙ୍କୁ ଟିକା ନେବା ଲାଗି ଡାକ୍ତରୀ ପ୍ରମାଣପତ୍ର ଦେବାକୁ ପଡ଼ିବ ନାହିଁ। ଏ ସମ୍ପର୍କରେ ବିଭିନ୍ନ ଗଣମାଧ୍ୟମରେ ପ୍ରକାଶିତ ହେଉଥିବା ମିଥ୍ୟା ସୂଚନାକୁ ଖଣ୍ଡନ କରି ସ୍ୱାସ୍ଥ୍ୟ ସଚିବ ସ୍ପଷ୍ଟ ଭାବେ କହିଥିଲେ ଯେ କେନ୍ଦ୍ର ସରକାର ଏ ସଂକ୍ରାନ୍ତରେ କୌଣସି ନିର୍ଦ୍ଦେଶ ଜାରି କରିନାହାନ୍ତି। ପ୍ରତିଷେଧକ ଟିକା ନେବାକୁ ଆସିବା ସମୟରେ ଡାକ୍ତରଙ୍କ ସୁପାରିସପତ୍ର/ପ୍ରମାଣପତ୍ର ସାଙ୍ଗରେ ଆଣିବା ବାଧ୍ୟତାମୂଳକ ନୁହେଁ। ସେ ଏହା ମଧ୍ୟ କହିଥିଲେ ଯେ ପ୍ରତିଷେଧକ ଡୋଜ ନେବା ଲାଗି ଯୋଗ୍ୟ ହୋଇଥିବା ସବୁ ଲୋକମାନଙ୍କୁ କୋୱିନ ଏକ ରିମାଇଣ୍ଡର ବାର୍ତ୍ତା ପଠାଇବ ଏବଂ ପ୍ରତିଷେଧକ ଟିକା ସେମାନଙ୍କ ଡିଜିଟାଲ ଟିକାକରଣ ପ୍ରମାଣପତ୍ରରେ ମଧ୍ୟ ପ୍ରତିଫଳିତ ହେବ।

୧୫ରୁ ୧୮ ବର୍ଷ ବୟସ୍କ ହିତାଧିକାରୀଙ୍କ ଟିକାକରଣ ପାଇଁ ସ୍ୱାସ୍ଥ୍ୟ କର୍ମୀ ଏବଂ ଟିକାକରଣ ଦଳର ସଦସ୍ୟମାନଙ୍କୁ ପ୍ରଶିକ୍ଷଣ ଦେବା ଲାଗି ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶମାନଙ୍କୁ ପରାମର୍ଶ ଦିଆଯାଇଛି। ଏହି ବୟସ ବର୍ଗଙ୍କ ଟିକାକରଣ ପାଇଁ ନିର୍ଦ୍ଧାରିତ ସମର୍ପିତ ଅଧିବେଶନ ସ୍ଥଳୀ ଚିହ୍ନଟ କରିବା ଲାଗି ମଧ୍ୟ କୁହାଯାଇଛି। ଚିହ୍ନଟ କରାଯାଇଥିବା ଅଧିବେଶନ ସ୍ଥଳୀରେ କୋଭାକ୍ସିନ ବିତରଣ ଲାଗି ଅଗ୍ରୀମ ଆକାରରେ ଉଚିତ୍‌ ଯୋଜନା ପ୍ରସ୍ତୁତ କରିବା ପାଇଁ ରାଜ୍ୟମାନଙ୍କୁ ପରାମର୍ଶ ଦିଆଯାଇଥିଲା। ଟିକା ଦିଆଯିବା ସମୟରେ ଟିକାର ମିଶ୍ରଣକୁ ଏଡ଼ାଇବା ପାଇଁ ସ୍ୱତନ୍ତ୍ର ଟିକାକରଣ କେନ୍ଦ୍ର, ଭିନ୍ନ ଅଧିବେଶନ ସ୍ଥଳ, ଭିନ୍ନ ଧାଡ଼ି (ସେହି କେନ୍ଦ୍ରରେ ବୟସ୍କଙ୍କ ଟିକାକରଣ କରାଯାଉଥିଲେ) ଏବଂ ଭିନ୍ନ ଟିକାକରଣ ଦଳ ପ୍ରସ୍ତୁତ ରଖିବାକୁ ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶମାନଙ୍କୁ କୁହାଯାଇଥିଲା। କୋୱିନ ଟିକା ଉପଯୋଗ କରୁଥିବା ହିତାଧିକାରୀଙ୍କ ଜିଲ୍ଲାୱାରୀ ଆକଳନ କରି ଟିକା ଡୋଜର ଆବଶ୍ୟକତା ସମ୍ପର୍କରେ ସୂଚନା ଦେବାକୁ ରାଜ୍ୟମାନଙ୍କୁ ପରାମର୍ଶ ଦିଆଯାଇଥିଲା। ଯେଉଁସବୁ ସ୍ଥାନରେ ୧୫ରୁ ୧୮ ବର୍ଷ ବୟସ ବର୍ଗଙ୍କୁ ଟିକା ଦିଆଯିବ ସେ ସମ୍ପର୍କରେ ପ୍ରଚାର ପ୍ରସାର କରିବା ଲାଗି କୁହାଯାଇଥିଲା। ଏସବୁ ହିତାଧିକାରୀମାନଙ୍କୁ ଟିକା ଦିଆଯିବାକୁ ରାଜ୍ୟମାନଙ୍କୁ ଯଥେଷ୍ଟ ସଂଖ୍ୟାରେ ଟିକା ଯୋଗାଇ ଦିଆଯିବ।

ଏହି ବୈଠକରେ ଅତିରିକ୍ତ ସଚିବ (ସ୍ୱାସ୍ଥ୍ୟ) ଡ. ମନୋହର ଅଗ୍ନାନୀ, ଯୁଗ୍ମ ସଚିବ (ସ୍ୱାସ୍ଥ୍ୟ) ବିଶାଳ ଚୌହାନଙ୍କ ସମେତ ବିଭିନ୍ନ ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶର ସ୍ୱାସ୍ଥ୍ୟ ବିଭାଗ ପ୍ରମୁଖ ସଚିବ, ଅତିରିକ୍ତ ମୁଖ୍ୟ ଶାସନ ସଚିବ (ସ୍ୱାସ୍ଥ୍ୟ) ଏବଂ ରାଜ୍ୟ ନିରୀକ୍ଷଣ ଅଧିକାରୀମାନେ ଉପସ୍ଥିତ ଥିଲେ।

Categories
ଆଜିର ଖବର ଜାତୀୟ ଖବର ସ୍ବାସ୍ଥ୍ୟ

ଦେଶରେ ବର୍ତ୍ତମାନ ପର୍ଯ୍ୟନ୍ତ 161 ଟି ଓମିକ୍ରନ୍ ମାମଲା ଚିହ୍ନଟ, ସୁସ୍ଥ ହେଲେ 42 ଆକ୍ରାନ୍ତ: ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ

ନୂଆଦିଲ୍ଲୀ: ଦେଶରେ12 ଟି ରାଜ୍ୟରୁ ଓମିକ୍ରନର 161 ଟି ଚିହ୍ନଟ ହୋଇଛନ୍ତି। ସେହିଭଳି ଓମିକ୍ରନରୁ 42 ଆକ୍ରାନ୍ତ ଆରୋଗ୍ୟ ଲାଭ କରିଛନ୍ତି। ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଏହି ସୂଚନା ମିଳିଛି। ସୂତ୍ରରୁ ପ୍ରକାଶ ଯେ, ଅଧିକାଂଶ ଆରୋଗ୍ୟ ହୋଇଥିବା ଓମିକ୍ରନ୍ ରୋଗୀ ମହାରାଷ୍ଟ୍ର, ଦିଲ୍ଲୀ ଏବଂ କର୍ଣ୍ଣାଟକର। ବର୍ତ୍ତମାନ କୌଣସି ରୋଗୀ ଓମିକ୍ରନ୍ ପାଇଁ ଗୁରୁତର ନୁହଁନ୍ତି। ମହାରାଷ୍ଟ୍ର ରାଜ୍ୟରୁ ଏପର୍ଯ୍ୟନ୍ତ ସର୍ବାଧିକ 54 ଟି ମାମଲା ଆସିଛି। ଏହା ପରେ ଦିଲ୍ଲୀ (32) ଦ୍ୱିତୀୟ ସ୍ଥାନରେ ଥିବାବେଳେ ତେଲେଙ୍ଗାନାରୁ ଓମିକ୍ରନ୍ ଭାରିଆଣ୍ଟର 20 ଟି ମାମଲା ଆସିଛି।

କେଉଁ ରାଜ୍ୟରେ କେତେ ଓମିକ୍ରନ୍ ମାମଲା:

ମହାରାଷ୍ଟ୍ର: 54
ଦିଲ୍ଲୀ: 32
ତେଲେଙ୍ଗାନା: 20
ରାଜସ୍ଥାନ: 17
ଗୁଜୁରାଟ: 13
କେରଳ: 11
କର୍ଣ୍ଣାଟକ: 8
ଉତ୍ତରପ୍ରଦେଶ: 2
ତାମିଲନାଡୁ, ଆନ୍ଧ୍ରପ୍ରଦେଶ, ପଶ୍ଚିମବଙ୍ଗ ଏବଂ ଚଣ୍ଡିଗଡ଼: 1 ଜଣ ଚିହ୍ନଟ ହୋଇଛନ୍ତି।

ଉଲ୍ଲେଖଥାଉ କି, ଓମିକ୍ରନ୍ ବିଷୟରେ ଚିନ୍ତା ମଧ୍ୟରେ ଭାରତରେ କରୋନା ରୋଗର ସଂଖ୍ୟା କ୍ରମାଗତ ଭାବେ ହ୍ରାସ ପାଉଛି। ଭାରତରେ ଗତ 24 ଘଣ୍ଟା ମଧ୍ୟରେ 6,563 ଟି କରୋନା ସଂକ୍ରମଣ ମାମଲା ପଞ୍ଜିକୃତ ହୋଇଛି। ରବିବାର ତୁଳନାରେ ଏହି ସଂଖ୍ୟା 7.3 ପ୍ରତିଶତ କମ୍। ଏହି ସମୟ ମଧ୍ୟରେ ସଂକ୍ରମଣ ହେତୁ 132 ଜଣଙ୍କର ମୃତ୍ୟୁ ଘଟିଛି। ଗତ 24 ଘଣ୍ଟା ମଧ୍ୟରେ, 8,077 ଲୋକ କରୋନାକୁ ପରାସ୍ତ କରିଛନ୍ତି, ଏହା ସହିତ କରୋନାରୁ ସୁସ୍ଥ ହେଉଥିବା ଲୋକଙ୍କ ସଂଖ୍ୟା 3,41,87,017 କୁ ବୃଦ୍ଧି ପାଇଛି। ଭାରତରେ ପୁନରୁଦ୍ଧାର ହାର ବର୍ତ୍ତମାନ 98.39% ଅଟେ, ଯାହା ମାର୍ଚ୍ଚ 2020 ଠାରୁ ସର୍ବାଧିକ ଅଟେ। ସକ୍ରିୟ ମାମଲା ବିଷୟରେ କହିବାକୁ ଗଲେ, ବର୍ତ୍ତମାନ ସମଗ୍ର ଦେଶରେ 82,267 ସକ୍ରିୟ ରୋଗୀ ଅଛନ୍ତି, ଗତ 572 ଦିନ ମଧ୍ୟରେ ଏହି ସଂଖ୍ୟା ସର୍ବନିମ୍ନ ଅଟେ।

Categories
ଜାତୀୟ ଖବର ବିଶେଷ ଖବର ସ୍ବାସ୍ଥ୍ୟ

ଦ୍ରୁତ ଗତିରେ ବ୍ୟାପୁଛି ଓମିକ୍ରନ୍, ଡେଲଟାକୁ ଅତିକ୍ରମ କରିପାରେ ନୂତନ ଭାରିଆଣ୍ଟ: କେନ୍ଦ୍ର ସରକାର

ନୂଆଦିଲ୍ଲୀ: କରୋନାର ଡେଲଟା ଭାରିଆଣ୍ଟ ଠାରୁ ଓମିକ୍ରନ୍ ଅଧିକ ସଂକ୍ରମଣ ହୋଇପାରେ। ଏନେଇ କେନ୍ଦ୍ର ସରକାର ଚେତାବନୀ ଦେଇଛି। ଦକ୍ଷିଣ ଆଫ୍ରିକା, ବ୍ରିଟେନ ଭଳି ଦେଶରେ ଏଭଳି ପରିସ୍ଥିତି ସମ୍ପର୍କରେ ସରକାର ଚେତାବନୀ ଦେଇଛି। ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଯୁଗ୍ମ ସଚିବ ଲଭ ଅଗ୍ରୱାଲ କହିଛନ୍ତି ଯେ, ଭାରତର ସ୍ଥିତି ତୁଳନାତ୍ମକ ଭାବେ ନିୟନ୍ତ୍ରିତ ଅବସ୍ଥାରେ ଅଛି। କିନ୍ତୁ ଦୁନିଆର ଅବସ୍ଥାକୁ ଦୃଷ୍ଟିରେ ରଖି ଆମକୁ ସତର୍କ ରହିବା ଆବଶ୍ୟକ।

ବର୍ତ୍ତମାନ ସୁଦ୍ଧା ଭାରତରେ ୮୭.୬ ପ୍ରତିଶତ ଲୋକ ଅନ୍ତତଃ ପକ୍ଷେ କରୋନାର ପ୍ରଥମ ଡୋଜ ଟିକା ଗ୍ରହଣ କରିଛନ୍ତି। ଆମେରିକା ଅପେକ୍ଷା ଭାରତରେ ପ୍ରାୟ ତିନି ଗୁଣ ଏହି ଟିକା ଦିଆଯାଇଛି। ଟୀକା ମାମଲାରେ ଭାରତ ବିଶ୍ବରେ ପ୍ରଥମ ସ୍ଥାନରେ ରହିଛି। ସେ କହିଛନ୍ତି ଯେ, ବର୍ତ୍ତମାନ ଦେଶରେ ୧୦୧ ଟି ଓମିକ୍ରନ୍ ମାମଲା ରହିଛି। ୧୧ ଟି ରାଜ୍ୟରେ ଏହା ପହଞ୍ଚିସାରିଛି।

ଓମିକ୍ରନ୍ ମାମଲା ଚିହ୍ନଟ ହୋଇଥିବା ପ୍ରଥମ ୫ଟି ରାଜ୍ୟ ଓ ସଂଖ୍ୟା:

– ମହାରାଷ୍ଟ୍ର- ୩୨

– ଦିଲ୍ଲୀ- ୨୨

– ରାଜସ୍ଥାନ- ୧୭

– କର୍ଣ୍ଣାଟକ- ୮

– ତେଲେଙ୍ଗାନା- ୮

ଅଗ୍ରୱାଲ କହିଛନ୍ତି ଯେ, ଏପର୍ଯ୍ୟନ୍ତ ୧୩୬ କୋଟି ଟିକା ଡୋଜ ଦିଆଯାଇଛି। ଦେଶର ୨୪ ଟି ଜିଲ୍ଲା ଅଛି, ଯାହାକି ଏବେ ବି ଚିନ୍ତାର ବିଷୟ। ପାଞ୍ଚଟି ଜିଲ୍ଲାର ପଜିଟିଭିଟି ହାର ୧୦ ପ୍ରତିଶତରୁ ଅଧିକ। ଗତ ଚାରି ସପ୍ତାହ ମଧ୍ୟରେ ପଜିଟିଭିଟି ହାର ଏକ ପ୍ରତିଶତରୁ କମ୍ ଅଟେ। ସେ କହିଛନ୍ତି ଯେ ୯ ଟି ରାଜ୍ୟ ତଥା କେନ୍ଦ୍ର ଶାସିତ ଅଞ୍ଚଳରେ ଉଭୟ ଡୋଜର ୮୦ ପ୍ରତିଶତ ଟୀକା ନେଇଥିବା ବେଳେ ୧୯ ଟି ରାଜ୍ୟ ତଥା କେନ୍ଦ୍ର ଶାସିତ ଅଞ୍ଚଳରେ, ଉଭୟ ଡୋଜର ଶତକଡ଼ା ୫୦ ରୁ ୮୦ ପ୍ରତିଶତ ମଧ୍ୟରେ ରହିଛି। ୯ ଟି ରାଜ୍ୟରେ ଟୀକାକରଣ ୫୦ ପ୍ରତିଶତରୁ କମ୍ ରହିଛି।

ଅଗ୍ରୱାଲ କହିଛନ୍ତି ଯେ, ୯୧ ଟି ଦେଶରେ ୨୭ ହଜାରରୁ ଅଧିକ ମାମଲା ରହିଛି। ଏହି ସମୟରେ, ଦକ୍ଷିଣ ଆଫ୍ରିକାରେ ୯୮% ନୂତନ ମାମଲା ଓମିକ୍ରନ୍ ଆସୁଛି। ଯେଉଁଠାରେ ଡେଲ୍ଟାର ସଞ୍ଚାରଣ କମ୍ ଥିଲା, ଓମିକ୍ରନ୍ ଅଧିକ ବେଗରେ ବିସ୍ତାର କରୁଛି। ଦକ୍ଷିଣ ଆଫ୍ରିକା ଏହାର ଏକ ଉଦାହରଣ। ଏହା ବ୍ୟତୀତ, ଯେଉଁଠାରେ ବ୍ରିଟେନରେ ଅଧିକ ଡେଲଟା ଥିଲା, ସେଠାରେ ମଧ୍ୟ ଓମିକ୍ରନ୍ ଦ୍ରୁତ ଗତିରେ ବ୍ୟାପିଯାଇଛି। WHO କହିଛି ଯେ, ଏହି ଭାରିଆଣ୍ଟ (ଓମିକ୍ରନ୍) ଏପର୍ଯ୍ୟନ୍ତ ଦ୍ରୁତତମ ବିସ୍ତାର କରୁଛି। ଏଭଳି ପରିସ୍ଥିତିରେ, ଦୁନିଆକୁ ଦେଖି ସତର୍କତା ଅବଲମ୍ବନ କରିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ।

ଆଇସିଏମଆର ଡିଜି ବଳରାମ ଭାର୍ଗବ ମଧ୍ୟ ସ୍ୱୀକାର କରିଛନ୍ତି ଯେ, ଦୁନିଆରେ ବହୁତ ଦ୍ରୁତ ଗତିରେ ଓମିକ୍ରନ୍ ବ୍ୟାପିଛି। ସେ କହିଛନ୍ତି ଯେ, ଏଭଳି ପରିସ୍ଥିତିରେ ଅତ୍ୟାବଶ୍ୟକ ଭ୍ରମଣ ଏବଂ ଜନସମାବେଶକୁ ଏଡାଇବା ଆବଶ୍ୟକ। ୫% ରୁ ଅଧିକ ମାମଲା ଥିବା ଜିଲ୍ଲାମାନଙ୍କରେ କଠୋର ପଦକ୍ଷେପ ଗ୍ରହଣ କରନ୍ତୁ।

ନୀତି ଆୟୋଗ ସଦସ୍ୟ ଭି.କେ ପଲ କହିଛନ୍ତି ଯେ, ୟୁରୋପ ଏକ ଗମ୍ଭୀର ପରିସ୍ଥିତି ଦେଇ ଗତି କରୁଛି। ଡେଲଟା ହେଉ କିମ୍ବା ଓମିକ୍ରନ୍, ସେଠାରେ ସଂକ୍ରମଣ ସଂଖ୍ୟା ବୃଦ୍ଧି ପାଇଛି। ପରିସ୍ଥିତିର ମୁକାବିଲା ପାଇଁ ଆମକୁ ପ୍ରସ୍ତୁତ ହେବାକୁ ପଡିବ। ଏହି ଦିଗରେ ସରକାର ସମସ୍ତ ଉଦ୍ୟମ କରୁଛନ୍ତି।

Categories
ଆଜିର ଖବର ଜାତୀୟ ଖବର ସ୍ବାସ୍ଥ୍ୟ

ଦେଶରେ ଚିହ୍ନଟ ହେଲା ୨ ଓମିକ୍ରନ୍ ମାମଲା: ଏହି ୫ ଟି ଜିନିଷ ପ୍ରତି ଧ୍ୟାନ ଦେବାକୁ କହିଲା କେନ୍ଦ୍ର

ନୂଆଦିଲ୍ଲୀ: ଗତ କିଛି ଦିନ ହେବ ବିଶ୍ୱରେ ଆତଙ୍କ ସୃଷ୍ଟି କରୁଥିବା କରୋନା ଭାଇରସର ଓମିକ୍ରନ୍ ଭାରିଆଣ୍ଟ ଶେଷରେ ଭାରତରେ ମଧ୍ୟ ପହଞ୍ଚିଛି। ଏହାର ଦୁଇ ଆକ୍ରାନ୍ତ କର୍ଣ୍ଣାଟକରେ ଚିହ୍ନଟ ହୋଇଛନ୍ତି। ଆଜି ଏକ ସାମ୍ବାଦିକ ସମ୍ମିଳନୀ କରି ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଏହି ସୂଚନା ଦେଇଛି। ରୋଗୀମାନଙ୍କ ମଧ୍ୟରୁ ଜଣେ ୬୬ ବର୍ଷ ହୋଇଥିବାବେଳେ ଅନ୍ୟଜଣେ ୪୬ ବର୍ଷୀୟ ପୁରୁଷ। ଉଭୟଙ୍କ ମଧ୍ୟରେ ବର୍ତ୍ତମାନ କୌଣସି ଗମ୍ଭୀର ଲକ୍ଷଣ ଦେଖାଯାଇନାହିଁ।

କେନ୍ଦ୍ର ସରକାରଙ୍କ ସୂଚନା ସହିତ ଜଡିତ ୫ ଟି ଜିନିଷ:

୧- ନଭେମ୍ବର ୧୧ ତାରିଖ ଏବଂ ୨୦ ତାରିଖରେ ବେଙ୍ଗାଲୁରୁ ଆସିଥିବା ଦୁଇ ବିଦେଶୀ ନାଗରିକଙ୍କ ମଧ୍ୟରେ ଏହି ମାମଲା ଦେଖିବାକୁ ମିଳିଛି।

୨- ଜେନୋମ ସିକ୍ଵେସିଂ ପାଇଁ ୧୦ଜଣ ଯାତ୍ରୀଙ୍କ ନମୁନା ପଠାଯାଇଛି। ଡିସେମ୍ବର ୧ ତାରିଖ ମଧ୍ୟରାତ୍ରିରୁ ଆଜି ସକାଳ ୮ ଟା ପର୍ଯ୍ୟନ୍ତ ୭୯୭୬ ଯାତ୍ରୀଙ୍କ RT-PCR ପରୀକ୍ଷା କରାଯାଇଛି।

୩- ଏହି ମାମଲା ସାମ୍ନାକୁ ଆସିବା ପରେ ସରକାର କହିଛନ୍ତି ଯେ, ଆତଙ୍କିତ ହେବାର ଆବଶ୍ୟକତା ନାହିଁ, କିନ୍ତୁ ସଚେତନ ରହିବା ଉଚିତ। କୋଭିଡ ଗାଇଡଲାଇନକୁ ଲୋକମାନେ ଜାରି ରଖିବା ଉଚିତ ଏବଂ ଅତ୍ୟଧିକ ଗହଳିରୁ ଦୂରେଇ ରହିବା ଉଚିତ୍।

୪- ସରକାର କହିଛନ୍ତି ଯେ, ଏହି ଭାରିଆଣ୍ଟର ଗୁରୁତର ମାମଲା ଏପର୍ଯ୍ୟନ୍ତ ବିଶ୍ଵର କୌଣସି ସ୍ଥାନରେ ରିପୋର୍ଟ ହୋଇନାହିଁ।

୫- ବର୍ତ୍ତମାନ ପର୍ଯ୍ୟନ୍ତ SARS CoV-2 ର Omicron variant ର ୩୭୩ ମାମଲା ବିଶ୍ଵର ୨୯ ଟି ଦେଶରେ ରିପୋର୍ଟ କରାଯାଇଛି। ଭାରତ ପରିସ୍ଥିତି ଉପରେ ନଜର ରଖିଛି।

Categories
ଆଜିର ଖବର ଜାତୀୟ ଖବର

ଚିନ୍ତା ବଢାଉଛି ଓମିକ୍ରନ୍, ସମସ୍ତ ରାଜ୍ୟକୁ କଠୋର ନିର୍ଦ୍ଦେଶନାମା ଜାରି କରିବାକୁ କହିଲା ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ

ନୂଆଦିଲ୍ଲୀ: ଦକ୍ଷିଣ ଆଫ୍ରିକାରେ କରୋନାର ନୂଆ ଭାରିଆଣ୍ଟ ଓମିକ୍ରନ୍ ମିଳିବା ଏବଂ ଏହାର ମାମଲା ଅନ୍ୟ ଦେଶରେ ମିଳିବା ପରେ ବିଶ୍ୱବ୍ୟାପୀ ଚିନ୍ତା ବଢିଛି। ଏହି ପରିପ୍ରେକ୍ଷୀରେ ମନିଟରିଂ ବୃଦ୍ଧି ପାଇଁ ସରକାର ନିର୍ଦ୍ଦେଶ ଦେଇଛନ୍ତି। ନୂତନ ଭାରିଆଣ୍ଟ ଓମିକ୍ରନ୍ ସମ୍ବନ୍ଧରେ ସମସ୍ତ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳକୁ ଏକ ଚିଠି ଲେଖିବାବେଳେ ତୀବ୍ର ନିରାକରଣ, ନୀରିକ୍ଷଣ ବ୍ୟବସ୍ଥା ବୃଦ୍ଧି ଏବଂ କରୋନା ଟୀକାକରଣକୁ ତ୍ୱରାନ୍ୱିତ କରିବାକୁ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ ନିର୍ଦ୍ଦେଶ ଦେଇଛନ୍ତି।

କରୋନାର ନୂତନ ଭାରିଆଣ୍ଟକୁ ନେଇ ଆତଙ୍କିତ ହେବାର ଗୋଟିଏ ଦିନ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶନିବାର ଦିନ ଉଚ୍ଚ ପଦାଧିକାରୀଙ୍କ ସହ ଏକ ବୈଠକ କରିଥିଲେ। ଏହି ସମୟରେ ପ୍ରଧାନମନ୍ତ୍ରୀ ମୋଦୀ ଅନ୍ତର୍ଜାତୀୟ ବିମାନର ଢିଲାକୁ ସମୀକ୍ଷା କରିବା ସହିତ କରୋନା ଟୀକାକରଣ ଏବଂ କୋଭିଡ ପରିସ୍ଥିତି ଉପରେ ଆଲୋଚନା କରିଥିଲେ।

Categories
ଆଜିର ଖବର ଜାତୀୟ ଖବର

ଦେଶରେ କୋଭିଡ ଟୀକାକରଣ 93 କୋଟି କଲା ଅତିକ୍ରମ

ନୂଆଦିଲ୍ଲୀ: ଦେଶବ୍ୟାପୀ କୋଭିଡ ଟୀକାକରଣ ଅଭିଯାନ ଅଧୀନରେ ବର୍ତ୍ତମାନ ପର୍ଯ୍ୟନ୍ତ ଦେଶରେ 93 କୋଟି 17 ଲକ୍ଷ କୋଭିଡ ଟିକା ଦିଆଯାଇଛି। ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି ଯେ ଗତ 24 ଘଣ୍ଟା ମଧ୍ୟରେ 21 ହଜାର 257 ଟି ନୂଆ ମାମଲା ଚିହ୍ନିତ ହୋଇଛି। ବର୍ତ୍ତମାନ ଦୁଇ ଲକ୍ଷ 40 ହଜାର 221 ଲୋକ ଚିକିତ୍ସିତ ହେଉଛନ୍ତି।

ଗତକାଲି, 24 ହଜାର 963 ଲୋକ ସଂକ୍ରମଣରୁ ଆରୋଗ୍ୟ ଲାଭ କରିଥିଲେ ଏବଂ ଏହା ସହିତ ସୁସ୍ଥ ଥିବା ଲୋକଙ୍କ ସଂଖ୍ୟା ତିନି କୋଟି 32 ଲକ୍ଷ 25 ହଜାର 221 କୁ ବୃଦ୍ଧି ପାଇଛି। ମନ୍ତ୍ରଣାଳୟ କହିଛି ଯେ ସୁସ୍ଥ ହାର 97.96 ପ୍ରତିଶତ ଅଟେ, ଯାହା ଗତ ବର୍ଷ ମାର୍ଚ୍ଚ ଠାରୁ ସର୍ବାଧିକ। ବର୍ତ୍ତମାନ ପର୍ଯ୍ୟନ୍ତ ସାରା ଦେଶରେ 58 କୋଟି କୋଭିଡ ନମୁନା ପରୀକ୍ଷା କରାଯାଇଛି।