ଦେଶରେ ଚିହ୍ନଟ ହେଲା ୨ ଓମିକ୍ରନ୍ ମାମଲା: ଏହି ୫ ଟି ଜିନିଷ ପ୍ରତି ଧ୍ୟାନ ଦେବାକୁ କହିଲା କେନ୍ଦ୍ର

Published: Dec 2, 2021, 5:41 pm IST

ନୂଆଦିଲ୍ଲୀ: ଗତ କିଛି ଦିନ ହେବ ବିଶ୍ୱରେ ଆତଙ୍କ ସୃଷ୍ଟି କରୁଥିବା କରୋନା ଭାଇରସର ଓମିକ୍ରନ୍ ଭାରିଆଣ୍ଟ ଶେଷରେ ଭାରତରେ ମଧ୍ୟ ପହଞ୍ଚିଛି। ଏହାର ଦୁଇ ଆକ୍ରାନ୍ତ କର୍ଣ୍ଣାଟକରେ ଚିହ୍ନଟ ହୋଇଛନ୍ତି। ଆଜି ଏକ ସାମ୍ବାଦିକ ସମ୍ମିଳନୀ କରି ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଏହି ସୂଚନା ଦେଇଛି। ରୋଗୀମାନଙ୍କ ମଧ୍ୟରୁ ଜଣେ ୬୬ ବର୍ଷ ହୋଇଥିବାବେଳେ ଅନ୍ୟଜଣେ ୪୬ ବର୍ଷୀୟ ପୁରୁଷ। ଉଭୟଙ୍କ ମଧ୍ୟରେ ବର୍ତ୍ତମାନ କୌଣସି ଗମ୍ଭୀର ଲକ୍ଷଣ ଦେଖାଯାଇନାହିଁ।

କେନ୍ଦ୍ର ସରକାରଙ୍କ ସୂଚନା ସହିତ ଜଡିତ ୫ ଟି ଜିନିଷ:

୧- ନଭେମ୍ବର ୧୧ ତାରିଖ ଏବଂ ୨୦ ତାରିଖରେ ବେଙ୍ଗାଲୁରୁ ଆସିଥିବା ଦୁଇ ବିଦେଶୀ ନାଗରିକଙ୍କ ମଧ୍ୟରେ ଏହି ମାମଲା ଦେଖିବାକୁ ମିଳିଛି।

୨- ଜେନୋମ ସିକ୍ଵେସିଂ ପାଇଁ ୧୦ଜଣ ଯାତ୍ରୀଙ୍କ ନମୁନା ପଠାଯାଇଛି। ଡିସେମ୍ବର ୧ ତାରିଖ ମଧ୍ୟରାତ୍ରିରୁ ଆଜି ସକାଳ ୮ ଟା ପର୍ଯ୍ୟନ୍ତ ୭୯୭୬ ଯାତ୍ରୀଙ୍କ RT-PCR ପରୀକ୍ଷା କରାଯାଇଛି।

୩- ଏହି ମାମଲା ସାମ୍ନାକୁ ଆସିବା ପରେ ସରକାର କହିଛନ୍ତି ଯେ, ଆତଙ୍କିତ ହେବାର ଆବଶ୍ୟକତା ନାହିଁ, କିନ୍ତୁ ସଚେତନ ରହିବା ଉଚିତ। କୋଭିଡ ଗାଇଡଲାଇନକୁ ଲୋକମାନେ ଜାରି ରଖିବା ଉଚିତ ଏବଂ ଅତ୍ୟଧିକ ଗହଳିରୁ ଦୂରେଇ ରହିବା ଉଚିତ୍।

୪- ସରକାର କହିଛନ୍ତି ଯେ, ଏହି ଭାରିଆଣ୍ଟର ଗୁରୁତର ମାମଲା ଏପର୍ଯ୍ୟନ୍ତ ବିଶ୍ଵର କୌଣସି ସ୍ଥାନରେ ରିପୋର୍ଟ ହୋଇନାହିଁ।

୫- ବର୍ତ୍ତମାନ ପର୍ଯ୍ୟନ୍ତ SARS CoV-2 ର Omicron variant ର ୩୭୩ ମାମଲା ବିଶ୍ଵର ୨୯ ଟି ଦେଶରେ ରିପୋର୍ଟ କରାଯାଇଛି। ଭାରତ ପରିସ୍ଥିତି ଉପରେ ନଜର ରଖିଛି।

Related posts