ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ଚିହ୍ନଟ ହେଲେ ୧୬ ହଜାରରୁ ଅଧିକ ଆକ୍ରାନ୍ତ, ୩୧ ମୃତ

Published: Jul 3, 2022, 12:20 pm IST

ନୂଆଦିଲ୍ଲୀ: ଦେଶରେ କରୋନା ଭାଇରସ୍ ମାମଲା କମିବାର ନାଁ ଧରୁନାହିଁ। ଦୈନିକ ୧୫ ହଜାରରୁ ଅଧିକ ନୂତନ ମାମଲା ରେକର୍ଡ କରାଯାଉଛି, ଯାହା ଚିନ୍ତାର କାରଣ ଅଟେ। ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ଵାରା ପ୍ରକାଶିତ ତଥ୍ୟ ଅନୁଯାୟୀ ଗତ ୨୪ ଘଣ୍ଟା ମଧ୍ୟରେ ୧୬ ହଜାର ୧୦୩ ଟି ନୂଆ କରୋନା ମାମଲା ପଞ୍ଜିକୃତ ହୋଇଛି। ଏହି ସମୟ ମଧ୍ୟରେ ୩୧ ଜଣଙ୍କର ମୃତ୍ୟୁ ହୋଇଛି।

ଶନିବାର ରେକର୍ଡ ହୋଇଥିବା ତଥ୍ୟ ପରେ ବର୍ତ୍ତମାନ ଦେଶରେ ସକ୍ରିୟ ମାମଲା ସଂଖ୍ୟା ୧ ଲକ୍ଷ ୧୧ ହଜାର ୭୧୧ କୁ ବୃଦ୍ଧି ପାଇଛି। ଗତ ଦିନରେ ଦେଶରେ ୧୩ ହଜାର ୯୨୯ ରୋଗୀ ଏହି ମହାମାରୀରୁ ଆରୋଗ୍ୟ ଲାଭ କରିଛନ୍ତି। ଗତକାଲି ତୁଳନାରେ କରୋନା ମାମଲାରେ ହ୍ରାସ ଘଟିଛି। ଗତକାଲି ଦେଶରେ ୧୭ ହଜାର ୯୨ ନୂତନ କୋଭିଡ ମାମଲା ରିପୋର୍ଟ ହୋଇଥିଲା। ସେହି ସମୟରେ ୨୯ ଜଣ ରୋଗୀଙ୍କ ମୃତ୍ୟୁ ହୋଇଥିଲା।

Related posts