କ୍ରମାଗତ ଭାବେ ବୃଦ୍ଧି ପାଉଛି କରୋନା, ଗତ ୨୪ ଘଣ୍ଟା ମଧ୍ୟରେ ୨୫୨୭ ନୂତନ ଆକ୍ରାନ୍ତ ଚିହ୍ନଟ

Published: Apr 23, 2022, 10:33 am IST

ନୂଆଦିଲ୍ଲୀ: ଦେଶରେ ପୁଣି ଥରେ କରୋନାର ବିପର୍ଯ୍ୟୟ ବୃଦ୍ଧି ପାଇବାରେ ଲାଗିଛି। ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୨୫୨୭ ଟି ନୂଆ ମାମଲା ପଞ୍ଜିକୃତ ହୋଇଛି। ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ୱାରା ଶନିବାର ପ୍ରକାଶିତ ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ କରୋନା ଯୋଗୁଁ ୩୩ ଜଣଙ୍କର ମୃତ୍ୟୁ ହୋଇଛି। ଦେଶରେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୧୫,୦୭୯ କୁ ବୃଦ୍ଧି ପାଇଛି। ଗତ ୨୪ ଘଣ୍ଟା ମଧ୍ୟରେ ୧,୬୫୬ ରୋଗୀ କରୋନା ସଂକ୍ରମଣରୁ ଆରୋଗ୍ୟ ଲାଭ କରିଛନ୍ତି। ସରକାରଙ୍କ ସ୍ଵାରା ପ୍ରକାଶିତ ରିପୋର୍ଟ ଅନୁଯାୟୀ ବର୍ତ୍ତମାନ ଦେଶରେ ସୁସ୍ଥ ହାର ୯୮.୭୫% ରହିଛି। ଏଥି ସହିତ, ବର୍ତ୍ତମାନ ପର୍ଯ୍ୟନ୍ତ ଲୋକଙ୍କୁ ୧୮୭.୪୬ କୋଟି ଟିକା ଡୋଜ ଦିଆଯାଉଛି।

ଦେଶର ରାଜଧାନୀରେ ମଧ୍ୟ ମାମଲାଗୁଡ଼ିକ ଦ୍ରୁତ ଗତିରେ ବୃଦ୍ଧି ପାଉଛି। ଶୁକ୍ରବାର ଦିନ ଦିଲ୍ଲୀରେ ଏକ ହଜାରରୁ ଅଧିକ କରୋନା ମାମଲା ରୁଜୁ ହୋଇଛି। ଦିଲ୍ଲୀର ପଜିଟିଭିଟି ହାର ୪.୬୪ ପ୍ରତିଶତରେ ପହଞ୍ଚିଛି। ଗତ ଅଢେଇ ମାସ ମଧ୍ୟରେ ଦିଲ୍ଲୀରେ କରୋନା ମାମଲା ସର୍ବାଧିକ ହୋଇଛି। ସକ୍ରିୟ କରୋନା ରୋଗୀଙ୍କ ସଂଖ୍ୟା (ଦିଲ୍ଲୀ କୋଭିଡ କେସ୍) ହଜାରେ ଅତିକ୍ରମ କରିଛି। ଗତ ୨୪ ଘଣ୍ଟା ମଧ୍ୟରେ, ୧୦୪୨ ଟି ନୂଆ କରୋନା ମାମଲା ଆସିଛି। ଫେବୃଆରୀ ୧୦ ତାରିଖ ଠାରୁ ରାଜଧାନୀରେ ସର୍ବାଧିକ ସଂଖ୍ୟକ ମାମଲା ଦେଖିବାକୁ ମିଳିଛି। ଏହାପୂର୍ବରୁ ଫେବୃଆରୀ ୧୦ ତାରିଖ ୨୦୨୨ରେ ୧୧୦୪ ଟି ମାମଲା ରୁଜୁ ହୋଇଥିଲା। ଆଜି କରୋନା ସଂକ୍ରମଣ ହାର ୪.୬୪ ପ୍ରତିଶତ ଅଟେ। ସକ୍ରିୟ କରୋନା ରୋଗୀଙ୍କ ସଂଖ୍ୟା ୩୨୫୩ କୁ ବୃଦ୍ଧି ପାଇଛି।

Related posts