ଭୁବନେଶ୍ଵର : ନିଟ୍-ୟୁଜି ୨୦୨୬ ପରୀକ୍ଷା ବାତିଲକୁ ନେଇ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ କଡା ସମାଲୋଚନା କରିଛନ୍ତି । ନବୀନ ପଟ୍ଟନାୟକ ଟ୍ବିଟ କରି କହିଛନ୍ତି, “ଏହା ପରୀକ୍ଷା ବ୍ୟବସ୍ଥାର ସ୍ବଚ୍ଛତା ନେଇ ପିଲାମାନଙ୍କ ବିଶ୍ବାସକୁ କମ୍ କରୁଛି । କେବଳ ଅବହେଳା ନୁହେଁ, ଲକ୍ଷ ଲକ୍ଷ ପରୀକ୍ଷାର୍ଥୀଙ୍କ ପ୍ରତି ବିଶ୍ୱାସଘାତକତା । ନିଟ୍-ୟୁଜି ୨୦୨୬ ପ୍ରଶ୍ନପତ୍ର ଲିକ୍ ପ୍ରଥମ ଥର ନୁହେଁ, ପୂର୍ବରୁ ବି ହୋଇଛି । ଏହି ଲିକ୍ ପରିଶ୍ରମୀ ପରୀକ୍ଷାର୍ଥୀ ଯେଉଁମାନ ରାତାରାତି ଅନିଦ୍ରା ରହି ପାଠ ପଢୁଥିଲେ ସେମାନଙ୍କ ଭବିଷ୍ୟତକୁ ବିପଦରେ ପକାଉଛି । ଛାତ୍ରୀଛାତ୍ରଙ୍କ ବିଶ୍ୱାସ ଫେରାଇ ଆଣିବା ପାଇଁ ଉତ୍ତରଦାୟିତ୍ୱ ସ୍ଥିର କରାଯାଉ । ବ୍ୟବସ୍ଥା ପ୍ରତ୍ୟେକ ଛାତ୍ରଙ୍କୁ ଆଶ୍ୱସ୍ତ କରିବା ଉଚିତ ଯେ ସେମାନଙ୍କର ଝାଳ ଏବଂ ଦୃଢ଼ତାକୁ କେବେ ବି ଭୁଲ ଦ୍ୱାରା ଦୁର୍ବଳ କରାଯିବ ନାହିଁ।”
ଡାକ୍ତରୀ ପ୍ରବେଶିକା ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ହୋଇଥିବା ଅଭିଯୋଗ ହୋଇଛି। ଫଳରେ ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି (ଏନ୍ଟିଏ) ମଙ୍ଗଳବାର ମେ ୩ରେ ଅନୁଷ୍ଠିତ ନିଟ୍-ୟୁଜି ୨୦୨୬ ପରୀକ୍ଷାକୁ ବାତିଲ କରିଛି
ଏହାକୁ ନେଇ ସାରା ଦେଶରେ ବିରୋଧ କରାଯାଉଥିବା ବେଳେ ରାହୁଲ ଗାନ୍ଧୀ ମଧ୍ୟ ଏହାକୁ ନେଇ କେନ୍ଦ୍ର ସରକାରଙ୍କ ଉପରେ ବରଷିଛନ୍ତି ।


