ଭୁବନେଶ୍ୱର: ରାଜଧାନୀର ଏକ କାଫେରେ ଅଭାବନୀୟ ଘଟଣା। ପଥରଗାଡ଼ିଆସ୍ଥିତ ଏକ କାଫେରେ ଜଣେ ଯୁବତୀ ନିଆଁରେ ପୋଡ଼ି ଗୁରୁତର ହୋଇଛନ୍ତି। ଯୁବତୀ ଜଣକ ନିଜ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇଥିବା ପ୍ରାଥମିକ ସୂଚନା ମିଳିଛି। ତାଙ୍କ ଶରୀରର ଅଧିକାଂଶ ଅଂଶ ପୋଡ଼ିଯାଇଥିବା ବେଳେ ଗୁରୁତର ଅବସ୍ଥାରେ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି।
ସୂଚନା ଅନୁସାରେ, ପଥରଗାଡ଼ିଆ ଅଞ୍ଚଳର ଏକ କାଫେରେ ଏହି ଘଟଣା ଘଟିଛି। ଯୁବତୀ ଜଣକ ପେଟ୍ରୋଲ ଢାଳି ନିଜ ଦେହରେ ନିଆଁ ଲଗାଇଥିବା କୁହାଯାଉଛି। ନିଆଁରେ ପୋଡ଼ି ସେ ଅର୍ଦ୍ଧଦଗ୍ଧ ହୋଇପଡ଼ିଥିଲେ। ତୁରନ୍ତ ତାଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲ ନିଆଯାଇଥିଲା। ଘଟଣା ପରେ ଯୁବତୀଙ୍କ ପୁରୁଷ ବନ୍ଧୁଙ୍କୁ ଇନ୍ଫୋସିଟି ଥାନାରେ ଅଟକ ରଖାଯାଇଛି। ଘଟଣା ପଛରେ କୌଣସି ବ୍ୟକ୍ତିଗତ ବିବାଦ ରହିଛି କି ନାହିଁ, ସେନେଇ ତଦନ୍ତ ଚାଲିଛି। ଯୁବତୀ ଜଣକ କାହିଁକି ଏଭଳି ଚରମ ପଦକ୍ଷେପ ନେଲେ, ତାହା ଏଯାଏଁ ସ୍ପଷ୍ଟ ହୋଇନାହିଁ। ଇନ୍ଫୋସିଟି ଥାନା ପୁଲିସ ସହ ସାଇଣ୍ଟିଫିକ୍ ଟିମ୍ ଘଟଣାସ୍ଥଳରେ ତଦନ୍ତ କରୁଛନ୍ତି। ଘଟଣାର ପ୍ରକୃତ କାରଣ ଓ ପରିସ୍ଥିତି ତଦନ୍ତ ପରେ ସ୍ପଷ୍ଟ ହେବ।


