Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ସପ୍ତାହକୁ ୬ରୁ ୧୧% ରିଟର୍ଣ୍ଣର ଲୋଭ, ହଜାର ହଜାର ନିବେଶକଙ୍କୁ ଚୂନ: ରୋମାନିଆରୁ ଭାରତ ଫେରିଲା ଠକ!
ଆଜିର ଖବର

ସପ୍ତାହକୁ ୬ରୁ ୧୧% ରିଟର୍ଣ୍ଣର ଲୋଭ, ହଜାର ହଜାର ନିବେଶକଙ୍କୁ ଚୂନ: ରୋମାନିଆରୁ ଭାରତ ଫେରିଲା ଠକ!

November 17, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ : ଅଧିକ ଲାଭ ଆଶାରେ ନିବେଶ କରୁଛନ୍ତି କି? ତେବେ ସାବଧାନ! ସପ୍ତାହକୁ ୬ରୁ ୧୧ ପ୍ରତିଶତ ରିଟର୍ଣ୍ଣ ଦେବାର ଲୋଭ ଦେଖାଇ ଭାରତରେ ବଡ଼ ଧରଣର ନିବେଶ ଠକେଇ କରିଥିବା ଅଭିଯୁକ୍ତ ଓଲେକଜାଣ୍ଡର ଜାପିଚେଙ୍କୋ ଏବେ ଭାରତ ଫେରିଛନ୍ତି। ରୋମାନିଆରୁ ତାଙ୍କୁ ପ୍ରତ୍ୟର୍ପଣ କରାଯାଇଛି। ନଭେମ୍ବର ୧୭ରେ ସେ ମୁମ୍ବାଇରେ ପହଞ୍ଚିଥିବା ଜଣାପଡ଼ିଛି। ଏହି ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ED), ସିବିଆଇ ଓ ଇଣ୍ଟରପୋଲର ମିଳିତ ଉଦ୍ୟମରେ ଏହି ପ୍ରତ୍ୟର୍ପଣ ସମ୍ଭବ ହୋଇଛି।

ସପ୍ତାହକୁ ୬ରୁ ୧୧% ଲାଭର ଲୋଭ

EDର ତଦନ୍ତ ଅନୁସାରେ, ଅଭିଯୁକ୍ତ ଏକ ବହୁସ୍ତରୀୟ ମାର୍କେଟିଂ ଆଧାରିତ ପୋଞ୍ଜି ଯୋଜନା ଚଳାଇଥିଲେ। ଏଥିରେ ନିବେଶକଙ୍କୁ ପ୍ରତି ସପ୍ତାହରେ ୬ରୁ ୧୧ ପ୍ରତିଶତ ରିଟର୍ଣ୍ଣ ଦେବାର ପ୍ରତିଶ୍ରୁତି ଦିଆଯାଉଥିଲା। ଅଧିକ ଲାଭର ଏହି ପ୍ରଲୋଭନ ଦେଖାଇ ବହୁ ଲୋକଙ୍କଠାରୁ ନଗଦ ଟଙ୍କା ସଂଗ୍ରହ କରାଯାଇଥିବା ଅଭିଯୋଗ ହୋଇଛି।

ନଗଦ ଟଙ୍କାରୁ USDT, ହାୱାଲା ନେଟୱାର୍କରେ ଚାଲୁଥିଲା କାରବାର

ତଦନ୍ତରୁ ଜଣାପଡ଼ିଛି ଯେ, ଆବଶ୍ୟକୀୟ ଅନୁମୋଦନ ନଥାଇ ନିବେଶକଙ୍କଠାରୁ ବିପୁଳ ପରିମାଣର ନଗଦ ଟଙ୍କା ସଂଗ୍ରହ କରାଯାଉଥିଲା। ପରେ ଏହି ଟଙ୍କାକୁ ହାୱାଲା ନେଟୱାର୍କ ଜରିଆରେ ସ୍ଥାନାନ୍ତର କରି USDT କ୍ରିପ୍ଟୋକରେନ୍ସି କିଣିବାରେ ବ୍ୟବହାର କରାଯାଉଥିଲା। ଏହି ଅର୍ଥ କାରବାରରେ ଜାପିଚେଙ୍କୋଙ୍କର ପ୍ରମୁଖ ଭୂମିକା ଥିବା ED ଅଭିଯୋଗ କରିଛି।

ଇଣ୍ଟରପୋଲର ରେଡ୍ ନୋଟିସ୍, ରୋମାନିଆରେ ଗିରଫ

ଅଭିଯୁକ୍ତଙ୍କୁ ଧରିବା ପାଇଁ EDର ଅନୁରୋଧକ୍ରମେ ସିବିଆଇର ଇଣ୍ଟରପୋଲ ଡିଭିଜନ୍ ରେଡ୍ ନୋଟିସ୍ ଜାରି କରିଥିଲା। ପରେ ତାଙ୍କୁ ରୋମାନିଆରେ ଠାବ କରାଯାଇ ଗିରଫ କରାଯାଇଥିଲା। ଭାରତର ପ୍ରତ୍ୟର୍ପଣ ଅନୁରୋଧ ଓ ଆଇନଗତ ପ୍ରକ୍ରିୟା ପରେ ରୋମାନିଆ ସରକାର ତାଙ୍କୁ ଭାରତ ଆଣିବାକୁ ଅନୁମତି ଦେଇଥିଲେ।

୨୦୧୯ରୁ ୨୮୦ରୁ ଅଧିକ ଅପରାଧୀ ଭାରତ ଫେରିଲେ

ସିବିଆଇ ଅନୁସାରେ, ଭାରତରେ ଇଣ୍ଟରପୋଲର ନ୍ୟାସନାଲ ସେଣ୍ଟ୍ରାଲ ବ୍ୟୁରୋ ଭାବେ ଏହା ବିଦେଶରେ ଲୁଚି ରହିଥିବା ଅପରାଧୀଙ୍କୁ ଫେରାଇ ଆଣିବାରେ ବିଭିନ୍ନ ତଦନ୍ତକାରୀ ସଂସ୍ଥା ସହ ସମନ୍ୱୟ ରଖୁଛି। ଏହି ପ୍ରକ୍ରିୟାରେ ଭାରତପୋଲ ମଧ୍ୟ ସାମିଲ ରହିଛି। ୨୦୧୯ରୁ ଏପର୍ଯ୍ୟନ୍ତ ଇଣ୍ଟରପୋଲ ସହ ସମନ୍ୱୟ ଜରିଆରେ ୨୮୦ରୁ ଅଧିକ ୱାଣ୍ଟେଡ୍ ଅପରାଧୀଙ୍କୁ ଭାରତ ଫେରାଇ ଅଣାଯାଇଥିବା ସିବିଆଇ କହିଛି।

Crypto Fraud ED Investigation Interpol Red Notice Investment Fraud India Oleksandr Zapichenko Ponzi Scheme Romania Extradition USDT Money Laundering
Share. Facebook Twitter LinkedIn Email WhatsApp Copy Link

Related Posts

ରୁଷିଆରେ ଭୟଙ୍କର ବିମାନ ଦୁର୍ଘଟଣା: ୧୭ ମୃତ

November 17, 2026

କଳିଙ୍ଗ ଷ୍ଟାଡିଅମରେ ଯୁବ ମହୋତ୍ସବ- ଉମଙ୍ଗ

November 17, 2026

ମେକେଡାଟୁ ଡ୍ୟାମ୍‌କୁ ନେଇ ତାମିଲନାଡୁ ରାଜନୀତି ଉଷ୍ମ, ବିଜୟଙ୍କୁ ଘେରିଲା ଡିଏମକେ; କହିଲା- ‘ଏହା ଫିଲ୍ମି ମାମଲା ନୁହେଁ’

November 17, 2026

ବାତ୍ୟା ‘ଅକୱାନ୍’ ମୁକାବିଲା ପାଇଁ ଗଞ୍ଜାମ ପ୍ରସ୍ତୁତ, ପର୍ଯ୍ୟଟକଙ୍କୁ ବେଳାଭୂମି ମନା

November 17, 2026
Latest News

ସପ୍ତାହକୁ ୬ରୁ ୧୧% ରିଟର୍ଣ୍ଣର ଲୋଭ, ହଜାର ହଜାର ନିବେଶକଙ୍କୁ ଚୂନ: ରୋମାନିଆରୁ ଭାରତ ଫେରିଲା ଠକ!

November 17, 2026

ରୁଷିଆରେ ଭୟଙ୍କର ବିମାନ ଦୁର୍ଘଟଣା: ୧୭ ମୃତ

November 17, 2026

କଳିଙ୍ଗ ଷ୍ଟାଡିଅମରେ ଯୁବ ମହୋତ୍ସବ- ଉମଙ୍ଗ

November 17, 2026

ମେକେଡାଟୁ ଡ୍ୟାମ୍‌କୁ ନେଇ ତାମିଲନାଡୁ ରାଜନୀତି ଉଷ୍ମ, ବିଜୟଙ୍କୁ ଘେରିଲା ଡିଏମକେ; କହିଲା- ‘ଏହା ଫିଲ୍ମି ମାମଲା ନୁହେଁ’

November 17, 2026

ବାତ୍ୟା ‘ଅକୱାନ୍’ ମୁକାବିଲା ପାଇଁ ଗଞ୍ଜାମ ପ୍ରସ୍ତୁତ, ପର୍ଯ୍ୟଟକଙ୍କୁ ବେଳାଭୂମି ମନା

November 17, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.