Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ରାଜ୍ୟଗୋଷ୍ଠୀ କ୍ରୀଡ଼ା ଅଭିଯାନରେ ଯୋଗଦେବାକୁ ଦେଶର ଯୁବପିଢ଼ିଙ୍କୁ ଆମନ୍ତ୍ରଣ
ଆଜିର ଖବର

ରାଜ୍ୟଗୋଷ୍ଠୀ କ୍ରୀଡ଼ା ଅଭିଯାନରେ ଯୋଗଦେବାକୁ ଦେଶର ଯୁବପିଢ଼ିଙ୍କୁ ଆମନ୍ତ୍ରଣ

May 13, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link
ରାଜ୍ୟଗୋଷ୍ଠୀ କ୍ରୀଡ଼ା
ରାଜ୍ୟଗୋଷ୍ଠୀ କ୍ରୀଡ଼ା ଅଭିଯାନରେ ଯୋଗଦେବାକୁ ଦେଶର ଯୁବପିଢ଼ିଙ୍କୁ ଆମନ୍ତ୍ରଣ

ନୂଆଦିଲ୍ଲୀ: ଗୁଜରାଟର ଅହମ୍ମଦାବାଦରେ ଆୟୋଜିତ ହେବାକୁ ଥିବା ରାଜ୍ୟଗୋଷ୍ଠୀ କ୍ରୀଡା (ସିଡବ୍ଲୁ୍ଜି) ୨୦୩୦ ପୂର୍ବରୁ, ଭାରତୀୟ କ୍ରୀଡା ପ୍ରାଧିକରଣ (ଏସଏଆଇ) ମାଇଁ ଭାରତ ସହଯୋଗରେ ତିନୋଟି ଦେଶବ୍ୟାପୀ ସକ୍ରିୟ ସଂପୃକ୍ତି ପଦକ୍ଷେପ ଆରମ୍ଭ କରିଛି।

ଏହି ପଦକ୍ଷେପଗୁଡ଼ିକ ଦ୍ଵାରା ସାରା ଦେଶରେ ଖେଳୁଆଡ୍ ମନୋଭାବ, ସୃଜନଶୀଳତା ଏବଂ ଯୁବ ଅଂଶଗ୍ରହଣକୁ ପ୍ରୋତ୍ସାହିତ କରିବା ପାଇଁ ଲକ୍ଷ୍ୟ ରଖାଯାଇଛି। ଅଭିଯାନର ଅଂଶ ସ୍ୱରୂପ, ଅଂଶଗ୍ରହଣକାରୀମାନେ ରାଜ୍ୟଗୋଷ୍ଠୀ କ୍ରୀଡା ୨୦୩୦ ମଶାଲ ଡିଜାଇନ୍ ପ୍ରତିଯୋଗିତା’, ‘ସିଡବ୍ଲୁ୍ଜି ରିଲ୍ ଚ୍ୟାଲେଞ୍ଜ’ ଏବଂ ‘ରାଜ୍ୟଗୋଷ୍ଠୀ କ୍ରୀଡା ୨୦୩୦ କୁଇଜ୍’ରେ ଅଂଶଗ୍ରହଣ କରିପାରିବେ।

ଏଡି ପ୍ରତିଯୋଗିତା ମାଇଁ ଭାରତ ଉପଭୋକ୍ତାଙ୍କ ପାଇଁ ଖୋଲା ରହିଛି। ଏହା ‘ଭାରତରେ ରାଜ୍ୟଗୋଷ୍ଠୀ କ୍ରୀଡା ୨୦୩୦’ର ଦୃଷ୍ଟିକୋଣ ବିଷୟରେ ସଚେତନତା ଏବଂ ଉତ୍ସାହ ସୃଷ୍ଟି କରିବାକୁ ଚେଷ୍ଟା କରେ।

ରାଜ୍ୟଗୋଷ୍ଠୀ କ୍ରୀଡ଼ା ୨୦୩୦ ମଶାଲ ଡିଜାଇନ୍ ପ୍ରତିଯୋଗିତା

ରାଜ୍ୟଗୋଷ୍ଠୀ କ୍ରୀଡ଼ା ୨୦୩୦ ମଶାଲ ଡିଜାଇନ୍ ପ୍ରତିଯୋଗିତା’ ଭାରତର ସଂସ୍କୃତି, ଐତିହ୍ୟ, ନବସୃଜନ, ସ୍ଥିରତା ଏବଂ କ୍ରୀଡା ଉତ୍କର୍ଷତା ଦ୍ୱାରା ଅନୁପ୍ରାଣିତ ଏକ ମଶାଲ ଡିଜାଇନ୍ କରିବାକୁ ନାଗରିକମାନଙ୍କୁ ଆମନ୍ତ୍ରଣ କରୁଛି। ପ୍ରବେଶଗୁଡ଼ିକ ଡିଜିଟାଲ୍ ମାଧ୍ୟମରେ କିମ୍ବା ହାତରେ ଅଙ୍କିତ ଫର୍ମାଟରେ ୨୦୦ ଶବ୍ଦ ପର୍ଯ୍ୟନ୍ତ ଏକ ଇଚ୍ଛାଧୀନ ଧାରଣା ନୋଟ୍ ସହିତ ଦାଖଲ କରାଯାଇପାରିବ।

ଏହି ପ୍ରତିଯୋଗିତା ୧୧ ମେ’ ୨୦୨୬ ରୁ ୨୦ ମେ’ ୨୦୨୬ ପର୍ଯ୍ୟନ୍ତ ଅନଲାଇନରେ ଅନୁଷ୍ଠିତ ହେବ । ଅଂଶଗ୍ରହଣକାରୀମାନେ କେବଳ ଗୋଟିଏ ପ୍ରବେଶ ଦାଖଲ କରିପାରିବେ। ମନୋନୀତ ବିଜେତାମାନେ ଫିଟ୍ ଇଣ୍ଡିଆ ହାମ୍ପର ଏବଂ ସ୍ୱୀକୃତି ପ୍ରମାଣପତ୍ର ପାଇବେ। ଯୋଗ୍ୟ ଅଂଶଗ୍ରହଣକାରୀମାନେ ଡିଜିଟାଲ୍ ଅଂଶଗ୍ରହଣ ପ୍ରମାଣପତ୍ର ପାଇବେ।

ରାଜ୍ୟଗୋଷ୍ଠୀ କ୍ରୀଡ଼ା (ସିଡବ୍ଲୁ୍ଜି) ରିଲ୍ ଚ୍ୟାଲେଞ୍ଜ

‘ରାଜ୍ୟଗୋଷ୍ଠୀ କ୍ରୀଡ଼ା (ସିଡବ୍ଲୁ୍ଜି) ରିଲ୍ ଚ୍ୟାଲେଞ୍ଜ’, ଅଂଶଗ୍ରହଣକାରୀମାନଙ୍କୁ ଭାରତର ବିକଶିତ କ୍ରୀଡ଼ା ସଂସ୍କୃତି, ସ୍ଥାନୀୟ କ୍ରୀଡ଼ା ଭିତ୍ତିଭୂମି, ଫିଟନେସ୍ ଏବଂ ରାଜ୍ୟଗୋଷ୍ଠୀ କ୍ରୀଡ଼ା ୨୦୩୦ ଆୟୋଜନ ପାଇଁ ଉତ୍ସାହକୁ ପ୍ରଦର୍ଶିତ କରୁଥିବା ମୌଳିକ ରିଲ୍ ତିଆରି କରିବାକୁ ଉତ୍ସାହିତ କରେ।

ଅଂଶଗ୍ରହଣକାରୀମାନଙ୍କୁ ରାଜ୍ୟଗୋଷ୍ଠୀ କ୍ରୀଡ଼ା ୨୦୩୦ ପାଇଁ ଭାରତର ପ୍ରସ୍ତୁତିକୁ ସମର୍ଥନ କରିବା ଏବଂ ରାଜ୍ୟଗୋଷ୍ଠୀ କ୍ରୀଡ଼ା ୨୦୨୬ ପାଇଁ ଭାରତୀୟ ଦଳର ସଫଳତା କାମନା କରିବା ଲାଗି ବାର୍ତ୍ତା ଅନ୍ତର୍ଭୁକ୍ତ କରିବାକୁ ମଧ୍ୟ ଉତ୍ସାହିତ କରାଯାଉଛି। ରିଲ୍ ଅବଧି ୬୦ ସେକେଣ୍ଡରୁ ଅଧିକ ହେବା ଉଚିତ୍ ନୁହେଁ।

ଏହି ଚ୍ୟାଲେଞ୍ଜ ୦୭ ମେ’ ୨୦୨୬ ରୁ ୧୬ ମେ’ ୨୦୨୬ ପର୍ଯ୍ୟନ୍ତ ଚାଲିବ। ପ୍ରତି ଅଂଶଗ୍ରହଣକାରୀଙ୍କ ପାଇଁ ଗୋଟିଏ ପ୍ରବେଶ ଅନୁମତି ରହିବ। ଶ୍ରେଷ୍ଠ ପାଞ୍ଚ ରିଲ୍ ପ୍ରସ୍ତୁତକାରୀ ଭାରତୀୟ କ୍ରୀଡା ପ୍ରାଧିକରଣ ଠାରୁ ଫିଟ୍ ଇଣ୍ଡିଆ ହ୍ୟାମ୍ପର ପାଇବେ।

ରାଜ୍ୟଗୋଷ୍ଠୀ କ୍ରୀଡା ୨୦୩୦ କୁଇଜ୍

‘ରାଜ୍ୟଗୋଷ୍ଠୀ କ୍ରୀଡ଼ା ୨୦୩୦ କୁଇଜ୍’ ଭାରତର କ୍ରୀଡା ଐତିହ୍ୟକୁ ପାଳନ କରେ। ଏହା ରାଜ୍ୟଗୋଷ୍ଠୀ କ୍ରୀଡାରେ ଦେଶର ଯାତ୍ରା ବିଷୟରେ ସଚେତନତା ବୃଦ୍ଧି କରିବା ପାଇଁ ଲକ୍ଷ୍ୟ ରଖିଛି।

ଏହି କୁଇଜ୍‌ରେ ୫ ମିନିଟ୍ ମଧ୍ୟରେ ୧୦ଟି ବହୁବିକଳ୍ପ ପ୍ରଶ୍ନ ସମାପ୍ତ କରିବାକୁ ପଡିବ। ଅଂଶଗ୍ରହଣକାରୀମାନଙ୍କୁ ଯୋଗ୍ୟତା ହାସଲ କରିବା ପାଇଁ ଅତି କମରେ ୮ ନମ୍ବର ସ୍କୋର କରିବାକୁ ପଡିବ। ପ୍ରତି ଅଂଶଗ୍ରହଣକାରୀଙ୍କ ପାଇଁ କେବଳ ଗୋଟିଏ ପ୍ରୟାସ ଅନୁମତିପ୍ରାପ୍ତ।

ଏହି କୁଇଜ୍ ୦୯ ମେ’ ୨୦୨୬ ରୁ ୨୬ ସେପ୍ଟେମ୍ବର ୨୦୨୬ ପର୍ଯ୍ୟନ୍ତ ଖୋଲା ରହିବ ଏବଂ ପ୍ରତି ସପ୍ତାହରେ ଶ୍ରେଷ୍ଠ ପାଞ୍ଚ ଜଣ ବିଜେତାଙ୍କ ନାମ ଘୋଷଣା କରାଯିବ। ଅଂଶଗ୍ରହଣ ପ୍ରମାଣପତ୍ର ମଧ୍ୟ ପ୍ରଦାନ କରାଯିବ।

ସମସ୍ତ ତିନୋଟି ପ୍ରୟାସ ମାଗଣା ରହିବ ଏବଂ ଏହାର ଲକ୍ଷ୍ୟ ହେଉଛି ଭାରତର କ୍ରୀଡା ଆନ୍ଦୋଳନରେ ସାଧାରଣ ଜନତାଙ୍କ ସହଭାଗୀତାକୁ ବୃଦ୍ଧି କରିବା। ବିଶେଷ କରି ଯୁବପିଢ଼ିଙ୍କ ମଧ୍ୟରେ, ଉତ୍ସାହ ଏବଂ ସୃଜନଶୀଳତା, ଜାତୀୟ ଗୌରବର ଭାବନା ସୃଷ୍ଟି କରିବା ଏବଂ ୨୦୩୦ ରାଜ୍ୟଗୋଷ୍ଠୀ କ୍ରୀଡାର ସଫଳ ଆୟୋଜନ ପାଇଁ ସାମୂହିକ ଉତ୍ସାହକୁ ପ୍ରୋତ୍ସାହିତ କରିବା।

ଭାରତୀୟ କ୍ରୀଡା ପ୍ରାଧିକରଣ ମାଇଁ ଭାରତ ରାଜ୍ୟଗୋଷ୍ଠୀ କ୍ରୀଡ଼ା ରାଜ୍ୟଗୋଷ୍ଠୀ କ୍ରୀଡ଼ା ଅଭିଯାନ
Share. Facebook Twitter LinkedIn Email WhatsApp Copy Link

Related Posts

ଓଡ଼ିଶା ଆସୁଛନ୍ତି ଉପରାଷ୍ଟ୍ରପତି

November 15, 2026

ରାହୁଲଙ୍କୁ ଅମିତ ଶାହଙ୍କ କଡ଼ା ଟାର୍ଗେଟ୍: ଦେଶକୁ ବଦନାମ କରି କ୍ଷମତା ମିଳିବନି, କଂଗ୍ରେସକୁ ଶୁଣାଇଲେ ୧୨ ଲକ୍ଷ କୋଟିର ହିସାବ!

November 15, 2026

ମଦ୍ୟପ ସ୍ୱାମୀଙ୍କ ନିର୍ଯାତନାର ଭୟଙ୍କର ପରିଣତି! ବିଦ୍ୟୁତ୍ ଆଘାତ ଦେଇ ହତ୍ୟା ଅଭିଯୋଗ

November 15, 2026

ଏସିଆ ରଗ୍‌ବୀ ଏମିରେଟ୍ସ ଅଣ୍ଡର-୨୦ ସେଭେନ୍ସ ଚାମ୍ପିୟନସିପ୍ ଉଦ୍‌ଯାପିତ

November 15, 2026
Latest News

ରାଶିଫଳ: ଆଜି ନଭେମ୍ବର ୧୬ ତାରିଖ ସୋମବାରରେ ଏହି ରାଶିର ବ୍ୟକ୍ତିମାନେ ରୁହନ୍ତୁ ସାବଧାନ

November 16, 2026

ଓଡ଼ିଶା ଆସୁଛନ୍ତି ଉପରାଷ୍ଟ୍ରପତି

November 15, 2026

ରାହୁଲଙ୍କୁ ଅମିତ ଶାହଙ୍କ କଡ଼ା ଟାର୍ଗେଟ୍: ଦେଶକୁ ବଦନାମ କରି କ୍ଷମତା ମିଳିବନି, କଂଗ୍ରେସକୁ ଶୁଣାଇଲେ ୧୨ ଲକ୍ଷ କୋଟିର ହିସାବ!

November 15, 2026

ମଦ୍ୟପ ସ୍ୱାମୀଙ୍କ ନିର୍ଯାତନାର ଭୟଙ୍କର ପରିଣତି! ବିଦ୍ୟୁତ୍ ଆଘାତ ଦେଇ ହତ୍ୟା ଅଭିଯୋଗ

November 15, 2026

ପଞ୍ଚାୟତ ନିର୍ବାଚନ ପାଇଁ ରାଜନୈତିକ ଅଙ୍କକଷା, ଗାଁ ବୁଲିଲେଣି ନେତା

November 15, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.