BREAKING NEWS: ମୁଲାୟମ ସିଂ ଯାଦବଙ୍କ ପରଲୋକ

Published: Oct 10, 2022, 9:58 am IST

Mulayam Singh Yadav Death News: ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ସମାଜବାଦୀ ପାର୍ଟିର ପ୍ରତିଷ୍ଠାତା ମୁଲାୟମ ସିଂ ଯାଦବଙ୍କ ଦେହାନ୍ତ ହୋଇଛି। ସେ ଆଜି ଅର୍ଥାତ ଅକ୍ଟୋବର ୧୦ ତାରିଖ ସକାଳ ୮:୧୬ ମିନଟରେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୮୨ ବର୍ଷ ବୟସ ହୋଇଥିଲା।

ଗତ ୨୨ ଅଗଷ୍ଟରେ ନିଶ୍ୱାସ ପ୍ରଶ୍ୱାସ ନେବାରେ ଅସୁବିଧା ହେବାରୁ ତାଙ୍କୁ ମେଦାନ୍ତ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। କିଛିଦନ ପରେ ତାଙ୍କର ସ୍ବାସ୍ଥ୍ୟ ଅବସ୍ଥା ଗୁରୁତର ହୋଇପଡିଥିଲା। ଅକ୍ଟୋବର ୧ ତାରିଖ ରାତିରେ ତାଙ୍କୁ ଆଇସିୟୁକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ଡାକ୍ତରଙ୍କ ଏକ ପ୍ୟାନେଲ ଗଠନ କରାଯାଇ ଚିକିତ୍ସା କରାଯାଉଥିଲା। ହେଲେ ଡାକ୍ତରଙ୍କ ସମସ୍ତ ଚେଷ୍ଠା ସତ୍ବେ ତାଙ୍କର ପରଲୋକ ଘଟିଥିଲା।

ଚଳିତ ବର୍ଷ ଜୁଲାଇରେ ମୁଲାୟମ ସିଂ ଯାଦବଙ୍କ ଧର୍ମପତ୍ନୀ ସାଧନା ଗୁପ୍ତାଙ୍କ ଦେହାନ୍ତ ହୋଇଥିଲା। ଫୁସଫୁସ ସଂକ୍ରମଣ ହେତୁ ଗୁରୁଗ୍ରାମର ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସା ପରେ ତାଙ୍କର ମୃତ୍ୟୁ ହୋଇଥିଲା। ସାଧନା ମୁଲାୟମ ସିଂ ଯାଦବଙ୍କ ଦ୍ୱିତୀୟ ପତ୍ନୀ ଥିଲେ। ତାଙ୍କର ପ୍ରଥମ ପତ୍ନୀ ମାଳତୀ ଦେବୀ ୨୦୦୩ ରେ ଦେହାନ୍ତ କରିଥିଲେ। ମାଳତୀ ଦେବୀ ଅଖିଳେଶ ଯାଦବଙ୍କ ମାତା ଥିଲେ।

Related posts