Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»୫-ଟି’ ଉପକ୍ରମରେ ଲୋକସମ୍ପର୍କ ଅଧିକାରୀମାନେ କାମ କରିବାକୁ ସଂଜୟ ସିଂ ଙ୍କ ନିର୍ଦ୍ଦେଶ
ଆଜିର ଖବର

୫-ଟି’ ଉପକ୍ରମରେ ଲୋକସମ୍ପର୍କ ଅଧିକାରୀମାନେ କାମ କରିବାକୁ ସଂଜୟ ସିଂ ଙ୍କ ନିର୍ଦ୍ଦେଶ

October 14, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link
୫-ଟି’ ଉପକ୍ରମରେ ଲୋକସମ୍ପର୍କ ଅଧିକାରୀମାନେ କାମ କରିବାକୁ ସଂଜୟ ସିଂ ଙ୍କ ନିର୍ଦ୍ଦେଶ

ଭୁବନେଶ୍ବର: ଅଧୁନା ବୈଷୟିକ ବିଜ୍ଞାନର ଦ୍ରୁତ ପରିବର୍ତ୍ତନ ଘଟୁଛି। ସେହି ଅନୁସାରେ ଆଇନ୍, ନିୟମ କାନୁନ୍ ଏବଂ କାରବାରରେ ପରିବର୍ତ୍ତନ କରାଯାଉଛି। ରାଜ୍ୟ ସରକାର ଏବେ ‘୫-ଟି’ ଉପକ୍ରମ ଆଧାରରେ ଜନସାଧାରଣଙ୍କୁ ତ୍ୱରିତସେବା ପ୍ରଦାନ କରିବାକୁ ପ୍ରତିବଦ୍ଧ ହୋଇ କାର୍ଯ୍ୟ କରୁଛନ୍ତି। ‘୫-ଟି’ ଉପକ୍ରମ ଆଧାରରେ ବିଭିନ୍ନ ବିଭାଗର ଜନକଲ୍ୟାଣକାରୀ କାର୍ଯ୍ୟକ୍ରମର ସଫଳ ରୂପାୟନରେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀମାନେ ଅଗ୍ରଣୀ ଭୂମିକା ନିର୍ବାହ କରନ୍ତୁ। ଏହିପରି ଏକ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ସଞ୍ଜୟ କୁମାର ସିଂ।

ସୂଚନା ଓ ଲୋକ ସଂପର୍କ ବିଭାଗ ତରଫରୁ ଭୂବନେଶ୍ୱର ସ୍ଥିତ ମଧୁସୂଦନ ଦାସ ଆଂଚଳିକ ବିତ୍ତୀୟ ପରିଚାଳନା ପ୍ରତିଷ୍ଠାନ ଠାରେ ଆୟୋଜିତ ଏହି ତିନି ଦିନିଆ ପ୍ରଶିକ୍ଷଣ କାର୍ଯ୍ୟକ୍ରମକୁ ଉଦଘାଟନ କରି ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ସିଂ ଏହା କହିଛନ୍ତି। ଏହି ପରିପ୍ରେକ୍ଷୀରେ ଶ୍ରୀ ସିଂ କହିଥିଲେ ଯେ, ଶିଖିବାର କୌଣସି ବୟସ ସୀମା ନାହିଁ ।କାର୍ଯ୍ୟରତ ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀମାନଙ୍କୁପ୍ରଶିକ୍ଷଣ ଫଳରେ ସେମାନଙ୍କର ଦକ୍ଷତା ବୃଦ୍ଧି ଘଟିବ ଓ ସରକାରୀ କାର‌୍ୟ୍ୟକ୍ରମର ସଫଳ ରୂପାୟନ ଓ ପ୍ରଚାର ପ୍ରସାର ଦିଗରେସେମାନେ ଅଧିକ ଦକ୍ଷତାର ସହ କାର‌୍ୟ୍ୟନିର୍ବାହ କରିପାରିବେ ବୋଲି ଶ୍ରୀ ସିଂ ପ୍ରକାଶ କରିଛନ୍ତି।

ଏଥି ସହିତ ବିଭାଗୀୟ ଅଧିକାରୀମାନଙ୍କୁପ୍ରତିବର୍ଷ ପ୍ରଶିକ୍ଷଣ ପାଇଁ ବାର୍ଷିକ କ୍ୟାଲେଣ୍ଡର ପ୍ରସ୍ତୁତି, ଭାରତୀୟ ଜନ ସଂଚାର ସଂସ୍ଥାନ,ଢେଙ୍କାନାଳ ସମେତ ଅନ୍ୟ ରାଜ୍ୟରେ ଥିବା ସୂଚନା ଓ ପ୍ରସାରଣ ବ୍ୟବସ୍ଥା ସମ୍ପର୍କରେ ଜାଣିବା ପାଇଁ ଷ୍ଟଡି ଟୁର ବା ଶୈକ୍ଷିକ ଭ୍ରମଣ ବ୍ୟବସ୍ଥା କରାଯିବାର ଆବଶ୍ୟକତା ଥିବା ସମ୍ପର୍କରେ ସେ ମତବ୍ୟକ୍ତ କରିଥିଲେ। ସେହିପରି ବିଭାଗର ସୂଚନା ଅଧିକାରୀ,କ୍ୟାମେରାମ୍ୟାନ, ଫଟୋଗ୍ରାଫର ଆଦିଙ୍କୁ ବିଜୁ ପଟ୍ଟନାୟକ ଚଳଚିତ୍ର ଓ ଟେଲିଭିଜନ ଇନଷ୍ଟିଚ୍ୟୁଟ୍ ରେ ପ୍ରଶିକ୍ଷଣ ଦିଆଯିବା ନେଇ ସେ ଗୁରୁତ୍ୱାରୋପ କରିଥିଲେ।

କାର୍ଯ୍ୟକ୍ରମରେ ବିଭାଗର ନିର୍ଦ୍ଦେଶକ ଶ୍ରୀ ଇନ୍ଦ୍ରମଣି ତ୍ରିପାଠୀ ଯୋଗଦେଇ କହିଲେ ଯେ, ଇତି ମଧ୍ୟରେ ସୂଚନା ସେବା ଅଧିକାରୀମାନଙ୍କ କ୍ୟାଡର ପୁନର୍ଗଠନ କରାଯାଇଛି। କେତେକ ଅଧିକାରୀ ପଦୋନ୍ନୋତି ପାଇଛନ୍ତି। ଆୟୋଜିତ ଏହି ପ୍ରଶିକ୍ଷଣ, ବିଭାଗୀୟ ଅଧିକାରୀମାନଙ୍କର ଦକ୍ଷତା ବୃଦ୍ଧି ସହିତ ସେମାନଙ୍କୁ ବିତ୍ତୀୟ ଶୃଙ୍ଖଳା ଅନୁପାଳନ ପୂର୍ବକ ସୁଚାରୁରୂପେ କାର୍ଯ୍ୟ ସଂପାଦନ କରିବାରେ ସହାୟକ ହେବ ବୋଲି ଶ୍ରୀ ତ୍ରିପାଠୀ କହିଥିଲେ।

ଆଜିର ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ମଧୁସୂଦନ ଦାସ ଆଂଚଳିକ ବିତ୍ତୀୟ ପରିଚାଳନା ପ୍ରଶିକ୍ଷଣ ପ୍ରତିଷ୍ଠାନର ପାଠ୍ୟକ୍ରମ ନିର୍ଦ୍ଦେଶକ ତଥା ଯୁଗ୍ମ ନିର୍ଦ୍ଦେଶିକକ୍ଷ ଶ୍ରୀମତୀ ଚିରସ୍ମିତା ସାହୁ, ଅବସରପ୍ରାପ୍ତ ବିତ୍ତ ଅଧିକାରୀ (ଏ.ଜି) ଶ୍ରୀ ଶରତ ଚନ୍ଦ୍ର ରାୟ, ରାଜ୍ୟ କୋଷାକାର ନିର୍ଦ୍ଦେଶାଳୟର ଯୁଗ୍ମ ନିର୍ଦ୍ଦେଶକ ଶ୍ରୀ ଦୀପକ ରଂଜନ ଚୌଧୁରୀ ପ୍ରଶିକ୍ଷଣ ପ୍ରଦାନ କରି ଓ.ଜି.ଏଫ୍.ଆର୍ ଏବଂ ଡି.ଏଫ୍.ପି.ଆର୍ ଅନୁଯାୟୀ ଦ୍ରବ୍ୟ କ୍ରୟ, ଡିଡିଓ ମାନଙ୍କର ଭୂମିକା, ସମନ୍ୱିତ ବିତ୍ତୀୟ ପରିଚାଳନା ବ୍ୟବସ୍ଥାରେ ଅନ୍ ଲାଇନ୍ ଯୋଗେ ବିଲ୍ ଦାଖଲ ପ୍ରକ୍ରିୟା ଆଦି ସଂପର୍କରେ ପୁଙ୍ଖାନୁପୁଙ୍ଖ ଭାବେ ବୁଝାଇଥିଲେ।

ଏହି ତିନିଦିନିଆ ପ୍ରଶିକ୍ଷଣ ଶିବିରରେ ବଜେଟ୍ ପ୍ରସ୍ତୁତି, ପେନସନ ନିୟମ, ସରକାରୀ ବିତ୍ତୀୟ ବ୍ୟବସ୍ଥା ଓ ଅଡିଟ୍, ଆୟକର ପ୍ରଦାନରେ ଟିଡିଏସ୍ ବ୍ୟବସ୍ଥା, ଜି.ଏସ୍.ଟି., ଜି.ଇ.ଏମ୍ ପୋର୍ଟାଲର ବ୍ୟବହାର ଆଦି ସଂପର୍କରେ ପ୍ରଶିକ୍ଷଣ ଦିଆଯିବାର ବ୍ୟବସ୍ଥା କରାଯାଇଛି । ଆୟୋଜିତ ପ୍ରଶିକ୍ଷଣର ଏହି ଉଦ୍ଘାଟନୀ କାର‌୍ୟ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ସୂଚନା ଓ ଲୋକ ସଂପର୍କ ବିଭାଗର ଯୁଗ୍ମ ଶାସନ ସଚିବ ଶ୍ରୀମତୀ ବିଷ୍ଣୁପ୍ରିୟା ସାହୁଙ୍କ ସମେତ ବିଭାଗର ଉପଶାସନ ସଚିବ ଶ୍ରୀ ମନ୍ୟୁପ୍ରକାଶ ଆଚାର୍ଯ୍ୟ,ଉପବିଭାଗ ଅଧିକାରୀ ଶ୍ରୀ ସୌମ୍ୟରଂଜନବିଶ୍ୱାଳ ଏବଂ ମଧୁସୂଦନ ଦାସ ଆଂଚଳିକ ବିତ୍ତୀୟ ପରିଚାଳନା ପ୍ରତିଷ୍ଠାନର ଉପ ନିର୍ଦ୍ଦେଶକ ଶ୍ରୀ ଭାନୁ ମଙ୍ଗଳ ଦାସପ୍ରମୁଖ ଉପସ୍ଥିତ ରହି କାର‌୍ୟ୍ୟକ୍ରମ ପରିଚାଳନା କରିଥିବାବେଳେ ସୂଚନା ଓ ଲୋକସମ୍ପର୍କ ବିଭାଗ ବିତ୍ତ ଅଧିକାରୀ ଶ୍ରୀ ପୃଥ୍ୱୀରାଜ ପାଣି ଏହି ପ୍ରଶିକ୍ଷଣ କାର‌୍ୟ୍ୟକ୍ରମର ଉପାଦେୟତା ସଂପର୍କରେ ବର୍କ୍ତବ୍ୟ ରଖିବା ସହିତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

ସୂଚନା ଓ ଲୋକ ସଂପର୍କ ବିଭାଗ
Share. Facebook Twitter LinkedIn Email WhatsApp Copy Link

Related Posts

ଟିଏମସି ଏବଂ ବିଜେପି ମଧ୍ୟରେ ଲଢ଼େଇର ଶିକାର ହେଉଛନ୍ତି ଯୁବଗୋଷ୍ଠୀ

April 21, 2026

ଚାଷୀଙ୍କୁ ମିଳିଲା ସିଏମ କିଷାନ ଟଙ୍କା

April 20, 2026

କଟକରେ ଆସନ୍ତା ତିନିଦିନ ପାଇଁ ସ୍କୁଲ ଓ କଲେଜ ଛୁଟି ଘୋଷଣା

April 20, 2026

ଗଞ୍ଜାମ ଜିଲ୍ଲାରେ ତିନିଦିନ ସ୍କୁଲ ଛୁଟି

April 20, 2026
Latest News

ଟିଏମସି ଏବଂ ବିଜେପି ମଧ୍ୟରେ ଲଢ଼େଇର ଶିକାର ହେଉଛନ୍ତି ଯୁବଗୋଷ୍ଠୀ

April 21, 2026

ଚାଷୀଙ୍କୁ ମିଳିଲା ସିଏମ କିଷାନ ଟଙ୍କା

April 20, 2026

କଟକରେ ଆସନ୍ତା ତିନିଦିନ ପାଇଁ ସ୍କୁଲ ଓ କଲେଜ ଛୁଟି ଘୋଷଣା

April 20, 2026

ଗଞ୍ଜାମ ଜିଲ୍ଲାରେ ତିନିଦିନ ସ୍କୁଲ ଛୁଟି

April 20, 2026

ଭାରତୀୟ ନୌସେନାର ପ୍ରଶିକ୍ଷଣରତ ଅଗ୍ନିବୀରଙ୍କ ମୃତଦେହ ଉଦ୍ଧାର

April 20, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.