Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଆଇସିଏଆର–କେନ୍ଦ୍ରୀୟ କୃଷିରତ ମହିଳା ପ୍ରତିଷ୍ଠାନ ପକ୍ଷରୁ ରାଷ୍ଟ୍ରୀୟ ମହିଳା କିଷାନ ଦିବସ ପାଳିତ
ଆଜିର ଖବର

ଆଇସିଏଆର–କେନ୍ଦ୍ରୀୟ କୃଷିରତ ମହିଳା ପ୍ରତିଷ୍ଠାନ ପକ୍ଷରୁ ରାଷ୍ଟ୍ରୀୟ ମହିଳା କିଷାନ ଦିବସ ପାଳିତ

October 15, 2022No Comments3 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ବର: ଭାରତୀୟ କୃଷି ଗବେଷଣା ପରିଷଦ – କେନ୍ଦ୍ରୀୟ କୃଷିରତ ମହିଳା ପ୍ରତିଷ୍ଠାନ (ଆଇସିଏଆର-ସିଆଇଡବ୍ଲୁଏ), ଭୁବନେଶ୍ବର ପକ୍ଷରୁ  ରାଷ୍ଟ୍ରୀୟ ମହିଳା କିଷାନ ଦିବସ ପାଳିତ ହୋଇଯାଇଛି। କୃଷି କ୍ଷେତ୍ରରେ ମହିଳା ଚାଷୀଙ୍କ ଉଲ୍ଲେଖନୀୟ ଯୋଗଦାନ ଏବଂ ଅଂଶଗ୍ରହଣକୁ ପାଳନ କରିବା ଲାଗି ଏହି ଦିବସ ପାଳନ କରାଯାଇଥାଏ। ଚଳିତ ବର୍ଷ ଏହି ଦିବସର ଏକ ଅତିରିକ୍ତ ମହତ୍ବ ରହିଛି କାରଣ ଅପପୁଷ୍ଟି ଦୂରୀକରଣ ଏବଂ ପୋଷଣ ସୁରକ୍ଷା ବଢ଼ାଇବା ଲାଗି ମହିଳା ଚାଷୀଙ୍କ ଗୁରୁତ୍ବପୂର୍ଣ୍ଣ ଭୂମିକା ଉପରେ ଏଥର ଗୁରୁତ୍ବାରୋପ କରାଯାଇଛି।

ଏହି କାର୍ଯ୍ୟକ୍ରମରେ କେନ୍ଦ୍ର କୃଷି ଏବଂ କୃଷକ କଲ୍ୟାଣ ରାଷ୍ଟ୍ର ମନ୍ତ୍ରୀ କୈଳାସ ଚୌଧୁରୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ନିଜର ଅଭିଭାଷଣରେ ସେ ଦେଶବ୍ୟାପୀ କୃଷି କ୍ଷେତ୍ରରେ ମହିଳା ଚାଷୀଙ୍କ ଉଲ୍ଲେଖନୀୟ ଯୋଗଦାନକୁ ପ୍ରଶଂସା କରିବା ସହିତ ସେମାନଙ୍କୁ ଅନ୍ୟମାନଙ୍କ ପାଇଁ ପ୍ରେରଣା ବୋଲି କହିଥିଲେ। ମହିଳା ଚାଷୀଙ୍କ ସମ୍ଭାବନାକୁ ବଢ଼ାଇବା ଲାଗି କୃଷି କ୍ଷେତ୍ରରେ ଲିଙ୍ଗଗତ ସମାନତା ଉପରେ ସେ ଜୋର ଦେଇଥିଲେ। ଏହାବ୍ୟତୀତ ସେ ପୁଷ୍ଟିସାଧନ ବୃଦ୍ଧିର ଆବଶ୍ୟକତା ଉପରେ ଜୋର ଦେବା ସହିତ ଗ୍ରାମୀଣ ପରିବାରର ସାମଗ୍ରିକ ବିକାଶ ପାଇଁ ଏହି କ୍ଷେତ୍ରରେ ବହୁମୁଖି ପ୍ରୟାସର ଆବଶ୍ୟକତା ରହିଛି ବୋଲି କହିଥିଲେ।

ଏହି କାର୍ଯ୍ୟକ୍ରମରେ ସ୍ବତନ୍ତ୍ର ଅତିଥି ଭାବେ ଯୋଗ ଦେଇଥିଲେ ଡିଏଆରଇ ସଚିବ ତଥା ନୂଆଦିଲ୍ଲୀ ଆଇସିଏଆରର ମହାନିର୍ଦ୍ଦେଶକ ଡକ୍ଟର ହିମାଂଶୁ ପାଠକ। ମହିଳା ଚାଷୀଙ୍କୁ ମୁଖ୍ୟଧାରାକୁ ଆଣିବା ଲାଗି ଅନ୍ୟ ଆଇସିଏଆର ସଂସ୍ଥାନ ସହିତ ସହଭାଗିତା ଭିତରେ ଗବେଷଣା କାର୍ଯ୍ୟ କରିବା ଉପରେ ସେ ଜୋର ଦେଇଥିଲେ। ଆହୁରି ସେ କହିଥିଲେ ଯେ, ଆଇସିଏଆର-ସିଆଇଡବ୍ଲୁଏ ଏପରି ଏକ ମଡେଲ ବିକଶିତ କରିବା ଉଚିତ ଯାହାକି ମହିଳା ସଶକ୍ତିକରଣ ପାଇଁ ବିଶ୍ବସ୍ତରରେ ଗ୍ରହଣୀୟ ହୋଇପାରିବ।

ପ୍ରାଣୀ ବିଜ୍ଞାନ ଉପ ମହାନିର୍ଦ୍ଦେଶକ ଡକ୍ଟର ବି.ଏନ. ତ୍ରିପାଠୀ ପଶୁପାଳନ କ୍ଷେତ୍ରରେ ମହିଳା ଚାଷୀଙ୍କ ଯୋଗଦାନକୁ ପ୍ରଶଂସା କରିବା ସହିତ  ଏହି କ୍ଷେତ୍ରରେ ରହିଥିବା ଉଦ୍ୟମିତା ସମ୍ଭାବନା ବିଷୟରେ ଉଲ୍ଲେଖ କରିଥିଲେ। ମତ୍ସ୍ୟ ବିଜ୍ଞାନ ଉପ ମହାନିର୍ଦ୍ଦେଶକ ଡକ୍ଟର. ଜେ. କେ. ଜେନା ମହିଳା ଚାଷୀଙ୍କ ପାଇଁ ଲାଭଜନକ ମାଛ ଚାଷ ନିମନ୍ତେ ଗାଁ ପୋଖରୀର ଉପଯୋଗ ଏବଂ ଏହି କ୍ଷେତ୍ରରେ ରହିଥିବା ସୁଯୋଗ ଉପରେ ଆଲୋକପାତ କରିଥିଲେ।

କୃଷି ଶିକ୍ଷା ଉପ ମହାନିର୍ଦ୍ଦେଶକ ଡକ୍ଟର ଆର. ସି. ଅଗ୍ରୱାଲ ତାଙ୍କର ଅଭିଭାଷଣରେ ରାଷ୍ଟ୍ରୀୟ ମହିଳା କିଷାନ ଦିବସର ତାତ୍ପର୍ଯ୍ୟ ଉପରେ ଆଲୋକପାତ କରିବା ସହିତ ପୋଷଣ ଅଭିଯାନ ଜରିଆରେ ନ୍ୟୁଟ୍ରି-ସ୍ମାର୍ଟ ବା ପୋଷଣ ସଚେତନ ଗ୍ରାମରେ ଆଇସିଏଆର-ସିଆଇଡବ୍ଲୁଏ ପକ୍ଷରୁ କରାଯାଉଥିବା ପ୍ରୟାସ ବିଷୟରେ ସୂଚନା ଦେଇଥିଲେ। ନ୍ୟୁଟ୍ରି – ସ୍ମାର୍ଟ ଗ୍ରାମ ବିକାଶରେ ସବିଶେଷ ଯୋଗଦାନ ଦେବା ଲାଗି ସେ ମହିଳା ଚାଷୀମାନଙ୍କୁ ନିବେଦନ କରିଥିଲେ।

କାର୍ଯ୍ୟକ୍ରମ ପ୍ରାରମ୍ଭରେ ଆଇସିଏଆର-ସିଆଇଡବ୍ଲୁଏ ନିର୍ଦ୍ଦେଶକ ଡକ୍ଟର ଅନିଲ କୁମାର  କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିବା ପ୍ରତିନିଧି ଓ ଅଂଶଗ୍ରହଣକାରୀମାନଙ୍କୁ ସ୍ବାଗତ ଜଣାଇଥିଲେ। ଏହି କାର୍ଯ୍ୟକ୍ରମରେ କୃଷି ବିଜ୍ଞାନୀମାନେ ଦୀର୍ଘସ୍ଥାୟୀ କୃଷି ପ୍ରଣାଳୀ, ବିଭିନ୍ନ ପ୍ରକାରର ଫସଲ ଏବଂ ଚାଷ ପରିଚାଳନ ଉପରେ ମହିଳା ଚାଷୀଙ୍କୁ ସଦ୍ୟତମ ଜ୍ଞାନ ପ୍ରଦାନ କରିଥିଲେ। ଏହି ଅବସରରେ ପୋଷକ ତତ୍ତ୍ବ ଥିବା ବିଭିନ୍ନ ପ୍ରକାର ଫସଲ ଓ ଖାଦ୍ୟ ସାମଗ୍ରୀକୁ ନେଇ ଏକ ପ୍ରଦର୍ଶନୀ ଆୟୋଜନ କରାଯାଇଥିଲା। ନ୍ୟୁଟ୍ରି-ସ୍ମାର୍ଟ ଗ୍ରାମର ମହିଳା ଚାଷୀମାନେ ସେମାନଙ୍କ ପୋଷକ ତତ୍ତ୍ବଯୁକ୍ତ ଖାଦ୍ୟ ସାମଗ୍ରୀ ପ୍ରଦର୍ଶିତ କରିଥିଲେ। ଏହି ସମାରୋହରେ ପ୍ରତିଷ୍ଠାନ ପକ୍ଷରୁ ପୋଷ୍ୟ ଗ୍ରାମ ଭାବେ ଗ୍ରହଣ କରାଯାଇଥିବା ଗ୍ରାମରୁ ୩୦୦ରୁ ଅଧିକ ମହିଳା ଚାଷୀ ଅଂଶଗ୍ରହଣ କରିଥିଲେ। ଏହାଛଡ଼ା ସାରା ଦେଶରୁ ୫୦୦ରୁ ଅଧିକ ମହିଳା ଚାଷୀ ଡିଜିଟାଲ ମାଧ୍ୟମରେ କାର୍ଯ୍ୟକ୍ରମ ସହ ଯୋଡ଼ି ହୋଇଥିଲେ। ଏହି କାର୍ଯ୍ୟକ୍ରମ ବହୁସଂଖ୍ୟକ ମହିଳା ଚାଷୀଙ୍କୁ ସେମାନଙ୍କର ସଫଳତା ଓ ଅଭିଜ୍ଞତା ବାଣ୍ଟିବା ଲାଗି ଏକ ମଞ୍ଚ ଯୋଗାଇ ଦେଇଥିଲା। କୃଷି ଏବଂ ଆନୁସଙ୍ଗିକ କ୍ଷେତ୍ରରେ ସେମାନଙ୍କର ଉଲ୍ଲେଖନୀୟ ପ୍ରଦର୍ଶନ ଲାଗି ପ୍ରଗତିଶୀଳ ମହିଳା ଚାଷୀମାନଙ୍କୁ ଏହି ଅବସରରେ ପୁରସ୍କୃତ କରାଯାଇଥିଲା। ଶେଷରେ ଆଇସିଏଆର-ସିଆଇଡବ୍ଲୁଏର ପ୍ରମୁଖ ବୈଜ୍ଞାନିକ ତଥା କାର୍ଯ୍ୟକ୍ରମର ସଂଯୋଜିକା ଡକ୍ଟର ଲିପି ଦାସ ଧନ୍ୟବାଦ ଅର୍ପଣ କରିଥିଲେ।

ଆଇସିଏଆର ଭୁବନେଶ୍ବର
Share. Facebook Twitter LinkedIn Email WhatsApp Copy Link

Related Posts

ପ୍ରଶଂସନୀୟ କାର୍ଯ୍ୟ ପାଇଁ ଦୁଇଜଣ ରେଳ କର୍ମଚାରୀଙ୍କୁ ପୂର୍ବତଟ ରେଳପଥ ମହାପ୍ରବନ୍ଧକଙ୍କ ଦ୍ୱାରା ସମ୍ମାନିତ

March 23, 2026

IPL 2026: ଦିଲ୍ଲୀ କ୍ୟାପିଟାଲ୍ସର ବଦଳିବ ପ୍ଲେଇଂ ଇଲେଭେନ, KL ରାହୁଲଙ୍କୁ ମିଳିବ ବଡ଼ ଦାୟିତ୍ୱ

March 23, 2026

“ମୁଁ ପ୍ରଧାନମନ୍ତ୍ରୀ ମୋଦିଙ୍କ ଅଭିଭାଷଣକୁ ସ୍ୱାଗତ କରୁଛି”: ପ୍ରିୟଙ୍କା ଚତୁର୍ବେଦୀଙ୍କ ବଡ଼ ବୟାନ

March 23, 2026

ସଫଳତା ହାସଲ କରିଥିବା ଓଡ଼ିଶା ପୋଲିସର କ୍ରୀଡ଼ାବିତମାନଙ୍କୁ ସମ୍ବର୍ଦ୍ଧିତ କଲେ ଡିଜିପି

March 23, 2026
Latest News

ପ୍ରଶଂସନୀୟ କାର୍ଯ୍ୟ ପାଇଁ ଦୁଇଜଣ ରେଳ କର୍ମଚାରୀଙ୍କୁ ପୂର୍ବତଟ ରେଳପଥ ମହାପ୍ରବନ୍ଧକଙ୍କ ଦ୍ୱାରା ସମ୍ମାନିତ

March 23, 2026

IPL 2026: ଦିଲ୍ଲୀ କ୍ୟାପିଟାଲ୍ସର ବଦଳିବ ପ୍ଲେଇଂ ଇଲେଭେନ, KL ରାହୁଲଙ୍କୁ ମିଳିବ ବଡ଼ ଦାୟିତ୍ୱ

March 23, 2026

“ମୁଁ ପ୍ରଧାନମନ୍ତ୍ରୀ ମୋଦିଙ୍କ ଅଭିଭାଷଣକୁ ସ୍ୱାଗତ କରୁଛି”: ପ୍ରିୟଙ୍କା ଚତୁର୍ବେଦୀଙ୍କ ବଡ଼ ବୟାନ

March 23, 2026

ସଫଳତା ହାସଲ କରିଥିବା ଓଡ଼ିଶା ପୋଲିସର କ୍ରୀଡ଼ାବିତମାନଙ୍କୁ ସମ୍ବର୍ଦ୍ଧିତ କଲେ ଡିଜିପି

March 23, 2026

ତିନୋଟି ନୂତନ ଉପକ୍ରମର ଘୋଷଣା କଲେ କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ

March 23, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.