Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ଧଉଳି ଶାନ୍ତିସ୍ତୂପର ସୁବର୍ଣ୍ଣ ଜୟନ୍ତୀ ଉପଲକ୍ଷେ ଶାନ୍ତି ଶୋଭାଯାତ୍ରା
ଜାତୀୟ ଖବର

ଧଉଳି ଶାନ୍ତିସ୍ତୂପର ସୁବର୍ଣ୍ଣ ଜୟନ୍ତୀ ଉପଲକ୍ଷେ ଶାନ୍ତି ଶୋଭାଯାତ୍ରା

October 27, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଧଉଳି ଶାନ୍ତିସ୍ତୂପର ସୁବର୍ଣ୍ଣ ଜୟନ୍ତୀ ଉପଲକ୍ଷେ ଶାନ୍ତି ଶୋଭାଯାତ୍ରା

ଭୁବନେଶ୍ୱର: ଧଉଳି ଶାନ୍ତିସ୍ତୂପର ସୁବର୍ଣ୍ଣ ଜୟନ୍ତୀ ସମାରୋହ ତଥା ପୂଜା ମହୋତ୍ସବ ସମାରୋହ ଆସନ୍ତାକାଲି ଅନୁଷ୍ଠିତ ହେବ। ଏହା ପୂର୍ବରୁ ଆଜି ସକାଳେ ଭୁବନେଶ୍ୱରରେ ଶାନ୍ତି ପଦଯାତ୍ରା କାର‌୍ୟ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ପୁର୍ବ ନିର୍ଦ୍ଧାରିତ ସମୟ ସକାଳ ୯ ଘଣ୍ଚା ସମୟରେ ଭୁବନେଶ୍ୱର ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ପ୍ରଫୁଲ୍ଲ କୁମାର ସ୍ଵାଇଁଙ୍କ ଉପସ୍ଥିତିରେ ଜାପାନର ବୌଦ୍ଧ ଭିକ୍ଷୁ ଟାକାଓ ଟାକାଡୋ ଅତିଥି ଭାବେ ଯୋଗଦେଇ ପତାକା ହଲାଇ ଏହି ଶାନ୍ତି ପଦଯାତ୍ରାର ଶୁଭ ଉଦଘାଟନ କରିଥିଲେ।

ରାଜ୍ୟ ସରକାର , କଳିଙ୍ଗ ନିପ୍ପନ ବୁଦ୍ଧ ସଂଘ ,ଧଉଳି ଉନ୍ନୟନ ପରିଷଦ କମିଟିର ମିଳିତ ଆନୁକୁଲ୍ୟରେ ଆସନ୍ତା କାଲି ୨୮ ତାରିଖରେ ଅନୁଷ୍ଠିତ ହେଉଥିବା ଧଉଳି ଶାନ୍ତିସ୍ତୂପର ସୁବର୍ଣ୍ଣ ଜୟନ୍ତୀ ଉପଲକ୍ଷେ ଆଜି ଅନୁଷ୍ଠିତ ଏହି ଶାନ୍ତି ପଦଯାତ୍ରାରେ ବିଭିନ୍ନ ଦେଶରୁ ଆସିଥିବା ବୌଦ୍ଧ ଭିକ୍ଷୁ, ସାଧୁସନ୍ଥମାନେ ଯୋଗ ଦେଇଥିଲେ। ବୌଦ୍ଧ ଭିକ୍ଷୁ ଓ ଅତିଥିମାନେ ପ୍ରଥମେ ଭୁବନେଶ୍ୱର ସ୍ଥିତ ସ୍ଵତନ୍ତ୍ର ପ୍ରଦକ୍ଷିଣ ଗୃହରୁ ବାହାରି ପଦଯାତ୍ରାରେ ପଥ ସାରା ଢୋଲ ବାଦନପୂର୍ବକ ଶାନ୍ତି ମନ୍ତ୍ର ନା -ମ୍ୟୁ-ମ୍ୟୋ -ହୋ- ରେନ୍ – ଗେ- କ୍ୟୋ- ଉଚ୍ଚାରଣ କରି ରାଜଭବନ ଛକ ଦେଇ ଏ. ଜି ଛକ ପର‌୍ୟ୍ୟନ୍ତ ଅତିକ୍ରମ କରିଥିଲେ।

ଏହା ପରେ ସମସ୍ତ ଅତିଥିମାନେ ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମର ସ୍ଵତନ୍ତ୍ର ବସ ଯୋଗେ ଧଉଳି ଛକରେ ପହଞ୍ଚିଥିଲେ। ସେଠାରୁ ସେମାନେ ପୁନଶ୍ଚ ପଦଯାତ୍ରାରେ ବାହାରି ଧଉଳି ଶାନ୍ତି ସ୍ତୁପ ପର‌୍ୟ୍ୟନ୍ତ ପଦଯାତ୍ରା କରିଥିଲେ। ଧଉଳି ଶାନ୍ତିସ୍ତୂପ ପଦଦେଶରେ ଥିବା ଥିବା ସମ୍ରାଟ ଅଶୋକଙ୍କ ଶିଳାଲେଖ ଠାରେ ପ୍ରାର୍ଥନା କରିଥିଲେ। ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ତଥା ଭୁବନେଶ୍ୱର ଉପଖଣ୍ଡ ପ୍ରଶାସନର ସମସ୍ତ ଅଧିକାରୀ ଓ ଅନ୍ୟ କର୍ମଚାରୀମାନେ ଏହି ପଦ ଯାତ୍ରାକୁ ସଫଳ କରିବାରେ ସକ୍ରିୟ ଅଂଶ ଗ୍ରହଣ କରିଥିଲେ।

ଏହି ଅବସରରେ ମନ୍ତ୍ରୀ ଶ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଏବଂ ଖୋର୍ଦ୍ଧା ଜିଲ୍ଲାପାଳ ଶ୍ରୀ କେ. ସୁଦର୍ଶନ ଚକ୍ରବର୍ତ୍ତୀ ଦେଶ ବିଦେଶରୁ ଆସିଥିବା ଏହି ବୌଦ୍ଧ ଭିକ୍ଷୁମାନଙ୍କୁ ସାକ୍ଷାତ କରିଥିଲେ । ନୂତନ ଭାବେ ଓଡ଼ିଶା ଗସ୍ତ କରିଥିବା ବୌଦ୍ଧ ଭିକ୍ଷୁମାନେ ଧଉଳି ଶାନ୍ତି ସ୍ତୁପ ପରିଦର୍ଶନ କରି ଅତ୍ୟନ୍ତ ଭାବବିହ୍ୱଳ ହୋଇଥିଲେ। ଏହି ଅବସରରେ ଧଉଳି ଠାରେ ଶାନ୍ତି ଓ ଅହିଂସାର ବାର୍ତ୍ତା ବହନ କରିଆସୁଥିବାକେତେକ ସଂଖ୍ୟକ ଅଶ୍ୱତ୍ଥ ବୃକ୍ଷ ଅତିଥିମାନଙ୍କ ଦ୍ବାରା ରୋପଣ କରାଯାଇଥିଲା।

ଧଉଳି ଶାନ୍ତିସ୍ତୂପର ସୁବର୍ଣ୍ଣ ଜୟନ୍ତୀ
Share. Facebook Twitter LinkedIn Email WhatsApp Copy Link

Related Posts

ଦୁଇ ରାଜ୍ୟରେ ବମ୍ପର ଭୋଟିଂ

April 23, 2026

ରାଜଧାନୀରେ ଅସମ୍ଭାଳ ତାତି

April 23, 2026

ଗୋପାଳପୁର ବ୍ୟବସାୟୀ ଅପହରଣ ଓ ହତ୍ୟାକାଣ୍ଡ ଘଟଣା: ୮ଜଣ ଅଟକ

April 23, 2026

ଆଜି ହୋଇପାରେ ସ୍କୁଲ ଛୁଟି ଘୋଷଣା

April 23, 2026
Latest News

ଦୁଇ ରାଜ୍ୟରେ ବମ୍ପର ଭୋଟିଂ

April 23, 2026

ରାଜଧାନୀରେ ଅସମ୍ଭାଳ ତାତି

April 23, 2026

ଜନଗଣନା ପାଇଁ SOP

April 23, 2026

ଗୋପାଳପୁର ବ୍ୟବସାୟୀ ଅପହରଣ ଓ ହତ୍ୟାକାଣ୍ଡ ଘଟଣା: ୮ଜଣ ଅଟକ

April 23, 2026

ଆଜି ହୋଇପାରେ ସ୍କୁଲ ଛୁଟି ଘୋଷଣା

April 23, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.