Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»୫୪,୦୦୦ କୋଟି ଟଙ୍କାର ପୁଞ୍ଜିନିବେଶ ପ୍ରସ୍ତାବ, ଓଡ଼ିଶା ଫେରିଲେ ମୁଖ୍ୟମନ୍ତ୍ରୀ
ବିଶେଷ ଖବର

୫୪,୦୦୦ କୋଟି ଟଙ୍କାର ପୁଞ୍ଜିନିବେଶ ପ୍ରସ୍ତାବ, ଓଡ଼ିଶା ଫେରିଲେ ମୁଖ୍ୟମନ୍ତ୍ରୀ

October 23, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link
Investment proposals worth Rs 54,000 crore; Chief Minister returns to Odisha

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ୱରେ ମୁମ୍ବାଇରେ ଅନୁଷ୍ଠିତ India Chem 2026ରେ ଓଡ଼ିଶା ଏକ ଅଗ୍ରଣୀ ପୁଞ୍ଜି ଆକର୍ଷଣକାରୀ ରାଜ୍ୟ ଭାବେ ନିଜର ସ୍ଥିତିକୁ ସୁଦୃଢ଼ କରିଛି। ମୁଖ୍ୟମନ୍ତ୍ରୀ ଟିମ୍‌ ଓଡ଼ିଶାର ନେତୃତ୍ୱ ନେଇ କେମିକାଲ ଓ ପେଟ୍ରୋ କେମିକାଲ କ୍ଷେତ୍ରରେ ଆୟୋଜିତ ଏହି କନ୍‌କ୍ଲେଭ୍‌ରେ ଅକ୍ଟୋବର ୨୨ ଏବଂ ୨୩ ତାରିଖରେ ଯୋଗ ଦେବା ପରେ ଆଜି ଭୁବନେଶ୍ୱର ଫେରି ଆସିଛନ୍ତି ।

ଆଜି ସନ୍ଧ୍ୟାରେ ଗଣମାଧ୍ୟମ ଆଗରେ ବିବୃତି ରଖି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ମୁମ୍ୱାଇରେ ଏହି ଦୁଇ ଦିନରେ ୯ଟି MoU ସହିତ ୪ଟି ଇନ୍‌ଭେଷ୍ଟମେଣ୍ଟ ଇଣ୍ଟେଣ୍ଟ ସ୍ୱାକ୍ଷରିତ ହୋଇଛି ଏବଂ ଏହାଦ୍ୱାରା ଓଡ଼ିଶାକୁ ସମୁଦାୟ ୫୩,୮୯୩.୫୧ କୋଟି ଟଙ୍କାର ପୁଞ୍ଜିନିବେଶ ପ୍ରସ୍ତାବ ଆସିଛି, ଯାହା ଦ୍ୱାରା ୨୦,୨୧୦ଟି ନିଯୁକ୍ତି ସୁଯୋଗ ସୃଷ୍ଟି ହେବ । ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଆସନ୍ତା ବର୍ଷ ଏହି ସମ୍ମିଳନୀ ଓଡ଼ିଶାରେ ଆୟୋଜନ କରିବା ପାଇଁ ସେ କେନ୍ଦ୍ର ସରକାର ଓ FICCI ସହିତ ଆଲୋଚନା କରିଥିଲେ ଏବଂ ଏଥିପାଇଁ ଉଭୟେ ଗ୍ରୀନ ସିଗ୍‌ନାଲ୍‌ ଦେଇଛନ୍ତି । ଆସନ୍ତା ବର୍ଷ ୨୦୨୭ ଅକ୍ଟୋବର ମାସରେ ଓଡ଼ିଶା କେମ- ୨୦୨୭ ଅନୁଷ୍ଠିତ ହେବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ ।

ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଏହି ଅବସରରେ ବିଭିନ୍ନ ବିଜନେସ୍‌ ଲିଡର ମାନଙ୍କ ସହିତ ୨୫ଟି One to One ମିଟିଙ୍ଗ୍ ଅନୁଷ୍ଠିତ ହୋଇଛି । ପସ୍କୋ ଇଣ୍ଡିଆ, ଜେ.ଏସ୍.ଡବ୍ଲ୍ୟୁ, ଏଲ୍‌ ଆଣ୍ଡ୍‌ ଟି ଆଦି କମ୍ପାନୀ ମାନଙ୍କ ସହିତ ଆମେରିକା ଓ ୟୁରୋପିଆନ୍ ୟୁନିଅନ୍‌ର ବିଭିନ୍ନ ଦେଶର କମ୍ପାନୀମାନଙ୍କ ପ୍ରତିନିଧିମାନଙ୍କ ସହିତ ଆଲୋଚନା କରିଥିଲେ । ଏହି ଆଲୋଚନା ଦ୍ୱାରା ସେମାନଙ୍କର ଆବଶ୍ୟକତା ବିଷୟରେ ଜାଣିବା ସହିତ ଓଡ଼ିଶାରେ ନିବେଶ କରିବା ପାଇଁ କେଉଁ ସୁବିଧା ସୁଯୋଗ ଉପଲବ୍‌ଧ ଅଛି, ସେମାନେ ମଧ୍ୟ ଜାଣିପାରିଛନ୍ତି । ଏହାଦ୍ୱାରା ବିଭିନ୍ନ ସମ୍ଭାବ୍ୟ ନିବେଶକମାନଙ୍କ ସହିତ ଉତ୍ତମ ବୁଝାମଣା ସୃଷ୍ଟି ହୋଇପାରିଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଓଡ଼ିଶାରେ ନିବେଶ ପାଇଁ ଏହି କମ୍ପାନୀମାନଙ୍କର ଖୁବ୍‌ ଆଗ୍ରହ ରହିଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । କମ୍ପାନୀମାନଙ୍କ ସହିତ ଏହି ଆଲୋଚନା ପାଇଁ କେନ୍ଦ୍ର ସାର ଓ ରସାୟନ ମନ୍ତ୍ରୀ ଜେ.ପି. ନଡ୍ଡାଙ୍କର ଖୁବ୍‌ ସହଯୋଗ ରହିଛି ବୋଲି ମତ ଦେଇ ଏଥିପାଇଁ ସେ କେନ୍ଦ୍ରମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇଥିଲେ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଏକ ମେଟାଲଭିତ୍ତିକ ଅର୍ଥନୀତିରୁ କେମିକାଲଭିତ୍ତିକ ଅର୍ଥନୀତିକୁ ଡାଇଭର୍ସିଫାଇ କରିବା ପାଇଁ ଆମର ଯେଉଁ ଲକ୍ଷ୍ୟ ରହିଛି, ତାକୁ ସାକାର କରିବା ଦିଗରେ ଏହି ସମ୍ମିଳନୀ ସହାୟକ ହୋଇଛି । ଓଡ଼ିଶାରେ ମେଟାଲ, ମେଟାଲ ଡାଉନଷ୍ଟ୍ରିମ୍, କେମିକାଲ, ପେଟ୍ରୋ କେମିକାଲ ଏବଂ ପ୍ଲାଷ୍ଟିକ୍ ଆଦି ସମସ୍ତ ପ୍ରକାର ପରସ୍ପର ନିର୍ଭରଶୀଳ ଶିଳ୍ପ ସ୍ଥାପନ କରି ଓଡ଼ିଶାରେ ଏକ କମ୍ପ୍ଲିଟ୍‌ ଇଣ୍ଡଷ୍ଟ୍ରିଆଲ୍‌ ଇକୋସିଷ୍ଟମ୍ ଗଠନ କରାଯିବ ବୋଲି ମୁଖ୍ୟମନ୍ତୀ କହିଛନ୍ତି । ଏହାଦ୍ୱାରା ଆତ୍ମନିର୍ଭର ଭାରତ ଗଠନର ଲକ୍ଷ୍ୟ ପୂରଣରେ ଓଡ଼ିଶା ଏକ ମଜବୁତ୍ ସ୍ତମ୍ଭ ହୋଇପାରିବ ବୋଲି ସେ କହିଛନ୍ତି ।

ମୁଖ୍ୟମନ୍ତ୍ରୀଙ୍କ ଏହି ସଫଳ ଅଭିଯାନ ପାଇଁ ଭୁବନେଶ୍ୱର ବିମାନବନ୍ଦରରେ ବହୁ ସଂଖ୍ୟକ ଜନସାଧାରଣଙ୍କ ସହିତ ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିକାଶ ମନ୍ତ୍ରୀ ଗୋକୁଳାନନ୍ଦ ମଲିକ, ସମବାୟ, ହସ୍ତତନ୍ତ ଓ ବୟନ ମନ୍ତ୍ରୀ ପ୍ରଦୀପ ବଳସାମନ୍ତ, ମୁଖ୍ୟ ସଚେତକ ସରୋଜ ପ୍ରଧାନ ଏବଂ ଅନେକ ବିଧାୟକ ଉପସ୍ଥିତ ରହି ମୁଖ୍ୟମନ୍ତ୍ରୀଙ୍କୁ ସମ୍ୱର୍ଦ୍ଧନା ଜଣାଇଥିଲେ ।

ଓଡିଶା ପୁଞ୍ଜିନିବେଶ ପ୍ରସ୍ତାବ ମୁଖ୍ୟମନ୍ତ୍ରୀ
Share. Facebook Twitter LinkedIn Email WhatsApp Copy Link

Related Posts

ଡାକ୍ତରଙ୍କ ମାନବିକତା ହିଁ ରୋଗୀକୁ ଅଧିକ ସୁସ୍ଥ କରାଇଥାଏ: ସୋଆ ଉପସଭାପତି

October 23, 2026

ଏସିଏଫ୍ ସୌମ୍ୟରଞ୍ଜନ ମୃତ୍ୟୁ ମାମଲା : ହାଇକୋର୍ଟରୁ ବିଦ୍ୟାଭାରତୀଙ୍କୁ ମିଳିଲାନି ଅନ୍ତରୀଣ ସୁରକ୍ଷା

October 23, 2026

ପୂର୍ବତଟ ରେଳପଥ ନିର୍ଦ୍ଧାରିତ ସମୟ ପୂର୍ବରୁ ଅକ୍ଟୋବର ମାସ ପାଇଁ ୧୭ କୋଟି ଟଙ୍କାର ସ୍କ୍ରାପ୍ ବିକ୍ରି ଲକ୍ଷ୍ୟ ହାସଲ

October 23, 2026

Cyclone Alert: ବଙ୍ଗୋପସାଗରରେ ସୃଷ୍ଟି ହେବ ବାତ୍ୟା, ସ୍ପଷ୍ଟ କଲା ଭାରତ ପାଣିପାଗ ବିଭାଗ, ଉପକୂଳ ଛୁଇଁବ

October 23, 2026
Latest News

ଡାକ୍ତରଙ୍କ ମାନବିକତା ହିଁ ରୋଗୀକୁ ଅଧିକ ସୁସ୍ଥ କରାଇଥାଏ: ସୋଆ ଉପସଭାପତି

October 23, 2026

୫୪,୦୦୦ କୋଟି ଟଙ୍କାର ପୁଞ୍ଜିନିବେଶ ପ୍ରସ୍ତାବ, ଓଡ଼ିଶା ଫେରିଲେ ମୁଖ୍ୟମନ୍ତ୍ରୀ

October 23, 2026

ଏସିଏଫ୍ ସୌମ୍ୟରଞ୍ଜନ ମୃତ୍ୟୁ ମାମଲା : ହାଇକୋର୍ଟରୁ ବିଦ୍ୟାଭାରତୀଙ୍କୁ ମିଳିଲାନି ଅନ୍ତରୀଣ ସୁରକ୍ଷା

October 23, 2026

ପୂର୍ବତଟ ରେଳପଥ ନିର୍ଦ୍ଧାରିତ ସମୟ ପୂର୍ବରୁ ଅକ୍ଟୋବର ମାସ ପାଇଁ ୧୭ କୋଟି ଟଙ୍କାର ସ୍କ୍ରାପ୍ ବିକ୍ରି ଲକ୍ଷ୍ୟ ହାସଲ

October 23, 2026

Cyclone Alert: ବଙ୍ଗୋପସାଗରରେ ସୃଷ୍ଟି ହେବ ବାତ୍ୟା, ସ୍ପଷ୍ଟ କଲା ଭାରତ ପାଣିପାଗ ବିଭାଗ, ଉପକୂଳ ଛୁଇଁବ

October 23, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.