ଐତିହାସିକ ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କୁ ଭୁବନେଶ୍ୱର ବାଲିଯାତ୍ରା ସମ୍ମାନ-୨୦୨୨ ପ୍ରଦାନ

Published: Nov 17, 2022, 6:03 pm IST

ଭୁବନେଶ୍ୱର : ଐତିହାସିକ ବ୍ୟକ୍ତିତ୍ୱର ପରାକାଷ୍ଠା ଭୁବନେଶ୍ୱର ବାଲିଯାତ୍ରା ପରିବାର ସଦସ୍ୟଙ୍କ ହୃଦୟରେ ସ୍ଥାନିତ ହୋଇଥିଲା। ଅତୀତରେ ବରିମୁଣ୍ଡ ନୌବାଣିଜ୍ୟର କେନ୍ଦ୍ର ରୂପେ ସୁପରିିଚିତ ଥିଲା। ତାହାର ମୁକସାକ୍ଷୀ ରୂପେ ଦଣ୍ଡାୟମାନ ହୋଇଛି ଲକ୍ଷେଶ୍ୱର ମନ୍ଦିର। ତା’ର ନିର୍ମାଣକର୍ତ୍ତା ଜଣେ ସୌଦାଗର।

ପୂର୍ବପୁରୁଷର କୀର୍ତ୍ତି ଐତିହାସିକ ପଟିଆବନ୍ଧ ପାଶ୍ୱର୍ରେ ନୂତନ ପିଢୀର କୀର୍ତ୍ତିରାଜ ଭୁବନେଶ୍ୱର ବାଲିଯାତ୍ରା ଭବିଷ୍ୟତରେ ଇତିହାସ ସୃଷ୍ଟି କରିବାକୁ ଯାଉଥିଲା ବେଳେ ପ୍ରଥମ କରି ଐତିହାସିକ ଡ. ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କୁ ‘ଭୁବନେଶ୍ୱର ବାଲିଯାତ୍ରା ସମ୍ମାନ-୨୦୨୨’ ପ୍ରଦାନ କରାଯାଇଛି।

ଚାଲିବାରେ କଷ୍ଟ ଅନୁଭବ କରୁଥିବାରୁ ବମିଖାଲସ୍ଥିତ ତାଙ୍କ ବାସଭବନରେ ଏହି ସମ୍ମାନ ପ୍ରଦାନ କରାଯାଇଥିଲା। ଏଥିରେ ପୂର୍ବତନ ସଭାପତି ଅଭୟ ବଡ଼ଜେନା, କାର୍ଯ୍ୟକାରୀ କମିଟିର ସଦସ୍ୟ ଅନୁପ ଖୁଣ୍ଟିଆ, ବିନୋଦ ସାହୁ, ବରିଷ୍ଠ ସଦସ୍ୟ ଅକ୍ଷୟ ବେହେରା, ଦୀପକ ତ୍ରିପାଠୀ, ଆର୍ତ୍ତତ୍ରାଣ ବାରିକ ପ୍ରମୁଖ ଉପସ୍ଥିତ ଥିଲେ।

Related posts