Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»‘ଭିବି–ଜି ରାମ ଜି’ ଅଧୀନରେ ସ୍ୱଚ୍ଛତା ଓ ଉତ୍ତରଦାୟିତ୍ୱ ବୃଦ୍ଧି ପାଇଁ ଲୋକପାଳ ମାର୍ଗଦର୍ଶିକା ଜାରି
ଜାତୀୟ ଖବର

‘ଭିବି–ଜି ରାମ ଜି’ ଅଧୀନରେ ସ୍ୱଚ୍ଛତା ଓ ଉତ୍ତରଦାୟିତ୍ୱ ବୃଦ୍ଧି ପାଇଁ ଲୋକପାଳ ମାର୍ଗଦର୍ଶିକା ଜାରି

November 18, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link
Labour
‘ଭିବି–ଜି ରାମ ଜି’ ଅଧୀନରେ ସ୍ୱଚ୍ଛତା ଓ ଉତ୍ତରଦାୟିତ୍ୱ ବୃଦ୍ଧି ପାଇଁ ଲୋକପାଳ ମାର୍ଗଦର୍ଶିକା ଜାରି

ନୂଆଦିଲ୍ଲୀ: ଗ୍ରାମୀଣ ବିକାଶ ମନ୍ତ୍ରଣାଳୟ ‘ବିକଶିତ ଭାରତ – ରୋଜଗାର ଓ ଆଜୀବିକା ମିଶନ (ଗ୍ରାମୀଣ) ଗ୍ୟାରେଣ୍ଟି ଆଇନ, ୨୦୨୫’ (ଭିବି-ଜି ରାମ ଜି ଅଧିନିୟମ)ର କାର୍ଯ୍ୟକାରିତାରେ ସ୍ୱଚ୍ଛତା, ଉତ୍ତରଦାୟିତ୍ୱ ଏବଂ ନାଗରିକଙ୍କ ଅଂଶଗ୍ରହଣକୁ ସୁଦୃଢ଼ କରିବା ପାଇଁ ଲୋକପାଳ ଓ ଅପିଲ୍ କର୍ତ୍ତୃପକ୍ଷଙ୍କ ପାଇଁ ନୂତନ ମାର୍ଗଦର୍ଶିକା ଜାରି କରିଛି।

ଏହି ମାର୍ଗଦର୍ଶିକା ମାଧ୍ୟମରେ ଶ୍ରମିକଙ୍କ ଆଇନଗତ ଅଧିକାରର ସୁରକ୍ଷା, ଯୋଜନାର କାର୍ଯ୍ୟକାରିତା ସମ୍ପର୍କିତ ଅଭିଯୋଗର ସମାଧାନ ଏବଂ ଯୋଜନାର ସୁବିଧାଗୁଡ଼ିକର ଉତ୍ତରଦାୟିତ୍ୱପୂର୍ଣ୍ଣ ବଣ୍ଟନ ପାଇଁ ଅନୁଷ୍ଠାନିକ ବ୍ୟବସ୍ଥାକୁ ସୁଦୃଢ଼ କରାଯାଇଛି। ଏହି ଯୋଜନାର ଉତ୍ତରଦାୟିତ୍ୱ ବ୍ୟବସ୍ଥାରେ ଲୋକପାଳ ଏକ ଗୁରୁତ୍ୱପୂର୍ଣ୍ଣ ଶୃଙ୍ଖଳ ଭାବେ କାର୍ଯ୍ୟ କରିବେ। ଏହାଦ୍ୱାରା ଗ୍ରାମାଞ୍ଚଳର ନାଗରିକମାନେ ସହଜରେ ନିଜ ଅଭିଯୋଗ ଜଣାଇବା ସହ ଉପଯୁକ୍ତ ନ୍ୟାୟ ପାଇପାରିବେ।

ଜିଲ୍ଲାସ୍ତରରେ ଜଣେ ସ୍ୱତନ୍ତ୍ର ଲୋକପାଳ ନିଯୁକ୍ତ ହେବେ। ସେ ଜବ୍ କାର୍ଡ, ନିଯୁକ୍ତି, ମଜୁରି ପ୍ରଦାନ, ମଜୁରି ପ୍ରଦାନରେ ବିଳମ୍ବ ପାଇଁ କ୍ଷତିପୂରଣ, କାର୍ଯ୍ୟସ୍ଥଳରେ ସୁବିଧା, ମଷ୍ଟର ରୋଲ୍ ଏବଂ ଆଇନଗତ ଅଧିକାରରୁ ବଞ୍ଚିତ କରାଯିବା ଭଳି ଅଭିଯୋଗର ସମାଧାନ କରିବେ। ଏହାବ୍ୟତୀତ ଭେଦଭାବ, ନିର୍ଯାତନା ଏବଂ ମହିଳା ଓ ଦୁର୍ବଳ ବର୍ଗଙ୍କ ସମେତ ଶ୍ରମିକଙ୍କ ଅଧିକାରର ଉଲ୍ଲଂଘନ ସମ୍ପର୍କିତ ଅଭିଯୋଗଗୁଡ଼ିକୁ ମଧ୍ୟ ଏହି ମାର୍ଗଦର୍ଶିକାରେ ସାମିଲ କରାଯାଇଛି। ଫଳରେ ଏଭଳି ଅଭିଯୋଗଗୁଡ଼ିକ ଉପରେ ଉପଯୁକ୍ତ ଦୃଷ୍ଟି ଦିଆଯାଇପାରିବ।

ଗ୍ରାମୀଣ ବିକାଶ, ସାଧାରଣ ପ୍ରଶାସନ, ଆଇନ, ଶିକ୍ଷା, ସମାଜସେବା ଏବଂ ପରିଚାଳନା କ୍ଷେତ୍ରରେ ଅଭିଜ୍ଞତା ଥିବା ଅଧିକ ସଂଖ୍ୟକ ଯୋଗ୍ୟ ପ୍ରାର୍ଥୀଙ୍କୁ ସାମିଲ କରି ଲୋକପାଳଙ୍କ ଅନୁଷ୍ଠାନିକ କ୍ଷମତାକୁ ଏହି ମାର୍ଗଦର୍ଶିକାରେ ସୁଦୃଢ଼ କରାଯାଇଛି। ଏଥିସହ ଲୋକପାଳଙ୍କ କାର୍ଯ୍ୟକାଳ ଓ ପାରିଶ୍ରମିକ ସମ୍ପର୍କିତ ବ୍ୟବସ୍ଥାରେ ମଧ୍ୟ ସଂଶୋଧନ କରାଯାଇଛି। ଯାହାଦ୍ୱାରା କାର୍ଯ୍ୟରେ ନିରନ୍ତରତା ରହିବା ସହ ସେମାନେ ଅଧିକ ଦକ୍ଷତାର ସହ କାର୍ଯ୍ୟ କରିପାରିବେ। କ୍ଷେତ୍ର ପରିଦର୍ଶନ, ଜନସମୁଦାୟର ଅଂଶଗ୍ରହଣ ଏବଂ ଡିଜିଟାଲ୍ ପ୍ଲାଟଫର୍ମ ସମ୍ପର୍କରେ ଜ୍ଞାନ ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଇଛି।

ଏହି ମାର୍ଗଦର୍ଶିକାର ଏକ ପ୍ରମୁଖ ବୈଶିଷ୍ଟ୍ୟ ହେଉଛି ଲୋକପାଳଙ୍କ ପାଇଁ ଏକ ସ୍ୱତନ୍ତ୍ର ଡିଜିଟାଲ୍ ପ୍ଲାଟଫର୍ମ ସ୍ଥାପନ। ଏହା ମାଧ୍ୟମରେ ଅନଲାଇନ୍‌ରେ ଅଭିଯୋଗ ପଞ୍ଜୀକରଣ ଓ ତାହାର ସ୍ଥିତି ଯାଞ୍ଚ, ଶୁଣାଣିର ବିବରଣୀ ରେକର୍ଡ, ନିଷ୍ପତ୍ତି ଅପଲୋଡ୍ ଏବଂ ନିଆଯାଇଥିବା ପଦକ୍ଷେପର ତଦାରଖ କରାଯାଇପାରିବ। କ୍ଷେତ୍ର ପରିଦର୍ଶନ ସମୟରେ ଭୌଗୋଳିକ ଅବସ୍ଥିତି ସଂଯୁକ୍ତ (ଜିଓ-ଟ୍ୟାଗ୍‌ଡ) ଏବଂ ସମୟ ଉଲ୍ଲେଖ ଥିବା ଫଟୋ ଉଠାଯିବ। ଏହାଦ୍ୱାରା ଅଭିଯୋଗର ସମାଧାନ ପ୍ରକ୍ରିୟାରେ ଦଲିଲୀକରଣ, ତଥ୍ୟର ଅନୁସରଣ ଏବଂ ସ୍ୱଚ୍ଛତା ଆହୁରି ସୁଦୃଢ଼ ହେବ।

ସେହିପରି ଜନ ସମୁଦାୟ ଆଧାରିତ ସ୍ୱଚ୍ଛତା ଓ ଉତ୍ତରଦାୟିତ୍ୱ ପାଇଁ ସାମାଜିକ ସମୀକ୍ଷାର ଭୂମିକାକୁ ମଧ୍ୟ ଏହି ମାର୍ଗଦର୍ଶିକାରେ ଗୁରୁତ୍ୱ ଦିଆଯାଇଛି। ଲୋକପାଳମାନେ ପ୍ରତି ମାସରେ ଅତି କମ୍‌ରେ ତିନୋଟି ସାମାଜିକ ସମୀକ୍ଷାର ସାଧାରଣ ଶୁଣାଣି କିମ୍ବା ଗ୍ରାମସଭାରେ ଯୋଗଦେବେ। ଏହାଦ୍ୱାରା ସେମାନେ ସିଧାସଳଖ ନାଗରିକଙ୍କ ଅଭିଯୋଗ ଓ ସମସ୍ୟା ଶୁଣିବା ସହ ଆବଶ୍ୟକ ପଦକ୍ଷେପ ନେଇପାରିବେ। ସାମାଜିକ ସମୀକ୍ଷାର ନିଷ୍କର୍ଷ, ଜନସମୁଦାୟର ମତାମତ ଏବଂ ବ୍ୟକ୍ତିଗତ ଅଭିଯୋଗ ଆଧାରରେ ଅନିୟମିତତା ଚିହ୍ନଟ କରାଯିବା ସହ ନିର୍ଦ୍ଧାରିତ ପ୍ରକ୍ରିୟା ଅନୁଯାୟୀ ସଂଶୋଧନମୂଳକ ପଦକ୍ଷେପ ନିଆଯିବ।

ଲୋକପାଳ ଓ ଅପିଲ୍ କର୍ତ୍ତୃପକ୍ଷଙ୍କ ବ୍ୟବସ୍ଥା ଭିବି-ଜି ରାମ ଜି ଅଧୀନରେ ରହିଥିବା ଅନ୍ୟାନ୍ୟ ଉତ୍ତରଦାୟିତ୍ୱମୂଳକ ପଦକ୍ଷେପ ଯଥା ଡିଜିଟାଲ୍ ତଦାରଖ, ସାର୍ବଜନୀନ ସୂଚନା ପ୍ରକାଶ ଏବଂ ସାମାଜିକ ସମୀକ୍ଷାକୁ ଅଧିକ ସୁଦୃଢ଼ କରିବ। ଏହି ସମସ୍ତ ବ୍ୟବସ୍ଥାର ମିଳିତ ଉଦ୍ଦେଶ୍ୟ ହେଉଛି ଯୋଜନାର ସ୍ୱଚ୍ଛ କାର୍ଯ୍ୟକାରିତା, ତଦାରଖ ବ୍ୟବସ୍ଥାର ସୁଦୃଢ଼ୀକରଣ ଏବଂ ଏକ ସୁସଂଗଠିତ ଓ ଉତ୍ତରଦାୟିତ୍ୱପୂର୍ଣ୍ଣ ପ୍ରକ୍ରିୟାରେ ଅଭିଯୋଗର ସମାଧାନ ସୁନିଶ୍ଚିତ କରିବା।

ଏହି ମାର୍ଗଦର୍ଶିକା ମାଧ୍ୟମରେ ସରକାର ଭିବି-ଜି ରାମ ଜି ଅଧୀନରେ ନାଗରିକକୈନ୍ଦ୍ରିକ ଶାସନ ବ୍ୟବସ୍ଥାକୁ ଆହୁରି ସୁଦୃଢ଼ କରିବାକୁ ଲକ୍ଷ୍ୟ ରଖିଛନ୍ତି। ଏହାଦ୍ୱାରା ଗ୍ରାମାଞ୍ଚଳର ଶ୍ରମିକମାନେ ନିଜ ଅଭିଯୋଗର ସମାଧାନ ପାଇଁ ସହଜରେ ସୁଯୋଗ ପାଇବା ସହ ଯୋଜନାର କାର୍ଯ୍ୟକାରିତାରେ ସ୍ୱଚ୍ଛତା, ତ୍ୱରିତ ପଦକ୍ଷେପ ଏବଂ ଉତ୍ତରଦାୟିତ୍ୱ ସୁନିଶ୍ଚିତ ହୋଇପାରିବ।

ଅଭିଯୋଗ ନିରାକରଣ ବ୍ୟବସ୍ଥା ଗ୍ରାମୀଣ ବିକାଶ ମନ୍ତ୍ରଣାଳୟ ଗ୍ରାମୀଣ ଶ୍ରମିକ ଭିବି ଜି ରାମ ଜି ଲୋକପାଳ ମାର୍ଗଦର୍ଶିକା ସ୍ୱଚ୍ଛତା ଓ ଉତ୍ତରଦାୟିତ୍ୱ
Share. Facebook Twitter LinkedIn Email WhatsApp Copy Link

Related Posts

ଡେରିରେ ଉଠିଲେ ଶେଷ ହେବ ଦିନର ଖେଳ: ଜାଣନ୍ତୁ IND vs NZ ଟେଷ୍ଟର ତିନୋଟି ଅଧିବେଶନର ସମୟ

November 18, 2026

ଘୂର୍ଣ୍ଣିବାତ୍ୟା ‘ଅକଭାନ’ ଯୋଗୁଁ ବିଶାଖାପାଟଣା–କିରଣ୍ଡୁଲ୍ ଏକ୍ସପ୍ରେସ୍ ଟ୍ରେନ୍ ବାତିଲ୍

November 18, 2026

ଗାଜିଆବାଦ ଜେଲରୁ ମୁକ୍ତ ହେଲେ ଏସପି ନେତା ଆଜମ ଖାନ

November 18, 2026

ଆରଏସଏସ କାର୍ଯ୍ୟକର୍ତ୍ତାଙ୍କ ହତ୍ୟା ମାମଲା: ୧୧ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡ

November 18, 2026
Latest News

‘ଭିବି–ଜି ରାମ ଜି’ ଅଧୀନରେ ସ୍ୱଚ୍ଛତା ଓ ଉତ୍ତରଦାୟିତ୍ୱ ବୃଦ୍ଧି ପାଇଁ ଲୋକପାଳ ମାର୍ଗଦର୍ଶିକା ଜାରି

November 18, 2026

ଡେରିରେ ଉଠିଲେ ଶେଷ ହେବ ଦିନର ଖେଳ: ଜାଣନ୍ତୁ IND vs NZ ଟେଷ୍ଟର ତିନୋଟି ଅଧିବେଶନର ସମୟ

November 18, 2026

ଆସନ୍ତା ୨୫ ତାରିଖରେ ଭୁବନେଶ୍ୱରରେ ହେବ ଜିଏସଟି ଟିକସଦାତା ସଚେତନତା କାର୍ଯ୍ୟକ୍ରମ

November 18, 2026

ଘୂର୍ଣ୍ଣିବାତ୍ୟା ‘ଅକଭାନ’ ଯୋଗୁଁ ବିଶାଖାପାଟଣା–କିରଣ୍ଡୁଲ୍ ଏକ୍ସପ୍ରେସ୍ ଟ୍ରେନ୍ ବାତିଲ୍

November 18, 2026

ଗାଜିଆବାଦ ଜେଲରୁ ମୁକ୍ତ ହେଲେ ଏସପି ନେତା ଆଜମ ଖାନ

November 18, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.