Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ଭବାନୀପାଟଣା ଠାରେ ଜିଲ୍ଲାସ୍ତରୀୟ ବିଶ୍ଵ ମୃତ୍ତିକା ଦିବସ ପାଳିତ
ଆଞ୍ଚଳିକ

ଭବାନୀପାଟଣା ଠାରେ ଜିଲ୍ଲାସ୍ତରୀୟ ବିଶ୍ଵ ମୃତ୍ତିକା ଦିବସ ପାଳିତ

December 5, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଦୁଷ୍ମନ୍ତ କୁମାର ପଣ୍ଡା
କଳାହାଣ୍ଡି: ଆଜି ଦିବା ୧୦ ଘଣ୍ଟା ସମୟରେ ଭବାନୀପାଟଣା ବ୍ଲକ୍ ର କୃଷି ସୂଚନା ପରାମର୍ଶ କେନ୍ଦ୍ରରେ ଜିଲ୍ଲାସ୍ତରୀୟ ବିଶ୍ଵ ମୃତ୍ତିକା ଦିବସ:- ୨୦୨୨ ପାଳିତ ହୋଇଥିଲା। ଉକ୍ତ ସଭାରେ ଅତିରିକ୍ତ ଜିଲ୍ଲାପାଳ ସୁଶାନ୍ତ କୁମାର ପଟେଲ୍ ଅଧ୍ୟକ୍ଷତା କରିଥିଲେ। ଉକ୍ତ ସଭାରେ ମୃତ୍ତିକା, ମୃତ୍ତିକାର ସ୍ବାସ୍ଥ୍ୟ, ମୃତ୍ତିକା ପରୀକ୍ଷାର ଉଦ୍ଦେଶ୍ୟ ଉପରେ ବିଷଦ ଭାବରେ ଆଲୋଚନା କରାଯାଇଥିଲା।

ସଭାରେ ଉପସ୍ଥିତ ଥିବା ଚାଷୀ, କୃଷକ ମାନଙ୍କୁ ମୃତ୍ତିକାର ଗୁଣବତ୍ତା ବଜାୟ ରଖିବା ସହ ମୃତ୍ତିକା କ୍ଷୟକୁ ରୋକିବାର ବିଭିନ୍ନ ଉପାୟ ଉପରେ ଅବଗତ କରା ଯାଇ ଥିଲା। ପ୍ରଥମ ଥର ପାଇଁ ବିଶ୍ଵ ମୃତ୍ତିକା ଦିବସ ଉପଲକ୍ଷେ ଥୁଆପଦର୍ ଉନ୍ନୀତ ଉଚ୍ଚ ବିଦ୍ୟାଳୟର ୧୦ ଜଣ ଛାତ୍ରଛାତ୍ରୀ ଭାଗ ନେଇଥିଲେ।

ଏହି କାର୍ଯ୍ୟକ୍ରମରେ ତଲବେଲଗାଁ, ଶ୍ରିପୂର୍, ଚହଗାଁ, ପଲ୍ସିଝରନ୍, ଉଦେୟପୁରରୁ ୨୦ ଜଣ ଚାଷୀଙ୍କୁ ମୃତ୍ତିକା ସ୍ବାସ୍ଥ୍ୟ କାର୍ଡ ବିତରଣ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ ପ୍ରଦୀପ୍ତ କୁମାର ସାହୁ ସ୍ବାଗତ ଭାଷଣ ଦେଇ ଦିବସ ପାଳନର ତାତ୍ପର୍ଯ୍ୟ ଉପରେ ସମ୍ୟକ୍ ସୂଚନା ଦେଇଥିଲେ।

ଉଦ୍ୟାନ ଉପ କୃଷି ନିର୍ଦ୍ଦେଶକ କିଶୋର ମହାଲିଂ, ଜିଲ୍ଲା ମତ୍ସ୍ୟ ଅଧିକାରୀ ବସନ୍ତ ନାୟକ,ଜଳ ବିଭାଜିକା ପ୍ରକଳ୍ପ ନିର୍ଦ୍ଦେଶକ ଏ କେ ଆଚାର୍ଯ୍ୟ, କୃଷି ବିଜ୍ଞାନ କେନ୍ଦ୍ର ତଥା ଆଞ୍ଚଳିକ ସଂପ୍ରସାରଣ କେନ୍ଦ୍ରର କୃଷି ବୈଜ୍ଞାନିକ ଡ ଏ ପଣ୍ଡା, ଭବାନୀପାଟଣା ସ୍ଥିତ କୃଷି ବିଦ୍ୟାଳୟର ଡ଼ିନ ଡ ଏସ୍ କେ ତ୍ରିପାଠୀ, ମୃତ୍ତିକା ରସାୟନବିତ ଶୁଭେନ୍ଦୁ କର ତଥା ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ମନୋଜ ବେହେରା ଯୋଗଦେଇ ତାଙ୍କର ମତାମତ ପ୍ରଦାନ ସହ ସଚେତନତା ଉପରେ ଗୁରୁତ୍ବ ଦେଇଥିଲେ।

ସଭାରେ ବିଧାୟକ ଭବାନୀପାଟଣାଙ୍କର ପ୍ରତିନିଧି ମନୋଜ କୁମାର ସାହୁ ଓ ଆତ୍ମାର ଚେୟାରମେନ ସଚ୍ଚିଦାନନ୍ଦ ମହାକୁଡ ଏହି ପ୍ରକାର ସଭାର ଆୟୋଜନ ବ୍ଲକ୍ ତଥା ପଞ୍ଚାୟତ ସ୍ତରରେ କରିବା ନିମିତ୍ତ ମତାମତ ପ୍ରଦାନ କରିଥିଲେ। ସଭାକୁ ପରିଚାଳନା କରିବା ନିମନ୍ତେ ଭବାନୀପାଟଣା ବ୍ଲକ୍ ର କୃଷି ବିଭାଗର କର୍ମଚାରୀ ଓ ମୃତ୍ତିକା ପରୀକ୍ଷାଗାର, ଭବାନୀପାଟଣାର ସମସ୍ତ କର୍ମଚାରୀ ସହଯୋଗ କରିଥିଲେ।

Share. Facebook Twitter LinkedIn Email WhatsApp Copy Link

Related Posts

ବାଣପୁରରେ ଆରଏସଏସ ଓ ଏବିଭିପି ପକ୍ଷରୁ ରଥଯାତ୍ରା ସେବା କାର୍ଯ୍ୟ

July 16, 2026

ଟାଙ୍ଗୀ ବ୍ଲକ ପରିସରରେ ମିଳିତ ଜନଶୁଣାଣି ଶିବିର

July 13, 2026

ଦିବଙ୍ଗତ କବି ସଂଗ୍ରାମ କେଶରୀ ସାହୁଙ୍କ ଦ୍ଵାଦଶାହ ଶ୍ରଦ୍ଧାଞ୍ଜଳି ସଭା

July 11, 2026

ବାଣପୁରରେ ଏବିଭିପିର ୭୮ ତମ ପ୍ରତିଷ୍ଠା ଦିବସ ପାଳନ

July 9, 2026
Latest News

ଅଳଙ୍କାର କିଣିବାର ଭଲ ସୁଯୋଗ!: ଆଜି ପୁଣି ଶସ୍ତା ହେଲା ସୁନା

July 17, 2026

ପଶ୍ଚିମବଙ୍ଗରେ ବଡ଼ ଦୁର୍ଘଟଣା: ଟ୍ରେନ୍ ସହିତ ଧକ୍କା ହେଲା ସ୍କୁଲ ଭ୍ୟାନ, ୨ ପିଲାଙ୍କ ସମେତ ୩ ମୃତ

July 17, 2026

NDAର ଅଂଶ ହେବ ଶରଦ ପାୱାରଙ୍କ ଦଳ?: ଫର୍ମୁଲା ଚୂଡ଼ାନ୍ତ 

July 17, 2026

ସୋନମ ୱାଙ୍ଗଚୁକଙ୍କୁ କଂଗ୍ରେସର ସମର୍ଥନ: ଜନ୍ତର ମନ୍ତରରେ ପହଞ୍ଚିଲେ ପବନ ଖେଡ଼ା

July 17, 2026

ଅଟକି ଅଟକି ପରିସ୍ରା ହେଉଛି କି?: ଶୀଘ୍ର ନିଅନ୍ତୁ ଡାକ୍ତରଙ୍କ ପରାମର୍ଶ

July 17, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.