Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ସୋଆ ପକ୍ଷରୁ ବାର୍ଷିକ ବିଜ୍‌ନେସ୍ କନ୍‌କ୍ଲେଭ୍ “ସ୍କେଲର୍ଜ ୨୦୨୨” ଆୟୋଜିତ
ଆଜିର ଖବର

ସୋଆ ପକ୍ଷରୁ ବାର୍ଷିକ ବିଜ୍‌ନେସ୍ କନ୍‌କ୍ଲେଭ୍ “ସ୍କେଲର୍ଜ ୨୦୨୨” ଆୟୋଜିତ

December 10, 2022No Comments3 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ବିଶ୍ୱବିଦ୍ୟାଳୟରେ କିମ୍ବା କଲେଜରେ ଶିକ୍ଷା ଗ୍ରହଣ କରିବା ଗୁରୁତ୍ୱପୂର୍ଣ୍ଣ। କିନ୍ତୁ ଅନିଶ୍ଚିତ ଭବିଷ୍ୟତକୁ ସାମ୍ନା କରିବା ନିମନ୍ତେ ନିଜର ଜ୍ଞାନକୁ ବୃଦ୍ଧି କରିବା ଛାତ୍ରଛାତ୍ରୀମାନଙ୍କ ନିମନ୍ତେ ନିହାତି ଆବଶ୍ୟକ ବୋଲି ଶନିବାର କେପିଏମ୍‌ଜିର ସିନିୟର ଆସୋସିଏଟ୍ ଡାଇରେକ୍ଟର ସାହିଲ ନାୟାର୍ କହିଛନ୍ତି।

ଆମେ ବର୍ତ୍ତମାନ ଏଭଳି ଏକ ଯୁଗ ଦେଇ ଗତି କରୁଛୁ ଯାହାର ନୂଆ ନାମ ହେଉଛି ଅଘଟଣ ଏବଂ ଏକ ଆଶଙ୍କାମୟ ଭବିଷ୍ୟତ ଆଡ଼କୁ ଆମେ ଯାଉଛୁ ବୋଲି ଶିକ୍ଷା ଓ ଅନୁସନ୍ଧାନ (ସୋଆ) ଅଡିଟୋରିୟମ୍‌ରେ ସୋଆ ପକ୍ଷରୁ ଆୟୋଜିତ ବାର୍ଷିକ ବିଜନେସ୍ କନ୍‌କ୍ଲେଭ୍ “ସ୍କେଲର୍ଜ ୨୦୨୨”ରେ ବକ୍ତବ୍ୟ ରଖି ଏହା କହିଛନ୍ତି ଶ୍ରୀ ନାୟାର।

ପ୍ରତ୍ୟେକ ଦିନ ଦେଶରେ ନୂଆ ନୂଆ କଲେଜ ଏବଂ ବିଶ୍ୱବିଦ୍ୟାଳୟ ଆରମ୍ଭ ହେଉଥିବା ବେଳେ ଏଥିରୁ ବାହାରୁ ଥିବା ଛାତ୍ରଛାତ୍ରୀମାନେ କର୍ମ ନିଯୁକ୍ତି ପାଇପାରୁ ନାହାନ୍ତି। ଚାହିଦା ଓ ଯୋଗାଣ ମଧ୍ୟରେ ତାଳମେଳ ନ ରହିବା ଫଳରେ ଛାତ୍ରଛାତ୍ରୀମାନେ ଉପଯୁକ୍ତ ନିଯୁକ୍ତି ପାଇବାରୁ ବଂଚିତ ହେଉଛନ୍ତି ବୋଲି ସେ କହିଥିଲେ।

ବର୍ତ୍ତମାନ ପରିବେଶ ଖୁବ୍ ଜଟିଳ। ଚାକିରି ଖଣ୍ଡିଏ ପାଇବା ପାଇଁ ଡିଗ୍ରୀ ଆଉ ପାସପୋର୍ଟ ହୋଇ ରହି ନାହିଁ ବୋଲି ସେ କହିଛନ୍ତି। ତେଣୁ ଛାତ୍ରଛାତ୍ରୀମାନେ ଯାହା ଶିକ୍ଷା ଗ୍ରହଣ କରୁଛନ୍ତି ଚାକିରି କ୍ଷେତ୍ରରେ ଉପଯୁକ୍ତ ହେବା ନିମନ୍ତେ ସେମାନେ ନିଜର ଜ୍ଞାନକୁ ପ୍ରସାରିତ କରିବାର ଆବଶ୍ୟକତା ରହିଛି ବୋଲି ଶ୍ରୀ ନାୟାର କହିଥିଲେ।

ଏହି କନ୍‌କ୍ଲେଭ୍‌ରେ ଛାତ୍ରଛାତ୍ରୀଙ୍କ ସହ ବାର୍ତ୍ତାଳାପ କରିବା ଅବସରରେ ଶ୍ରୀ ନାୟାର କହିଥିଲେ ଯେ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଯେଉଁ ଦକ୍ଷତା ରହିଛି ତାହା ହିଁ ଭବିଷ୍ୟତରେ ଆବଶ୍ୟକ ହେବ। ଏହି ବିଶ୍ୱବିଦ୍ୟାଳୟଗୁଡ଼ିକ ବିଭିନ୍ନ ଲାଇଭ୍ ପ୍ରୋଜେକ୍ଟ ହାତକୁ ନେବା ଉଚିତ୍ ଯାହାଦ୍ୱାରା ଛାତ୍ରଛାତ୍ରୀମାନଙ୍କର ଦକ୍ଷତା ବୃଦ୍ଧି ପାଇପାରିବ। ଚାକିରୀ କ୍ଷେତ୍ରରେ କ୍ଲାସ୍‌ରୁମ୍ ପାଠପଢ଼ା ମାତ୍ର ୧୦ ପ୍ରତିଶତ ଆବଶ୍ୟକ ପଡୁଥିବା ବେଳେ ବାକି ୯୦ ପ୍ରତିଶତ ନିଜର ଦକ୍ଷତା ଉପରେ ନିର୍ଭର କରେ। ତେଣୁ ଶିକ୍ଷାନୁଷ୍ଠାନଗୁଡ଼ିକ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଦକ୍ଷତା ବୃଦ୍ଧିର କଳା ବଢ଼ାଇବା ଉଚିତ୍ ବୋଲି ସେ କହିଛନ୍ତି। ଶ୍ରୀ ନାୟାରଙ୍କ ପ୍ରସଙ୍ଗ ଥିଲା “ ଦେୟାର ଇଜ୍ ଏ ବ୍ରାଣ୍ଡ ୱିଦିନ୍ ୟୁ ଆଣ୍ଡ ଫ୍ୟୁଚର ୱାର୍କ ଫୋର୍ସ”।

ସେମାନଙ୍କ ମଧ୍ୟରେ ଏକ ବ୍ରାଣ୍ଡ ରହିଛି ବୋଲି ଛାତ୍ରଛାତ୍ରୀମାନଙ୍କୁ ଉପଦେଶ ଦେଇ ନିଜର ବ୍ରାଣ୍ଡ ବୃଦ୍ଧି କରିବା ନିମନ୍ତେ ସେମାନେ ଫାଇଭ୍ ସି ଅର୍ଥାତ୍ କ୍ଲାରିଟି, କନ୍‌ଫିଡେନ୍ସ, କମ୍ୟୁନିକେସନ୍‌, କନ୍‌ସିଷ୍ଟାନ୍ସି ଏବଂ କ୍ୟାରେକ୍ଟର ଉପରେ ଗୁରୁତ୍ୱ ଦିଅନ୍ତୁ ବୋଲି ଶ୍ରୀ ନାୟାର କହିଥିଲେ।

ଏହାର ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ସୋଆର ପ୍ରୋ-ଚାନ୍‌ସେଲର ପ୍ରଫେସର ଅମିତ ବାନାର୍ଜୀ କହିଥିଲେ ବର୍ତମାନ ସମୟରେ ମ୍ୟାନେଜମେଂଟ ଡିଗ୍ରୀ ଖୁବ୍ ଗୁରୁତ୍ୱପୂର୍ଣ୍ଣ। ସୋଆ ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ବିଜିନେସ୍ ଆଣ୍ଡ କମ୍ପ୍ୟୁଟର ଷ୍ଟଡିଜ୍ (ଆଇବିସିଏସ୍‌)ର ଡିନ୍ ପ୍ରଫେସର ଅନୁପ୍ ସାମନ୍ତରାୟ ଏବଂ ଇଣ୍ଡଷ୍ଟ୍ରୀ ଏନଗେଜ୍‌ମେଂଟର ମୁଖ୍ୟ ରିପ୍ତି ରଞ୍ଜନ ଦାସ ମଧ୍ୟ ବକ୍ତବ୍ୟ ରଖିଥିଲେ। ସୋଆର ଛାତ୍ରମଙ୍ଗଳ ଡିନ୍ ପ୍ରଫେସର ଜ୍ୟୋତି ରଞ୍ଜନ ଦାସ ଉପସ୍ଥିତ ଥିଲେ।

ଏଚ୍‌ସିଏଲ୍ ଟେକ୍ ର ୟୁନିଭର୍ସିଟି ରିଲେସନ୍ସ ଆଣ୍ଡ ରିକ୍ର‌୍ୟୁଟ୍‌ମେଂଟର ମୁଖ୍ୟ ଆଶିଷ ଭାଲ୍ଲା “ନେଗେଟିଭ୍ ଭର୍ସେସ୍ ପଜିଟିଭ୍ ଫିଡ୍‌ବ୍ୟାକ୍ ଇନ୍ ୱାର୍କପ୍ଲେସ୍ ଆଣ୍ଡ ହାଓ ଟୁ ହ୍ୟାଣ୍ଡେଲ୍‌” ଶୀର୍ଷକକୁ ନେଇ ବକ୍ତବ୍ୟ ରଖିଥିଲେ।

ଏହି କାର୍ଯ୍ୟକ୍ରମରେ ଟାଟା ଟେକ୍ନୋଲୋଜିଜ୍‌ର ଇଣ୍ଡିଆ ଲିଡ୍ – ୟୁନିଭର୍ସିଟି ରିଲେସନ୍ସ ସୁଶାନ୍ତ କୁମାର, ଡାବର ଇଣ୍ଡିଆ ଲିମିଟେଡ୍‌ର ନ୍ୟାସ୍‌ନାଲ୍ ମ୍ୟାନେଜର ଏଚ୍‌ଆର୍ ଦେବାର୍ଘ ଦେବ, ଏପିଏସି-ଏବିକ୍ସ ଆଇଏନ୍‌ସିର ଟିଏଜି ଲିଡର ହର୍ଷରାଜ ଜୈନ୍‌, ଏରିକ୍ସନ୍‌ର ନିର୍ଦ୍ଦେଶକ, ହେଡ ଅଫ୍ ଟିଏ ଡେଲିଭରି ମୃଣାଳ ଦାସ, କ୍ୟୁୟରବେ ଟେକ୍ନୋଲୋଜିସ୍‌ର ପିପୁଲ୍ ଏକ୍ସପେରିଏନ୍ସ ଆର୍କିଟେକ୍ଟ ଅନିନ୍ଦିତା ମହାପାତ୍ର, ଏଚ୍‌ଟି-ଏଣ୍ଡୋ ଇନ୍‌ଟରନ୍ୟାସ୍‌ନାଲ୍ ପିଏଲ୍‌ସି ଉପସଭାପତି ତଥା ମୁଖ୍ୟ ଡଃ ତନୟା ମିଶ୍ର, ଟିଏ-ୟୁବିଏସ୍‌ର ଆସୋସିଏଟ୍ ଡାଇରେକ୍ଟର ବୀଣା ରାମଦାଶାନୀ, ଏମ୍ଫାସିସ୍‌ର ଇଣ୍ଡିଆ କ୍ୟାମ୍ପସ୍ ଲିଡ୍ ଯଶୁଆ ଡେଭିଡ୍‌, ଟ୍ୟାଲେଂଟ ଆକ୍ୟୁଜିସନ୍ – ଦ ମ୍ୟାଥ କମ୍ପାନୀର ଆସୋସିଏଟ୍ ପ୍ରିନ୍ସିପାଲ୍ ରାହୁଲ ପି, ରିଲାଏନ୍ସ ଜିଓର ଡେପୁଟି ଜେନେରାଲ୍ ମ୍ୟାନେଜର, ଏଚ୍‌ଆର୍ ଉଜ୍ୱଲ ସେନ୍‌ଗୁପ୍ତା ଏବଂ କେପିଆଇଟି ଟେକ୍ନୋଲୋଜିସ୍‌ର ମୁଖ୍ୟ ଅବିନାଶ ମହାପାତ୍ର ଯୋଗ ଦେଇ ପ୍ୟାନେଲ୍ ଆଲୋଚନାରେ ନିଜର ବକ୍ତବ୍ୟ ରଖିଥିଲେ।

ସୋଆ
Share. Facebook Twitter LinkedIn Email WhatsApp Copy Link

Related Posts

ଆଜି ୧୬ ତାରିଖ ସୋମବାରରେ ସାତୋଟି ରାଶିର ବ୍ୟକ୍ତିମାନେ ସ୍ବାସ୍ଥ୍ୟ ପ୍ରତି ରୁହନ୍ତୁ ସାବଧାନ

March 16, 2026

ହାଇୱା ଦୂର୍ଘଟଣାରେ ଦୁଇ ଗୁରୁତର

March 15, 2026

ଉପର ମଣିନାଗ ପୀଠରେ ଏକବିଂଶତମ ବାର୍ଷିକ ବିଶ୍ୱଶାନ୍ତି ମହାଯଜ୍ଞ ସମାପ୍ତ

March 15, 2026

କେନ୍ଦ୍ର ମନ୍ତ୍ରୀଙ୍କ ଉପସ୍ଥିତିରେ ବିଜେପିରେ ଯୋଗଦେଲେ ପୂର୍ବତନ ବ୍ଲକ ଅଧ୍ୟକ୍ଷା ଓ ସମିତିସଭ୍ୟ 

March 15, 2026
Latest News

ଆଜି ୧୬ ତାରିଖ ସୋମବାରରେ ସାତୋଟି ରାଶିର ବ୍ୟକ୍ତିମାନେ ସ୍ବାସ୍ଥ୍ୟ ପ୍ରତି ରୁହନ୍ତୁ ସାବଧାନ

March 16, 2026

ପଶ୍ଚିମ ଏସିଆର ଘଟଣାକ୍ରମ ପରିପ୍ରେକ୍ଷୀରେ ପ୍ରମୁଖ କ୍ଷେତ୍ରଗୁଡ଼ିକ ସମ୍ପର୍କରେ ସୂଚନା

March 15, 2026

ହାଇୱା ଦୂର୍ଘଟଣାରେ ଦୁଇ ଗୁରୁତର

March 15, 2026

ପଦ୍ମ ପୁରସ୍କାର -୨୦୨୭ ପାଇଁ ନାମାଙ୍କନ ଆରମ୍ଭ

March 15, 2026

ନିର୍ବାଚନ ଘୋଷଣାର ଏକ ଘଣ୍ଟା ପୂର୍ବରୁ ମମତା ବାନାର୍ଜୀଙ୍କ ଘୋଷଣା: କାର୍ଯ୍ୟାନୁଷ୍ଠାନ ନେବେ କି CEC?

March 15, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.