Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଭୁବନେଶ୍ୱରସ୍ଥିତ ସ୍ୱତନ୍ତ୍ର କାରାଗାରରେ ‘କାରା ପ୍ରତିଷ୍ଠା ଦିବସ’ ପାଳିତ
ଆଜିର ଖବର

ଭୁବନେଶ୍ୱରସ୍ଥିତ ସ୍ୱତନ୍ତ୍ର କାରାଗାରରେ ‘କାରା ପ୍ରତିଷ୍ଠା ଦିବସ’ ପାଳିତ

December 10, 2022No Comments3 Mins Read
Share Facebook Twitter LinkedIn Email WhatsApp Copy Link
Jailday
ଭୁବନେଶ୍ୱରସ୍ଥିତ ସ୍ୱତନ୍ତ୍ର କାରାଗାରରେ ‘କାରା ପ୍ରତିଷ୍ଠା ଦିବସ’ ପାଳିତ

ଭୁବନେଶ୍ୱର: ରାଜ୍ୟ ସରକାର କାରାଗାର ସଂସ୍କାର ଉପରେ ଗୁରୁତ୍ୱ ଦେଉଛନ୍ତି । କାରାବାସ ଏକ ସୁଧାର କେନ୍ଦ୍ର ଭାବେ ଆଶ୍ରମରେ ରୂପାନ୍ତରିତ ହେଉ ବୋଲି ଆଜି ଭୁବନେଶ୍ୱର ଝାରପଡାସ୍ଥିତ ସ୍ୱତନ୍ତ୍ର କାରାଗାରରେ ‘କାରା ପ୍ରତିଷ୍ଠା ଦିବସ’ ରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ କାରାଗାର ମହାନିର୍ଦ୍ଦେଶକ ତଥା ନିର୍ଦ୍ଦେଶକ, ସଂସ୍କାର ସେବା ସଂସ୍ଥା, ଓଡିଶା , ଡକ୍ଟର ମନୋଜ କୁମାର ଛାବ୍ରା ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରକାଶ କରିଛନ୍ତି ।

ଶ୍ରୀଯୁକ୍ତ ଶୁଭକାନ୍ତ ମିଶ୍ର, ଉପକାରା ମହା ନିର୍ଦ୍ଦେଶକ(ମୁଖ୍ୟାଳୟ) ଏବଂ ଏଡିଜି ଶ୍ରୀ ଦିପ୍ରେଶ ପଟ୍ଟନାୟକ ପ୍ରମୁଖ ଅତିଥି ଭାବେ ଯୋଗଦେଇ କାରାଗାରର ଅନ୍ତେବାସୀମାନଙ୍କୁ ତାଙ୍କର ବହୁମୂଲ୍ୟ ଉପଦେଶ ପ୍ରଦାନ କରିଥିଲେ । କାଗାଗାର ପ୍ରତିଷ୍ଠା ଦିବସ ଉପଲକ୍ଷେ ଚଳିତ ବର୍ଷ ଉଲ୍କେଖନୀୟ କାର‌୍ୟ୍ୟ ପାଇଁ କାରା ବିଭାଗର ବିଭିନ୍ନ କାରାଗାରରେ କାର‌୍ୟ୍ୟରତ ମନୋନୀତ ଅଧିକାରୀ ଏବଂ କର୍ମଚାରୀମାନଙ୍କୁ କାରା ମହାନିର୍ଦ୍ଦେଶକ ଡଃ. ଛାବ୍ରା, ମହାନିର୍ଦ୍ଦେଶକ ପଦକ(ଡିଜି ଡିକ୍ସ) ପ୍ରଦାନ କରି ସମ୍ମାନିତ କରିଥିଲେ ।

କାରାଗାର ପ୍ରତିଷ୍ଠା ଦିବସରେ ଭୁବନେଶ୍ୱର ସ୍ୱତନ୍ତ୍ର କାରାଗାରର ଅନ୍ତେବାସୀଙ୍କ ପାଇଁ ଏକ ବୃତ୍ତିଗତ ଏଫ୍.ଏମ୍. ବେତାରକେନ୍ଦ୍ର, ପାଠାଗାର ଓ ଧନ୍ଦାମୂଳକ କେନ୍ଦ୍ର ଏବଂ କଳା ଓ ନାଟକ କେନ୍ଦ୍ରକୁ ମୁଖ୍ୟ ଅତିଥି ଡଃ. ଛାବ୍ରା ଶୁଭ ଉଦ୍ଘାଟନ କରିଥିଲେ ।ଜେଲରେ ବିଭିନ୍ନ ସଂସ୍କାରମୂଳକ କାର‌୍ୟ୍ୟକ୍ରମ ପାଇଁ ସହଯୋଗ କରୁଥିବା ବିଭିନ୍ନ ସଂସ୍ଥା ଯଥା ଅମୂଲ୍ୟ ଜୀବନ ଫାଉଣ୍ଡେସନ, ଅରେଞ୍ଜ କ୍ରସ, ଆର୍.ପି.ଆର୍.ସି ,ଭୁବନେଶ୍ୱରର କର୍ମକର୍ତ୍ତାମାନଙ୍କୁ ମହା ନିର୍ଦ୍ଦେଶକ ସମ୍ବର୍ଦ୍ଧିତ କରିଥିଲେ ।

ପ୍ରକାଶ ଥାଉକି, ଓଡିଶାର ବିଭିନ୍ନ କାରାଗାରରେ ରହିଥିବା ଅନ୍ତେବାସୀମାନଙ୍କ ପାଇଁ ସେମାନେ କାରାଗାରରୁ ମୁକ୍ତ ହେବା ପରେ ପୁନଃ ଥଇଥାନ ନିମନ୍ତେ କାରାଗାରମାନଙ୍କରେ ବିଭିନ୍ନ ଧନ୍ଦାମୂଳକ ତାଲିମ ପ୍ରଦାନ କରାଯାଉଛି । ଭୁବନେଶ୍ୱର ସ୍ୱତନ୍ତ୍ର କାଗାଗାରର ଅନ୍ତେବାସୀମାନେ କମ୍ବଳ ବୁଣା, ଖାଦ୍ୟ ପ୍ରକ୍ରିୟାକରଣ, ଫିନାଇଲ ପ୍ରସ୍ତୁତ, ଉନ୍ନତ ପ୍ରଣାଳୀରେ ମତ୍ସ୍ୟ ଚାଷ, ବଗିଚା କାମରେ ନିଜକୁ ନିୟୋଜିତ କରି କାମ ଶିଖିବା ସହିତ ପ୍ରୋତ୍ସାହନ ଭତ୍ତା ପାଉଛନ୍ତି ।

ସେହିପରି କଟକ ସ୍ଥିତ ମଣ୍ଡଳ କାରାଗାରରେ ମଧ୍ୟ ଅନ୍ତେବାସୀମାନେ ବୟନ ଶିଳ୍ପ, ସିଲାଇ, ଦରି ବୁଣା, ପୁସ୍ତକ ବନ୍ଧେଇ, ଖାଦ୍ୟ ପ୍ରକ୍ରିୟାକରଣ, ଫିନାଇଲ ପ୍ରସ୍ତୁତି, ଫ୍ଲାଏ ଆସ୍ ରୁ ଇଟା ପ୍ରସ୍ତୁତି, ବଗିଚା,ସେଲୁନ୍, ସ୍ପା ଏବଂ ବିୟୁଟି ପାର୍ଲୋର ଏବଂ ଓ୍ୱେଲ୍ଡିଂ ପ୍ରଶିକ୍ଷଣରେ ନିୟୋଜିତ ଅଛନ୍ତି । ଆହୁରି ମଧ୍ୟ ଓଡିଶାର ବିଭିନ୍ନ ମଣ୍ଡଳ କାରାଗାରରେ ଓ ଜିଲ୍ଲା କାରାଗାରରେ ମଧ୍ୟ ଅନ୍ତେବାସୀମାନ ସେହିଭଳି ବିଭିନ୍ନ ପ୍ରଶିକ୍ଷଣ ଓ କାର‌୍ୟ୍ୟରେ ନିୟୋଜିତ କରାଯାଇ ସେମାନଙ୍କର ପୁନଃ ଥଇଥାନ ନିମନ୍ତେ ପଦକ୍ଷେପ ନିଆଯାଇଛି । ଉକ୍ତ ଧନ୍ଦାମୁଳକ ପ୍ରଶିକ୍ଷଣ ଦ୍ୱାରା ଜେଲ ଗୁଡିକରେ ଉତ୍ପାଦିତ ଦ୍ରବ୍ୟଗୁଡିକୁ ବିକ୍ରୟ କରାଯାଇ ସରକାରଙ୍କ ରାଜସ୍ୱ ତହବିଲରେ ୨୦୨୨ ମସିହା ଅକ୍ଟୋବର ମାସ ସୁଦ୍ଧା ପ୍ରାୟ ୬୫.୮୧ ଲକ୍ଷ ଟଙ୍କା ଜମା କରାଯାଇଛି ।

ଭୁବନେଶ୍ୱର ସ୍ୱତନ୍ତ୍ର କାରାଗାର ଅଧିକ୍ଷକ ଶ୍ରୀ ସତ୍ୟ ପ୍ରକାଶ ସ୍ୱାଇଁଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନ ତଥା ପୌରୋହିତ୍ୟରେ ଏହି କାର‌୍ୟ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । କାର‌୍ୟ୍ୟକ୍ରମ ଶେଷରେ ଭୁବନେଶ୍ୱର ସ୍ୱତନ୍ତ୍ର କାରାଗାରର ଅନ୍ତେବାସୀମାନଙ୍କ ଦ୍ୱାରା ଏକ ସଚେତନତା ଧର୍ମୀ ତଥା ହୃଦୟସ୍ପର୍ଶୀ କ୍ଷୁଦ୍ର ନାଟକ ‘ବନ୍ଦୀର ପରିବର୍ତ୍ତନ’ ମଞ୍ଚସ୍ଥ ହୋଇଥିଲା । ନାଟକରେ କିପରି ଏକ ଗ୍ରାମୀଣ ଯୁବକ କୁସଙ୍ଗରେ ପଡି ନିଶା ସେବନ କରିବା ଓ ଛିନ୍ ତାଇ କରିବା ଦ୍ୱାରା ପୁଲିସ ହାତରେ ଧରାପଡି ତାକୁ କାରାବାସ କରିବାକୁ ହୁଏ ଓ ଜେଲ୍ ସଂସ୍କାର ବଳରେ ସେ ସେଠାରେ ଅଧ୍ୟୟନ କରି ଶେଷରେ କୃତକାର‌୍ୟ୍ୟ ହୋଇ ସରକାରୀ ଚାକିରି ପାଇ ଅନ୍ୟ ସାଙ୍ଗମାନଙ୍କୁ ଭୁଲ୍ ରାସ୍ତାରୁ ଆଣି ସମାଜର ମୁଖ୍ୟ ସ୍ରୋତକୁ ଆଣିବାରେ ଉଦାହରଣ ସାଜେ, ଏହା ଏହି ନାଟକରେ ନିଖୂଣ ଭାବେ ପ୍ରଦର୍ଶିତ ହୋଇଥିଲା ।

ସମାରୋହକୁ କାରାଗାରର କାରାପାଳ ଶ୍ରୀମତୀ ସନ୍ତୋଷିନୀ ଦାଶ ପରିଚାଳନା କରିଥିବା ବେଳେ ତାଙ୍କୁ କାରା ମଙ୍ଗଳ ଅଧିକାରୀ ଶ୍ରୀ ସତ୍ୟଜିତ୍ ଦାସ, ଜେଲ୍ ଫାର୍ମାସିଷ୍ଟ ଶ୍ରୀ ଶିବଶାନ୍ତ ସାମନ୍ତରାୟ ଓ କାରାଗାର ଶିକ୍ଷକ ଶ୍ରୀ ଭାସ୍କର ବେହେରା ପ୍ରମୁଖ ସହଯୋଗ କରିଥିଲେ ।

Share. Facebook Twitter LinkedIn Email WhatsApp Copy Link

Related Posts

ଆଜି ଜୁନ ୧୧ ତାରିଖ ଗୁରୁବାରରେ ଏହି ପାଞ୍ଚୋଟି ରାଶିର ଦୂର ହେବ ସମସ୍ତ ଦୁଃଖ

June 11, 2026

ମୋଦୀଙ୍କୁ ଟ୍ରମ୍ପଙ୍କ ଅଭିନନ୍ଦନ

June 11, 2026

ଫାଇଲ ଗାଏବକୁ ନେଇ ଏଫଆଇଆର

June 10, 2026

ପୂର୍ବତଟ ରେଳପଥ ଦ୍ଵାରା ଆନ୍ତର୍ଜାତୀୟ ଲେଭଲ୍ କ୍ରସିଂ ସଚେତନତା ଦିବସ ୨୦୨୬ ପାଳିତ

June 10, 2026
Latest News

ଆଜି ଜୁନ ୧୧ ତାରିଖ ଗୁରୁବାରରେ ଏହି ପାଞ୍ଚୋଟି ରାଶିର ଦୂର ହେବ ସମସ୍ତ ଦୁଃଖ

June 11, 2026

ମୋଦୀଙ୍କୁ ଟ୍ରମ୍ପଙ୍କ ଅଭିନନ୍ଦନ

June 11, 2026

ଫାଇଲ ଗାଏବକୁ ନେଇ ଏଫଆଇଆର

June 10, 2026

ପୂର୍ବତଟ ରେଳପଥ ଦ୍ଵାରା ଆନ୍ତର୍ଜାତୀୟ ଲେଭଲ୍ କ୍ରସିଂ ସଚେତନତା ଦିବସ ୨୦୨୬ ପାଳିତ

June 10, 2026

ରାଷ୍ଟ୍ରପତିଙ୍କ ମୟୂରଭଞ୍ଜ ଗସ୍ତ ପାଇଁ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କଲେ ଡିଜିପି

June 10, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.