Cyclone Threat: ଓଡିଶାରେ ବାତ୍ୟା ହେବାର ସମ୍ଭାବନା ରହିଛି। ଏ ନେଇ ଭାରତୀୟ ପାଣିପାଗ ସ୍ପଷ୍ଟ କରି ନ ଥିଲେ ମଧ୍ୟ ବିଦେଶୀ ସଂସ୍ଥା ସୂଚନା ପ୍ରଦାନ କରିସାରିଲେଣି। Windy ମଡେଲ ଅନୁସାରେ ବଙ୍ଗୋପସାଗରରେ ଏକ ବାତ୍ୟା ସୃଷ୍ଟି ହେବ। କାରଣ ଏହି ସଂସ୍ଥା ଯେଉଁ ମାନଚିତ୍ର ପ୍ରଦାନ କରିଛି ସେଥିରେ ବଙ୍ଗୋପସାଗର କୂଳରେ ଅର୍ଥାତ ଓଡିଶ ନିକଟରେ ଏହା ମାଡ ହେବାର ସମ୍ଭାବନା ଦେଖାଦେଇଛି।
ଆସୁଛି ବାତ୍ୟା ଆଗୁଏଡା
ସେହିପରି Cyclone ମଡେଲ ଅନୁସାରେ ବଙ୍ଗୋପସାଗରରେ ଏକ ବାତ୍ୟା ଚିତ୍ର ସ୍ପଷ୍ଟ ଭାବେ ପରିଲକ୍ଷିତ ହୋଇଛି। ଏହା ମଧ୍ୟ ଓଡିଶା ଉପକୂଳକୁ ଛୁଇଁବାର ସମ୍ଭାବନା ଦେଖାଦେଇଛି। ସେହିପରି ବିଶ୍ବର ଜଣେ ପାଣିପାଗ ବିଶେଷଜ୍ଞ ହେଉଛନ୍ତି Jason Nicholls। ତାଙ୍କ ମତରେ ଭାରତ ସାଗରରେ ଏକ ବାତ୍ୟା ସୃଷ୍ଟି ହୋଇଛି। ଯାହାର ନାମ ରହିଛି Agueda ବା ଆଗୁଏଡା। ସେ ଗତକାଲିଠାରୁ ଏହି ବାତ୍ୟା ସମ୍ଭାବନା ବୋଲି କହିସାରିଲେଣି।
ଭାରତ ପାଣିପାଗ ବିଭାଗର କଣ ରହିଛି ସୂଚନା
ତେବେ ବାତ୍ୟା ନେଇ ଭାରତ ପାଣିପାଗ ବିଭାଗ କୌଣସି ସୂଚନା ପ୍ରଦାନ କରି ନାହିଁ। ତାଙ୍କର ସୂଚନା ଅନୁସାରେ ବର୍ତ୍ତମାନ ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଏହା ଆସନ୍ତା ଚବିଶ ଘଣ୍ଟା ମଧ୍ୟରେ ଲଘୁଚାପକୁ ସୃଷ୍ଟି ହେବ।
ପାଣିପାଗ ବିଭାଗର ଭାଷାରେ- କୋମୋରିନ୍ ଅଞ୍ଚଳ ଏବଂ ଏହାର ସଂଲଗ୍ନ ଦକ୍ଷିଣ ତାମିଲନାଡୁ ଓ କେରଳ ଉପରେ ସୃଷ୍ଟି ହୋଇଥିବା ଲଘୁଚାପ କ୍ଷେତ୍ରର ପ୍ରଭାବରେ ନିମ୍ନଲିଖିତ ଅଞ୍ଚଳଗୁଡ଼ିକରେ କିଛି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି:
- ୨୨/୨୬ ଅକ୍ଟୋବର: ତାମିଲନାଡୁ, ପୁଡୁଚେରୀ ଏବଂ କାରାଇକାଲ୍
- ୨୨/୨୫ ଅକ୍ଟୋବର: କେରଳ
- ୨୨/୨୪ ଅକ୍ଟୋବର: ଲକ୍ଷଦ୍ୱୀପ
- ୨୨ ଅକ୍ଟୋବର: ଉପକୂଳ ଆନ୍ଧ୍ରପ୍ରଦେଶ
According to India Meteorology Department Heavy to Very Heavy Rainfall Warning Under the influence of the Low Pressure Area over the Comorin Area and adjoining South Tamil Nadu & Keralam, isolated heavy to very heavy rainfall is likely over:
- Tamil Nadu, Puducherry & Karaikal: 22–26
- October Keralam: 22–25 October
- Lakshadweep: 22–24 October
- Coastal Andhra Pradesh: 22 October
କଣ କହୁଛନ୍ତି ଓଡିଶା ସରକାର
ତେବେ ବାତ୍ୟା ନେଇ ଓଡିଶା ସରକାରଙ୍କ ତରଫରୁ କୌଣସି ସୂଚନା ନ ଥିଲେ ମଧ୍ୟ ସେମାନେ ପ୍ରସ୍ତୁତ ବୋଲି କହିଛନ୍ତି। ଏ ନେଇ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି ଯେ, ସରକାର ସବୁବେଳ ପ୍ରସ୍ତୁତ ହୋଇ ରହିଛନ୍ତି। ତେବେ ଓଡିଶାରେ ବାତ୍ୟା ହେବ କି ନାହିଁ ତାହା ଶୁକ୍ରବାରରେ ଜଣାପଡିବ ବୋଲି ସେ କହିଛନ୍ତି।
କଣ କହୁଛି ଓଡିଶାରେ ବାତ୍ୟା ଇତିହାସ
ଓଡିଶାର ବାତ୍ୟା ଇତିହାସକୁ ଅନୂଶୀଳନ କଲେ ଜଣାପଡେ ଯେ, ଅକ୍ଟୋବର ମାସରେ ଯେଉଁ ଲଘୁଚାପ ହୁଏ ତାହା ବାତ୍ୟା ହେବାର ସମ୍ଭାବନା ସୃଷ୍ଟି କରିଥାଏ। ଓଡିଶାରେ ଯେପରି ମହାବାତ୍ୟା ଅକ୍ଟୋବର 29 ତାରିଖରେ ହୋଇଥିଲା। ସେହିପରି ଆଉ କେତେକ ବାତ୍ୟା ଏହି ଅକ୍ଟୋବରରେ ହୋଇଛି। ତେଣୁ ବର୍ତ୍ତମାନ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ କ୍ଷେତ୍ର କେତେ ସକ୍ରିୟ ରହୁଛି ତାହା ଉପରେ ନିର୍ଭର କରୁଛି ପାଣିପାଗର ଭବିଷ୍ୟତ।


