ଭୁବନେଶ୍ବର ରାସ୍ତାରେ ହୁତୁହୁତୁ ହୋଇ ଜଳିଗଲା କାର, ବସିଥିବା ଯାତ୍ରୀ…

Published: Dec 11, 2022, 1:52 pm IST
Car Fire

ଭୁବନେଶ୍ବର: ଆଜି ଭୁବନେଶ୍ବରରେ ଏକ ଚଳନ୍ତାଗାଡିରେ ନିଆଁ ଲାଗିଯାଇଛି। ନିଆଁ ଏତେ ଜୋରରେ ଲାଗିଥିଲା ଯେ ସେହି ଖଣ୍ଡମଣ୍ଡଳ ପୁରା ଧୂଆଁମୟ ହୋଇଗଲା। ସେହି ରାସ୍ତାରେ ଯାଉଥିବା ଯାତ୍ରୀମାନେ ପୁରା ଭୟଭିତ ହୋଇପଡିଲେ। ତେବେ ଅଗ୍ନିଶମ ବିଭାଗ ଆସି ନିଆଁକୁ ଆୟତ କରିଥିଲେ।

ଘଟଣାଟି ଘଟିଛି ଭୁବନେଶ୍ବରର ରସୁଲଗଡ ଛକ ନିକଟରେ। କାରଟି କଟକ ଆଡକୁ ଯାଉଥିବା ବେଳେ ରସୁଗଡ ରାସ୍ତାରେ ନିଆଁ ଲାଗିଯାଇଥିଲା। ସେଥିରେ ବସିଥିଲେ ମାତ୍ର ଦୁଇ ଜଣ ଯାତ୍ରୀ। ଇଂଜିନରୁ ନିଆଁ ବାହାରୁ ଥିବାର ଦେଖି ଉଭୟ ରାସ୍ତାରେ କାର ରଖି ବାହାରକୁ ଆସିଲେ।

ହେଲେ ସେହି ନିଆଁ ବେଗ ଏତେ ତୀବ୍ର ହୋଇଗଲା ଯେ କାରଟି ଚାହୁଁ ଚାହୁଁ ହୁତୁହୁତୁ ହୋଇ ଜଳିବାକୁ ଲାଗିଲା। କାରରୁ ପୁରା କଳା ଧୂଆଁ ବାହାରି ଚାରିଆଡେ ଧିଆଁମୟ କରିଦେଇଥିଲା। ତେବେ ନିଆଁ ଲାଗିବାର କାରଣ କଣ ଜଣାପଡି ନାହିଁ। କାରର ଦୁଇ ଯାତ୍ରୀ ସୁରକ୍ଷିତ ଅଛନ୍ତି।

Related posts