Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ନଷ୍ଟ ହେଲାଣି ଉପର ମଣିନାଗ ରାସ୍ତା, ପାଣିରେ ପଡିଲା ଚାରି କୋଟି ଟଙ୍କା
ଆଞ୍ଚଳିକ

ନଷ୍ଟ ହେଲାଣି ଉପର ମଣିନାଗ ରାସ୍ତା, ପାଣିରେ ପଡିଲା ଚାରି କୋଟି ଟଙ୍କା

December 13, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link
Maninag Ranpur
ନଷ୍ଟ ହେଲାଣି ଉପର ମଣିନାଗ ରାସ୍ତା, ପାଣିରେ ପଡିଲା ଚାରି କୋଟି ଟଙ୍କା

ରଣପୁର : ନୟାଗଡ ଜିଲ୍ଲା ରଣପୁର ପାହାଡ଼ ଶିଖରରେ ଥିବା ମଣିନାଗଙ୍କ ପୀଠକୁ ଯାଇଥିବା ରାସ୍ତାଟି ନିର୍ମାଣର ଅଳ୍ପ କିଛି ବର୍ଷ ମଧ୍ୟରେ ସମ୍ପୂର୍ଣ ନଷ୍ଟ ହୋଇ ଗଲାଣି। ଏହି ରାସ୍ତା ଦେଇ ପର୍ଯ୍ୟଟକ ସୁରକ୍ଷିତ ମନେ କରୁ ନାହାନ୍ତି। ତଳ ମଣିନାଗ ପୀଠରୁ ଉପର ମଣିନାଗ ପୀଠକୁ ଯିବା ପାଇଁ ତିଆରି ହୋଇଥିଲା ଏହି 5 କିମି ଲମ୍ବର ଘାଟି ରାସ୍ତା। ଏଥିପାଇଁ 4 କୋଟି ଟଙ୍କା ବ୍ୟୟ ହୋଇଥିଲା। ଗ୍ରାମ୍ୟ ଉନ୍ନୟନ ବିଭାଗ ଦ୍ୱାରା ନିର୍ମିତ ଏହି ରାସ୍ତାର ଅର୍ଥ ପାଣିରେ ପଡ଼ିଥିବା ଚର୍ଚ୍ଚା ହେଉଛି।

ପ୍ରଥମେ ନିର୍ମାଣ କାର୍ଯ୍ୟ ସରିବାର କିଛି ମାସ ପରେ ବ୍ୟବହାର ପୂର୍ବରୁ ରାସ୍ତା ଦୁଇ ଫାଳ ହୋଇ ଧସି ଆସିଥିଲା। ବର୍ଷା ଦିନେ ଏହି ରାସ୍ତା ଦୁଇ କଡ଼ରୁ ପାହାଡ଼ ଧସି ଥାଏ। ତଳୁ ଉପର ପର୍ଯ୍ୟନ୍ତ ମୋଟ 19 ଟି ବୁଲାଣି ଘାଟି ରାସ୍ତା ଥାଏ। ସେଥି ମଧ୍ୟରୁ 14 ନମ୍ବର ବୁଲାଣି ରାସ୍ତା ଅତି ସଂକୀର୍ଣ୍ଣ ହୋଇ ଯାଇଥିବା ଯୋଗୁଁ ପାହାଡ଼ ଶିଖରକୁ ଚାରି ଚକିଆ ଯାନ ଯିବା ବହୁ କଷ୍ଟକର ହୋଇ ପଡୁଛି। ବିପଦ ସଂକୁଳ ରାସ୍ତା ଯୋଗୁଁ ୨ ବର୍ଷ ତଳେ ଦୁଇଟି ମୋଟର ସାଇକେଲ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା।

ଏପରିକି ରାଜ୍ୟପାଳଙ୍କ କିଛି କର୍ମଚାରୀ ଏକ କାରରେ ପାହାଡ଼ ଶିଖରରୁ ଫେରିବା ବେଳେ ନଷ୍ଟ ହୋଇ ଯାଇଥିବା ରାସ୍ତା ଓ ସଂକୀର୍ଣ୍ଣ ବୁଲାଣି ରାସ୍ତା ଯୋଗୁଁ କାରଟି ଭାରସାମ୍ୟ ହରାଇ ଓଲଟି ପଡିଥିଲା। 2022 ମସିହା ଫେବୃୟାରୀ ମାସରେ ମଧ୍ୟ ଏକ କାର ଉପରି ଓଲଟି ପାଞ୍ଚଟି ମୋଡଣି ତଳକୁ ସିଧା ଖସି ଆସିଥିଲା। ଏହି ଦୁର୍ଘଟଣା ଖବର ସାରା ରାଜ୍ୟକୁ ଦୋହଲାଇ ଦେଇଥିଲା। ମା ମଣିନାଗଙ୍କ ଆଶୀର୍ବାଦରୁ ଗାଡିରେ ଥିବା ସମସ୍ତେ ସୁରକ୍ଷିତ ଥିଲେ। ଏହି ସବୁ ଦୁର୍ଘଟଣାର କାରଣ ହେଉଛି ନିମ୍ନ ମାନର ରାସ୍ତା କାର୍ଯ୍ୟ।

2013 ମସିହାରେ ମୁଖ୍ୟମନ୍ତ୍ରୀ ଏହି ରାସ୍ତା ନିର୍ମାଣ ନିମନ୍ତେ ପ୍ରାୟ 3 କୋଟି 69 ଲକ୍ଷ ଟଙ୍କା ମଞ୍ଜୁର କରି ଏହାର ଶିଳାନ୍ୟାସ କରିଥିଲେ। ଗ୍ରାମ୍ୟ ଉନ୍ନୟନ ବିଭାଗର ନିମ୍ନମାନ ର କାର୍ଯ୍ୟ ଯୋଗୁଁ ରାସ୍ତା ବ୍ୟବହାରର ଅଳ୍ପ ଦିନ ପରେ ବିପଦ ସଂକୁଳ ରାସ୍ତାରେ ପରିଣତ ହୋଇ ଯାଇଛି। ଏବେ ଏହି ରାସ୍ତା ଦେଇ ଉପର ମଣିନାଗ ପୀଠକୁ ଯିବା ପାଇଁ ପର୍ଯ୍ୟଟକମାନେ ସୁରକ୍ଷିତ ମନେ କରୁ ନାହାନ୍ତି। ଜିଲ୍ଲା ପ୍ରଶାସନ ଓ ରାଜ୍ୟ ପର୍ଯ୍ୟଟନ ବିଭାଗ ଏ ଦିଗରେ ଦୃଷ୍ଟି ଦେଇ ତୁରନ୍ତ ଏହାର ସମାଧାନ କରିବା ପାଇଁ ସାଧାରଣରେ ଦାବି ହେଉଛି।

Share. Facebook Twitter LinkedIn Email WhatsApp Copy Link

Related Posts

ବାଣପୁର କୋର୍ଟ ପରିସରରେ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ

March 14, 2026

ବାଲୁଗାଁ: ସାମ୍ବାଦିକଙ୍କ ମାତୃ ବିୟୋଗ

March 12, 2026

ଗୋଦାବରୀଶ ମହାବିଦ୍ୟାଳୟରେ ସଡ଼କ ସୁରକ୍ଷା ଉପରେ ଡିଜିଟାଲ ଭିଡିଓ ପ୍ରଦର୍ଶନ କାର୍ଯ୍ୟକ୍ରମ

March 11, 2026

ବାଣପୁର ତାଲୁକ ଆଇନ ସେବା ସମିତି ପକ୍ଷରୁ ଅନ୍ତର୍ଜାତୀୟ ମହିଳା ଦିବସ ପାଳନ

March 10, 2026
Latest News

ସାରା ଦେଶରେ ସୁବିଧାଜନକ ଉପମାର୍ଗ ନିର୍ମାଣ ପାଇଁ ରେଳମନ୍ତ୍ରୀଙ୍କ ନିର୍ଦ୍ଦେଶ

March 26, 2026

ରାଷ୍ଟ୍ରୀୟ ବୌଦ୍ଧିକ ଦିବ୍ୟାଙ୍ଗଜନ ସଶକ୍ତିକରଣ ପ୍ରତିଷ୍ଠାନ ପରିଦର୍ଶନ କଲେ ଓଡ଼ିଶାର ଗଣମାଧ୍ୟମ ପ୍ରତିନିଧି ଦଳ

March 26, 2026

ଆଜି ଅଶୋକାଷ୍ଟମୀରେ ପ୍ରଭୃ ଲିଙ୍ଗରାଜ କ’ଣ ପାଇଁ ଭକ୍ତଙ୍କୁ ରଥରେ ଦିଅନ୍ତି ଦର୍ଶନ?

March 26, 2026

ବଦଳିବ RCBର ନାମ?: ସ୍ପଷ୍ଟ କଲେ ଅନନ୍ୟା ବିର୍ଲା

March 26, 2026

ମୁଖ୍ୟ ଶାସନ ସଚିବଙ୍କ ସମୀକ୍ଷା ବୈଠକ: ଇନ୍ଧନ ଯୋଗାଣକୁ ସୁନିଶ୍ଚିତ କରିବା ଉପରେ ଗୁରୁତ୍ଵ

March 26, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.