Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ସିଆଇଆଇ ପକ୍ଷରୁ ସିଏସ୍‌ଆର୍ ସମ୍ମିଳନୀ, କର୍ପୋରେଟ୍ ଜଗତକୁ ସରକାରଙ୍କ ଆହ୍ୱାନ
ଜାତୀୟ ଖବର

ସିଆଇଆଇ ପକ୍ଷରୁ ସିଏସ୍‌ଆର୍ ସମ୍ମିଳନୀ, କର୍ପୋରେଟ୍ ଜଗତକୁ ସରକାରଙ୍କ ଆହ୍ୱାନ

December 18, 2022No Comments3 Mins Read
Share Facebook Twitter LinkedIn Email WhatsApp Copy Link
CSR Confrence
ସିଆଇଆଇ ପକ୍ଷରୁ ସିଏସ୍‌ଆର୍ ସମ୍ମିଳନୀ, ଏକତ୍ର କାର୍ଯ୍ୟ କରିବାକୁ କର୍ପୋରେଟ୍ ଜଗତକୁ ଆହ୍ୱାନ

ଭୁବନେଶ୍ୱର: ଏକତ୍ର ହୋଇ ସାମାଜିକ କଲ୍ୟାଣମୂଳକ କ୍ଷେତ୍ରରେ କାମ କରିବା ଲାଗି ଆଗେଇ ଆସିବାକୁ କର୍ପୋରେଟ୍ ସଂସ୍ଥାଗୁଡ଼ିକୁ ଓଡ଼ିଶା ସରକାରଙ୍କ ମହିଳା ଓ ଶିଶୁ କଲ୍ୟାଣ ବିଭାଗର ପ୍ରମୁଖ ସଚିବ ଶୁଭା ଶର୍ମା କହିଛନ୍ତି ।

ମାତୃତ୍ୱ ସ୍ୱାସ୍ଥ୍ୟ ଏବଂ କିଶୋର ସ୍ୱାସ୍ଥ୍ୟ ଉପରେ ସିଆଇଆଇ ଓଡ଼ିଶା ଚାପ୍ଟର ପକ୍ଷରୁ ଆୟୋଜନ କରାଯାଇଥିବା ସିଏସ୍‌ଆର୍ କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ସେ କହିଛନ୍ତି ଯଦି କଲ୍ୟାଣମୂଳକ କାର୍ଯ୍ୟକ୍ରମରେ ଉଭୟ ସରକାର ଓ କର୍ପୋରେଟ୍ ଜଗତ ମିଳିତ ଭାବେ କାମ କରିବେ ତେବେ ସମ୍ବଳ ପାରଦର୍ଶୀ ଢଙ୍ଗରେ ଖର୍ଚ୍ଚ ହୋଇପାରିବ ଏବଂ କୌଣସି କାର୍ଯ୍ୟକୁ ଏକାଧିକ ଥର କରିବାକୁ ପଡ଼ିବ ନାହିଁ ।

ସିଏସ୍‌ଆର୍ କାର୍ଯ୍ୟ କରିବା ଲାଗି ନାଗରିକ ସମାଜ ସଂଗଠନଗୁଡ଼ିକୁ ସାମିଲ କରିବା ବେଳେ ଅଧିକ ସଚେତନ ରହିବା ଲାଗି ସେ କଂପାନିଗୁଡ଼ିକୁ ପରାମର୍ଶ ଦେଇଛନ୍ତି । ସେ କହିଛନ୍ତି ଯେ ଅନେକ ସମୟରେ ଏହି ସଂସ୍ଥାଗୁଡ଼ିକ କେବଳ ବୈଠକ ଆୟୋଜନ, ଦକ୍ଷତା ଗଠନ ଏବଂ ପ୍ରଶିକ୍ଷଣ ଭିତରେ ସେମାନଙ୍କ କାର୍ଯ୍ୟକୁ ସୀମିତ ରଖୁଛନ୍ତି ।

ସେଥିରୁ କୌଣସି ଆଖିଦୃଶିଆ ଲାଭ ମିଳୁନି । ମାତ୍ର ୩୦% ମାମଲାରେ ଯାହା କିଛି ଲାଭ ମିଳୁଛି । ବୁଝାମଣା ସ୍ୱାକ୍ଷର କରିବା ବେଳେ ବାସ୍ତବ ପରିବର୍ତନ ଆଣିବା ବିଷୟରେ ସେଭଳି ସଂସ୍ଥାଗୁଡ଼ିକୁ କହିବା ପାଇଁ ସେ କଂପାନିଗୁଡ଼ିକୁ ଆହ୍ୱାନ ଦେଇଛନ୍ତି ।

ଏହି ଅବସରରେ ସିଆଇଆଇ ଓଡ଼ିଶା ଚାପ୍ଟରର ଅଧ୍ୟକ୍ଷ ଶ୍ରୀଧର ପାତ୍ର କହିଛନ୍ତି ଯେ ମୋ ପାଇଁ ସିଏସ୍‌ଆର୍‌ର ଅର୍ଥ ହେଉଛି ଆଗେଇ ଆସ, ଦେଖ ଏବଂ ଲୋକମାନଙ୍କ ଜୀବନ ବଦଳାଅ । ପ୍ରତି ବ୍ୟବସାୟ ସମାଜର ସମ୍ବଳକୁ ବ୍ୟବହାର କରୁଛନ୍ତି । ତେଣୁ ସମାଜର କଲ୍ୟାଣ ପାଇଁ କାମ କରିବା ଲାଗି ସବୁ ବ୍ୟବସାୟ ଲକ୍ଷ୍ୟ ରଖିବା ଉଚିତ । ସେଥିପାଇଁ ସିଏସ୍‌ଆର୍‌କୁ ଏକ ଆଇନରେ ପରିଣତ କରାଯାଇଛି ।

ଏହାର ପଛର ଉଦ୍ଦେଶ୍ୟ ହେଉଛି ସମାଜ ଲାଗି କାମ କରିବା ପାଇଁ କଂପାନିଗୁଡ଼ିକୁ ଆଗେଇ ଆସିବାକୁ ଉତ୍ସାହିତ କରିବା । ରାଜସ୍ୱ କିମ୍ବା ଟିକସ ସଂଗ୍ରହ ଏହାର ଲକ୍ଷ୍ୟ ନୁହେଁ । ଆଗାମୀ ଦିନରେ ଦେଖାଦେବାକୁ ଥିବା ସଙ୍କଟ ବେଳେ କିଭଳି ସହାୟକ ହୋଇପାରିବେ ତାହା ଭାବି ନିଜର ସିଏସ୍‌ଆର୍ କାର୍ଯ୍ୟକ୍ରମ ପ୍ରସ୍ତୁତ କରିବାକୁ ସେ କର୍ପୋରେଟ୍ ଜଗତକୁ କହିଛନ୍ତି । ଲୋକମାନଙ୍କ ପାଖରେ ପହଂଚି ସେମାନଙ୍କ ଜୀବନରେ ପରିବର୍ତନ ଆଣିବାକୁ ସେ ପରାମର୍ଶ ଦେଇଛନ୍ତି ।

ଓଡ଼ିଶା କୋଠା ଓ ଅନ୍ୟାନ୍ୟ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡର ଅଧ୍ୟକ୍ଷ, ଶ୍ରୀମୟୀ ମିଶ୍ର କହିଛନ୍ତି ଯେ ସାମାଜିକ କଲ୍ୟାଣମୂଳକ କାର୍ଯ୍ୟ ବିଷୟରେ ପିଲାମାନଙ୍କୁ ପିତାମାତାମାନେ ବୁଝାଇବା ଦରକାର । ଛାତ୍ରଛାତ୍ରୀ ଏବଂ ଯୁବପିଢ଼ି ଏବିଷୟରେ ସଚେତନ ହେବା ଉଚିତ । ଏହା ହେଲେ ସେମାନଙ୍କୁ ଯେତେବେଳେ ଦାୟିତ୍ୱ ଦିଆଯିବ ତାହାକୁ ସେମାନେ ସୁୁଚାରୁ ରୂପେ ସମ୍ପାଦନ କରିପାରିବେ ।

ସିଆଇଆଇ ଓଡ଼ିଶା ଚାପ୍ଟରର ସିଏସ୍‌ଆର୍ ପ୍ୟାନେଲ୍ ସଂଯୋଜକ, ପ୍ରଶାନ୍ତ ହୋତା କହିଛନ୍ତି ଯେ କୌଟିଲ୍ୟଙ୍କ ଲିଖିତ ଅର୍ଥଶାସ୍ତ୍ରରେ ଏକ ବ୍ୟବସାୟ କିଭଳି ପରିଚାଳିତ ହେବା ଦରକାର ତାହା ସ୍ପଷ୍ଟ ଭାବେ ଉଲ୍ଲେଖ ରହିଛି । ଲୋକମାନଙ୍କ ବନ୍ଧୁ ହୋଇ ବ୍ୟବସାୟ ଆଗକୁ ଚାଲିବା ଦରକାର ବୋଲି କୌଟିଲ୍ୟ ଲେଖିଛନ୍ତି । ତେଣୁ ଲାଭ କରୁଥିବା ସଂସ୍ଥାଗୁଡ଼ିକ ଲୋକମାନଙ୍କ ଦୁଃଖ ଦୁଦ୍ଦର୍ଶା ଏବଂ ସଙ୍କଟ ସମୟରେ ଠିଆ ହେବା ଉଚିତ ।

ଏହି ଅବସରରେ ଦୁଇଟି ସ୍ୱତନ୍ତ୍ର ଅଧିବେଶନ ଆୟୋଜନ କରାଯାଇଥିଲା । ପ୍ରଜନନ ଏବଂ ମାତୃତ୍ୱ ସ୍ୱାସ୍ଥ୍ୟ ଓ ଅଧିକାର ସମ୍ପର୍କିତ ପ୍ଲେନାରି ଅଧିବେଶନରେ ହାଇଟେକ୍ ମେଡିକାଲ୍‌ର ଡାକ୍ତର ଡାକ୍ତର ସୌମ୍ୟା ଦାଶ, କିଟ୍ ଇଟଂରନ୍ୟାସନାଲ୍ ସ୍କୁଲ୍‌ର ଅଧ୍ୟକ୍ଷା, ଡକ୍ଟର ମୋନାଲିସା ବଳ, ସେଂଟର ଫର କାଟାଲାଇଜିଂ ଚେଂଜ୍‌ର କାର୍ଯ୍ୟନିର୍ବାହୀ ନିର୍ଦେଶିକ, ଡକ୍ଟର ଅପରାଜିତା ଗୋଗୋଇ, ଇଣ୍ଡିଆ ଅଏଲ୍‌ର ଡିଜିଏମ୍‌-ସିଏସ୍‌ଆର୍ ପି କେ ପଣ୍ଡା, ଏନ୍‌ଟିପିସି-ତାଳଚେରର ଓଆଣ୍ଡ୍‌ଜି ସ୍ପେସିଆଲିଷ୍ଟ୍ ଡକ୍ଟର ପୁଷ୍ପାଞ୍ଜଳି ନାୟକ ଓ ଜିନ୍ଦଲ ପାୱାର ଲିମିଟେଡ୍‌ର ଜିଏମ୍‌-ସିଏସ୍‌ଆର୍ ଋଷିକେଶ ଶର୍ମା ଯୋଗ ଦେଇଥିଲେ ।

ସେହିପରି, କିଶୋର ଓ ଯୁବକଯବତୀଙ୍କ ସ୍ୱାସ୍ଥ୍ୟ ସମ୍ପର୍କିତ ପ୍ଲେନାରି ଅଧିବେଶନରେ ସିଆଇଆଇ ଓଡ଼ିଶା ସିଏସ୍‌ଆର୍ ପ୍ୟାନେଲ୍‌ର ସହ ସଂଯୋଜକ ପ୍ରଶାନ୍ତ କୁମାର ବିଶ୍ୱାଳ, ସିଆଇଆଇ ଓଡ଼ିଶା ରାଜ୍ୟ ପରିଷଦର ପୂର୍ବତନ ଅଧ୍ୟକ୍ଷ ଜେ ବି ପାଣି, କିଟ୍ ବିଶ୍ୱବିଦ୍ୟାଳୟର କୁଳପତି ସସ୍ମିତା ସାମନ୍ତ, ସ୍ୱାସ୍ଥ୍ୟ ଲ୍ୟାବ୍‌ସର ଏମ୍‌ଡି ଡକ୍ଟର ପ୍ରସ୍ମିତା ତେଜସ୍ୱିନୀ, ସେଂଟର ଫର କାଟାଲାଇଜିଂ ଚେଂଜ୍‌ର ଲିଡ୍ ବନ୍ଦନା ନାୟାର, ଆମ୍ରି ହସ୍ପିଟାଲ୍‌ସର ବରିଷ୍ଠ କନସଲଟାଂଟ୍ ଡକ୍ଟର ଜାନକୀ ବଲ୍ଲଭ ପ୍ରଧାନ ଏବଂ ଅଜିମ ପ୍ରେମଜୀ ଫାଉଣ୍ଡେସନର ପ୍ରୋଗ୍ରାମ୍ ଟିମ୍ ଅର୍ଚନା ରେଲାନ ଉପସ୍ଥିତ ଥିଲେ।

CII CSR ସିଆଇଆଇ
Share. Facebook Twitter LinkedIn Email WhatsApp Copy Link

Related Posts

ଯାତ୍ରୀଙ୍କ ପାଇଁ ଭଲ ଖବର: ଗ୍ରୀଷ୍ମ ଋତୁରେ ଓଡ଼ିଶାରେ ଗଡ଼ିବ ଅଧିକ ସ୍ୱତନ୍ତ୍ର ଟ୍ରେନ

April 13, 2026

ସମଗ୍ର ଓଡ଼ିଶାରେ ହେବ ଜନଗଣନାର ପ୍ରଥମ ପର୍ଯ୍ୟାୟ: ସ୍ଵ-ଗଣନା ପୋର୍ଟାଲରେ ଏଭଳି କରନ୍ତୁ ନିଜକୁ ସାମିଲ

April 13, 2026

ଯୁଦ୍ଧ ଯୋଗୁଁ ବିଶ୍ୱ ଇନ୍ଧନ ବଜାର ପ୍ରଭାବିତ: କିପରି ରହିଛି ଓଡିଶାରେ ଘରୋଇ ଏଲପିଜି ଯୋଗାଣ ବ୍ୟବସ୍ଥା?

April 13, 2026

‘ନାରୀ ଶକ୍ତି ବନ୍ଦନ ସମ୍ମେଳନ’କୁ ସମ୍ବୋଧିତ କଲେ ପ୍ରଧାନମନ୍ତ୍ରୀ

April 13, 2026
Latest News

ଭୁବନେଶ୍ୱର ଇଗ୍ନୋରେ ନାରୀ ଶକ୍ତି ବନ୍ଦନ ଅଧିନିୟମ ଉପରେ ଛାତ୍ର ଆଲୋଚନା

April 13, 2026

ଯାତ୍ରୀଙ୍କ ପାଇଁ ଭଲ ଖବର: ଗ୍ରୀଷ୍ମ ଋତୁରେ ଓଡ଼ିଶାରେ ଗଡ଼ିବ ଅଧିକ ସ୍ୱତନ୍ତ୍ର ଟ୍ରେନ

April 13, 2026

ସମଗ୍ର ଓଡ଼ିଶାରେ ହେବ ଜନଗଣନାର ପ୍ରଥମ ପର୍ଯ୍ୟାୟ: ସ୍ଵ-ଗଣନା ପୋର୍ଟାଲରେ ଏଭଳି କରନ୍ତୁ ନିଜକୁ ସାମିଲ

April 13, 2026

ନୂଆ ଅବକାରୀ ନୀତି କାର୍ଯ୍ୟକାରୀ ନେଇ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ଅଧ୍ୟକ୍ଷତାରେ ଉଚ୍ଚସ୍ତରୀୟ ବୈଠକ

April 13, 2026

ବାଲୁଗାଁ ମହାବିଦ୍ୟାଳୟରେ ଅଗ୍ନି ନିରାପତ୍ତା ସଚେତନତା କାର୍ଯ୍ୟକ୍ରମ

April 13, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.