Categories
ଜାତୀୟ ଖବର ବିଶେଷ ଖବର ବ୍ୟବସାୟ

ସିଆଇଆଇ ପକ୍ଷରୁ ସିଏସ୍‌ଆର୍ ସମ୍ମିଳନୀ, କର୍ପୋରେଟ୍ ଜଗତକୁ ସରକାରଙ୍କ ଆହ୍ୱାନ

ଭୁବନେଶ୍ୱର: ଏକତ୍ର ହୋଇ ସାମାଜିକ କଲ୍ୟାଣମୂଳକ କ୍ଷେତ୍ରରେ କାମ କରିବା ଲାଗି ଆଗେଇ ଆସିବାକୁ କର୍ପୋରେଟ୍ ସଂସ୍ଥାଗୁଡ଼ିକୁ ଓଡ଼ିଶା ସରକାରଙ୍କ ମହିଳା ଓ ଶିଶୁ କଲ୍ୟାଣ ବିଭାଗର ପ୍ରମୁଖ ସଚିବ ଶୁଭା ଶର୍ମା କହିଛନ୍ତି ।

ମାତୃତ୍ୱ ସ୍ୱାସ୍ଥ୍ୟ ଏବଂ କିଶୋର ସ୍ୱାସ୍ଥ୍ୟ ଉପରେ ସିଆଇଆଇ ଓଡ଼ିଶା ଚାପ୍ଟର ପକ୍ଷରୁ ଆୟୋଜନ କରାଯାଇଥିବା ସିଏସ୍‌ଆର୍ କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ସେ କହିଛନ୍ତି ଯଦି କଲ୍ୟାଣମୂଳକ କାର୍ଯ୍ୟକ୍ରମରେ ଉଭୟ ସରକାର ଓ କର୍ପୋରେଟ୍ ଜଗତ ମିଳିତ ଭାବେ କାମ କରିବେ ତେବେ ସମ୍ବଳ ପାରଦର୍ଶୀ ଢଙ୍ଗରେ ଖର୍ଚ୍ଚ ହୋଇପାରିବ ଏବଂ କୌଣସି କାର୍ଯ୍ୟକୁ ଏକାଧିକ ଥର କରିବାକୁ ପଡ଼ିବ ନାହିଁ ।

ସିଏସ୍‌ଆର୍ କାର୍ଯ୍ୟ କରିବା ଲାଗି ନାଗରିକ ସମାଜ ସଂଗଠନଗୁଡ଼ିକୁ ସାମିଲ କରିବା ବେଳେ ଅଧିକ ସଚେତନ ରହିବା ଲାଗି ସେ କଂପାନିଗୁଡ଼ିକୁ ପରାମର୍ଶ ଦେଇଛନ୍ତି । ସେ କହିଛନ୍ତି ଯେ ଅନେକ ସମୟରେ ଏହି ସଂସ୍ଥାଗୁଡ଼ିକ କେବଳ ବୈଠକ ଆୟୋଜନ, ଦକ୍ଷତା ଗଠନ ଏବଂ ପ୍ରଶିକ୍ଷଣ ଭିତରେ ସେମାନଙ୍କ କାର୍ଯ୍ୟକୁ ସୀମିତ ରଖୁଛନ୍ତି ।

ସେଥିରୁ କୌଣସି ଆଖିଦୃଶିଆ ଲାଭ ମିଳୁନି । ମାତ୍ର ୩୦% ମାମଲାରେ ଯାହା କିଛି ଲାଭ ମିଳୁଛି । ବୁଝାମଣା ସ୍ୱାକ୍ଷର କରିବା ବେଳେ ବାସ୍ତବ ପରିବର୍ତନ ଆଣିବା ବିଷୟରେ ସେଭଳି ସଂସ୍ଥାଗୁଡ଼ିକୁ କହିବା ପାଇଁ ସେ କଂପାନିଗୁଡ଼ିକୁ ଆହ୍ୱାନ ଦେଇଛନ୍ତି ।

ଏହି ଅବସରରେ ସିଆଇଆଇ ଓଡ଼ିଶା ଚାପ୍ଟରର ଅଧ୍ୟକ୍ଷ ଶ୍ରୀଧର ପାତ୍ର କହିଛନ୍ତି ଯେ ମୋ ପାଇଁ ସିଏସ୍‌ଆର୍‌ର ଅର୍ଥ ହେଉଛି ଆଗେଇ ଆସ, ଦେଖ ଏବଂ ଲୋକମାନଙ୍କ ଜୀବନ ବଦଳାଅ । ପ୍ରତି ବ୍ୟବସାୟ ସମାଜର ସମ୍ବଳକୁ ବ୍ୟବହାର କରୁଛନ୍ତି । ତେଣୁ ସମାଜର କଲ୍ୟାଣ ପାଇଁ କାମ କରିବା ଲାଗି ସବୁ ବ୍ୟବସାୟ ଲକ୍ଷ୍ୟ ରଖିବା ଉଚିତ । ସେଥିପାଇଁ ସିଏସ୍‌ଆର୍‌କୁ ଏକ ଆଇନରେ ପରିଣତ କରାଯାଇଛି ।

ଏହାର ପଛର ଉଦ୍ଦେଶ୍ୟ ହେଉଛି ସମାଜ ଲାଗି କାମ କରିବା ପାଇଁ କଂପାନିଗୁଡ଼ିକୁ ଆଗେଇ ଆସିବାକୁ ଉତ୍ସାହିତ କରିବା । ରାଜସ୍ୱ କିମ୍ବା ଟିକସ ସଂଗ୍ରହ ଏହାର ଲକ୍ଷ୍ୟ ନୁହେଁ । ଆଗାମୀ ଦିନରେ ଦେଖାଦେବାକୁ ଥିବା ସଙ୍କଟ ବେଳେ କିଭଳି ସହାୟକ ହୋଇପାରିବେ ତାହା ଭାବି ନିଜର ସିଏସ୍‌ଆର୍ କାର୍ଯ୍ୟକ୍ରମ ପ୍ରସ୍ତୁତ କରିବାକୁ ସେ କର୍ପୋରେଟ୍ ଜଗତକୁ କହିଛନ୍ତି । ଲୋକମାନଙ୍କ ପାଖରେ ପହଂଚି ସେମାନଙ୍କ ଜୀବନରେ ପରିବର୍ତନ ଆଣିବାକୁ ସେ ପରାମର୍ଶ ଦେଇଛନ୍ତି ।

ଓଡ଼ିଶା କୋଠା ଓ ଅନ୍ୟାନ୍ୟ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡର ଅଧ୍ୟକ୍ଷ, ଶ୍ରୀମୟୀ ମିଶ୍ର କହିଛନ୍ତି ଯେ ସାମାଜିକ କଲ୍ୟାଣମୂଳକ କାର୍ଯ୍ୟ ବିଷୟରେ ପିଲାମାନଙ୍କୁ ପିତାମାତାମାନେ ବୁଝାଇବା ଦରକାର । ଛାତ୍ରଛାତ୍ରୀ ଏବଂ ଯୁବପିଢ଼ି ଏବିଷୟରେ ସଚେତନ ହେବା ଉଚିତ । ଏହା ହେଲେ ସେମାନଙ୍କୁ ଯେତେବେଳେ ଦାୟିତ୍ୱ ଦିଆଯିବ ତାହାକୁ ସେମାନେ ସୁୁଚାରୁ ରୂପେ ସମ୍ପାଦନ କରିପାରିବେ ।

ସିଆଇଆଇ ଓଡ଼ିଶା ଚାପ୍ଟରର ସିଏସ୍‌ଆର୍ ପ୍ୟାନେଲ୍ ସଂଯୋଜକ, ପ୍ରଶାନ୍ତ ହୋତା କହିଛନ୍ତି ଯେ କୌଟିଲ୍ୟଙ୍କ ଲିଖିତ ଅର୍ଥଶାସ୍ତ୍ରରେ ଏକ ବ୍ୟବସାୟ କିଭଳି ପରିଚାଳିତ ହେବା ଦରକାର ତାହା ସ୍ପଷ୍ଟ ଭାବେ ଉଲ୍ଲେଖ ରହିଛି । ଲୋକମାନଙ୍କ ବନ୍ଧୁ ହୋଇ ବ୍ୟବସାୟ ଆଗକୁ ଚାଲିବା ଦରକାର ବୋଲି କୌଟିଲ୍ୟ ଲେଖିଛନ୍ତି । ତେଣୁ ଲାଭ କରୁଥିବା ସଂସ୍ଥାଗୁଡ଼ିକ ଲୋକମାନଙ୍କ ଦୁଃଖ ଦୁଦ୍ଦର୍ଶା ଏବଂ ସଙ୍କଟ ସମୟରେ ଠିଆ ହେବା ଉଚିତ ।

ଏହି ଅବସରରେ ଦୁଇଟି ସ୍ୱତନ୍ତ୍ର ଅଧିବେଶନ ଆୟୋଜନ କରାଯାଇଥିଲା । ପ୍ରଜନନ ଏବଂ ମାତୃତ୍ୱ ସ୍ୱାସ୍ଥ୍ୟ ଓ ଅଧିକାର ସମ୍ପର୍କିତ ପ୍ଲେନାରି ଅଧିବେଶନରେ ହାଇଟେକ୍ ମେଡିକାଲ୍‌ର ଡାକ୍ତର ଡାକ୍ତର ସୌମ୍ୟା ଦାଶ, କିଟ୍ ଇଟଂରନ୍ୟାସନାଲ୍ ସ୍କୁଲ୍‌ର ଅଧ୍ୟକ୍ଷା, ଡକ୍ଟର ମୋନାଲିସା ବଳ, ସେଂଟର ଫର କାଟାଲାଇଜିଂ ଚେଂଜ୍‌ର କାର୍ଯ୍ୟନିର୍ବାହୀ ନିର୍ଦେଶିକ, ଡକ୍ଟର ଅପରାଜିତା ଗୋଗୋଇ, ଇଣ୍ଡିଆ ଅଏଲ୍‌ର ଡିଜିଏମ୍‌-ସିଏସ୍‌ଆର୍ ପି କେ ପଣ୍ଡା, ଏନ୍‌ଟିପିସି-ତାଳଚେରର ଓଆଣ୍ଡ୍‌ଜି ସ୍ପେସିଆଲିଷ୍ଟ୍ ଡକ୍ଟର ପୁଷ୍ପାଞ୍ଜଳି ନାୟକ ଓ ଜିନ୍ଦଲ ପାୱାର ଲିମିଟେଡ୍‌ର ଜିଏମ୍‌-ସିଏସ୍‌ଆର୍ ଋଷିକେଶ ଶର୍ମା ଯୋଗ ଦେଇଥିଲେ ।

ସେହିପରି, କିଶୋର ଓ ଯୁବକଯବତୀଙ୍କ ସ୍ୱାସ୍ଥ୍ୟ ସମ୍ପର୍କିତ ପ୍ଲେନାରି ଅଧିବେଶନରେ ସିଆଇଆଇ ଓଡ଼ିଶା ସିଏସ୍‌ଆର୍ ପ୍ୟାନେଲ୍‌ର ସହ ସଂଯୋଜକ ପ୍ରଶାନ୍ତ କୁମାର ବିଶ୍ୱାଳ, ସିଆଇଆଇ ଓଡ଼ିଶା ରାଜ୍ୟ ପରିଷଦର ପୂର୍ବତନ ଅଧ୍ୟକ୍ଷ ଜେ ବି ପାଣି, କିଟ୍ ବିଶ୍ୱବିଦ୍ୟାଳୟର କୁଳପତି ସସ୍ମିତା ସାମନ୍ତ, ସ୍ୱାସ୍ଥ୍ୟ ଲ୍ୟାବ୍‌ସର ଏମ୍‌ଡି ଡକ୍ଟର ପ୍ରସ୍ମିତା ତେଜସ୍ୱିନୀ, ସେଂଟର ଫର କାଟାଲାଇଜିଂ ଚେଂଜ୍‌ର ଲିଡ୍ ବନ୍ଦନା ନାୟାର, ଆମ୍ରି ହସ୍ପିଟାଲ୍‌ସର ବରିଷ୍ଠ କନସଲଟାଂଟ୍ ଡକ୍ଟର ଜାନକୀ ବଲ୍ଲଭ ପ୍ରଧାନ ଏବଂ ଅଜିମ ପ୍ରେମଜୀ ଫାଉଣ୍ଡେସନର ପ୍ରୋଗ୍ରାମ୍ ଟିମ୍ ଅର୍ଚନା ରେଲାନ ଉପସ୍ଥିତ ଥିଲେ।

Categories
ଜାତୀୟ ଖବର ବିଶେଷ ଖବର

ସିଆଇଆଇ ବିଗ୍ ପିକ୍ଚର ସମ୍ମିଳନୀ: ସୂଚନା ଏବଂ ପ୍ରସାରଣ ସଚିବଙ୍କ ଦ୍ୱାରା ଉପସ୍ଥାପନ କରାଯାଇଥିବା ଗୁରୁତ୍ୱପୂର୍ଣ୍ଣ ବିନ୍ଦୁ

ନୂଆଦିଲ୍ଲୀ: ଆଜି ସିଆଇଆଇ ବିଗ୍ ପିକ୍ଚର ସମ୍ମିଳନୀର ଉଦଯାପନୀ ଅଧିବେଶନ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ସୂଚନା ଏବଂ ପ୍ରସାରଣ ସଚିବଙ୍କ ଦ୍ୱାରା ଗୁରୁତ୍ୱପୂର୍ଣ୍ଣ ବିନ୍ଦୁ ଉପରେ ଉପସ୍ଥାପନ କରାଯାଇଛି। ଆସନ୍ତୁ ଜାଣିବା ସେହି ଗୁରୁତ୍ୱପୂର୍ଣ୍ଣ ବିନ୍ଦୁଗୁଡିକ…

1. ସାଧାରଣତଃ ଅର୍ଥନୀତି ଅପେକ୍ଷା ଗଣମାଧ୍ୟମ ଏବଂ ମନୋରଞ୍ଜନ କ୍ଷେତ୍ରକୁ ଅଧିକ ଦ୍ରୁତ ଗତିରେ ଅଭିବୃଦ୍ଧି ହାସଲ କରିବାର ଆବଶ୍ୟକତା ରହିଛି କାରଣ ଏହି କ୍ଷେତ୍ର ଅର୍ଥନୀତିର ଏକ ଅଗ୍ରଣୀ କ୍ଷେତ୍ର ଏବଂ ଅର୍ଥନୀତିକୁ ଅନୁସରଣ କରିନଥାଏ।

2. ଗଣମାଧ୍ୟମ ଓ ମନୋରଞ୍ଜନ କ୍ଷେତ୍ରକୁ 100 ବିଲିୟନ ଡଲାର ବଜାର ହେବା ଦିଗରେ ଉଦ୍ୟମ କରିବାର ଆବଶ୍ୟକତା ରହିଛି। ଏହି କ୍ଷେତ୍ରର ଉଜ୍ଵଳ ଭବିଷ୍ୟତ ରହିଛି।

3. ବିଷୟବସ୍ତୁ ବା କଣ୍ଟେଣ୍ଟ ଆଇନର ପରିଧି ମଧ୍ୟରେ ରହିଥିଲେ, ଯେକୌଣସି ବିଷୟବସ୍ତୁକୁ ସମର୍ଥନ ଯୋଗାଇ ଦେବା ପାଇଁ ସରକାର ପ୍ରସ୍ତୁତ ଅଛନ୍ତି ଏବଂ ଏଥିରେ କୌଣସି କଟକଣା ରହିବା ଉଚିତ୍ ନୁହେଁ। ଏହି ପ୍ରତିଶ୍ରୁତି ପାଳନ କରିବା ପାଇଁ ମନ୍ତ୍ରଣାଳୟ ପ୍ରୟାସ ଜାରି ରଖିଛି।

4. ଏଭିଜିସି ସେଣ୍ଟର ଫର ଏକ୍ସିଲେନ୍ସ କ୍ଷେତ୍ରରେ, ମନ୍ତ୍ରଣାଳୟ ପକ୍ଷରୁ ପିପିପି ମଡେଲ ଅଧୀନରେ ସରକାରଙ୍କ ହସ୍ତକ୍ଷେପକୁ ହ୍ରାସ କରିବା ଏବଂ ଉଦ୍ୟୋଗ ଜଗତର ସଂପୃକ୍ତିକୁ ବଢ଼ାଇବା ପାଇଁ ପ୍ରୟାସ କରାଯାଉଛି।

5. ପ୍ରେକ୍ଷାଳୟ ପ୍ରତିଷ୍ଠା କରିବା ପାଇଁ ରହିଥିବା ଆଇନ ବହୁ ପୁରୁଣା ଏବଂ ଏଗୁଡ଼ିକ ସିନେମାଟୋଗ୍ରାଫ ଆଇନର ସମୟରେ ପ୍ରଣୟନ କରାଯାଇଥିଲା। ପୁରୁଣାକାଳିଆ ଆଇନ ସମ୍ପର୍କରେ ପୁନଃବିଚାର କରିବା ପାଇଁ ସରକାର ରାଜ୍ୟମାନଙ୍କୁ ଅନୁରୋଧ କରିବେ।

6. ସରକାର ଆଣ୍ଟି-ପାଇରେସି ଆନ୍ଦୋଳନକୁ ସମର୍ଥନ କରୁଛନ୍ତି, ପାଇରେସି ଏକ ଅପରାଧ ଏବଂ ଏହାକୁ ସମସ୍ତ ସ୍ତରରେ ଦୃଢ଼ ହସ୍ତରେ ଦମନ କରାଯିବା ଉଚିତ୍। ଡ୍ରାଫ୍ଟ ସିନେମାଟୋଗ୍ରାଫ ଆଇନରେ ପାଇରେସିରେ ସମ୍ପୃକ୍ତି ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ସୁପାରିସ କରାଯାଇଛି। ଡିଜିଟାଲ ମାଧ୍ୟମରେ ପାଇରେସି ଉପରେ ସିଆଇଆଇର ପ୍ରସ୍ତାବ ଉପରେ କାର୍ଯ୍ୟ କରିବା ପାଇଁ ସରକାର ଏବେ ଆଗ୍ରହ ପ୍ରକାଶ କରୁଛନ୍ତି।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

କୋଭିଡ୍ ମହାମାରୀରେ ଉତ୍କୃଷ୍ଟ ସେବା ନିମନ୍ତେ ସମ୍ ଅଲ୍ଟିମେଟ୍ ମେଡିକେୟାର ସମ୍ମାନିତ

ଭୁବନେଶ୍ୱର: କନ୍‌ଫେଡେରେସନ୍ ଅଫ୍ ଇଣ୍ଡିଆନ୍ ଇଣ୍ଡଷ୍ଟ୍ରୀ (ସିଆଇଆଇ) ଓଡ଼ିଶା ରାଜ୍ୟ କାର୍ଯ୍ୟାଳୟ ପକ୍ଷରୁ ଆୟୋଜିତ “ଆଇସିଟି ଆୱାର୍ଡ: ଫୋକସ୍ କୋଭିଡ୍‌-୧୯” କାର୍ଯ୍ୟକ୍ରମରେ ସମ୍ ଅଲ୍ଟିମେଟ୍ ମେଡିକେୟାର, ମଲ୍ଟି ସ୍ପେଶିଆଲିଟି କ୍ୱାର୍ଟରନାରୀ କେୟାର ହସ୍ପିଟାଲ୍ ସେବା କ୍ଷେତ୍ରରେ ଦ୍ୱିତୀୟ ସ୍ଥାନ ଅଧିକାର କରିଛି।

ସିଆଇଆଇ ଇଣ୍ଡଷ୍ଟ୍ରିଆଲ୍ କାର୍ନିଭାଲ୍‌ର ଏହି ମେଗା କାର୍ଯ୍ୟକ୍ରମ ରାଜ୍ୟ ସରକାରଙ୍କ ଇଲେକ୍ଟ୍ରୋନିକ୍ସ ଏବଂ ଆଇଟି ବିଭାଗ ଓ ସଫ୍‌ଟୱେର୍ ଟେକ୍ନୋଲୋଜି ପାର୍କ ଅଫ୍ ଇଣ୍ଡିଆ (ଏସ୍‌ଟିପିଆଇ) ଓଡ଼ିଶା କାର୍ଯ୍ୟାଳୟ ଏବଂ ନ୍ୟାସ୍‌ନାଲ୍ ଇନ୍‌ଫର୍ମାଟିକ୍ସ ସେଂଟର୍‌ (ଏନ୍‌ଆଇସି) ର ସହଯୋଗରେ ଆୟୋଜିତ ହୋଇଥିବା ବେଳେ ଏଥିରେ କୋଭିଡ୍ ମହାମାରୀ ସମୟରେ ସୂଚନା ଓ ଯୋଗାଯୋଗ କ୍ଷେତ୍ରରେ ଉତମ କାର୍ଯ୍ୟ ପ୍ରଣାଳୀକୁ ଗୁରୁତ୍ୱ ପ୍ରଦାନ କରାଯାଇଥିଲା।

ସ୍ୱାସ୍ଥ୍ୟସେବାକୁ ନେଇ ସେବା କାଟେଗୋରୀରେ ସମ୍ମାନ ପାଇବା କ୍ଷେତ୍ରରେ ଓଡ଼ିଶାରେ ସମ୍ ଅଲ୍ଟିମେଟ୍ ମେଡିକେୟାର ହେଉଛି ଏକମାତ୍ର ହସ୍ପିଟାଲ୍।

Categories
PIB_NEWS ଜାତୀୟ ଖବର ବିଶେଷ ଖବର ବ୍ୟବସାୟ

ବର୍ତ୍ତମାନ ଭାରତ ନିର୍ମିତ ଜିନିଷ ପ୍ରତି ଦେଶବାସୀଙ୍କ ବିଶ୍ୱାସ ବୃଦ୍ଧି ପାଇଛି : ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ, ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡିଓ କନଫରେନ୍ସିଂ ଜରିଆରେ ଭାରତୀୟ ଶିଳ୍ପ ମହାସଂଘ (ସିଆଇଆଇ)ର ବାର୍ଷିକ ବୈଠକ ୨୦୨୧ରେ ଉଦବୋଧନ ଦେଇଛନ୍ତି। ଏହି ବୈଠକରେ ଉଦ୍ୟୋଗ ଜଗତର ଶୀର୍ଷ ନେତୃବୃନ୍ଦ ଅଂଶଗ୍ରହଣ କରି ପାଞ୍ଚ ଟ୍ରିଲିୟନ ଡଲାର ଅର୍ଥବ୍ୟବସ୍ଥା ଲକ୍ଷ୍ୟ ହାସଲ ପାଇଁ ବିଭିନ୍ନ କ୍ଷେତ୍ରରେ ସଂସ୍କାର ଆଣିବା ଦିଗରେ ପ୍ରଧାନମନ୍ତ୍ରୀଙ୍କ ପ୍ରତିବଦ୍ଧତାକୁ ପ୍ରଶଂସା କରିଥିଲେ।

ବୈଠକର ବିଷୟବସ୍ତୁ India@75: Government and Business working together for AatmaNirbhar Bharat’ (ଇଣ୍ଡିଆ@ ୭୫ : ଆତ୍ମନିର୍ଭର ଭାରତ ଲକ୍ଷ୍ୟ ହାସଲ ଦିଗରେ ସରକାର ଏବଂ ବ୍ୟବସାୟ ଜଗତ ମିଳିତ ଭାବେ କାର୍ଯ୍ୟରତ) ଉପରେ ଆଲୋଚନା କରି ସେମାନେ ଭିତ୍ତିଭୂମି ଜନିତ ଆହ୍ୱାନର ମୁକାବିଲା କରିବା, ଉତ୍ପାଦନ କ୍ଷମତା ବୃଦ୍ଧି କରିବା, ଆର୍ଥିକ କ୍ଷେତ୍ରକୁ ଆହୁରି ସକ୍ରିୟ କରିବା, ପ୍ରଯୁକ୍ତି କ୍ଷେତ୍ରରେ ନେତୃତ୍ୱ ହାସଲ କରିବା ଲାଗି ଭାରତର ବୈଷୟିକ ସାମର୍ଥ୍ୟକୁ ଆହୁରି ବୃଦ୍ଧି କରିବା ସମେତ ବିଭିନ୍ନ ବିଷୟରେ ମତାମତ ଓ ପରାମର୍ଶ ଦେଇଥିଲେ।

ସମାବେଶରେ ଉଦବୋଧନ ଦେଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ ସିଆଇଆଇର ଏହି ବୈଠକ ସ୍ୱାଧୀନତାର ୭୫ତମ ଦିବସ ଅବ୍ୟବହିତ ପୂର୍ବରୁ ଆୟୋଜିତ ହେଉଥିବା ଆଜାଦୀ କା ଅମ୍ରିତ ମହୋତ୍ସବ ସମୟରେ ଅନୁଷ୍ଠିତ ହେଉଛି। ସେ କହିଥିଲେ ଯେ ଭାରତୀୟ ଉଦ୍ୟୋଗ ଜଗତ ପାଇଁ ନୂତନ ସଂକଳ୍ପ ଓ ନୂତନ ଲକ୍ଷ୍ୟ ନିର୍ଦ୍ଧାରଣ କରିବା ନିମନ୍ତେ ଏହାକ ଏକ ସୁବର୍ଣ୍ଣ ସୁଯୋଗ। ସେ ଆହୁରି କହିଥିଲେ ଯେ ଆତ୍ମନିର୍ଭର ଭାରତ ଲକ୍ଷ୍ୟ ହାସଲ ଦିଗରେ ଭାରତୀୟ ଉଦ୍ୟୋଗ ଜଗତର ଏକ ପ୍ରମୁଖ ଭୂମିକା ରହିଛି। ମହାମାରୀ ସମୟରେ ଉଦ୍ୟୋଗ ଜଗତର ସହନଶୀଳତା ପାଇଁ ପ୍ରଧାନମନ୍ତ୍ରୀ ସେମାନଙ୍କୁ ପ୍ରଶଂସା କରିଥିଲେ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଏପରି ଏକ ସମୟ ଥିଲା ଯେତେବେଳେ ଯାହାକିଛି ବିଦେଶୀ, ତାହା ଉନ୍ନତ ବୋଲି ବିବେଚନା କରାଯାଉଥିଲା। ଏହି ମାନସିକତାର ପରିଣାମ କ’ଣ ହେଲା, ତାହା ଆପଣଙ୍କ ଭଳି ଉଦ୍ୟୋଗ ଜଗତର ବିଶିଷ୍ଟ ବ୍ୟକ୍ତିମାନେ ଭଲ ଭାବେ ଜାଣନ୍ତି। ସ୍ଥିତି ଏତେ ଖରାପ ହୋଇଯାଇଥିଲା ଯେ ଆମର ନିଜ ବ୍ରାଣ୍ଡ ମଧ୍ୟ, ଯାହାକୁ ଆମେ ଅନେକ ପରିଶ୍ରମ କରି ଛିଡ଼ା କରିଥିଲୁ, ସେଗୁଡ଼ିକୁ ବିଦେଶୀ ନାମରେ ହିଁ ପ୍ରଚାରିତ କରାଯାଉଥିଲା। ପ୍ରଧାନମନ୍ତ୍ରୀ କହିଥିଲେ ଯେ ଆଜି ସ୍ଥିତି ଦ୍ରୁତ ଗତିରେ ବଦଳୁଛି। ଆଜି ଦେଶବାସୀଙ୍କ ଭାବନା ଭାରତରେ ନିର୍ମିତ ଉତ୍ପାଦ ସହିତ ରହିଛି। ସେ କହିଥିଲେ ଯେ କମ୍ପାନୀ ଭାରତୀୟ ହେବା ଜରୁରି ନୁହେଁ, କିନ୍ତୁ ଆଜି ପ୍ରତ୍ୟେକ ଭାରତୀୟ, ଭାରତରେ ନିର୍ମିତ ଉତ୍ପାଦକୁ ହିଁ ଆପଣାଇବାକୁ ଚାହୁଁଛି।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଆଜି ଦେଶରେ ଏପରି ଏକ ସରକାର ଅଛି ଯାହା ରାଷ୍ଟ୍ର ହିତରେ ସବୁଠୁ ବଡ଼ ରିସ୍କ ନେବାକୁ ମଧ୍ୟ ପ୍ରସ୍ତୁତ। ସେ ଏଥିପ୍ରତି ଜୋର ଦେଇ କହିଥିଲେ ଯେ ଜିଏସଟି ଏତେ ବର୍ଷ ଧରି ଅଟକି ରହିଥିଲା କାରଣ ପୂର୍ବର ସରକାର ରାଜନୈତିକ ରିସ୍କ ନେବାର ସାହସ ଜୁଟାଇ ପାରୁନଥିଲା। ସେ କହିଥିଲେ ଯେ ଆମେ କେବଳ ଜିଏସଟି ଲାଗୁ କରିନାହୁଁ ବରଂ ଆଜି ଆମେ ରେକର୍ଡ ପରିମାଣର ଜିଏସଟି ସଂଗ୍ରହ ମଧ୍ୟ ସମସ୍ତେ ଦେଖିପାରୁଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ସିଆଇଆଇ ଦ୍ଵାରା ସମ ଅଲଟିମେଟ ମେଡ଼ିକେଆର ନର୍ସିଂ ଟିମ୍ ସମ୍ବର୍ଦ୍ଧିତ

ଭୁବନେଶ୍ୱର: କୋଭିଡ ମହାମାରୀ ସମୟରେ ପ୍ରକୃତ କୋଭିଡ ଯୋଦ୍ଧା ଭାବେ ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ସମାଜ ପାଇଁ ଅତୁଳନୀୟ କାର୍ଯ୍ୟ କରିଥିବା ଦୃଷ୍ଟିରୁ କନଫେଡେରେସନ ଅଫ ଇଣ୍ଡିଆନ ଇଣ୍ଡଷ୍ଟ୍ରି (ସିଆଇଆଇ ) ପକ୍ଷରୁ ସମ ଅଲ୍ଟିମେଟ ମେଡ଼ିକେୟାର (ସମମ ) ର ନର୍ସିଂ ଟିମ କୁ ସମ୍ବର୍ଦ୍ଧିତ କରାଯାଇଛି। କରୋନା ମହାମାରୀ ବିପକ୍ଷ ଯୁଦ୍ଧରେ ସାମିଲ ହୋଇ ୨୪ ଘଣ୍ଟା ଅତ୍ୟନ୍ତ ନିଷ୍ଠା ଓ ଯତ୍ନ ର ସହ ରୋଗୀ ସେବା କରୁଥିବା ସମମ ର ନର୍ସିଂ ଟିମ କୁ ସମ୍ମାନିତ କରିଛି ସିଆଇଆଇ।

ନିଜ ପରିବାର ଓ ସମ୍ପର୍କୀୟଙ୍କ ଠାରୁ ଦୂରରେ ରହି ପ୍ରତ୍ୟେକ ଦିନ ନିସ୍ଵାର୍ଥପର ଭାବେ ନର୍ସ ମାନେ ତାଙ୍କ ଦାୟିତ୍ୱ ତୁଲାଉଥିଲେ। ସମାଜ ଓ ମାନବଜାତି ର ଉନ୍ନତି ନିମନ୍ତେ ସେମାନଙ୍କର ତ୍ୟାଗ ଅତୁଲ୍ୟ। ନିଷ୍ଠାପର ଭାବେ ଦାୟିତ୍ୱ ତୁଲାଉଥିବା ବେଳେ ଅନେକ ପ୍ରାଣ ମଧ୍ୟ ହରାଇଛନ୍ତି।

କରୋନା ମହାମାରୀ ଆରମ୍ଭ ହେବା ପରେ ସମ ଅଲ୍ଟିମେଟ୍ ମେଡିକେୟାର, ଏକ ମଲ୍ଟି ସ୍ପେସିଆଲିଟି କ୍ଵାଟରନାରୀ କେୟାର ହସ୍ପିଟାଲ ର ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ଓ ନର୍ସିଂ ଟିମ ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଉଭୟ କୋଭିଡ ଓ କୋଭିଡ ହୋଇ ନଥିବା ଚିକିତ୍ସା ନିମନ୍ତେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଇ ଆସୁଛନ୍ତି। ଏହାର ଅତ୍ୟାଧୁନିକ ଭିତ୍ତିଭୂମି ଓ ବିଶେଷଜ୍ଞ ଡାକ୍ତରୀ ଟିମ ଓ କର୍ମଚାରୀ ଅନେକ ଜଟିଳ ରୋଗର ଚିକିତ୍ସା କରିବାରେ ସଫଳ ହୋଇଛନ୍ତି।

ଓଡିଶାରେ ବ୍ଲାକ ଫଙ୍ଗସ ରୋଗକୁ ଚି଼ହ୍ନଟ କରିବାରେ ପ୍ରଥମ ହସ୍ପିଟାଲ ହେଉଛି ସମମ।

ବିଶ୍ୱସ୍ତରୀୟ, ସୁଲଭ ଓ ସବୁ କ୍ଷେତ୍ରର ଲୋକଙ୍କୁ ସ୍ୱାସ୍ଥ୍ୟସେବା ଯୋଗାଇ ଦେବା ନେଇ ଶିକ୍ଷା ଓ ଅନୁସନ୍ଧାନ (ସୋଆ ) ର ସ୍ବପ୍ନ କୁ ସାକାର କରିବା ଦିଗରେ ସମ ଆଲଟିମେଟ ମେଡିକେୟାର ନିର୍ମାଣ କରାଯାଇଛି। ଏହା ସୋଆ ର ପ୍ରତିଷ୍ଠାତା ସଭାପତି ପ୍ରଫେସର ମନୋଜରଞ୍ଜନ ନାୟକଙ୍କ ଏକ ସ୍ବପ୍ନ ଥିଲା ବୋଲି ସମ ଆଲଟିମେଟ ମେଡିକେୟାର ର ସିଇଓ ଡ଼ଃ ଶ୍ୱେତପଦ୍ମା ଦାଶ କହିଛନ୍ତି।

ସିଆଇଆଇ ଓଡିଶା କାଉନସିଲ ର ପାଷ୍ଟ ଚେୟାରମ୍ୟାନ ତଥା ଏସାର ମୀନମେଟ ଲିମିଟେଡ଼ ର ନିର୍ଦେଶକ (ଖଣି ) ସଞ୍ଜୟ ପଟନାୟକ ସମ୍ବର୍ଦ୍ଧନା ପତ୍ର ସମ ଆଲଟିମେଟ ମେଡିକେୟାର ର ସିଇଓ ଡ଼ଃ ଶ୍ୱେତପଦ୍ମା ଦାଶ, ଚିଫ ଅଫ ମେଡିକାଲ ସର୍ଭିସେସ ଡ଼ଃ (ବ୍ରିଗେଡିୟର ) ବିରାଜ ମୋହନ ମିଶ୍ର, ମାନବସମ୍ବଳ ବିଭାଗ ମୁଖ୍ୟ ମଳୟ ରଞ୍ଜନ ମିଶ୍ର, ଚିଫ ଅଫ ନର୍ସିଂ ସର୍ଭିସେସ ଆୟେଶା ଏନ ଓ ହସ୍ପିଟାଲର ସମସ୍ତ ନର୍ସିଂ ଟିମ କୁ ପ୍ରଦାନ କରିଥିଲେ।

ଏହି ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ଅନ୍ୟ ଅତିଥି ମାନଙ୍କ ମଧ୍ୟରେ ସିଆଇଆଇ ଆଇଡବ୍ଲୁଏନ ଓଡିଶା ଶାଖାର ଚେୟାରଉମେନ ଓ ଲୁମିନାସ ଇନଫୋୱେସ ପ୍ରାଇଭେଟ ଲିମିଟେଡ଼ ର ଅଧ୍ୟକ୍ଷା ଜୟଶ୍ରୀ ମହାନ୍ତି ଏବଂ ସିଆଇଆଇ ଆଇଡବ୍ଲୁଏନ ଓଡିଶା ଶାଖାର ଭାଇସ ଚେୟାରଉମେନ ଓ ଇନଲାଇନ କଣ୍ଟ୍ରୋଲସ ଆଣ୍ଡ ଇକଉଇପମେଣ୍ଟ ର ପରିଚାଳନା ନିର୍ଦ୍ଦେଶିକ ପ୍ରମୁଖ ଉପସ୍ଥିତ ଥିଲେ।