Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ସିଆଇଆଇ ବିଗ୍ ପିକ୍ଚର ସମ୍ମିଳନୀ: ସୂଚନା ଏବଂ ପ୍ରସାରଣ ସଚିବଙ୍କ ଦ୍ୱାରା ଉପସ୍ଥାପନ କରାଯାଇଥିବା ଗୁରୁତ୍ୱପୂର୍ଣ୍ଣ ବିନ୍ଦୁ
ଜାତୀୟ ଖବର

ସିଆଇଆଇ ବିଗ୍ ପିକ୍ଚର ସମ୍ମିଳନୀ: ସୂଚନା ଏବଂ ପ୍ରସାରଣ ସଚିବଙ୍କ ଦ୍ୱାରା ଉପସ୍ଥାପନ କରାଯାଇଥିବା ଗୁରୁତ୍ୱପୂର୍ଣ୍ଣ ବିନ୍ଦୁ

November 19, 2021No Comments1 Min Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ଆଜି ସିଆଇଆଇ ବିଗ୍ ପିକ୍ଚର ସମ୍ମିଳନୀର ଉଦଯାପନୀ ଅଧିବେଶନ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ସୂଚନା ଏବଂ ପ୍ରସାରଣ ସଚିବଙ୍କ ଦ୍ୱାରା ଗୁରୁତ୍ୱପୂର୍ଣ୍ଣ ବିନ୍ଦୁ ଉପରେ ଉପସ୍ଥାପନ କରାଯାଇଛି। ଆସନ୍ତୁ ଜାଣିବା ସେହି ଗୁରୁତ୍ୱପୂର୍ଣ୍ଣ ବିନ୍ଦୁଗୁଡିକ…

1. ସାଧାରଣତଃ ଅର୍ଥନୀତି ଅପେକ୍ଷା ଗଣମାଧ୍ୟମ ଏବଂ ମନୋରଞ୍ଜନ କ୍ଷେତ୍ରକୁ ଅଧିକ ଦ୍ରୁତ ଗତିରେ ଅଭିବୃଦ୍ଧି ହାସଲ କରିବାର ଆବଶ୍ୟକତା ରହିଛି କାରଣ ଏହି କ୍ଷେତ୍ର ଅର୍ଥନୀତିର ଏକ ଅଗ୍ରଣୀ କ୍ଷେତ୍ର ଏବଂ ଅର୍ଥନୀତିକୁ ଅନୁସରଣ କରିନଥାଏ।

2. ଗଣମାଧ୍ୟମ ଓ ମନୋରଞ୍ଜନ କ୍ଷେତ୍ରକୁ 100 ବିଲିୟନ ଡଲାର ବଜାର ହେବା ଦିଗରେ ଉଦ୍ୟମ କରିବାର ଆବଶ୍ୟକତା ରହିଛି। ଏହି କ୍ଷେତ୍ରର ଉଜ୍ଵଳ ଭବିଷ୍ୟତ ରହିଛି।

3. ବିଷୟବସ୍ତୁ ବା କଣ୍ଟେଣ୍ଟ ଆଇନର ପରିଧି ମଧ୍ୟରେ ରହିଥିଲେ, ଯେକୌଣସି ବିଷୟବସ୍ତୁକୁ ସମର୍ଥନ ଯୋଗାଇ ଦେବା ପାଇଁ ସରକାର ପ୍ରସ୍ତୁତ ଅଛନ୍ତି ଏବଂ ଏଥିରେ କୌଣସି କଟକଣା ରହିବା ଉଚିତ୍ ନୁହେଁ। ଏହି ପ୍ରତିଶ୍ରୁତି ପାଳନ କରିବା ପାଇଁ ମନ୍ତ୍ରଣାଳୟ ପ୍ରୟାସ ଜାରି ରଖିଛି।

4. ଏଭିଜିସି ସେଣ୍ଟର ଫର ଏକ୍ସିଲେନ୍ସ କ୍ଷେତ୍ରରେ, ମନ୍ତ୍ରଣାଳୟ ପକ୍ଷରୁ ପିପିପି ମଡେଲ ଅଧୀନରେ ସରକାରଙ୍କ ହସ୍ତକ୍ଷେପକୁ ହ୍ରାସ କରିବା ଏବଂ ଉଦ୍ୟୋଗ ଜଗତର ସଂପୃକ୍ତିକୁ ବଢ଼ାଇବା ପାଇଁ ପ୍ରୟାସ କରାଯାଉଛି।

5. ପ୍ରେକ୍ଷାଳୟ ପ୍ରତିଷ୍ଠା କରିବା ପାଇଁ ରହିଥିବା ଆଇନ ବହୁ ପୁରୁଣା ଏବଂ ଏଗୁଡ଼ିକ ସିନେମାଟୋଗ୍ରାଫ ଆଇନର ସମୟରେ ପ୍ରଣୟନ କରାଯାଇଥିଲା। ପୁରୁଣାକାଳିଆ ଆଇନ ସମ୍ପର୍କରେ ପୁନଃବିଚାର କରିବା ପାଇଁ ସରକାର ରାଜ୍ୟମାନଙ୍କୁ ଅନୁରୋଧ କରିବେ।

6. ସରକାର ଆଣ୍ଟି-ପାଇରେସି ଆନ୍ଦୋଳନକୁ ସମର୍ଥନ କରୁଛନ୍ତି, ପାଇରେସି ଏକ ଅପରାଧ ଏବଂ ଏହାକୁ ସମସ୍ତ ସ୍ତରରେ ଦୃଢ଼ ହସ୍ତରେ ଦମନ କରାଯିବା ଉଚିତ୍। ଡ୍ରାଫ୍ଟ ସିନେମାଟୋଗ୍ରାଫ ଆଇନରେ ପାଇରେସିରେ ସମ୍ପୃକ୍ତି ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ସୁପାରିସ କରାଯାଇଛି। ଡିଜିଟାଲ ମାଧ୍ୟମରେ ପାଇରେସି ଉପରେ ସିଆଇଆଇର ପ୍ରସ୍ତାବ ଉପରେ କାର୍ଯ୍ୟ କରିବା ପାଇଁ ସରକାର ଏବେ ଆଗ୍ରହ ପ୍ରକାଶ କରୁଛନ୍ତି।

ଉଦଯାପନୀ ଅଧିବେଶନ ସିଆଇଆଇ
Share. Facebook Twitter LinkedIn Email WhatsApp Copy Link

Related Posts

ବିଶ୍ୱକପରେ ଭାରତର ବୃହତ ବିଜୟ: ପୁଣି ପାକିସ୍ତାନକୁ ଚଟାଇଲା ଧୂଳି

August 19, 2026

କ୍ୟାବିନେଟ୍ ମଞ୍ଜୁରୀ: ୩୫୯୦ କୋଟି ବ୍ୟୟରେ ୪ ଲେନ୍ ହେବ ଏନ୍‌ଏଚ୍‌-୨୨ ସଡ଼କ

August 19, 2026

CWC ବୈଠକ: ବନ୍ଦେ ମାତରମ୍ ଉପରେ ଗୃହୀତ ପ୍ରସ୍ତାବ 

August 19, 2026

ବିଶ୍ଵସ୍ତରୀୟ ଏସସିବି ମେଗା ପ୍ରକଳ୍ପର ପୁନଃବିକାଶ କାର୍ଯ୍ୟ ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ

August 19, 2026
Latest News

ବିଶ୍ୱକପରେ ଭାରତର ବୃହତ ବିଜୟ: ପୁଣି ପାକିସ୍ତାନକୁ ଚଟାଇଲା ଧୂଳି

August 19, 2026

ଜମି ବିବାଦରୁ କାକାଙ୍କୁ ହତ୍ୟା ଅଭିଯୋଗ: ଦୁଇ ଅଭିଯୁକ୍ତ ଗିରଫ

August 19, 2026

ଅନଲାଇନ୍ ଚାଳକଙ୍କ ବିଶୃଙ୍ଖଳା ଘଟଣା: ୪୦୦ ଗାଡ଼ିର ପରମିଟ୍ ବାତିଲ ପାଇଁ ପ୍ରକ୍ରିୟା ଆରମ୍ଭ

August 19, 2026

ଘୋଷଣା ହେଲା ୪୭ତମ ଶାରଳା ପୁରସ୍କାର: ‘ବିଶ୍ବାସ ଦେ ପୃଥିବୀ’ ପାଇଁ ସମ୍ମାନିତ ହେବେ ଡ. ଆଶୁତୋଷ ପରିଡ଼ା

August 19, 2026

Online drivers protest: ମାଷ୍ଟରକ୍ୟାଣ୍ଟିନ୍‌ରେ ଅନ୍‌ଲାଇନ୍‌ ଚାଳକଙ୍କ ତାଣ୍ଡବ, ୧୫ରୁ ଅଧିକ ଗାଡ଼ି ଭଙ୍ଗାରୁଜା

August 19, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.