Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ପରମାଣୁ ଠିକଣାର ତାଲିକା ଅଂଶୀଦାର କଲେ ଭାରତ-ପାକ୍, ଉଭୟ ଦେଶ ପରସ୍ପରକୁ କାହିଁକି ଦିଅନ୍ତି ଏହି ତଥ୍ୟ?
ବିଶେଷ ଖବର

ପରମାଣୁ ଠିକଣାର ତାଲିକା ଅଂଶୀଦାର କଲେ ଭାରତ-ପାକ୍, ଉଭୟ ଦେଶ ପରସ୍ପରକୁ କାହିଁକି ଦିଅନ୍ତି ଏହି ତଥ୍ୟ?

January 1, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ନୂତନ ବର୍ଷ ୨୦୨୩ ଅବସରରେ, ଏସିଆର ଦୁଇ ପ୍ରତିଦ୍ୱନ୍ଦ୍ୱୀ ରାଷ୍ଟ୍ର ମଧ୍ୟରେ ପରସ୍ପରର ଆଣବିକ ଭିତ୍ତିଭୂମି ତାଲିକା ଅଂଶୀଦାର କରାଯାଇଛି। ଏହି ଦୁଇ ଦେଶ ମଧ୍ୟରୁ ଗୋଟିଏ ହେଉଛି ଭାରତ ଏବଂ ଅନ୍ୟଟି ହେଉଛି ପାକିସ୍ତାନ। ଏହାପୂର୍ବରୁ ଉଭୟ ଦେଶ ପରସ୍ପରର ଜେଲରେ ରହୁଥିବା ନାଗରିକ ଏବଂ ମତ୍ସ୍ୟଜୀବୀଙ୍କ ତାଲିକା ମଧ୍ୟ ଦେଇଛନ୍ତି।

ଆଣବିକ ସ୍ଥାନଗୁଡିକର ତାଲିକା ଅଂଶୀଦାର କରିବାକୁ ଭାରତ ଏବଂ ପାକିସ୍ଥାନ ମଧ୍ୟରେ ହୋଇଥିବା ଚୁକ୍ତିନାମା ୩୦ ବର୍ଷରୁ ଅଧିକ ପୁରୁଣା। ସେହି ଚୁକ୍ତିନାମା ଅନୁଯାୟୀ ଉଭୟ ଦେଶ ପ୍ରତିବର୍ଷ ଜାନୁଆରୀ ୧ ତାରିଖରେ ପରମାଣୁ ଭିତ୍ତିଭୂମି ତାଲିକା ପରସ୍ପର ସହ ଅଂଶୀଦାର କରନ୍ତି। ବର୍ତ୍ତମାନ ଆପଣ ନିଶ୍ଚୟ ଭାବୁଥିବେ ଯେ, କୌଣସି ‘ଶତ୍ରୁ ଦେଶ’ କୁ ପରମାଣୁ ସ୍ଥିତି ବିଷୟରେ କାହିଁକି କହିବ? ଏହି ଗୁପ୍ତ ସୂଚନା ଯୁଦ୍ଧ ସମୟରେ ବିନାଶର କାରଣ ହେବ ନାହିଁ କି? ଏହିପରି ଅନେକ ପ୍ରଶ୍ନ ପପ୍ରାୟତଃ ଲୋକଙ୍କ ମନରେ ଉଠିଥାଏ। ତେଣୁ, ଏହି ଚୁକ୍ତି ବିଷୟରେ ଜାଣିବା…

ଭାରତ ଏବଂ ପାକିସ୍ଥାନର ଆଣବିକ ଭିତ୍ତିଭୂମି ତାଲିକା ବାଣ୍ଟିବା ଏବଂ ସେମାନଙ୍କ ସହ ଜଡିତ ଅନ୍ୟାନ୍ୟ ସୂଚନା ବାଣ୍ଟିବା ପାଇଁ ଚୁକ୍ତିନାମା ୧୯୮୮ ରେ ସ୍ୱାକ୍ଷରିତ ହୋଇଥିଲା। ଏହି ଚୁକ୍ତିନାମା ଉଭୟ ଦେଶର ସରକାରଙ୍କ ଦ୍ଵାରା ୩୧ ଡିସେମ୍ବର ୧୯୮୮ ରେ ସ୍ୱାକ୍ଷରିତ ହୋଇଥିଲା ଏବଂ ୨୭ ଜାନୁୟାରୀ ୧୯୯୧ ରେ କାର୍ଯ୍ୟକାରୀ ହୋଇଥିଲା।

ଏହି ଚୁକ୍ତିନାମା ଅନୁଯାୟୀ, ୧ ଜାନୁୟାରୀ ୧୯୯୨ରେ ଭାରତ ଏବଂ ପାକିସ୍ଥାନ ମଧ୍ୟରେ ଆଣବିକ ବେସର ପ୍ରଥମ ତାଲିକା ବଣ୍ଟାଯାଇଥିଲା। ସେବେଠାରୁ ଉଭୟ ଦେଶ ପ୍ରତିବର୍ଷ ଜାନୁଆରୀ ୧ ତାରିଖରେ ଏହି ତାଲିକା ଅଂଶୀଦାର କରନ୍ତି। ଉଲ୍ଲେଖ ଯୋଗ୍ୟ ଯେ, ଆଣବିକ ବିପଦ ଉପରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଏକ ସରକାରୀ ଚୁକ୍ତି ମଧ୍ୟ ଅଛି, ଯାହା ୨୦୧୭ ରେ ୫ ବର୍ଷ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଥିଲା।

ଆଣବିକ ଭିତ୍ତିରେ ଚୁକ୍ତି ହେବାର କାରଣ:

ପରମାଣୁ ଅସ୍ତ୍ର ସହ ଜଡିତ ଦୁର୍ଘଟଣାର ଆଶଙ୍କା ହ୍ରାସ କରିବାକୁ ଉଭୟ ଦେଶରେ ଏହି ଚୁକ୍ତିନାମା କରାଯାଇଥିଲା। ଏହି ଚୁକ୍ତିନାମା ଅନୁଯାୟୀ ଯଦି ଉଭୟ ଅଞ୍ଚଳରେ ପରମାଣୁ ଅସ୍ତ୍ରଶସ୍ତ୍ର ସହିତ ଦୁର୍ଘଟଣା ଘଟେ ତେବେ ଉଭୟ ଦେଶ ପରସ୍ପରକୁ ଜଣାଇବେ। କାରଣ ବିକିରଣ ଯୋଗୁଁ ସୀମା ପାର୍ଶ୍ୱରେ ମଧ୍ୟ କ୍ଷତି ହୋଇପାରେ। ମିଡିଆ ରିପୋର୍ଟ ଅନୁଯାୟୀ, ଏହି ଚୁକ୍ତିନାମା ୨୧ ଫେବୃଆରୀ ୨୦୦୭ ରେ କାର୍ଯ୍ୟକାରୀ ହୋଇଥିଲା। ପ୍ରଥମ ଥର ପାଇଁ ଏହା ୨୦୧୨ ରେ ୫ ବର୍ଷ ପାଇଁ ବୃଦ୍ଧି କରାଯାଇଥିଲା।

ଭାରତ-ପାକ୍
Share. Facebook Twitter LinkedIn Email WhatsApp Copy Link

Related Posts

ଜମାଖୋରୀ ରୋକିବାକୁ ଚିନି ମହଜୁଦ ନିୟମରେ ସଂଶୋଧନ କଲେ ସରକାର

October 2, 2026

ରାଜ୍ୟ ସରକାରଙ୍କ ବଡ଼ ନିଷ୍ପତ୍ତି: ୨୦୨୩-୨୪ ବ୍ୟାଚ୍‌ ଶିକ୍ଷକ ହେବେ ନିୟମିତ

October 2, 2026

ମହାନଦୀ ଜଳବଣ୍ଟନ ପାଇଁ ବୈଠକ: ଓଡ଼ିଶାର ଅଧିକାର ପାଇଁ ଦାବି ଉପସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

October 2, 2026

ସୌମ୍ୟରଞ୍ଜନ ମୃତ୍ୟୁ ମାମଲା: ମାମଲା ପ୍ରତ୍ୟାହାର ପାଇଁ ପିତାଙ୍କ ଆବେଦନ

October 1, 2026
Latest News

ଆଇଆଇଏମ୍‌ସିରେ ‘ସ୍ୱଚ୍ଛତା ହିଁ ସେବା’ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କଲେ କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ

October 2, 2026

ଦେଶର ଅର୍ଥନୀତିରେ ନୂଆ ରେକର୍ଡ: ସେପ୍ଟେମ୍ବରରେ ୨ ଲକ୍ଷ କୋଟି ଟପିଲା ଜିଏସ୍‌ଟି ସଂଗ୍ରହ

October 2, 2026

୨୦୦୮ ଅହମଦାବାଦ ବିସ୍ଫୋରଣ ମାମଲା: ମୁଜାହିଦିନ୍ ଆତଙ୍କୀର ମୃତ୍ୟୁଦଣ୍ଡ ଉପରେ ସୁପ୍ରିମକୋର୍ଟଙ୍କ ସ୍ଥଗିତାଦେଶ

October 2, 2026

ଜଳ ଯୋଦ୍ଧାମାନଙ୍କୁ ଆତିଥ୍ୟ ପ୍ରଦାନ କଲେ କେନ୍ଦ୍ର ଜଳ ଶକ୍ତି

October 2, 2026

ହୱାଲା ଜରିଆରେ ଆସିଥିଲା ୯ କୋଟି: ୟାସିନ୍ ମଲିକଙ୍କ ସମେତ ୭ ଜଣଙ୍କ ବିରୋଧରେ ଚାର୍ଜଫ୍ରେମ୍ ନିର୍ଦ୍ଦେଶ

October 2, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.