Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ପରମାଣୁ ଠିକଣାର ତାଲିକା ଅଂଶୀଦାର କଲେ ଭାରତ-ପାକ୍, ଉଭୟ ଦେଶ ପରସ୍ପରକୁ କାହିଁକି ଦିଅନ୍ତି ଏହି ତଥ୍ୟ?
ବିଶେଷ ଖବର

ପରମାଣୁ ଠିକଣାର ତାଲିକା ଅଂଶୀଦାର କଲେ ଭାରତ-ପାକ୍, ଉଭୟ ଦେଶ ପରସ୍ପରକୁ କାହିଁକି ଦିଅନ୍ତି ଏହି ତଥ୍ୟ?

January 1, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ନୂତନ ବର୍ଷ ୨୦୨୩ ଅବସରରେ, ଏସିଆର ଦୁଇ ପ୍ରତିଦ୍ୱନ୍ଦ୍ୱୀ ରାଷ୍ଟ୍ର ମଧ୍ୟରେ ପରସ୍ପରର ଆଣବିକ ଭିତ୍ତିଭୂମି ତାଲିକା ଅଂଶୀଦାର କରାଯାଇଛି। ଏହି ଦୁଇ ଦେଶ ମଧ୍ୟରୁ ଗୋଟିଏ ହେଉଛି ଭାରତ ଏବଂ ଅନ୍ୟଟି ହେଉଛି ପାକିସ୍ତାନ। ଏହାପୂର୍ବରୁ ଉଭୟ ଦେଶ ପରସ୍ପରର ଜେଲରେ ରହୁଥିବା ନାଗରିକ ଏବଂ ମତ୍ସ୍ୟଜୀବୀଙ୍କ ତାଲିକା ମଧ୍ୟ ଦେଇଛନ୍ତି।

ଆଣବିକ ସ୍ଥାନଗୁଡିକର ତାଲିକା ଅଂଶୀଦାର କରିବାକୁ ଭାରତ ଏବଂ ପାକିସ୍ଥାନ ମଧ୍ୟରେ ହୋଇଥିବା ଚୁକ୍ତିନାମା ୩୦ ବର୍ଷରୁ ଅଧିକ ପୁରୁଣା। ସେହି ଚୁକ୍ତିନାମା ଅନୁଯାୟୀ ଉଭୟ ଦେଶ ପ୍ରତିବର୍ଷ ଜାନୁଆରୀ ୧ ତାରିଖରେ ପରମାଣୁ ଭିତ୍ତିଭୂମି ତାଲିକା ପରସ୍ପର ସହ ଅଂଶୀଦାର କରନ୍ତି। ବର୍ତ୍ତମାନ ଆପଣ ନିଶ୍ଚୟ ଭାବୁଥିବେ ଯେ, କୌଣସି ‘ଶତ୍ରୁ ଦେଶ’ କୁ ପରମାଣୁ ସ୍ଥିତି ବିଷୟରେ କାହିଁକି କହିବ? ଏହି ଗୁପ୍ତ ସୂଚନା ଯୁଦ୍ଧ ସମୟରେ ବିନାଶର କାରଣ ହେବ ନାହିଁ କି? ଏହିପରି ଅନେକ ପ୍ରଶ୍ନ ପପ୍ରାୟତଃ ଲୋକଙ୍କ ମନରେ ଉଠିଥାଏ। ତେଣୁ, ଏହି ଚୁକ୍ତି ବିଷୟରେ ଜାଣିବା…

ଭାରତ ଏବଂ ପାକିସ୍ଥାନର ଆଣବିକ ଭିତ୍ତିଭୂମି ତାଲିକା ବାଣ୍ଟିବା ଏବଂ ସେମାନଙ୍କ ସହ ଜଡିତ ଅନ୍ୟାନ୍ୟ ସୂଚନା ବାଣ୍ଟିବା ପାଇଁ ଚୁକ୍ତିନାମା ୧୯୮୮ ରେ ସ୍ୱାକ୍ଷରିତ ହୋଇଥିଲା। ଏହି ଚୁକ୍ତିନାମା ଉଭୟ ଦେଶର ସରକାରଙ୍କ ଦ୍ଵାରା ୩୧ ଡିସେମ୍ବର ୧୯୮୮ ରେ ସ୍ୱାକ୍ଷରିତ ହୋଇଥିଲା ଏବଂ ୨୭ ଜାନୁୟାରୀ ୧୯୯୧ ରେ କାର୍ଯ୍ୟକାରୀ ହୋଇଥିଲା।

ଏହି ଚୁକ୍ତିନାମା ଅନୁଯାୟୀ, ୧ ଜାନୁୟାରୀ ୧୯୯୨ରେ ଭାରତ ଏବଂ ପାକିସ୍ଥାନ ମଧ୍ୟରେ ଆଣବିକ ବେସର ପ୍ରଥମ ତାଲିକା ବଣ୍ଟାଯାଇଥିଲା। ସେବେଠାରୁ ଉଭୟ ଦେଶ ପ୍ରତିବର୍ଷ ଜାନୁଆରୀ ୧ ତାରିଖରେ ଏହି ତାଲିକା ଅଂଶୀଦାର କରନ୍ତି। ଉଲ୍ଲେଖ ଯୋଗ୍ୟ ଯେ, ଆଣବିକ ବିପଦ ଉପରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଏକ ସରକାରୀ ଚୁକ୍ତି ମଧ୍ୟ ଅଛି, ଯାହା ୨୦୧୭ ରେ ୫ ବର୍ଷ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଥିଲା।

ଆଣବିକ ଭିତ୍ତିରେ ଚୁକ୍ତି ହେବାର କାରଣ:

ପରମାଣୁ ଅସ୍ତ୍ର ସହ ଜଡିତ ଦୁର୍ଘଟଣାର ଆଶଙ୍କା ହ୍ରାସ କରିବାକୁ ଉଭୟ ଦେଶରେ ଏହି ଚୁକ୍ତିନାମା କରାଯାଇଥିଲା। ଏହି ଚୁକ୍ତିନାମା ଅନୁଯାୟୀ ଯଦି ଉଭୟ ଅଞ୍ଚଳରେ ପରମାଣୁ ଅସ୍ତ୍ରଶସ୍ତ୍ର ସହିତ ଦୁର୍ଘଟଣା ଘଟେ ତେବେ ଉଭୟ ଦେଶ ପରସ୍ପରକୁ ଜଣାଇବେ। କାରଣ ବିକିରଣ ଯୋଗୁଁ ସୀମା ପାର୍ଶ୍ୱରେ ମଧ୍ୟ କ୍ଷତି ହୋଇପାରେ। ମିଡିଆ ରିପୋର୍ଟ ଅନୁଯାୟୀ, ଏହି ଚୁକ୍ତିନାମା ୨୧ ଫେବୃଆରୀ ୨୦୦୭ ରେ କାର୍ଯ୍ୟକାରୀ ହୋଇଥିଲା। ପ୍ରଥମ ଥର ପାଇଁ ଏହା ୨୦୧୨ ରେ ୫ ବର୍ଷ ପାଇଁ ବୃଦ୍ଧି କରାଯାଇଥିଲା।

ଭାରତ-ପାକ୍
Share. Facebook Twitter LinkedIn Email WhatsApp Copy Link

Related Posts

Cyclone Threat: ବାତ୍ୟା ସମ୍ଭାବନା ଘନେଇଲା, ବିଭିିନ୍ନ ବିଦେଶୀ ସଂସ୍ଥାର ସ୍ପଷ୍ଟ ସୂଚନା

October 22, 2026

ରାଜନୈତିକ ହିଂସାକାଣ୍ଡ: ବିଜେପି ସମର୍ଥକଙ୍କୁ ନିର୍ମମ ହତ୍ୟା, ଗୋଷ୍ଠୀ ସଂଘର୍ଷରେ ୬ ଆହତ

October 22, 2026

ଇଣ୍ଡିଆ କେମ୍ ୨୦୨୬ରେ ଯୋଗଦେବେ ମୁଖ୍ୟମନ୍ତ୍ରୀ

October 22, 2026

ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା: କୋଟିଆ ବିବାଦର ସମାଧାନ ନିମନ୍ତେ ସରକାର ପ୍ରତିଶ୍ରୁତିବଦ୍ଧ

October 21, 2026
Latest News

India Chem 2026: ଖଣିରୁ କେମିକାଲ୍ ଅର୍ଥନୀତି ଆଡ଼କୁ ଓଡ଼ିଶାର ବଡ଼ ପଦକ୍ଷେପ

October 22, 2026

Cyclone Threat: ବାତ୍ୟା ସମ୍ଭାବନା ଘନେଇଲା, ବିଭିିନ୍ନ ବିଦେଶୀ ସଂସ୍ଥାର ସ୍ପଷ୍ଟ ସୂଚନା

October 22, 2026

ରାହୁଲଙ୍କୁ ଅମିତ ଶାହାଙ୍କ ଚେତାବନୀ : ୩୦ ବର୍ଷ ଯାଏଁ କ୍ଷମତାକୁ ଆସିପାରିବନି କଂଗ୍ରେସ

October 22, 2026

ଇନଷ୍ଟାଗ୍ରାମରେ ଡେବ୍ୟୁ କଲେ ସୋନିଆ ଗାନ୍ଧୀ: ଆସନ୍ତା ନଭେମ୍ବରରେ ଆସୁଛି ଆତ୍ମଜୀବନୀ ‘ବେଲଙ୍ଗିଂ’

October 22, 2026

ରାଜନୈତିକ ହିଂସାକାଣ୍ଡ: ବିଜେପି ସମର୍ଥକଙ୍କୁ ନିର୍ମମ ହତ୍ୟା, ଗୋଷ୍ଠୀ ସଂଘର୍ଷରେ ୬ ଆହତ

October 22, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.