Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ବରିଷ୍ଠ ପ୍ରଶାସକ ମନୋଜ ମିଶ୍ରଙ୍କ ନିଯୁକ୍ତିକୁ ନେଇ କାହିଁକି ଖପ୍ପା ହେଉଛି ବିଜେପି ?
ଜାତୀୟ ଖବର

ବରିଷ୍ଠ ପ୍ରଶାସକ ମନୋଜ ମିଶ୍ରଙ୍କ ନିଯୁକ୍ତିକୁ ନେଇ କାହିଁକି ଖପ୍ପା ହେଉଛି ବିଜେପି ?

January 10, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link
Manoj Mishra
ବରିଷ୍ଠ ପ୍ରଶାସକ ମନୋଜ ମିଶ୍ରଙ୍କ ନିଯୁକ୍ତିକୁ ନେଇ କାହିଁକି ଖପ୍ପା ହେଉଛି ବିଜେପି ?

ଭୁବନେଶ୍ବର: ଗତ କିଛି ଦନ ଧରି ଓଡିଶା ରାଜନୀତିରେ ଚାଲିଛି ଏକ ବଡ ବିତର୍କ। ତାହା ହେଲା ବରିଷ୍ଠ ପ୍ରଶାସକ ମନୋଜ ମିଶ୍ରଙ୍କ ନିଯୁକ୍ତି ପ୍ରସଂଗ। ଏ ନେଇ ବିଜେପି ସାମ୍ବାଦିକ ସମ୍ମିଳନୀ କରି ତାଙ୍କ ନିଯୁକ୍ତିକୁ ନେଇ ତୁମ୍ବିତୋଫାନ କରିଛି। ରାଜ୍ୟ ସରକାରରେ ତାଙ୍କର ନିଯୁକ୍ତି ବେଆଇନ ବୋଲି ଦର୍ଶାଇଛି। ହେଲେ ତା ଭିତରେ ଲୁଚି ରହିଛି ଏକ ବଡ ରହସ୍ୟ। ଯାହା ବିଜେପି ଜାଣିବା ପରେ ଏହାକୁ ବିରୋଧ କରିବା ଆରମ୍ଭ କରିଛି।

ମନୋଜ ମିଶ୍ର ହେଉଛନ୍ତି କେନ୍ଦ୍ର ସରକାରଙ୍କ ୧୯୯୯ ବ୍ୟାଚ୍ ଇଣ୍ଡିଆନ ରେଲୱେ ଟ୍ରାଫିକ ସର୍ଭିସ ଅଫିସର। ସେ ବହୁ ବର୍ଷ ଧରି ଓଡିଶାକୁ ଡେପୁଟେସନରେ ଆସି କାର୍ଯ୍ୟ କରୁଛନ୍ତି। ସେ ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗରେ କାମ କରିଛନ୍ତି। ବର୍ତ୍ତମାନ ମନୋଜ ଆଇଟି ଏବଂ ବାଣିଜ୍ୟ ପରିବହନ ବିଭାଗ ପ୍ରମୁଖ ଶାସନ ସଚିବ ଅଛନ୍ତି। ସେ ମଧ୍ୟ ଓକାକର ଅଧ୍ୟକ୍ଷ ଅଛନ୍ତି। ଏପରିକି ସେ ମୁଖ୍ୟମନ୍ତ୍ରୀଙ୍କ ଓଏସଡି ମଧ୍ୟ ଅଛନ୍ତି।

ତେବେ ନିକଟରେ ମନୋଜ କେନ୍ଦ୍ର ସରକାରଙ୍କ ପଦବୀରୁ ଇସ୍ତଫା ଦେଇଛନ୍ତି। ଯାହାକୁ ରେଳ ବିଭାଗ ମଧ୍ୟ ସ୍ବୀକୃତି ପ୍ରଦାନ କରିଛି। କେନ୍ଦ୍ରରୁ ମୁକ୍ତ ହେବା ପରେ ରାଜ୍ୟ ସରକାର ତାଙ୍କୁ ରାଜ୍ୟରେ ସେହି ପଦବୀରେ ପୂର୍ବପରି ନିଯୁକ୍ତି ଦେଇଛନ୍ତି। ଏ ନେଇ ସାଧାରଣ ପ୍ରଶାସନ ତରଫରୁ ମଧ୍ୟ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି। ତେବେ ଏହି ନିଯୁକ୍ତି କେତେ ଠିକ କେତେ ଭୁଲ ତାହା ଭିନ୍ନ କଥା। ହେଲେ ବିଜେପି ଖପ୍ପା ହେବାର ଅନ୍ୟ କାରଣ ରହିଛି।

ଏକ ବିଶେଷ ସୁତ୍ର ଅନୁସାରେ ମନୋଜ କୁଆଡେ ଢେଙ୍କାନାଳ ଲୋକସଭା ପାଇଁ ବିଜେଡିର ସାଂସଦ ପ୍ରାର୍ଥୀ ହେବେ। ମନୋଜଙ୍କ ନିଜ ଘର ଢେଙ୍କାନାଳ ହୋଇଥିବାରୁ ତାଙ୍କୁ ସେହି ଆସନରେ ପ୍ରତିଦ୍ବନ୍ଦିତା କରିବା ପାଇଁ ବିଜେଡି ମନସ୍ତ କରିଛି। ଆଉ ବଡ କଥା ହେଲା ସେହି ଆସନରେ ବିଜେପି ତରଫରୁ ଧର୍ମେନ୍ଦ୍ର ପ୍ରଧାନ ପ୍ରାର୍ଥୀ ହେବେ। ସେଥିପାଇଁ ସେ ମାସାଧିକ କାଳ ସେହି ଅଞ୍ଚଳରେ ନିଜର ପତିୟାରା ଦେଖାଇବାରେ ଲାଗିଛନ୍ତି। ଯଦି ଏହି ଚର୍ଚ୍ଚା ଠିକ ହୁଏ ତେବେ ଆଗାମୀ ନିର୍ବାଚନରେ ଧର୍ମେନ୍ଦ୍ରଙ୍କ ସହିତ ମନୋଜଙ୍କ ଟକ୍କର ହେବ।

ତେଣୁ ମନୋଜ ଢେଙ୍କାନାଳରୁ ପ୍ରାର୍ଥୀ ହେବେ ବୋଲି ଧର୍ମେନ୍ଦ୍ରଙ୍କ ଟିମ ଖବର ପାଇବା ପରେ ବର୍ତ୍ତମାନ ସେମାନେ ତାଙ୍କ ପଛରେ ଲାଗିଯାଇଛନ୍ତି। ତାଙ୍କୁ ବଦନାମ କରିବା ପାଇଁ ଗୋଟିଏ ପରେ ଗୋଟିଏ ଅସ୍ତ୍ର ନିକ୍ଷେପ କରିବାରେ ଲାଗିଛନ୍ତି। ତେବେ ଏ ନେଇ ବିଜେଡି ତରଫରୁ କୌଣସି ସୂଚନା ଦିଆଯାଇ ନ ଥିଲେ ମଧ୍ୟ ମନୋଜ ନିଜର ପତିୟାରା ଜାହିର କରିବା ପାଇଁ ଖୁବ ଶିଘ୍ର ବାରମ୍ବାର ଢେଙ୍କାନାଳ ଗସ୍ତ କରିବେ।

Share. Facebook Twitter LinkedIn Email WhatsApp Copy Link

Related Posts

ଆଜି ଅଗଷ୍ଟ ୭ ତାରିଖ ଶୁକ୍ରବାରରେ ଏହି ଆଠଟି ରାଶି ରୁହନ୍ତୁ ସାବଧାନ

August 7, 2026

ପ୍ରଥମ ଶ୍ରେଣୀ ବହି ବିବାଦ: ତ୍ରୁଟି ଅଭିଯୋଗକୁ ଖଣ୍ଡନ କଲେ ଗଣଶିକ୍ଷା ମନ୍ତ୍ରୀ, ଖୁବଶୀଘ୍ର ମିଳିବ ସଂଶୋଧିତ ବହି

August 7, 2026

ବଡ଼ଭାଇଙ୍କୁ ହତ୍ୟା କଲା ସାନଭାଇ

August 7, 2026

ବରଗଡ଼ରେ ଓକିଲ ସଂଘ ସଭାପତିଙ୍କୁ ମଦ୍ୟପଙ୍କ ଆକ୍ରମଣ, ଗୁରୁତର ଆହତ; ୩ ଅଭିଯୁକ୍ତ ଗିରଫ

August 6, 2026
Latest News

ଆଜି ଅଗଷ୍ଟ ୭ ତାରିଖ ଶୁକ୍ରବାରରେ ଏହି ଆଠଟି ରାଶି ରୁହନ୍ତୁ ସାବଧାନ

August 7, 2026

ପ୍ରଥମ ଶ୍ରେଣୀ ବହି ବିବାଦ: ତ୍ରୁଟି ଅଭିଯୋଗକୁ ଖଣ୍ଡନ କଲେ ଗଣଶିକ୍ଷା ମନ୍ତ୍ରୀ, ଖୁବଶୀଘ୍ର ମିଳିବ ସଂଶୋଧିତ ବହି

August 7, 2026

ବଡ଼ଭାଇଙ୍କୁ ହତ୍ୟା କଲା ସାନଭାଇ

August 7, 2026

ବରଗଡ଼ରେ ଓକିଲ ସଂଘ ସଭାପତିଙ୍କୁ ମଦ୍ୟପଙ୍କ ଆକ୍ରମଣ, ଗୁରୁତର ଆହତ; ୩ ଅଭିଯୁକ୍ତ ଗିରଫ

August 6, 2026

ଏମ୍ସ ଭୁବନେଶ୍ବରରେ ଶୀଘ୍ର ଯକ୍ଷ୍ମା ଚିହ୍ନଟ ଓ ନିରାକାରଣ ଉପରେ ଜାତୀୟ ସମ୍ମିଳନୀ

August 6, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.