Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଚିଲିକା ନିର୍ବାଚନମଣ୍ଡଳୀର ବିଭିନ୍ନ ସମସ୍ୟାକୁ ନେଇ ଖୋର୍ଦ୍ଧା ଜିଲ୍ଲାପାଳଙ୍କୁ ଭେଟିଲା ‘ଶାଳିଆ ପ୍ରେସ କ୍ଲବ ‘
ଆଜିର ଖବର

ଚିଲିକା ନିର୍ବାଚନମଣ୍ଡଳୀର ବିଭିନ୍ନ ସମସ୍ୟାକୁ ନେଇ ଖୋର୍ଦ୍ଧା ଜିଲ୍ଲାପାଳଙ୍କୁ ଭେଟିଲା ‘ଶାଳିଆ ପ୍ରେସ କ୍ଲବ ‘

January 21, 2023No Comments1 Min Read
Share Facebook Twitter LinkedIn Email WhatsApp Copy Link

ସୀତାରାମ ଅଗ୍ରୱାଲ

ଚିଲିକା: ଆଜି ପୂର୍ବାହ୍ନରେ ଜିଲ୍ଲାର ଅଗ୍ରଣୀ ସାମ୍ବାଦିକ ସଂଘ ‘ଶାଳିଆ ପ୍ରେସ କ୍ଲବ’ ର ଏକ ପ୍ରତିନିଧି ମଣ୍ଡଳି ସଭାପତି ଅଜିତ କୁମାର ସାହୁଙ୍କ ନେତୃତ୍ୱରେ ଖୋର୍ଦ୍ଧା ଜିଲ୍ଲାପାଳ କେ. ସୁଦର୍ଶନ ଚକବର୍ତ୍ତୀଙ୍କୁ ସାକ୍ଷାତ କରି ବାଣପୁର, ବାଲୁଗାଁ ଓ ଚିଲିକା ଅଞ୍ଚଳର ବିଭିନ୍ନ ସମସ୍ୟା ଉପରେ ବିସ୍ତୃତ ଭାବେ ଆଲୋଚନା କରିବା ସହ ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରିଥିଲେ। ବାଣପୁର ସ୍ଥିତ ଶାଳିଆ ଡ୍ୟାମ ରାଜ୍ୟର ଏକ ପ୍ରମୁଖ ପର୍ଯ୍ୟଟନ ସ୍ଥଳ ହୋଇଥିବା ସ୍ଥଳେ ଏହାକୁ ସଂଯୋଗ କରୁଥିବା ପ୍ରତାପ ଗ୍ରାମ ପର୍ଯ୍ୟନ୍ତ ଉପର ରୋଡ ଟି ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି ଯାହାଫଳରେ ପର୍ଯ୍ୟଟକ ଏବଂ ସ୍ଥାନୀୟ ଅଞ୍ଚଳବାସୀ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଉକ୍ତ ରୋଡ ଉପରେ ଖୋର୍ଦ୍ଧା ଏବଂ ଗଞ୍ଜାମ ଜିଲ୍ଲାର ଜନସାଧାରଣ ନିର୍ଭର କରୁଥିବା ବେଳେ ବିଭାଗୀୟ ଅବହେଳା ପାଇଁ ଏହାର ମରାମତି କାର୍ଯ୍ୟ ହୋଇପାରୁନାହିଁ।

ସେହିପରି ଭାବେ ଆଉ କେଇ ମାସ ପରେ ବର୍ଷା ଦିନ ଆସୁଥିବା ବେଳେ ବାଣପୁର ଏନଏସି ରେ ଡ୍ରେନଜ ନିର୍ମାଣ ଅଦ୍ୟାବଧି ନହେବା ଜନସାଧାରଣଙ୍କୁ ମର୍ମାହତ କରିଛି। ଏହା କିପରି ଯୁଦ୍ଧକାଳୀନ ଭାବେ ନିର୍ମାଣ କରାଯିବ ସେ ନେଇ ମଧ୍ୟ ସଂଘର କର୍ମକର୍ତ୍ତା ମାନେ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ।

ଅନୁରୂପ ଭାବେ ଖୋର୍ଦ୍ଧା ଉପଜିଲ୍ଲାପାଳ ଦୀପ୍ତିରଞ୍ଜନ ସେଠିଙ୍କୁ ମଧ୍ୟ ପ୍ରେସ କ୍ଲବର ସଦସ୍ୟ ଭେଟି ଅଞ୍ଚଳର ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରିବା ସହ ଏହାର ସମାଧାନ ଦିଗରେ ଗୁରୁତ୍ୱ ଦେବାକୁ ଉପଜିଲ୍ଲାପାଳ କୁ ଅନୁରୋଧ କରିଥିଲେ। ଉଭୟ ଜିଲ୍ଲାପାଳ ଏବଂ ଉପଜିଲ୍ଲାପାଳ ‘ଶାଳିଆ ପ୍ରେସ କ୍ଲବ ‘ପକ୍ଷରୁ ଦିଆଯାଇଥିବା ଅଭିଯୋଗ ଗୁଡିକର ନିରପେକ୍ଷ ତଦନ୍ତ ଏବଂ ଅବଗତ କରାଯାଇଥିବା ସମସ୍ୟା ଗୁଡିକର ଆଶୁ ସମାଧାନ ପାଇଁ ନିର୍ଭର ପ୍ରତିଶୃତି ଦେଇଥିଲେ।

ଖୋର୍ଦ୍ଧା ଜିଲ୍ଲାପାଳ ଚିଲିକା ନିର୍ବାଚନମଣ୍ଡଳୀ ଶାଳିଆ ପ୍ରେସ କ୍ଲବ ସାମ୍ବାଦିକ ସଂଘ
Share. Facebook Twitter LinkedIn Email WhatsApp Copy Link

Related Posts

ଓଡ଼ିଶା ପୋଲିସର ରାଜ୍ୟବ୍ୟାପୀ ସ୍ପେଶାଲ ଡ୍ରାଇଭ୍‌: ୫୨୦ ଅଭିଯୁକ୍ତ ଗିରଫ

May 30, 2026

ବିଜେଡିର କଡା ପଦକ୍ଷେପ, ବ୍ଲକ ଅଧ୍ୟକ୍ଷଙ୍କୁ କରାଗଲା ନିଲମ୍ବନ

May 30, 2026

Kalahandi Septic Tank Tragedy: ଓଡିଶା ସରକାରଙ୍କୁ ନୋଟିସ କଲେ ଏନଏଚଆରସି

May 30, 2026

‘ସମଗ୍ର ଶିକ୍ଷା ଅଭିଯାନ’ର ସମୀକ୍ଷା କଲେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ

May 30, 2026
Latest News

ଓଡ଼ିଶା ପୋଲିସର ରାଜ୍ୟବ୍ୟାପୀ ସ୍ପେଶାଲ ଡ୍ରାଇଭ୍‌: ୫୨୦ ଅଭିଯୁକ୍ତ ଗିରଫ

May 30, 2026

ବିଜେଡିର କଡା ପଦକ୍ଷେପ, ବ୍ଲକ ଅଧ୍ୟକ୍ଷଙ୍କୁ କରାଗଲା ନିଲମ୍ବନ

May 30, 2026

ମସ୍ତିଷ୍କକୁ ନଷ୍ଟ କରୁଛି ମୋବାଇଲ୍ ଫୋନ୍ ନିଶା: କମ କରନ୍ତୁ ସ୍କ୍ରିନ ଟାଇମ

May 30, 2026

Kalahandi Septic Tank Tragedy: ଓଡିଶା ସରକାରଙ୍କୁ ନୋଟିସ କଲେ ଏନଏଚଆରସି

May 30, 2026

ମେ ୨୮ ସୁଦ୍ଧା ପ୍ରାୟ ୬୦,୪୦୦ ପିଏନଜି ଗ୍ରାହକଙ୍କ ଏଲପିଜି ସଂଯୋଗ ପ୍ରତ୍ୟାହାର

May 30, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.