Categories
ଆଞ୍ଚଳିକ

ଟାଙ୍ଗୀ ନିଳାମ୍ବୁ ମହୋତ୍ସବ ପଞ୍ଚମ ସୁନେଲି ସଂନ୍ଧ୍ୟା: ମନ ମୋହିଲା ପଶ୍ଚିମବଙ୍ଗ ଗଣେଶ ଝୋ ଡ୍ୟାନ୍ସ

ଟାଙ୍ଗୀ(ସୀତାରାମ ଅଗ୍ରୱାଲ): ଟାଂଗୀ ବ୍ଲକ ସାମ୍ବାଦିକ ସଂଘ ଆନୂକୁଲ୍ୟରେ ସ୍ଥାନିୟ ଚିଲିକା ଷ୍ଟାଡିୟମ ରେ ଚାଲିଥିବା ଦ୍ବିତୀୟ ବାର୍ଷିକ ନିଳାମ୍ବୁ ମହୋତ୍ସବ ର ପଞ୍ଚମ ସଂନ୍ଧ୍ୟା ଏକ ମନୋଞ୍ଜୋ ପରିବେଶରେ ଶେଷ ହୋଇଛି। ଏହି ସନ୍ଧ୍ୟା ରେ ପଶ୍ଚିମବଙ୍ଗ ପୁରୁଲିଆ ର ଗଣେଶ ଝୋ ଡ୍ୟାନ୍ସ ଗୃପ ର ସାଂସ୍କୃତିକ କଳା ପରିବେଷଣ ଦର୍ଶକ ମାନଙ୍କୁ ବିମୋହିତ କରିଥିଲା। ଏଥି ସହିତ ଏ ଅଞ୍ଚଳରେ ଥିବା ବିଭିନ୍ନ ସରକାରୀ ବେସରକାରୀ ଶିକ୍ଷାନୁଷ୍ଠାନର କୁନିକୁନି ଛାତ୍ରଛାତ୍ରୀ ମାନଙ୍କ ଦ୍ବାରା ପରିବେଷିତ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ବେସ ମନମୁଗଧକର ଥିଲା।

ଟାଂଗୀ ବ୍ଲକ ସାମ୍ବାଦିକ ସଂଘ ସଭାପତି ପଦ୍ମନାଭ ବିଶ୍ବାଳ ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ସଭାରେ ବିଜେପିର ରାଷ୍ଟ୍ରୀୟ ପ୍ରବକ୍ତା ଡଃ ସମ୍ବିତ ପାତ୍ର, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ କାଳୁଚରଣ ଖଣ୍ଡଇତରାୟ, ସାମ୍ବାଦିକ ରାମ ନାରାୟଣ ଦାସ, ସଂପାଦକ ମନୋଜ କୁମାର ପଟନାୟକ,ସହ ସଂପାଦକ ରାମଚନ୍ଦ୍ର ପରିଡା, ସଂଘ ପ୍ରବକ୍ତା ସରୋଜ କୁମାର ପାଇକରାୟ,ପ୍ରମୂଖ ଅତିଥି ଭାବେ ଯୋଗଦେଇଥିଲେ।

ଏହି କାର୍ଯ୍ୟକ୍ରମ ସଂଯୋଜନାରେ ସହାୟତା କରିଥିଲେ ସଂଘ ଉପଦେଷ୍ଟା ବରିଷ୍ଠ ସାମ୍ବାଦିକ ପ୍ରଦୋଷ ଦାସ, ଉପସଭାପତି ମନୋଜ ନାଇଡୁ ପ୍ରମୂଖ। ଉଦଘୋଷକ ଭାବେ ସତ୍ୟନାରାୟଣ ମହାପାତ୍ର।

Categories
ଆଞ୍ଚଳିକ

ବାଲୁଗାଁ: ‘ଶାଳିଆ ପ୍ରେସ କ୍ଲବ’ର ବାର୍ଷିକ ଆଲୋଚନା ଚକ୍ର

ବାଲୁଗାଁ: ଖୋର୍ଦ୍ଧା ଜିଲ୍ଲାର ଅଗ୍ରଣୀ ସାମ୍ବାଦିକ ସଂଘ ବାଲୁଗାଁ ସ୍ଥିତ ‘ଶାଳିଆ ପ୍ରେସ କ୍ଲବ’ ର ବାର୍ଷିକ ଆଲୋଚନା ଚକ୍ର ଆଜି ବାଣପୁରସ୍ଥିତ ଶାଳିଆ ଡ୍ୟାମ ମା’ ଡୋମଣି ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି। ବାଲୁଗାଁ, ବାଣପୁର ଓ ଚିଲିକା ଅଞ୍ଚଳର ସାମ୍ବାଦିକଙ୍କୁ ନେଇ ଗଠିତ ‘ଶାଳିଆ ପ୍ରେସ କ୍ଲବ’ର ସଭାପତି ଅଜିତ କୁମାର ସାହୁଙ୍କ ସଭାପତିତ୍ୱରେ ସମ୍ପାଦକ ସୁଧୀର କୁମାର ବେହେରା ବାର୍ଷିକ ବିବରଣୀ ପାଠ କରିଥିବା ବେଳେ ସଂଘ ଦ୍ୱାରା ଚଳିତ ବର୍ଷ ଅନୁଷ୍ଠିତ ହୋଇଥିବା ବିଭିନ୍ନ ଜନହିତକର କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋଚନା କରାଯାଇଥିଲା।

ବାଣପୁର, ବାଲୁଗାଁ ଓ ଚିଲିକା ଅଞ୍ଚଳର ଜନସାଧାରଣଙ୍କ ସ୍ୱାର୍ଥ ଏବଂ ଅଞ୍ଚଳର ଉନ୍ନତି ପାଇଁ ‘ଶାଳିଆ ପ୍ରେସ କ୍ଲବ’ ସର୍ବଦା ବଦ୍ଧପରିକର ବୋଲି ସଂଘ ସଭାପତି ଶ୍ରୀ ସାହୁ ମତ ରଖିଥିଲେ। ତତସହିତ ଅବହେଳିତ, ନିଷ୍ପେସିତ ଏବଂ ପ୍ରଶାସନିକ ଅବହେଳାର ଶିକାର ହୋଇଥିବା ବ୍ୟକ୍ତିଙ୍କୁ କିପରି ନ୍ୟାୟ ପ୍ରଦାନ କରାଯାଇପାରିବ ସେ ଦିଗରେ ସଂଘ ଅହରହ ଚେଷ୍ଟିତ ବୋଲି ସାଧାରଣରେ ମତ ପ୍ରକାଶ ପାଇଥିଲା।

ପରିଶେଷରେ ଆଗାମୀ ବର୍ଷରେ କ୍ଲବ ପକ୍ଷରୁ ବାଣପୁର-ବାଲୁଗାଁରେ ଅନୁଷ୍ଠିତ ହେବାକୁ ଥିବା ବିଭିନ୍ନ ସାମାଜିକ କାର୍ଯ୍ୟକ୍ରମ ସ୍ଥିର କରାଯାଇଥିଲା। ଅନୁଷ୍ଠିତ ସଭାକୁ ଉପସଭାପତି ସିତାରାମ ଅଗ୍ରୱାଲ ପରିଚାଳନା କରିଥିବା ବେଳେ ସଂଘର ସମସ୍ତ କର୍ମକର୍ତ୍ତା ପୂର୍ଣ୍ଣ ସହଯୋଗ କରିଥିଲେ।

Categories
ଆଞ୍ଚଳିକ

ନୂତନ ଉପଜିଲ୍ଲାପାଳଙ୍କୁ ଉପଖଣ୍ଡ ସାମ୍ବାଦିକ ସଂଘ ପକ୍ଷରୁ ସମ୍ବର୍ଦ୍ଧନା

ରେଢ଼ାଖୋଲ: ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ଉପଖଣ୍ଡର ଉପଜିଲ୍ଲାପାଳ ରଶ୍ମି ରଞ୍ଜନ ମହନ୍ତ ଯୋଗ ଦେଇ ଦାୟିତ୍ଵ ଗ୍ରହଣ କରିଛନ୍ତି। ଏହି ପରିପ୍ରେକ୍ଷୀରେ ଉପଖଣ୍ଡ ସାମ୍ବାଦିକ ସଂଘ ପକ୍ଷରୁ ଉପ ଜିଲ୍ଲାପାଳଙ୍କୁ ଏକ ସ୍ଵଜନ୍ୟ ମୂଳକ ସାକ୍ଷାତକାର କରି ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି।

ଉପଖଣ୍ଡ ସାମ୍ବାଦିକ ସଂଘର ସଭାପତି ରମାକାନ୍ତ ମହାନନ୍ଦ, ସମ୍ପାଦକ କନ୍ଦର୍ପ ବେହେରା, ବରିଷ୍ଠ ସାମ୍ବାଦିକ ପ୍ରସନ୍ନ କୁମାର ପ୍ରଧାନ, ଶରତ କୁମାର ପ୍ରଧାନ, ତପନ କୁମାର ବିଶ୍ବାଳ, ସୁଶାନ୍ତ ନାଗ, ଶଙ୍କର ପୃଷ୍ଟି, ବିଦ୍ୟାଧର ମାଝୀ, ଯଶବନ୍ତ ନାରାୟଣ ସାହୁ, ରଶ୍ମି ରଞ୍ଜନ ଖଡିରତ୍ନ, ଅନିଲ ପୃଷ୍ଟି, ସୁଧିର ସୁନା, ଲିଙ୍ଗରାଜ ପ୍ରଧାନ, ମଦନ ବେହେରା ପ୍ରମୁଖ ଉପସ୍ଥିତ ଥିଲେ।

ଏହି ଅବସରରେ ଉପଜିଲ୍ଲାପାଳ ରଶ୍ମୀରଂଜନ ମହନ୍ତ କହିଲେ ଯେ ଅଞ୍ଚଳର ବିକାଶ ପ୍ରକ୍ରିୟାକୁ ତ୍ବରାନ୍ବିତ କରାଯିବା ସହିତ ବିଭିନ୍ନ ସମସ୍ୟା କୁ ଅତି ଶୀଘ୍ର ସମାଧାନ କରାଯିବ ବୋଲି ପ୍ରକାଶ କରିଥିଲେ।

Categories
ଆଞ୍ଚଳିକ

ରେଢ଼ାଖୋଲ ଉପଖଣ୍ଡ ସାମ୍ବାଦିକ ସଂଘ ପକ୍ଷରୁ ଦିବଂଗତ ସାମ୍ବାଦିକଙ୍କୁ ଶ୍ରଦ୍ଧାଞ୍ଜଳି

ରେଢ଼ାଖୋଲ: ରେଢ଼ାଖୋଲ ଉପଖଣ୍ଡ ସାମ୍ବାଦିକ ସଂଘ ତରଫରୁ ସ୍ଥାନୀୟ ସାମ୍ବାଦିକ ଭବନଠାରେ ଦିବଂଗତ ସାମ୍ବାଦିକ ପ୍ରମୋଦ କୁମାର ପଟ୍ଟନାୟକ ଓ ସାମ୍ବାଦିକ କୁମାର ହସନ୍ ଙ୍କ ବିୟୋଗରେ ଏକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଥିଲା। ସଂଘର ସଭାପତି ରମାକାନ୍ତ ମହାନନ୍ଦଙ୍କ ସଭାପତିତ୍ବରେ ଅନୁଷ୍ଠିତ ଶ୍ରଦ୍ଧାଞଳି ସଭାରେ ଦିବଂଗତ ସାମ୍ବାଦିକ ପ୍ରମୋଦ ପଟ୍ଟନାୟକ ଓ କୁମାର ହସନଙ୍କ ସାମ୍ବାଦିକ ଜୀବନ ଉପରେ ଉପସ୍ଥିତ ସାମ୍ବାଦିକମାନେ ଶ୍ରଦ୍ଧାସୁମନ ଅର୍ପଣକରିଥିଲେ।

କୁମାର ହସନ୍ ଜଣେ ଯେ ସାମ୍ବାଦିକ ଥିଲେ ତା ନୁହଁ ସେ ଜଣେ ବିପ୍ଳବୀ କବି, ଗାଳ୍ପିକ, ପ୍ରାବନ୍ଧିକ, ଅନୁବାଦକ, ସଂପାଦକ ଥିଲେ। ଦାରିଦ୍ରତା ହିଁ ତାଙ୍କର ପିଛା ଛାଡୁ ନ ଥିଲା।  ସାମ୍ବାଦିକ ପ୍ରମୋଦ ପଟ୍ଟନାୟକ ପଶ୍ଚିମ ଓଡ଼ିଶାର ଜଣେ ପ୍ରତିଷ୍ଠିତ ସାମ୍ବାଦିକ। ସେ ଜଣେ ଅମାୟିକ ମଣିଷ। ଏଭଳି ସାମ୍ବାଦିକ ଦୁଇଜଣଙ୍କୁ ହରାଇ ବହୁତ କ୍ଷତି ହୋଇଛି ବୋଲି ସଂପାଦକ ସାମ୍ବାଦିକ କନ୍ଦର୍ପ ବେହେରା ଶ୍ରଦ୍ଧାଞ୍ଜଳି ଦେଇ ପ୍ରକାଶ କରିଛନ୍ତି।

ଅନ୍ୟମାନଙ୍କ ମଧ୍ୟରେ ସାମ୍ବାଦିକ ଜୟନ୍ତ କୁମାର ଖଡ଼ିରତ୍ନ, ରବିନ୍ଦ୍ର ପ୍ରଧାନ, କନ୍ଦର୍ପ ବେହେରା, ପ୍ରସନ୍ନ କୁମାର ପ୍ରଧାନ, ଶଙ୍କର ପ୍ରୁଷ୍ଟି, ସୁଶାନ୍ତ ନାଗ, ସୁଧିର ସୁନା, ତପନ କୁମାର ବିଶ୍ବାଳ, ମମତା ପାତ୍ର, ଅନିଲ୍ କୁମାର ପ୍ରୁଷ୍ଟି, ସରୋଜ କୁମାର ସାହୁ, ମଦନ ପ୍ରଧାନ, ଯଶୋବନ୍ତ ନାରାୟଣ ସାହୁ ପ୍ରମୁଖ ଯୋଗ ଦେଇ ଶ୍ରଦ୍ଧାଞଳି ଦେଇଥିଲେ। ସଭ୍ୟ ତପନ କୁମାର ବିଶ୍ବାଳ ଧନ୍ୟବାଦ ଦେଇଥିଲେ।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ସାମ୍ବାଦିକଙ୍କୁ ଆକ୍ରମଣ ମାମଲା: ସରକାରୀ କର୍ମଚାରୀଙ୍କୁ ଗିରଫ ଦାବି କଲା କଳାହାଣ୍ଡି ସାମ୍ବାଦିକ ସଂଘ

କଳାହାଣ୍ଡି: କଳାହାଣ୍ଡି ଜିଲା କୋକସରା ବ୍ଲକ ଅନ୍ତର୍ଗତ ବରାଡଙ୍ଗା ପଞ୍ଚାୟତ ଜନଶୁନାଣି କାର୍ଯ୍ୟକ୍ରମ ଖବର ସଂଗ୍ରହ କରି ବାକୁ ଯାଇଥିବା ଦୈନିକ ସମାଜ ଖବର କାଗଜ ପ୍ରତିନିଧି କିସାନ ପଟ୍ଟନାୟକଙ୍କୁ ବରାଡଙ୍ଗା ପଞ୍ଚାୟତ ନିର୍ବାହୀ ଅଧିକାରୀ ଶତିସ କୁମାର ରଥ ମାତାଲ ଅବସ୍ଥାରେ ଅସଭ୍ୟ ଭାଷାରେ ଗଲିଗୁଲଜ କରି ମୋବଇଲ୍ ଛଡାଇ ଭାଙ୍ଗି ଦେବା ସହ ଆକ୍ରମଣ କରିଥିଲେ। ସାମ୍ବଦିକ ଜଣକ ଏ ବିଷୟରେ ଅମପାଣି ଥାନାରେ ରିପୋର୍ଟ ଦାଖଲ କରିଥିଲେ। ଦୁଇ ଦିନ ବିତି ଯାଇ ଥିଲେ ମଧ୍ୟ କୋଣସି ପଦକ୍ଷେପ ନ ହେବାରୁ ଓଡିଶା ରାଜ୍ୟ ସାମ୍ୱାଦିକ ସଂଘ (ଏସ ୟୁ ଯେ) ଉପସଭାପତି ଦୁଷ୍ମନ୍ତ କୁମାର ପଣ୍ଡା ଏବଂ କଳାହାଣ୍ଡି ଜିଲ୍ଲା ସାମ୍ୱାଦିକ ସଂଘ ସଭାପତି ମହମ୍ମଦ ଅଲ୍ଲୀଙ୍କ ନେତୃତ୍ୱରେ ଜିଲ୍ଲା ସାଧାରଣ ସମ୍ପାଦକ ଜଗମୋହନ୍ ପଟ୍ଟନାୟକ, ଜିଲ୍ଲା କାର୍ଯକାରିଣୀ ସଭ୍ୟ ଚକ୍ର ବେସ୍ରା, ରଘୁମଣି ପୁଝାରି, ଜଗଦୀଶ ନାଏକ, ରଜନୀ କାନ୍ତ ଛ୍ହତ୍ରିଆ, ହର୍ସବର୍ଧନ୍ ପାଣିଗ୍ରାହୀ, ପରମାନନ୍ଦ ଛତ୍ରିଆ, ବାସୁଦେବ ଛତ୍ରିଆ, ଜୟରାମ, ତ୍ରିକୋକ୍ୟ ବେସ୍ରା, ହରିହର ଛ୍ହତ୍ରିଆ, ବିଜୟ ପଣ୍ଡା ପ୍ରମୁଖ ଆମପାନି ଥାନା ଅଧିକାରୀ ଚତୁର୍ଭୁଜ ନାଏକ ଙ୍କୁ କଳାହାଣ୍ଡି ଏସପି ଓ ଡି ଜି ପି ଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରିଥିଲେ।

ସାମ୍ବାଦିକଙ୍କୁ ଆକ୍ରମଣ କରିଥିବା ମଦ୍ୟପ ଅଧିକାରୀଙ୍କ ବିରୁଦ୍ଧ ରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ସଂଘ ତତଫରୁ ଦାବୀ କରଯାଇଥିଲା। ଗ୍ରାମାଞ୍ଚଳ ରେ କାର୍ଯ୍ୟରତ ସାମ୍ବାଦିକ ମାନଂକ ସୁରକ୍ଷା ପ୍ରତି ଦୃଷ୍ଟି ଦେବାକୁ ଅନୁରୋଧ କରଯାଇଥିଲା। କଲାହାଣ୍ଡି ସାମ୍ୱାଦିକ ସଂଘ ସର୍ବଦା ସାମ୍ୱାଦିକ ମାନଙ୍କ ମାନ ସମ୍ମାନ ଓ ସ୍ବାଭିମାନ ରକ୍ଷା ପ୍ରତି ସର୍ବଦା ରହିଛି ଓ ଆଗାମୀ ଦିନରେ ମଧ୍ୟ ରହିବ ବୋଲି ମତ ପ୍ରକାଶ ପାଇଥିଲା।

Categories
ଆଜିର ଖବର ରାଜ୍ୟ ଖବର

ଟାଙ୍ଗୀରେ ନିଳାମ୍ବୁ ମହୋତ୍ସବ ୨୦୨୩ ଉଦଘାଟିତ

ସୀତାରାମ ଅଗ୍ରୱାଲ

ଟାଙ୍ଗୀ: ଖୋର୍ଦ୍ଧା ଜିଳ୍ଲା ଟାଙ୍ଗୀ ବ୍ଲକ ସାମ୍ବାଦିକ ସଂଘ ଆନୁକୂଲ୍ୟରେ ଟାଙ୍ଗୀ ବଳରାମ ଦେବ ବିଦ୍ୟାପୀଠ ଖେଳପଡିଆରେ ନିଳାମ୍ବୁ ମହୋତ୍ସବର ଉଦଘାଟିତ ହୋଇଯାଇଛି। ଟାଙ୍ଗୀ ବ୍ଲକ ସାମ୍ବାଦିକ ସଂଘ ସଭାପତି ପଦ୍ମନାଭ ବିଶ୍ୱାଳଙ୍କ ସଭାପତିତ୍ୱରେ ଉଦଘାଟିତ ଦିବସରେ ମୂଖ୍ୟ ଅତିଥି ଭାବରେ ଶ୍ରମ ମନ୍ତ୍ରୀ ଶ୍ରୀକାନ୍ତ ସାହୁ ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥି ଭାବରେ ଖୋର୍ଦ୍ଧା ବିଧାୟକ ଜୋତିନ୍ଦ୍ରନାଥ ମିତ୍ର, ଖୋର୍ଦ୍ଧାର ପୂର୍ବତନ ବିଧାୟକ ଡଃ ଦିଲ୍ଲୀପ ଶ୍ରୀଚନ୍ଦନ, ଟାଙ୍ଗୀ ବ୍ଲକ ଅଧ୍ୟକ୍ଷା ରିସ୍ମା ମାନଧାତା, ସମାଜସେବୀ ଡଃ ପ୍ରକାଶ ଶ୍ରୀଚନ୍ଦନ, ଟାଙ୍ଗୀ ବ୍ଲକ ସରପଞ୍ଚ କିଶୋର ବେହେରା, ଯୋଗ ଦେଇଥିବା ବେଳେ ମହୋତ୍ସବ ଅଭ୍ୟର୍ଥନା କମିଟି ଅଧ୍ୟକ୍ଷ ରାମଚନ୍ଦ୍ର ମହାପାତ୍ର, ମହୋତ୍ସବ କମିଟିର ଉପାଦେଷ୍ଟା ସଂଜୟ ପଟ୍ଟନାୟକ, ସାମ୍ବାଦିକ ସଂଘର ସଂମ୍ପାଦକ ମନୋଜ ପଟ୍ଟନାୟକ ଯୋଗଦେଇ ପ୍ରଦୀପ ପ୍ରଜ୍ୱଳନ କରି ଉଦଘାଟନ କରିଥିଲେ।

ମହୋତ୍ସବ ୮ତାରିଖରୁ ଆରମ୍ଭ ହୋଇ ୧୪ତାରିଖ ପର୍ଯ୍ୟନ୍ତ ଚାଲିବ। ମହୋତ୍ସବ ପଡିଆରେ ଆକର୍ଷଣୀୟ ଦୋଳି, ବିଭିନ୍ନ ସରକାରୀ ଓ ବେସରକାରୀ ଷ୍ଟଲ ପଡିଥିବା ବେଳେ ସ୍ୱୟଂ ସହାୟିକା ଗୋଷ୍ଠୀର ମହିଳାମାନେ କେତେକ ଷ୍ଟଲ ପକାଇଛନ୍ତି।

ଉଦଘାଟିତ ଦିବସରେ ବିଭିନ୍ନ କଳାକାର ମାନଙ୍କ ଦ୍ୱାରା ମନୋରଞ୍ଜନ କାର୍ଯ୍ୟକ୍ରମ ଚାଲିଥିବା ବେଳେ ସମ୍ବଲପୁରର ଲହରଗାଂଟ୍ରାଇଭାଲ ଆର୍ଟ ଆଣ୍ଡ କଲଚରର କଳାକାର ମାନେ ସେମାନଙ୍କ ନୃତ୍ୟ ପରିବେଷଣ ବେଶ ମନୋ ମୁଗ୍ଧକର ଥିଲା। ଦର୍ଶନ ମାନେ ମନୋରଞ୍ଜନ କାର୍ଯ୍ୟକ୍ରମକୁ ମନୋଭରି ଉପଭୋଗ କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଚିଲିକା ନିର୍ବାଚନମଣ୍ଡଳୀର ବିଭିନ୍ନ ସମସ୍ୟାକୁ ନେଇ ଖୋର୍ଦ୍ଧା ଜିଲ୍ଲାପାଳଙ୍କୁ ଭେଟିଲା ‘ଶାଳିଆ ପ୍ରେସ କ୍ଲବ ‘

ସୀତାରାମ ଅଗ୍ରୱାଲ

ଚିଲିକା: ଆଜି ପୂର୍ବାହ୍ନରେ ଜିଲ୍ଲାର ଅଗ୍ରଣୀ ସାମ୍ବାଦିକ ସଂଘ ‘ଶାଳିଆ ପ୍ରେସ କ୍ଲବ’ ର ଏକ ପ୍ରତିନିଧି ମଣ୍ଡଳି ସଭାପତି ଅଜିତ କୁମାର ସାହୁଙ୍କ ନେତୃତ୍ୱରେ ଖୋର୍ଦ୍ଧା ଜିଲ୍ଲାପାଳ କେ. ସୁଦର୍ଶନ ଚକବର୍ତ୍ତୀଙ୍କୁ ସାକ୍ଷାତ କରି ବାଣପୁର, ବାଲୁଗାଁ ଓ ଚିଲିକା ଅଞ୍ଚଳର ବିଭିନ୍ନ ସମସ୍ୟା ଉପରେ ବିସ୍ତୃତ ଭାବେ ଆଲୋଚନା କରିବା ସହ ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରିଥିଲେ। ବାଣପୁର ସ୍ଥିତ ଶାଳିଆ ଡ୍ୟାମ ରାଜ୍ୟର ଏକ ପ୍ରମୁଖ ପର୍ଯ୍ୟଟନ ସ୍ଥଳ ହୋଇଥିବା ସ୍ଥଳେ ଏହାକୁ ସଂଯୋଗ କରୁଥିବା ପ୍ରତାପ ଗ୍ରାମ ପର୍ଯ୍ୟନ୍ତ ଉପର ରୋଡ ଟି ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି ଯାହାଫଳରେ ପର୍ଯ୍ୟଟକ ଏବଂ ସ୍ଥାନୀୟ ଅଞ୍ଚଳବାସୀ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଉକ୍ତ ରୋଡ ଉପରେ ଖୋର୍ଦ୍ଧା ଏବଂ ଗଞ୍ଜାମ ଜିଲ୍ଲାର ଜନସାଧାରଣ ନିର୍ଭର କରୁଥିବା ବେଳେ ବିଭାଗୀୟ ଅବହେଳା ପାଇଁ ଏହାର ମରାମତି କାର୍ଯ୍ୟ ହୋଇପାରୁନାହିଁ।

ସେହିପରି ଭାବେ ଆଉ କେଇ ମାସ ପରେ ବର୍ଷା ଦିନ ଆସୁଥିବା ବେଳେ ବାଣପୁର ଏନଏସି ରେ ଡ୍ରେନଜ ନିର୍ମାଣ ଅଦ୍ୟାବଧି ନହେବା ଜନସାଧାରଣଙ୍କୁ ମର୍ମାହତ କରିଛି। ଏହା କିପରି ଯୁଦ୍ଧକାଳୀନ ଭାବେ ନିର୍ମାଣ କରାଯିବ ସେ ନେଇ ମଧ୍ୟ ସଂଘର କର୍ମକର୍ତ୍ତା ମାନେ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ।

ଅନୁରୂପ ଭାବେ ଖୋର୍ଦ୍ଧା ଉପଜିଲ୍ଲାପାଳ ଦୀପ୍ତିରଞ୍ଜନ ସେଠିଙ୍କୁ ମଧ୍ୟ ପ୍ରେସ କ୍ଲବର ସଦସ୍ୟ ଭେଟି ଅଞ୍ଚଳର ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରିବା ସହ ଏହାର ସମାଧାନ ଦିଗରେ ଗୁରୁତ୍ୱ ଦେବାକୁ ଉପଜିଲ୍ଲାପାଳ କୁ ଅନୁରୋଧ କରିଥିଲେ। ଉଭୟ ଜିଲ୍ଲାପାଳ ଏବଂ ଉପଜିଲ୍ଲାପାଳ ‘ଶାଳିଆ ପ୍ରେସ କ୍ଲବ ‘ପକ୍ଷରୁ ଦିଆଯାଇଥିବା ଅଭିଯୋଗ ଗୁଡିକର ନିରପେକ୍ଷ ତଦନ୍ତ ଏବଂ ଅବଗତ କରାଯାଇଥିବା ସମସ୍ୟା ଗୁଡିକର ଆଶୁ ସମାଧାନ ପାଇଁ ନିର୍ଭର ପ୍ରତିଶୃତି ଦେଇଥିଲେ।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ସାମ୍ବାଦିକଙ୍କୁ ହତ୍ୟା ଧମକ ପ୍ରତିବାଦ: ଏସପିଙ୍କୁ ଭେଟିଲେ କଳାହାଣ୍ଡି ସାମ୍ବାଦିକ ସଂଘ

କଳାହାଣ୍ଡି: ଜୟପାଟଣା ବ୍ଲକ ଅନ୍ତର୍ଗତ ଏକ ପ୍ରଧାନମନ୍ତ୍ରୀ ସଡକ ନିର୍ମାଣ କାର୍ଯ୍ୟ ନିମ୍ନ ମାନର ହେଉଥିବା ସମ୍ପର୍କରେ ଏକ ଦୈନିକ ଖବର କାଗଜରେ ସମ୍ବାଦ ପ୍ରକାଶ ପାଇଥିଲା। ସମ୍ପୃକ୍ତ ଠିକାଦାର ଓ ତାଙ୍କର ଦୁଇ ସହଯୋଗୀ ସାମ୍ବାଦିକ ରାଜୁ ପାହାଡ଼ଙ୍କୁ ଫୋନ ଯୋଗେ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିବା ସହ ଜୀବନରେ ମାରିଦେବା ପାଇଁ ଧମକ ଦେବା ଘଟଣାକୁ ନେଇ ଜିଲ୍ଲା ସାମ୍ବାଦିକ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଏ ସମର୍କରେ ଜୟପାଟଣା ଥାନାରେ ସାମ୍ବାଦିକଙ୍କ ପକ୍ଷରୁ ଲିଖିତ ଅଭିଯୋଗ କରଆଯାଇଛି।

କଳାହାଣ୍ଡି ସାମ୍ବାଦିକ ସଙ୍ଘ ଜିଲ୍ଲା ସଭାପତି ମହମ୍ମଦ ଅଲ୍ଲୀଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ କଳାହାଣ୍ଡି ଏସପି ଅଭିଳାଷ ଜି ଙ୍କୁ ଭେଟି ସମ୍ପୃକ୍ତ ଠିକାଦାର ଓ ତାଙ୍କ ସହଯୋଗୀ ମାନଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଲିଖିତ ଅଭିଯୋଗ କରିଛନ୍ତି। ଅନ୍ୟ ମାନଙ୍କ ମଧ୍ୟରେ ଏସୟୁଯେ ରାଜ୍ୟ ଉପ ସଭାପତି ଦୁଷ୍ମନ୍ତ କୁମାର ପଣ୍ଡା, ରାଜୁ ପାହାଡ଼, ରଘୁମଣି ପୁଝାରୀ, ମଞ୍ଜୁର ଇଲାହି, ଅରୁଣ ସାହୁ, କେଶବ ସୁନାନୀ, ଅମଜଦ ଖାଁ ପ୍ରମୁଖ ଉପସ୍ଥିତ ଥିଲେ।

ଉକ୍ତ ଘଟଣାରେ ସମ୍ପୃକ୍ତ ଠିକାଦାର ଓ ତାଙ୍କ ସହଯୋଗୀମାନଙ୍କ ଵିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି ଜଣାଇଥିଲେ। ଏସପି ଏହି ଘଟଣାର ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ପ୍ରତିଶ୍ରୁତି ଦେବା ସହ ଗ୍ରାମାଞ୍ଚଳର କର୍ତ୍ତବ୍ୟରତ ସାମ୍ବାଦିକ ମାନଙ୍କ ସୁରକ୍ଷା ପାଇଁ ନିଶ୍ଚିତ ଦୃଢ଼ ପଦକ୍ଷେପ ଗ୍ରହଣ କରିବା ପାଇଁ ପ୍ରତିଶ୍ରୁତି ଦେଇଥିବା ଜଣା ପଡ଼ିଛି। ସମ୍ପ୍ରତି ସାମ୍ବାଦିକ ମାନଙ୍କ ଉପରେ ଏଭଳି ଆକ୍ରୋଶ ମୂଳକ ଘଟଣାରେ ସାମ୍ବାଦିକ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇବାରେ ଲାଗିଛି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ନକଲି ସାମ୍ବାଦିକଙ୍କ ଦୌରାତ୍ମ୍ୟ, ପ୍ରେସ୍ ଲେଖାଥିବା ଗାଡିକୁ ଯାଞ୍ଚ କରିବାକୁ ଦାବୀ କଲା ସାମ୍ବାଦିକ ସଂଘ

କନ୍ଦର୍ପ ବେହେରା

ରେଢାଖୋଲ: ଦିନକୁ ଦିନ ରେଢାଖୋଲ ଅଂଚଳରେ ନକଲି ସାମ୍ବାଦିକ ଓ ପ୍ରେସ୍ ଲେଖା ଥିବା ଗାଡି ବୁଲୁଥିବାର ଜଣା ପଡିଛି। ଏ ନେଇ ଆଜି ଉପଖଣ୍ଡ ସାମ୍ବାଦିକ ସଂଘ ତରଫରୁ ରେଢାଖୋଲ ଉପ-ଆରକ୍ଷୀ ଅଧିକ୍ଷକଙ୍କୁ ସଂଘ ତରଫରୁ ଏକ ଦାବୀ ପତ୍ର ଦିଆଆଇଥିବା ଜଣା ପଡିଛି।

ଗତକାଲି ଅପରାହ୍ନରେ ରେଢାଖୋଲ ଥାନା କଦଳୀଗଡ ଠାରେ ଜଣେ ବ୍ୟକ୍ତି ଓ ଜଣେ ମହିଳା ଏକ ବାଇକରେ (ଓଡି ୩୧-ଏ ୯୩୯୨) ପ୍ରେସ୍ ଲେଖାଯାଇଥିବା ଗାଡିରେ ଆସିଥିଲେ। ରେଢାଖୋଲର କଳିଙ୍ଗ ଟିଭିର ସାମ୍ବାଦିକ ଯଶୋବନ୍ତ ନାରାୟଣ ସାହୁ ସେମାନଙ୍କୁ ପରିଚୟ ମାଗିବାରୁ ସେମାନେ କୌଣସି ସନ୍ତୋଷଜନକ ଉତ୍ତର ଦେଇ ପାରି ନ ଥିଲେ। ପିସିଆର୍ ଭ୍ୟାନ୍ ର ସହାୟତା ଲୋଡିଥିଲେ। ଏହି ସମୟରେ ପ୍ରେସ୍ ଲେଖା ଥିବା ବ୍ୟକ୍ତି ଓ ମହିଳା ଜଣଙ୍କ ସାମ୍ବାଦିକ ଯଶୋବନ୍ତଙ୍କୁ ଧକ୍କାମାରି ଚମ୍ପଟ ମାରିଥିଲେ।

କିଛି ଦିନ ହେଲା ରେଢାଖୋଲ ଅଂଚଳରେ ପ୍ରେସ୍ ଲେଖା ଥିବା ଗାଡି ଅଂଚଳରେ ବୁଲୁଥିବାରୁ ଯାଂଚ କରାଯିବାକୁ ରେଢାଖୋଲ ଉପଖଣ୍ଡ ସାମ୍ବାଦିକ ସଂଘ ତରଫରୁ ରେଢାଖୋଲ ଉପଖଣ୍ଡ ଆରକ୍ଷୀ ଅଧିକ୍ଷକଙ୍କ ଠାରେ ଲିଖିତାକାରରେ ଅଭିଯୋଗ କରିଛନ୍ତି।

ଏହି ଦାବୀପତ୍ର ପ୍ରଦାନରେ ସଂଘର ସଭାପତି ରମାକାନ୍ତ ମହାନନ୍ଦ, ସଂପାଦକ କନ୍ଦର୍ପ ବେହେରା, ତପନ କୁମାର ବିଶ୍ୱାଳ, ରୋହିତ କୁମାର ଭୋଇ, ଯଶୋବନ୍ତ ନାରାୟଣ ସାହୁ, ସରୋଜ କୁମାର ସାହୁ, ଅନୀଲ କୁମାର ପୃଷ୍ଟି, ଶଙ୍କର ପୃଷ୍ଟି, ଶରତ କୁମାର ପ୍ରଧାନ, ପ୍ରଶନ୍ନ କୁମାର ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ।

Categories
ଆଞ୍ଚଳିକ

ରେଢ଼ାଖୋଲ ସାମ୍ବାଦିକ ସଂଘର କାର୍ଯ୍ୟକାରିଣୀ ବୈଠକ

ରେଢ଼ାଖୋଲ: ସ୍ବାଧୀନତାର ୭୫ ବର୍ଷ ପୂର୍ତ୍ତି ଅବସରରେ ତଥା ଅମୃତ ମହୋତ୍ସବ ପାଳନ ଅବସରରେ ରେଢ଼ାଖୋଲ ଉପଖଣ୍ଡ  ସାମ୍ବାଦିକ ସଂଘ ପକ୍ଷରୁ ସ୍ଥାନୀୟ ବ୍ଲକ ପରିସର ସ୍ଥିତ ରାଜୀବ ଗାନ୍ଧୀ ଭବନ ଠାରେ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି। ସଂଘର ସଭାପତି ରମାକାନ୍ତ ମହାନନ୍ଦଙ୍କ ସଭାପତିତ୍ବରେ ଆୟୋଜିତ ସଭାରେ ବରିଷ୍ଟ ସାମ୍ବାଦିକ ରବୀନ୍ଦ୍ରନାଥ ପ୍ରଧାନ, ଜୟନ୍ତ କୁମାର ଖଡିରତ୍ନ ମଞ୍ଚାସିନ ଥିଲେ। ସାମ୍ବାଦିକଙ୍କ ବିଭିନ୍ନ ସମସ୍ୟା, ପ୍ରସଙ୍ଗ ଉପରେ ଆଲୋଚନା କରାଯାଇଥିଲା।

ଆଗାମୀ ଦିନରେ ସାମ୍ବାଦିକମାନଙ୍କ ପାଇଁ ଏକ କର୍ମଶାଳା କରାଯିବା ସହ ସରକାରୀ ସ୍ତରରେ ହେଉଥିବା କାର୍ଯ୍ୟକ୍ରମ କିପରି ଗଣମାଧ୍ୟମ ପ୍ରତିନିଧି ମାନେ ସୁବିଧାରେ ପାଇ ପାରିବେ ତା ଉପରେ ଆଲୋଚନା କରାଯାଇଥିଲା। ବିଶେଷ ଭାବରେ ଆଜି ସମୟର  ଯୁବ ସାମ୍ବାଦିକ ମାନେ  କିଭଳି ଭାବରେ ନିଜ ଲକ୍ଷ୍ମଣ ରେଖାରେ ରହି ସତ୍ୟ, ନିର୍ଭୁଲ ତଥ୍ୟ ଭିତ୍ତିକ ଖବର କେମିତି କରିବେ, ବର୍ଷକୁ ଛଅ ଟି ବୈଠକ କରିବାର ନିଷ୍ପତି ଉପରେ ଆଲୋଚନା କରାଯାଇଥିଲା।

ଏହି ବୈଠକରେ ନୂତନ ସଭ୍ୟ ଭାବରେ ସାମ୍ବାଦିକ ଯଶୋବନ୍ତ ନାରାୟଣ ସାହୁ, ସୁଧୀର ସୁନା, ଶ୍ରୀରାମ କର୍ଣ୍ଣ, ବିନୋଦ କୁମାର ସେଠୀ, ମଦନ ବେହେରା, ଲିଙ୍ଗରାଜ ପ୍ରଧାନ, ବିଦ୍ୟାଧର ମାଝୀ ୭ ଜଣ ସାମ୍ବାଦିକ  ସଭ୍ୟପଦ ଗ୍ରହଣ କଲେ।

ସମସ୍ତ ନୂତନ ସଭ୍ୟଙ୍କୁ ସଂଘ ପକ୍ଷରୁ ଶୁଭେଛା ଜଣାଯାଇଥିଲା। ଏହି ବୈଠକରେ ସାମ୍ବାଦିକ ସାମ୍ବାଦିକ ଶରତ ପ୍ରଧାନ, ପ୍ରସନ୍ନ ପ୍ରଧାନ, ଶଙ୍କର ପୃଷ୍ଟି, ରଶ୍ମିତା ରାଉତ, ତପନ ବିଶ୍ଵାଳ, ସରୋଜ ସାହୁ, ସୁଶାନ୍ତ ନାଗ, ଅନୀଲ ପୃଷ୍ଟି, ସରୋଜ ରାଉତ ପ୍ରମୁଖ ଉପସ୍ଥିତ ରହିଥିବା ବେଳେ ଉଭୟ ନାକଟିଦେଉଳ, ରେଢ଼ାଖୋଲ ବ୍ଲକ ଓ ଏନ୍ଏସି ର ସମସ୍ତ ସାମ୍ବାଦିକ ଯୋଗଦେଇଥିଲେ। ଶେଷରେ ସମ୍ପାଦକ କନ୍ଦର୍ପ ବେହେରା ଧନ୍ୟବାଦ୍ ଅର୍ପଣ କରିଥିଲେ।

Categories
ଆଞ୍ଚଳିକ

ଆଜାଦି କି ଅମୃତ ମହୋତ୍ସବ ପାଳନ କଲା ନିରାକାରପୁର ସାମ୍ବାଦିକ ସଂଘ ଓ ଶାଳିଆ ପ୍ରେସ କ୍ଳବ

ଚିଲିକା: ସାରା ଦେଶ ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ଅବସରରେ ‘ଆଜାଦି କି ଅମୃତ ମହୋତ୍ସବ’ ପାଳନ କରୁଥିବା ବେଳେ ଆଜି ଖୋର୍ଦ୍ଧା ଜିଲ୍ଲା ନିରାକାରପୁର ସାମ୍ବାଦିକ ସଂଘ ଏବଂ ବାଲୁଗାଁସ୍ଥିତ ଶାଳିଆ ପ୍ରେସ କ୍ଲବର ମିଳିତ ଆନୁକୂଲ୍ୟରେ ଉକ୍ତ କାର୍ଯ୍ୟକ୍ରମ ପାଳନ କରାଯାଇଛି। ପ୍ରଥମେ ନିରାକାରପୁର ସାମ୍ବାଦିକ ମାନେ ଶ୍ରୀରାମ ମନ୍ଦିର ପରିସରରୁ ବାଣପୁର ଅଭିମୁଖେ ତ୍ରିରଙ୍ଗା ପତାକା ଧରି ଏକ ବାଇକ ଶୋଭାଯାତ୍ରାରେ ବାହାରିଥିଲେ। ନିରାକାରପୁର ଠାରେ ଟାଙ୍ଗୀ ରେଞ୍ଜର ଦେବାଶିଷ ଭୋଇ ପ୍ରଥମେ ଜାତୀୟ ପତାକା ଦେଖାଇ ଉକ୍ତ ଶୋଭାଯାତ୍ରାର ଶୁଭାରମ୍ଭ କରିଥିଲେ।

ଶୋଭାଯାତ୍ରାଟି ବାଲୁଗାଁ ପହଞ୍ଚିବା ପରେ ଶାଳିଆ ପ୍ରେସ କ୍ଲବର ସଦସ୍ୟମାନେ ଏଥିରେ ସାମିଲ ହୋଇ ଅଜାଦି କି ଅମୃତ ମହୋତ୍ସବର ନାରା ଦେଇ ବାଲୁଗାଁ ଓ ବାଣପୁର ସହର ପରିକ୍ରମା କରିଥିଲେ ଏବଂ ପରିଶେଷରେ ମା’ ଭଗବତୀ ମନ୍ଦିର ଦର୍ଶନ କରି ଶୋଭାଯାତ୍ରାକୁ ସମାପନ କରିଥିଲେ। ପରବର୍ତ୍ତୀ ସମୟରେ ବଡ଼କୁଳସ୍ଥିତ ରାମେଶ୍ୱର ମନ୍ଦିରରେ ସମସ୍ତ ସାମ୍ବାଦିକମାନେ ପହଞ୍ଚି ଏକ ସଭାର ଆୟୋଜନ କରିଥିଲେ।

ଉକ୍ତ ସଭାରେ ବାଲୁଗାଁ ଅଶୋକନଗରର ସ୍ୱର୍ଣ୍ଣ ପଦକଧାରୀ କ୍ରିଷ୍ଣା ଶିକାରୀଙ୍କୁ ଉଭୟ ସଂଘ ତରଫରୁ ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧନା ଦିଆଯାଇଥିଲା। ଉକ୍ତ କାର୍ଯ୍ୟକ୍ରମକୁ ଉଭୟ ସଂଘର ସଭାପତି ଏବଂ ଅନ୍ୟ ସଦସ୍ୟମାନେ ପରିଚାଳନା କରିଥିଲେ।

Categories
ଆଞ୍ଚଳିକ

ଜଗତସିଂହପୁର ଜିଲ୍ଲା ସାମ୍ବାଦିକ ସଂଘ ପକ୍ଷରୁ ସ୍ମୃତିସଭା ଓ ଦ୍ୱୀପ ଦାନ

ରମେଶ ମହାନ୍ତି

ଜଗତସିଂହପୁର: ଜଗତସିଂହପୁର ଜିଲ୍ଲା କାର୍ଯ୍ୟରତ ସାମ୍ବାଦିକ ୟୁନିୟନ ପକ୍ଷରୁ ଦୁର୍ଦ୍ଧଶ ସାମ୍ବାଦିକ ସ୍ବର୍ଗତ ଅରିନ୍ଦମ ଦାସ ଏବଂ ଜଗତସିଂହପୁର ଜିଲ୍ଲାର ପୂର୍ବତନ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ସ୍ୱର୍ଗତ ପିତାମ୍ବର ସ୍ୱାଇଁଙ୍କ ଅମର ଆତ୍ମାର ସଦଗତି କାମନା କରି ସମୂହ ଦ୍ୱୀପ ଦାନ ଓ ସ୍ମୃତିସଭା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।

ଏହି ଅବସରରେ ସାମ୍ବାଦିକ ଶୁଭଙ୍କର ଜେନା, ରମାକାନ୍ତ ଦାଶ, ପିନାକୀ ମହାନ୍ତି, ଶଶାଙ୍କ ଶେଖର ପଣ୍ଡା,ଆର୍ତ୍ତତ୍ରାଣ ପତି, ପ୍ରଭାତ ମହାନ୍ତି, ଜ୍ୟୋତି ରଂଜନ ପରିଡ଼ା, ସରୋଜ କାନ୍ତ ସାହୁ, ବିପିନ ସେଠୀ, ସରୋଜ କୁମାର ନାୟକ, ତପନ ରାଉତରାୟ, ତାରାପଦ ମହାନ୍ତି, ରମେଶ ମହାନ୍ତି, ପ୍ରତାପ କୁମାର ସିଂ, ତପନ କୁମାର ଦାସ,ସାରଦା ଦାସ, ସଂଗ୍ରାମ କେଶରୀ ପଟ୍ଟନାୟକ, ବାସୁଦେବ ବେହେରା, ପ୍ରଶାନ୍ତ ମଲ୍ଲିକ, ଜ୍ୟୋତି ପ୍ରକାଶ ନାୟକ, ଶିକ୍ଷକ ରଞ୍ଜନ ମହାନ୍ତି, ଅରୁଣ ମହାରଣା, ମାନସ ରଞ୍ଜନ ସ୍ୱାଇଁ ପ୍ରମୁଖ ଯୋଗ ଦେଇ ସ୍ୱର୍ଗତ ଅରିନ୍ଦମଙ୍କ ସ୍ମୃତି ଚାରଣ କରିଛନ୍ତି।

ଯେଉଁଭଳି ଭାବେ ସାହାସୀ ସାମ୍ବାଦିକ ଅରିନ୍ଦମଙ୍କର ଖବର ସଂଗ୍ରହ କରିବା ସମୟରେ ଦୁର୍ଘଟଣା ଘଟି ନିଧନ ଘଟିଥିଲା, ତାହା ରାଜ୍ୟର ସାମ୍ବାଦିକତା କ୍ଷେତ୍ର ସମେତ ସାରା ରାଜ୍ୟବାସୀଙ୍କୁ ସ୍ତବ୍ଧ କରିଥିଲା। ତାଙ୍କର କାର୍ଯ୍ୟଶୈଳୀ ତଥା ସାମ୍ବାଦିକତାର ଢାଞ୍ଚା ସମସ୍ତ ସମ୍ବାଦପ୍ରେମୀଙ୍କୁ ଆନ୍ଦୋଳିତ କରିଛି। ତାଙ୍କ ନିଧନରେ ତାଙ୍କ ପରିବାର ଓ ଆତ୍ମୀୟସ୍ୱଜନଙ୍କୁ ଭଗବାନ ସହାୟ ହେବା ସହ ତାଙ୍କର ଅମର ଆତ୍ମାର ସଦଗତି କାମନା କରିଛନ୍ତି ଜଗତସିଂହପୁର ଜିଲ୍ଲା ସାମ୍ବାଦିକ ୟୁନିୟନର ସଦସ୍ୟମାନେ।

Categories
ଆଜିର ଖବର ରାଜ୍ୟ ଖବର

ବାଲୁଗାଁ ଥାନା ସମ୍ମୁଖରେ ଧାରଣାରେ ବସିଥିବା ସାମ୍ବାଦିକ ଗୁରୁତର: ହସ୍ପିଟାଲରେ ହେଲେ ଭର୍ତ୍ତି

ସୀତାରାମ ଅଗ୍ରୱାଲ
ଚିଲିକା: ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଥାନା ପରିସରରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ଧାରଣାରେ ବସିଥିବା ଜଣେ ସାମ୍ବାଦିକ ହଠାତ ମୂର୍ଚ୍ଛା ହୋଇଯାଇଥିବା ଖବର ହସ୍ତଗତ ହୋଇଛି। ଏନେଇ ଥାନା ପରିସରରେ ଏକ ଉତ୍ତେଜନା ସୃଷ୍ଟି ହୋଇଛି। ସମ୍ପୃକ୍ତ ସମ୍ବାଦିକଙ୍କୁ ଗୁରୁତର ଅବସ୍ଥାରେ ବାଲୁଗାଁ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି।

ସୂଚନା ଅନୁଯାୟୀ, ସାମ୍ବାଦିକଙ୍କୁ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ଦୁର୍ବ୍ୟବହାର ଘଟଣାରେ ଆଜି ଉତ୍କଳ ସାମ୍ବାଦିକ ସଂଘ ବାଲୁଗାଁ ଥାନାରେ ପ୍ରତିବାଦ କରୁଥିଲା। ସାମ୍ବାଦିକ ଦିବ୍ୟକାନ୍ତ ବେହେରାଙ୍କ ଠାରୁ ଜୋର ଜବରଦସ୍ତ ତାଙ୍କର ମୋବାଇଲ ଛଡେଇନେଇଯିବା ସହ ଚିଲିକା ବିଧାୟକ ତାଙ୍କୁ ଜାତି ଆକ୍ଷେପ କରି ଗାଳି ଗୁଲଜ କରିବା ନେଇ ଥାନାରେ ଗତ ୮ ତାରିଖରେ ଅଭିଯୋଗ ହୋଇଥିଲା। କିନ୍ତୁ ଏହି ଘଟଣାରେ ପୋଲିସ ମାମଲା ରୁଜ୍ଜୁ କରିନଥିବାରୁ ଆଜି ସାମ୍ବାଦିକ ସଂଘ ପକ୍ଷରୁ ଏକ ପ୍ରତିବାଦ କରାଯାଉଥିଲା। ଉକ୍ତ ଘଟଣାରେ ପୀଡିତ ଥିବା ସାମ୍ବାଦିକ ଦିବ୍ୟକାନ୍ତ ବେହେରା ଧାରଣାସ୍ଥଳରେ ହଠାତ ମୂର୍ଚ୍ଛା ହୋଇଯାଇଥିଲେ। ଧାରଣାସ୍ଥଳରୁ ତାଙ୍କୁ ତୁରନ୍ତ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା। ବର୍ତ୍ତମାନ ହସ୍ପିଟାଲରେ ଜିଲ୍ଲା ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ମାୟାଧର ସେଠୀ, ବାଲୁଗାଁ ଏସଡିପିଓ ମାନସ ରଞ୍ଜନ ବାରିକ ଏବଂ ବାଲୁଗାଁ ଥାନା ଅଧିକାରୀ ରାମାକାନ୍ତ ମାହାଲିକ ଉପସ୍ଥିତ ଅଛନ୍ତି।

ଏହି ଘଟଣାକୁ ନେଇ ସାମ୍ବାଦିକ ସଂଘ ପକ୍ଷରୁ ଶାନ୍ତିପୂର୍ଣ୍ଣ ଆନ୍ଦୋଳନ କାରାଯାଉଛି। କିନ୍ତୁ ଏହା ଭିତରେ ବିଧାୟକଙ୍କ ବିରୋଧରେ ଅଲଗା ମାମଲା ରୁଜ୍ଜୁ ହେବ ନାହିଁ ବୋଲି ଜିଲ୍ଲା ଆରକ୍ଷୀ ଅଧିକ୍ଷକ ରାଜ କିଶୋର ଦୋରା ମନା କରିଦେଇଥିବା ସୂଚନା ମିଳିଛି। ତେବେ ଏହାକୁ ନେଇ ସାମ୍ବାଦିକ ସଂଘ ପକ୍ଷରୁ ଅସନ୍ତୋଷ ପ୍ରକାଶ ପାଇଛି। ଉତ୍କଳ ସାମ୍ବାଦିକ ସଂଘର ଜିଲ୍ଲା ସଭାପତି ପ୍ରଭାତ କୁମାର ମିଶ୍ର ଏନେଇ କଡା ପ୍ରତିକ୍ରିୟା ରଖିଛନ୍ତି। ଯଦି ଏହି ଘଟଣା ଉପରେ ଉଚିତ କାର୍ଯ୍ୟାନୁଷ୍ଠାନ ନହୁଏ, ତେବେ ଆନ୍ଦୋଳନକୁ ଆହୁରି ତୀବ୍ର କରାଯିବ ବୋଲି ଜିଲ୍ଲା ସଭାପତି ଶ୍ରୀ ମିଶ୍ର ଚେତାବନୀ ଦେଇଛନ୍ତି। ଏହାସହ ଏହି ଘଟଣାକୁ ନେଇ ଯଦି କୌଣସି ଅପ୍ରତିକର ପରିସ୍ଥିତି ସୃଷ୍ଟି ହୁଏ, ସେଥିପାଇଁ ପୋଲିସ ଦାୟୀ ରହିବା ବୋଲି ସେ କହିଛନ୍ତି।

Categories
ଆଜିର ଖବର ଆଞ୍ଚଳିକ ରାଜ୍ୟ ଖବର ସ୍ବାସ୍ଥ୍ୟ

ରେଢାଖୋଲ ସାମ୍ବାଦିକ ସଂଘ ତରଫରୁ ଅକ୍ସିଜେନ୍ ବ୍ୟାଙ୍କ ଲୋକାର୍ପିତ

କନ୍ଦର୍ପ ବେହେରା
ରେଢାଖୋଲ: ରେଢାଖୋଲ ସାମ୍ବାଦିକ ସଂଘ ତରଫରୁ ରେଢାଖୋଲ ଠାରେ ଏକ ଅକ୍ସିଜେନ୍ ବ୍ୟାଙ୍କ ଲୋକାର୍ପିତ ହୋଇଯାଇଛି। ସମ୍ବଲପୁରର ସମ୍ବଳ ଅନୁଷ୍ଠାନ ଓ ବ୍ରଜରାଜନଗରର ବାସୁ ଅନୁଷ୍ଠାନ ମିଳିତ ସହଯୋଗରେ ରେଢାଖୋଲ ସାମ୍ବାଦିକ ସଂଘକୁ ଲୋକମାନଙ୍କ ସେବାରେ ୫ଟି ସିଲିଣ୍ଡର, ୨ ଟି ଅକ୍ସିଜେନ୍ କନସେଂଟେର ଏବଂ ୧୦୦୦ ମାସ୍କ ଦିଆଯାଇଛି।

ସାମ୍ବାଦିକ ସଂଘର ସଭାପତି ରମାକାନ୍ତ ମହାନନ୍ଦଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଲୋକାର୍ପଣ କାର୍ଯ୍ୟକ୍ରମକୁ ରେଢାଖୋଲ ବିଧାୟକ ରୋହିତ ପୂଝାରୀ ମୁଖ୍ୟ ଅତିଥୀ ଭାବେ ଭିଡିଓ କନ୍‌ଫରେସନ୍ ମାଧ୍ୟମରେ ଶୁଭାରାମ୍ଭ କରିଥିଲେ। ରେଢାଖୋଲ ସାମ୍ବାଦିକ ସଂଘର ଏହି ମହତ୍ କାର୍ଯ୍ୟପାଇଁ ବିଧାୟକ ଭୁୟସୀ ପ୍ରଶଂସା କରିଥିଲେ।

ରେଢାଖୋଲ ଉପଜିଲ୍ଲାପାଳ ପରିକ୍ଷିତ ସାହୁ, ଏସ୍‌ଡିପିଓ ହାଡିବନ୍ଧି ସ୍ୱାଇଁ, ଏସ୍‌ଡିଏମ୍‌ଓ ଡ. ରାମକୃଷ୍ନ ପତି, ଏସ୍ ବିଆଇ ବ୍ୟାଙ୍କ ମ୍ୟାନେଜର ଗୋବିନ୍ଦ ଜେନା ଯୋଗଦେଇଥିବା ବେଳେ, ସମ୍ବଳ ଅନୁଷ୍ଠାନର ସଭ୍ୟ ରାମଦାସ ପଣ୍ଡା, ବାସୁ ଟ୍ରଷ୍ଟର ପ୍ରତ୍ୟୁଷ ପଣ୍ଡା, ଏନ୍‌ଏସି ପୂର୍ବ ଉପାଧ୍ୟକ୍ଷ ସୁନୀଲ କୁମାର ପ୍ରଧାନ ପ୍ରମୁଖ ଯୋଗଦେଇ ରେଢାଖୋଲ ସାମ୍ବାଦିକ ସଂଘକୁ ଭୂୟସି ପ୍ରଶଂସା କରିଥିଲେ।

ସାମ୍ବାଦିକ ରବିନ୍ଦ୍ର ପ୍ରଧାନ, ଜିତେନ୍ଦ୍ର କୁମାର ସାହୁ, ଶରତ ପ୍ରଧାନ, ଶଙ୍କର ପୃଷ୍ଟି, ସୁଶାନ୍ତ ନାଗ, ମମତା ପାତ୍ର, ଅନିଲ ପୃଷ୍ଟି, ସରୋଜ କୁମାର ସାହୁ ପ୍ରମୁଖ ଯୋଗ ଦେଇଥିଲେ। ରେଢାଖୋଲ ସାମ୍ବାଦିକ ସଂଘ ତରଫରୁ ଏହି ସେବା ରୋଗୀମାନଙ୍କୁ ସଂପୂର୍ଣ୍ଣ ମାଗଣାରେ ଯୋଗାଇ ଦିଆଯିବ ବୋଲି ସଂଘର ସଭାପତି ରମାକାନ୍ତ ମହାନନ୍ଦ ପ୍ରକାଶ କରିଛନ୍ତି।

Categories
ଆଞ୍ଚଳିକ

ଟାଙ୍ଗୀ ବ୍ଲକ ସାମ୍ବାଦିକ ସଂଘ ପକ୍ଷରୁ ଶାକାହାରୀ ଭୋଜନ ଓ ସବୁଜ ପରିବେଶ ଶୀର୍ଷକ କର୍ମଶାଳା ଅନୁଷ୍ଠିତ

ସୀତାରାମ ଅଗ୍ରୱାଲ

ଟାଙ୍ଗୀ: ଟାଙ୍ଗୀ ବ୍ଲକ ସାମ୍ବାଦିକ ସଂଘ ଓ ସେଣ୍ଟର ଫର୍ ଏନଭର୍ନମେଣ୍ଟାଲ ଷ୍ଟଡିଜ୍, ଭୁବନେଶ୍ୱର ପକ୍ଷରୁ ଟାଙ୍ଗୀ ଅବସରପ୍ରାପ୍ତ କର୍ମଚାରୀ ସଂଘ କାର୍ଯ୍ୟାଳୟରେ ସୁସ୍ଥ ଶାକାହାରୀ ଭୋଜନ ଓ ସବୁଜ ପରିବେଶ ଶୀର୍ଷକ କର୍ମଶାଳା ଅନୁଷ୍ଠିତ ହୋଇ ଯାଇଛି। ଏହି କର୍ମଶାଳାରେ ଟାଙ୍ଗୀ ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ରର ଅଧୀକ‍ାରୀ ଡା ଜିତେନ୍ଦ୍ର କୁମାର ସାହୁ, ପରିବେଶ ବୈଜ୍ଞାନିକ ଡା ପ୍ରଦୀପ କୁମାର ନାୟକ, ପରିବେଶବିତ୍ ସନ୍ତୋଶ କର, ସାମ୍ବାଦିକ ସଂଘର ସଭାପତି ପଦ୍ମନାଭ ବିଶ୍ୱାଳ, ସଂପାଦକ ମନୋଜ କୁମାର ପଟ୍ଟନାୟକ, ପ୍ରଵକ୍ତା ସରୋଜ କୁମାର ପାଇକରାୟ, ଉପଦେଷ୍ଟା ପ୍ରଦୋସ କୁମାର ଦାସ ପ୍ରମୁଖ ଅତିଥୀ ଭାବେ ଯୋଗ ଦେଇଥିଲେ।

ଦିନକୁ ଦିନ ପରିବେଶ ବିଗିଡି ଯାଉଥିବାରୁ ପରିବେଶକୁ ସୁସ୍ଥ ଓ ସ୍ବଚ୍ଛ ରଖିବା ନିହାତି ଜରୁରୀ ହୋଇ ପଡିଛି।  କେତେବେଳେ ଅଦିନିଆ ବର୍ଷା ତ କେତେବେଳେ ହିମସ୍ପଳନ ଘଟି ମନୁଷ୍ୟ ସମାଜର ବ୍ୟାପକ କ୍ଷୟକ୍ଷତି ଘଟୁଛି। ତେଣୁ ପରିବେଶକୁ ସୁସ୍ଥ ରଖିବାକୁ ହେଲେ ମନୁଷ୍ୟ ସମାଜକୁ ସୁସ୍ଥ ଆହାର ଭୋଜନ କରିବା ସହ ପରିବେଶକୁ ସବୁଜ ସୁନ୍ଦର ରଖିଵାକୁ ପଡିବ।

ତେଣୁ ଏସବୁ ଆବଶ୍ୟକତାକୁ ହ୍ରୁଦୟଙ୍ଗମ କରି କର୍ମଶାଳାରେ ପରିଵେଶକୁ ସୁରକ୍ଷା କରିଵା ପାଇଁ ଶପଥ ପାଠ କରାଯାଇଥିଲା। ଆଗାମୀ ଦିନରେ ସଂଘ ପକ୍ଷରୁ ଏଭଳି କାର୍ଯ୍ୟକ୍ରମ ଆୟୋଜନ କରାଯିବ ବୋଲି ନିଷ୍ପତି ଗ୍ରହଣ କରାଯାଇଥିଲା।

ଏହି କାର୍ଯ୍ୟକ୍ରମରେ ସଂଘର ବହୁ ସାମ୍ବାଦିକ, ମଦର ଟେରେସା ସେଵା ସଂଘର କର୍ମକର୍ତ୍ତା, ଶିକ୍ଷକ, ଶିକ୍ଷୟତ୍ରୀ, ବୁଦ୍ଧିଜୀବି, ଆଇନଜିବୀ, ସମାଜ ସେଵୀ, ଵରିଷ୍ଠ ନାଗରିକମାନେ ଯୋଗ ଦେଇଥିଲେ। ଏଥିରେ ସାମ୍ଵାଦିକ କମଳ ଲୋଚନ ପାଇକରାୟ, ଶିକ୍ଷକ ବଳରାମ ବେହେରା, କୃଷ୍ଣ ଚନ୍ଦ୍ର ସାହୁ ପ୍ରମୁଖ ସହଯୋଗ କରିଥିଲେ।

Categories
ଆଞ୍ଚଳିକ

ମୋହନା ସାମ୍ବାଦିକ ସଂଘର ବାର୍ଷିକ ବୈଠକ ଓ କର୍ମକର୍ତ୍ତା ଚ଼ୟନ

ମୋହନା: ଗଜପତି ଜିଲ୍ଲା ମୋହନା ବ୍ଳକର କର୍ମଜୀବି ସାମ୍ବାଦିକମାନଙ୍କୁ ନେଇ ଗଠିତ ମୋହନା ସାମ୍ବାଦିକ ସଂଘ (ଏମଜେୟୂ)ର ପ୍ରଥମ ବାର୍ଷିକ ବୈଠକ ଓ ନୂତନ କର୍ମକର୍ତ୍ତା ଚୟନ ସ୍ଥାନୀୟ ଶିବ ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି। ପୂର୍ବତନ ସଭାପତି ମିହିର ଜତିଙ୍କ ସଭାପତିତ୍ଵରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ୧୫ରୁ ଉର୍ଦ୍ଧ୍ଵ ପ୍ରିଣ୍ଟ ମିଡ଼ିଆ ଓ ଇଲୋଟ୍ରନିକ୍ସ ମିଡ଼ିଆର ପ୍ରତିନିଧି ଯୋଗ ଦେଇଥିଲେ।

ପ୍ରଥମେ ସାମ୍ବାଦିକ ବନ୍ଧୁମାନେ ପରସ୍ପରକୁ ନୂତନ ବର୍ଷର ହାର୍ଦ୍ଧିକ ଅଭିନନ୍ଦନ ଜଣାଇବା ସହିତ ସଂଘର ଆଭିମୁଖ୍ୟ, ପରବର୍ତ୍ତୀ କାର୍ଯ୍ୟପନ୍ଥା, ଲକ୍ଷ୍ୟ, ଉଦ୍ଦେଶ୍ୟ, ଐକତା ବଜାୟ ରଖିବା, ନିର୍ଭିକ ଓ ନିରପେକ୍ଷ ସାମ୍ବାଦିକତା ଏବଂ ଜନସାଧାରଣଙ୍କ ମୌଳିକ ସମସ୍ୟାଗୁଡ଼ିକୁ ଅନୁଧାନ କରି ପ୍ରଶାସନର ଦୃଷ୍ଟି ଆକର୍ଷଣ କରିବା ଉପରେ କର୍ମକର୍ତ୍ତାମାନେ ମତବ୍ୟକ୍ତ କରିଥିଲେ।

ଦ୍ୱିତୀୟ ପର୍ଯ୍ୟାୟରେ କର୍ମକର୍ତ୍ତା ଚୟନ କରାଯାଇଥିଲା। ସର୍ବସମ୍ମତି କ୍ରମେ ସଂଘର ନୂତନ ସଭାପତି ଭାବେ ବରିଷ୍ଠ ସାମ୍ବାଦିକ ପଞ୍ଚାନନ ଦାଶଙ୍କୁ ଚୟନ କରାଯାଇଥିବାବେଳେ ଉପସଭାପତି ଭାବେ ମାଣିକ ଜେନା, ସମ୍ପାଦକ ଯୋଗେନ୍ଦ୍ର କୁମାର ରଥ, ସହ ସମ୍ପାଦକ ସାଗର ବଳିଆର ସିଂ, କୋଷାଧ୍ଯକ୍ଷ ସୁହାନ ଛିଞ୍ଚାଣି, ସାଙ୍ଗଠନିକ ସମ୍ପାଦକ ଅଂଶୁମାନ ପଣ୍ଡା,ଉପଦେଷ୍ଟା ଭାବେ ପୂର୍ବତନ ସଭାପତି ତଥା ସାମ୍ବାଦିକ ମିହିର ଜତି, ବରିଷ୍ଠ ଓକିଲ ମଧୁସୂଦନ ପାଢୀ, ଓକିଲ ସଂଘ ସଭାପତି ରବିନ୍ଦ୍ର କୁମାର ନାୟକ, ସମାଜସେବୀ ଭିକାରୀ ଚରଣ ବେହେରା, ଓକିଲ ପ୍ରଭାତ କୁମାର ପାତ୍ରଙ୍କ ସମେତ ସଭ୍ୟ ମୋହନ ଗୌଡ଼, ମୋଜେସ ରଇତ, ବିମଳ କୁମାର ମଳିକ, ଦେବାଶିଷ କାର୍ଯୀ, ଶ୍ରୀକାନ୍ତ ମହାପାତ୍ର, ପ୍ରମୋଦ ଦୋରା ସୁଶାନ୍ତ ମାଳି, ସୁଷମା ତ୍ରିପାଠୀ ପ୍ରମୁଖ ଉପସ୍ଥିତ ଥିଲେ।

ଆଗକୁ ସାମ୍ବାଦିକ ସଂଗଠନକୁ ସୁଦୃଢ଼ କରି ମୋହନା ବ୍ଳକ ଅଞ୍ଚଳବାସୀଙ୍କ ବିକାଶ କରିବାରେ ସମସ୍ତେ ସହଯୋଗ କରିବା ଉପରେ ଗୁରୁତ୍ବାରୋପ କରାଯାଇଥିଲା। ଶେଷରେ ସଭାପତି ଶ୍ରୀ ଦାଶ ସମସ୍ତ ସାମ୍ବାଦିକ ଓ ଉପଦେଷ୍ଟା ମଣ୍ଡଳିଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।