ବିବାଦରେ ଓଡିଶା ମାନବ ଅଧିକାର କମିଶନ, ଇସ୍ତଫା ଦେଲେ ଜଷ୍ଟିସ ରଘୁବୀର ଦାସ

Published: Feb 12, 2023, 2:09 pm IST
OHRC

ଭୁବନେଶ୍ୱର: ଆଜି ଓଡ଼ିଶା ମାନବ ଅଧିକାର କମିଶନ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି ଜଷ୍ଟିସ ରଘୁବୀର ଦାଶ। ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କୁ ସେ ତାଙ୍କ ଇସ୍ତଫାପତ୍ର ପଠାଇ ଦେଇଛନ୍ତି। ତେବେ ସେ ମାନବ ଅଧିକାର କମିଶନ ଅଧ୍ୟକ୍ଷ ନିଯୁକ୍ତି ନେଇ ଅସନ୍ତୋଷ ପ୍ରକାଶ କରି ଏହି ଇସ୍ତଫା ଦେଇଥିବାର ଜଣାପଡିଛି।

ନିକଟରେ ଓଡ଼ିଶା ମାନବ ଅଧିକାର କମିଶନର ଅଧ୍ୟକ୍ଷ ଭାବେ ରାଜ୍ୟ ସରକାର ହାଇକୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ୍ ଶତ୍ରୁଘ୍ନ ପୂଜାହାରୀଙ୍କୁ ନିଯୁକ୍ତି ଦେଇଛନ୍ତି। ହେଲେ ସେ ତାଙ୍କଠାରୁ ଜୁନିୟର ବୋଲି ଜଷ୍ଟିସ ରଘୁବୀର କହିଛନ୍ତି। ତେଣୁ ତାଙ୍କ ଜୁନିୟର ଅଧିନରେ କାର୍ଯ୍ୟ କରିବା ମୋ ବିବେକ ବାଧା ଦେଉଛି। ସେଥିପାଇଁ ଏହି ଇସ୍ତଫା ଦେଲି ବୋଲି ରଘୁବୀର ତାଙ୍କ ଇସ୍ତଫା ପତ୍ରରେ ଉଲ୍ଲେଖ କରିଛନ୍ତି।

Related posts