Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ବିରୋଧୀ ଦଳର ନେତା ଜୟନାରାୟଣ ମିଶ୍ରଙ୍କ ମନ୍ତବ୍ୟ ପାଗଳର ପ୍ରଳାପ; ବିଜେଡି
ବିଶେଷ ଖବର

ବିରୋଧୀ ଦଳର ନେତା ଜୟନାରାୟଣ ମିଶ୍ରଙ୍କ ମନ୍ତବ୍ୟ ପାଗଳର ପ୍ରଳାପ; ବିଜେଡି

February 21, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link
ବିରୋଧୀ ଦଳର ନେତା ଜୟନାରାୟଣ ମିଶ୍ରଙ୍କ ମନ୍ତବ୍ୟ ପାଗଳର ପ୍ରଳାପ; ବିଜେଡି

ଭୁବନେଶ୍ୱର: ବିଧାନସଭାର ବିରୋଧୀଦଳ ନେତା ଜୟନାରାୟଣ ମିଶ୍ର ଜଣେ ଅଭ୍ୟାସଗତ ଅପରାଧୀ। ଏବେ କିଛିଦିନ ହେଲା ସେ ମାନସିକ ଭାରସାମ୍ୟ ହରାଇ ପାଗଳ ଭଳି ପ୍ରଳାପ କରୁଛନ୍ତି। ତେଣୁ ତାଙ୍କ ଭଳି ଜଣେ ବ୍ୟକ୍ତିଙ୍କ କଥାକୁ ବିଜୁ ଜନତା ଦଳ ଗୁରୁତ୍ୱ ଦେବାକୁ ଚାହୁଁନି। ବରଂ ବିଜେପି ନେତୃବୃନ୍ଦ ତୁରନ୍ତ ତାଙ୍କର ମାନସିକ ଚିକିତ୍ସା କରାଇବା ଜରୁରୀ ବୋଲି କହିଛନ୍ତି ବିଜେଡିର ମୁଖ୍ୟ ସଚେତକ ପ୍ରଶାନ୍ତ ମୁଦୁଲି।

ଆଜି ଗଣମାଧ୍ୟମକୁ ବିବୃତି ଦେଇ ଶ୍ରୀ ମୁଦୁଲି କହିଛନ୍ତି ଯେ ଜୟନାରାୟଣ ମିଶ୍ରଙ୍କ ନାଁରେ ହତ୍ୟା ଭଳି ୧୬ଟି ସଂଗିନ ଅପରାଧିକ ମାମଲା ରୁଜୁ ହୋଇଛି। ଏକ ହତ୍ୟା ମାମଲାରେ ଗିରଫ ହୋଇ ସେ ଦୀର୍ଘଦିନ ଧରି ଜେଲ୍ରେ ରହିବା ପରେ ଜାମିନରେ ବାହାରକୁ ଆସିଛନ୍ତି। ପୂର୍ବରୁ ସେ ତାଙ୍କରି ବିଜେପି ଦଳର ରାଜ୍ୟ ସଭାପତିଙ୍କୁ ମଧ୍ୟ ଚପଲରେ ବାଡେଇ ଲହୁଲୁହାଣ କରି ଦେଇଥିଲେ।

ଆଉ କିଛିଦିନ ତଳେ ଜଣେ କର୍ତ୍ତବ୍ୟରତ ମହିଳା ଆଇଆଇସିଙ୍କୁ ସର୍ବସମକ୍ଷରେ ଗାଳିଗୁଲଜ ଓ ଧମକଚମକ ଦେବା ସହ ଆକ୍ରମଣ କରିଥିଲେ। ଖାଲି ସେତିକି ନୁହେଁ, ବିଧାନସଭାରେ ତାଙ୍କରି ଦଳର ନେତା ଟଙ୍କା ଖାଇ ମ୍ୟାନେଜ ହେଉଛନ୍ତି ବୋଲି ପାଗଳଙ୍କ ଭଳି ବୟାନ ଦେଇଥିଲେ ଜୟନାରାୟଣ। ତାଙ୍କର ଏଭଳି ଆଚରଣ ଓ ଉଚ୍ଚାରଣକୁ ଦେଖି ସେ ମାନସିକ ଭାରସାମ୍ୟ ହରାଇଛନ୍ତି ବୋଲି ଖୋଦ୍ ବିଜେପି ଦଳର ଅନେକ ନେତା କହୁଛନ୍ତି।

ତେଣୁ ବିଜେପିର ବିଧାୟକ ଓ ନେତୃବୃନ୍ଦଙ୍କୁ ଶ୍ରୀ ମୁଦୁଲି ଅନୁରୋଧ କରିଛନ୍ତି ଯେ ଜୟନାରାୟଣ ମିଶ୍ରଙ୍କଠାରୁ ଆପଣମାନେ ଦୂରେଇ ରୁହନ୍ତୁ। ନହେଲେ କେତେବେଳେ ସେ ଆପଣମାନଙ୍କୁ ମଧ୍ୟ ମାଡ଼ ମାରି ରକ୍ତାକ୍ତ କରି ଦେଇପାରନ୍ତି।

କେବଳ ସେତିକି ନୁହେଁ, ଯେ କୌଣସି ମୁହୂର୍ତ୍ତରେ ତାଙ୍କଆଡ଼ୁ ଆକ୍ରମଣର ଆଶଙ୍କା ଥିବାରୁ ସାମ୍ବାଦିକମାନେ ମଧ୍ୟ ବାଇଟ୍ ନେଲା ବେଳେ ଜୟନାରାୟଣ ମିଶ୍ରଙ୍କଠାରୁ ସୁରକ୍ଷିତ ଦୂରତା ରକ୍ଷା କରିବାକୁ ଶ୍ରୀ ମୁଦୁଲି ପରାମର୍ଶ ଦେଇଛନ୍ତି। କାରଣ ଆଜି ବିଧାନସଭା ପରିସରରେ ଏକ ନିର୍ଦ୍ଦିଷ୍ଟ ନ୍ୟୁଜ୍ ଚାନେଲର ସାମ୍ବାଦିକଙ୍କୁ ଶ୍ରୀ ମିଶ୍ର ଠେଲାପେଲା କରିବା ସହ ଦୁର୍ବ୍ୟବହାର ପ୍ରଦର୍ଶନ କରିଛନ୍ତି।

ଏସବୁରୁ ସ୍ପଷ୍ଟ ଜଣାପଡ଼ୁଛି ଯେ ତାଙ୍କ ମାନସିକ ସ୍ୱାସ୍ଥ୍ୟର ସ୍ଥିତି ଅତ୍ୟନ୍ତ ଖରାପ ଅଛି। ତେଣୁ ବିଜେପି ନେତୃବୃନ୍ଦ ତାଙ୍କୁ ଜୋରଜବରଦସ୍ତ ଡାକ୍ତରଙ୍କ ପାଖକୁ ନେଇ ତୁରନ୍ତ ତାଙ୍କର ମାନସିକ ଚିକିତ୍ସା କରାଇବାକୁ ଶ୍ରୀ ମୁଦୁଲି ପରାମର୍ଶ ଦେଇଛନ୍ତି। ଶ୍ରୀ ମୁଦୁଲି ଆହୁରି କହିଛନ୍ତି ଯେ ଜୟନାରାୟଣ ମିଶ୍ରଙ୍କ ଭଳି ଜଣେ ପାଗଳ ବ୍ୟକ୍ତିଙ୍କୁ ଆମେ କୌଣସି ଗୁରୁତ୍ୱ ଦେଉନୁ କି ତାଙ୍କର କୌଣସି ବୟାନର ପ୍ରତିକ୍ରିୟା ଦେବାକୁ ଚାହୁଁନୁ।

ଜୟନାରାୟଣ ମିଶ୍ର ପ୍ରଶାନ୍ତ ମୁଦୁଲି ବିଧାନସଭା
Share. Facebook Twitter LinkedIn Email WhatsApp Copy Link

Related Posts

ରକ୍ତ ଜୁଡୁବୁଡୁ ଅବସ୍ଥାରେ ବୃଦ୍ଧଙ୍କ ମୃତଦେହ ଉଦ୍ଧାର: ଥାନାରେ ହତ୍ୟା ଅଭିଯୋଗ

August 22, 2026

ଭାରତ ପ୍ରତି ସତର୍କ ରହିବାକୁ ଚେତାବନୀ ଦେଲେ ପାକିସ୍ତାନର ମନ୍ତ୍ରୀ: ଜାଣନ୍ତୁ କାରଣ

August 22, 2026

“ବନ୍ଦେ ମାତରମ୍” ବିବାଦ: କଂଗ୍ରେସ ନିଷ୍ପତ୍ତିରେ କ୍ଷୁବ୍ଧ ବିଜେପି, ପାସ୍ କଲା ପ୍ରସ୍ତାବ

August 22, 2026

ପିଲାମାନଙ୍କୁ ମିଳିବ ସୁନା ମୁଦି: ଅଳଙ୍କାର କମ୍ପାନୀକୁ କାର୍ଯ୍ୟାଦେଶ ଦେଲେ ବିଜୟ ସରକାର

August 22, 2026
Latest News

ଭାରତୀୟ ରେଳର ଆଉ ଏକ ମାଇଲଖୁଣ୍ଟ: ଗୋଟିଏ ଯାତ୍ରାରେ କଲା ୩୯୨୨ ଟନ୍ ମାଲ ପରିବହନ

August 22, 2026

“ବନ୍ଦେ ମାତରମ୍” ପ୍ରସଙ୍ଗ: ନିଜର ମତ ସ୍ପଷ୍ଟ କଲେ କଂଗ୍ରେସ ନେତା ଶଶି ଥରୁର

August 22, 2026

ରକ୍ତ ଜୁଡୁବୁଡୁ ଅବସ୍ଥାରେ ବୃଦ୍ଧଙ୍କ ମୃତଦେହ ଉଦ୍ଧାର: ଥାନାରେ ହତ୍ୟା ଅଭିଯୋଗ

August 22, 2026

ବାଣପୁର: ପ୍ରଜାପିତା ବ୍ରହ୍ମକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ ପକ୍ଷରୁ ରକ୍ତଦାନ ଶିବିର

August 22, 2026

ଭାରତ ପ୍ରତି ସତର୍କ ରହିବାକୁ ଚେତାବନୀ ଦେଲେ ପାକିସ୍ତାନର ମନ୍ତ୍ରୀ: ଜାଣନ୍ତୁ କାରଣ

August 22, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.