Categories
ଜାତୀୟ ଖବର ନିର୍ବାଚନ ଖବର ବିଶେଷ ଖବର ରାଜ୍ୟ ଖବର

ଶେଷ ହେଲା ବିଧାନସଭା, ହେଲେ କୌଣସି ବିଧାୟକଙ୍କ ମୁହଁରେ ନା ଅଛି ଖୁସି ନା ଅଛି ହସ

ଭୁବନେଶ୍ବର: ଆଜି ଶେଷ ହୋଇଛି ଷୋଢଶ ବିଧାନସଭାର ଅଧିବେଶନ। ଆଜି ବ୍ୟୟ ମଂଜୁରୀ ବିଲ ପାଶ ହେବା ପରେ ଗୃହକୁ ଅନିର୍ଦ୍ଧିଷ୍ଠ କାଳ ପାଇଁ ମୁଲତବୀ ଘୋଷଣା କରିଛନ୍ତି ବାଚସ୍ପତି। ଏହି ଅଧିବେଶନ ଆସନ୍ତା ୧୩ ତାରିଖ ପର୍ଯ୍ୟନ୍ତ ଚାଲିବାର ଥିଲା। ହେଲେ ଚାରିଦିନ ପୂର୍ବରୁ ଅଧିବେଶନକୁ ବନ୍ଦ କରି ଦିଆଯାଇଛି।

ତେବେ ଏହି ଅଧିବେଶନ ଶେଷ ହେବା ପରେ କୌଣସି ବିଧାୟକଙ୍କ ମୁହଁ ହସ ନାହିଁ କି ଖୁସି ନାହିଁ। ରାଗ ନାହିଁ କି ଗରମ ନାହିଁ। କାରଣ ହେଲା ଏହା ହେଉଛି ଶେଷ ଅଧିବେଶନ। ପରବର୍ତ୍ତି ଅଧିବେଶନରେ ବସିବାକୁ ହେଲେ ନିର୍ବାଚିତ ହୋଇ ଆସିବାକୁ ପଡିବ। ଏଥିରେ କିଏ ଜିତିବ କିଏ ହାରିବ ଜଣା ନାହିଁ। କାହାକୁ ଟିକେଟ ମିଳିବ କାହାକୁ ମିଳିବ ନାହିଁ ଜଣା ନାହିଁ।

ଏହାକୁ ନେଇ ବିଧାୟକମାନେ ଚିନ୍ତା ଗସ୍ତ ଭାବେ ବିଧାନସଭାରୁ ବିଦାୟ ନେଇଛନ୍ତି। ଗୃହ ସରିବା ପରେ ପରସ୍ପର ଆଲୋଚନା ମଧ୍ୟ କରିଛନ୍ତି। ଅନେକ ବିରୋଧୀ ଶାସକ ବିଧାୟକ କୋଳାକୋଳି ମଧ୍ୟ ହୋଇଛନ୍ତି। ସମସ୍ତଙ୍କ ମୁହଁରେ ଗୋଟିଏ କଥା ଭାଗ୍ୟରେ ଥିଲେ ପୁଣି ଥରେ ଦେଖା ହେବା। ଏକାଠି ହେବା। ଭାଗ୍ୟରେ ନ ଥିଲେ ଆଉ ଏହି ଭିତରକୁ ଆସିପାରିବା ନାହିଁ।

ତେବେ ଏହି ବିଧାନ ସଭାକୁ ଆଉ କେବେବି ଆସିପାରିବେ ନାହିଁ ବିଧାୟକ ମଧ୍ୟ ଅଛନ୍ତି। କଂଗ୍ରେସ ବିଧାୟକ ନରସିଂହ ମିଶ୍ର, ଜଟଣୀ ବିଧାୟକ ସୁରେଶ ରାଉତରାୟ ପୂର୍ବରୁ ଘୋଷଣା କରିସାରିଛନ୍ତି ଯେ, ସେମାନେ ନିର୍ବାଚନ ଲଢେଇ କରିବେ ନାହିଁ। ତେଣୁ ଏହି ଦୁଇ ବିଧାୟକଙ୍କ ବିଧାନସଭା ପ୍ରବେଶ ସବୁଦିନ ପାଇଁ ବନ୍ଦ ହେଲା।

ସେହିପରି ଆଉ କେତେକ ବିଧାୟକ ଅଛନ୍ତି ଯେଉଁମାନେ ବୟସାଧିକ ଯୋଗୁଁ ନିର୍ବାଚନ ଲଢିପାରିବେ ନାହିଁ। ହେଲେ ସେମାନେ ନିର୍ବାଚନ ନ ଲଢିବା ପାଇଁ ଘୋଷଣା କରି ନ ଥିଲେ ମଧ୍ୟ ତାଙ୍କୁ ଟିକେଟ ମିଳିବା ନେଇ ସନ୍ଦେହ ରହିଛି। ତେଣୁ ସେମାନେ ମଧ୍ୟ ଆଉ ବିଧାନସଭା ଆସିପାରିବେ ନାହିଁ।

ଜଟଣୀ ବିଧାୟକ ସୁରେଶ ରାଉତରାୟ ଆଜି ବିଧାନସଭାରେ ଆଣ୍ଠୁମାଡି ମୁଣ୍ଡିଆ ମାରି ବିଦାୟ ନେଇଛନ୍ତି। ସେ କହିଛନ୍ତି ଯେ, ମୁଁ ଆଉ ବିଧାନସଭା ନିର୍ବାଚନ ଲଢେଇ କରିବି ନାହିଁ। ତେଣୁ ଏହି ପବିତ୍ର ଗୃହକୁ ଆଉ ଆସିବାର ନାହିଁ। ସେଥିପାଇଁ ମୁଣ୍ଡିଆ ମାରି ଏହି ଗୃହରୁ ସବୁଦିନ ପାଇଁ ବିଦାୟ ନେଉଛି। ମୋର ଦୁଇ ପୁଅ ଅଛନ୍ତି। ସେମାନେ ଏଥର ନିର୍ବାଚନ ଲଢିବେ।

ଶେଷ ଅଧିବେସନ ହୋଇଥିବାରୁ ସବୁ ବିଧାୟକ ଏକାଠି ହୋଇ ଏକ ଫଟୋ ଉଠାଇଥିଲେ। ଯାହା ତାଙ୍କ ସାରା ଜୀବନର ଏକ ସ୍ମୃତି ହୋଇ ରହିବ। ବାଚସ୍ପତି ଏବଂ ମୁଖ୍ୟମନ୍ତ୍ରୀଙ୍କ ନେଇ ଏହି ଫଟୋ ସେସନ କରାଯାଇଛି। ତାହାକୁ ସବୁ ବିଧାୟକଙ୍କୁ ମଧ୍ୟ ପ୍ରଦାନ କରାଯାଇଛି। ଏହାକୁ ସେମାନେ ସନ୍ତକ କରି ରଖିବେ।

Categories
ଆଜିର ଖବର ବ୍ୟବସାୟ ରାଜ୍ୟ ଖବର

ଆରମ୍ଭ ହେଲା ବିଧାନସଭା, 5T କାର୍ଯ୍ୟକ୍ରମକୁ ପ୍ରଶଂସା କଲେ ରାଜ୍ୟପାଳ

ଭୁବନେଶ୍ବର: ରାଜ୍ୟପାଳ ରଘୁବର ଦାସଙ୍କ ଅଭିଭାଷଣରୁ ଆରମ୍ଭ ହୋଇଛି ଷୋଢଶ ବିଧାନସଭାର ବଜେଟ ଅଧିବେସନ। ବିଧାନସଭା ପରିସରରେ ରାଜ୍ୟପାଳ ପହଞ୍ଚିବା ପରେ ତାଙ୍କୁ ବିଧାନସଭା ତରଫରୁ ଗାର୍ଡ ଅଫ ଅନର ପ୍ରଦାନ କରାଯାଇଥିଲା। ଏହାପରେ ବାଚସ୍ପତି ଏବଂ ମୁଖ୍ୟମନ୍ତ୍ରୀ ରାଜ୍ୟପାଳଙ୍କୁ ବିଧାନସଭା ଗୃହକୁ ପାଛୋଟି ନେଇଥିଲେ। ଏହାପରେ ସେ ତାଙ୍କର ଅଭିଭାଷଣ ଆରମ୍ଭ କରିଥିଲେ।

ରାଜ୍ୟପାଳ ହିନ୍ଦିରେ ତାଙ୍କର ଭାଷଣ ରଖିଛନ୍ତି। ପ୍ରଥମେ ରାଜ୍ୟପାଳ ଦିବଂଗତ ସଦସ୍ୟଙ୍କୁ ଶ୍ରଦ୍ଧାଞ୍ଜଳି ପ୍ରଦାନ କରି ତାଙ୍କର ଅଭିଭାଷଣ ଆରମ୍ଭ କରିଛନ୍ତି। ଏଥିରେ ସେ ରାଜ୍ୟ ସରକାରଙ୍କ 5ଟି କାର୍ଯ୍ୟକ୍ରମକୁ ବେଶ ପ୍ରଶଂସା କରିଛନ୍ତି। ଏହି କାର୍ଯ୍ୟକ୍ରମ ମାଧ୍ୟମରେ ରାଜ୍ୟ ସରକାର ବେଶ ସଶକ୍ତ ହୋଇପାରିଛି ବୋଲି କହିଛନ୍ତି। ସେହିପରି ପୁରୀ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ, ସମଲେଇ ପ୍ରକଳ୍ପ ଏବଂ ଓଡିଶାର ଐତିହ୍ୟ ସୁରକ୍ଷା ନେଇ ସେ ପ୍ରଶଂସା କରିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ଆଜିଠାରୁ ବିଧାନସଭାର ବଜେଟ ଅଧିବେସନ, ରାଜ୍ୟପାଳ ଦେବେ ଅଭିଭାଷଣ

ଭୁବନେଶ୍ବର: ଆଜିଠାରୁ ବିଧାନସଭାର ବଜେଟ ଅଧିବେଶନ ଆରମ୍ଭ ହେବ। ଏହି ଅଧିବେଶନରେ କାମଚଳା ବଜେଟ ଆଗତ କରାଯିବ। ଏହି ଅଧିବେଶନ ଫେବୃଆରୀ ୫ ତାରିଖରୁ ୧୩ ତାରିଖ ପର୍ଯ୍ୟନ୍ତ ଚାଲିବ।

ତେବେ ଏହି ଅଧିବେସନରେ ଦୁଇଟି ନୂଆ କଥା ହେବ। ପ୍ରଥମତଃ ଏହି ଅଧିବେସନ ଷୋଡଶ ବିଧାନସଭାର ଶେଷ ଅଧିବେଶନ ହେବ। ଆଜି ରାଜ୍ୟପାଳ ରଘୁବର ଦାସ ତାଙ୍କର ପ୍ରଥମ ଅଭିଭାଷଣ ରଖିବେ। ସେ ରାଜ୍ୟପାଳ ଭାବେ ନିଯୁକ୍ତ ହେବା ପରେ ଏହା ହେବ ତାଙ୍କର ପ୍ରଥମ ଭାଷଣ।

ଫେବୃଆରୀ ୮ରେ କାମଚଳା ବଜେଟ ଉପସ୍ଥାପନ କରିବେ ଅର୍ଥମନ୍ତ୍ରୀ ବିକ୍ରମ କେଶରୀ ଆରୁଖ । ଆଗକୁ ସାଧାରଣ ନିର୍ବାଚନ ଅଛି ତେଣୁ ତା ପୂର୍ବରୁ ପୂର୍ଣ୍ଣାଙ୍କ ବଜେଟ ବଦଳରେ କାମଚଳା ବଜେଟ ଆଗତ କରାଯିବ।

Categories
ଆଜିର ଖବର ବ୍ୟବସାୟ ରାଜ୍ୟ ଖବର

ଆସନ୍ତାକାଲିଠାରୁ ବିଧାନସଭାର ବଜେଟ ଅଧିବେଶନ, ଆଜି ସର୍ବଦଳୀୟ ବୈଠକ

ଭୁବନେଶ୍ଵର: ଆସନ୍ତାକାଲିଠୁ ଆରମ୍ଭ ହେବ ଷୋଡଶ ବିଧାନସଭାର ୧୫ତମ ଅଧିବେଶନ।ଏହା ହେବ ଶେଷ ଅଧିବେସନ। ଏଥିରେ ଅର୍ଥମନ୍ତ୍ରୀ ବିକ୍ରମ ଆରୁଖ କାମଚଳା ବଜେଟ ଉପସ୍ଥାପନା କରିବେ। ତା ପୂର୍ବରୁ ଆଜି ମନ୍ତ୍ରୀ ପରିଷଦ ବୈଠକରେ ଏହା ପାରିତ ହେବ।

ସେହିପରି ବିଧାନସଭା କାର୍ଯ୍ୟ ସୁରୁଖୁରୁରେ ଚଳାଇବା ପାଇଁ ଆଜି ବାଚସ୍ପତି ପ୍ରମିଳା ମଲ୍ଲିକ ସର୍ବଦଳୀୟ ବୈଠକ ଡାକିଛନ୍ତି। ଏହି ବୈଠକ ଆଜି ସନ୍ଧ୍ୟା ୬ଟା ୩୦ରେ ବିଧାନସଭାରେ ବାଚସ୍ପତିଙ୍କ ପ୍ରକୋଷ୍ଠରେ ଆୟୋଜିତ ହେବ। ଏହି ଅଧିବେଶନ ୧୩ ତାରିଖ ଯାଏ ଚାଲିବ।

Categories
ଆଜିର ଖବର ରାଜ୍ୟ ଖବର

ଫେବୃଆରୀ ୫ରୁ ଆରମ୍ଭ ହେବ ଓଡିଶା ବିଧାନସଭା, ଘଟିବ ଦୁଇଟି ଗୁରୁତ୍ବପୂର୍ଣ୍ଣ ଘଟଣା

ଭୁବନେଶ୍ବର: ଆସନ୍ତା ଫେବୃଆରୀ ୫ରୁ ବିଧାନସଭାର ବଜେଟ ଅଧିବେଶନ ଆରମ୍ଭ ହେବ। ସେ ନେଇ ଆଜି ବିଧାନସଭା ସଚିବାଳୟ ତରଫରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏହି ଅଧିବେଶନରେ କାମଚଳା ବଜେଟ ଆଗତ କରାଯିବ। ଏହି ଅଧିବେଶନ ଫେବୃଆରୀ ୫ ତାରିଖରୁ ୧୩ ତାରିଖ ପର୍ଯ୍ୟନ୍ତ ଚାଲିବ ବୋଲି ଜଣାଯାଇଛି।

ତେବେ ଏହି ଅଧିବେସନରେ ଦୁଇଟି ନୂଆ କଥା ହେବ। ପ୍ରଥମତଃ ଏହି ଅଧିବେସନ ଷୋଡଶ ବିଧାନସଭାର ଶେଷ ଅଧିବେଶନ ହେବ। ଫେବୃଆରୀ ୫ ତାରିଖରେ ରାଜ୍ୟପାଳ ରଘୁବର ଦାସ ତାଙ୍କର ପ୍ରଥମ ଅଭିଭାଷଣ ରଖିବେ।ସେ ରାଜ୍ୟପାଳ ଭାବେ ନିଯୁକ୍ତ ହେବା ପରେ ଏହାହେବ ତାଙ୍କର ପ୍ରଥମ ଭାଷଣ।

ବିଜ୍ଞପ୍ତି ଅନୁସାରେ ଫେବୃଆରୀ ୮ରେ କାମଚଳା ବଜେଟ ଉପସ୍ଥାପନ କରିବେ ଅର୍ଥମନ୍ତ୍ରୀ ବିକ୍ରମ କେଶରୀ ଆରୁଖ । ଆଗକୁ ସାଧାରଣ ନିର୍ବାଚନ ଅଛି ତେଣୁ ତାପୂର୍ବରୁ ପୂର୍ଣ୍ଣାଙ୍କ ବଜେଟ ବଦଳରେ କାମଚଳା ବଜେଟ ଆଗତ କରାଯିବ।

Categories
ବିଶେଷ ଖବର

୩ଟି ରାଜ୍ୟ ପାଇଁ ‘ଆଦିତ୍ୟ’ ହେଲେ ଯୋଗୀ, ଜାଣନ୍ତୁ କେଉଁ ଆସନରେ ପ୍ରଚାର କରିଥିଲେ ୟୁପି ମୁଖ୍ୟମନ୍ତ୍ରୀ ଓ ତା‘ର ସ୍ଥିତି

ନୂଆଦିଲ୍ଲୀ: ରବିବାର ସୂର୍ଯ୍ୟଙ୍କ କିରଣ ବାହାରିବା ପରେ ପଦ୍ମ ଫୁଟିବ ବୋଲି ମନେ ହେଉଥିଲା। ୪ଟି ରାଜ୍ୟ ମଧ୍ୟରୁ ୩ଟି ରାଜ୍ୟ (ରାଜସ୍ଥାନ, ମଧ୍ୟପ୍ରଦେଶ ଓ ଛତିଶଗଡ଼)ରେ ପଦ୍ମ ଫୁଟିଥିଲା। ସେହିପରି ଭାରତୀୟ ଜନତା ପାର୍ଟି ମଧ୍ୟ ତେଲେଙ୍ଗାନାରେ ଚମତ୍କାର ପ୍ରଦର୍ଶନ କରିଛି। ଏହି ପ୍ରଦର୍ଶନରେ ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମଧ୍ୟ ପଦ୍ମ ଫୁଟାଇବାକୁ ଦାୟିତ୍ୱ ନେଇଥିଲେ। ସବୁ ରାଜ୍ୟରେ ତାଙ୍କର ପ୍ରବଳ ଚାହିଦା ରହିଥିଲା। ପଦ୍ମ ଫୁଟାଇଙ୍କୁ ତାଙ୍କର ଅନୁରୋଧ ଚମତ୍କାର କାମ କରିଥିଲା। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ୪ଟି ରାଜ୍ୟରେ ୫୭ଟି ରାଲି କରି ୯୨ଟି ଆସନରେ ପଦ୍ମ ଫୁଟାଇବାକୁ ନିବେଦନ କରିଥିଲେ।
ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମଧ୍ୟପ୍ରଦେଶରେ ବିଜେପି ସରକାର ଫେରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ଏଠାରେ ଯୋଗୀ ଆଦିତ୍ୟନାଥ ୪ ଦିନରେ ୧୬ଟି ରାଲି କରି ୨୯ ଜଣ ପ୍ରାର୍ଥୀଙ୍କୁ ପଦ୍ମ ଫୁଟାଇବାକୁ ଅନୁରୋଧ କରିଥିଲେ। ରବିବାର ନିର୍ବାଚନ ଫଳାଫଳ ଆସିବା ପରେ ପଦ୍ମ ୨୨ଟି ଆସନରେ ଚମତ୍କାର ପ୍ରଦର୍ଶନ କରିଥିଲେ।

ସୁଜଲପୁର – ଇନ୍ଦ୍ର ସିଂ ପରମାର- ବିଜୟୀ,
କଳାପିପାଳ – ଘନଶ୍ୟାମ ଚନ୍ଦ୍ରବଂଶୀ – ବିଜୟୀ
ଆଶିଷ ଗୋବିନ୍ଦ ଶର୍ମା – ଖଟେଗାଁ – ବିଜୟୀ
ସୋନକାଛ – ରାଜେଶ ସୋନକର – ବିଜୟୀ
ବାଗଲି – ମୁରଲୀ ଭାଉରା – ବିଜୟୀ
ନରସିଂହପୁର – ପ୍ରହ୍ଲାଦ ସିଂ ପଟେଲ – ବିଜୟୀ
ଗଦରୱାଲା – ରାଓ ଉଦୟ ପ୍ରତାପ ସିଂ – ବିଜୟୀ
ତେନ୍ଦୁଖେରା – ବିଶ୍ୱନାଥ ସିଂ ପଟେଲ – ବିଜୟୀ
ଗୋଟେଗାଁ – ମହେନ୍ଦ୍ର ନାଗେଶ – ବିଜୟୀ
ପନ୍ନା – ବ୍ରଜେନ୍ଦ୍ର ପ୍ରତାପ ସିଂହ – ବିଜୟୀ
ଉଦୟପୁର – ନରେନ୍ଦ୍ର ଶିବାଜୀ ପଟେଲ – ବିଜୟୀ
ଭୋଜପୁରା – ସୁରେନ୍ଦ୍ର ପଟୱା – ବିଜୟୀ
ସାଞ୍ଚି – ଡ. ପ୍ରଭୁରାମ ଚୌଧୁରୀ – ବିଜୟୀ
ରାଜନଗର – ଅରବିନ୍ଦ ପାଟେରିଆ – ବିଜୟୀ
ଚାନ୍ଦଲା – ଦିଲୀପ ଅହିରୱାର – ବିଜୟୀ
ଭୀଣ୍ଡ – ନରେନ୍ଦ୍ର ସିଂହ କୁଶୱାହା – ବିଜୟୀ
ଗ୍ୱାଲିୟର ଦକ୍ଷିଣ – ନାରାୟଣ ସିଂ କୁଶୱାହା – ବିଜୟୀ
ଗ୍ୱାଲିୟର – ପ୍ରଦ୍ୟୁମ୍ନ ସିଂ ତୋମାର – ବିଜୟୀ
ପୱାଇ – ପ୍ରହ୍ଲାଦ ଲୋଧି – ବିଜୟୀ
ମୁଙ୍ଗାଓଲି – ବ୍ରଜେନ୍ଦ୍ର ସିଂ ଯାଦବ – ବିଜୟୀ
ଚାନ୍ଦେରୀ – ଜଗନ୍ନାଥ ସିଂହ ରଘୁବଂଶୀ – ବିଜୟୀ
ବେରାସିଆ – ବିଷ୍ଣୁ ଖତ୍ରୀ – ବିଜୟୀ

ରାଜସ୍ଥାନରେ କ୍ଷମତାକୁ ଫେରିବାକୁ ଯୋଗୀଙ୍କ ଅବଦାନ

ରାଜସ୍ଥାନରେ ଅଶୋକ ଗେହଲଟଙ୍କୁ ପରାସ୍ତ କରି ବିଜେପି ସରକାରକୁ କ୍ଷମତାକୁ ଫେରାଇ ଆଣିବାରେ ଯୋଗୀ ଆଦିତ୍ୟନାଥ କର୍ମୀ ଭାବେ ଦଳକୁ ସମର୍ଥନ କରିଥିଲେ। ଯୋଗୀ ଆଦିତ୍ୟନାଥ ଯେଉଁ ଆସନରେ ପ୍ରଚାର କରିଥିଲେ ତାହାର ଫଳାଫଳ।

କେକ୍ରି – ଶତ୍ରୁଘ୍ନ ଗୌତମ – ବିଜୟୀ
ପୁଷ୍କର – ସୁରେଶ ସିଂ ରାୱତ – ବିଜୟୀ
ସାଙ୍ଗୋଦ – ହୀରାଲାଲ ନଗର – ବିଜୟୀ
ଆହୋର – ଛଗନ ସିଂହ ରାଜପୁରୋହିତ – ବିଜୟୀ
ସିୱାନା – ହମିର ସିଂ ଭୟାଲ – ବିଜୟୀ
କାଠୁମ୍ମାର – ରମେଶ ଖିଚି – ବିଜୟ
ଲାଲସୋତ – ରାମବିଳାସ ମୀନା – ବିଜୟୀ
ବଲ୍ଲଭ ନଗର – ଉଦୟଲାଲ ଡାଙ୍ଗୀ – ବିଜୟୀ
ଶାହପୁରା – ଲାଲାରାମ ବୈରୱା – ବିଜୟୀ
ସାହାରା – ଲଡୁଲାଲ ପିଟଲିଆ – ବିଜୟୀ
ମଣ୍ଡଳ – ଉଦୟଲାଲ ଭଡାନା – ବିଜୟୀ
ଯୋଧପୁର ସିଟି – ଅତୁଲ ଭଂସାଲୀ – ବିଜୟୀ
ସୁରସାଗର – ଦେବେନ୍ଦ୍ର ଯୋଶୀ – ବିଜୟ
ତିଜରା – ବାଲକନାଥ – ବିଜୟୀ
ଝୋଟୱାରା – କର୍ଣ୍ଣେଲ ରାଜ୍ୟବର୍ଦ୍ଧନ ସିଂ ରାଠୋର – ବିଜୟୀ

ଛତିଶଗଡ଼ରେ ମଧ୍ୟ ଖେଳିଲା ଯୋଗୀଙ୍କ ଯାଦୁ

ଛତିଶଗଡ଼ରେ ମଧ୍ୟ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଯାଦୁ ଖେଳିଛି। ପାଣ୍ଡରିଆରୁ ଭାବନା ବୋହରା, କୱାର୍ଧାରୁ ବିଜୟ ଶର୍ମା ଏବଂ ରାଜନନ୍ଦଗାଓଁରୁ ଡାକ୍ତର ରମଣ ସିଂହ ନିର୍ବାଚନ ଜିତିଛନ୍ତି । ସାଜାରୁ ଈଶ୍ୱର ସାହୁ ଯଥେଷ୍ଟ ବ୍ୟବଧାନରେ ଆଗୁଆ ଅଛନ୍ତି। ଯେଉଁ ଆସନରୁ ପ୍ରଚାର ଆରମ୍ଭ ହୋଇଥିଲା, ସେଠାରେ ମଧ୍ୟ ବିଜେପି ବିଜୟୀ ଯେଉଁ ଆସନରୁ ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ପ୍ରଚାର ଆରମ୍ଭ କରିଥିଲେ ସେଠାରୁ ବିଜେପି ଏହି ଆସନ ଜିତି ଭଲ ଆରମ୍ଭ କରିଥିଲା। ଗତଥର ତେଲେଙ୍ଗାନାରେ ବିଜେପି ଗୋଟିଏ ଆସନ ରେ ବିଜୟୀ ହୋଇଥିବାବେଳେ ଏଥର ଏହି ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଇଛି। ଯୋଗୀ ଆଦିତ୍ୟନାଥ ପ୍ରଚାର କରି ପଦ୍ମ ଫୁଟାଇବା ପାଇଁ ଆହ୍ୱାନ ଦେଇଥିବା ସିରପୁରରୁ ଡକ୍ଟର ପଲୱାଇ ହରିଶ ବାବୁ ଏବଂ ଘୋଷା ମହଲରୁ ଟି ରାଜା ସିଂହ ବିଜୟୀ ହୋଇଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ମାତ୍ର ଚାରିଦିନରେ ଶେଷ ହୋଇଗଲା ବିଧାନସଭା, ଅନିର୍ଦ୍ଦିଷ୍ଠ କାଳ ପାଇଁ ଗୃହ ମୁଲତବୀ

ଭୁବନେଶ୍ବର: ଗତ ୨୧ ତାରିଖ ଦିନ ଆରମ୍ଭ ହୋଇଥିବା ବିଧାନସଭା ୪ଟି କାର୍ଯ୍ୟ ଦିବସ ପରେ ମୁଲତବୀ ହୋଇଛି । ଡିସେମ୍ବର ୩୦ ପର୍ଯ୍ୟନ୍ତ ତାହା ଚାଲିବାର ଥିଲା। ଆହୁରି ୨୬ଟି କାର୍ଯ୍ୟ ଦିବସ ବାକି ରହିଛି।

ସରକାରୀ ଦଳ ମୁଖ୍ୟ ସଚେତକ ପ୍ରଶାନ୍ତ ମୁଦୁଲି ବିଧାନସଭାକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବୀ ଘୋଷଣା କରିବାକୁ ମୋସନ ଆଣିଥିଲେ। ଏହାକୁ ବିଜେଡି ବିଧାୟକ ଶଶୀ ଭୂଷଣ ବେହେରା ଓ ଭୁପିନ୍ଦର ସିଂ ସମର୍ଥନ ଜଣାଇଥିଲେ। ବାଚସ୍ପତି ପ୍ରମିଳା ମଲ୍ଲିକ ବିଧାନସଭାକୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ମୁଲତବି ଘୋଷଣା କରିଥିଲେ।

ତେବେ ଆଗୁଆ ବିଧାନସଭା ବନ୍ଦ କରାଯିବା ନିଷ୍ପତ୍ତିକୁ ବିରୋଧ କରି ବିଜେପି ଓ କଂଗ୍ରେସର କକ୍ଷ ତ୍ୟାଗ କରିଥିଲେ। ଶୀତକାଳୀନ ଅଧିବେଶନ ମାତ୍ର ୪ ଦିନ ଚାଲିଥିଲା। ଏହି ୪ ଦିନ ମଧ୍ୟରେ ଗୋଟିଏ ମୁଲତବି ପ୍ରସ୍ତାବ ଆଲୋଚନା ହୋଇଛି। ତେବେ ଦୁଇ ଦିନ ଧରି ଆଦିବାସୀ ଜମି ହସ୍ତାନ୍ତର ଆଇନକୁ ବିରୋଧ କରି ପ୍ରବଳ ହୋହାଲ୍ଲା ହୋଇଥିଲା।

Categories
ଆଜିର ଖବର ରାଜ୍ୟ ଖବର

ଆଜି ସ୍ବାଭାବିକ ହେଲା ଗୃହ କାର୍ଯ୍ୟ, କୋଶଳୀ ଭାଷାରେ ପ୍ରଶ୍ନ ଉତ୍ତର

ଭୁବନେଶ୍ବର: ଦୀର୍ଘ ଦୁଇଦିନ ଧରି ବିଧାନସଭାର ଶୀତ ଅଧିବେଶନ ଅଚଳ ହେବା ପରେ ଆଜି ସ୍ବାଭାବିକ ହୋଇଛି। ଆଜି ସକାଳୁ ପ୍ରଶ୍ନଉତ୍ତର କାର୍ଯ୍ୟକ୍ରମ ଠିକରେ ଚାଲିଥିଲା। ପ୍ରଥମେ ଶକ୍ତି ବିଭାଗର ପ୍ରଶ୍ନଉତ୍ତର କାର୍ଯ୍ୟକ୍ରମ ଥିଲା। ଏହାପରେ ଶିଳ୍ପ ବିଭାଗର ପ୍ରଶ୍ନଉତ୍ତର ଚାଲିଥିଲା। ଏହାର ଉତ୍ତର ରଖିଥିଲେ ଶିଳ୍ପ ମନ୍ତ୍ରୀ ପ୍ରତାପ ଦେବ।

ତେବେ ଗୃହରେ ଏହି ପ୍ରଶ୍ନ ଉତ୍ତର କାର୍ଯ୍ୟକ୍ରମରେ ଏକ ରୋଚକ ଦୃଶ୍ୟ ଦେଖିବାକୁ ମିଳିଥିଲା। ତାହା ହେଲା କଂଗ୍ରେସ ବିଧାୟକ ଦଳର ନେତା ନରସିଂହ ମିଶ୍ର କୋଶଳୀ ଭାଷାରେ ପ୍ରଶ୍ନ ପଚାରିଥିଲେ। ଏହାର ଉତ୍ତର ଶିଳ୍ପ ମନ୍ତ୍ରୀ ପ୍ରତାପ ଦେବ ମଧ୍ୟ ସେହି କୋଶଳୀ ଭାଷାରେ ପ୍ରଦାନ କରିଥିଲେ।

Categories
ବିଶେଷ ଖବର ରାଜ୍ୟ ଖବର

ଆଦିବାସୀଙ୍କ ଜମି ବିକ୍ରି ପ୍ରସଂଗକୁ ନେଇ ଗୃହରେ ହଟ୍ଟଗୋଳ, ଅପରାହ୍ନ ୪ଟା ଯାଏ ମୁଲତବି

ଭୁବନେଶ୍ବର: ଆଜି ବିଧାନସଭାର ଦ୍ବୀତିୟ ଦିନରେ ବିରୋଧୀଙ୍କ ପ୍ରବଳ ହଟ୍ଟଗୋଳ ଯୋଗୁଁ ବାଚସ୍ପତି ଗୃହକୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ମୁଲତବି ଘୋଷଣା କରିଛନ୍ତି। ମୁଖ୍ୟତଃ ରାଜ୍ୟ ସରକାର ଆଦିବାସୀଙ୍କ ଜମି ସାଧାରଣ ଲୋକଙ୍କୁ ବିକ୍ରି କରିବା ପ୍ରସଂଗକୁ ନେଇ ବିରୋଧୀ ଏହି ହଟ୍ଟଗୋଳ କରିଛନ୍ତି। ଆଦିବାସୀଙ୍କ ଜମି ହଡପ କରିବାକୁ ସରକାରଙ୍କ ଏକ ଉଦ୍ୟମ ବୋଲି ବିରୋଧୀ ଅଭିଯୋଗ କରିଛନ୍ତି।

ଆଜି ସକାଳେ ଗୃହ କାର୍ଯ୍ୟ ଆରମ୍ଭ ହେବାମାତ୍ରେ ବିରୋଧୀ ସଦସ୍ୟ ଗୃହ ମଧ୍ୟ ଭାଗକୁ ଆସି ନାରାବାଜି କରିଥିଲେ। ରାଜ୍ୟ ସରକାର ଆଦିବାସୀ ଜମି ବିକ୍ରି ସଂଶୋଧନକୁ ଫେରାଇ ନିଅ ବୋଲି ଦାବୀ କରିଥିଲେ। ବାଚସ୍ପତି ଗୃହରେ ଶୃଙ୍ଖଳା ରଖିବା ପାଇଁ ଯେତେ ଅନୁରୋଧ କରିଥିଲେ ମଧ୍ୟ ବିରୋଧୀ ସଦସ୍ୟ ତାହା ଶୁଣି ନ ଥିଲେ। ଫଳରେ ବାଚସ୍ପତି ଗୃହକୁ ଦିନ ୧୨ଟା ଯାଏଁ ମୁଲତବି ଘୋଷଣା କରିଥିଲେ।

ଏହାପରେ ଗୃହ ଆରମ୍ଭ ହେବା ପରେ ପରିସ୍ଥିତି ସେହିପରି ବଜାଇ ରହିଲା। ବିରୋଧୀ ସଦସ୍ୟ ସେହି ଆଦିବାସୀ ଜମି ବିକ୍ରି ପ୍ରସଂଗକୁ ନେଇ ହଟ୍ଟଗୋଳ କରିଥିଲେ। ଫଳରେ ବାଚସ୍ପତି ପୁଣି ୪୫ ମିନିଟ ପାଇଁ ମୁଲତବି କରି ସର୍ବଦଳୀୟ ବୈଠକ ଡାକିଥିଲେ। ଏହି ବୈଠକରେ ବାଚସ୍ପତି ଗୃହରେ ଶୃଙ୍ଖଳା ରଖିବା ପାଇଁ ସଦସ୍ୟଙ୍କୁ ଅନୁରୋଧ କରିଥିଲେ।

ସର୍ବଦଳୀୟ ବୈଠକ ପରେ ଗୃହ କାର୍ଯ୍ୟ ଆରମ୍ଭ ହୋଇଥିଲା। ହେଲେ ପରସ୍ଥିତିରେ କୌଣସି ସୁଧାର ଆସି ନ ଥିଲେ। ପୁଣିଥରେ ଗୃହ ମଧ୍ୟ ଭାଗରେ ହଟ୍ଟଗୋଳ ହେବାରୁ ବାଚସ୍ପତି ଗୃହକୁ ପୁରା ଅପରାହ୍ନ ୪ଟା ମୁଲତବି ଘୋଷଣା କରିଥିଲେ। ତେବେ ସରକାର ଏହି ଆଇନିକୁ ସଂପୂର୍ଣ୍ଣ ପ୍ରତ୍ୟାହାର ନ କରିବା ପର୍ଯ୍ୟନ୍ତ ଏପରି ବିରୋଧ ଜାରୀ ରହିବ ବୋଲି ବିରୋଧୀ କହିଛନ୍ତି।

ତେବେ ଏହି ଆଦିବାସୀଙ୍କ ଜମି ବିକ୍ରୀ ପ୍ରସଂଗକୁ ନେଇ ଉଭୟ ବିଜେଡି ବିଜେପି ପରସ୍ପରକୁ ଦୋଷାରୋପ କରିବାରେ ଲାଗିଛନ୍ତି। ବିଜେପିର ମୁଖ୍ୟ ସଚେତକ ମୋହନ ମାଝି କହିଛନ୍ତି ଯେ, ସରକାର ଆଦିବାସୀଙ୍କ ଏହି ଜମି ବିକ୍ରୀ ଆଇନି ସଂଶୋଧନକୁ କ୍ୟାବିନେଟରେ ପାଶ କରିଛନ୍ତି। ଏହାପରେ ତାହାକୁ ସ୍ଥଗିତ ରଖିଛନ୍ତି। ହେଲେ ତାହାକୁ ପ୍ରତ୍ୟାହାର କରି ନାହାଁନ୍ତି। ଏହାପରେ ପୁଣି ସରକାର ଲାଗୁ କରିପାରନ୍ତି। ତେଣୁ ଏହାକୁ ସଂପୂର୍ଣ୍ଣ ପ୍ରତ୍ୟାହାର କରିବା ଦରକାର ବୋଲି ମୋହନ ମାଝି କହିଛନ୍ତି।

ସେହିପରି ବିଜେଡି ବିଧାୟକ ରାଜକିଶୋର ଦାସ କହିଛନ୍ତି ଯେ, ବିଜେପି ପାଖରେ କୌଣସି ପ୍ରସଂଗ ନାହିଁ। ସେଥିପାଇଁ ଏହାକୁ ଏକ ପ୍ରସଂଗ କରି ବିଜେପି ରାଜନୀତି କରୁଛି ବୋଲି ଶ୍ରୀ ଦାସ କହିଛନ୍ତି। ତେବେ ବିରୋଧୀଙ୍କ ଏପରି ବିରୋଧ ମୁଡକୁ ଲକ୍ଷ କଲେ ଜଣାପଡୁଛି ଯେ, ଅପରାହ୍ନ ୪ଟା ପରେ ମଧ୍ୟ ଗୃହ କାର୍ଯ୍ୟ ସ୍ବାଭାବିକ ହେବାର ଜଣାପଡୁ ନାହିଁ।

Categories
ଆଜିର ଖବର ରାଜ୍ୟ ଖବର

ଆରମ୍ଭ ହେଲା ବିଧାନସଭାର ଶୀତ ଅଧିବେସନ, ଶୋକ ପ୍ରସ୍ତାବ ପରେ ଗୃହ ମୁଲତବି

ଭୁବନେଶ୍ବର: ଆଜି ଠାରୁ ଆରମ୍ଭ ହୋଇଛି ବିଧାନସଭାର ଶୀତ ଅଧିବେଶନ। ବିଧାନସଭା ଆରମ୍ଭ ପରେ ଆଗତ ହୋଇଥିଲା ଶୋକ ପ୍ରସ୍ତାବ। ଏଥିରେ ପୂର୍ବତନ ବାଚସ୍ପତି ମହେଶ୍ୱର ମହାନ୍ତି , ପୂର୍ବତନ ଉପ ମନ୍ତ୍ରୀ ସରସ୍ବତୀ ପ୍ରଧାନ, ପୂର୍ବତନ ସରକାରୀ ମୁଖ୍ୟ ସଚେତକ ଅଜୟ କୁମାର ଜେନା, ପୂର୍ବତନ ସଦସ୍ୟ ରବି ଦାଶ, ଯୁଧିଷ୍ଠିର ସାମନ୍ତରାୟ, ପୂର୍ବତନ ଲାନସ ହାବିଲଦାର, ୬୨୦ ଇ.ଏମ. ଇ. ବାଟାଲିୟନ ସରୋଜ କୁମାର ଦାସ,ପୂର୍ବତନ କନେଷ୍ଟବଳ, ୨୦୬କୋବ୍ରା ବାଟାଲିୟନ, ବି. ଏସ. ଏଫ ପ୍ରକାଶ ଚନ୍ଦ୍ର ସିଆଲଙ୍କ ଉଦ୍ଦେଶ୍ୟରେ ଶୋକ ପ୍ରସ୍ତାବ ଆଣିଥିଲେ ମୁଖ୍ୟମନ୍ତ୍ରୀ ।

ଏହି ଶୋକ ପ୍ରସ୍ତାବକୁ ବିରୋଧୀ ଦଳର ମୁଖ୍ୟ ସଚେତ ମୋହନ ମାଝୀ ସମର୍ଥନ ଜଣାଇଥିଲେ। ଏହା ପରେ କଂଗ୍ରେସ ଦଳର ବରିଷ୍ଠ ନେତା ନରସିଂହ ମିଶ୍ର ଶୋକ ପ୍ରସ୍ତାବକୁ ସମର୍ଥନ ଦେବା ସହ ସେ ପୂର୍ବତନ ବାଚସ୍ପତି ସ୍ବର୍ଗତଃ ମହେଶ୍ୱର ମହାନ୍ତିଙ୍କ ସ୍ମୃତି ଚାରଣ କରିଥିଲେ।

ପରେ ସିପିଆଇ ନେତା ମଧ୍ୟ ଏହି ଶୋକ ପ୍ରସ୍ତାବକୁ ସମର୍ଥନ ଜଣାଇଥିଲେ। ଏହା ପରେ ୧ ମିନିଟ ନିରବ ପ୍ରର୍ଥନା କରାଯାଇଥିଲା। ପରେ ଆସନ୍ତାକାଲି  ବାଚସ୍ପତି ପ୍ରମିଳା ମଲ୍ଲିକ ଦିବଙ୍ଗତ ସଦସ୍ୟଙ୍କ ଉଦ୍ଦେଶ୍ୟରେ ଗୃହ କାର୍ଯ୍ୟକୁ ଆସନ୍ତାକାଲି ଦିନ ୧୦ଟା ୩୦ ପର୍ଯ୍ୟନ୍ତ ମୁଲତବି ରଖିଛନ୍ତି।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଉପବାଚସ୍ପତି ହେବେ ସାଲୁଗା ପ୍ରଧାନ, ଆଜି ଦାଖଲ କଲେ ପ୍ରାର୍ଥୀପତ୍ର

ଭୁବନେଶ୍ବର: ବହୁ ଆଶାଆଶଙ୍କା ପରେ ଆଜି ଜି ଉଦୟଗିରି ବିଧାୟକ ସାଲୁଗା ପ୍ରଧାନ ଉପବାଚସ୍ପତି ଭାବେ ପ୍ରାର୍ଥପତ୍ର ଦାଖଲ କରିଛନ୍ତି। ଫଳରେ ସେ ହିଁ ଓଡିଶା ବିଧାନସଭାର ପରବର୍ତ୍ତି ଉପବାଚସ୍ପତି ହେବେ। କାରଣ ସଂଖ୍ୟା ଦୃଷ୍ଟିରୁ ଅନ୍ୟ କୌଣସି ଦଳ ଏହି ପଦବୀ ହାସଲ କରିପାରିବ ନାହିଁ।

ଆଜି ସାଲୁଗା ବିଧିବଧ ଭାବେ ବିଧାନସଭା ସଚିବଙ୍କ ନିକଟକୁ ଯାଇ ଏହି ପ୍ରାର୍ଥୀପତ୍ର ଦାଖଲ କରିଥିଲେ। ତାଙ୍କ ସହିତ ବିଜେଡି ସଂଗଠକ ସଂପାଦକ ପ୍ରଣବ ପ୍ରକାଶ ଦାସ, ଶାସକଦଳର ମୁଖ୍ୟସଚେତକ ପ୍ରଶାନ୍ତ ମୁଦୁଲି, ସ୍ବାସ୍ଥ୍ୟ ମନ୍ତ୍ରୀ ନିରଞ୍ଜନ ପୂଜାର, ପରିବହନ ମନ୍ତ୍ରୀ ଟୁକୁନୀ ସାହୁ, ଗୃହରାଷ୍ଟ୍ରମନ୍ତ୍ରୀ ତୁଷାରକାନ୍ତି ବେହେରା, ମନ୍ତ୍ରୀ ଅଶୋକ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ।

ସାଲୁଗା ପ୍ରଧାନ ଦୁଇଥର ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି। ସେ 2000 ଏବଂ 2019 ମସିହାରେ ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ଆସନ୍ତା ୨୧ ତାରିଖରୁ ବିଧାନସଭା, ଏହା କଣ ଶେଷ ଅଧିବେସନ ହେବ କି ?

ଭୁବନେଶ୍ବର: ଚଳିତ ନଭେମ୍ବର ୨୧ ତାରିଖରୁ ବସିବ ବିଧାନସଭାର ଶୀତ ଅଧିବେସନ। ଏ ନେଇ ବିଧାନସଭା ସଚିବାଳୟ ତରଫରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ନୂଆ ରାଜ୍ୟପାଳ ରଘୁବର ଦାସ ସମନ ଜାରୀ କରିବା ପରେ ବିଧାନସଭା ତରଫରୁ ବିଜ୍ଞପ୍ତି ବାହାରିଛି।

ଏହି ଅଧିବେସନ ଆସନ୍ତା ଡିସେମ୍ବର ୩୦ ତାରିଖ ପର୍ଯ୍ୟନ୍ତ ଚାଲିବ। ଏଥିରେ ମୋଟ ୩୦ଟି କାର୍ଯ୍ୟ ଦିବସ ରହିଛି। ସେଥିମଧ୍ୟରୁ ୨୪ଟି ସରକାରୀ କାର‌୍ୟ୍ୟ ଦିବସ ଥିବା ବେଳେ ୬ ଟି ବେସରକାରୀ ଦିବସ ରହିଛି।

ତେବେ ଆଗକୁ ନିର୍ବାଚନ ଥିବାରୁ ଏହି ଅଧିବେସନ ଶେଷ ଅଧିବେସନ ହେବ ବୋଲି କୁହାଯାଉଛି।

Categories
ଆଜିର ଖବର ରାଜ୍ୟ ଖବର

ଗୋଟିଏ ଦିନ ପୂର୍ବରୁ ଶେଷ ହେଲା ବିଧାନସଭାର ମୌସୁମୀ ଅଧିବେସନ

ଭୁବନେଶ୍ବର: ଗୋଟିଏ ଦିନ ପୂର୍ବରୁ ଶେଷ ହୋଇଛି ବିଧାନସଭାର ମୌସୁମୀ ଅଧିବେସନ। ସେପ୍ଟେମ୍ବର ୨୨ ତାରିଖରୁ ଆରମ୍ଭ ହୋଇଥିବା ଏହି ଅଧିବେସନ ଆସନ୍ତାକାଲି ବା ବୁଧବାରରେ ଶେଷ ହେବାର ଥିଲା। ହେଲେ ବାଚସ୍ପତି ଗୋଟିଏ ଦିନ ପୂର୍ବରୁ ବିଧାନସଭାକୁ ଅନିର୍ଦ୍ଧିଷ୍ଠ କାଳ ପାଇଁ ମୁଲତବି ଘୋଷଣା କରିଛନ୍ତି।

ଚଳିତ ମୌସୁମୀ ଅଧିବେସନେର ଅତିରିକ୍ତ ବ୍ୟୟ ମଂଜୁରୀ ବିଲ ସହିତ ୧୨ଟି ବିଲ୍‌ ପାରିତ ହୋଇଛି। ଏଥର ଅର୍ଥମନ୍ତ୍ରୀ ବିକ୍ରମ ଆରୁଖ ୨୮ ହଜାର ୨୦୦ କୋଟି ଟଙ୍କାର ଅତିରିକ୍ତ ବଜେଟ ବିଧାନସଭାରେ ଆଗତ କରିଥିଲେ। ଯାହା ପାରିତ ହୋଇଛି।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜର ମନ୍ତବ୍ୟ ରଖି କହିଥିଲେ ଯେ, ଏଥର ମୌସୁମୀ ଅଧିବେସନକୁ ସଠିକ ଭାବେ ପରିଚାଳନା କରାଯାଇଥିବାରୁ ସମସ୍ତଙ୍କୁ ଧନ୍ୟବାଦ। ବିଶେଷ କରି ବାଚସ୍ପତି ଏବଂ ଉପବାଚସ୍ପତିଙ୍କୁ ଧନ୍ୟବାଦ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ଏଥିସହିତ ସେ ଗଣମାଧ୍ୟମ ଏବଂ ଅଫିସରଙ୍କୁ ମଧ୍ୟ ଧନ୍ୟବାଦ ଦେଇଛନ୍ତି। ଏଥର ଅଧିବେସନକୁ ପ୍ରଥମ ଥର ପାଇଁ ପ୍ରମିଳା ମଲ୍ଲିକ ବାଚସ୍ପତି ହୋଇ ଗୃହ ପରିଚାଳନା କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ପୁଣି ବିଧାନସଭା ଅଚଳ, ଅପରାହ୍ନ ୪ ଟା ପର୍ଯ୍ୟନ୍ତ ଗୃହ ମୁଲତବି

ଭୁବନେଶ୍ବର: ଆଜି ପୁଣି ବିଧାନସଭାକୁ ଅଚଳ କରିଛନ୍ତି ବିରୋଧୀ ବିଜେପି। ଆଜି ପ୍ରଶ୍ନକାଳ ଆରମ୍ଭ ହେବା ମାତ୍ରେ ବିରୋଧୀ ବିଜେପି ଗୃହ ମଧ୍ୟ ଭାଗକୁ ଆସି ହଟ୍ଟଗୋଳ କରିଥିଲେ। ସେମାନେ ସହି ପୁରୁଣା ଦାବୀ କରିଥିଲେ। ସେମାନେ ହାଙ୍ଗାମା କରିବା ଦ୍ବାରା ପ୍ରଶ୍ନକାଳ ଠିକ୍ ରେ ଚାଲିପାରି ନ ଥିଲା। ଫଳରେ ବାଚସ୍ପତି ଗୃହ କାର୍ଯ୍ୟକୁ ଅପରାହ୍ନ ୪ ଟା ପର୍ଯ୍ୟନ୍ତ ମୁଲତବି ଘୋଷଣା କରିଛନ୍ତି।

ବିଜେପି ସଦସ୍ୟମାନେ ତାଙ୍କର ଦୁଇ ବିଧାୟକଙ୍କ ଉପରୁ ତୁରନ୍ତ ନିଲମ୍ବନ ଆଦେଶ ପ୍ରତ୍ୟାହାର କରିବା ପାଇଁ ଦାବୀ କରିଥିଲେ। ସେହିପରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୃହରେ ବିରୋଧୀଙ୍କୁ ଜନ ବିରୋଧୀ ବୋଲି କହିଥିଲେ। ତାହାକୁ ବିବରଣୀରୁ ବାଦ ଦିଆଯାଉ ବୋଲି ଦାବୀ କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ପୁଣି ବିରୋଧୀ ବିଜେପିର ହଟ୍ଟଗୋଳ, ଗୃହ କାର୍ଯ୍ୟ ଅପରାହ୍ନ ୪ଟା ପର୍ଯ୍ୟନ୍ତ ମୁଲତବୀ

ଭୁବନେଶ୍ବର: ଆଜି ପୁଣି ଥରେ ବିଧାନସଭାରେ ହଟ୍ଟଗୋଳ ସୃଷ୍ଟି ହୋଇଛି। ବିରୋଧୀ ବିଜେପି ଦଳର ସଦସ୍ୟଙ୍କ ହଟ୍ଟଗୋଳ ଯୋଗୁଁ ଏହି ଗୃହ କାର୍ଯ୍ୟ ଚାଲିପାରି ନାହିଁ। ଫଳରେ ବାଚସ୍ପତି ଗୃହକୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ମୁଲତବି ଘୋଷଣା କରିଛନ୍ତି।

ଆଜି ଗୃହର ପ୍ରଶ୍ନ ଉତ୍ତର କାର୍ଯ୍ୟ ଆରମ୍ଭ ହେବା ମାତ୍ରେ ବିରୋଧୀ ବିଜେପି ସଦସ୍ୟ ଗୃହର ମଧ୍ୟ ଭାଗକୁ ଆସି ହାଙ୍ଗାମା କରିଥିଲେ। ସେମାନେ ହାତରେ ପ୍ଲାକାର୍ଡ ଧରି ବିକ୍ଷୋଭ କରିଥିଲେ।

ଏଥିରେ ସେମାନେ ଦୁଇ ବିଜେପି ବିଧାୟକଙ୍କ ଉପରୁ ନିଲମ୍ବନ ପ୍ରତ୍ୟାହାର ପାଇଁ ଦାବୀ କରିଥିଲେ। ଏଥିସହିତ ବିରୋଧୀ ଦଳର ନେତାଙ୍କୁ ଯେଉଁ ଅଶାଳିନ ମନ୍ତବ୍ୟ ପ୍ରଦାନ କରାଯାଇଛି ତାହାକୁ ବିବରଣୀରୁ ବାଦ ଦେବା ପାଇଁ ସେମାନେ ଦାବୀ କରିଥିଲେ।

Categories
ବିଶେଷ ଖବର ରାଜ୍ୟ ଖବର

ବାଚସ୍ପତିଙ୍କ ପୋଡିୟମ ଉପକୁ ଡାଲି ଫିଙ୍ଗି ଦୁଇ ବିଜେପି ବିଧାୟକ ନିଲମ୍ବିତ

ଭୁବନେଶ୍ବର: ଆଜି ବିଧାନସଭାରେ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଥିଲା। ବିରୋଧୀ ବିଜେପି ବିଧାୟକ ଗୃହ ମଧ୍ୟ ଭାଗକୁ ଆସି ହଟ୍ଟଗୋଳ କରି ବାଚସ୍ପତିଙ୍କ ପୋଡିୟମ ଉପରକୁ ଡାଲି ଫିଙ୍ଗିଥିଲେ। ଯାହାକୁ ନେଇ ଦୁଇ ଜଣ ବିଧାୟକଙ୍କୁ ଗୃହରୁ ନିଲମ୍ବିତ କରିଥିଲେ ବାଚସ୍ପତି ପ୍ରମିଳା ମଲ୍ଲିକ। ସେମାନେ ହେଲେ ମୋହନ ମାଝି ଓ ମୁକେଶ ମହାଲିଙ୍ଗ। ଚଳିତ ଅଧିବେସନ ଶେଷ ପର୍ଯ୍ୟନ୍ତ ତାଙ୍କୁ ନିଲମ୍ବିତ କରାଯାଇଛି।

ଆଜି ଶୂନ୍ୟ କାଳରେ ବିରୋଧୀ ଦଳର ନେତା ଜୟନାରାୟଣ ମିଶ୍ର ନିଜର ବିବୃତି ରଖୁଥିଲେ। ହେଲେ ତାଙ୍କର ସମୟ ସରିଯିବା ପରେ ଅଧିକ କହିବା ପାଇଁ ବାଚସ୍ପତି ଅନୁମତି ଦେଇ ନ ଥିଲେ। ଏହାକୁ ନେଇ ଜୟନାରାୟଣ ଉତକ୍ଷିପ୍ତ ହୋଇ ଯାଇଥିଲେ। ଫଳରେ ବିଜେପି ବିଧାୟକଗଣ ଗୃହ ମଧ୍ୟକୁ ଆସି ପାଟି କରିଥିଲେ। ଏଥିସହିତ ମେଣ୍ଟାଲ ହେଲଥ ଡିସଅଡର ଶଦ୍ଦକୁ ବାଦ ଦେବା ପାଇଁ ବିଜେପି ବିଧାୟକ ଦାବୀ କରିଥିଲେ।

ଏହି ସମୟରେ ପଲିଥିନରେ ଆଣିଥିବା ଡାଲିକୁ ବାଚସ୍ପତିଙ୍କ ଉଦ୍ଦେଶ୍ୟରେ ବିଜେପି ସଦସ୍ୟ ଦେଖାଇଥିଲେ। ଏହାପରେ ବାଚସ୍ପତିଙ୍କ ଉପରକୁ ଏହି ଡାଲି ଫିଙ୍ଗିଥିଲେ। ଏହାକୁ ନେଇ ମୁକେଶ ମହାଲିଙ୍ଗ ତାଙ୍କର ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି ଯେ, ବାଚସ୍ପତି ଡାଲି ଭଲ ପାଆନ୍ତି। ସେଥିପାଇଁ ତାଙ୍କୁ ଡାଲି ଉପହାର ଦେବା ପାଇଁ ଆଣିଥିଲୁ। ହେଲେ ବାଚସ୍ପତି ନିର୍ଦ୍ଦଳିୟ ନିଷ୍ପତି ନେବା କଥା ତାହା କଲେ ନାହିଁ।

ସେହିପରି ମୋହନ ମାଝି ମଧ୍ୟ ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି ଯେ ମୋତେ ବିନା ଦୋଷରେ ସସପେଣ୍ଡ କରାଯାଇଛି। ମୁଁ ଡାଲି ଆଣି ନାହିଁ କି ଫୋପାଡି ନାହିଁ। ହେଲେ ମୋତେ କାହିଁକି ସସପେଣ୍ଡ କରାଗଲା ମୁଁ ଜାଣି ପାରୁ ନାହିଁ। ସେ ଡାଲି ଭଲ ପାଉଛନ୍ତି ବୋଲି ଆମ ବିଧାୟକ ତାଙ୍କୁ ଉପହାର ଦେବାକୁ ଆଣିଥିଲେ। ହେଲେ ମୁଁ ଏହା କରି ନାହିଁ।

ଏହାକୁ ନେଇ ବିରୋଧୀ ଦଳର ନେତା ଜୟନାରାୟଣ ମିଶ୍ର ମଧ୍ୟ ଅଭିଯୋଗ କରିଛନ୍ତି। ସେ କହିଛନ୍ତି ଯେ, ସେମାନେ ମୋତେ ଗୃହରେ ମେଣ୍ଟାଲ ଡିସଅଡର ବୋଲି କହିଲେ। ତାହାକୁ ଗୃହର ବିବରଣୀରୁ ବାଦ ଦେବା ପାଇଁ ଆମେ ବାଚସ୍ପତିଙ୍କୁ କହିଲୁ। ହେଲେ ବାଚସ୍ପତି ତାହାକୁ ଗ୍ରହଣ କଲେ ନାହିଁ। ବାଚସ୍ପତି ନିରପକ୍ଷ ନୁହଁନ୍ତି। ସେ ଦଳୀୟ ନେତାଙ୍କ ପରି ବ୍ୟବହାର କରୁଛନ୍ତି।

 

Categories
ଆଜିର ଖବର ରାଜ୍ୟ ଖବର

ସ୍ବାଭାବିକ ହେଲା ଗୃହ କାର୍ଯ୍ୟ, କୃଷି ବିଭାଗର ପ୍ରଶ୍ନ ଉତ୍ତର ଆରମ୍ଭ

ଭୁବନେଶ୍ବର: ତିନିଦିନ ପରେ ଆଜି ଗୃହ କାର୍ଯ୍ୟ ସ୍ବାଭିବିକ ହୋଇଛି। ଆଜି ବାଚସ୍ପତି ପ୍ରମିଳା ମଲ୍ଲିକ ସର୍ବଦଳୀୟ ବୈଠକ ଡାକି ଗୃହକାର୍ଯ୍ୟରେ ସହଯୋଗ କରିବା ପାଇଁ ସମସ୍ତଙ୍କୁ ଅନୁରୋଧ କରିଥିଲେ। ଏହାପରେ ବିଧାନସଭା ଆରମ୍ଭ ହେବା ପରେ କୌଣସି ହଟ୍ଟଗୋଳ ପରିଲକ୍ଷିତ ହୋଇ ନ ଥିଲା।

ଫଳରେ କୃଷି ଓ ମତ୍ସ ସଂପଦ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ତାଙ୍କ ବିଭାଗୀୟ ପ୍ରଶ୍ନର ଉତ୍ତର ପ୍ରଦାନ କରିଥିଲେ। ଆଜି କୃଷି କୃଷକ ଶସକ୍ତିକରଣ, ଉଚ୍ଚଶିକ୍ଷା, ବିଦ୍ୟାଳୟ ଓ ଗଣଶିକ୍ଷା, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ , ଶ୍ରମ ଓ କର୍ମଚାରୀ ରାଜ୍ୟ ବିମା, ସମବାୟ, ମତ୍ସ୍ୟ ଓ ପଶୁସମ୍ପଦ ବିଭାଗର ଆଜି ପ୍ରଶ୍ନକାଳ ରହିଛି।

Categories
ଆଜିର ଖବର ରାଜ୍ୟ ଖବର

ଆଜି ବିଧାନସଭାର ଚତୁର୍ଥ ଦିନ, ଗୃହ ସ୍ବାଭିବକ ହେବା ନେଇ ସନ୍ଦେହ

ଭୁବନେଶ୍ୱର: ଚାରିଦିନ ଧରି ବିଧାନସଭା ଠିକରେ ଚାଲିପାରୁ ନାହିଁ। ସେହିପରି ଆଜି ମଧ୍ୟ ଠିକରେ ଚାଲିବ କି ନାହିଁ ତାହା ସନ୍ଦେହରେ। ମୁଖ୍ୟତଃ ବିରୋଧୀ ଶାସକ ଦଳର ମୁହାଁମୁହିଁ ପରିସ୍ଥିତି ଯୋଗୁଁ ଗୃହ ଠିକରେ ଚାଲିପାରୁ ନାହିଁ। ବିଜେପି ଯୋଗୁଁ ଗୃହ କାର୍ଯ୍ୟ ଠିକରେ ଚାଲିପାରୁ ନାହିଁ ବୋଲି ଉଭୟ କଂଗ୍ରେସ ଓ ବିଜେଡି ଅଭିଯୋଗ କରିଛନ୍ତି।

ଆଜି କୃଷି କୃଷକ ଶସକ୍ତିକରଣ, ଉଚ୍ଚଶିକ୍ଷା, ବିଦ୍ୟାଳୟ ଓ ଗଣଶିକ୍ଷା, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ , ଶ୍ରମ ଓ କର୍ମଚାରୀ ରାଜ୍ୟ ବିମା, ସମବାୟ, ମତ୍ସ୍ୟ ଓ ପଶୁସମ୍ପଦ ବିଭାଗର ଆଜି ପ୍ରଶ୍ନକାଳ ରହିଛି ।

Categories
ଜାତୀୟ ଖବର ବିଶେଷ ଖବର ବ୍ୟକ୍ତିତ୍ୱ ରାଜ୍ୟ ଖବର

ଲୋକଙ୍କ ଅଭିଯୋଗ ଶୁଣିବା ପାଇଁ ପାଣ୍ଡିଆନ କାହିଁକି ହେଲିକାପ୍ଟର ନେଇଥିଲେ? ମୁଖ୍ୟମନ୍ତ୍ରୀ ଜବାବ ପରେ ବିରୋଧୀ ଚୁପ

ଭୁବନେଶ୍ବର: ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଧାନସଭାରେ 5ଟି ସଚିବ ଭି କେ ପାଣ୍ଡିଆନ ଗସ୍ତ ଉପରେ ବିସ୍ତୁତ ତଥ୍ୟ ଉପସ୍ଥାପନ କରିଛନ୍ତି। ବିରୋଧୀଙ୍କ ହଟ୍ଟଗୋଳ ପରେ ନବୀନ ଏହି ତଥ୍ୟ ରଖିଛନ୍ତି। ତେବେ ମୁଖ୍ୟମନ୍ତ୍ରୀ ପାଣ୍ଡିଆନ ଗସ୍ତ ଉପରେ ଯାହା ତଥ୍ୟ ଉପସ୍ଥାପନ କଲେ ତାହା ଶୁଣିବା ପରେ ବିରୋଧୀ ପୁରା ଚୁପ ହୋଇପଡିଛନ୍ତି।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ମୋ ସରକାର ଜନସାଧାରଣଙ୍କର ଅଭିଯୋଗ ସମାଧାନ ଉପରେ ସବୁବେଳେ ସର୍ବୋଚ୍ଚ ପ୍ରାଥମିକତା ଦେଇ ଆସିଛି। କୋଭିଡ ମହାମାରୀ ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଭୁବନେଶ୍ୱରରେ ଜନସାଧାରଣଙ୍କର ଅଭିଯୋଗ ଶୁଣାଣୀ କରି ସମାଧାନ ପାଇଁ ପଦକ୍ଷେପ ନେଉଥିଲେ।

ସାରା ରାଜ୍ୟର ବିଭିନ୍ନ ଅଞ୍ଚଳରୁ ଲୋକମାନେ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠକୁ ଆସି ସେମାନଙ୍କ ଅଭିଯୋଗ ଦାଖଲ କରୁଥିଲେ ଏବଂ ଆମର ସୁଦୃଢ ଅଭିଯୋଗ ଶୁଣାଣି ବ୍ୟବସ୍ଥା ଜରିଆରେ ସେଗୁଡିକର ସମାଧାନ କରାଯାଉଥିଲା । ରାଜ୍ୟର ସର୍ବୋଚ୍ଚ କାର୍ଯ୍ୟାଳୟରେ ପହଞ୍ଚି ଅଭିଯୋଗ ଜଣାଇବା ବ୍ୟବସ୍ଥା ଲୋକମାନଙ୍କ ମନରେ ବ୍ୟବସ୍ଥା ପ୍ରତି ଆସ୍ଥା ସୃଷ୍ଟି କରୁଥିଲା।

କୋଭିଡ ସମୟରେ କଟକଣା ଯୋଗୁ ପ୍ରାୟ ୨ ବର୍ଷ ଧରି ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ ବନ୍ଦ ରହିଥିଲା । ପରିସ୍ଥିତି ସ୍ବାଭାବିକ ହେବା ପରେ ଏହା ପୁଣି ଥରେ ତାର କାର୍ଯ୍ୟ ଆରମ୍ଭ କରିଥିଲା । ସେ ଯାହା ହେଉ ନା କାହିଁକି, କୋଭିଡ ପରବର୍ତ୍ତୀ ସମୟରେ ଅଭିଯୋଗ ପ୍ରକୋଷ୍ଠକୁ ଆସୁଥିବା ଲୋକଙ୍କ ସଂଖ୍ୟା ତଥା ଅଭିଯୋଗର ହାରାହାରି ସଂଖ୍ୟାରେ ହ୍ରାସ ପରିଲକ୍ଷିତ ହେଲା ।

୨ ବର୍ଷ ଧରି କୋଭିଡ କଟକଣା ଲାଗୁ ରହିବା ଫଳରେ ଅଭିଯୋଗ ସମାଧାନରେ ସମସ୍ୟା ଦେଖାଦେଲା ଏବଂ ଲୋକଙ୍କ ଘର ପାଖରେ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠକୁ ନେଇ ପହଞ୍ଚାଇବା ପାଇଁ ମୁଁ ଚିନ୍ତା କଲି। ରାଜ୍ୟର ସବୁ ବ୍ଲକ ଓ ସବୁ ସହରାଞ୍ଚଳରେ କମ୍ ସମୟ ମଧ୍ୟରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ କିପରି ପହଞ୍ଚି ପାରିବ ସେ ଦିଗରେ ଆମେ ପଦକ୍ଷେପ ନେଲୁ । ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଦ୍ୱାରା ପରିଚାଳିତ ଏବଂ ମୋ ନିର୍ଦ୍ଦେଶକ୍ରମେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ରାଜ୍ୟର ବିଭିନ୍ନ ଜିଲ୍ଲାରେ ବିକେନ୍ଦ୍ରିତ ଅଭିଯୋଗ ଶୁଣାଣି ପରିଚାଳନା କଲେ ।

୬ ମାସ ମଧ୍ୟରେ ରାଜ୍ୟର ୧୯୦ ରୁ ଅଧିକ ସ୍ଥାନରେ ଏହି ଅଭିଯୋଗ ଶୁଣାଣୀ ଆୟୋଜନ କରାଗଲା। ପ୍ରତ୍ୟେକ ଦିନ ୩ ରୁ ୫ଟି ସ୍ଥାନରେ ଅଭିଯୋଗ ଶୁଣାଣୀ ହେଲା ଏବଂ ଏହି ପ୍ରକ୍ରିୟାରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଲୋକଙ୍କ ଠାରୁ ୫୭୪୪୨ଟି ଦରଖାସ୍ତ ଗ୍ରହଣ କରିଥିଲା ଏବଂ ଆଜି ପର୍ଯ୍ୟନ୍ତ ୪୩୫୩୬ ଦରଖାସ୍ତର ଫୈସଲା କରାଯାଇଛି।

ଏହି ସମ୍ପୂର୍ଣ୍ଣ ବ୍ୟବସ୍ଥା ବୈଷୟିକ ଜ୍ଞାନ କୌଶଳର ପ୍ରୟୋଗ ଦ୍ୱାରା ସ୍ୱଚ୍ଛତାର ସହ ସମ୍ପାଦନ କରାଯାଇଛି। ଏହି ସମସ୍ତ ଦରଖାସ୍ତ ଏବଂ ତା ଉପରେ ନିଆଯାଇଥିବା କାର୍ଯ୍ୟାନୁଷ୍ଠାନ ତଥା ଫୈସଲାର ବିଭିନ୍ନ ପର୍ଯ୍ୟାୟର ସମ୍ପୂର୍ଣ୍ଣ ବିବରଣୀ ଜନଶୁଣାଣି ପୋର୍ଟାଲରେ ସ୍ଥାନିତ ହୋଇଛି।

ଉତ୍ତରୀଧିକାର ସତ୍ତ୍ୱ ସଂକ୍ରାନ୍ତୀୟ ବିଷୟଗୁଡିକ ବାରମ୍ବାର ଆଲୋଚନା ଜରିଆରେ ସମାଧାନ ପାଇଁ ପଦକ୍ଷେପ ନିଆଯାଉଛି ଏବଂ ଦୀର୍ଘ ଦିନ ଧରି ପଡି ରହିଥିବା ଏହି ଐତିହାସିକ ସମସ୍ୟା ଗୁଡିକର ଆଗାମୀ ୨ ରୁ ୩ ମାସ ମଧ୍ୟରେ ସମାଧାନ ହୋଇଯିବ ବୋଲି ଆମେ ଆଶାବାଦୀ।

ଅଭିଯୋଗକାରୀ ମାନଙ୍କୁ ଲିଖିତ ଉତ୍ତର ଦିଆଯାଉଛି ଏବଂ ମୋ ସରକାର ଜରିଆରେ ଫୋନ କରାଯାଇ ସେମାନଙ୍କ ଠାରୁ ସେମାନଙ୍କ ମତାମତ ମଧ୍ୟ ସଂଗ୍ରହ କରାଯାଉଛି । ମୁଁ ଦୃଢତାର ସହ କହିପାରେ ଯେ ଦେଶର ଯେ କୌଣସି ସରକାରଙ୍କ ଦ୍ବାରା ପରିଚାଳିତ ଜନସାଧାରଣଙ୍କ ଅଭିଯୋଗର ସମାଧାନ ନିମନ୍ତେ ଥିବା ବ୍ୟବସ୍ଥା ମଧ୍ୟରେ ଏହା ହେଉଛି ସର୍ବୋତ୍କୃଷ୍ଟ ବ୍ୟବସ୍ଥା ।

ଆପଣମାନଙ୍କର ମନେ ଥାଇପାରେ ଯେ କୋଭିଡ ସମୟରେ କୋଭିଡ ପରାଚାଳନା ସଂପର୍କରେ ତଦାରଖ କରିବା ପାଇଁ ବରିଷ୍ଠ ଅଧିକାରୀ ମାନଙ୍କ ସହ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ସେହି ଟିମ୍‌କୁ ବିଭିନ୍ନ ସ୍ଥାନକୁ ମୁଁ ପଠାଇଥିଲି।

ଯେତେବେଳେ ସମସ୍ତେ ଘର ଭିତର ଆବଦ୍ଧ ଥିଲେ, ସେତେବେଳେ ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟର ଟିମ୍ ନିଜ ଜୀବନକୁ ବିପନ୍ନ କରି ବରିଷ୍ଠ ଅଧିକାରୀମାନଙ୍କ ସହ ଜିଲ୍ଲାରୁ ଜିଲ୍ଲାକୁ ବୁଲି କୋଭିଡ ପରିସ୍ଥିତିର ତଦାରଖ କରୁଥିଲେ ଏବଂ ଲୋକମାନଙ୍କର ମତାମତ ନେଉଥିଲେ।

ଏହି ବ୍ୟବସ୍ଥା ଆମକୁ ତ୍ବରିତ ନିଷ୍ପତ୍ତି ନେବାରେ ସହାୟକ ହୋଇଥିଲା ଏବଂ ଆମେ ଆମ ରାଜ୍ୟବାସୀଙ୍କର ଅମୂଲ୍ୟ ଜୀବନ ରକ୍ଷା କରିବା ସହିତ ଅନ୍ୟ ରାଜ୍ୟ ଗୁଡିକୁ ମଧ୍ୟ ସାହାଯ୍ୟ କରିଆସିଥିଲୁ।

ବର୍ତ୍ତମାନ ଏହି ବ୍ୟବସ୍ଥା ସମ୍ପର୍କରେ ଆପଣମାନଙ୍କର ରାଜନୈତିକ ସମାଲୋଚନା ଉପରେ ମୁଁ କିଛି କହିବାକୁ ଚାହୁଁଛି । ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ ସବୁବେଳେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଦ୍ବାରା ପରିଚାଳିତ ଏବଂ ଭୁବନେଶ୍ବରରେ ମାନ୍ୟବର ମନ୍ତ୍ରୀ ମାନଙ୍କର ଏହି ବ୍ୟବସ୍ଥାରେ ସାମିଲ ହେବାରେ କୌଣସି ଆବଶ୍ୟକତା ପଡିନାହିଁ। ଗୋଟିଏ ଅଭିଯୋଗ ଦରଖାସ୍ତ ମିଳିବା ପରେ ଏହାକୁ ସଂପୃକ୍ତ ବିଭାଗକୁ ପଠାଯାଇଥାଏ । ତେଣୁ ଏଥିରେ ମାନ୍ୟବର ମନ୍ତ୍ରୀ ବନାମ ଅଫିସର ପ୍ରସଙ୍ଗ ଉଠୁଛି କେଉଁଠି ?

ଅଭିଯୋଗ ଦରଖାସ୍ତର ବିଭାଗୀୟ ସ୍ତରୀୟ ସମାଧାନରେ ବିଭାଗର ମୁଖ୍ୟ ଭାବରେ ମାନ୍ୟବର ମନ୍ତ୍ରୀମାନେ ସବୁବେଳେ ପ୍ରମୁଖ ଭୂମିକା ଗ୍ରହଣ କରିଆସିଛନ୍ତି । ଏହା ସର୍ବୋଚ୍ଚ ସ୍ତରରେ ଟିମ୍‌ ୱାର୍କ ଅଟେ ଏବଂ ଏକ ଗଣତାନ୍ତ୍ରିକ ବ୍ୟବସ୍ଥାରେ ବୃତ୍ତିଗତ ଭାବରେ ଏହା କରାଯାଇଥାଏ। ଲୋକଙ୍କ ଅଭିଯୋଗର ଯେଭଳି ଠିକ୍‌ ଭାବରେ ସମାଧାନ ହେବ ଏବଂ ଜନସାଧାରଣ ଯେପରି ସର୍ବୋତ୍ତମ ସନ୍ତୁଷ୍ଟି ଲାଭ କରିବେ, ତାହା ହିଁ ଆମର ଲକ୍ଷ୍ୟ।

ଯଦି ସମସ୍ତ ୫୭ ହଜାର ଅଭିଯୋଗକାରୀ (ତନ୍ମଧ୍ୟରୁ ସଂଖ୍ୟାଧିକ ହେଉଛି ଗୋଷ୍ଠୀଗତ ଅଭିଯୋଗ) ଭୁବନେଶ୍ବରରେ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠକୁ ଆସିଥାନ୍ତେ, ଯିବା ଆସିବା ଓ ରହଣୀରେ ସେମାନଙ୍କର କେତେ ଖର୍ଚ୍ଚ ହୋଇଥାନ୍ତା ? ସେମାନେ କେତେ ମଜୁରୀ ହରାଇ ଥାନ୍ତେ? ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ ଜନସାଧାରଣଙ୍କ ଘରପାଖକୁ ଯାଇ ଅଭିଯୋଗ ସଂଗ୍ରହ କରିଥିବାରୁ, ଜନସାଧାରଣଙ୍କ ଅର୍ଥ ଓ ସମୟ ବଞ୍ଚିପାରିଛି।

ହେଲିକପ୍ଟର ବ୍ୟବହାର ସଂପର୍କରେ –

ମୁଁ ଏଠାରେ ସ୍ପଷ୍ଟ କରିଦେବାକୁ ଚାହେଁ ଯେ ଆମେ ଯଦି ହେଲିକପ୍ଟର ବ୍ୟବହାର ନ କରି ସଡକ ପଥରେ ଯାଇଥାନ୍ତୁ, ତେବେ ଏଥିପାଇଁ ଆମକୁ ଦେଢ ବର୍ଷ ସମୟ ଲାଗିଥାନ୍ତା । ପ୍ରତ୍ୟେକ ଦିନ ବିଭିନ୍ନ ସ୍ଥାନରେ ୩ ରୁ ୫ଟି ସଭା କରିବା ଏବଂ ତା ପୁଣି ଲୋକଙ୍କ ସୁବିଧାକୁ ଦୃଷ୍ଟିରେ ରଖି ୧୦ ଟାରୁ ୩ଟା ମଧ୍ୟରେ କରିବା ଯେ କୌଣସି ମଣିଷ ପାଖରେ ଅସମ୍ଭବ ଅଟେ।

ଗତ ସାଢେ ତିନି ବର୍ଷ ମଧ୍ୟରେ ଆମେ ହେଲିକପ୍ଟର ବ୍ୟବହାରରେ ୪୦ କୋଟି ଟଙ୍କା ଖର୍ଚ୍ଚ କରିଛୁ। ହାରାହାରୀ ଭାବରେ ପ୍ରତି ମାସରେ ହେଲିକପ୍ଟର ବ୍ୟବହାର ବାବଦକୁ ଏକ କୋଟିରୁ ଦେଢ କୋଟି ଟଙ୍କା ଖର୍ଚ୍ଚ କରାଯାଇଛି। ଗତ ୬ ମାସ ମଧ୍ୟରେ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ବ୍ୟାପକ ଭାବରେ ହେଲିକପ୍ଟର ବ୍ୟବହାର କରାଯାଇଛି, ଯାହାର କି ହାରାହାରି ଖର୍ଚ୍ଚ ମାସ ପିଚ୍ଛା କୋଟିଏ ରୁ ଦେଢ କୋଟି ଟଙ୍କା ମଧ୍ୟରେ ହୋଇଛି। ହେଲିକପ୍ଟର ବ୍ୟବହାରରେ ମାତ୍ରାଧିକ ଖର୍ଚ୍ଚ ସଂକ୍ରାନ୍ତୀୟ ଅଭିଯୋଗ ସଂପୂର୍ଣ୍ଣ ମିଥ୍ୟା ଓ ଅଭିସନ୍ଧିମୂଳକ।

ସଂପୂର୍ଣ୍ଣ ବୃତ୍ତିଗତ ଭାବରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ରାଜ୍ୟର ବିଭିନ୍ନ ନିର୍ବାଚନମଣ୍ଡଳୀରେ ଅଭିଯୋଗ ଶୁଣାଣୀ କରିଛି। ଏହି ଶୁଣାଣୀ ସମୟରେ ଲୋକଙ୍କୁ ସରକାରଙ୍କର ବିଭିନ୍ନ ଯୋଜନା ସଂପର୍କରେ ଅବଗତ କରାଯାଇଛି। ସଂପୃକ୍ତ ଅଞ୍ଚଳରେ ଚାଲିଥିବା ବିଭିନ୍ନ ପ୍ରକଳ୍ପ ଏ ସେଥିପାଇଁ ହୋଇଥିବା ଅର୍ଥ ମଂଜୁରୀ ସଂପର୍କରେ ସୂଚନା ଦିଆଯାଇଛି। ଲୋକଙ୍କ ଅଭିଯୋଗର ସମାଧାନ ନିର୍ଦ୍ଦିଷ୍ଟ ସମୟ ସୀମା ମଧ୍ୟରେ ସଂପୂର୍ଣ୍ଣ କରିବା ପାଇଁ ମୁଁ ସ୍ବତନ୍ତ୍ର ଭାବରେ ନିର୍ଦ୍ଦେଶ ଦେଇଥିଲି।

ଲୋକଙ୍କ ଅଭିଯୋଗ ଶୁଣାଣୀ ନିମନ୍ତେ ବିଭିନ୍ନ ସ୍ଥାନରେ ଯେଭଳି ବୃତ୍ତିଗତ ଭାବରେ ଦକ୍ଷତାର ସହ ପଦକ୍ଷପ ଗ୍ରହଣ କରାଗଲା, ସେଥିପାଇଁ ମୁଁ ମାନ୍ୟବର ମନ୍ତ୍ରୀଗଣ, ଜିଲ୍ଲା ପ୍ରଶାସନ, ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ, ସରକାରଙ୍କ ବିଭିନ୍ନ ବିଭାଗ ତଥା ଏଥିରେ ସଂପୃକ୍ତ ଥିବା ସମସ୍ତଙ୍କୁ ଆନ୍ତରିକ ଧନ୍ୟବାଦ ଜଣାଉଛି।

ସେମାନଙ୍କ ଅଞ୍ଚଳରେ ଅନେକ ଅଭିଯୋଗର ସମାଧାନ କରାଯାଇଥିବାରୁ, ବିରୋଧୀ ଦଳର ସଦସ୍ୟ ମାନେ ମଧ୍ୟ ଖୁସି ହେବା ଉଚିତ। ମୁଁ ବୁଝିପାରୁ ନାହିଁ, ଲୋକଙ୍କ ସମସ୍ୟା ସମାଧାନ ପାଇଁ ନିଆଯାଇଥିବା ପଦକ୍ଷେପକୁ କିଏ କିପରି ବିରୋଧ କରିପାରିବ ? ଏଭଳି ବିରୋଧ ଜନବିରୋଧୀ ଏବଂ ଜନସାଧାରଣ ଏଭଳି ମନୋବୃତ୍ତିକୁ ଉଚିତ ଜବାବ ଦେବେ ।

ସେ ଯାହା ହେଉ ନା କାହିଁକି, ଆମ ସମସ୍ତେ ଜନତାର ସେବକ। ଜନସାଧାରଣଙ୍କ ଅଭିଯୋଗର ଶୁଣାଣୀ ଆମର ସର୍ବୋଚ୍ଚ ପ୍ରାଥମିକତା ।

ଜନସାଧାରଣ ଖୁସି
ଲୋକ ପ୍ରତିନିଧିମାନେ ଖୁସି

ବିରୋଧୀ ଦଳର ସଦସ୍ୟମାନେ କେବଳ ରାଜନୈତିକ କାରଣ ଦୃଷ୍ଟିରୁ ଅସନ୍ତୁଷ୍ଟ ହେବା ଉଚିତ ନୁହେଁ । ମୋ ସରକାର ପାଇଁ, ଜନସାଧାରଣ ହେଉଛନ୍ତି ପ୍ରଥମ। ଲୋକଙ୍କ ସମସ୍ୟା ସମାଧାନ ଆମର ସର୍ବୋcଚ୍ଚ ପ୍ରାଥମିକତା ଏବଂ ଏହାକୁ ସର୍ବୋତ୍ତମ ଭାବରେ ସଂପାଦନ କରିବା ପାଇଁ ମୁଁ କାମ କରିଚାଲିବି।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ପାଣ୍ଡିଆନଙ୍କୁ କାହିଁକି ଜିଲ୍ଲା ଗସ୍ତରେ ପଠାଯାଇଥିଲା, ଗୃହରେ ଉତ୍ତର ରଖିଲେ ମୁଖ୍ୟମନ୍ତ୍ରୀ ନବୀନ

ଭୁବନେଶ୍ବର: ଆଜି ଗୃହରେ ୫ଟି ସଚିବ ଭି କେ ପାଣ୍ଡିଆନ ବା ସିଏମଓଙ୍କ ଗସ୍ତ ସଂପର୍କରେ ତଥ୍ୟ ରଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଆଜି ସକାଳୁ ଗୃହ କାର୍ଯ୍ୟ ଆରମ୍ଭ ହେବା ମାତ୍ରେ ବିରୋଧୀ ବିଜେପି ହଟ୍ଟଗୋଳ କରିଥିଲେ। ସେମାନେ ମନ୍ତ୍ରୀ ବଡ ନା ସଚିବ ବଡ ନାରାବାଜି ଦେଇ ଗୃହକାର୍ଯ୍ୟକୁ ଅଚଳ କରିଦେଇଥିଲେ। ଫଳରେ ବାଚସ୍ପତି ଗୃହକାର୍ଯ୍ୟକୁ ଦିନ ୧୨ ଟା ୩୦ ପର୍ଯ୍ୟନ୍ତ ମୁଲତବି ରଖିଥିଲେ।

ଏହାପରେ ଗୃହ କାର୍ଯ୍ୟ ଆରମ୍ଭ ହେବା ପରେ ଗୃହର ନେତା ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୃହରେ ନିଜର ବିବୃତି ପ୍ରଦାନ କରିଥିଲେ। ସେ ବିରୋଧୀଙ୍କର ନାରା ବାଜିକୁ କଡା ଜବାବ ଦେଇଥିଲେ। ଦୀର୍ଘ ସମୟ ଧରି ସେ ୫ଟି ସଚିବ ବା ସିଏମଓକୁ କାହିଁକି ଜିଲ୍ଲା ଗସ୍ତରେ ପଠାଇଥିଲେ ତାହାର ପ୍ରମାଣ ରଖିଥିଲେ। ଯାହାକୁ ନେଇ ବିରୋଧୀ ଚୁପ ହୋଇଯାଇ ଥିଲେ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଭୁବନେଶ୍ବରରେ ମୁଖ୍ୟମନ୍ତ୍ରୀ ଅଭିଯୋଗ ପ୍ରକୋଷ୍ଠ ରହିଛି। ସେଠାରେ ସିଏମଓ ବା ମୁଖ୍ୟମନ୍ତ୍ରୀ ଅଧିକାରୀମାନେ ପରିଚାଳନା କରନ୍ତି। ହେଲେ ଗତ କୋଭିଡ ବେଳେ ତାହା ଦୁଇ ବର୍ଷ ପାଇଁ ବନ୍ଦ ରହିଥିଲା। ଏହାପରେ ଅଭିଯୋଗ ପ୍ରକୋଷ୍ଠ ଖୋଲାଯାଇଥିଲା। ହେଲେ ପୂର୍ବ ଅପେକ୍ଷା ସେଠାକୁ ଲୋକେ ଆସିବା ହାର ହ୍ରାସ ପାଇଥିଲା। ଦୂରଦୂରାନ୍ତରୁ ଆଉ ଲୋକେ ଅଭିଯୋଗ କରିବା ପାଇଁ ଆସି ନ ଥିଲେ।

ଏହାକୁ ଦୃଷ୍ଟିରେ ରଖି ଏହି ଅଭିଯୋଗ ପ୍ରକୋଷ୍ଠକୁ ଲୋକଙ୍କ ପାଖକୁ ନେବା ପାଇଁ ମୁଁ ନିର୍ଦ୍ଦେଶ ଦେଇଥିଲି। ସେହି ଅନୁସାରେ ସିଏମଓ ବା ମୁଖ୍ୟମନ୍ତ୍ରୀ କାର‌୍ୟ୍ୟାଳୟ ଅଧିକାରୀ ଜିଲ୍ଲା, ବ୍ଲକ, ପଞ୍ଚାୟତ ଇତ୍ୟାଦି ବୁଲି ବୁଲି ଲୋକଙ୍କ ଅଭିଯୋଗ ସଂଗ୍ରହ କରିଥିଲେ। ଗତ ଛଅ ମାସ ମଧ୍ୟରେ ସିଏମଓ ୧୯୦ ସ୍ଥାନରେ ଅଭିଯୋଗ ଶୁଣାଣି କରିଛି। ସେଥିରେ ୫୭୪୪୨ ଗୋଟି ପିଟିସନ ସଂଗ୍ରହ କରାଯାଇ ୪୩୫୩୬ ଟି ଅଭିଯୋଗର ସମାଧାନ କରାଯାଇଛି। ଏ ସବୁ ଜନଶୁଣାଣି ପୋର୍ଟାଲରେ ଉପଲବ୍ଧ ଅଛି ବୋଲି ମୁଖ୍ୟମନ୍ତ୍ରୀ ଗୃହକୁ ଜଣାଇଥିଲେ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଏହି ଗସ୍ତ ହେଉଛି ଦେଶର ସବୁଠାରୁ ବୃହତ ଜନଶୁଣାଣି ଏବଂ ଦେଶରେ ପ୍ରଥମ। ସେହିପରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଯେତେବେଳେ କୋଭିଡ ହୋଇଥିଲା ସେତେବେଳେ ସମସ୍ତେ ଘରେ ଥିବା ବେଳେ ଏହି ସିଏମଓ ଚାରିଆଡେ ବୁଲି ଲୋକଙ୍କ ସ୍ବାସ୍ଥ୍ୟ କଥା ଦେଖୁଥିଲା। ସେମାନେ ସେହି ସମୟରେ ନିଜ ଜୀବନକୁ ବାଜି ଲଗାଇ ଦେଇଥିଲେ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

ସେହିପରି ରାଜନୈତିକ ସମାଲୋଚନାକୁ ନେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଭୁବନେଶ୍ବରର ଯେଉଁ ଅଭିଯୋଗ ପ୍ରକୋଷ୍ଠ ରହିଛି ସେଠାରେ କେହି ମନ୍ତ୍ରୀ ଯାଆନ୍ତି ନାହିଁ। ତାହା ସେହି ସିଏମଓ ଙ୍କ ଦ୍ବାରା ଶୁଣାଣି କରାଯାଏ। ଯେଉଁ ବିଭାଗର ଅଭିଯୋଗ ଆସିଥାଏ ତାହା ସେହି ବିଭାଗକୁ ପଠାଯାଇଥାଏ। ତାହା ସେହି ମନ୍ତ୍ରୀଙ୍କ ଦ୍ବାରା ତଦରାଖ କରାଯାଇ ସମାଧାନ କରାଯାଇଥାଏ। ବର୍ତ୍ତମାନ ସେହି କାର୍ଯ୍ୟ ଜିଲ୍ଲାୱାରୀ କରାଯାଇଛି। ଯେଉଁଥିରେ ମନ୍ତ୍ରୀ କିମ୍ବା ବିଧାୟକ ରହିବାର ଆବଶ୍ୟକତା ନ ଥିଲା।

ଶେଷ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ସିଏମଓ ଜିଲ୍ଲା ଗସ୍ତ ନେଇ ଜନସାଧାରଣ ଖୁସି, ନିର୍ବାଚିତ ପ୍ରତିନିଧିମାନେ ଖୁସି, ହେଲେ ରାଜନୈତିକ କାରଣ ପାଇଁ ବିରୋଧୀ ଦଳ ଖୁସି ନୁହନ୍ତି। ତେବେ ଲୋକଙ୍କ ଖୁସି ପାଇଁ ଏହିପରି ଜନଶୁଣାଣି ଆଗକୁ ମଧ୍ୟ ଜାରୀ ରହିବ ବୋଲି ମୁଖ୍ୟମନ୍ତ୍ରୀ ଗୃହକୁ ଅବଗତ କରାଇଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ମନ୍ତ୍ରୀ ବଡ ନା ସଚିବ ବଡ ନେଇ ବିଧାନସଭାରେ ହଟ୍ଟଗୋଳ, ଗୃହ ମୁଲତବୀ

ଭୁବନେଶ୍ବର: ଆଜି ବିଧାନସଭା ଆରମ୍ଭରୁ ବିଜେପି ସଦସ୍ୟମାନେ ହଟ୍ଟଗୋଳ କରିଛନ୍ତି। ସେମାନେ ବାଚସ୍ପତିଙ୍କ ପୋଡିୟମ ପାଖକୁ ଆସି ହଟ୍ଟଗୋଳ କରିଥିଲେ। ଫଳରେ ବାଚସ୍ପତି ଗୃହକୁ ମୁଲତବୀ ଘୋଷଣା କରିଥିଲେ। ଏହାଦ୍ବାରା ଆଜି ପ୍ରଶ୍ନ ଉତ୍ତର କାର୍ଯ୍ୟକ୍ରମ ଠିକରେ ଚାଲିପାରି ନ ଥିଲା।

ଆଜି ବିରୋଧୀ ବିଜେପି ଏକ ମୁଲତବୀ ପ୍ରସ୍ତାବ ଆଣିଥିଲେ। ତାହା ଥିଲା ମନ୍ତ୍ରୀ ବଡ ନା ସଚିବ ବଡ। ହେଲେ ଏହାକୁ ବାଚସ୍ପତି ଗ୍ରହଣ କରି ନ ଥିଲେ। ଏହାକୁ ନେଇ ବିରୋଧୀ ବିଜେପି ସଦସ୍ୟ ଗୃହ ମଧ୍ୟ ଭାଗକୁ ଆସି ହଟ୍ଟଗୋଳ କରିଥିଲେ।