Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଆଜିଠୁ ବିଧାନସଭା ଶୀତ ଅଧିବେଶନ
ବିଶେଷ ଖବର

ଆଜିଠୁ ବିଧାନସଭା ଶୀତ ଅଧିବେଶନ

November 18, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link
Winter Session of the Legislative Assembly Begins Today
Winter Session of the Legislative Assembly Begins Today

ଭୁବନେଶ୍ବର: ଓଡ଼ିଶା ବିଧାନସଭାର ସପ୍ତଦଶ ଅଷ୍ଟମ ଶୀତକାଳୀନ ଅଧିବେଶନ ଆଜିଠାରୁ ଆରମ୍ଭ ହେବାକୁ ଯାଉଛି। ମୋଟ ୪୪ ଦିନ ଧରି ଚାଲିବାକୁ ଥିବା ଏହି ଅଧିବେଶନରେ ୩୩ଟି କାର୍ଯ୍ୟଦିବସ ରହିଥିବାବେଳେ ପ୍ରଥମ ଦିନରେ ୨୦୨୬-୨୭ ଆର୍ଥିକ ବର୍ଷର ପ୍ରଥମ ସପ୍ଲିମେଣ୍ଟାରୀ ବଜେଟ୍ ଉପସ୍ଥାପିତ ହେବ। ତେବେ ବନ୍ୟା କ୍ଷୟକ୍ଷତି, କୋଟିଆ ବିବାଦ ଓ ଏମ୍‌ଏମ୍‌ଡିଆର୍ ଆକ୍ଟ ଭଳି ପ୍ରସଙ୍ଗକୁ ନେଇ ଶାସକ ଓ ବିରୋଧୀଙ୍କ ମଧ୍ୟରେ କଡ଼ା ଟକ୍କର ହେବାର ସମ୍ଭାବନା ରହିଛି।

ଅଧିବେଶନର ପ୍ରଥମ ଦିନରେ ହିଁ ଅର୍ଥମନ୍ତ୍ରୀ ଦାୟିତ୍ୱରେ ଥିବା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ୨୦୨୬-୨୭ ଆର୍ଥିକ ବର୍ଷରେ ପ୍ରଥମ ସପ୍ଲିମେଣ୍ଟାରୀ ବଜେଟ୍ ଉପସ୍ଥାପନ କରିବେ ଏବଂ ନଭେମ୍ବର ୩୦ରେ ଆପ୍ରୋପିଏସନ ବିଲ୍ ଆଗତ ହୋଇ ପାରିତ ହେବ। ତେବେ ବିରୋଧୀ ବିଭିନ୍ନ ପ୍ରସଙ୍ଗରେ ଶାସକ ଦଳକୁ ଘେରିବାର ଯଥେଷ୍ଟ ସମ୍ଭାବନା ରହିଛି। ଗୃହକୁ ଶାନ୍ତି ଶୃଙ୍ଖଳାର ସହ ସମାପନ ପାଇଁ ସର୍ବଦଳୀୟ ବୈଠକରେ ସବୁ ଦଳକୁ ବାଚସ୍ପତି ସୁରମା ପାଢ଼ୀ ଅପିଲ ଅପିଲ କରିଛନ୍ତି।

ଶୀତ ଅଧିବେଶନରେ ପ୍ରଥମ ସପ୍ଲିମେଣ୍ଟାରୀ ବଜେଟ୍ ଉପସ୍ଥାପନ କାରଣରୁ ଏହାର ଗୁରୁତ୍ୱ ଅନେକ ରହିଛି। ନଭେମ୍ବର ୧୮ରେ ପ୍ରଥମ ସପ୍ଲିମେଣ୍ଟାରୀ ବଜେଟ୍ ଉପସ୍ଥାପନା ହେଉଥିବାବେଳେ, ୨୦ରେ ବେସରକାରୀ କାର୍ଯ୍ୟ ଦିବସ ଭାବେ ଦିନ ଧାର୍ଯ୍ୟ ହୋଇଛି। ସେହିପରି ନଭେମ୍ବର ୨୩ରୁ ୩୦ ଏବଂ ଡିସେମ୍ବର ୧ରୁ ୩୧ ମଧ୍ୟରେ ବିଭିନ୍ନ ବିଭାଗର ଖର୍ଚ୍ଚ ଦାବି ଉପରେ ଆଲୋଚନା ସହ ବିଲ ପାରିତ ହେବ। ଏହା ଉପରେ ନଭେମ୍ବର ୨୫ରୁ ୨୭ ମଧ୍ୟରେ ସାଧାରଣ ଆଲୋଚନା ହେବ। ନଭେମ୍ବର ୩୦ରେ ଆପ୍ରୋପିଏସନ ବିଲ ଆଗତ ହୋଇ ପାରିତ ହେବ।

ଗୃହ ଆରମ୍ଭ ହେବାର ଗୋଟିଏ ଦିନ ପୂର୍ବରୁ ଅର୍ଥାତ ମଙ୍ଗଳବାର ବାଚସ୍ପତି ଶ୍ରୀମତୀ ପାଢ଼ୀଙ୍କ ଅଧ୍ୟକ୍ଷତାରେ ବସିଥିଲା ସର୍ବଦଳୀୟ ବୈଠକ। ଗୃହକୁ ସୁରୁଖୁରୁରେ ଚଳାଇବା ବିରୋଧୀଙ୍କ ସହାଯୋଗ ଲୋଡ଼ିଛନ୍ତି ବାଚସ୍ପତି। ବିରୋଧୀ କଂଗ୍ରେସ ଓ ବିଜେଡି ପକ୍ଷରୁ ଉକ୍ତ ବୈଠକରେ ବିଭିନ୍ନ ପ୍ରସଙ୍ଗ ସହ ଗଞ୍ଜାମ ବନ୍ୟା, କୋଟିଆ ଏବଂ ଏମ୍‌ଏମ୍‌ଡିଆର୍ ଆକ୍ଟକୁ ଉଠାଇବେ ବୋଲି ସ୍ପଷ୍ଟ କଲାପରେ ବାଚସ୍ପତି ସମ୍ମତି ଜଣାଇଛନ୍ତି। ସେ କହିଛନ୍ତି ଯେ, ବିରୋଧୀ ରାଜ୍ୟ ସ୍ୱାର୍ଥ ସମ୍ବଳିତ ପ୍ରସଙ୍ଗ ଉଠାଇପାରିବେ। ସେସବୁ ଉପରେ ଆଲୋଚନା ପାଇଁ ସରକାର ପ୍ରସ୍ତୁତ ରହିବା ଦରକାର।’ ତେଣୁ ଏଥର ବି ଗୃହ ଆରମ୍ଭରୁ ଏମ୍‌ଏମ୍‌ଡିଆର୍ ଆକ୍ଟକୁ ନେଇ ଉଷ୍ଣତା ରହିପାରେ। ମୌସୁମୀ ଅଧିବେଶନରେ ବିରୋଧୀଙ୍କ ଏହି ପ୍ରସଙ୍ଗରେ ହଟ୍ଟଗୋଳ କରିବା ଯୋଗୁଁ ଗୃହ ସୁରୁଖୁରୁରେ ଚାଲି ପାରି ନଥିଲା। ଧାର୍ଯ୍ୟ ସମୟ ପୂର୍ବରୁ ଗୃହକୁ ବନ୍ଦ ହୋଇଥିଲା। ଏଥର ଶାସକ ଦଳ କେମିତି ବିରୋଧୀଙ୍କୁ ମୁକାବିଲା କରିବ ତାହା ଦେଖିବା କଥା।

ବିଧାନସଭା ଶୀତ ଅଧିବେଶନ
Share. Facebook Twitter LinkedIn Email WhatsApp Copy Link

Related Posts

ପଶ୍ଚିମ ଓଡ଼ିଶାକୁ ମିଳିବ ନୂଆ ପର୍ଯ୍ୟଟନ ପରିଚୟ, ହୀରାକୁଦ ପାଇଁ ସରକାରଙ୍କ ବଡ଼ ପ୍ଲାନ୍

November 18, 2026

ଭୁବନେଶ୍ୱର କାଫେରେ ଚାଞ୍ଚଲ୍ୟ: ଜଳିଗଲେ ଯୁବତୀ, ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି

November 17, 2026

ସୁବର୍ଣ୍ଣପୁରରେ ଗୁଳିକାଣ୍ଡ: ରାସ୍ତା ଉପରେ ଯୁବକଙ୍କୁ ୪ ରାଉଣ୍ଡ ଫାୟାରିଂ, ଘଟଣାସ୍ଥଳରେ ମୃତ୍ୟୁ

November 17, 2026

ସପ୍ତାହକୁ ୬ରୁ ୧୧% ରିଟର୍ଣ୍ଣର ଲୋଭ, ହଜାର ହଜାର ନିବେଶକଙ୍କୁ ଚୂନ: ରୋମାନିଆରୁ ଭାରତ ଫେରିଲା ଠକ!

November 17, 2026
Latest News

ଆଜିଠୁ ବିଧାନସଭା ଶୀତ ଅଧିବେଶନ

November 18, 2026

ପଶ୍ଚିମ ଓଡ଼ିଶାକୁ ମିଳିବ ନୂଆ ପର୍ଯ୍ୟଟନ ପରିଚୟ, ହୀରାକୁଦ ପାଇଁ ସରକାରଙ୍କ ବଡ଼ ପ୍ଲାନ୍

November 18, 2026

ନଭେମ୍ବର ୧୮ ତାରିଖ ବୁଧବାର: ଆଜିର ରାଶିଫଳରେ ପଢନ୍ତୁ କେମିତି କଟିବ ଆପଣଙ୍କର ଦିନ

November 18, 2026

ଭୁବନେଶ୍ୱର କାଫେରେ ଚାଞ୍ଚଲ୍ୟ: ଜଳିଗଲେ ଯୁବତୀ, ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି

November 17, 2026

ସୁବର୍ଣ୍ଣପୁରରେ ଗୁଳିକାଣ୍ଡ: ରାସ୍ତା ଉପରେ ଯୁବକଙ୍କୁ ୪ ରାଉଣ୍ଡ ଫାୟାରିଂ, ଘଟଣାସ୍ଥଳରେ ମୃତ୍ୟୁ

November 17, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.