Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଗୃହ ବିଭାଗର ଖର୍ଚ୍ଚ ଦାବୀ ଉପରେ ଆଲୋଚନା କରି ରାଜ୍ୟର ଆଇନ ଶୃଙ୍ଖଳା ଉପରେ ମୁଖ୍ୟମନ୍ତ୍ରୀ କହିଲେ…
ବିଶେଷ ଖବର

ଗୃହ ବିଭାଗର ଖର୍ଚ୍ଚ ଦାବୀ ଉପରେ ଆଲୋଚନା କରି ରାଜ୍ୟର ଆଇନ ଶୃଙ୍ଖଳା ଉପରେ ମୁଖ୍ୟମନ୍ତ୍ରୀ କହିଲେ…

December 4, 2025No Comments3 Mins Read
Share Facebook Twitter LinkedIn Email WhatsApp Copy Link
ଗୃହ ବିଭାଗର ଖର୍ଚ୍ଚ ଦାବୀ
ଗୃହ ବିଭାଗର ଖର୍ଚ୍ଚ ଦାବୀ ଉପରେ ଆଲୋଚନା କରି ରାଜ୍ୟର ଆଇନ ଶୃଙ୍ଖଳା ଉପରେ ମୁଖ୍ୟମନ୍ତ୍ରୀ କହିଲେ...

ଭୁବନେଶ୍ବର: ଆଜି ବିଧାନସଭାରେ ଗୃହ ବିଭାଗର ଖର୍ଚ୍ଚଦାବୀ ଉପରେ ଆଲୋଚନା କରି ମୁଖ୍ୟମନ୍ତ୍ରୀ ନିଜର ଅଭିଭାଷଣ ରଖିଛନ୍ତି। ଏଥିରେ ସେ ରାଜ୍ୟର ଆଇନ ଶୃଙ୍ଖଳା ପରିସ୍ଥିତି ଉପରେ ବିସ୍ତୁତ ତଥ୍ୟ ରଖିଛନ୍ତି। ସେ କହିଛନ୍ତି ଯେ, ଗତ ପ୍ରାୟ ଅଠର ମାସ ଭିତରେ ରାଜ୍ୟ ପୋଲିସର ଯଦି କେବଳ ଗୋଟିଏ ସଫଳତା ମୋତେ ପଚାରିବେ, ତେବେ ମୁଁ କହିବି, “କୌଣସି ରାଜନୈତିକ ଚାପର ବଶବର୍ତ୍ତୀ ନ ହୋଇ ଅପରାଧୀଙ୍କ ବିରୋଧରେ ଆଇନ ଅନୁଯାୟୀ ଦୃଢ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି ଏବଂ କୌଣସି ଅପରାଧୀଙ୍କୁ ରାଜନୈତିକ ସଂରକ୍ଷଣ ଦେଇନାହାନ୍ତି।“

ସେ କହିଛନ୍ତି ଯେ କୌଣସି ରାଜ୍ୟ ପାଇଁ ଗୃହ ବିଭାଗ ହେଉଛି ସବୁଠାରୁ ଗୁରୁତ୍ତ୍ୱପୂର୍ଣ୍ଣ ବିଭାଗ । କାରଣ ରାଜ୍ୟରେ ଆଇନ ଶୃଙ୍ଖଳା ସ୍ଥିର ରହିଲେ, ରାଜ୍ୟ ଶାନ୍ତିପ୍ରିୟ ହେଲେ, ତେବେ ରାଜ୍ୟବାସୀ ସୁଖରେ ଜୀବନ ଯାପନ କରିବେ ଏବଂ ନିବେଶ ପାଇଁ ଉଦ୍ୟୋଗପତି ମାନେ ଆସିବେ।

ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଆମ ଦେଶରେ ଏହାର ଯଥେଷ୍ଟ ପ୍ରମାଣ ରହିଛି। ଆଜି ଦେଶରେ ଯେଉଁ ସବୁ ରାଜ୍ୟ ବିକଶିତ ଏବଂ ଉଦ୍ଯୋଗ କ୍ଷେତ୍ରରେ ଆଗୁଆ, ସେ ସବୁ ସ୍ଥାନରେ ଆଇନ ଶୃଙ୍ଖଳା ପରିସ୍ଥିତି ଅପେକ୍ଷାକୃତ ଭାବେ ନିୟନ୍ତ୍ରଣାଧୀନ। ତେଣୁ, ଆମ ସରକାର ଆସିବାର ପ୍ରଥମ ଦିନରୁ ହିଁ ଏହି ଦିଗ ପ୍ରତି ବିଶେଷ ଧ୍ୟାନ ଦେଇଆସୁଅଛି ଏବଂ ମୁଁ ବ୍ୟକ୍ତିଗତ ଭାବେ ପୋଲିସ ପ୍ରଶାସନକୁ ନିର୍ଭୀକ, ନିରପେକ୍ଷ ଏବଂ ଆଇନର ମର୍ଯ୍ୟାଦା ମଧ୍ୟରେ ରହି ଅପରାଧୀଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ନେବା ପାଇଁ ନିର୍ଦ୍ଦେଶ ଦେଇଥିଲି। ଏହାର ଫଳାଫଳ ଆଜି ରାଜ୍ୟର ଆଇନ ଶୃଙ୍ଖଳା ପରିସ୍ଥିତିରେ ପ୍ରତିଫଳିତ ହେଉଛି।

ଗୃହରେ ସେପଟେ ବସିଥିବା ବିରୋଧୀ ଦଳର ଅନେକ ସଦସ୍ୟ ଓ ସଦସ୍ୟା ଆମ ସରକାର ଅମଳରେ ଆଇନ ଶୃଙ୍ଖଳା ଉପରେ ପ୍ରଶ୍ନବାଚୀ ଉଠାଇଛନ୍ତି। ସରକାରଙ୍କୁ ପ୍ରଶ୍ନ ପଚାରିବା ଓ ସରକାରଙ୍କୁ ସମାଲୋଚନା କରିବା ତାଙ୍କର ସାମ୍ବିଧାନିକ ଅଧିକାର। ସେଥିରେ କିଛି ଅସୁବିଧା ନାହିଁ। କିନ୍ତୁ, ଆମ ଓଡିଶାର ଗାଁ ଗହଳିରେ ଲୋକପ୍ରିୟ ଢଗ ଅଛି, ‘କହି ଦେଉଥାଏ ପରକୁ, ବୁଦ୍ଧି ନ ଦିଶଇ ନିଜକୁ’।

ବୋଧହୁଏ, ସେପଟେ ବସିଥିବା ବନ୍ଧୁମାନେ NCRB (National Crime Records Bureau) ଦ୍ଵାରା ପ୍ରକାଶିତ ସଦ୍ୟତମ ରିପୋର୍ଟ ପଢି ଆସି ନାହାନ୍ତି। ରିପୋର୍ଟକୁ ଟିକେ ଭଲ ଭାବେ ଅନୁଧ୍ୟାନ କରିଥିଲେ, ବୋଧହୁଏ, ଆମ ସରକାରଙ୍କୁ ଅଙ୍ଗୁଳି ଉଠାଇବା ପୂର୍ବରୁ ନିଶ୍ଚିତ ଭାବେ ଲଜ୍ଜିତ ହୋଇ ଥାଆନ୍ତେ। କିନ୍ତୁ, ମୁଁ ଆପଣମାନଙ୍କ ମାଧ୍ୟମରେ ବିରୋଧୀ ଦଳର ମାନ୍ୟବର ସଦସ୍ୟ ଓ ସଦସ୍ୟା ମାନଙ୍କୁ ତାଙ୍କ ସରକାର ଅମଳରେ ଆଇନ ଶୃଙ୍ଖଳା ପରିସ୍ଥିତିର ଚିତ୍ର ଟିକେ ଦେଖାଇବାକୁ ଚାହିଁବି।

NCRB ର ୨୦୨୩ ମସିହା ପାଇଁ ପ୍ରକାଶିତ ତଥ୍ୟ ଅନୁସାରେ –

• ୨୦୨୩ ମସିହାରେ ଦଣ୍ଡନୀୟ ଅପରାଧର ସଂଖ୍ୟା ଥିଲା ୧ ଲକ୍ଷ ୯୯ ହଜାର ୯୫୪ ଯାହା ପୂର୍ବବର୍ଷ ତୁଳନାରେ ୧୨.୨ ପ୍ରତିଶତ ଅଧିକ।
• ୨୦୨୩ ମସିହାର ନାରୀ ନିର୍ଯ୍ୟାତନା ରିପୋର୍ଟ ଦେଖିଲେ ଏ ଗୃହରେ ଉପସ୍ଥିତ ସମସ୍ତଙ୍କ ମୁଣ୍ଡ ଲଜ୍ୟାରେ ତଳକୁ ହୋଇଯିବ।
• ଏହା ଅତ୍ୟନ୍ତ ଦୁଃଖ ଓ କ୍ଷୋଭର ବିଷୟ, ସାରା ଦେଶରେ ଜନସଂଖ୍ୟାର ଅନୁପାତ ହିସାବରେ ମହିଳାମାନଙ୍କ ବିରୁଦ୍ଧରେ ହିଂସା କ୍ଷେତ୍ରରେ ଓଡିଶାର ସ୍ଥାନ ପ୍ରଥମ। ୨୦୨୩ ମସିହାରେ ମହିଳାମାନଙ୍କ ବିରୁଦ୍ଧରେ ହିଂସା ଥିଲା ୨୫ ହଜାର ୯୧୪, ଅର୍ଥାତ ପୂର୍ବବର୍ଷ ତୁଳନାରେ ୯.୬ ପ୍ରତିଶତ ବୃଦ୍ଧି ।
• ଏହାଠାରୁ ଆହୁରି ଚିନ୍ତାଜନକ ବିଷୟ ହେଉଛି, ମହିଳାଙ୍କ ସମ୍ମାନ ହାନି ପାଇଁ ଆକ୍ରମଣ (Outraging Modesty of Women) କେସ୍ ହେଉଛି ୫ ହଜାର ୯୩୭, ଯାହା ସାରା ଦେଶରେ ଦ୍ଵିତୀୟ ସର୍ବାଧିକ କିନ୍ତୁ ଜନସଂଖ୍ୟା ଅନୁପାତରେ ସବୁଠାରୁ ଅଧିକ।
• ସେହିପରି ମହିଳାଙ୍କୁ ସର୍ବସାଧାରଣରେ ନିର୍ବସ୍ତ୍ର କରିବାର ଘଟଣା ହୋଇଥିଲା ୧ ହଜାର ୯୭୮, ଯାହାର ହାର ହେଉଛି ଏକ ଲକ୍ଷରେ ୨୫.୮, ଅର୍ଥାତ୍ ସାରା ଦେଶରେ ସର୍ବାଧିକ।
• ସେହିପରି ମାନବ ଚାଲାଣ କ୍ଷେତ୍ରରେ ଓଡିଶା ସାରା ଦେଶରେ ପ୍ରଥମ ।
• ୨୦୧୦ ରୁ ୨୦୨୩ ମଧ୍ୟରେ ସାଇବର ଅପରାଧରେ ୩୫ ଗୁଣ ବୃଦ୍ଧି ପାଇଛି ।
• IPC କେସ୍ ରେ ଦଣ୍ଡବିଧାନ ହାର ହେଉଛି ମାତ୍ର ୨୯.୩ ପ୍ରତିଶତ, ଯେତେବେଳେ ଜାତୀୟ ହାର ଥିଲା ୫୪ ପ୍ରତିଶତ।
• କିନ୍ତୁ, ସବୁଠାରୁ ଉଦବେଗଜନକ ଏବଂ ଲଜ୍ଜା ଜନକ ପରିସ୍ଥିତି ହେଉଛି, ମହିଳା ହିଂସା ଓ ଅତ୍ୟାଚାର ବିରୁଦ୍ଧର ଦଣ୍ଡ ବିଧାନ ହାର ହେଉଛି ମାତ୍ର ନୈରାଶ୍ୟ ଜନକ ୬.୯ ପ୍ରତିଶତ। ପୂର୍ବବର୍ଷ ଠାରୁ ବି ଏହା କମ୍, ଯାହା ୨୦୨୨ ମସିହାରେ ଥିଲା ୯.୬ ପ୍ରତିଶତ।

ଯଦି ଏପରି ନୈରାଶ୍ୟଜନକ ଆଇନ ଶୃଙ୍ଖଳା ଏବଂ ଅପରାଧ ନିୟନ୍ତ୍ରଣ ରେକର୍ଡ ଆପଣଙ୍କ ସୁଶାସନର ସଂଜ୍ଞା ହୁଏ, ତେବେ ତାହା ଆପଣଙ୍କୁ ମୁବାରକ୍, ଆମକୁ ଏମିତି ସୁଶାସନର ଆବଶ୍ୟକ ନାହିଁ।

ଓଡିଶାରେ ଆଇନ-କାନୁନର ରାଜୁତି ରହିବ, କୌଣସି ରାଜନୈତିକ ଦଳର ନୁହେଁ। ପୂର୍ବରୁ ରାଜ୍ୟର ଥାନାଗୁଡିକୁ କିପରି ଭାବେ ଏକ ନିର୍ଦ୍ଦିଷ୍ଟ ରାଜନୈତିକ ଦଳର ପାର୍ଟି ଅଫିସ ଭାବେ ବ୍ୟବହାର କରାଯାଉଥିଲା, ତାହା ଓଡ଼ିଶାବାସୀ ଜାଣିଛନ୍ତି। ଯାହାର ଶାସନ ସମୟରେ ପ୍ରଭାବଶାଳୀ ମନ୍ତ୍ରୀ ବି ସୁରକ୍ଷିତ ନ ଥିଲେ, ସେପରି ସରକାରଙ୍କ ପାରିବା ପଣିଆ ବିଷୟରେ ଯେତେ କମ୍ କୁହାଯିବ, ସେତେ ଭଲ।

ଗୃହ ବିଭାଗର ଖର୍ଚ୍ଚ ଦାବୀ ବିଧାନସଭା
Share. Facebook Twitter LinkedIn Email WhatsApp Copy Link

Related Posts

କଂଗ୍ରେସ ସାଂସଦ ପାପୁ ଯାଦବଙ୍କ ହାଜର ହେବ ପୂର୍ବରୁ ପାଟନା ସିଭିଲ୍ କୋର୍ଟକୁ ପୁଣି ଥରେ ବୋମା ଧମକ

February 12, 2026

ଲାଲକିଲ୍ଲା ବିସ୍ଫୋରଣରେ ଜୈଶ-ଏ-ମହମ୍ମଦର ହାତ: UNSC ରିପୋର୍ଟକୁ ପାକିସ୍ତାନର ଆପତ୍ତି

February 12, 2026

ଶ୍ରମ କୋଡକୁ ବିରୋଧ କରୁଥିବା ଶ୍ରମିକ ସଂଗଠନର ନେତାମାନଙ୍କୁ ସମାଲୋଚନା କଲା ବିଜେପି

February 12, 2026

୨୦ତମ ଭବ୍ୟ ତୋଷାଳି ସ୍ଵଦେଶୀ ମେଳା ପାଇଁ ସାମ୍ବାଦିକ ସମ୍ମିଳନୀ

February 12, 2026
Latest News

କଂଗ୍ରେସ ସାଂସଦ ପାପୁ ଯାଦବଙ୍କ ହାଜର ହେବ ପୂର୍ବରୁ ପାଟନା ସିଭିଲ୍ କୋର୍ଟକୁ ପୁଣି ଥରେ ବୋମା ଧମକ

February 12, 2026

‘ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଧମକ, ବାଚସ୍ପତିଙ୍କୁ ଦୁର୍ବ୍ୟବହାର’: ବିରୋଧୀଙ୍କ ହଟ୍ଟଗୋଳର ଭିଡିଓ ଜାରି କଲେ ରିଜିଜୁ

February 12, 2026

ଲାଲକିଲ୍ଲା ବିସ୍ଫୋରଣରେ ଜୈଶ-ଏ-ମହମ୍ମଦର ହାତ: UNSC ରିପୋର୍ଟକୁ ପାକିସ୍ତାନର ଆପତ୍ତି

February 12, 2026

ନାମିବିୟା ମ୍ୟାଚ୍ ପୂର୍ବରୁ ଟିମ୍ ଇଣ୍ଡିଆର ଫିଟନେସ୍ ସମ୍ବନ୍ଧୀୟ ଚିନ୍ତା: ପ୍ଲେଇଂ ଇଲେଭେନରେ ପରିବର୍ତ୍ତନ ସମ୍ଭବ

February 12, 2026

Modi Meets Rolls-Royce CEO: ପ୍ରଧାନମନ୍ତ୍ରୀ ମୋଦିଙ୍କ ସାକ୍ଷାତ କଲେ ରୋଲ୍ସ-ରଏସ୍ କଂପାନୀ ସିଇଓ

February 12, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.