ଦିବ୍ୟାଙ୍ଗ ଯୁବକଙ୍କ ଆତ୍ମାହୁତି ଘଟଣା: ନିଲମ୍ବିତ ହେଲେ ନୂଆପଡ଼ା ତହସିଲଦାର

Published: Mar 17, 2023, 7:39 pm IST

ଭୁବନେଶ୍ଵର: ନୂଆପଡ଼ାର ଦିବ୍ୟାଙ୍ଗ ଯୁବକ ଜଗଦୀଶ ଚୌହାନଙ୍କ ଆତ୍ମାହୁତି ମାମଲାରେ ରାଜ୍ୟ ସରକାର କାର୍ଯ୍ୟାନୁଷ୍ଠାନ ନେଇଛନ୍ତି। ଏହି ପ୍ରରିପ୍ରେକ୍ଷୀରେ ନୂଆପଡ଼ା ତହସିଲଦାରଙ୍କୁ ନିଲମ୍ବନ କରାଯାଇଛି। ଏନେଇ ନୂଆପଡା ଜିଲ୍ଲାପାଳ ହେମକାନ୍ତ ସାଏ ସୂଚନା ଦେଇଛନ୍ତି। ତହସିଲଦାରଙ୍କୁ ପ୍ରାଥମିକ ରିପୋର୍ଟ ଆଧାରରେ ନିଲମ୍ବନ କରାଯାଇଛି।

ଏହାସହିତ ନୂଆପଡା ତହସିଲଦାରଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି। ଆଇନ ଅନୁସାରେ ଏଡିଏମ ରେଭିନ୍ୟୁ ତଦନ୍ତ କରି ରିପୋର୍ଟ ଦେବେ। ତେବେ ଜଗଦୀଶଙ୍କ ପିଲାଙ୍କ ପାଠ ପଢା ଦାୟିତ୍ଵ ପ୍ରଶାସନ ବୁଝିବ ବୋଲି ଜଣାପଡିଛି ।

Related posts