No DJ at Bhashani: ଆସନ୍ତାକାଲିଠାରୁ ଆରମ୍ଭ ହେବା ମା ଙ୍କ ଭସାଣୀ। ବେଶ ଧୂମଧାମରେ ପୂଜା ସମିତ ସଦସ୍ୟମାନେ ମାଙ୍କୁ ଶୋଭାଯାତ୍ରାରେ ନେଇ ଭସାଣୀ କରିବେ। ତେବେ ଏହି ଭସାଣୀରେ କୌଣସି ଡିଜେ ବାଜିପାରିବ ନାହିଁ ବୋଲି ଘୋଷଣା କରିଛି କମିଶନରେଟ ପୋଲିସ। ଏଥିରେ କୁହାଯାଇଛି ଯେ, ମେଢ ମଣ୍ଡପରୁ ବାହାରିବା ବେଳେ କୌଣସି ଡିଜେ ଗାଡି ରହିବ ନାହିଁ। ଯଦି ଏଥିରେ କେହି ଖିଲାଫ କରେ ତେବେ ତା ବିରୋଧରେ ଫୌଜଦାରୀ ମାମଲା ଋଜୁ କରାଯିବ ବୋଲି ଡିସିପି କହିଛନ୍ତି।
ଓଡିଶାରେ କଟକ ଓ ଭୁବନେଶ୍ବରରେ ଭସାଣୀ ବଡ ଆକାରରେ କରାଯାଇଥାଏ। ଏଥିରେ ବହୁ ସଂଖ୍ୟାର ମେଢ ସାମିଲ ହୋଇଥାନ୍ତି। ସହର ପରିକ୍ରମା କରି ମେଢଗୁଡିକ ନଦୀ ପଠାରେ ମୂର୍ତ୍ତି ବିସର୍ଜ୍ଜନ କରାଯିବ। ସେଥିପାଇଁ ଛଅଟି ସ୍ଥାନରେ ଅସ୍ଥାୟୀ ପୋଖରୀ କରାଯାଇଛି। ସେଥି ମଧ୍ୟରେ କୁଆଖାଇ ନଦୀରେ ତିନିଟି କରାଯାଇଥିବା ବେଳେ ଦେବୀ ନଦୀରେ ଗୋଟିଏ କରାଯାଇଛି। ସେହିପରି ଆଇନି ଶୃଙ୍ଖଳା ପରିସ୍ଥିତି ପାଇଁ ୪୮ ପ୍ଲାଟୁନ୍ ପୋଲିସ ଫୋର୍ସ ମୁତୟନ ରହିବେ।


