ଦୁଇ ଦିନିଆ ନବରଙ୍ଗପୁର ଜିଲ୍ଲା ଗସ୍ତରେ ୫-ଟି ସଚିବ ଭି କେ ପାଣ୍ଡିଆନ

Published: Mar 17, 2023, 11:16 pm IST
Pandian1

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ୫-ଟି ସଚିବ ଭି.କେ ପାଣ୍ଡିଆନ ଦୁଇଦିନିଆ ନବରଙ୍ଗପୁର ଜିଲ୍ଲା ଗସ୍ତରେ ଅଛନ୍ତି। ସେ ଆଜି ନବରଙ୍ଗପୁରରେ ପହଁଚି ବିଭିନ୍ନ କାର୍ଯ୍ୟ ଅନୁଧ୍ୟାନ କରିଛନ୍ତି। ସେ ଆସନ୍ତାକାଲି ମଧ୍ୟ ଏହି ଜିଲ୍ଲାର ବିଭିନ୍ନ ଉନ୍ନୟନ କାର୍ଯ୍ୟ ତଦାରଖ କରିବେ ବୋଲି ଜଣାପଡିଛି।

ସେ ଆଜି ଅପରାହ୍ନରେ ନବରଙ୍ଗପୁରରେ ପହଞ୍ଚିବା ପରେ ସେଠାକାର ବିଭିନ୍ନ ସମାଜର  ପ୍ରତିନିଧୀମାନଙ୍କୁ ସାକ୍ଷାତ କରିଥିଲେ। ସେ ନବରଙ୍ଗପୁରର ସର୍କିଟ ହାଉସରେ ପ୍ରାୟ ୧୩୧  ବିଶିଷ୍ଟ ବ୍ୟକ୍ତିଙ୍କୁ ସାକ୍ଷାତ କରିଥିଲେ। ସେଥିରେ ବିଭିନ୍ନ ବର୍ଗର ଲୋକ ଯେପରି ସ୍କୁଲ ଏବଂ କଲେଜ ଛାତ୍ରଛାତ୍ରୀ, ଜଟି ସମାଜ, ଏସସି ଏବଂ ଏସଟି ସମ୍ପ୍ରଦାୟ, ଧାର୍ମିକ ଗୋଷ୍ଠୀ, ମନ୍ଦିର କମିଟି ଇତ୍ୟାଦି ୫-ଟି ସଚିବଙ୍କୁ ଭେଟିଥିଲେ।

କେବଳ ନବରଙ୍ଗପୁର ଜିଲ୍ଲାରୁ ନୁହେଁ, କୋରାପୁଟ ଜିଲ୍ଲାର ବିଭିନ୍ନ ଗୋଷ୍ଠୀର ୪୦୦ ଜଣ ମଧ୍ୟ ତାଙ୍କୁ ଭେଟି କୋରାପୁଟ ଜିଲ୍ଲା ଗସ୍ତରେ ଯାଇ ସହାୟତା ଦେଇଥିବାରୁ ତାଙ୍କୁ କୃତଜ୍ଞତା ଜଣାଇଛନ୍ତି। ରାୟଗଡା ଜିଲ୍ଲାର କିଛି ଗୋଷ୍ଠୀ ମଧ୍ୟ ୫-ଟି ସଚିବଙ୍କୁ ଭେଟି ଧନ୍ୟବାଦ ଅର୍ପଣ କରିଛନ୍ତି। ସେ ରାୟଗଡା ଜିଲ୍ଲା ଗସ୍ତରେ ଯାଇ ଦେଇଥିବା ସହାୟତା ପାଇଁ ମଧ୍ୟ ସଚିବଙ୍କୁ କୃତଜ୍ଞତା ଜଣାଇଥିଲେ।

ସନ୍ଧ୍ୟାରେ ସେ ନବରଙ୍ଗପୁର ସହରରେ ଅବସ୍ଥିତ ମା ଭଣ୍ଡାରଘରଣୀ ମନ୍ଦିର ପରିଦର୍ଶନ କରି  ପ୍ରାର୍ଥନା କରିଥିଲେ। ତା’ପରେ ସେ ତିର୍ଲିମ୍ବାଗୁଡାରେ ଅବସ୍ଥିତ ଅନ୍ୱେଶା ହଷ୍ଟେଲକୁ ଯାଇ  ପିଲାମାନଙ୍କ ସହିତ ରାତ୍ରୀ ଭୋଜନ କରିଥିଲେ। ସ୍କୁଲରେ କିପରି ପାଠପଢା ହେଉଛି କଣ ଅସୁବିଧା ରହିଛି ତାହା ଉପରେ ସେ ପିଲାମାନଙ୍କୁ ପଚାରି ବୁଝିଥିଲେ।

ଏହି ଗସ୍ତ ସମୟରେ କ୍ରୀଡ଼ା ଏବଂ ଯୁବ ସେବା, ଶ୍ରୀ ଆର ଭିନିଲ କୃଷ୍ଣା, ଏସଟି ଏବଂ ଏସସି ବିକାଶ ବିଭାଗ ସଚିବ, ଶ୍ରୀମତୀ ରୂପା ରୋଶନ ସାହୁ, ନବରଙ୍ଗପୁର ଜିଲ୍ଲାପାଳ ଡକ୍ଟର କମଳ ଲୋଚନ ମିଶ୍ର, ଏବଂ ଅନ୍ୟାନ୍ୟ ଜିଲ୍ଲା ସ୍ତରର ଅଧିକାରୀମାନେ ଉପସ୍ଥିତ ଥିଲେ।

Related posts