Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଦୁଇ ଦିନିଆ ନବରଙ୍ଗପୁର ଜିଲ୍ଲା ଗସ୍ତରେ ୫-ଟି ସଚିବ ଭି କେ ପାଣ୍ଡିଆନ
ବିଶେଷ ଖବର

ଦୁଇ ଦିନିଆ ନବରଙ୍ଗପୁର ଜିଲ୍ଲା ଗସ୍ତରେ ୫-ଟି ସଚିବ ଭି କେ ପାଣ୍ଡିଆନ

March 17, 2023No Comments1 Min Read
Share Facebook Twitter LinkedIn Email WhatsApp Copy Link
Pandian1
ଦୁଇ ଦିନିଆ ନବରଙ୍ଗପୁର ଜିଲ୍ଲା ଗସ୍ତରେ ୫-ଟି ସଚିବ ଭି କେ ପାଣ୍ଡିଆନ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ୫-ଟି ସଚିବ ଭି.କେ ପାଣ୍ଡିଆନ ଦୁଇଦିନିଆ ନବରଙ୍ଗପୁର ଜିଲ୍ଲା ଗସ୍ତରେ ଅଛନ୍ତି। ସେ ଆଜି ନବରଙ୍ଗପୁରରେ ପହଁଚି ବିଭିନ୍ନ କାର୍ଯ୍ୟ ଅନୁଧ୍ୟାନ କରିଛନ୍ତି। ସେ ଆସନ୍ତାକାଲି ମଧ୍ୟ ଏହି ଜିଲ୍ଲାର ବିଭିନ୍ନ ଉନ୍ନୟନ କାର୍ଯ୍ୟ ତଦାରଖ କରିବେ ବୋଲି ଜଣାପଡିଛି।

ସେ ଆଜି ଅପରାହ୍ନରେ ନବରଙ୍ଗପୁରରେ ପହଞ୍ଚିବା ପରେ ସେଠାକାର ବିଭିନ୍ନ ସମାଜର  ପ୍ରତିନିଧୀମାନଙ୍କୁ ସାକ୍ଷାତ କରିଥିଲେ। ସେ ନବରଙ୍ଗପୁରର ସର୍କିଟ ହାଉସରେ ପ୍ରାୟ ୧୩୧  ବିଶିଷ୍ଟ ବ୍ୟକ୍ତିଙ୍କୁ ସାକ୍ଷାତ କରିଥିଲେ। ସେଥିରେ ବିଭିନ୍ନ ବର୍ଗର ଲୋକ ଯେପରି ସ୍କୁଲ ଏବଂ କଲେଜ ଛାତ୍ରଛାତ୍ରୀ, ଜଟି ସମାଜ, ଏସସି ଏବଂ ଏସଟି ସମ୍ପ୍ରଦାୟ, ଧାର୍ମିକ ଗୋଷ୍ଠୀ, ମନ୍ଦିର କମିଟି ଇତ୍ୟାଦି ୫-ଟି ସଚିବଙ୍କୁ ଭେଟିଥିଲେ।

କେବଳ ନବରଙ୍ଗପୁର ଜିଲ୍ଲାରୁ ନୁହେଁ, କୋରାପୁଟ ଜିଲ୍ଲାର ବିଭିନ୍ନ ଗୋଷ୍ଠୀର ୪୦୦ ଜଣ ମଧ୍ୟ ତାଙ୍କୁ ଭେଟି କୋରାପୁଟ ଜିଲ୍ଲା ଗସ୍ତରେ ଯାଇ ସହାୟତା ଦେଇଥିବାରୁ ତାଙ୍କୁ କୃତଜ୍ଞତା ଜଣାଇଛନ୍ତି। ରାୟଗଡା ଜିଲ୍ଲାର କିଛି ଗୋଷ୍ଠୀ ମଧ୍ୟ ୫-ଟି ସଚିବଙ୍କୁ ଭେଟି ଧନ୍ୟବାଦ ଅର୍ପଣ କରିଛନ୍ତି। ସେ ରାୟଗଡା ଜିଲ୍ଲା ଗସ୍ତରେ ଯାଇ ଦେଇଥିବା ସହାୟତା ପାଇଁ ମଧ୍ୟ ସଚିବଙ୍କୁ କୃତଜ୍ଞତା ଜଣାଇଥିଲେ।

ସନ୍ଧ୍ୟାରେ ସେ ନବରଙ୍ଗପୁର ସହରରେ ଅବସ୍ଥିତ ମା ଭଣ୍ଡାରଘରଣୀ ମନ୍ଦିର ପରିଦର୍ଶନ କରି  ପ୍ରାର୍ଥନା କରିଥିଲେ। ତା’ପରେ ସେ ତିର୍ଲିମ୍ବାଗୁଡାରେ ଅବସ୍ଥିତ ଅନ୍ୱେଶା ହଷ୍ଟେଲକୁ ଯାଇ  ପିଲାମାନଙ୍କ ସହିତ ରାତ୍ରୀ ଭୋଜନ କରିଥିଲେ। ସ୍କୁଲରେ କିପରି ପାଠପଢା ହେଉଛି କଣ ଅସୁବିଧା ରହିଛି ତାହା ଉପରେ ସେ ପିଲାମାନଙ୍କୁ ପଚାରି ବୁଝିଥିଲେ।

ଏହି ଗସ୍ତ ସମୟରେ କ୍ରୀଡ଼ା ଏବଂ ଯୁବ ସେବା, ଶ୍ରୀ ଆର ଭିନିଲ କୃଷ୍ଣା, ଏସଟି ଏବଂ ଏସସି ବିକାଶ ବିଭାଗ ସଚିବ, ଶ୍ରୀମତୀ ରୂପା ରୋଶନ ସାହୁ, ନବରଙ୍ଗପୁର ଜିଲ୍ଲାପାଳ ଡକ୍ଟର କମଳ ଲୋଚନ ମିଶ୍ର, ଏବଂ ଅନ୍ୟାନ୍ୟ ଜିଲ୍ଲା ସ୍ତରର ଅଧିକାରୀମାନେ ଉପସ୍ଥିତ ଥିଲେ।

ପାଣ୍ଡିଆନ ଭି.କେ ପାଣ୍ଡିଆନ
Share. Facebook Twitter LinkedIn Email WhatsApp Copy Link

Related Posts

ଭାରତଠାରୁ ବ୍ରହ୍ମୋସ୍ କ୍ଷେପଣାସ୍ତ୍ର କିଣିବ ୟୁଏଇ: ପାକିସ୍ତାନ କାହିଁକି ଚିନ୍ତିତ?

June 24, 2026

ରାମ ମନ୍ଦିର ଦାନ ଚୋରି ମାମଲା: ଚମ୍ପତ ରାୟଙ୍କ ଭୂମିକା ସନ୍ଦେହଜନକ

June 24, 2026

କଳିଙ୍ଗନଗରରେ ବଡ଼ ବିପଦର ସଙ୍କେତ! ଭିସିଆଇ କେମିକାଲସ୍‌ କାରଖାନାରେ ଅଗ୍ନିକାଣ୍ଡ, ପ୍ରଶ୍ନରେ ଶିଳ୍ପାଞ୍ଚଳର ସୁରକ୍ଷା ବ୍ୟବସ୍ଥା

June 24, 2026

ପୁରୀରେ ଚାଞ୍ଚଲ୍ୟ: ହୋଟେଲ ମାଲିକଙ୍କୁ ହତ୍ୟା 

June 24, 2026
Latest News

ଭାରତଠାରୁ ବ୍ରହ୍ମୋସ୍ କ୍ଷେପଣାସ୍ତ୍ର କିଣିବ ୟୁଏଇ: ପାକିସ୍ତାନ କାହିଁକି ଚିନ୍ତିତ?

June 24, 2026

ରାମ ମନ୍ଦିର ଦାନ ଚୋରି ମାମଲା: ଚମ୍ପତ ରାୟଙ୍କ ଭୂମିକା ସନ୍ଦେହଜନକ

June 24, 2026

ଭାରତରେ କେତେବେଳେ ଆରମ୍ଭ ହେବ ଭାରତ ବନାମ ଆୟରଲ୍ୟାଣ୍ଡ ଟି-୨୦?: ଜାଣନ୍ତୁ ସମ୍ପୂର୍ଣ୍ଣ କାର୍ଯ୍ୟସୂଚୀ

June 24, 2026

ରିପବ୍ଲିକାନ୍ ଶିବିରରେ ଫାଟ? ଟ୍ରମ୍ପଙ୍କ ପାଇଁ ବଢ଼ିଲା ଚ୍ୟାଲେଞ୍ଜ

June 24, 2026

କଳିଙ୍ଗନଗରରେ ବଡ଼ ବିପଦର ସଙ୍କେତ! ଭିସିଆଇ କେମିକାଲସ୍‌ କାରଖାନାରେ ଅଗ୍ନିକାଣ୍ଡ, ପ୍ରଶ୍ନରେ ଶିଳ୍ପାଞ୍ଚଳର ସୁରକ୍ଷା ବ୍ୟବସ୍ଥା

June 24, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.