Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଓଏଲଆଇସି ଅଧ୍ୟକ୍ଷ ଅମରେଶ ପତ୍ରୀଙ୍କ ବାଲେଶ୍ୱର ଡିଭିଜନ ଗସ୍ତ:
ଆଜିର ଖବର

ଓଏଲଆଇସି ଅଧ୍ୟକ୍ଷ ଅମରେଶ ପତ୍ରୀଙ୍କ ବାଲେଶ୍ୱର ଡିଭିଜନ ଗସ୍ତ:

April 6, 2023No Comments3 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ଓଡିଶା ଉଠା ଜଳସେଚନ ନିଗମ ଅଧ୍ୟକ୍ଷ ଅମରେଶ ପତ୍ରୀ ବୁଧବାର ବାଲେଶ୍ୱର ଜିଲ୍ଲାର ଓଏଲଆଇସି ଡିଭିଜନ କାର୍ଯ୍ୟାଳୟ ପରିଦର୍ଶନ କରି କାର୍ଯ୍ୟ ସମୀକ୍ଷା କରିବା ସହିତ କ୍ଷେତ୍ର ପରିଦର୍ଶନ କରିଥିଲେ। ପ୍ରଥମେ ଅଧ୍ୟକ୍ଷ ଶ୍ରୀ ପତ୍ରୀ ଡିଭିଜନ କାର୍ଯ୍ୟାଳୟ ପରିଦର୍ଶନ କରିବା ପରେ ବାଲେଶ୍ୱର ସ୍ୱତନ୍ତ୍ର ପ୍ରଦକ୍ଷିଣ ଗୃହ ଠାରେ ବାଲେଶ୍ୱର ସଦର ବିଧାୟକ ସ୍ୱରୂପ କୁମାର ଦାସ, ରେମୁଣା ବିଧାୟକ ସୁଧାଂଶୁ ଶେଖର ପରିଡାଙ୍କ ଉପସ୍ଥିତିରେ ଅନୁଷ୍ଠିତ ଏକ ସମୀକ୍ଷା ବେଠକରେ ଯୋଗଦେଇ ଡିଭିଜନ ଜରିଆରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଉଠା ଜଳ ସେଚନର ସ୍ଥିତି, ସେସବୁ ଦ୍ୱାରା କୃଷକମାନେ କିପରି ଉପକୃତ ହେଉଛନ୍ତି, ସେ ସଂପର୍କରେ ସବିଶେଷ ସମୀକ୍ଷା କରିଥିଲେ। ନିର୍ମାଣାଧିନ ପ୍ରକଳ୍ପଗୁଡିକୁ ତ୍ୱରାନ୍ୱିତ କରି ଶୀଘ୍ର ଶେଷ କରିବା, ମରାମତି ଯୋଗ୍ୟ ଅଚଳ ପ୍ରକଳ୍ପର ମରାମତି କରି ପୁନଃ କାର୍ଯ୍ୟକ୍ଷମ କରିବାକୁ ଆବଶ୍ୟକ ପଦକ୍ଷେପ ନେବାକୁ ନିର୍ଦ୍ଦେଶ  ଦେଇଥିଲେ। ସଂପୃକ୍ତ ଯନ୍ତ୍ରୀମାନେ ପ୍ରକଳ୍ପ ନିର୍ମାଣ ବେଳେ କୃଷକମାନଙ୍କ ସମସ୍ୟାକୁ ଦୃଷ୍ଟି ଦେଇ ପ୍ରକଳ୍ପ କାର୍ଯ୍ୟକାରିତାରେ ନିଜ ନିଜର ଦାୟିତ୍ୱ ଓ କର୍ତ୍ତବ୍ୟ ସୁଚାରୁରୂପେ ସମ୍ପାଦନ କରିବାକୁ ଓଏଲଆଇସି ଅଧ୍ୟକ୍ଷ ଶ୍ରୀ ପତ୍ରୀ ଗୁରୁତ୍ୱାରୋପ କରିଥିଲେ।

ଏହି ପରିପ୍ରେକ୍ଷୀରେ ଅଧ୍ୟକ୍ଷ ଶ୍ରୀ ପତ୍ରୀ କହିଥଲେ ଯେ, ସୁବିଧାଜନକ ଥିବା ଚାଷ ଜମିକୁ ଉଠା ଜଳସେଚନ ମାଧ୍ୟମରେ ଜଳସେଚିତ କରି କୃଷିର ଉନ୍ନତି ସହ କୃଷକମାନଙ୍କର ଆର୍ଥିକ ଅଭିବୃଦ୍ଧି ନିମନ୍ତେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କର ଯେଉଁ ଲକ୍ଷ୍ୟ ରହିଛି, ତାହାକୁ ପୂରଣ କରିବାରେ “୫-ଟି” ଉପକ୍ରମ ଏକ ପ୍ରମୁଖ ଅବଲମ୍ବନ। ବୈଷୟିକ ଜ୍ଞାନକୌଶଳ ଆଧାରରେ ସମ୍ମିଳିତ ପ୍ରଚେଷ୍ଟାରେ ବିଭିନ୍ନ ପ୍ରକଳ୍ପ ନିର୍ଦ୍ଧାରିତ ସମୟ ଭିତରେ ସଂପୂର୍ଣ୍ଣ କରାଯାଇ ପ୍ରକଳ୍ପରୁ କୃଷକମାନେ ଯେପରି ଅଧିକରୁ ଅଧିକ ଉପକୃତ ହୋଇପାରିବେ, ସେ ଦିଗରେ ଶ୍ରୀ ପତ୍ରୀ ସମସ୍ତଙ୍କର ସହଯୋଗ କାମନା  କରିଥିଲେ। କୃଷକମାନେ ଯେପରି ଧାନ ବ୍ୟତୀତ ଡାଲି, ତୈଳବୀଜ ଆଦି ଅନ୍ୟ ଅର୍ଥକାରୀ ଫସଲ ଚାଷ କରି ଲାଭବାନ ହେବେ, ସେ ସଂପର୍କରେ କୃଷକମାନଙ୍କ ସହ କ୍ଷେତ୍ରସ୍ତରରେ ଆଲୋଚନା କରି ପ୍ରକଳ୍ପ କାର୍ଯ୍ୟକାରିତା ଉପରେ ଦୃଷ୍ଟି ଦେବାକୁ ଅଧ୍ୟକ୍ଷ ଶ୍ରୀ ପତ୍ରୀ ପରାମର୍ଶ ଦେଇଥିଲେ। ଏଥି ସହିତ ଉଠା ଜଳସେଚନ ପ୍ରକଳ୍ପରୁ କିପରି ଚାଷୀମାନେ  ଅଧିକରୁ ଅଧିକ ଉପକୃତ ହୋଇପାରିବେ, ସେଥିପାଇଁ ସଚେତନତା କାର୍ଯ୍ୟକ୍ରମ କରିବାକୁ ଅଧ୍ୟକ୍ଷ ସମସ୍ତ ଯନ୍ତ୍ରୀମାନଙ୍କୁ କହିଥିଲେ।

ପରେ ପରେ ଓଏଲଆଇ ସି ଅଧ୍ୟକ୍ଷ ଶ୍ରୀ ପତ୍ରୀ ଡିଭିଜନ ଅନ୍ତର୍ଗତ ବିଭିନ୍ନ ଉଠା ଜଳ ସେଚନ ପ୍ରକଳ୍ପର କାର୍ଯ୍ୟକାରିତା ବୁଲି  ଦେଖିଥିଲେ। ରେମୁଣା ବ୍ଲକର ମନ୍ଦାରପୁର ଗ୍ରାମ ପଂଚାୟତ ଅନ୍ତର୍ଗତ ଜଗନ୍ନାଥପୁର ଏଲ୍.ଆଇ.ପି(ଡି-୨) ରେ ୨୦ ହେକ୍ଚର ସେଚାଂଚଳ ରହିଛି। ଗ୍ରାମୀଣ ଭିତ୍ତିଭୂମି ଉନ୍ନୟନ ପ୍ରକଳ୍ପ ଅଧିନରେ ନିର୍ମାଣ କରାଯାଇଥିବା  ଏହି ପ୍ରକଳ୍ପ କାର୍ଯ୍ୟକ୍ଷମ ରହିଥିବା ବେଳେ ଏଠାରେ କୃଷକମାନେ ଭେଣ୍ଡି, ବାଇଗଣ, ଟମାଟୋ, ଲଙ୍କା, କଖାରୁ, ଧାନ ଆଦି ଚାଷ କରି ଲାଭବାନ ହେଉଛନ୍ତି।

ସେହିପରି ରେମୁଣା ବ୍ଲକର କଲ୍ୟାଣପୁର ଗ୍ରାମ ପଂଚାୟତ ଅନ୍ତର୍ଗତ ଝାମ୍ପୁରା ଗ୍ରାମ ପରିଦର୍ଶନ କରି ଏଠାରେ ନିର୍ମାଣାଧିନ ଏସ୍.ପି-୨୦୨୨-୨୩ରେ  ଗଭୀର ନଳକୂପ ସ୍ଥାପନ କାର୍ଯ୍ୟ ଅଗ୍ରଗତି ଦେଖିଥିଲେ । ପ୍ରକଳ୍ପକୁ ଶୀଘ୍ର ଶେଷ କରି ଜଳଯୋଗାଣ ଉପରେ ଅଧ୍ୟକ୍ଷ ଶ୍ରୀ ପତ୍ରୀ ଆବଶ୍ୟକୀୟ ପରାମର୍ଶ ଦେଇଥିଲେ। ସେହିପରି ଶ୍ରୀ ପତ୍ରୀ  ଏହି ବ୍ଲକର ବଡପାଳ ଗ୍ରାମ ପଂଚାୟତର କାଶିମପୁର -୨  ଉଠା ଜଳସେଚନ ପ୍ରକଳ୍ପ ପରିଦର୍ଶନ କରିଥିଲେ।

ନାବାର୍ଡ ସହାୟତାରେ ସ୍ଥାପିତ ହୋଇଥିବା ଏହି ପ୍ରକଳ୍ପର ୧୬ ହେକ୍ଟର ଆୟାକଟ ରହିଥିବା ବେଳେ କୃଷକମାନେ ଏହାର ପୁନଃକ୍ଷମ ପାଇଁ ଅନୁରୋଧ କରିଥିଲେ। ଏହାକୁ ୨୦୨୩-୨୪ ବର୍ଷରେ ନିର୍ମାଣ ପାଇଁ କାର୍ଯ୍ୟାନ୍ୱୟନ ସ୍ଥିତିରେ ରହିଥିବା ଜଣାଯାଇଛି। ବାଲେଶ୍ୱର ସଦର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ରେମୁଣା ବ୍ଲକର ଗେଙ୍ଗୁଟି ଗ୍ରାମ ପଂଚାୟତର ଜମ୍ବେଶ୍ୱରପୁର-୪ ନଳକୂପ ପ୍ରକଳ୍ପ ଗ୍ରାମୀଣ ଭିତ୍ତିଭୂମି ପ୍ରକଳ୍ପରେ ସ୍ଥାପିତ ହୋଇଥିବା ବେଳେ ଏହି ପ୍ରକଳ୍ପ ଦ୍ୱାରା ଚାଷୀମାନେ ଧାନ ସମେତ ବିଭିନ୍ନ ଫସଲ ଉତ୍ପାଦନ କରୁଥିବା ଶ୍ରୀ ପତ୍ରୀ ଜାଣିବାକୁ  ପାଇଥିଲେ। ବିଭିନ୍ନ ପ୍ରକଳ୍ପ ଅଂଚଳରେ ଚାଷୀମାନଙ୍କ ସହିତ ଆଲୋଚନା କରି ପ୍ରକଳ୍ପଗୁଡିକ କାର୍ଯ୍ୟକାରିତାରେ ଯେଉଁ ସବୁ ଛୋଟ ଛୋଟ ସମସ୍ୟା ରହୁଛି, କୃଷକମାନଙ୍କର ଆବଶ୍ୟକତାକୁ ଦୃଷ୍ଟିରେ ରଖି ବ୍ୟବସ୍ଥା ଗ୍ରହଣ କରିବାକୁ ଅଧ୍ୟକ୍ଷ ଶ୍ରୀ ପତ୍ରୀ ନିର୍ଦ୍ଦେଶ ଦେଇଥିଲେ।

ଅନୁଷ୍ଠିତ ସମୀକ୍ଷା ବୈଠକ  ଓ କ୍ଷେତ୍ର ପରିଦର୍ଶନ ସମୟରେ  ବାଲେଶ୍ୱର ଉଠା ଜଳସେଚନ ସର୍କଲ ଅଧିକ୍ଷଣ ଯନ୍ତ୍ରୀ ପବିତ୍ର ପରିଡା, ନିର୍ବାହୀ ଯନ୍ତ୍ରୀ, ଏଲ୍.ଆଇ.ଡିଭିଜନ, ବାଲେଶ୍ୱର ଇଂ ସୁବୋଧ କୁମାର ଚୌଧୁରୀ, ସହକାରୀ ନିର୍ବାହୀ ଯନ୍ତ୍ରୀ,  ଏଲ୍.ଆଇ., ମେକାନିକାଲ ସବ୍ ଡିଭିଜନ ବାଲେଶ୍ୱର ପ୍ରେମାନନ୍ଦ ପଣ୍ଡା, ସହକାରୀ ଯନ୍ତ୍ରୀ (ବିଦ୍ୟୁତ୍), ସହକାରୀ ନିର୍ବାହୀ  ଯନ୍ତ୍ରୀ, ଏଲ୍.ଆଇ.ସବ୍ ଡିଭିଜନ,ସୋରୋ ସୁରେଶ ଚନ୍ଦ୍ର ଦେ, ସହକାରୀ ଯନ୍ତ୍ରୀ, ବିଦ୍ୟୁତ୍, ଏଲ୍.ଆଇ. ସବ୍ ଡିଭିଜନ, ବାଲେଶ୍ୱର ରାମ ନାରାୟଣ ମହାନ୍ତି, ସହକାରୀ ଯନ୍ତ୍ରୀ, ବିଦ୍ୟୁତ୍, ଏଲ୍.ଆଇ. ସବ୍ ଡିଭିଜନ, ବାହାନଗା ଗୌରାଙ୍ଗ ଚରଣ ଦାସ, ସହକାରୀ ଯନ୍ତ୍ରୀ, ବିଦ୍ୟୁତ୍, ଏଲ୍.ଆଇ. ସବ୍ ଡିଭିଜନ, ସୋରୋ ଜଳନ୍ଧର ଦାଶ, ଇଶ୍ୱରପୁର ଏଲ୍.ଆଇ,ସେକ୍ଚନ କନିଷ୍ଠ ଯନ୍ତ୍ରୀ ଶ୍ରୀ କୁଳମଣି ନାୟକ ପ୍ରମୁଖ ଉପସ୍ଥିତ ଥିଲେ।

Share. Facebook Twitter LinkedIn Email WhatsApp Copy Link

Related Posts

ଅନିଲ ଅମ୍ବାନୀଙ୍କ ବଢିଲା ସମସ୍ୟା: ଇଡି ପରେ ଏବେ ସିବିଆଇ ର ଚଢାଉ

August 23, 2025

ଉଡ଼ାଣ ପୂର୍ବରୁ ବିମାନକୁ ହଠାତ୍ ଅଟକାଇଲେ ପାଇଲଟ୍: ଯାତ୍ରୀ ଆତଙ୍କିତ

August 23, 2025

ଟ୍ରମ୍ପଙ୍କୁ ବଡ଼ ଝଟକା ଦେଲା ଭାରତ, ଲଢ଼ୁଆ ବିମାନ ପାଇଁ ଏହି ଦେଶ ସହିତ ହେଲା ଚୁକ୍ତି!

August 23, 2025

ଶୁଳ୍କ ଯୁଦ୍ଧ ମଧ୍ୟରେ ଡୋନାଲ୍ଡ ଟ୍ରମ୍ପଙ୍କ ବଡ଼ ନିଷ୍ପତ୍ତି, ସର୍ଜିଓ ଗୋର ଭାରତରେ ରାଷ୍ଟ୍ରଦୂତ ନିଯୁକ୍ତ

August 23, 2025
Latest News

ଅନିଲ ଅମ୍ବାନୀଙ୍କ ବଢିଲା ସମସ୍ୟା: ଇଡି ପରେ ଏବେ ସିବିଆଇ ର ଚଢାଉ

August 23, 2025

ଉଡ଼ାଣ ପୂର୍ବରୁ ବିମାନକୁ ହଠାତ୍ ଅଟକାଇଲେ ପାଇଲଟ୍: ଯାତ୍ରୀ ଆତଙ୍କିତ

August 23, 2025

ଟ୍ରମ୍ପଙ୍କୁ ବଡ଼ ଝଟକା ଦେଲା ଭାରତ, ଲଢ଼ୁଆ ବିମାନ ପାଇଁ ଏହି ଦେଶ ସହିତ ହେଲା ଚୁକ୍ତି!

August 23, 2025

ଶୁଳ୍କ ଯୁଦ୍ଧ ମଧ୍ୟରେ ଡୋନାଲ୍ଡ ଟ୍ରମ୍ପଙ୍କ ବଡ଼ ନିଷ୍ପତ୍ତି, ସର୍ଜିଓ ଗୋର ଭାରତରେ ରାଷ୍ଟ୍ରଦୂତ ନିଯୁକ୍ତ

August 23, 2025

ଏସିଆ କପ୍ ପୂର୍ବରୁ ଟିମ୍ ଇଣ୍ଡିଆକୁ ବଡ଼ ଝଟକା, ହସ୍ପିଟାଲରେ ଭର୍ତ୍ତି ହେଲେ ଏହି ଷ୍ଟାର ବ୍ୟାଟ୍ସମ୍ୟାନ୍

August 23, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.