ପୋଲ ଭୁଷୁଡି ଭାରି ଯାନ ଦୁର୍ଘଟଣାଗ୍ରସ୍ତ, ଚାଳକ ଆହତ

Published: May 3, 2023, 5:43 pm IST

କୈଳାଶ ଚନ୍ଦ୍ର ଚୌଧୁରୀ

ବ୍ରହ୍ମପୁର: ଓଡ଼ିଶା ସିମାନ୍ତ ଆନ୍ଧ୍ର ପ୍ରଦେଶ ଶ୍ରୀକାକୁଲମ ଜିଲ୍ଲାର ଇଚ୍ଛାପୁର ସହର ବାହାରେ ଥିବା ପୁରୁଣା ବାହୁଦା ନଦୀ ପୋଲଟି ଭୁଷୁଡି ପଡିଛି। ଯାହା ଫଳରେ ୭୦ ଟନ୍ ବିଶିଷ୍ଟ ଉକ୍ତ ଭାରି ଯାନ ର ଚାଳକ ଗୁରୁତର ଆହତ ହୋଇଛନ୍ତି।

ପ୍ରକାଶ ଥାଉକି ଉକ୍ତ ବାହୁଦା ନଦୀ ଓଡ଼ିଶାର ଗଞ୍ଜାମ ଜିଲ୍ଲାର ମହେନ୍ଦ୍ର ଗିରି ପର୍ବତ ରୁ ଉତ୍ପନ୍ନ ହୋଇ ଆନ୍ଧ୍ର ପ୍ରଦେଶ ଶ୍ରୀକାକୁଲମ ଜିଲ୍ଲା ଦେଇ ସମୁଦ୍ର ରେ ମିଶିଛି। ଦୁର୍ଘଟଣା ଘଟିଥିବା ବାହୁଦା ନଦୀ ପୋଲଟି ଅତି ପୁରୁଣା। ଏହି ପୋଲ ଉପରେ ଭାରିଯାନ ନିଷେଧ ନିହାତି ଆବଶ୍ୟକ। ନଚେତ ଆଜି ମାଲବାହୀ ଟ୍ରକ ପରିବର୍ତ୍ତେ ଯାତ୍ରୀବାହୀ ବସ୍ ହୋଇ ଥିଲେ ବହୁ ଜନ ଜୀବନ ବିପନ୍ନ ହୋଇଥାନ୍ତା।

Related posts