Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ସମ୍ଭାବ୍ୟ ବାତ୍ୟା ଅର୍ଣ୍ଣବର ମୁକାବିଲା ପାଇଁ ଶକ୍ତି ବିଭାଗର ସମୀକ୍ଷା କଲେ ଉପମୁଖ୍ୟମନ୍ତ୍ରୀ
ଆଜିର ଖବର

ସମ୍ଭାବ୍ୟ ବାତ୍ୟା ଅର୍ଣ୍ଣବର ମୁକାବିଲା ପାଇଁ ଶକ୍ତି ବିଭାଗର ସମୀକ୍ଷା କଲେ ଉପମୁଖ୍ୟମନ୍ତ୍ରୀ

October 26, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link
Deputy Chief Minister reviews Energy Department's preparedness for potential cyclone 'Arnab'

ଭୁବନେଶ୍ୱର: ସମ୍ଭାବ୍ୟ ବାତ୍ୟା ‘ଅର୍ଣ୍ଣବ’କୁ ଦୃଷ୍ଟିରେ ରଖି ଦକ୍ଷିଣ ଓ ଉପକୂଳ ଓଡ଼ିଶାରେ ଶକ୍ତି ବିଭାଗର ବିପର୍ଯ୍ୟୟ ପ୍ରଶମନ ଓ କାର୍ଯ୍ୟକ୍ଷମ ପ୍ରସ୍ତୁତିର ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଉପ-ମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତିକରଣ ଏବଂ ଶକ୍ତି ମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ଅଧ୍ୟକ୍ଷତାରେ ଆଜି ଅନୁଷ୍ଠିତ ହୋଇଛି। ଅକ୍ଟୋବର ୨୬ ରୁ ୨୯ ତାରିଖ ପର୍ଯ୍ୟନ୍ତ ଜରୁରୀକାଳୀନ ସମୟକୁ ଗୁରୁତ୍ୱ ଦେଇ, ବିଦ୍ୟୁତ୍ ଗ୍ରିଡ୍‌ର ସୁରକ୍ଷା, ନିରବଚ୍ଛିନ୍ନ ବିଦ୍ୟୁତ୍ ଯୋଗାଣ ଏବଂ ଶୂନ୍ୟ ଜୀବନହାନି ସୁନିଶ୍ଚିତ କରିବା ପାଇଁ ବୈଠକରେ କଡ଼ା ନିର୍ଦ୍ଦେଶ ଦିଆଯାଇଛି। ବାତ୍ୟା ସମୟରେ ପ୍ରତ୍ୟକ୍ଷ ଭାବେ ପରିଚାଳନା ପାଇଁ ଉପ-ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ନିଜେ କୋରାପୁଟଠାରେ ଉପସ୍ଥିତ ରହି ବାତ୍ୟାର ପ୍ରଭାବ ଉପରେ ନଜର ରଖିବେ ଏବଂ ଦକ୍ଷିଣ ଓଡ଼ିଶାରେ ଜରୁରୀକାଳୀନ କାର୍ଯ୍ୟର ନେତୃତ୍ୱ ନେବେ। ବିଦ୍ୟୁତ୍ ସେବା ଅବ୍ୟାହତ ରଖିବା ଓ ତୁରନ୍ତ ପୁନରୁଦ୍ଧାର ପାଇଁ ଓପିଟିସିଏଲ ପକ୍ଷରୁ ଏକ ବହୁସ୍ତରୀୟ କମାଣ୍ଡ ନେଟୱାର୍କ ସ୍ଥାପନ କରାଯାଇଛି, ଯେଉଁଥିରେ ଚାନ୍ଦକାଠାରେ ଜରୁରୀକାଳୀନ କେନ୍ଦ୍ରୀୟ ନିୟନ୍ତ୍ରଣ କକ୍ଷ, ନରେନ୍ଦ୍ରପୁରଠାରେ ଜୋନାଲ କଣ୍ଟ୍ରୋଲ ରୁମ୍ ଏବଂ ନରେନ୍ଦ୍ରପୁର, ଛତ୍ରପୁର, ଭଞ୍ଜନଗର, ଜୟନଗର, ମାଲକାନଗିରି, ଥେରୁବାଲି, କେସିଙ୍ଗା, ସମଙ୍ଗରା, ପାରାଦୀପ, ଭଦ୍ରକ ଓ ବାଲେଶ୍ୱର ଭଳି ୧୧ଟି ସଂବେଦନଶୀଳ ସ୍ଥାନରେ ଫିଲ୍ଡ କଣ୍ଟ୍ରୋଲ ସେଣ୍ଟର କାର୍ଯ୍ୟକ୍ଷମ ହୋଇଛି। ସମସ୍ତ କମାଣ୍ଡ ୟୁନିଟ୍‌ରେ ଜରୁରୀକାଳୀନ ଡ୍ୟୁଟି ରୋଷ୍ଟର, ଯୋଗାଯୋଗ ବ୍ୟବସ୍ଥା, ବ୍ୟାକଅପ୍ ଡିଜେଲ ଜେନେରେଟର ଏବଂ ଡିସି ପାୱାର ସିଷ୍ଟମ୍ ପ୍ରସ୍ତୁତ ରଖାଯିବା ସହ ୮୩ ସେଟ୍ (୧୩୨ କେଭି, ୨୨୦ କେଭି ଓ ୪୦୦ କେଭି) ଜରୁରୀକାଳୀନ ଟାୱାର, ୧,୧୧୫ କିଲୋମିଟର ଦୀର୍ଘ କଣ୍ଡକ୍ଟର ଏବଂ ୯,୧୫୭ଟି ହାର୍ଡୱେର୍ ଫିଟିଂ ସେଟ୍ ବିଭିନ୍ନ ଡିପୋରେ ଆଗୁଆ ମହଜୁଦ ରଖାଯାଇଛି। ପାଣିପାଗ କୋହଳ ହେବା ମାତ୍ରକେ ଶକ୍ତି ଭିତ୍ତିଭୂମିର ତୁରନ୍ତ ପୁନରୁଦ୍ଧାର କରାଯିବ ଏବଂ ଏଥିରେ ହସପିଟାଲ, ବିଦ୍ୟାଳୟ ଓ ବାତ୍ୟା ଆଶ୍ରୟସ୍ଥଳୀ ଭଳି ଜରୁରୀକାଳୀନ ସେବାକୁ ପ୍ରାଥମିକତା ଦିଆଯିବ। ଗ୍ରାହକମାନଙ୍କୁ ବିଦ୍ୟୁତ୍ ସେବା ସ୍ୱାଭାବିକ ହେବାର ଆକଳନ ସମୟ ସମ୍ପର୍କରେ ସ୍ୱୟଂଚାଳିତ ଏସଏମଏସ ମାଧ୍ୟମରେ ଜଣାଯିବ। ଟିପିସିଓଡ଼ିଏଲ ପାଇଁ ବ୍ରହ୍ମପୁର, ଆମ୍ବଗଡ଼ଠାରେ କେନ୍ଦ୍ରୀୟ ଜରୁରୀକାଳୀନ ନିୟନ୍ତ୍ରଣ କକ୍ଷ କାର୍ଯ୍ୟ କରୁଥିବା ବେଳେ, ଗ୍ରାହକମାନେ ୯୧୨୪୨୯୩୩୧୪ କିମ୍ବା ଟୋଲ୍ ଫ୍ରି ନମ୍ବର ୧୯୧୨ / ୧୮୦୦୨୦୨୬ ରେ ସମସ୍ୟା ନେଇ ସମ୍ପର୍କ କରିପାରିବେ। ରାଜ୍ୟର “ଜୀବନରେଖା’ ଭାବେ ବିଦ୍ୟୁତ୍ ଯୋଗାଣ ପ୍ରକ୍ରିୟାକୁ ସୁରକ୍ଷିତ ରଖିବା ପାଇଁ ରାଜ୍ୟ ସରକାର ପ୍ରତିଶ୍ରୁତିବଦ୍ଧ। ଏହି ସମୀକ୍ଷା ବୈଠକରେ ଶକ୍ତି ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ବିଶାଳ କୁମାର ଦେବ, ଓପିଟିସିଏଲ, ଟାଟା ପାୱାର ଏବଂ ଶକ୍ତି ବିଭାଗର ବରିଷ୍ଠ ଅଧିକାରୀବୃନ୍ଦ ଉପସ୍ଥିତ ଥିଲେ।

ଉପମୁଖ୍ୟମନ୍ତ୍ରୀ ବାତ୍ୟା ‘ଅର୍ଣ୍ଣବ’ ସମୀକ୍ଷା
Share. Facebook Twitter LinkedIn Email WhatsApp Copy Link

Related Posts

ବରିଷ୍ଠ ନାଗରିକଙ୍କ ପାଇଁ ବଡ଼ ଖବର! ନିର୍ଯାତନା କଲେ ଜେଲ୍, ସମ୍ପତ୍ତି ହଡ଼ପ କଲେ କଠୋର ଦଣ୍ଡ

October 26, 2026

ଦୁର୍ନୀତି ନିବାରଣ ସତର୍କତା ଶପଥ ପାଠ କରାଇଲେ ମୁଖ୍ୟ ଶାସନ ସଚିବ

October 26, 2026

ଟ୍ରେନ୍ ନିରାପତ୍ତା ସୁନିଶ୍ଚିତ କରିବାରେ ଉଲ୍ଲେଖନୀୟ ସତର୍କତା ପାଇଁ ଛଅ ରେଳ କର୍ମଚାରୀ ସମ୍ବର୍ଦ୍ଧିତ

October 26, 2026

ବ୍ରିକ୍ସର ମିଳିତ ବିବୃତ୍ତି ଗୃହୀତ ହେବା ଐତିହାସିକ ସଫଳତା: ଲୋକସଭା ବାଚସ୍ପତି

October 26, 2026
Latest News

ହୋଟେଲରେ ହଠାତ୍ ଗୁଳିମାଡ଼ : ୫ ମୃତ

October 26, 2026

ବରିଷ୍ଠ ନାଗରିକଙ୍କ ପାଇଁ ବଡ଼ ଖବର! ନିର୍ଯାତନା କଲେ ଜେଲ୍, ସମ୍ପତ୍ତି ହଡ଼ପ କଲେ କଠୋର ଦଣ୍ଡ

October 26, 2026

ସମ୍ଭାବ୍ୟ ବାତ୍ୟା ଅର୍ଣ୍ଣବର ମୁକାବିଲା ପାଇଁ ଶକ୍ତି ବିଭାଗର ସମୀକ୍ଷା କଲେ ଉପମୁଖ୍ୟମନ୍ତ୍ରୀ

October 26, 2026

ଦୁର୍ନୀତି ନିବାରଣ ସତର୍କତା ଶପଥ ପାଠ କରାଇଲେ ମୁଖ୍ୟ ଶାସନ ସଚିବ

October 26, 2026

ଟ୍ରେନ୍ ନିରାପତ୍ତା ସୁନିଶ୍ଚିତ କରିବାରେ ଉଲ୍ଲେଖନୀୟ ସତର୍କତା ପାଇଁ ଛଅ ରେଳ କର୍ମଚାରୀ ସମ୍ବର୍ଦ୍ଧିତ

October 26, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.