ଏନସିପି ସଭାପତି ପଦରୁ ଇସ୍ତଫା ପ୍ରତ୍ୟାହାର କଲେ ଶରଦ ପାୱାର

Published: May 5, 2023, 6:44 pm IST

ନୂଆଦିଲ୍ଲୀ: ଶରଦ ପାୱାର ଏନସିପି ସଭାପତି ପଦରୁ ଇସ୍ତଫା ପ୍ରତ୍ୟାହାର କରିଛନ୍ତି। ବର୍ତ୍ତମାନ ସେ ଏନସିପିର ସଭାପତି ରହିବେ। ଆଜି ମୁମ୍ବାଇରେ ଏକ ସାମ୍ବାଦିକ ସମ୍ମିଳନୀ କରି ସେ ଏହା ଘୋଷଣା କରିଛନ୍ତି। ସାମ୍ବାଦିକ ସମ୍ମିଳନୀରେ ଶରଦ ପାୱାରଙ୍କ ସହ ଦଳର ଅନ୍ୟାନ୍ୟ ବରିଷ୍ଠ ନେତା ମଧ୍ୟ ଉପସ୍ଥିତ ଥିଲେ। ସାମ୍ବାଦିକ ସମ୍ମିଳନୀରେ ଶରଦ ପାୱାର କହିଛନ୍ତି ଯେ, ଏହି ପଦ ଛାଡିବା ପରେ ଦଳର ନେତା ଓ କର୍ମୀମାନେ ମୋତେ ମୋର ନିଷ୍ପତ୍ତି ଉପରେ ବିଚାର କରିବାକୁ କହିଥିଲେ। ସେମାନେ ଚାହୁଁଥିଲେ ମୁଁ ମୋର ପଦବୀ ଜାରି ରଖିବି। ସେମାନଙ୍କ ଅନୁରୋଧ ପରେ ହିଁ ମୁଁ ମୋର ନିଷ୍ପତ୍ତି ଉପରେ ପୁନର୍ବିଚାର କଲି। ଏହା ପରେ ହିଁ ମୁଁ ଆଜି ମୋର ଇସ୍ତଫା ପ୍ରତ୍ୟାହାର କରୁଛି। ମୁଁ ମୋର ଦଳର ନେତା ଓ କର୍ମୀମାନଙ୍କ ଭାବନାକୁ ସମ୍ମାନ କରେ। ମୋର ପ୍ରିୟଜନମାନେ ମଧ୍ୟ ଚାହୁଁଥିଲେ ଯେ ମୁଁ ମୋର ନିଷ୍ପତ୍ତି ଉପରେ ପୁନର୍ବିଚାର କରିବି।

Related posts